অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ ( ଫସଫେଟ୍ ଜାତୀୟ ସାର )

ହାଡଗୁଣ୍ଡ

ମରୁତ   ଜୀବଜନ୍ତୁମାନଙ୍କର  ହାଡକୁ   ସଂଗ୍ରହ  କରାଯାଇ  ଗୁଣ୍ଡ  କରି  ଜମିରେ   ପ୍ରୟୋଗ  କରାଯାଏ   । ହାଡ  ଗୁଣ୍ଡ  ଦୁଇ  ପ୍ରକାର  ଯଥା : -  ଅସିଦ୍ଧ  ହାଡଗୁଣ୍ଡ  ଓ  ସିଦ୍ଧ  ହାଡଗୁଣ୍ଡ ।

ଅସିଦ୍ଧ  ହାଡଗୁଣ୍ଡ

ଏଥିରେ  ୩% ଯବକ୍ଷାରଜାନ  ଏବଂ  20 – 22% ଫସଫେଟ୍  ଥାଏ   । ଏଥିରୁ  8% ସାଇଟ୍ରିକ୍  ଅମ୍ଳରେ  ଦ୍ରବଣୀୟ । ଏଥିରୁ  ସାମାନ୍ୟ  ଗନ୍ଧ  ବାହାରେ   ।

ସିଦ୍ଧ  ହାଡଗୁଣ୍ଡ

ହାଡକୁ  ସିଝାଇ  ସିଦ୍ଧ   କରାଯାଏ   । ସିଦ୍ଧ  ହେବା   ଦ୍ଵାରା  ହାଡ   ଉପରେ   ଲାଗିଥିବା   ଅଠାଳିଆ   ମାଂସ ଓ  ତନ୍ତୁ  ନଷ୍ଟ   ହୋଇଯାଏ   । ଏବଂ  ହାଡ  ନରମା   ହୋଇଯାଏ   । ଏହାକୁ   ଗୁଣ୍ଡ  କରିବା  ସହଜ   ହୁଏ   । ଏହାକୁ   ଯନ୍ତ୍ରରେ   ବା  ହାତରେ  ବାଡେଇ  ଗୁଣ୍ଡ   କରାଯାଏ   । ଏଥିରେ  1%N ଏବଂ  23 – 25%    ଥାଏ   । ସାଇଟ୍ରିକ   ଅମ୍ଳ   ଦ୍ରବଣୀୟ  ଫସଫେଟ୍  ପରିମାଣ  ଶତକଡା  12 – 16%   । ତେଣୁ  ଏହାର  ଉଦ୍ଭିଦ   ଗ୍ରହଣୀୟତା   ଅଧିକ   । ହାଡ  ଗୁଣ୍ଡରେ  ଥିବା  ଫସଫେଟ୍  ମୃତ୍ତିକାସ୍ଥ  ଅମ୍ଳ  ଏବଂ  ଚେରରୁ   ନିର୍ଗତ   ଅମ୍ଳ  ସହିତ  ରାସାୟନିକ  ପ୍ରକ୍ରିୟା  ଧୀରେ  ଧୀରେ  ଗ୍ରହଣୀୟ  ହୁଏ  । ଅସିଦ୍ଧ  ହାଡଗୁଣ୍ଡ  ବଡ  ବଡ  ଓ  କଠିନ  ହୋଇଥିବାରୁ   ଗ୍ରହଣୀୟ   ଅବସ୍ଥାକୁ   ଆସିବା  ପାଇଁ   ବେଶି   ସମୟ  ଲାଗେ    ।

ଅମ୍ଳ  ମୃତ୍ତିକା  ପାଇଁ   ହାଡଗୁଣ୍ଡ   ଗୋଟିଏ   ଅତି  ଉତ୍ତମ  ଫସଫେଟ୍   ସାର   । ଏହାର  ପ୍ରଭାବ  ଦୀର୍ଘକାଳ   ରହେ   । ତେଣୁ  ଫଳ  ବଗିଚାରେ   ପ୍ରୟୋଗ   ପାଇଁ   ଏହା  ବିଶେଷ   ଉପଯୋଗୀ   ।

ରକ୍  ଫସଫେଟ୍

ଭୂପୃଷ୍ଠର  କେତେକ   ନିର୍ଦ୍ଧିଷ୍ଟ  ଅଞ୍ଚଳରେ  ସ୍ତରୀଭୂତ  ଫସଫେଟ୍  ଶୀଳା  ରହିଛି   । ଏହାକୁ  ଖୋଳାଯାଇ  ବାହାର   କରାଯାଏ  ଏବଂ  ମେସିନ୍  ସାହାଯ୍ୟରେ  80 ରୁ 100 ଚାଲୁଣିରେ   ଚଲାଯାଇ  ସେ  ଗୁଣ୍ଡ   ବ୍ୟବହାର   କରାଯାଏ   । ଏହାକୁ  ୮୦ – ୧୦୦  ଜାଲି  ଗୁଣ୍ଡ  ଫସଫେଟ୍  ବୋଲି   କୁହାଯାଏ   । ଏହି   ଗୁଣ୍ଡକୁ   ସିଧା  ସଳଖ  ସାର  ହିସାବରେ  ବ୍ୟବହାର  କରାଯାଏ   କିମ୍ବା ଏଥିରୁ   ଅନ୍ୟାନ୍ୟ  ପ୍ରକାର  ଫସଫେଟ୍  ସାର  ପ୍ରସ୍ତୁତ  କରାଯାଏ   । ସାଧାରଣତଃ  ନିମ୍ନ  ମାନର  ରକ୍  ଫସଫେଟ୍ କୁ   ସିଧାସଳଖ  ବ୍ୟବହାର  କରାଯାଏ   । ଅମ୍ଳ  ପ୍ରତିକ୍ରିୟା  ଦ୍ଵାରା  ଅନ୍ୟାନ୍ୟ  ଫସଫେଟ୍  ସାର  ପ୍ରସ୍ତୁତି   ପାଇଁ   ଉଚ୍ଚମାନର  ରକ୍  ଫସଫେଟ୍  ଆବଶ୍ୟକ   । ଆମ  ଦେଶର  ଉତ୍ତରପ୍ରଦେଶର  ମସୋରି , ରାଜସ୍ଥାନର  ଉଦୟପୁରା  ପ୍ରଭୃତି   ସ୍ଥାନରେ  ପର୍ଯ୍ୟାପ୍ତ   ଫସଫେଟ୍  ଶୀଳା  ଗଚ୍ଛିତ  ଅଛି   । ଏଗୁଡିକ  ମୁଖ୍ୟତଃ  ନିମ୍ନମାନର   । ଏଥିରେ  ୧୮ – ୨୫% ଫସଫେଟ୍  ରହିଛି   । ଲୌହ  ଓ ଆଲୁମିନିୟମ   ଅକସାଇଡ, ଏବଂ  କର୍ଦ୍ଦମ  ଅପେକ୍ଷାକୃତ  ଅଧିକ  ରହିଛି   । ବଜାରରେ  ମିଳୁଥିବା  “ମସୋରି  ଫସ୍” ଏବଂ  “ରାଜଫସ୍”  ଉପରୋକ୍ତ  ନିମ୍ନମାନର   ଫସଫେଟ୍  ଶୀଳାରୁ  ପ୍ରସ୍ତୁତ   କରାଯାଉଛି   । ସୁପର  ଫସଫେଟ୍  ଏବଂ  ଅନ୍ୟାନ୍ୟ  ଫସଫେଟ୍  ସାର  ଓ  ଫସଫୋରିକ  ଅମ୍ଳ  ପ୍ରସ୍ତୁତି   ପାଇଁ  ୩୦ ରୁ  ଅଧିକ  ଫସଫେଟ୍  ଥିବା  ଉଚ୍ଚମାନର   ରକ୍  ଫସଫେଟ୍  ବିଦେଶରୁ   ଆମଦାନୀ   କରାଯାଉଛି   । ରକ୍  ଫସଫେଟ୍  ସାରରେ   ଫସଫେଟ୍  ଉପାଦାନ   ଅପାଟାଇଟ୍  ଭାବରେ  ଥାଏ   । ଏହାର   ରାସାୟନିକ   ଫର୍ମୁଲା  ତେଣୁ  ଫସଫେଟ୍   ଆଦୌ  ଜଳରେ  ଦ୍ରବଣୀୟ   ନୁହେଁ   । ସାଇଟ୍ରିକ  ଅମ୍ଳ  ଦ୍ରବଣୀୟତା  ମଧ୍ୟ   ବହୁତ  କମ୍  । ଅମ୍ଳ  ମୃତ୍ତିକା  ସହିତ   ରାସାୟନିକ   ପ୍ରତିକ୍ରିୟା   ଦ୍ଵାରା  ଏଥିରୁ  ଫସଫେଟ୍  ଉଦ୍ଭିଦ  ଗ୍ରହଣୀୟ   ଡାଇକାଲସିଅମ୍  ଫସଫେଟ୍  ଏବଂ   ମନୋକାଲସିଅମ୍  ଫସଫେଟ୍  ରେ  ଧୀରେ  ଧୀରେ   ରୂପାନ୍ତରୀତ  ହୁଏ  । ତେଣୁ  ଏହାର  ଗ୍ରହଣୀୟତା   ମନ୍ଥର  ଏବଂ  ସମୟସାପେକ୍ଷ    ।

ରକ୍ ଫସଫେଟ୍  ସାରର   ଉପଯୋଗୀତା  ଓ  ବ୍ୟବହାର   ପ୍ରଣାଳୀ

  1. ଅମ୍ଳୀ  ମୃତ୍ତିକା   ପାଇଁ   ଏହା   ଉପଯୁକ୍ତ   ।
  2. ଏହା  ଧୀରେ  ଧୀରେ  ଗ୍ରହଣୀୟ  ହେଉଥିବାରୁ   ଏହାର  ପ୍ରଭାବ   ଦୀର୍ଘ   ସ୍ଥାୟୀ   । ଯେଉଁ  ଫସଲରେ   ପ୍ରୟୋଗ   କରାଯାଏ   ତାର   ପରବର୍ତ୍ତୀ   ଫସଲଗୁଡିକ  ମଧ୍ୟ  ଲାଭବାନ୍  ହୁଅନ୍ତି   । ଦୀର୍ଘକାଳି  ଫସଲ  ଯଥା  - ଆଖୁ , ଫଳଗଛ  ପ୍ରଭୃତି   ଲଗାଇବା   ସମୟରେ  ଏହା   ପ୍ରୟୋଗ   କରାଯିବା  ଲାଭଜନକ   ।
  3. ଶିମ୍ବଜାତୀୟ  ଫସଲ  ଯଥା – ସୋୟାବିନ୍ , ମୁଗ , ବିରି , ଚିନାବାଦାମ  ଫସଲ  ଗୁଡିକ  ପାଇଁ   ଏହା  ବିଶେଷ   ଫଳପ୍ରଦ   ।
  4. ଏହାର   ଗ୍ରହଣୀୟତା  ମନ୍ଥର  ହୋଇଥିବାରୁ   ଫସଲ   ଲଗାଇବାର  ୩/୪ ସପ୍ତାହ   ଆଗରୁ   ଜମିରେ   ପ୍ରୟୋଗ   କଲେ   ଏହାର   ଗ୍ରହଣୀୟତା   ତ୍ୱରାନ୍ୱିତ  ହୁଏ    ।
  5. ଖତ  ସହିତ   ସଢାଇଲେ  ବା  ଖତ  ସହିତ  ଫେଣ୍ଟି   ଗମକରି   ରଖିଲେ   କିଛିଦିନ   ପରେ  ଜମିରେ   ପ୍ରୟୋଗ   କଲେ   ଏହାର  ଗ୍ରହଣୀୟତା   ତ୍ୱରାନ୍ୱିତ   ହୁଏ   ।
  6. ମୃତ୍ତିକା   ସାମାନ୍ୟ  ଅମ୍ଳୀ   ବା  ନିରପେକ୍ଷ   ହୋଇଥିଲେ   କିମ୍ବା  ଫସଲ   ଲଗାଇବା   ସମୟରେ   ପ୍ରୟୋଗ   କରିବାକୁ  ପଡୁଥିଲେ  କିମ୍ବା  ମୃତ୍ତିକାର  ଗ୍ରହଣୀୟ  ଫସଫେଟ୍  ପରିମାଣ   ଅତିକମ୍  ଥିଲେ , ରକ୍  ଫସଫେଟ୍ ର   ଗ୍ରହଣୀୟତା  ତ୍ୱରାନ୍ୱିତ   କରିବା  ପାଇଁ   ଏହାକୁ   ସୁପରଫସଫେଟ୍  ସହିତ  ୩ : ୧ ବା  ୧ : ୧  ଅନୁପାତରେ   ଫେଣ୍ଟି  ଜମିରେ   ପ୍ରୟୋଗ   କରିବା  ବିଧେୟ    ।

ଧାତୁମଳ  ମଣ୍ଡଳ

ବେସିକ୍  ସ୍ଲାଗ୍  ଲୁହା  ବା  ଇସ୍ପାତ  କାରଖାନାର  ଏକ  ଉପଜାତ   ପଦାର୍ଥ   । ଉଚ୍ଚମାନର  ଧାତୁ   ମଳରେ  ୮% ବା  ତହିରୁ  ଅଧିକ  ଫସଫେଟ୍   ଥାଏ   । ନିମ୍ନମାନର   ସ୍ଲାଗ୍ ରେ  ୨ରୁ ୪% ଫସଫେଟ୍  ଥାଏ   । ନିମ୍ନମାନର   ଧାତୁମଳରେ   ଆଂଶିକ  ଅମ୍ଳୀକରଣ   କରାଯାଇଥିବା   ରକ୍  ଫସଫେଟ୍  ସାର  ମିଶାଇ   ଉଚ୍ଚମାନର  ସ୍ଲାଗ୍  ଫସଫେଟ୍  ସାର  ମଧ୍ୟ  ପ୍ରସ୍ତୁତ  କରାଯାଉଛି    । ଉଚ୍ଚମାନର   ଧାତୁମଳକୁ   ଫସଫେଟ୍  ସାର  ଭିତରେ  ଓ  ନିମ୍ନମାନର   ବେସିକ୍  ସ୍ଲାଗ୍ କୁ   ମୃତ୍ତିକା – ଶୋଧକ  ପଦାର୍ଥ   ଭାବରେ   ବ୍ୟବହାର   କରାଯାଏ   ।

ଭୌତିକ  ଓ  ରାସାୟନିକ   ଗୁଣ  ଓ  ଉପଯୋଗିତା

  1. ଏହା  କଳାରଙ୍ଗର   ଗୁଣ୍ଡ   ଏବଂ   ଜଳରେ  ଆଦୌ  ଦ୍ରବୀଭୂତ   ନୁହେଁ  ।
  2. ଏଥିରେ   ଫସଫରସ୍  ଉପାଦାନ   କ୍ୟାଲେସିଅମ  ଫସପୋସିଲିକେଟ  ଭାବରେ   ରହିଛି   ।  ତେଣୁ   ଏହାର  ଗ୍ରହଣୀୟତା   ମନ୍ଥର   ।
  3. ଏଥିରେ   ଚୂନଜାତୀୟ   ପଦାର୍ଥ   ମିଶି   ରହିଥିବାରୁ  ଅମ୍ଳତା   ହ୍ରାସକରେ   ଏବଂ   ମୃତ୍ତିକାରେ  କ୍ୟାଲେସିୟମ   ଅଭାବ   ଦୂର   କରିପାରେ   ।
  4. ଏଥିରେ   ଥିବା  ସିଲିକେଟ   ଆୟନା   ଫସଫରସ୍  ଗ୍ରହଣୀୟ   ହେବା  ପାଇଁ   ସହାୟତା   କରେ   ।
  5. ଏଥିରେ  ଥିବା  ସିଲିକା  ଧାନ , ଆଖୁ , ମାଣ୍ଡିଆ  ପ୍ରଭୃତି   ଫସଲର   କାଣ୍ଡ  ଓ  ପତ୍ରକୁ   ଦୃଢତା   ପ୍ରଦାନ   କରେ   ଏବଂ   ଅମଳ   ବୃଦ୍ଧିକରେ   ।
  6. ଏଥିରେ   ମୁକ୍ତ  ଥିବାରୁ  ଆଳୁ   ଫସଲରେ  ପ୍ରୟୋଗ   ନିଷେଧ   ।
  7. ନିମ୍ନମାନର  ସ୍ଲାଗ୍  ଗୁଣ୍ଡକୁ   ଶୋଧକ   ପଦାର୍ଥ   ଭାବରେ  ପ୍ରୟୋଗ   କଲେ   ଫସଲରେ  ସ୍ଵତନ୍ତ୍ର   ଭାବରେ  ଫସଫେଟ୍  ସାରା  ପ୍ରୟୋଗର  ଆବଶ୍ୟକତା   ରହେ  ନାହିଁ   ।
  8. ଏହାକୁ   ଫସଲ   ଲଗାଇବାର  ୩/୪  ସପ୍ତାହ  ଆଗରୁ   ପ୍ରୟୋଗ   କରାଯିବା   ବିଧେୟ   ।

ସିଙ୍ଗିଲ  ସୁପର   ଫସଫେଟ୍

ଏହାକୁ  ସାଧାରଣତଃ   ସୁପର   ସାର  କୁହାଯାଏ   । ରକ୍  ଫସଫେଟ୍  ଗୁଣ୍ଡ   ସହିତ  ୭୦%  ଗନ୍ଧକାମ୍ଳର  ରାସାୟନିକ   ପ୍ରତିକ୍ରିୟା  ଦ୍ଵାରା   ଏହି  ସାର   ପ୍ରସ୍ତୁତ   କରାଯାଏ   ।

ଭୌତିକ  ଓ  ରାସାୟନିକ   ଗୁଣ ଓ  ପ୍ରତିଯୋଗିତା

  1. ଏହା  ଇଷତ୍  ହଳଦିଆ  ବା  ପାଉଁଶିଆ  ରଙ୍ଗର   ଗୁଣ୍ଡସାର   ଅନେକ  ସମୟରେ   ମୁକ୍ତ  ଅମ୍ଳ   ରହିଯାଇଥିବାରୁ  ସାମାନ୍ୟ  ଓଦାଳିଆ   ଥାଏ    ।
  2. ଏହି  ସାରର  ରାସାୟନିକ  ଫର୍ମୁଲା Ca X CaO । ଏଥିରେ 16% , 21% Ca  ଏବଂ  12% S ଅଛି ।
  3. ଏଥିରେ   ଥିବା  ଫସଫରସ୍  ଉପାଦାନ   ମୁଖ୍ୟତଃ  ଜଳ  ଦ୍ରବଣୀୟ    ଭାବରେ   ଥାଏ   ଏବଂ   ଅତି  ଅଳ୍ପଭାଗ  ଭାବରେ   ଥାଏ   ।
  4. ଅଧିକ  ଅମ୍ଳୀ  ମାଟି  ପାଇଁ  ସାର  ଉପଯୁକ୍ତ  ନୁହେଁ   । କାରଣ  ଫସଫରସ୍  ଉପାଦାନ   ଲୌହ ଓ  ଆଲୁମିନିୟମ   ସହିତ  ବାନ୍ଧିହୋଇ  ରହେ  ଓ  ଗ୍ରହଣୀୟତା   କମିଯାଏ   । ତେଣୁ   ଅମ୍ଳୀ ମୃତ୍ତିକାରେ  ଏହାର  କାର୍ଯ୍ୟକାରିତା   ବୃଦ୍ଧିପାଇଁ   ପ୍ରଥମେ   ଚୂନ   ପ୍ରୟୋଗ   କରି   ମୃତ୍ତିକା  ଶୋଧନ   କରାଯିବା   ଆବଶ୍ୟକ   । ମଞ୍ଜି   ବୁଣିବା   ସମୟରେ   ବା  ଚାରା   ରୋପଣ   ସମୟରେ  ସୁପରଫସଫେଟ୍  ସାରକୁ   ସିଆର   ବା  ମନ୍ଦା   ମଧ୍ୟରେ  ସ୍ଥାନୀକରଣ   ପ୍ରଣାଳୀରେ   ପ୍ରୟୋଗ   କଲେ   ଏହାର  କାର୍ଯ୍ୟକାରିତା   ବୃଦ୍ଧିପାଏ   । ଜୈବିକ   ଖତ   ସହିତ   ଫେଣ୍ଟି   କିଛିଦିନ   ପାଗ   କରିବା   ପରେ   ପ୍ରୟୋଗ   କଲେ   ମଧ୍ୟ  କାର୍ଯ୍ୟକାରିତା   ବୃଦ୍ଧିପାଏ   ।
  5. ଚିନାବାଦାମ, ମୂଳା, ସୋରିଷ, ସୋୟାବିନ, କୋବି   ପ୍ରଭୃତି   ଫସଲର   ଗନ୍ଧକ   ଚାହିଦା   ଅଧିକ  ଥିବାରୁ   ଏହିସବୁ   ଫସଲ  ପାଇଁ   ଏହା  ବିଶେଷ  ଉପଯୋଗୀ   ।
  6. କ୍ଷାରୀ   ମାଟିରେ   ଏହା  ହ୍ରାସ   କରେ  ଏବଂ  ଫସଲକୁ   ଫସଫରସ୍  ସହ୍ୟ  କ୍ୟାଲସିୟମ  ଓ  ଗନ୍ଧକ   ମଧ୍ୟ  ଯୋଗାଏ   ।

ଟ୍ରିପଲ   ସୁପରଫସଫେଟ୍

ରକ୍ ଫସଫେଟ୍  ଗୁଣ୍ଡ   ସହିତ  ଫସଫୋରିକ୍  ଅମ୍ଳର   ପ୍ରତିକ୍ରିୟା  କରାଇ  ଏହି  ସାର  ପ୍ରସ୍ତୁତ  କରାଯାଏ   । ପୂରକ   ମିଶାଯାଇ   ଦାନାଦାର  ସାର  ଭାବରେ  ପ୍ରସ୍ତୁତ   କରାଯାଏ   । ଏହା  ‘ତ୍ରିବେଣୀ’ ନାମରେ   ଖ୍ୟାତ   ।

ଭୌତିକ  ଓ  ରାସାୟନିକ   ଗୁଣ ବା  ଉପଯୋଗିତା  ।

  1. ଏହା  ପାଉଁଶ  ରଙ୍ଗର   ଦାନାଦାର  ସାର    ।
  2. ଏଥିରେ   ଫସଫରସ୍  ଉପାଦାନ   ମୁଖ୍ୟତଃ  Ca ()2  ଭାବରେ   ଥାଏ   । ମୋଟ୍ 46%  ର   ଶତକଡା  95 ଭାଗ   ଜଳ   ଦ୍ରବଣୀୟ   ।
  3. ଏହି  ସାରର  କାର୍ଯ୍ୟକାରିତା  ସିଙ୍ଗଲ  ସୁପରଫସଫେଟ୍  ସହିତ  ତୁଳନୀୟ   । କିନ୍ତୁ  ଏଥିରେ  ଗନ୍ଧକ  ଉପାଦାନର  ମାତ୍ରା  ନଗଣ୍ୟ   ।
  4. ଏହା   ଦାନାଦାର  ସାର  ହୋଇଥିବାରୁ   ପ୍ରୟୋଗ   ସମୟରେ   ପବନରେ   ଉଡିଯାଏ  ନାହିଁ  ଏବଂ   ଅମ୍ଳୀ   ମାଟିରେ   ସିଙ୍ଗଲ   ସୁପରଫସଫେଟ୍  ତୁଳନାରେ   ଅଧିକ  କାର୍ଯ୍ୟକାରୀ   ହୋଇଥାଏ   ।

ପୋଟାସ୍  ଜାତୀୟ  ଦ୍ରବ୍ୟ

  • ମିଉରିଏଟ୍  ଅଫ୍   ପଟାସ୍
  • ଭୂମି  ଆଭ୍ୟନ୍ତରୀଣ   ସ୍ତରୀଭୂତ   ଶୀଳା  ଆକାରରେ  ଥିବା  ସିଲଭାଇଟ , ସିଲଭିନାଇଟ  ଏବଂ  କାର୍ନାଲାଇଟ   ପ୍ରଭୃତି   ପଟାସ   ଖଣିଜ  ଲବଣକୁ   କାଟି  ଖଣିରୁ   ବାହାର   କରାଯାଏ   ।  ଏହାକୁ   ଗୁଣ୍ଡକରି   ଓ  ଶୁଦ୍ଧକରି   ମିଉରିଏଟ୍  ପଟାସ୍  ସାର   ପ୍ରସ୍ତୁତ   କରାଯାଏ   । ଆମ  ଦେଶରେ   ପଟାସ୍  ଖଣି   ନଥିବାରୁ   ସବୁତକ  ପଟାସ୍  ସାର   ବିଶେଷରୁ  ଆମଦାନୀ   କରାଯାଉଛି   ।ଏହାର   ରାସାୟନିକ  ଫର୍ମୁଲା KCi .

    ଭୌତିକ  ଓ  ରାସାୟନିକ   ଗୁଣ  ବା   ଉପଯୋଗିତା

    1. ଏହା   ସରୁଦାନା  ଚିନି  ଭଳି   । ସମୟେ  ସମୟେ  ଏଥିସହିତ  ଗୋଲାପି  ବା  ଅଭିର  ରଙ୍ଗର  ପଦାର୍ଥ   ମିଶାଇ  ଦିଆଯାଇଥାଏ   । ଏହା  ଆର୍ଦ୍ରତା  ଗ୍ରାହୀ   ନୁହେଁ   କିମ୍ବା  ଟେଳା   ବାନ୍ଧେ   ନାହିଁ   ।
    2. ଏଥିରେ   ଥିବା   ପୋଟାସ୍  ଯୌଗିକର  ଫର୍ମୁଲା – KCI   । ଏଥିରେ   58- 60% ପୋଟାସ୍  (O) ଥାଏ   ।  ଏହା  ସମ୍ପୂର୍ଣ୍ଣ   ଜଳ  ଦ୍ରବଣୀୟ   ।
    3. ଯେ  କୌଣସି  ଫସଲରେ  ଏହି  ପୋଟାସ୍  ସାର  ପ୍ରୟୋଗ  କରାଯାଇପାରେ   । କିନ୍ତୁ  ଧୂଆଁପତ୍ର, ଚା, କଫି  ଗଛରେ   ଏକକାଳୀନ  ବେଶି  ପରିମାଣରେ  ପ୍ରୟୋଗ   କଲେ  ସ୍ଵାଦ  ଓ  ଗୁଣକୁ  ନଷ୍ଟକରେ   ।
  • ପୋଟାସିୟମ  ସଲଫେଟ୍
  • ଏହି  ସାର  ଇଷତ୍  ହଲଦିଆ  ରଙ୍ଗର  ସ୍ପଟିକାକାର  ଦାନାଯୁକ୍ତ   ସାର  । ଏହା  ସମ୍ପୂର୍ଣ୍ଣ  ଜଳ  ଦ୍ରବଣୀୟ    । ଆର୍ଦ୍ରତା  ଗ୍ରାହୀ   ନୁହେଁ   । ଏହାର   ଫର୍ମୁଲା    । ଏଥିରେ  48 – 50%  ପୋଟାସ୍  ଏବଂ 17%  ଗନ୍ଧକ   ଅଛି   । ଧୂଆଁପତ୍ର, ଚା ଓ କଫି  ଫସଲ  ପାଇଁ  ଏହା  ସ୍ଵତନ୍ତ୍ର  ଭାବରେ  ଆମଦାନୀ   କରାଯାଉଛି   । କାରଣ   ମିଉରିଏଟ୍  ପୋଟାସ୍  ତୁଳନାରେ  ଏହାର  ଦାମ୍  ବହୁତ   ଅଧିକ   ।

  • ପୋଟାସିୟମ   ସୋଏନାଇଟ୍
  • ସମୁଦ୍ର  ଲୁଣିପାଣିରୁ  ମିଳୁଥିବା   ମିଶ୍ରିତ   ଲବଣରୁ  ସାଧାରଣ   ଲବଣ   ଅଲଗା   କରିନେଇ   ଅବଶିଷ୍ଟ  ଲବଣରୁ  ଏହି  ସାର  ପ୍ରସ୍ତୁତି   ପାଇଁ   ପଦକ୍ଷେପ  ନିଆଯାଇଛି   । ଏଥିରେ  23%  O , 10% Mg ଏବଂ  14% S ଅଛି   । ଏହାର   ରାସାୟନିକ  ଫର୍ମୁଲା  ( Mg)  O  । ଏହା   ପୋଟାସିୟମ   ଓ  ମ୍ୟାଗ୍ନେସିୟମ   ଡବଲ   ସଲଫେଟ୍  ଅଟେ   ।

ଯୌଗିକ  ଓ  ମିଶ୍ରିତ   ସାର

ଯେଉଁ   ସାରଗୁଡିକ   ଫସଲକୁ  ଏକାଧିକ  ମୁଖ୍ୟ   ଖାଦ୍ୟସାର   ଯୋଗାଇଥାଏ   ସେଗୁଡିକୁ  ଏହି  ଶ୍ରେଣୀଭୁକ୍ତ  କରାଯାଇଛି   । କେଉଁ   ମିଶ୍ରିତ   ସାରରେ   କେଉଁ   କେଉଁ   ମୁଖ୍ୟ   ଖାଦ୍ୟସାର   ଅଛି   ତାହା  ବସ୍ତା   ଉପରେ   ଉଲ୍ଲେଖ   ଥିବା  ସାରର  ମାନ  ରୁ   ଜଣାଯାଏ   ।  ତଳେ   କେତେକ   ମିଶ୍ରିତ   ସାର  ବିଷୟରେ   ବିବରଣୀ   ଦିଆଯାଉଛି   ।

  • ଡାଇଆମୋନିଅମ୍  ଫସଫେଟ୍
  • DAP 18-46  ତରଳ   ଆମୋନିଆ  ଗ୍ୟାସ୍  ସହିତ   ଫସଫୋରିକ୍  ଅମ୍ଳର   ରାସାୟନିକ   ସଂଯୋଗ   ଦ୍ଵାରା   ଏହି  ସାର  ପ୍ରସ୍ତୁତ   କରାଯାଉଛି   । ଆମ  ରାଜ୍ୟର   ପାରାଦ୍ଵୀପ   ଫସଫରସ୍  ଲିମିଟେଡ୍   ସାର  କାରଖାନାରେ  ଏହି   ସାର  ତିଆରି   କରାଯାଉଛି   । ଏହାର   ମାନକୁ  18-46 କରିବା   ପାଇଁ  କିଛି  ୟୁରିଆ  ଏବଂ  ପୂରକ   ମିଶାଯାଇ   ଗୋଲାକାର  ଦାନାଦାର  DAP  ତିଆରି   କରାଯାଏ   ।

    ଭୌତିକ ଓ ରାସାୟନିକ ଗୁଣ ଓ ଉପଯୋଗିତା

    ଏହା  ଧୂସର   ବା  ପାଉଁଶିଆ  ରଙ୍ଗର   ଦାନାଦାର  ସାର  । ଏଥିରେ   ଥିବା  ଯୌଗିକ  ଉପାଦାନ   ଜଳରେ  ଦ୍ରବଣୀୟ   । ଏହି   ସାର   ସାମାନ୍ୟ   ଆର୍ଦ୍ରତା  ଗ୍ରାହୀ   ଏବଂ   ଗୋଦାମରେ  ସାର  ବସ୍ତା  ବେଶିଦିନ   ଥାକ  ମରାହୋଇ   ରହିଲେ  ବିଣ୍ଡା   ବାନ୍ଧେ   ।

    ଏହି  ସାରରେ   ମୁଖ୍ୟତଃ (NH4)2H2O4 ଥାଏ  ଏବଂ  ଅଳ୍ପ  ୟୁରିଆ (NH2-CO-NH2) ମିଶିଥାଏ   । 18%  ଯବକ୍ଷାରଜାନରୁ  ଅଧିକାଂଶ   ଆମୋନିଅମ୍  ଏବଂ   ଖୁବ୍  ଅଳ୍ପ  ଭାଗ   ଆମାଇଡ୍ (- N ) ଭାବରେ   ଥାଏ   । 46%   ର  95%  ଜଳ  ଦ୍ରବଣୀୟ   ଏବଂ   ଅବଶିଷ୍ଟ  ସାଇଟ୍ରେଟ  ଦ୍ରବଣୀୟ   । ଏହା  ଅମ୍ଳାକ୍ତ  ସାର    ।

    ଧାନ, ଗହମ,  ମକା, ଆଳୁ  ପ୍ରଭୃତି  ସବୁ  ପ୍ରକାର  ଫସଲରେ  ଏହାକୁ  ମୂଳସାର  ଭାବରେ  ପ୍ରୟୋଗ  କରାଯାଏ   ।

  • ଆମୋଫସ୍
  • ଆମୋନିଅମ୍  ଫସଫେଟ୍  ଏବଂ  ଆମୋନିଅମ୍  ସଲଫେଟ୍   ସାରର  ସଂଯୋଗ   କରାଇ  ସେଥିରେ   ପୂରକ   ମିଶାଯାଇ  ଗୋଲାକାର   ଦାନାଦାର  ଆମୋଫସ୍  ସାର  ପ୍ରସ୍ତୁତ   କରାଯାଏ    ।

    ଭୌତିକ   ଓ  ରାସାୟନିକ   ଗୁଣ  ବା   ଉପଯୋଗିତା

    ଏହା  ସାମାନ୍ୟ   ଧୂସର   ରଙ୍ଗ   ବିଶିଷ୍ଟ  ଦାନାଦାର  ସାର  । ଏଥିରେ   ଥିବା  ଯୌଗିକ   ଜଳ  ଦ୍ରବଣୀୟ । ଏହି   ସାର   ଆର୍ଦ୍ରତାଗ୍ରାହୀ   ନୁହେଁ  କିମ୍ବା   ବସ୍ତା  ମଧ୍ୟରେ  ସହଜେ   ବିଣ୍ଡା   ବାନ୍ଧେ  ନାହିଁ  । ଏହି  ସାରରେ  ଥିବା  16 ବା  20%  ଯବକ୍ଷାରଜାନ  ଆମୋନିଆ  ଭାବରେ  ଥାଏ   । 20%  ଫସଫେଟ୍ 95%  ଜଳ  ଦ୍ରବଣୀୟ  ଓ  ଅବଶିଷ୍ଟ  ସାଇଟ୍ରେଟ୍   ଦ୍ରବଣୀୟ   । ଏହା  ଗୋଟିଏ  ଅମ୍ଳାକ୍ତ  ସାର   । ଏହି  ସାରରେ  10-12%  ଗନ୍ଧକ  ଥାଏ   ।

    ଯବକ୍ଷାରଜାନ   ଆମୋନିଅମ୍  ଭାବରେ  ଥିବାରୁ  ଧାନ  ଫସଲ  ପାଇଁ  ଏହା  ଗୋଟିଏ   ଅତି  ଉତ୍ତମ  ସାର   । ଆଳୁ, ଆଖୁ, ଗହମ, ମକା  ପ୍ରଭୃତି   ଅନ୍ୟାନ୍ୟ  ଫସଲରେ   ମଧ୍ୟ   ଏହାର  କାର୍ଯ୍ୟକାରିତା   ଭଲ   । ଅଧିକ  ଗନ୍ଧକ   ଚାହିଦା   ଥିବା  ସୋରିଷ , ମୂଳା, କୋବି  ପ୍ରଭୃତି   ଫସଲରେ  ମୂଳସାର   ଭାବରେ   ପ୍ରୟୋଗ   କଲେ   ଅଧିକ  ସୁଫଳ   ମିଳେ   ।

    ଅମ୍ଳୀୟ  ମାଟିରେ  ଏହା  ଅମ୍ଳତା  ବୃଦ୍ଧି  କରେ  କିନ୍ତୁ  କ୍ଷାରୀ  ମାଟିରେ  ପ୍ରୟୋଗ  କ୍ଷାରିତ୍ଵ

  • ୟୁରିଆ  - ଆମୋନିଅମ୍- ଫସଫେଟ୍  ମିଶ୍ରିତ  ସାର
  • ମୁଖ୍ୟତଃ  DAP  ସାର  ଓ  ୟୁରିଆ  ସାରର  ସଂଯୋଗ   କରାଯାଇ  ଏହି  ସାର  ପ୍ରସ୍ତୁତ   କରାଯାଏ   । ସ୍ଥଳ  ବିଶେଷରେ   ମିଉରିଏଟ୍  ଅଫ୍  ପଟାସ୍  ସାର  ମିଶାଇ  ୩ଟି   ମୁଖ୍ୟ   ଖାଦ୍ୟସାର  ଥିବା  ସାର  ପ୍ରସ୍ତୁତ   କରାଯାଏ   । ଶେଷରେ   ପୂରକ   ମିଶାଇ   ଏହାକୁ   ଗୋଲାକାର   ଦାନାଦାର   ସାର  ଭାବରେ  ତିଆରି   କରାଯାଏ   । ବିଭିନ୍ନ   ସାର  କମ୍ପାନୀ   ତରଫରୁ  ପ୍ରସ୍ତୁତ  କରାଯାଉଥିବା  ଏହି  ପ୍ରକାର  ମିଶ୍ରିତ  ସାରଗୁଡିକର   ତାଲିକା   ଦିଆଗଲା   ।

    ସାରର  ନାମ

    ମାନ

    ପ୍ରସ୍ତୁତକାରୀ   କମ୍ପାନୀ

    ୧. ଗ୍ରୋମର

    28-28 , 14-35-14

    କରମଣ୍ଡଳ  ଫର୍ଟିଲାଇଜର୍ସ ,ଆନ୍ଧ୍ରପ୍ରଦେଶ

    ବିଜୟ

    24-24 , 14-28-14 , 17-17-17

    ମାନ୍ଦ୍ରାଜ  ଫର୍ଟିଲାଇଜର୍ସ , ତାମିଲନାଡୁ

    ଇଫ୍ କୋ

    10-26-26 , 12-32-16

    IFFCO  କମ୍ପାନୀ, ଗୁଜୁରାଟ

    ଫାକ୍ ଟ

    28-28

    FACT  କମ୍ପାନୀ  କେରଳ

    ଶ୍ୟାମଳା

    15-15-15

    ଓଡିଶାର  APEX ଅନୁଷ୍ଠାନ  ଦ୍ଵାରା  ବରଗଡ   କାରଖାନାରେ  ପ୍ରସ୍ତୁତ

    ଏହି  ସାରଗୁଡିକ  ଇଷତ୍  ଧୂସରିଆ   ଦାନାଦାର   ସାର  ।  ଶ୍ୟାମଳା  ସାରରେ  ଡୋଲମାଇଟ   ଚୂନପଥର   ଗୁଣ୍ଡା  ପୂରକ   ବ୍ୟବହାର   କରାଯାଉଛି   । ଏହାର  ଦାନାର  ଆକାର  ସାମାନ୍ୟ   ବଡ  ଏବଂ  ରଙ୍ଗ  ଗାଢ  ବାଦାମୀ  ବା  ଗାଢ  ଧୂସର   । ଏହି  ସାର  ଗୁଡିକରେ  ଯବକ୍ଷାରଜାନ   ମୁଖ୍ୟତଃ  ଆମୋନିଅମ୍  ଭାବରେ  ଏବଂ  ଅଳ୍ପ  ଭାଗ  ଭାବରେ   ଥାଏ   । ଫସଫେଟ୍ର  ମୁଖ୍ୟତଃ   ଜଳ   ଦ୍ରବଣୀୟ  ଭାବରେ   ଥାଏ   । ତେଣୁ   ଫସଲକୁ   ସୁଲଭ୍ୟ   ହୁଏ   ।

    ଧାନ  ଫସଲ  ପାଇଁ   ଏହି  ମିଶ୍ରିତ  ସାର  ବିଶେଷ   ଉପଯୋଗୀ   । ଅନ୍ୟାନ୍ୟ   ସବୁ   ପ୍ରକାର  ଫସଲରେ   ଏହି   ସାରଗୁଡିକୁ   ମୂଳସାର  ଭାବରେ   ପ୍ରୟୋଗ   କରାଯାଇପାରିବ   । ଶ୍ୟାମଳା   ସାରରେ   ଚୂନ  ମିଶିଥିବାରୁ   ଏହା  ମୃତ୍ତିକାକୁ   ଅଧିକ   ଅମ୍ଳ   କରାଏ   ନାହିଁ   ।

  • ଆମୋନିଅମ୍  ନାଇଟ୍ରୋଫସଫେଟ୍
  • ହିନ୍ଦୁସ୍ଥାନ  ଫର୍ଟିଲାଇଜର୍ସ  ନିଗମର  ଟ୍ରମ୍ବେ  ସାର  କାରଖାନାରେ  ଏହି  ସାର   ପ୍ରସ୍ତୁତ   କରାଯାଉଛି   । ରକ୍  ଫସଫେଟ୍  ଗୁଣ୍ଡ  ସହିତ  ନାଇଟ୍ରିକ୍  ଅମ୍ଳ   ଏବଂ   ଆମୋନିଆର  ରାସାୟନିକ   ସଂଯୋଗ   କରାଇ  ଏଥିସହିତ   ପୂରକ   ମିଶାଇ   ଦାନାଦାର  ସାର   ପ୍ରସ୍ତୁତ   କରାଯାଏ   । ଏହି  ସାରର   ବ୍ୟବସାୟିକ   ନାମ  ‘ ସୁଫଳା ’ ଏବଂ  ୩ଟି  ଗ୍ରେଡରେ   ସୁଫଳା  ପ୍ରସ୍ତୁତ   କରାଯାଉଛି   । ଯଥା :

    ସୁଫଳା (ପାଉଁଶିଆ) = ୨୦-୨୦

    ସୁଫଳା (ଗୋଲାପି) = ୧୫-୧୫-୧୫

    ସୁଫଳା (ହଳଦିଆ) = ୧୮-୧୮-୯

    ଏହି  ମିଶ୍ରିତ  ସାରରେ   ଯବକ୍ଷାରର  ୫୩% -N  ଏବଂ  47% -N  ଭାବରେ  ଥାଏ   । ତେଣୁ  ଠିଆ  ପାଣି   ରଖାଯାଇ   ଧାନଚାଷ ହେଉଥିବା   ଜମିରେ   ଏହାର  କାର୍ଯ୍ୟକାରିତା  କମ୍   । ଏଥିରେ   ଥିବା  ଫସଫେଟ୍ ର  30% ଜଳ   ଦ୍ରବଣୀୟ  ଏବଂ  ଅବଶିଷ୍ଟ   70% ସାଇଟ୍ରିକ୍  ଅମ୍ଳ   ଦ୍ରବଣୀୟ   । ତେଣୁ   ଅମ୍ଳୀୟ ଓ  ନିରପେକ୍ଷ   ମୃତ୍ତିକାରେ  ଏହି   ଫସଫେଟ୍ ର  ଗ୍ରହଣୀୟତା  ଅଧିକ   । ମକା, ଗହମ, ଆଖୁ,  ଆଳୁ,  କପା, ବାଦାମ,  ସୋରିଷ   ପ୍ରଭୃତି   ସବୁ  ପ୍ରକାର   ଫସଲରେ   ଏହା  ପ୍ରୟୋଗ   କରାଯାଇପାରେ    । ଏହି   ସାରରେ  10-15%  କ୍ୟାଲେସିୟମ   ଅଛି   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 7/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate