অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କମ୍ପୋଷ୍ଟ ପ୍ରସ୍ତୁତ

କମ୍ପୋଷ୍ଟକରଣ  କ'ଣ ?

ଆବଶ୍ୟକ  ବାୟୁର ଉପସ୍ଥିତିରେ  ପ୍ରାକୃତିକ   ଜୈବ ପ୍ରକ୍ରିୟା  ଦ୍ଵାରା  କମ୍ପୋଷ୍ଟ  ପ୍ରସ୍ତୁତ  କରାଯାଏ   । ସରଳ  ଭାବରେ  କହିଲେ ଜୈବବସ୍ତୁ   ଅଣୁଜୀବଙ୍କ  ଦ୍ଵାରା ଅପଘଟିତ  ହୋଇ  ହ୍ୟୁମସ  ଭଳି  ପଦାର୍ଥରେ  ପରିଣତ  ହେବା  ପ୍ରଣାଳୀକୁ   କମ୍ପୋଷ୍ଟକରଣ  କୁହାଯାଏ  । ଏହି ପ୍ରଣାଳୀରେ  ବିଭିନ୍ନ  ପ୍ରକାରର   ଅଣୁଜୀବ  ଯଥା  ବୀଜାଣୁ  ଏବଂ  କବକମାନେ  ଜଟିଳ ଜୈବବସ୍ତୁକୁ   ସରଳ  ପଦାର୍ଥରେ  ପରିଣତ  କରିଦିଅନ୍ତି  । ଉତ୍ତମମାନର  କମ୍ପୋଷ୍ଟ  ପ୍ରସ୍ତୁତ , କମ୍ପୋଷ୍ଟ  କରାଯାଉଥିବା   ସ୍ଥାନର  ପରିବେଶୀୟ  ଅବସ୍ଥା  ଉପରେ  ନିର୍ଭର  କରିଥାଏ   ।  ଅମ୍ଳଜାନ , ତାପମାତ୍ରା , ଆର୍ଦ୍ରତା , ବିଶୃଙ୍ଖଳା  ପଦାର୍ଥ ,ଜୈବବସ୍ତୁ  ଏବଂ  ଅଣୁଜୀବମାନଙ୍କ   ସଂଖ୍ୟା  ଓ  କାର୍ଯ୍ୟକାରିତା  ଉପରେ  ନିର୍ଭର  କରିଥାଏ   ।

କମ୍ପୋଷ୍ଟ  ହେବା  ଏକ  ଜଟିଳ  କିମ୍ବା  ଲୁକାୟିତ ପ୍ରଣାଳୀ  ନୁହେଁ  ।  ପ୍ରାକୃତିକ  ପରିବେଶରେ  ଲଗାତାର  ଭାବରେ  ପ୍ରାକୃତିକ  ପୁନଃଚକ୍ରଣ ପ୍ରକ୍ରିୟା  ଘଟିଥାଏ  । ଅଣୁଜୀବ  ଦ୍ଵାରା ଜୈବବସ୍ତୁ  ଗୁଡିକ  ପ୍ରକ୍ରିୟାକରଣ  ହୋଇ  ଅମେରୁଦଣ୍ଡୀ  ପ୍ରାଣୀମାନେ  ବ୍ୟବହାର  କରନ୍ତି  । ଏହାଦ୍ୱାରା  ପୋଷକଗୁଡିକ  ମୃତ୍ତିକା  ଫେରିପାଇବାରୁ  ଉଦ୍ଭିଦର  ବୃଦ୍ଧିରେ  ସହାୟକ   ହୋଇଥାଏ   । କମ୍ପୋଷ୍ଟକରଣ  ପାଇଁ  ତିନି  ପ୍ରକାର  ଅଣୁଜୀବ  ଦାୟୀ -

  1. ସାଇକ୍ରୋ  ଫାଇଲସ : ନିମ୍ନ  ତାପମାତ୍ରାରେ  ତିଷ୍ଠି ପାରୁଥିବା   ଅଣୁଜୀବ ।
  2. ମେଜୋ  ଫାଇଲସ  : ମାଧ୍ୟମ ତାପମାତ୍ରାରେ  ତିଷ୍ଠି ପାରୁଥିବା   ଅଣୁଜୀବ ।
  3. ଥର୍ମୋ  ଫାଇଲସ    : ଉଚ୍ଚ  ତାପମାତ୍ରାରେ  ତିଷ୍ଠି ପାରୁଥିବା   ଅଣୁଜୀବ   ସାଧାରଣତଃ  କମ୍ପୋଷ୍ଟକରଣ   ମେଜୋଫିଲିୟ  ତାପମାତ୍ରାରୁ  ଆରମ୍ଭ  ହୋଇ  ଥର୍ମୋଫିଲିୟ  ଅବସ୍ଥାକୁ  ଅଗ୍ରଗତି  କରେ   ।

ପରବର୍ତ୍ତୀ  ଅବସ୍ଥାରେ  ଅନ୍ୟ  ଜୀବ  ଓ  କୀଟମାନେ  ଯଥା : ବୀଜାଣୁ , ତେଲୁଣିପୋକ , ତେନ୍ତୁଳିଆ  ବିଛା , କାଠ ପୋକ , କବକ , ଶୋଷକପୋକ , ବୁଢିଆଣୀ  ଏବଂ  ଜିଆ  ସହାୟତା  କରିଥାନ୍ତି   ।

କମ୍ପୋଷ୍ଟକରଣ ପ୍ରକ୍ରିୟାର ପ୍ରସ୍ତୁତି

କଞ୍ଚାମାଲ   ଗୁଡିକ  ଏକାଠି  ହୋଇ  ମିଶିବା  ପରେ ପରେ  କମ୍ପୋଷ୍ଟକରଣ  ଆରମ୍ଭ  ହୋଇଯାଏ  । ପ୍ରାରମ୍ଭିକ  ଅବସ୍ଥାରେ  ଅମ୍ଳଜାନ  ଏବଂ  କଞ୍ଚାମାଲ  ମଧ୍ୟରୁ  ସହଜରେ  ଅପଘଟିତ  ହୋଇ  ପାରୁଥିବା  ଉପାଦାନଗୁଡିକ  ଅଣୁଜୀବଙ୍କ  ଦ୍ଵାରା  ଦ୍ରୁତବେଗରେ  ବ୍ୟବହାର ହୋଇଥାଏ   ।  ଗଦା  ହୋଇଥିବା  ପଦାର୍ଥର  ତାପମାତ୍ରା   ଅଣୁଜୀବମାନଙ୍କ  କାର୍ଯ୍ୟକଳାପ  ସହିତ  ସିଧାସଳଖ   ଜଡିତ   ହୋଇଥାଏ   ଏବଂ  ତା  ଭିତରେ  କିଛି  ପ୍ରକ୍ରିୟା  ଘଟୁଥିବାରୁ  ଶୁଭ  ସଙ୍କେତ   ଦେଇଥାଏ  ।  ବ୍ୟବହୃତ  ହୋଇଥିବା  ପଦାର୍ଥ  ଉପରେ  ନିର୍ଭର  କରି   ଏହି  ତାପମାତ୍ରା  କେତେକ  ସପ୍ତାହ  ପର୍ଯ୍ୟନ୍ତ  ରହିଥାଏ  । ସକ୍ରିୟ   କମ୍ପୋଷ୍ଟକରଣ   ତାପମାତ୍ରାକୁ  କମାଇ  ଦିଏ  ଏବଂ  ଧୀରେ  ଧୀରେ  କମି  ବାୟୁମଣ୍ଡଳୀୟ  ତାପମାତ୍ରାରେ  ପହଞ୍ଚେ  । ଗୋଟିଏ  କ୍ୟୁରି   ପିରିୟଡ  ପ୍ରକୃତରେ   ସକ୍ରିୟ   କମ୍ପୋଷ୍ଟକରଣର  ସୂଚନା   ଦେଇଥାଏ   । ଏହି ଅବସ୍ଥାରେ  ପଦାର୍ଥ  ଗୁଡିକ  ଧୀରେ ଧୀରେ  ଅପଘଟନ  ହେବା   ପ୍ରକ୍ରିୟା  ଚାଲୁ  ରହିଥାଏ   । ସେଥିରେ  ଥିବା   ଅବଶିଷ୍ଟ  ଅଣୁଜୀବ   ଗୁଡିକ   ଯେଉଁ  ଅପଘଟିତ  କଞ୍ଚାମାଲକୁ ବ୍ୟବହାର  କରିପାରିବେ   ସେ ପର୍ଯ୍ୟନ୍ତ  ଭାଙ୍ଗିବା  କାର୍ଯ୍ୟ  ଚାଲୁ  ରହିଥାଏ   । ଏହି  ସ୍ତରରେ  କମ୍ପୋଷ୍ଟ  ସ୍ଥିର  ଅବସ୍ଥାକୁ  ଆସିଥାଏ   ଏବଂ  ବ୍ୟବହାର  କରିବାକୁ  ସହଜସାଧ୍ୟ   ହୋଇଥାଏ   ।  କମ୍ପୋଷ୍ଟକରଣ   ସମୟରେ   ଯବକ୍ଷାରଜାନ  ଗ୍ୟାସୀୟ  ଆମୋନିଆରେ    ପରିଣତ  ହୋଇଥାଏ   । ଏହି  ପ୍ରକ୍ରିୟାକୁ   ବାଷ୍ପୀଭବନ   ପ୍ରକ୍ରିୟା   କୁହାଯାଏ  ।

କମ୍ପୋଷ୍ଟକରଣର    ଅବସ୍ଥା  : କମ୍ପୋଷ୍ଟକରଣ  ବହୁଅଂଶ  ବିଶିଷ୍ଟ  ପ୍ରକ୍ରିୟା  ଯାହାକି   ଅସଂଖ୍ୟ   ଅଣୁଜୀବ  ଏବଂ  ଭୌତିକ  ଅବସ୍ଥା   ଯୋଗୁ  ସମ୍ଭବ  ହୋଇଥାଏ  ।  ମୁଖ୍ୟତଃ   ତିନୋଟି  ଅବସ୍ଥାରେ   ପୂର୍ଣ୍ଣାଙ୍ଗ  ହୋଇଥାଏ -

  1. ମେଜୋଫିଲିକ
  2. ଥର୍ମୋଫିଲିକ
  3. କିଓରିଂ

ମେଜୋଫିଲିକ  ଅବସ୍ଥା  : ଯେତେବେଳେ  ଆମେ ଜୈବ  ଆବର୍ଜନାକୁ ଗଦା କରୁ  ସେତେବେଳେ  ସେହି  ଆବର୍ଜନା  ଗଦାରେ  ତାପମାତ୍ରା   କ୍ରମଶଃ  ବଢିଯାଏ ଏବଂ  କମ୍ପୋଷ୍ଟକରଣ  ପ୍ରକ୍ରିୟା   ଆରମ୍ଭ  ହୋଇଯାଏ  ।  କମ୍ପୋଷ୍ଟକରଣର  ଏହି  ପ୍ରଥମ  ଅବସ୍ଥାକୁ   ମେସୋଫିଲିକ  ଅବସ୍ଥା  କୁହାଯାଏ   ।  ଏହି ଅବସ୍ଥାରେ  ତାପମାତ୍ରା  ୪୫ କ୍ଟଉ ଠାରୁ   କମ  ଥିବାରୁ   ଅଣୁଜୀବଙ୍କ    ବୃଦ୍ଧି  ପାଇବା  ସହିତ   ମିଳୁଥିବା  ଶ୍ବେତସାରକୁ  ସହଜରେ   ଭାଙ୍ଗି  ଦିଅନ୍ତି   ।  ଅମ୍ଳ  ସୃଷ୍ଟି  ହେଉଥିବାରୁ  (ପିଏଚ)ର   ହ୍ରାସ  ଆରମ୍ଭ  ହୁଏ   ।  ଗଦାଟି  ସକ୍ରିୟ  ହେବା  ସହିତ  କ୍ରମାନୁଯାୟୀ  ପ୍ରତିକ୍ରିୟାଗୁଡିକ  ଚାଲୁରହେ  ।

ଥର୍ମୋଫିଲିକ  ଅବସ୍ଥା  : ମେସୋଫିଲିକ  ଅବସ୍ଥା  ପରେ  ଏହା  କମ୍ପୋଷ୍ଟକରଣର   ଦ୍ବିତୀୟାବସ୍ଥା   । ଏହି  ଅବସ୍ଥାରେ  ଗଦାର  କେନ୍ଦ୍ରରେ    ତାପମାତ୍ରା  ପ୍ରାୟ  ୫୦-୬୦ ସେଲସିୟସ  ପହଞ୍ଚିଥାଏ  ।  ଏହି ତାପମାତ୍ରାରେ   ବଢି  ପାରୁଥିବା  ବୀଜାଣୁ  କ୍ଷିପ୍ର  ବେଗରେ   ଜୈବବସ୍ତୁକୁ   ଭାଙ୍ଗି  ସରଳୀକରଣ  କରିଥାନ୍ତି   । ଯେତେବେଳ   ପର୍ଯ୍ୟନ୍ତ   ଅପଘଟନ  ଯୋଗ୍ୟ  ପଦାର୍ଥ   ଓ  ପର୍ଯ୍ୟାପ୍ତ    ପରିମାଣର  ଅମ୍ଳଜାନ  ମିଳୁଥିବା  ଉପରୋକ୍ତ  ତାପମାତ୍ରା   ଅପରିବର୍ତ୍ତିତ   ରହିଥାଏ   । କେତେଗୁଡିଏ  ମୁଖ୍ୟ  ପ୍ରତିକ୍ରିୟା  ଏହି ଅବସ୍ଥାରେ  ଘଟିଥାଏ   । ଜୈବବସ୍ତୁ    ଭାଙ୍ଗି  ସରଳୀକରଣ   ହେଉଥିବାରୁ  ଉପାଦାନ ମାନଙ୍କର   ଆକାର  କମିଯାଏ   ।

କିଓରିଂ   ଅବସ୍ଥା  : ଏହି ଅବସ୍ଥାରେ   ଅପଘଟିତ ପଦାର୍ଥ  ଗୁଡିକର   ସ୍ଥିରତା  ଆସିଥାଏ  ।  ଏହାକୁ  ବ୍ୟବହାର  ଉପଯୋଗୀ  ବା  କମ୍ପୋଷ୍ଟର   ପରିପକ୍ଵ  ଅବସ୍ଥା  କହିପାରିବା   । କବକ  ସଦୃଶ  ବୀଜାଣୁ  ଏବଂ   କବକ  ମାନଙ୍କର   ବୃଦ୍ଧି  ଯୋଗୁ  ହେମିସେଲୁଲୋଜ ଗୁଡ଼ିକର ପରିପାକ  ତ୍ୱରାନ୍ଵିତ  ହୋଇଥାଏ  ।   ଏହା  ଏକ  ଜଟିଳ   ଅବସ୍ଥା   ।  ଏହି  ଅବସ୍ଥାରେ   କମ୍ପୋଷ୍ଟର  ରୋଗ  ପ୍ରତିରୋଧକ  ଶକ୍ତି  ବୃଦ୍ଧି  ପାଇଥାଏ    ।

ଆଧାର : ଅକ୍ଷୟ କୁମାର ମହାନ୍ତି , ବିଜ୍ଞାନଶିକ୍ଷକ , ଉତ୍ତରେଶ୍ଵର ଉଚ୍ଚ ବିଦ୍ୟାଳୟ , ପୋଦରୁଆଁ , ବାଲିକୁଦା

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate