ସେଆର କରନ୍ତୁ


ବ୍ୟବହାରକର୍ତାଙ୍କ ମତାମତ




ନାମ ଫିଡବ୍ଯାକ ଫିଡବ୍ଯାକ ତାରିଖ
Swarup Kishan Routray ଜଳ କୁ କିପରି କୃଷି କ୍ଷେତରେ ବିନିଯୋଗ କରି ଚାଷୀ ମାନେ ଉପକୃତ ହୋଇପାରିବେ ସେ ସମ୍ବନ୍ଧରେ ଅଧିକ ତଥ୍ୟ ପ୍ରଦାନ କଲେ ଚାଷୀ ମାନଙ୍କୁ ଲାଭ ହେବ । Jul 05, 2017
Ranjit Patnaik ନବଜାତ ଶିଶୁ ଯତ୍ନ ସମ୍ବନ୍ଧୀୟ ଓ NRC ରେ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ତଥ୍ୟ ଦିଆଗଲେ ଶିଶୁ ସ୍ୱାସ୍ଥ୍ୟ ବିଭାଗଟି ଆହୁରି ଉପାଦେୟ ହୋଇପାରିବ । May 31, 2017
Priya Ranjan Jena ସାମାଜିକ ବିଭାଗରେ ଥିବା ମହିଳା ମାନଙ୍କ ସମସ୍ୟା ସମ୍ବନ୍ଧରେ ଥିବା ସମାଧାନ ବ୍ୟବସ୍ଥା ଅତ୍ୟନ୍ତ ଉପାଦେୟ । ସମସ୍ୟା ଭୋଗିଥିବା ମହିଳା ମାନଙ୍କର ନିଜସ୍ୱ ଅନୁଭୂତିକୁ ସାମିଲ କରାଗଲେ ଆହୁରି ଭଲ ହୋଇପାରନ୍ତା । May 31, 2017
ଶିବରାମ Behera ମୁ ଓଡିଶାର ବୀର ଶହିଦ ଲକ୍ଷ୍ମଣ ନାୟକ କାହାଣୀ ଚାହେଁ May 01, 2017
Mrs Runubala Moharana ଖରାଦିନିଆ ରୋଗ, ଅଂଶୁଘାତ ସମ୍ପର୍କରେ ରୋଗ ବିଭାଗରୁ ଜାଣିପାରିଲି । ବିକାଶପିଡିଆ ସ୍ୱାସ୍ଥ୍ୟ ବିଭାଗରେ ସମସ୍ତ ରୋଗ ଆୟୁର୍ବେଦ, ହୋମିୟପାଥି ଇତ୍ୟାଦି ସମ୍ବନ୍ଧରେ ସୂଚନା ରହିଛି । ଯଦି ଡାକ୍ତର ମାନଙ୍କ ମତାମତ ପଡିପାରନ୍ତା ଭଲ ହୁଅନ୍ତା । Apr 28, 2017
Bikash Moharana ଏବେ ବିଜୁଳି ସଙ୍କଟ ଯୋଗୁ ସୌର ଶକ୍ତି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ସେଇ ପରିପ୍ରେକ୍ଷୀରେ ସୌରଚୁଲା ପ୍ରସଙ୍ଗ ଅତ୍ୟନ୍ତ ଉପାଦେୟ । ଏଥିରୁ ସମସ୍ତ ସୂଚନା ପାଇହେଉଛି । Apr 28, 2017
Bikash Moharana ଓଡିଶାର ଚଳଣି, ପର୍ବ, ପର୍ବାଣୀ ସମ୍ବନ୍ଧୀୟ ଲେଖା ଗୁଡିକୁ ଅତ୍ୟନ୍ତ ଉପାଦେୟ । ଓଡିଶାର ସଂସ୍କୃତିକୁ ବଜାୟ ରଖିବା ପାଇଁ ଏହା ଆବଶ୍ୟକ । Apr 28, 2017
Bikash Moharana ଛୋଟ ପିଲାଙ୍କ ପାଇଁ କୁଇଜ ଶିକ୍ଷଣୀୟ, କୁଇଜରେ ଆହୁରି ତଥ୍ୟ ଦିଆଗଲେ ପିଲାମାନଙ୍କର ଏହି ପୋର୍ଟାଲ କାର୍ଯ୍ୟରେ ଲାଗିବ । ଅଯଥା ସମୟ ନଷ୍ଟ ନକରି ସେମାନେ ଜ୍ଞାନ ବୃଦ୍ଧି କରିବେ । Apr 28, 2017
Bikash Moharana ମାଟ୍ରିକ ମନ୍ତ୍ର ବହୁତ ଲାଭଦାୟକ ଥିଲା । ଏହିପରି ଛାତ୍ର ଛାତ୍ରୀଙ୍କ ପାଇଁ ପାଠ୍ୟ ସମ୍ବନ୍ଧୀୟ ସୂଚନା ରହିଲେ ଆହୁରି ଭଲ ହେବ । Apr 28, 2017
Universal Service Organization ବିକାଶପିଡିଆ ପଢିଲାପରେ ଲାଗିଲା ଯାହାହେଉ ଏତେ ଦିନ ପରେ ଓଡିଆ ଡାଟା କିଛି ଅନ୍ଲାଇନରେ ମିଳିଲା । ଏଥିପାଇଁ ଓଡ଼ିଶାରେ ବିକାଶପିଡିଆକୁ କାର୍ଯ୍ୟକାରୀ କରାଉଛନ୍ତି ସେମାନଙ୍କୁ ଧନ୍ୟବାଦ । ଏହି ୱେବ ପୋର୍ଟାଲ ସମସ୍ତଙ୍କ କାର୍ଯ୍ୟରେ ଆସିପାରିବ । Apr 28, 2017
Ramesh Chandra Mishra ସ୍ଵାସ୍ଥ୍ୟ ରେ ସବୁ ପ୍ରକାର ରୋଗ ଓ ତାହାର ନିରାକର ଏହି ପୋର୍ଟାଲ ରେ ମିଳିଲା. ମୁ ଜଣେ volunteer ଏବଂ ଡାକ୍ତର ମାନଙ୍କୁ ପରମର୍ଶ କରି ସେମାଙ୍କ ଠାରୁ ତଥ୍ୟ ସଂଗ୍ରହ କରି ପୋର୍ଟାଲ ରେ ପୋଷ୍ଟ କରୁଛି . Mar 25, 2017
ଧନଞ୍ଜୟ ସେନାପତି NGO ମାନଙ୍କୁ ଏହି ପୋର୍ଟାଲ ରେ ସଚେତନା କରିବାପାଇଁ ସ୍ପେସିଆଲ ନିମନ୍ତ୍ରାଳ ଦେବାକଥା Mar 25, 2017
ଦୀପକ ରଞ୍ଜନ ପ୍ରଧାନ ସମାଜ କଲ୍ୟାଣ ରେ ସବୁ ସୂଚନା ବହୁତ ଉପକାରିତା କିନ୍ତୁ ଯେଉଁ ସବୁ ନୀତି ଓ ଯୋଜନା ସବୁ ପ୍ରଦାନ କରାଯାଇଛି ସେ ସବୁ କିପରି ଦରକାରୀ ଲୋକମାନଙ୍କୁ ସହଜରେ ପହଂଜି ପାରିବ ସେହି ବିଷୟରେ ସୂଚନା ଦେଲେ ବହୁତ ଭଲ ହୁଅନ୍ତା Mar 25, 2017
shiba narayan tripathy ଦ୍ୱାଦଶ ଶ୍ରେଣୀ ଦ୍ୱିତୀୟ ବର୍ଷଜ୍ଞର arts ବହି ଦରକାର Dec 30, 2016
ପ୍ରଶାନ୍ତ nayak Kakudi chasa Oct 29, 2016
ଶୁଭାଶିଷ୍ ଗିରି ଯେମିତି ଅନ୍ନ, ସେପରି ମନ ମହାଭାରତ କଥା । ସେତେବେଳେ ପିତାମହ ଭୀଷ୍ମ ଶର ଶଯ୍ୟାରେ ଥାଆନ୍ତି । ଜୀବନର ଏହି ଅନ୍ତିମ ସମୟରେ ପାଖରେ ଯୁଧିଷ୍ଠିରଙ୍କ ସମେତ ପଞ୍ଚପାଣ୍ଡବ ଏବଂ ଦ୍ରୌପଦୀ ଉପସ୍ଥିତ ଥିଲେ । ଏହି ସମୟରେ ସେ ବିଭିନ୍ନ ଉପଦେଶ ଦେଉଥାନ୍ତି । ଏହି ଅବସରରେ ହଠାତ୍ ଦ୍ରୌପଦୀ ଉଚ୍ଚ ସ୍ୱରରେ ହସିଉଠିଲେ । ଯୁଧିଷ୍ଠିର ଆଦି ପାଣ୍ଡବମାନେ ଦ୍ରୌପଦୀଙ୍କ ଉପରେ ରାଗିବାରୁ ପିତାମହ ଭୀଷ୍ମ ସେମାନଙ୍କୁ ବାରଣ କରି ଦ୍ରୌପଦୀଙ୍କୁ ଅତି ସସମ୍ମାନର ସହ ପଚାରିଲେ, “ ମା’ ! ହସିବାର କାରଣ କ’ଣ! କେଉଁ କଥା ତୁମ ମନକୁ ପାଇଲା ନାହିଁ ଯେ ତୁମେ ବହୁ ଯୋରରେ ହସିଉଠିଲ ।” ଦ୍ରୌପଦୀ ବିନମ୍ରତାର ସହିତ କ୍ଷମା ମାଗି ତାଙ୍କୁ ପଚାରିଲେ, “ମହାତ୍ମା! ଯଦି ଆପଣ ଧର୍ମର ପ୍ରଣେତା ଥିଲେ, ତେବେ ସେ ସମୟରେ କ’ଣ କରୁଥିଲେ ଯେତେବେଳେ ଦୁଃଶାସନ ମୋତେ ଟାଣିଟାଣି ତଥାକଥିତ ରାଜସଭାକୁ ଆଣିଥିଲା । ସେ ସଭାରେ ଆପଣ ମଧ୍ୟ ଉପସ୍ଥିତ ଥିଲେ । ଏହାର ବିରୋଧ କଲେ ନାହିଁ କାହିଁକି?” ଶାନ୍ତ ପଡ଼ିବା ସହ ସାମାନ୍ୟ ଉତ୍ତେଜନା ପ୍ରକାଶ କରି କହିଲେ, ‘ ପୁତ୍ରୀ ମନେରଖ, ଯେମିତିକା ଅନ୍ନ ଖାଇବ, ମନ ସେମିତିକା ହୋଇଯିବ ଆଉ ରକ୍ତ ବି । ସେତେବେଳେ ମୁଁ ଦୁର୍ଯେ୍ୟାଧନର ଅନ୍ନ ଖାଉଥିଲି । ତେଣୁ ମୋର ମନ ଏବଂ ରକ୍ତ ସେପରିକା ହୋଇଯାଇଥିଲା । ଏବେ ଅର୍ଜୁନର ବାଣରେ ମୋର ସମସ୍ତ ଦୂଷିତ ରକ୍ତ ବାହାରିଆସିଛି । ତେଣୁ ମୁଁ ତୁମ୍ଭମାନଙ୍କୁ ଧର୍ମର ମାର୍ଗ ବତାଉଛି । ଶୁଭାଶିଷ୍ କଲମରୁ✏ Oct 04, 2016
rupesh behera ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଗରିବ ମାନେ କିପରି ଆବେଦନ କରିପାରିବେ ସେହି ବିଷୟରେ ଲେଖା ପୋର୍ଟାଲ ରେ ମିଳିଲେ ବହୁତ ଗରିବ ଲୋକ ଉପକୃତହେବେ Sep 24, 2016
Tapaswini Swain ଏଠାରେ ସବୁ ନୀତି ଓ ଯ଼ୋଜନା ର ସୂଚନା ମିଳୁଛି ଏବଂ ସବୁ ଆମକୁ ବହୁତ ସାହାଯ୍ୟ କରୁଛି . Sep 24, 2016
ଦିଲ୍ଲୀପ କୁମାର ସରକାର ବିକାଶପିଡିଆକୁ ଉନ୍ନତର କରିବା ଏକତ୍ର ହେବା ଆବଶ୍ୟକ , ଏହାକୁ ଜିଲ୍ଲା ପରିବେଶକୁ ଅଗ୍ରସର କରାଇ ରାଜ୍ୟ ଏବଂ ଦେଶ ବ୍ୟାପ୍ତ କରିବା ଦରକାର । ଏହି ମାଧ୍ୟମ କୁ ସମସ୍ତ ଜନସାଧାରଣ ଙ୍କ ପାଖରେ ଉପସମ କରିବା ପାଇଁ କିଛି ସ୍ଵତନ୍ତ୍ର ଏବଂ ନୂତନ ତଥ୍ୟବଳୀ ଅବଶ୍ୟକ । ଏହାର ବ୍ୟବହାର ଯୋଗୁଁ ସମସ୍ତ ଜନସାଧାରଣ ବହୁତ ଉପସମ ଆଉ ଲାଭ ଜନକ ହୋଇପାରିବେ । ଏଥିରେ ଯୋଗାଦାନ କରି ଆମେ ସମସ୍ତ ଉପଯୁକ୍ତ ତଥ୍ୟାବଳୀ ସଂଗ୍ରହ କରିବା । ଏହି କାର୍ଯ୍ୟାବଳୀକୁ ନିୟନ୍ତ୍ରଣ କରାଇ ବଞ୍ଚାଇ ରଖିବା ଦରକାର । Jun 23, 2016
ଶୁଭାଶିଷ୍ ଗିରି ମୁଁ ମେଟ୍ରିକ୍ ରେ 421(B1)ରଖିଛି ଆଗକୁ ପଢିବା ପାଇଁ ସାହାଯ୍ୟ କରିଲେ ମୁଁ ଉପକୃତହେବି । Jun 08, 2016

Back to top