ସେଆର କରନ୍ତୁ

ଜୈବ ଉର୍ବରକ

ମୃତ୍ତିକାର ଉର୍ବରତା ବୃଦ୍ଧି କରାଯିବା ପଦ୍ଧତିକୁ ଜୈବ ଉର୍ବରକ କୁହାଯାଏ ।

ଜମିରେ   ଅଣୁଜୀବ  କଲ୍ ଚର୍  ପ୍ରୟୋଗ   କରି   ମୃତ୍ତିକାର  ଉର୍ବରତା  ବୃଦ୍ଧି  କରାଯିବା   ପଦ୍ଧତିକୁ   ଜୈବ   ଉର୍ବରକ   ପ୍ରୟୋଗ   ବା  ଜୈବ  ଉର୍ବରକା  ଟିକାଦାନ   କୁହାଯାଏ   ।

ବିଭିନ୍ନ  ପ୍ରକାର  ଜୈବ   ଉର୍ବରକ

  1. ରାଇଜୋବିଅମ୍  ଟୀକା  ବା  କଲଚର
  2. ଏହି  ଅଣୁଜୀବ   କଲ୍ ଚର୍  ଛୁଇଁ  ଜାତୀୟ   ଫସଲ  ଲଗାଇବା  ସମୟରେ  ପ୍ରୟୋଗ   କରାଯାଏ   । ସାଧାରଣତଃ   ମଞ୍ଜି  ସହିତ   ଏହାକୁ  ଗୋଳାଇ   ଦେଇ  ବୁଣାଯାଏ  । କିମ୍ବା  ପାଣିରେ  ଗୋଳାଇ   ସିଆରରେ   ଛିଞ୍ଚି  ଦିଆଯାଏ  ଓ  ମଞ୍ଜି   ବୁଣାଯାଏ   । ଟିକାରେ   ଥିବା  ଶାକାଣୁ   ଗଜା   ଗଛର   ଚେର   ମଧ୍ୟକୁ   ପ୍ରବେଶ   କରି  ଭାତୁଡି   ସୃଷ୍ଟି   କରେ   ଏବଂ   ଭାତୁଡିରେ   ଯବକ୍ଷାର   ନିବନ୍ଧିତ   ହୁଏ   । ଛୁଇଁ   ଜାତୀୟ  ଫସଲ   ନିଜେ  ନିବନ୍ଧନ   ହେଉଥିବା   ଯବକ୍ଷାର   ଶତକଡା   ୭୫ ଭାଗ   ବ୍ୟବହାର   କରେ   । ଅବଶିଷ୍ଟ  ଫସଲ  ଅମଳ   ପରେ   ମୃତ୍ତିକାରେ   ମିଶିଯାଏ    । ବିଭିନ୍ନ  ପ୍ରକାର   ଛୁଇଁ  ଜାତୀୟ  ଫସଲ  ଓ  ତାର  ଚେରରେ  ଗୁଟିକା   ସୃଷ୍ଟି   କରୁଥିବା   ରାଇଜୋବିଅମ୍  ଭିନ୍ନ  ଭିନ୍ନ   ଏବଂ   ସେମାନଙ୍କର ଯବକ୍ଷାର  ନିବନ୍ଧନ   କ୍ଷମତା   ହେକ୍ଟର  ପିଛା  ୩୦ରୁ  ୩୫୦ କି.ଗ୍ରା.  ଛୁଇଁ   ଜାତୀୟ  ଫସଲର  ଅମଳ  ଏହି  ଯବକ୍ଷାର   ନିବନ୍ଧନ  ପରିମାଣ   ଉପରେ  ନିର୍ଭର   କରେ   । ମୃତ୍ତିକାରେ  ସାଧାରଣତଃ  ରାଇଜୋବିଅମ୍   ଶାକାଣୁ   ସଂଖ୍ୟା  କମ୍  ଥାଏ  । ଆବଶ୍ୟକ   ସଂଖ୍ୟକ   ଶାକାଣୁ   ଅଭାବରୁ   ଛୁଇଁ   ଜାତୀୟ  ଫସଲ   ଭଲ   ବଢିପାରେ   ନାହିଁ   । ତେଣୁ  ଟିକା   ଉପଯୋଗ   ଏକାନ୍ତ   ପ୍ରୟୋଜନ    ।

  3. ଆଜୋସ୍ପିରିଲମ୍ ଟିକା
  4. ଛୁଇଁ  ଜାତୀୟ   ଫସଲକୁ   ଛାଡି,  ଅନ୍ୟାନ୍ୟ  ଫସଲରେ  ଏହାକୁ   ଉପଯୋଗ   କରାଯାଏ    । ପ୍ରୟୋଗ   ପ୍ରଣାଳୀ   ଏକା  ପ୍ରକାର   । ଜମିରେ   ପ୍ରୟୋଗ   ହେବା  ପରେ   କଲଚର୍ ରେ  ଥିବା   ଶାକାଣୁ   ମୃତ୍ତିକାରେ  ବଂଶ   ବିସ୍ତାର  କରେ  ଏବଂ   ଫସଲର  ଚେର  ଚତୁଃପାର୍ଶ୍ଵରେ   ଯବକ୍ଷାର   ନିବନ୍ଧିତ   କରେ  । ହେକ୍ଟର   ପିଛା  ୨୦ ରୁ  ୨୫ କି.ଗ୍ରା.  ଯବକ୍ଷାର  ନିବନ୍ଧିତ  ହୁଏ   ଏବଂ  ଏହା  ଫସଲକୁ   ମିଳେ   ।

  5. ନୀଳ  ହରିତ୍ ଶୈବାଳ  ଟିକା
  6. ଠିଆ  ପାଣି  ରଖାଯାଇ  ଧାନଚାଷ  କରାଯାଉଥିବା   ଜମିରେ   ଏହାକୁ   ପ୍ରୟୋଗ   କରାଯାଏ  । ଧାନ  ରୋଇବାରେ  ୨/୪ ଦିନ   ପରେ   ଗୋଳିପାଣି   ବସିଯାଇ   ନିର୍ମଳ  ହୋଇଗଲେ  ପାଣି   ଉପରେ  ଏହି   କଲଚର୍  ଗୁଣ୍ଡକୁ   ବିଞ୍ଚି   ଦିଆଯାଏ    । ଏବଂ   ପାଣି   ବାନ୍ଧି   ରଖାଯାଏ   । ଏଥିପାଇଁ   ହେକ୍ଟର   ପିଛା  ୧୦ କି.ଗ୍ରା. ଟିକା   ପାଉଡର   ଗୁଣ୍ଡ   ଆବଶ୍ୟକ   ହୁଏ  । କଲଚର୍ ରେ   ଥିବା  ବିସ୍ତାର   ଲାଭ  କରେ  ଓ   ଯବକ୍ଷାର   ନିବନ୍ଧିତ   କରେ   । ଧାନ  ଗଛ   ପିଲ  ଦେଇ  ବଢିବା   ଫଳରେ  ପାଣି  ଉପରେ   ସୂର୍ଯ୍ୟାଲୋକ   ପଡିବା  କମିଯାଏ , ତେଣୁ  ଏ   ଶୈବାଳ   ମରିଯାଏ  ଏବଂ  ଏଥିରେ  ଥିବା  ଯବକ୍ଷାର  ଧାନ  ଫସଲକୁ   ପ୍ରାପ୍ତ   ହୁଏ   । ପ୍ରାୟ  ହେକ୍ଟର  ପିଛା   ୨୫ କି.ଗ୍ରା.  ଯବକ୍ଷାରଜାନ   ଧାନ  ଫସଲକୁ   ମିଳିପାରେ    ।

  7. ଭି.ଏ.ଏମ୍.
  8. ଏହା  ଏକ  ପ୍ରକାର  କବକ   । ଏହା  ଫସଲର  ଚେର  ପୃଷ୍ଠରେ   ବାୟା   ବିସ୍ତାର  କରି  ବଢେ   । ମୃତ୍ତିକାରେ  ଥିବା  ବା  ପ୍ରୟୋଗ  କରାଯାଉଥିବା   ଅଦ୍ରବଣୀୟ  ଫସଫେଟ୍ ରୁ  ଫସଫେଟ୍  ଯୌଗିକକୁ   ଏହା  ଦ୍ରବୀଭୂତ  କରେ   । ତେଣୁ   ଅଦ୍ରବଣୀୟ   ଫସଫେଟ୍ ରୁ   ଫସଫରସ୍  ଉପାଦାନ  ଫସଲକୁ   ଗ୍ରହଣୀୟ  ଆକାରରେ   ମିଳେ   ।ରକ୍ ଫସଫେଟ୍  ଜାତୀୟ   ସାରର   କାର୍ଯ୍ୟକାରିତା   ବଢିଯାଏ    ।

ସବୁଜ  ଖତ ଓ  ଜୈବ   ଉର୍ବରକର  ଗୁରୁତ୍ଵ

  1. ସବୁଜ  ଖତ ଓ  ଜୈବ  ଉର୍ବରକ   ମୁଖ୍ୟତଃ   ଯବକ୍ଷାରଜାନ   ଅଭାବ   ଭରଣା   କରିଥାନ୍ତି  ଏବଂ  ଫସଫେଟ୍  ସାରରୁ  ଫସଫରସ୍   ଗ୍ରହଣୀୟତା   ବୃଦ୍ଧି   କରିଥାନ୍ତି  । ତେଣୁ  କମ୍ ପରିମାଣ  ଯବକ୍ଷାରଜାନ  ଓ  ଫସଫେଟ୍  ସାରା  ପ୍ରୟୋଗ   କରି  ଅଧିକ  ଫସଲ   ଅମଳ   କରିବା  ସମ୍ଭବ   ହୁଏ   ।
  2. ସ୍ଥାୟୀ   ଭାବରେ  ନ ହେଲେ   ମଧ୍ୟ  ସାମୟିକଭାବେ  ଏହା  ମୃତ୍ତିକାରେ  ଜୈବ  ପଦାର୍ଥ  ବୃଦ୍ଧି   କରେ  ଓ  ରାସାୟନିକ   ସାରର   କାର୍ଯ୍ୟକାରିତା   ମଧ୍ୟ  ବୃଦ୍ଧି   କରେ    ।
  3. ଟିକାରେ  ଥିବା  ଶାକାଣୁ , କେତେକ  ଅଭିବୃଦ୍ଧି  ନିୟନ୍ତ୍ରକ  ରସ  କ୍ଷରଣ   କରନ୍ତି   । ଏହା  ମଞ୍ଜି  ଗଜା   ହେବାରେ   ଏବଂ   ଚାରା  ଗଛର  ଚେର   ବୃଦ୍ଧିରେ  ସହାୟକ   ହୁଏ   ।

ସାନ୍ଧ୍ରିତ  ଜୈବିକ   ଖତ

ଏଥିରେ  ମୁଖ୍ୟ  ଖାଦ୍ୟସାର  ଅଧିକ  ମାତ୍ରାରେ  ଥାଏ   । ତେଣୁ  ସ୍ଥୂଳ  ଜୈବିକ  ଖତ   ଭଳି  ଏତେ   ଅଧିକ  ପରିମାଣରେ   ପ୍ରୟୋଗ  କରିବା  ଆବଶ୍ୟକ  ପଡେ  ନାହିଁ   ।

କୌଣସି  ତୈଳବୀଜର   ତୈଳାଂଶ   କାଢି   ନେଲା  ପରେ   ରହିଯାଉଥିବା  ଖଦରା  ଅଂଶକୁ   ପିଡିଆ   କୁହାଯାଏ  । ପିଡିଆକୁ   ଗୋ – ଖାଦ୍ୟ  ଓ  ଖତ   ରୂପେ  ବ୍ୟବହାର   କରାଯାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top