অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ସାନ୍ଧ୍ରିତ ଜୈବିକ ଖତର ବୈଶିଷ୍ଟ୍ୟ)

ଫସଲ ଉତ୍ପାଦନ (ସାନ୍ଧ୍ରିତ ଜୈବିକ ଖତର ବୈଶିଷ୍ଟ୍ୟ)

ସାନ୍ଧ୍ରିତ  ଜୈବିକ  ଖତର  ବୈଶିଷ୍ଟ୍ୟ

  1. ଏଥିରେ  ଥିବା  ଖାଦ୍ୟସାର  ଅନେକ   ଦିନ  ପର୍ଯ୍ୟନ୍ତ   ଧୀରେ  ଧୀରେ  ଗ୍ରହଣୀୟ  ହେଉଥାଏ   ।  ଖାଦ୍ୟସାର  ନିକ୍ଷାଳନ   କମ୍  ହୁଏ   ।
  2. ଏହାର  ପ୍ରଭାବ   ବହୁଦିନ  ଧରି  ରହେ   । ତେଣୁ  ଫଳଗଛ ଓ  ଫୁଲଗଛ  ପ୍ରଭୃତିରେ   ଉପକାର  ମିଳିଥାଏ । ଏହା  ପ୍ରୟୋଗ   କଲେ   ଭଲ   ।
  3. ଏଥିରେ  ମୁଖ୍ୟ , ଗୌଣ ଓ  ଅଣୁ  ଉପାଦାନ   ସବୁମିଶି ରହିଥିବାରୁ   ଫଳ  ଓ  ଫୁଲଗଛ   ସର୍ବଦା   ସତେଜ  ରହେ  ଓ  ଫଳର   ଗୁଣାତ୍ମକମାନ   ଉତ୍କୃଷ୍ଟ   ହୁଏ ।
  4. କ୍ରମାଗତ  ପ୍ରୟୋଗ  ଦ୍ଵାରା  ମାଟିର   ଭୌତିକ  ଓ  ରାସାୟନିକ  ଗୁଣର  ଉନ୍ନତି   ମଧ୍ୟ  ହୁଏ।

ରାସାୟନିକ  ସାର

ରାସାୟନିକ  ସାର  ମୁଖ୍ୟତଃ  ୨ଟି   ବର୍ଗରେ   ବିଭକ୍ତ   ।ଯଥା :

  • ସରଳ  ସାର
  • ଯୌଗିକ  ଓ  ମିଶ୍ରିତ  ସାର

ସରଳ  ସାର

ଯେଉଁ  ରାସାୟନିକ   ସାର   କେବଳ   ଗୋଟିଏ  ମାତ୍ର  ମୁଖ୍ୟ  ଖାଦ୍ୟସାର  ବା  ଉପାଦାନ  ଯୋଗାଏ  ତାହାକୁ  ସରଳ  ସାର  କୁହାଯାଏ   । କେବଳ   ଯବକ୍ଷାର   ମୁଖ୍ୟ  ଉପାଦାନ   ଥିବା  ସାରକୁ   ଯବକ୍ଷାର   ଜାତୀୟ , କେବଳ  ଫସଫେଟ୍  ଥିଲେ  ଓ  କେବଳ  ପୋଟାସ୍  ଥିଲେ ତାକୁ   ପୋଟାସ୍  ଜାତୀୟ  ସାର  କୁହାଯାଏ   ।

ଯବକ୍ଷାରଜାତୀୟ  ସାର

ଆମୋନିଆ   ସଲଫେଟ୍

ଏହିସାର   ଆମୋନିଆ , ଗନ୍ଧକାମ୍ଳ  କିମ୍ବା  ଅଙ୍ଗାରକାମ୍ଳ  ଗ୍ୟାସ୍   ଏବଂ  ଜିପ୍ ସମ୍  ମିଶାଇ  ପ୍ରସ୍ତୁତ   କରାଯାଏ    ।

ଭୌତିକ  ଗୁଣ

ଏହା  ଧଳା, ସ୍ଫଟିକାକାର  ସାର  । ଏହାର  ଦାନାଗୁଡିକ   ଦେଖିବାକୁ    ଚିନିଦାନା   ସଦୃଶ   । ଏହି  ସାର  ସହଜରେ   ପାଣିରେ   ମିଳାଇ   ଯାଏ  । ଏହା   ସହଜରେ   ବାୟୁମଣ୍ଡଳରୁ   ଜଳୀୟ   ଅଂଶ   ଶୋଷଣ   କରି  ଓଦା  ହୋଇଯାଏ   ନାହିଁ   ଅର୍ଥାତ୍  ଆର୍ଦ୍ରତା  ଗ୍ରାହୀ  ନୁହେଁ   । ବସ୍ତାରେ  ଟେଳା   ବାନ୍ଧେ  ନାହିଁ    । ସର୍ବଦା   ଝୁର୍ ଝୁରା  ରହେ   । ତେଣୁ   ସାଧାରଣ   ଝୋଟ   ବସ୍ତାରେ   ମଧ୍ୟ  ଏହାକୁ   ରଖାଯାଇପାରେ   ।

ରାସାୟନିକ  ଗୁଣ  ଏବଂ   ଉପଯୋଗୀତା

  • ଏହି  ସାରର  ରାସାୟନିକ   ଫର୍ମୁଲା   । ଏଥିରେ  ଶତକଡା   ୨୦.୬  ଭାଗ  ଯବକ୍ଷାରଜାନ   ଆମୋନିୟମ   ଭାବରେ   ଥାଏ   ।
  • ଏଥିରେ  ୨୩% ଗନ୍ଧକ (S) ଥାଏ   ।
  • ଏହା   ଗୋଟିଏ  ଆମ୍ଳାକ୍ତ  ସାର   । ଏହା   ମୃତ୍ତିକାରେ   ଅମ୍ଳତ୍ଵ   ବଢାଏ   ।

ଏହାର  ଅମ୍ଳ  ସମତୁଲ୍ୟତା   110 ଅର୍ଥାତ୍  100 କି.ଗ୍ରା.  ସାର  ଜମିରେ   ପ୍ରୟୋଗ   କଲେ   ଯେତିକି   ଅମ୍ଳ  ସୃଷ୍ଟି   ହୁଏ  ତାହାକୁ ଶୋଧନ  କରିବା   ପାଇଁ  110 କି.ଗ୍ରା. ବିଶୁଦ୍ଧ   ଚୂନପଥର   ଗୁଣ୍ଡ   ଆବଶ୍ୟକ   ହୁଏ   । ତେଣୁ  ଅମ୍ଳୀୟ   ମାଟିରେ   ବାରମ୍ବାର   ଏହି  ସାର   ପ୍ରୟୋଗ  କରିବା   ନିଷେକ୍ଷାକରଣ   ମାଟି  ଅଧିକ  ଅମ୍ଳୀୟ   ହୋଇଯାଏ   । କିନ୍ତୁ   ଆମ  ଜଳବାୟୁରେ   ବେଶୀ  ବର୍ଷା  ହେତୁ   ଏହା  ଧୋଇ  ହୋଇ  ଯାଉଥିବାରୁ   ମୃତ୍ତିକାରେ  ଅମ୍ଳତା   ବୃଦ୍ଧିପାଏ  ନାହିଁ   ।

  • କ୍ଷାରୀୟ  ମାଟିରେ   ପ୍ରୟୋଗ   କଲେ  ଏହା  ମାଟିର  କ୍ଷାରୀତ୍ଵ  ହ୍ରାସ   କରେ   । କିନ୍ତୁ   କ୍ଷାରୀ  ମାଟିରେ  ପ୍ରୟୋଗ   କଲାବେଳେ  ମାଟି  ଆର୍ଦ୍ରଥିବା   ଆବଶ୍ୟକ   । ମାଟି   ଶୁଷ୍କ   ହୋଇଗଲେ   ଆମୋନିଆ   ଗ୍ୟାସ୍  ଭାବରେ  ଯବକ୍ଷାରଜାନ   ବିନଷ୍ଟ   ହୁଏ   ।
  • ଯବକ୍ଷାର  ଆମୋନିୟମ  ଭାବରେ   ଥିବାରୁ  ଏହା  ଖାଲି  ପାଟଧାନ  ଫସଲ   ପାଇଁ   ଉପଯୁକ୍ତ  ସାର   । ଏହି  ସାରରେ   ଗନ୍ଧକ   ଗୌଣ  ଖାଦ୍ୟସାର  ଥିବାରୁ  ଆଳୁ, ଚିନାବାଦାମ, କୋବି, ମୂଳା, ସୋରିଷ  ପ୍ରଭୃତି   ପାଇଁ   ମଧ୍ୟ   ବିଶେଷ  ଉପଯୋଗୀ   ।

ଆମୋନିଅମ୍  କ୍ଲୋରାଇଡ

ଆମୋନିଆ  ସହିତ   ଲବଣାକ୍ତ  (HCI) କିମ୍ବା  ଅଙ୍ଗାରକାମ୍ଳ   ଏବଂ   ଲୁଣ  (NaCI) ର  ପ୍ରତିକ୍ରିୟା  କରାଇ   ଏହି  ସାର   ପ୍ରସ୍ତୁତ   କରାଯାଏ   ।

ଭୌତିକ   ଗୁଣ

  1. ଧଳା , ସ୍ଫଟିକାକାର  ଏବଂ  ସହଜରେ   ପାଣିରେ   ଦ୍ରବଣୀୟ  ।
  2. ଏହା  ସେତେ   ଆର୍ଦ୍ରତା  ଗ୍ରାହୀ  ନୁହେଁ  କିମ୍ବା   ବସ୍ତା  ଭିତରେ  ଟେଳା  ବାନ୍ଧେ  ନାହିଁ    ।

ରାସାୟନିକ ଗୁଣ

  • ଏହାର  ରାସାୟନିକ   ଫର୍ମୁଲା CI  ଏବଂ ଏଥିରେ   25%  ଯବକ୍ଷାରଜାନ   ଅଛି   ।
  • ଏହା  ଗୋଟିଏ  ଅମ୍ଳାକ୍ତ ସାର   ଏବଂ   ଏହାର  ଅମ୍ଳ  ସମତୁଲ୍ୟତା  128  । ତେଣୁ  ଅମ୍ଳ  ମାଟିରେ  ବାରମ୍ବାର  ପ୍ରୟୋଗ   କରିବା  ନିଷେଧ    ।
  • କ୍ଷାରୀୟ  ମାଟିରେ  ପ୍ରୟୋଗ   ପାଇଁ   ଉପଯୋଗୀ   କିନ୍ତୁ  ମାଟି  ଶୁଷ୍କ   ଥିଲେ   ଯବକ୍ଷାରଜାନ   ଆମୋନିଆ   ଗ୍ୟାସ୍  ଭାବରେ  ନଷ୍ଟ   ହୁଏ   ।
  • ଏହି  ସାରରେ   ଯବକ୍ଷାର +  ଭାବରେ   ଥିବାରୁ   ଧାନ  ଫସଲ   ପାଇଁ  ଏହା  ଉପଯୁକ୍ତ   । ବିଶେଷତଃ    ବିଷାକ୍ତ   ପ୍ରଭାବ   ପଡୁଥିବା   ସନ୍ତସନ୍ତିଆ   ଖାଲୁଆ   ଧାନଜମି   ପାଇଁ   ଏହା  ବିଶେଷ  ଉପଯୋଗୀ   ।
  • ଏଥିରେ   କ୍ଲୋରାଇଡ  ପରିମାଣ  ଅଧିକ  ଥିବାରୁ  ଆଳୁ , କନ୍ଦମୂଳ, ଧୂଆଁପତ୍ର  ପ୍ରଭୃତି   ଫସଲରେ  ଏହିସାର  ପ୍ରୟୋଗ   କରିବା  ଭଲ  ନୁହେଁ   ।
  • କ୍ଲୋରାଇଡ  ଥିବାରୁ   ତନ୍ତୁଜାତୀୟ  ଫସଲ   ଯଥା : - ନଳିତା , କାଉଁରିଆ ଓ  କପା   ଫସଲରେ  ଅଧିକ   ଫଳପ୍ରଦ    ।

କ୍ୟାଲସିୟମ  ଆମୋନିଅମ୍  ନାଇଟ୍ରେଟ

ଏହି  ସାର  ରାଉରକେଲା   ସାର  କଳକାରଖାନାରୁ  “ ସୋନା ” ସାର  ନାମରେ  ଉତ୍ପାଦିତ  ହେଉଛି   । ପ୍ରଥମେ  ଆମୋନିଆରୁ   ଆମୋନିଅମ୍  ନାଇଟ୍ରେଟ   ତିଆରି   କରି  ତା  ସହିତ   ଚୂନ  ପଥର  ଗୁଣ୍ଡ   ଫେଣ୍ଟି  ଗୋଲାକାର  ଦାନାଦାର  ଭାବରେ   ପ୍ରସ୍ତୁତ   କରାଯାଏ   ।

ଭୌତିକ  ଗୁଣ

  1. ଏହା  ପାଉଁଶିଆ  ବା  ମାଟିଆ   ରଙ୍ଗର   ଗୋଲାକାର  ଦାନାଦାର   ସାର   ।
  2. ଏହି  ସାରରେ  ଥିବା   ଜଳରେ  ଶୀଘ୍ର  ଦ୍ରବୀଭୂତ   ହୋଇଯାଏ   କିନ୍ତୁ  (Ca , Mg)  ଭାଗ  ଅଦ୍ରବଣୀୟ । ମାଟିର   ଅମ୍ଳ  ସହିତ  ପ୍ରତିକ୍ରିୟା   ହୋଇ  ଏହା  ଧୀରେ  ଧୀରେ   ଦ୍ରବୀଭୂତ   ହୁଏ  ।
  3. ଏହି  ସାର   ଖୁବ୍  ଆର୍ଦ୍ରତା   ଗ୍ରାହୀ   । ତେଣୁ   ଭିତର   ପଟେ  ଆଲକାତରା   ଲେପ   ଦିଆଯାଇଥିବା   କିମ୍ବା  ପତଳା   ପଲିଥିନ  ଆବରଣ   ଥିବା  ବାୟୁ  ଓ  ଜଳୀୟ   ବାଷ୍ପ  ନିରୋଧି  ବସ୍ତାରେ   ରଖାଯାଇଥାଏ   ।  ସାର   ପ୍ରୟୋଗ  ସମୟରେ   ବସ୍ତା   ମୁହଁ  ଅଧିକ   ସମୟ   ଖୋଲା  ରଖିଲେ   ସାର   ଦାନା  ଓଦା   ହୋଇଯାଏ   ।
  4. ବହୁଦିନ   ଗୋଦାମରେ  ସାରବସ୍ତା  ଥାକମରା  ହୋଇ   ରହିଲେ  ବସ୍ତା  ଭିତରେ   ସାର  ବିଣ୍ଡା  ବାନ୍ଧେ   ।

ରାସାୟନିକ  ଗୁଣ

  1. ଏହି ସାରର   ରାସାୟନିକ   ଫର୍ମୁଲା     ଏଥିରେ  25% ଯବକ୍ଷାରଜାନ  ଥାଏ   । ବିଦେଶରୁ  ଆମଦାନୀ  ହେଉଥିବା  C.A.N.  ରେ   26% ବା  28% ଯବକ୍ଷାରଜାନ   ଥାଏ   । ଏଥିରେ  ଥିବା  ଯବକ୍ଷାରଜାନର  ଅଧାଭାଗ  ଆମୋନିଅମ୍   + ଅଧାଭାଗ  ନାଇଟ୍ରେଟ  (-) ଭାବରେ   ଥାଏ   ।
  2. ଏହି  ସାରରେ  ଚୂନ  ପଥର   ଗୁଣ୍ଡ (Ca+ Mg) ମିଶି  ରହିଥିବାରୁ   ଏହା  ମାଟିର  ଅମ୍ଳତା  ବୃଦ୍ଧି   କରେ   ନାହିଁ   । ତେଣୁ   ଅମ୍ଳୀୟ  ମାଟିରେ   ପ୍ରୟୋଗ   ପାଇଁ  ଏହା  ଗୋଟିଏ  ଉତ୍କୃଷ୍ଟ  ସାର   ।
  3. ଏଥିରେ  ଥିବା  ନାଇଟ୍ରେଟ  ଅଂଶ  ବାଲିଆ   ମାଟିରୁ  ସହଜରେ  ନିକ୍ଷାଳିତ  ହୋଇ  ନଷ୍ଟହୁଏ   । ତେଣୁ  ଏକାଥରକେ ବହୁତ  ସାର   ପ୍ରୟୋଗ   ନକରି   ଅଳ୍ପ  ଅଳ୍ପକରି  ଦୁଇ  ତିନିଥର   ପ୍ରୟୋଗ   କରିବା   ଭଲ   ।
  4. ଠିଆପାଣି  ରହିଥିବା   ଧାନ  ଜମିରେ   ପ୍ରୟୋଗ   କଲେ  -  ଭାଗ  ଯବକ୍ଷାରଜାନ   ଗ୍ୟାସ୍  ଏବଂ  ଡାଇନାଇଟ୍ରୋଜେନ  ଅକସାଇଡ  (O) ଗ୍ୟାସ୍  ଆକାରରେ   ନଷ୍ଟହୁଏ   । ତେଣୁ  ସାରର  କାର୍ଯ୍ୟକାରିତା  ବହୁତ   କମିଯାଏ   ।
  5. ଗହମ , ମକା, ଆଖୁ, ହରଡ, ବାଦାମ  ପ୍ରଭୃତି   ଅନ୍ୟାନ୍ୟ  ଫସଲ  ପାଇଁ   ଏହା  ଉପଯୁକ୍ତ  ସାର   । ବିଶେଷତଃ  କ୍ୟାଲସିୟମ  ଅଭାବ   ଥିବା  ମାଟିରେ   ଏହି  ସାରରୁ   କ୍ୟାଲସିୟମ  ଫସଲକୁ   ମିଳିଥାଏ   ।
  6. ଆଳୁ  ଫସଲରେ   ଏହି  ସାର   ପ୍ରୟୋଗ   କରିବା  ନିରାପଦ   ନୁହେଁ  । ଆଳୁ   ଚୋପା  ଉପରେ  ଯାଦୁରା  ରୋଗ   ବୃଦ୍ଧି   କରାଏ   ।

ଆମୋନିଅମ୍  ସଲଫେଟ୍  ନାଇଟ୍ରେଟ

ଆମୋନିଅମ୍  ସଲଫେଟ୍  ଓ  ଆମୋନିଅମ୍  ନାଇଟ୍ରେଟ  ସାର  ଦୁଇଟିକୁ  ସମାନୁପାତରେ   ମିଶାଇ   ତତ୍ ସହିତ   କିଛି   ଖାଦ୍ୟ   ବା  ପୂରକ   ଦେଇ   ଦାନାଦାର   ସାର  ଭାବରେ  ପ୍ରସ୍ତୁତ   କରାଯାଏ   ।

ଭୌତିକ   ଗୁଣ

  1. ଏହି  ସାର   ଇଷତ୍  ହଳଦିଆ  ରଙ୍ଗର  ଦାନାଦାର  ସାର   ।
  2. ଏହି  ସାର  ଜଳରେ  ସମ୍ପୂର୍ଣ୍ଣ  ଦ୍ରବୀଭୂତ   ।
  3. ଏହି  ସାର  ଆର୍ଦ୍ରତା  ଗ୍ରାହୀ  । ତେଣୁ   ଚିରା   ବା  ଖୋଲା   ବସ୍ତାରେ   ଥିଲେ   ଓଦା  ହୋଇଯାଏ  । ଏବଂ   ଅନେକ  ଦିନ  ଗୋଦାମ  ଘରେ   ସାରବସ୍ତା  ଥାକମରା  ହୋଇ  ରହିଲେ  ସାର   ବିଣ୍ଡା   ବାନ୍ଧେ   ।

ରାସାୟନିକ  ଗୁଣ

  1. ଏହି ସାରର   ରାସାୟନିକ  ଫର୍ମୁଲା    ଏବଂ   ଏଥିରେ  26% ଯବକ୍ଷାରଜାନ   ଥାଏ   ।
  2. ଏହି  ସାରରେ  ୧୨% ଗନ୍ଧକ  ଥାଏ   ।
  3. ଏହା  ଗୋଟିଏ  ଅମ୍ଳାକ୍ତ   ସାର   । ଏହାର  ଅମ୍ଳସମତୁଲ୍ୟତା  84  । ତେଣୁ   ଅମ୍ଳମାଟିରେ  ପ୍ରତିବର୍ଷ   ପ୍ରୟୋଗ   କରିବା   ନିଷେଧ   ।
  4. କ୍ଷାରୀ  ମାଟିରେ   ପ୍ରୟୋଗ   କଲେ   କ୍ଷାରତ୍ଵ   ହ୍ରାସପାଏ   ।
  5. ଏହି  ସାରରେ  ଥିବା  ଯବକ୍ଷାରର  ୭୫ ଭାଗ   ଆମୋନିଅମ୍ +  ଏବଂ  ୨୫ ଭାଗ  ନାଇଟ୍ରେଟ  ଭାବରେ   ଥାଏ   ।
  6. ଆଳୁ , ଆଖୁ , ମକା , ମୂଳା , ସୋରିଷ , କୋବି  ପ୍ରଭୃତି  ଫସଲ  ପାଇଁ   ଏହା  ଗୋଟିଏ   ଉପଯୁକ୍ତ  ସାର   ।
  7. ଧାନ  ଫସଲରେ   ପ୍ରୟୋଗ   କଲେ   କାର୍ଯ୍ୟକାରୀତା  ସାମାନ୍ୟ  କମିଯାଏ   ।  କାରଣ  ଏଥିରେ   ଥିବା  ନାଇଟ୍ରେଟ   ଯବକ୍ଷାରଜାନ   ଠିଆପାଣି   ଥିବା  ମୃତ୍ତିକାରୁ   ନଷ୍ଟହୁଏ   ।

ୟୁରିଆ

ଆମୋନିଆ  ଗ୍ୟାସ୍  ସହିତ  ତରଳ  ଅଙ୍ଗାରକାମ୍ଳ  ଗ୍ୟାସ୍ ର  ପ୍ରତିକ୍ରିୟା  ଦ୍ଵାରା  ଏହି  ସାର   ପ୍ରସ୍ତୁତ  କରାଯାଏ   । ଆମ  ରାଜ୍ୟର  ତାଳଚେର   ସାରକାରଖାନାରେ  ଏହା  ପ୍ରସ୍ତୁତ   ହେଉଛି   ।

ଭୌତିକ  ଗୁଣ

  1. ଏହା  ଧଳା  ଚିକ୍କଣ  ଦାନାଦାର   ସାର   । ଦାନାଗୁଡିକ  ସାଗୁଦାନା  ଭଳି   ବର୍ତ୍ତୁଳାକାର  ଓ  ସାନ  ।
  2. ଏହା  ଅତି  ସହଜରେ   ଦ୍ରବୀଭୂତ  ହୋଇଯାଏ   ।
  3. ଏହା  ଗୋଟିଏ  ଆର୍ଦ୍ରଗ୍ରାହୀ  ସାର  । ସାର   ବସ୍ତା  ଫଟାଥିଲେ  ବା  ମୁହଁ  ଖୋଲା  ରହିଲେ  ସାର  ଜଳୀୟ  ବାଷ୍ପ   ଶୋଷଣ   କରି  ଓଦା   ହୋଇଥାଏ   । ବର୍ଷାଦିନେ  ପାଣି   ହୋଇଯାଏ   ।
  4. ସାର  ବସ୍ତା   ଅନେକ  ଦିନ  ଗୋଦାମରେ   ଥାକ  ମରାହୋଇ  ରହିଲେ   ସାର   ବସ୍ତା   ବିଣ୍ଡାବାନ୍ଧେ   ।

ରାସାୟନିକ  ଗୁଣ

  1. ଏହାର  ରାସାୟନିକ  ଫର୍ମୁଲା   – CO -   । ଏଥିରେ  ୪୪%  ଯବକ୍ଷାରଜାନ   ଏବଂ  ଏହା   ଆମାଇଡ  ଭାବରେ   ଥାଏ   ।
  2. ଏହା   ଗୋଟିଏ  ସାମାନ୍ୟ   ଅମ୍ଳାକ୍ତ  ସାର   । ଏହାର  ଅମ୍ଳ  ସମତୂଲ୍ୟତା     ।
  3. ମାଟିରେ   ମିଶିବା   ପରେ  ୟୁରିଏକ୍ ନାମକ   ପାଚକ  ରସ  ସହିତ  ପ୍ରତିକ୍ରିୟା   ହୋଇ  ଆମୋନିଅମ୍  ଆକାରରେ  ପରିଣତ  ହୁଏ   । ଏହି   ପାଚକ  ରସ  ଶାକାଣୁମାନଙ୍କ  ଦ୍ଵାରା  ସୃଷ୍ଟି  ହୋଇଥାଏ   ।
  4. ଆମୋନିଅମ୍  କାର୍ବୋନେଟ  କ୍ଷାରୀୟ  ପଦାର୍ଥ   ।  ତେଣୁ  ମୃତ୍ତିକା  ଶୁଷ୍କ  ଥିଲେ  ବା  ଉତ୍ତପ୍ତ   ଥିଲେ   ଏଥିରୁ   ଯବକ୍ଷାରଜାନ  ଆମୋନିଆ   ଗ୍ୟାସ୍  ଭାବରେ   ଉଡିଯାଏ   ।
  5. ମାଟିରେ   ବେଶି  ପାଣିଥାଇ  ପ୍ରୟୋଗ   କାଲେ   ଏହା  ଶୀଘ୍ର   ଦ୍ରବୀଭୂତ  ହୋଇ  ଜଳ  ସହିତ   ବୋହିଯାଏ   ।
  6. ଧାନ, ଗହମ, ମକା, ଆଖୁ  ପ୍ରଭୃତି   ସବୁ  ପ୍ରକାର  ଫସଲ   ପାଇଁ   ଏହା  ଉପଯୋଗୀ   ।
  7. ଧାନ  ଫସଲରେ   ଏହି  ସାରର   ବୃଦ୍ଧି   ପାଇଁ  ପ୍ରଥମେ   ଜମିରୁ   ପାଣି   ନିଗାଡିଦେଇ   ପ୍ରୟୋଗ   କରାଯାଏ  ଏବଂ  ୨୪ ଘଣ୍ଟା   ପରେ  ପୁଣି   ପାଣି   ଭର୍ତ୍ତି   କରାଯାଏ   । ଏହି  ସାରକୁ   ଖାଲ   ଜମିର   ମାଟିର   ବିଜାରିତ  ସ୍ତରରେ   ପ୍ରୟୋଗ   କଲେ   ଏହା   ଲଭ୍ୟତା   ବୃଦ୍ଧି   ପାଇଥାଏ   ।
  8. ଏହି  ସାର  ଶୀଘ୍ର   ପାଣିରେ   ସମ୍ପୂର୍ଣ୍ଣ  ଦ୍ରବୀଭୂତ   ହୋଇଥିବାରୁ   ଏବଂ  ଦ୍ରବଣ  ନିରପେକ୍ଷ   ସ୍ପ୍ରେ  କରିବା   ପାଇଁ   ଉତ୍କୃଷ୍ଟ  ଅଟେ  ଏବଂ   ପତ୍  ଅମାଇଡ    ଯବକ୍ଷାରଜାନକୁ   ଶୀଘ୍ର   ଶୋଷଣ   କରିନିଏ   ।

ଏଥିରେ  ଶତକଡା ୪୪  ଭାଗ  ଯବକ୍ଷାରଜାନ  ରହିଥିବାରୁ  ଓ  ଆବଶ୍ୟକ   ପରିମାଣ  ଯବକ୍ଷାରଜାନ   ଯୋଗାଇବା   ପାଇଁ  ଅଳ୍ପସାର  ଆବଶ୍ୟକ  ହୋଇଥାଏ   । ସାଧାରଣତଃ   ପତ୍ର  ସହିପାରିବା  ଭଳି  ୨ – ୪ % ୟୁରିଆ  ଦ୍ରବଣ  ତିଆରି  କରି  ସ୍ପ୍ରେ  କରାଯାଇଥାଏ    । ମାତ୍ରା  ଅଧିକ  ହେଲେ  ପତ୍ର  ପୋଡିଯାଏ   ।  ହେକ୍ଟର  ପିଛା   ୫୦୦ ଲିଟର  ୪% ୟୁରିଆ  ଦ୍ରବଣ   ଦ୍ଵାରା ୯କି.ଗ୍ରା. ଯବକ୍ଷାରଜାନ ଫସଲକୁ   ଯୋଗାଇ   ଦିଆଯାଇପାରେ   । ଏହି  ସାରରେ   ଅନ୍ୟ  କିଛି   ଅଦ୍ରବଣୀୟ ପଦାର୍ଥ  ନଥିବାରୁ   ପତ୍ର   ଉପରେ   କୌଣସି  ଆବରଣ   ସୃଷ୍ଟି   ହୁଏନାହିଁ  । କିନ୍ତୁ   ଯେଉଁ   ୟୁରିଆ   ସାରରେ   1.5% ରୁ  ଅଧିକ   ବାୟୁରେଟ   ଥାଏ  ତାହା   ପତ୍ରରେ   ସ୍ପ୍ରେ   କରିବା   ପାଇଁ   ସମ୍ପୂର୍ଣ୍ଣ   ଅନୁପଯୁକ୍ତ   । କାରଣ  ଏହା  ପତ୍ରକୁ   ପୋଡି   ପକାଏ   । ଟାଣ  ଖରା   ହେଉଥିବା   ସମୟରେ   ସ୍ପ୍ରେ କଲେ   କିମ୍ବା  ଅଧିକ  ଘାନା  ଦ୍ରବଣ   ସ୍ପ୍ରେ  କଲେ  ମଧ୍ୟ  ପତ୍ର  ପୋଡିଯାଏ   ।

ବଜାରରେ   ମିଳୁଥିବା  ସମସ୍ତ  ଯବକ୍ଷାରଜାନ   ଜାତୀୟ  ସାର  ମଧ୍ୟରେ  ଯବକ୍ଷାରଜାନ   ଭିତ୍ତିରେ  ତୁଳନା  କଲେ   ୟୁରିଆ   ସବୁଠାରୁ  ଶସ୍ତା   ସାର   । ତେଣୁ  ଏହା  ଅଧିକ  ଆଦୃତ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

 

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate