অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ କୃଷିରେ ଖତର ମହତ୍ତ୍ଵ

ଜୈବିକ କୃଷିରେ ଖତର ମହତ୍ତ୍ଵ

ସବୁଜ କ୍ରାନ୍ତି ପରେ ପରେ ରାସାୟନିକ ସାର ଓ କୀଟନାଶକର ବହୁଳ ପ୍ରୟୋଗ ଉଭୟ ପରିବେଶ ଓ ପ୍ରାଣୀ ଙ୍କ ପାଇଁ ବିଭିନ୍ନ ସମସ୍ୟାକୁ ଡାକି ଆଣୁଛି । ତେଣୁ ରସାୟନ ମୁକ୍ତ ଚାଷ ବା ଜୈବିକ କୃଷିକୁ ଚାଷୀକୁ ଆପଣାଇବା ଆବଶ୍ୟକ । ଏହି ଜୈବିକ କୃଷିରେ ବ୍ୟବହୃତ ବିଭିନ୍ନ ଖତ ମଧ୍ୟରୁ କେତୋଟି ପାରମ୍ପରିକ ଖତ ବିଷୟରେ ସୂଚନା ଦିଆଯାଉଛି ।

ପ୍ରାଣୀ ମୃତ

ଆବଶ୍ୟକ ସାମଗ୍ରୀ

କୁକୁଡ଼ା ଖତ (୧୫୦ କିଗ୍ରା), ସୋରିଷ ପିଡିଆ (୨୫ କିଗ୍ରା), ପାଉଁଶ (୫୦ କିଗ୍ରା), ପାଣି (୨୦oଲି) ।

ପ୍ରସ୍ତୁତି ପ୍ରଣାଳୀ

ଜମିରେ ଗୋଟିଏ ଗାତ ଖୋଳି ପୁଷ୍ଟିକ ଚଟବିଛାନ୍ତୁ। ଏହି ଚାରୋଟି ସାମଗ୍ରୀକୁ ଏକତ୍ର ମିଶ୍ରଣ କରନ୍ତୁ। ଏହା ଉପରେ ଅଖାବସ୍ତା ଘୋଡେଇ ଦିଅନ୍ତୁ । ସକାଳେ ଓ ସଞ୍ଜରେ ଲକ୍ଷ୍ୟ କରନ୍ତୁ ଯେପରି ମିଶ୍ରଣରୁ ପାଣି ଶୁଖ୍ ନ ଯାଏ, ଯଦି ସେହି ମିଶ୍ରଣରୁ ପାଣି ଶୁଝାଯାଏ, ତେବେ ପୁଣି ପାଣି ପକାଇ ଘାଣ୍ଟନ୍ତୁ। ଏହିପରି ତିନିଦିନ କରନ୍ତୁ। ତାହା ପରେ ଚତୁର୍ଥ ଦିନରୁ ଏହା ବ୍ୟବହାର ଉପଯୋଗୀ ହୋଇଯିବ ।

ବ୍ୟବହାର ବିଧି ଏବଂ ଉପାଦେୟତା

ପନିପରିବା ଫସଲ କୋଡା ଖୋସା ସମୟରେ ମନ୍ଦା ପ୍ରସ୍ତୁତ କରି ପ୍ରତି ଗଛରେ ୫୦ରୁ ୧୦୦ ଗ୍ରାମ ହିସାବରେ ଦିଅନ୍ତୁ । ବିଳମ୍ବରେ ବ୍ୟବହାର କରିବା ପାଇଁ ଏହାକୁ ଛାଇରେ ଭୁରୁଭୁରୁଆ ହେବା ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ। ଏହାକୁ ଏକ ଅଖା ବସ୍ତାରେ ବାନ୍ଧି ଛାଇ ଜାଗାରେ କିମ୍ବା ଥଣ୍ଡା ଜାଗାରେ ୬ ମାସ ପର୍ଯ୍ୟନ୍ତ ରଖିପାରିବେ । ଏହାର ବ୍ୟବହାର ଦ୍ଵାରା ଗଛକୁ ଯବକ୍ଷାରଜାନ, ଫସଫରସ ଓ ପଟାସ ଇତ୍ୟାଦି ମିଳିଥାଏ । ଅବଶ୍ୟ ଏହାର ବ୍ୟବହାର ଫଳ ଜୋର ରାସାୟନିକ ସାରର ଆବଶ୍ୟକତା ପଡି ନ ଥାଏ ।

ଜୀବାମୃତ

ଆବଶ୍ୟକ ସାମଗ୍ରୀ

ସଜ ଗାଈ ଗୋବର (୧୦ କିଗ୍ରା), ସଜ ଗାଈ ମୃତ୍ର (୭-୧୦ ଲିଟର), ଦେଶୀ ଗୁଡ (୧ କିଗ୍ରା), ଉଇ ହୁଙ୍କା ମାଟି ବା ବରଗଛ ତଳ ମାଟି (୧ କିଗ୍ରା), ପାଣି (୧୦୦ ଲିଟର) ।

ପ୍ରସ୍ତୁତି ପ୍ରଣାଳୀ

ସମସ୍ତ ସାମଗ୍ରୀକୁ ଏକ ମାଟି ବା ପୁଷ୍ଟିକ ପାତ୍ରରେ ମିଶ୍ରଣ କରନ୍ତୁ । ଦିନକୁ ଦୁଇଥର ଗୋଟିଏ କଞ୍ଚା କାଠ ଦ୍ଵାରା ଘାଣ୍ଟନ୍ତୁ। ଏହି ମିଶ୍ରଣକୁ ୭ ଦିନ ଏପରି ଘାଣ୍ଟିବା ପରେ ଏହା ବ୍ୟବହାର ଉପଯୋଗୀ ହୋଇଥାଏ  ।

ବ୍ୟବହାର ବିଧି ଏବଂ ଏହାର ଉପାଦେୟତା

ପନିପରିବା କିମ୍ବା ଧାନ କ୍ଷେତରେ ଏକର ପିଛା ୨୦୦ ଲିଟର ମାଟିରେ ପକାନ୍ତୁ। ଫଳ ଗଛରେ ସିଞ୍ଚନ ନିମନ୍ତେ ୫୦ ମିଲି ଛଣା ପରିଷ୍କାର ତରଳ ଦ୍ରବ୍ୟକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜଳସେଚନରେ ଜୀବାମୃତ ବ୍ୟବହାର କରିବା ଏକ ସହଜ ପ୍ରଣାଳୀ । ଏହି ମିଶ୍ରଣକୁ ଯଥା ସମ୍ଭବ ବ୍ୟବହାର କରନ୍ତୁ। ଏହା ମାଟିକୁ ଉର୍ବର ରଖିବା ସହ ଫସଲର ମାନବୃଦ୍ଧି କରିଥାଏ ।

ବିଜାମୃତ

ଆବଶ୍ୟକ ସାମଗ୍ରୀ

ଦେଶୀ ଗାଈ ମୂତ୍ର (୫ ଲିଟର), ଦେଶୀ ଗାଈ ଗୋବର (୫ କିଗ୍ରା), ଧଳା ଚୁନ (୫୦ ଗ୍ରାମ), ଜଙ୍ଗଲ ମାଟି (୫୦୦ ଗ୍ରାମ), ପାଣି (୨୦ ଲିଟର) ।

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ବଡ କୁଣ୍ଡରେ ଏସବୁକୁ ଏକତ୍ର ମିଶାଇ ୨୪ ଘଣ୍ଟା ରଖନ୍ତୁ । ଦିନକୁ ୨ ଥର ବାଡି ଦ୍ଵାରା ଘାଣ୍ଟନ୍ତୁ। ୨୪ ଘଣ୍ଟା ପରେ ବିଜାମୃତ ପ୍ରସ୍ତୁତ ହୋଇଯିବ ।

ବ୍ୟବହାର ବିଧି

୨ କିଲୋଗ୍ରାମ ଧାନ ବିହନକୁ ୫୦-୬୦ ମିଲି ବିଜାମୃତରେ ଗୋଳାଇ ୬-୭ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାନ୍ତୁ। ଏବେ ମଞ୍ଜିକୁ ତଳି ପଟିରେ ପକାନ୍ତୁ । ଠିକ୍ ସେହିପରି ଲତାଜାତୀୟ ଫସଲ କିମ୍ବା ପନିପରିବା ମଞ୍ଜିକୁ ଏହିପରି ବିହନ ବିଶୋଧନ କରିପାରିବେ । ଚାରା ପ୍ରତିରୋପଣ ପୂର୍ବରୁ ତଳିକୁ ଉପାଡି ଏହାର ଚେରକୁ ବିଜାମୃତରେ ବିଶୋଧନ କରି ପ୍ରତିରୋପଣ କରାଯାଇପାରିବ ।

ଅମୃତ

ଆବଶ୍ୟକ ସାମଗ୍ରୀ

ରାଶି, ଗହମ, ଚୁଟ, ମୁଗ, ହରଡ, କାବୁଲି ବୁଟ, ଚୁମା ମଞ୍ଜି (ପ୍ରତ୍ୟେକ ରୁ ୧୦୦ଗ୍ରାମଲେଖାଏଁ ) ।

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ପୁଷ୍ଟିକ ପାତ୍ରରେ ସମସ୍ତ ଜିନିଷକୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବତୁରାନ୍ତୁ। ଏବେ ଏହାକୁ ଛାଣି ଗୋଟିଏ କପଡାରେ ବାନ୍ଧି ଦିଅନ୍ତୁ ଏବଂ ଗଜା ଧରିବା ଆରମ୍ଭ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଦେଖିବାକୁ ପଡେ  ଯେପରି ପାଣି ପୁରା ଶୁଖି ନ ଯାଏ, ଯଦି ଶୁଝାଯାଇଛି ତେବେ ହାଲୁକା ପାଣି ସିଞ୍ଚନ କରନ୍ତୁ ଗଜା ହେବା ଅବସ୍ଥା ଆସିଲେ । ଏହାକୁ ବାଟି ଏକ ଲେପ ପ୍ରସ୍ତୁତ କରନ୍ତୁ। ୨୦୦ ଲିଟର ପାଣିରେ ୧୦ ଲିଟର ଗୋମୂତ୍ର ସହ ଏହି ଲେପକୁ ଗୋଳାନ୍ତୁ। ଦିନକୁ ଦୁଇଥର ଏକ ବାଡି ଦ୍ଵାରା ଘାଣ୍ଟନ୍ତୁ। ୩ ଦିନ ଏପରି କରିବା ପରେ ଚତୁର୍ଥ ଦିନ ଏହା ଫସଲ ବ୍ୟବହାର ଉପଯୋଗୀ ହୋଇଯିବ ।

ବ୍ୟବହାର ବିଧି

ପ୍ରୟୋଗ କରିବା ପୂର୍ବରୁ ଡାଲିର ଖଦଡ ଅଂଶକୁ ଏକ ପତଳା କପଡାରେ ଛାଣି ଫସଲରେ ସିଞ୍ଚନ କରନ୍ତୁ। ଏହାକୁ ୩ରୁ ୪ ମାସ ପର୍ଯ୍ୟନ୍ତ ସାଇତି ରଖାଯାଇପାରିବା ଧାନ ଫୁଲ ଆସିବା ସମୟରେ ୧୫ ଲିଟର ପାଣିରେ ୩୦-୪୦ ମିଲି ପକାଇ ସିଞ୍ଚନ କରନ୍ତୁ । ଗଛର ବୟସ ୨୦-୩୦ ଦିନ ହେଲା ପରେ ପୁଣିଥରେ ଏହାକୁ ସିଞ୍ଚନ କରନ୍ତୁ।

ସଂଗୃହିତ - ଦେବାଶିଷ ହୋତା ପିଏଚ୍.ଡି. ସ୍କଲାର, ପ୍ରଥମବର୍ଷ, ଇନ୍ଦିରା ଗାନ୍ଧୀ କୃଷି ବିଶ୍ଵବିଦ୍ୟାଳୟ, ରାୟପୁର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate