অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ସାର ମିଶାଇବା ପ୍ରଣାଳୀ)

ସାର  ମିଶାଇବା   ପ୍ରଣାଳୀ

ଉପାଦାନ  ପରିମାଣ  ହିସାବ  କରିବା  ପରେ  ସେଗୁଡିକୁ   ଆବଶ୍ୟକ  ଅନୁପାତରେ  ନେଇ  ଭଲ  ଭାବରେ  ଫେଣ୍ଟି  ଦିଆଯାଏ   । ବହୁତ  ପରିମାଣ  ମିଶ୍ରଣ   ତିଆରି   କରିବା  ପାଇଁ  ଯନ୍ତ୍ରଚାଳିତ  ଡ୍ରମ୍  ମିକ୍ ସର  ବା  ପେଡଲ  ମିକ୍ ସର  ବ୍ୟବହାର  କରାଯାଏ   । ମିଶ୍ରଣ   ତିଆରି   ହେବା   ପରେ   ଏହାକୁ  50 କି.ଗ୍ରା.  ଅଖାରେ   ଭର୍ତ୍ତି   କରି  ବସ୍ତା  ମୁହଁ  ସିଲେଇ   କରାଯାଏ   । ବସ୍ତା  ଉପରେ  ସାର  ମିଶ୍ରଣର  ନାମ,  ଗ୍ରେଡ୍  ଓ  ପ୍ରସ୍ତୁତ   ତାରିଖ   ତଥା  ପ୍ରସ୍ତୁତକାରୀ   ସଂସ୍ଥାର  ନାମଥିବା  ଲେବୁଲ   ଲଗାଯାଏ  ବା  ଆଗରୁ   ବସ୍ତା  ଉପରେ  ଛପାଯାଇଥାଏ   ।

ଜୈବିକ  ମିଶ୍ରିତ   ସାର

ସାନ୍ଧ୍ରିତ  ଜୈବିକ  ଖତ  ଯଥା -  ରକ୍ତଗୁଣ୍ଡ ,  ହାଡଗୁଣ୍ଡ, ପିଡିଆ,  ମାଛ   ଶୁଖୁଆ ଗୁଣ୍ଡ,  କଂସେଇଖାନା   ଆବର୍ଜନା  ଗୁଣ୍ଡ,  ପକ୍ଷୀମଳ   ଇତ୍ୟାଦି   ପଦାର୍ଥକୁ   ମିଶାଇ  ଜୈବିକ   ମିଶ୍ରିତ   ପଦାର୍ଥର  ରାସାୟନିକ  ବିଶ୍ଳେଷଣ  କରି  ତାର   ମାତ୍ରା   ନିରୂପଣ   କରାଯାଏ   । ଗ୍ରେଡ୍ କୁ  ସମତୁଲ  ଓ  ପୁରାନମ୍ବର   ଭିତ୍ତିକ   କରିବା  ପାଇଁ   ସେଥିରେ   ହିସାବ   ମୁତାବକ  କିଛି  ରାସାୟନିକ   ସାର   ମିଶିଯାଏ   ।ବର୍ତ୍ତମାନ   ବଜାରରେ   ମିଳୁଥିବା   କେତୋଟି   ଜୈବିକ   ମିଶ୍ରିତ  ସାର  -

  1. ରାଲିମିଲ୍  = 7 – 10 - 5  ଓ 7 – 10 - 0
  2. ଷ୍ଟେରାମିଲ୍ = 7 – 10 – 10  ଓ 7 – 10 – 5

ଏହି  ପ୍ରକାର   ମିଶ୍ରିତ   ସାରଗୁଡିକ   ଫଳଗଛ, ଫୁଲଗଛ,  କୁଣ୍ଡରେ   ଲଗାଯାଉଥିବା   ଗଛରେ   ପ୍ରୟୋଗ   ପାଇଁ   ବିଶେଷ   ଉପଯୁକ୍ତ   । ଏହା  ଠାରେ   ପ୍ରୟୋଗ   କଲେ  ବହୁଦିନ   ପର୍ଯ୍ୟନ୍ତ   କାର୍ଯ୍ୟ   କରେ   ଏବଂ   ଗଛ   ବେଶୀ   ସତେଜ  ଓ  ନିରୋଗ   ରହେ   । ଫଳ  ଫୁଲର   ଆକାର,  ରଙ୍ଗ, ସ୍ଵାଦ   ଉତ୍କୃଷ୍ଟ  ଧରଣର   ହୁଏ   ।

ଗୌଣ  ଉପାଦାନ  ସାର

ଆବଶ୍ୟକତା

ଅମ୍ଳୀୟ   ବାଲିଆ   ମାଟିରେ  କ୍ୟାଲେସିଅମ୍ ଓ  ମାଗ୍ନେସିୟମ  ଯଥେଷ୍ଟ   ନ ଥାଏ   । ଜୈବିକ  ପଦାର୍ଥ  କମ୍  ଥିବା   ମୃତ୍ତିକାରେ   ଗନ୍ଧକ   ଅଭାବ  ଥାଏ   । ଜଳସେଚିତ  ଜମିରେ   ପ୍ରତିବର୍ଷ  2ଟି ବା  3ଟା  ଫସଲ   ଚାଷ   କରାଯାଏ  ଏବଂ   ତହିଁରେ   ଅଧିକ  ରାସାୟନିକ  ସାର   ପ୍ରୟୋଗ   କରାଯାଇ   ଅଧିକ  ଫସଲ   ଅମଳ  କରାଯାଏ   । ଆଜିକାଲି   ଉଚ୍ଚମାନଯୁକ୍ତ  ମିଶ୍ରିତ   ସାର   ଏବଂ   ୟୁରିଆ   ସାର  ବହୁଳ   ଭାବେ   ବ୍ୟବହୃତ   ହେଉଛି   । ଏହି  ସାର   ଗୁଡିକରେ   ଗୌଣ   ଖାଦ୍ୟସାର  ପ୍ରାୟ  ନଥାଏ   । ତେଣୁ  ଏକାଦିକ୍ରମେ   ଏହିଭଳି   ସଘନ  ଚାଷ  ଅବଲମ୍ବନ  କରାଯାଉଥିବା   ଫଳରେ   ମୃତ୍ତିକାରୁ  ଗଚ୍ଛିତ   ଗୌଣ   ସାର   ନିଷେଧ  ହୋଇଯାଏ   ଏବଂ  ଫସଲରେ   ସେଗୁଡିକର   ଅଭାବ   ଦେଖାଦିଏ   । କେତେକ   ଫସଲର  ଗୌଣ  ଖାଦ୍ୟ   ଉପାଦାନ  ଚାହିଦା   ଅପେକ୍ଷାକୃତ   ଅଧିକ   । ଉଦାହରଣ   ସ୍ୱରୂପ – ଚିନାବାଦାମ  ଫସଲର  କ୍ୟାଲେସିୟମ  ଓ  ଗନ୍ଧକ   ଚାହିଦା  ଅଧିକ   । ସେହିପରି  କପା, ଭେଣ୍ଡି, ମେସ୍ତା, ବିଲାତି   ବାଇଗଣ, କୋବି ଓ  ଧୂଆଁପତ୍ର   ପ୍ରଭୃତି   ଫସଲର  କ୍ୟାଲେସିୟମ  ଓ  ମ୍ୟାଗ୍ନେସିୟମ  ଚାହିଦା  ଅଧିକ   । ମୂଳା, ପିଆଜ,  ରସୁଣ, ସୋରିଷ  ଓ  କୋବି  ପ୍ରଭୃତି   ଫସଲର  ଗନ୍ଧକ  ଚାହିଦା   ଅଧିକ   । ଉପରୋକ୍ତ  ଫସଲଗୁଡିକର   ଆବଶ୍ୟକତାକୁ  ଚାହିଁ   ଗୌଣ   ଉପାଦାନ  ବହନକାରୀ  ସାର  ପ୍ରୟୋଗ  କରିବା  ଆବଶ୍ୟକ   ହୁଏ   । କେତେକ   ସରଳ   ସାର  ଯଥା  - ଆମୋନିଅମ୍  ସଲଫେଟ୍ , ସିଙ୍ଗଲ  ସୁପର  ଫସଫେଟ୍ , କା: ଆ: ନା: ଓ  ପୋଟାସିୟମ   ସଲଫେଟ୍   ପ୍ରଭୃତିରେ   ଯବକ୍ଷାରଜାନ, ଫସଫେଟ୍ ଓ  ପୋଟାସ୍  ବ୍ୟତୀତ   କ୍ୟାଲେସିୟମ  ଓ  ଗନ୍ଧକ  ରହିଛି   । ସେହିସବୁ  ସାର  ବ୍ୟବହାର  କଲେ   ପରୋକ୍ଷରେ   ଗୌଣସାର  ମଧ୍ୟ   ଫସଲକୁ  ମିଳେ   ନିର୍ଦ୍ଧିଷ୍ଟ   ଭାବରେ   ଗୌଣ  ଉପାଦାନ   ବହନକାରୀ   ପଦାର୍ଥ   ମଧ୍ୟ  ସାର  ଭାବେ   ବ୍ୟବହାର   କରାଯାଇପାରେ   । କେଉଁ  ପଦାର୍ଥରେ   ଗୌଣ  ଉପାଦାନ   କେତେ  ଭାଗ  ଅଛି  ତାହାର   ଏକ  ତାଲିକା  ତଳେ   ଦିଆଗଲା   ।

ସାରର  ନାମ

ଗୌଣ  ଉପାଦାନର  ଶତକଡା  ଭାଗ (%)

କ୍ୟାଲେସିୟମ

ମାଗ୍ନେସିୟମ

ଗନ୍ଧକ

ଆମୋନିଅମ୍  ସଲଫେଟ୍

_

_

23.7

କା: ଆ: ନା:

5.8

0.3-3.0

_

ସିଙ୍ଗଲ  ସୁପର  ଫସଫେଟ୍

18

0.3

12.4

ପୋଟାସିୟମ  ସଲଫେଟ୍

_

_

18.0

ପୋଟାସିୟମ  ସୋଏନାଇଟ୍

_

5.4

20.4

ଆମୋଫସ୍

_

_

12-15

ଆମୋନିଅମ୍  ସଲଫେଟ୍ ନାଇଟ୍ରେଟ୍

_

_

12-15

ଜିପସମ୍

22

_

18.27

ମାଗ୍ନେସିୟମ  ସଲଫେଟ୍

_

18-20

24-25

କାଠ  ପାଉଁଶ

14-21

2-3

_

ଦସ୍ତା  ସଲଫେଟ୍

_

_

17-8

ବେସିକ୍  ସ୍ଲାଗ୍

_

_

3-4

ବି.ଦ୍ର. – ମୃତ୍ତିକା  ଶୋଧକ  ପ୍ରୟୋଗ   ବିଷୟ   ପରବର୍ତ୍ତୀ   ଅଧ୍ୟାୟରେ   ଲେଖାଯାଇଛି   । ଅମ୍ଳୀ  ମୃତ୍ତିକାରେ   ଚୂନଜାତୀୟ  ପଦାର୍ଥ  ଏବଂ  କ୍ଷାରୀ  ମାଟିରେ  ଜିପସମ୍   ପ୍ରୟୋଗ  କରାଯାଇ  ଶୋଧନ  କରାଯାଏ  । ଏହା  ଫଳରେ   ଅମ୍ଳମାଟିରେ   କ୍ୟାଲେସିୟମ  ଓ  କ୍ଷାରୀ  ମାଟିରେ   କ୍ୟାଲେସିୟମ  ଓ  ଗନ୍ଧକର  ଅଭାବ  ଦୂର   ହୁଏ   ।

ସୂକ୍ଷ୍ମ  ଖାଦ୍ୟ  ଉପାଦାନ  ସାର

ଆବଶ୍ୟକତା

ଯଥେଷ୍ଟ   ଜୈବିକ   ଖତ ପ୍ରୟୋଗ   ନ କରି   କେବଳ   ରାସାୟନିକ   ସାର   ଦେଇ   ସଘନ   ଚାଷ  ଫଳରେ   ମୃତ୍ତିକାରୁ   ସୂକ୍ଷ୍ମ  ଖାଦ୍ୟ   ଉପାଦାନଗୁଡିକ  ନିଶେଷ   ହୋଇଯାଏ   ।  ମୃତ୍ତିକାର  ରାସାୟନିକ  ଗୁଣ   ଅସ୍ଵାଭାବିକ   ଥିଲେ  ସୂକ୍ଷ୍ମ  ଉପାଦାନ   ଗୁଡିକର  ଗ୍ରହଣୀୟତାରେ   ବ୍ୟତିକ୍ରମ   ଦେଖାଯାଏ   । ଉପରୋକ୍ତ   କାରଣଗୁଡିକ   ଯୋଗୁଁ   ଫସଲରେ  ସୂକ୍ଷ୍ମ   ଖାଦ୍ୟ   ଉପାଦାନଗୁଡିକର  ଅଭାବ   ପରିଲକ୍ଷିତ   ହୁଏ  । ବିଶେଷତଃ   ଫଳଗଛ,  ପନିପରିବା   ଫସଲ   ଓ  ଅଧିକ  ଅମଳମ   ଫସଲରେ  ଏହି   ପ୍ରକାର   ଅଭାବ   ବେଶୀ   ଦେଖାଯାଏ    । ତେଣୁ   ଫସଲର  ଚାହିଦା  ପୂରଣ   ପାଇଁ   ଅଣୁସାର   ପ୍ରୟୋଗ   କରିବା   ଆବଶ୍ୟକ  ପଡେ   । ବିଭିନ୍ନ  ସୂକ୍ଷ୍ମ   ଉପାଦାନ   ବାହୀ   ଅଣୁସାର   ତାଲିକା   ତଳେ   ଦିଆଗଲା   ।

ଅଣୁସାର  ତାଲିକା

ସୂକ୍ଷ୍ମ  ଉପାଦାନର   ନାମ

ଅଣୁସାରର   ନାମ

ସୂକ୍ଷ୍ମ  ଉପାଦାନର  ଶତକଡା  ଭାଗ (%)

ଦସ୍ତା  ବା  ଜିଙ୍କ୍

ଜିଙ୍କ୍  ସଲଫେଟ୍

36% Zn

ମାଙ୍ଗାନିଜ

ମାଙ୍ଗାନିଜ  ସଲଫେଟ୍

25% Mn

ଲୌହ

ଫେରସ୍  ସଲଫେଟ୍

19.5% Fe

ତମ୍ବା

କପର  ସଲଫେଟ୍

24% Cu

ବୋରନ୍

ବୋରାକସ୍ ବା   ଟାଙ୍ଗଣା  ବୋରିକ୍ ଏସିଡ୍

11.3% B

 

ମଲିବଡେନମ୍  ଆମୋନିଅମ୍  ମଲିବଡେଟ୍  ସୋଡିଅମ୍  ମଲିଡେଟ୍

54% Mo

 

ସୋଡିଅମ୍  ମଲିଡେଟ୍

38.5% Mo

ଉପରୋକ୍ତ   ଲଘୁ  ଉପାଦାନ   ବହନକାରୀ   ଲବଣଗୁଡିକ  ବ୍ୟତୀତ   କେତେକ  ମିଶ୍ରିତ   ଅଣୁସାର  ଯଥା – ମଲ୍ ଟି   ପ୍ଲେକ୍ସ , ଟ୍ରାସେଲ୍ , ଆଗ୍ରୋମିନ୍  ଇତ୍ୟାଦି   ବିଭିନ୍ନ  କୃଷି   ରସାୟନ  ପ୍ରସ୍ତୁତକାରୀ  ସଂସ୍ଥାମାନଙ୍କ   ଦ୍ଵାରା  ବଜାରରେ   ବିକ୍ରି   କରାଯାଉଛି   । ଏସବୁ   ମିଶ୍ରିତ   ଅଣୁସାରରେ   ଯେଉଁ  ଯେଉଁ   ଲଘୁ   ଉପାଦାନ   ମିଶ୍ରଣ  କରାଯାଇଛି   ତାହା   ପ୍ୟାକେଟ୍  ବା  ଡବା   ଉପର   ଲେବଲରେ  ଉଲ୍ଲେଖ   କରାଯାଇଛି   । ଚେଲାମିନ୍ , ଜିନେକ୍ ସ   ପ୍ରଭୃତି   ଚିଲେଟ୍  ଯୁକ୍ତ  ଜିଙ୍କ୍  ଅଣୁସାର   ମଧ୍ୟ  ଆଜିକାଲି   ବଜାରକୁ   ଆସିଲାଣି   । ଚିଲେଟ୍  ଯୁକ୍ତ  ଅଣୁସାରଗୁଡିକର   ଫସଲ   ଗ୍ରହଣୀୟଟା   ଅପେକ୍ଷାକୃତ  ଅଧିକ  । ତେଣୁ   କମ୍  ପରିମାଣରେ   ପ୍ରୟୋଗ   କଲେ   ମଧ୍ୟ  ଅଧିକ  ସୁଫଳ  ମିଳେ   ।

ସାର   ପ୍ରୟୋଗର  ମୂଳତତ୍ତ୍ଵ

ମୃତ୍ତିକା   ଉର୍ବରତା   ସୁରକ୍ଷା  ଓ  ଉତ୍ପାଦିକତା   ବୃଦ୍ଧି, ଖତ ଓ  ସାର  ପ୍ରୟୋଗର  ମୂଳ   ଉଦ୍ଦେଶ୍ୟ   ।

ମୃତ୍ତିକା   ଉର୍ବରତା   ସୁରକ୍ଷା

ପ୍ରତି  ବର୍ଷ  ଫସଲ   ଚାଷ  ଯୋଗୁଁ  ମୃତ୍ତିକାରୁ   ଯେଉଁ  ଖାଦ୍ୟ   ଫସଲ  ଶୋଷି   ନିଏ  ତାହା   ଭରଣା  କରାଯିବା  ଆବଶ୍ୟକ   । ତା’  ନହେଲେ  କାଳକ୍ରମେ  ମୃତ୍ତିକାର  ଉର୍ବରତା   କ୍ଷୟ   ହୋଇ   ତାହା  ଚାଷ  ଅନୁପଯୋଗୀ   ହୋଇଯିବ  । ତେଣୁ   ଖତ  ଓ  ସାର  ପ୍ରୟୋଗ   ଏକାନ୍ତ   ଆବଶ୍ୟକ   । ଏକ  କ୍ଵିଣ୍ଟାଲ  ଧାନ  ଅମଳ  ପାଇଁ   ହାରାହାରି   ହେକ୍ଟର   ପିଚ୍ଛା  ୧.୫  କି.ଗ୍ରା.  ଯବକ୍ଷାରଜାନ , ୦.୭ କି.ଗ୍ରା. ଫସଫେଟ୍ ଓ ୨.୩ କି.ଗ୍ରା.  ପୋଟାସ୍  ଖାଦ୍ୟସାର   ଫସଲ   ମୃତ୍ତିକାର   ଗ୍ରହଣ   କରିଥାଏ   । ସେହିପରି   ବିଭିନ୍ନ  ଫସଲ   ବିଭିନ୍ନ   ପରିମାଣର   ଖାଦ୍ୟସାର   ଗ୍ରହଣ   କରିଥାନ୍ତି   ।

ଫସଲ  ଉତ୍ପାଦନ  ବୃଦ୍ଧି ଓ  ଅଧିକ  ଲାଭ

ମୃତ୍ତିକାରେ   ବିଭିନ୍ନ  ଖାଦ୍ୟସାର  ଯଥେଷ୍ଟ  ନ ଥିଲେ   ଫସଲ  ଭଲ   ବଢେ  ନାହିଁ   ଓ  ଅମଳ   କମିଯାଏ   । ଏହା  ଫଳରେ   ଚାଷ  ଲାଭଜନକ   ହୁଏ  ନାହିଁ   । ତେଣୁ   ମୃତ୍ତିକାରେ   ଅଭାବ   ଥିବା  ଖାଦ୍ୟସାର  ସାର   ଆକାରରେ   ପ୍ରୟୋଗ   କରି  ହେକ୍ଟର   ପିଚ୍ଛା   ଅମଳ  ଓ  ଲାଭ  ବୃଦ୍ଧି   କରାଯିବା   ସାର  ପ୍ରୟୋଗର  ପ୍ରଧାନ   ଲକ୍ଷ୍ୟ   । ସାର  ପ୍ରଯୋଗଜନିତ  ଅମଳ   ବୃଦ୍ଧିର   ପରିମାଣ   ସାରର   କାର୍ଯ୍ୟକାରିତା   ଉପରେ   ନିର୍ଭର   କରେ   । କୌଣସି   ସାର  ପ୍ରୟୋଗ   ହେତୁ , ଖାଦ୍ୟସାର  କି.ଗ୍ରା.  ପିଚ୍ଛା   ଯେତିକି  ବର୍ଦ୍ଧିତ   ଅମଳ   ମିଳେ   ତାହାକୁ   ସାରର   କ୍ଷେତ୍ରୀୟ   ଦକ୍ଷତା  କୁହାଯାଏ   । ଉଦାହରଣ   ସ୍ୱରୂପ , ଯଦି   ହେକ୍ଟର   ପିଚ୍ଛା  ୬୦ କି.ଗ୍ରା.  ଯବକ୍ଷାର   ୟୁରିଆ   ସାରଭାବରେ   ପ୍ରୟୋଗ   କରିବା   ଦ୍ଵାରା  300 କି.ଗ୍ରା. ଅଧିକ  ଧାନ   ଅମଳ  ହେଲା   ତେବେ  ୟୁରିଆ  ସାରର   କ୍ଷେତ୍ରୀୟ   ଦକ୍ଷତା = ୧ କି.ଗ୍ରା.  ଯବକ୍ଷାର   ପିଚ୍ଛା  ୫କି.ଗ୍ରା.  ଧାନ  ବୋଲି   ହିସାବକୁ   ନିଆଯାଏ   । ଦକ୍ଷତା   ବୃଦ୍ଧିପାଇଁ   ଠିକ୍  ସାର ଓ  ଠିକ୍  ସମୟରେ   ଠିକ୍  ମାତ୍ରାରେ  ଓ  ଠିକ୍  ଜାଗାରେ   ପ୍ରୟୋଗ   କରାଯିବା  ଉଚିତ୍   ।

ସାରର   ସଠିକ୍  ପରିମାଣ

ଫସଲର   ଆବଶ୍ୟକତା   ଅନୁସାରେ  ଅଭାବଥିବା   ଖାଦ୍ୟସାରକୁ  ସାର  ମାଧ୍ୟମରେ   ଯୋଗାଇ  ଦିଆଯିବା  ଆବଶ୍ୟକ   । ସେହି  ସାରଗୁଡିକ   କେତେ   ପରିମାଣରେ   ପ୍ରୟୋଗ   କରାଯିବ   ତାହା  ଅମଳ   ବୃଦ୍ଧିର   ସମ୍ଭାବନାକୁ   ବିଚାରକୁ   ନେଇ  ସ୍ଥିର  କରାଯାଏ   । ଏଥିପାଇଁ  ୨ଟି  ପ୍ରକାର  ଅନୁମୋଦନ   ବ୍ୟବସ୍ଥା   ରହିଛି   ।

  • ମୃତ୍ତିକା   ପରୀକ୍ଷାଭିତ୍ତିକ   ଅନୁମୋଦନ
  • ଜମିରୁ   ନମୁନା   ମାଟି  ସଂଗ୍ରହ  କରି   ମୃତ୍ତିକା   ପରୀକ୍ଷାଗାରରେ   ପରୀକ୍ଷା  କରାଇଲେ  ବିଭିନ୍ନ  ଖାଦ୍ୟସାରର   ସୁଲଭତା   ସ୍ଥିତି   ଜଣାଯାଏ   । ଫସଲର  ଆବଶ୍ୟକତା  ତୁଳନାରେ   କେଉଁ   ଖାଦ୍ୟସାର  କେତେ   ନିଅଣ୍ଟ   ଅଛି , ତାହା  ଖାଦ୍ୟସାରର  ସୁଲଭତା   ସ୍ତର   ସ୍ୱଳ୍ପ   ଥାଏ   ତାହାହେଲେ   ନିଅଣ୍ଟ   ସ୍ତର   ଅଧିକ  ଓ  ଅମଳ   ବୃଦ୍ଧିର   ସମ୍ଭାବନା  ଅଧିକ  ବୋଲି   ସୂଚିତ   ହୁଏ   । ତେଣୁ  ଅଧିକା  ସାର   ଆବଶ୍ୟକ   । ଯଦି   ସୁଲଭତା   ସ୍ତର   ବେଶୀ  ଥାଏ   ତେବେ  ନିଅଣ୍ଟ   ପରିମାଣ   କମ୍  ଏବଂ  ଅମଳ   ବୃଦ୍ଧିର   ସମ୍ଭାବନା   କମ୍   । ତେଣୁ  ଅଳ୍ପ   ପରିମାଣର  ସାର  ପ୍ରୟୋଗ   କରିବା  ଲାଭଜନକ   । ଅଧିକା  ସାର  ପ୍ରୟୋଗ  କଲେ  ଖର୍ଚ୍ଚ   ଅଧିକ  ହୁଏ  କିନ୍ତୁ  ଆଶାଜନକ  ଲାଭ  ମିଳେନାହିଁ   ।

  • ସାଧାରଣ   ଅନୁମୋଦନ
  • ବିଭିନ୍ନ   ଫସଲରେ   ସାର  ପ୍ରୟୋଗ   କରାଯାଇ   ଅନେକଗୁଡିଏ   କ୍ଷେତ୍ର   ପରୀକ୍ଷା  କରାଯିବା   ପରେ  ହାରାହାରି   ଅମଳ  ବୃଦ୍ଧି  ପାଇଁ  ବିଭିନ୍ନ   ସାରର   ଲାଭଜନକ   ସାର   ମାତ୍ରା   ନିର୍ଦ୍ଧାରଣ   କରାଯାଏ   । କୃଷି   ଗବେଷଣା   ସଂସ୍ଥାମାନଙ୍କ   ଦ୍ଵାରା   ଏହିପରି   କ୍ଷେତ୍ର   ପରୀକ୍ଷା   କରାଯାଇ   ବିଭିନ୍ନ   ଫସଲ   ପାଇଁ   ଯେଉଁ   ସାଧାରଣ   ଅନୁମୋଦନ   ଦିଆଯାଇଛି   ତାହା   ଫସଲ  ଚାଷ   ସମ୍ବନ୍ଧୀୟ   ପୁସ୍ତିକା , ଗାଇଡ   ବହି  ବା  ଟ୍ରେନିଂ  ପୁସ୍ତିକା   ପ୍ରଭୃତିରେ   ଉଲ୍ଲେଖ  ଥାଏ  । ଉଦାହରଣ  ସ୍ୱରୂପ   ଅଧିକ  ଅମଳ   ଧାନ  ପାଇଁ   ଖରିଫ  ଋତୁରେ   60 – 30 – 30 ଓ   ରବି  ଋତୁରେ 80 – 40-40  ଯବକ୍ଷାରଜାନ : ଫସଫେଟ୍ : ପୋଟାସ୍  ଅନୁମୋଦନ   କରାଯାଇଛି   । ଏହାର   ଅର୍ଥ  ଖରିଫ   ଧାନରେ  ହେକ୍ଟର  ପିଛା  ସର୍ବମୋଟ  60 କି.ଗ୍ରା.  ଯବକ୍ଷାର  (N), 30 କି.ଗ୍ରା.  ଫସଫେଟ୍ ଏବଂ  30 କି.ଗ୍ରା. ପଟାସ୍  ପ୍ରୟୋଗ   କରିବା  ପାଇଁ   ଅନୁମୋଦନ   କରାଯାଇଛି   ।

ଉପରୋକ୍ତ  ୨ ପ୍ରକାର   ସାର  ଅନୁମୋଦନ   ମଧ୍ୟରୁ   ମୃତ୍ତିକା   ପରୀକ୍ଷା  ଭିତ୍ତିକ   ସାର   ଅନୁମୋଦନ   ଉତ୍କୃଷ୍ଟ  । କାରଣ  ଏହା   ନିର୍ଦ୍ଧିଷ୍ଟ   ଜମିର   ମୃତ୍ତିକାର  ଉର୍ବରତା   ଭିତ୍ତିରେ   ସ୍ଥିର  ହୁଏ   । ସାଧାରଣ  ଅନୁମୋଦନ   ଗୋଟିଏ   ବିସ୍ତୃତ  ଅଞ୍ଚଳରେ  ହାରାହାରି   ଅମଳ  ବୃଦ୍ଧି   ଭିତରେ   ସ୍ଥିର   କରାଯାଉଛି   । ନିର୍ଦ୍ଧିଷ୍ଟ   ଜମିର   ଉର୍ବରତା   କମ୍  ବା  ବେଶୀ   ଥିଲେ   ସାରର   କାର୍ଯ୍ୟକାରିତା  ଓ  ଅମଳ   ବୃଦ୍ଧିରେ   ତାରତମ୍ୟ   ହୁଏ  କାରଣ  ଯେଉଁ   ସାର  ଯେତିକି  ପ୍ରୟୋଗ   କରାଯିବା   କଥା  ତାଠାରୁ   କମ୍  ପ୍ରୟୋଗ   କଲେ   ହେକ୍ଟର   ପିଚ୍ଛା ଅମଳ   କମିଯାଏ  ଏବଂ  ମୃତ୍ତିକାର  ଉର୍ବରତା   କ୍ଷୟ   ହୁଏ   । ଆବଶ୍ୟକ  ପରିମାଣରୁ   ଅଧିକ  ହୁଏ  କିନ୍ତୁ  ସେହି   ଅନୁପାତରେ   ଅମଳ   ବୃଦ୍ଧି  ନ ହେବାରୁ   ଲାଭ  କମିଯାଏ   । ସ୍ଥଳ  ବିଶେଷରେ   ଅଧିକ  ସାର   ପ୍ରୟୋଗ  କଲେ   ଫସଲର  ଅମଳ   ବଢିବା   ପରିବର୍ତ୍ତେ   କମିଯାଏ  ଏବଂ   ମୃତ୍ତିକାର   ପରିବେଶ   ଖରାପ   ହୁଏ   ।

ହେକ୍ଟର  ପିଚ୍ଛା  ବିଭିନ୍ନ   ଖାଦ୍ୟସାରର   ଅନୁମୋଦନ   ପରିମାଣ  ଜଣାଗଲା  ପରେ   ଉପଯୁକ୍ତ   ସାର   ବାଛିବା   ମଧ୍ୟ   ଗୁରୁତ୍ୱପୂର୍ଣ୍ଣ   । ଯବକ୍ଷାର, ଫସଫରସ୍,  ପଟାସ୍  ଏକତ୍ର   ପ୍ରୟୋଗ   ପାଇଁ   ବିଭିନ୍ନ   ମିଶ୍ରିତ   ସାର   ମଧ୍ୟରୁ   ଗୋଟିକୁ  ବାଛିବା   ଆବଶ୍ୟକ   । ସାର   ବାଛିବା   ବେଳେ  (୧) ସାରର   ତୁଳନାତ୍ମକ   ମୂଲ୍ୟ  (୨) ମୃତ୍ତିକା   ଓ  ଫସଲ  ପାଇଁ   ସାରର   ଉପଯୁକ୍ତତା (୩)  ଗୌଣ  ଓ  ସାମାନ୍ୟ   ଉପାଦାନର   ଆବଶ୍ୟକତା  (୪) ସାରର   ଭୌତିକ   ଗୁଣ  (୫)  ସାରର   ସୁଲଭତା   ବିଚାର   ଯୋଗ୍ୟ   ।

ବିଭିନ୍ନ  ଖାଦ୍ୟସାର   ସଠିକ୍  ପରିମାଣରେ   ଓ  ଉପଯୁକ୍ତ  ସାର   ଆକାରରେ   ପ୍ରୟୋଗ   କରିବା  ବ୍ୟବସ୍ଥାକୁ   ସୁଷମ   ସାର   ପ୍ରୟୋଗ  କୁହାଯାଏ   ।

ସାର  ପ୍ରୟୋଗର   ଉପଯୁକ୍ତ   ସମୟ

ନିର୍ଦ୍ଧିଷ୍ଟ   ଖାଦ୍ୟସାରର  ପ୍ରୟୋଗ   ସମୟ  ନିର୍ଦ୍ଧାରଣ  ପାଇଁ  ୨ଟି  ବିଷୟ   ବିଚାରକୁ   ନିଆଯାଏ  ।

  1. ବିଭିନ୍ନ   ଅବସ୍ଥାରେ   ଫସଲର  ଖାଦ୍ୟସାର  ଆବଶ୍ୟକତା
  2. ଉଦାହରଣସ୍ୱରୂପ   ଯବକ୍ଷାର   ଖାଦ୍ୟସାର   ଫସଲର  ପ୍ରଥମାବସ୍ଥାରୁ   ପାଚିବା   ଅବସ୍ଥା   ପର୍ଯ୍ୟନ୍ତ   ଆବଶ୍ୟକ  ପଡେ  । କିନ୍ତୁ  ମୋଟ  ଆବଶ୍ୟକତାର  ଅଧିକ  ଭାଗ   ଗଛର   ବର୍ଦ୍ଧନଶୀଳ  ଅବସ୍ଥାରେ   ବ୍ୟବହୃତ   ହୁଏ   । ଫସଫରସ୍  ଖାଦ୍ୟସାର  ପ୍ରଥମାବସ୍ଥାରେ   ଚେର  ବୃଦ୍ଧିପାଇଁ  ଆବଶ୍ୟକ   ଏବଂ   ପ୍ରଥମାବସ୍ଥାରେ   ଗୃହିତ   ଫସଫେଟ୍  ଫୁଲ  ଓ  ଫଳ   ଧାରଣ   ପାଇଁ   ପୁନଃ   ବିନିଯୋଗ   ହୋଇପାରେ   । ପଟାସ୍ ର  ଆବଶ୍ୟକତା  ବର୍ଦ୍ଧନଶୀଳ   ଅବସ୍ଥାରେ   ଓ  ଫଳ  ପାକଳ  ହେବା  ଅବସ୍ଥାରେ   ଅଧିକ   ।

  3. ସାର  ବ୍ୟବହୃତ  ହେବା  ଆଗରୁ   ନଷ୍ଟ   ହେବାର   ସମ୍ଭାବନା
  4. ଯବକ୍ଷାର   ସାର  ଶୀଘ୍ର   ଫସଲ   ଦ୍ଵାରା  ବ୍ୟବହୃତ  ନ ହେଲେ   ମୃତ୍ତିକାକୁ   ନିକ୍ଷାଳନ   ବା  ଉଦ୍ ବାୟୀକରଣ  ପ୍ରକ୍ରିୟାରେ   ନଷ୍ଟ  ହୁଏ   । ଫସଫରସ୍  ସାର  ସହଜେ   ମୃତ୍ତିକାରୁ   ନଷ୍ଟ   ହୁଏ   ନାହିଁ   । ମଟାଳ  ମାଟି  ପଟାସିୟମ  ଉପାଦାନକୁ   ବିନିମୟଶୀଳ   ଅବସ୍ଥାରେ   ଧରି ରଖେ  ଓ  ଫସଲର  ଚାହିଦାନୁସାରେ   ଯୋଗାଇପାରେ   । କିନ୍ତୁ  ବାଲିଆ   ମାଟିରୁ  ଏହା   ସହଜେ   ନିକ୍ଷାଳିତ   ହୋଇ   ନଷ୍ଟ   ହୁଏ   ।

ଫସଲର  ନିର୍ଦ୍ଧିଷ୍ଟ   ଅବସ୍ଥାର  ଚାହିଦା  ମେଣ୍ଟାଇବା  ପାଇଁ  ଏବଂ  ବ୍ୟବହୃତ   ହେବା  ପୂର୍ବରୁ   ନଷ୍ଟ ନ ହେବା  ପାଇଁ  ସାରକୁ   ଉପଯୁକ୍ତ   ସମୟରେ   ପ୍ରୟୋଗ  କରାଯିବା  ଦରକାର   । ଫସଲ   ବୁଣିବା  ବେଳେ  / ଲଗାଇବା  ବେଳେ  ସାଧାରଣତଃ   ଯବକ୍ଷାର   ଖାଦ୍ୟସାର   କିଛି  ଅଧିକ  ଭାଗ   ବର୍ଦ୍ଧନ  ଶୀଳ  ଅବସ୍ଥାରେ   ଏବଂ  କିଛି  ଭାଗ   ଫୁଲ  ଫଳ  ଧାରଣ   କରିବା  ଅବସ୍ଥାରେ  ଏହିପରି  ୨ ବା  ୩ ଥରରେ   ପ୍ରୟୋଗ  କରାଯାଏ   । ଫସଫରସ୍  ଖାଦ୍ୟସାର  ମୂଳସାର  ଭାବରେ   ଫସଲ   ଲଗାଇବା / ବୁଣିବା  ସମୟରେ  ବା  ତା ପୂର୍ବରୁ   ପ୍ରୟୋଗ   କରାଯାଏ   । ପଟାସ୍  ସାରକୁ   ମଟାଳିଆ   ମାଟିରେ  ମୂଳସାର   ଭାବରେ  ଏକାଥରକେ  ପ୍ରୟୋଗ   କରାଯାଏ   । କିନ୍ତୁ  ବାଲିଆ  ମାଟିରେ  ୨ ବା  ୩  ଥରରେ  ବାଣ୍ଟି  ପ୍ରୟୋଗ   କରିବା  ଅଧିକ  ଫଳପ୍ରଦ   ।

ସାର  ପ୍ରୟୋଗର  ଉପଯୁକ୍ତ  ପ୍ରଣାଳୀ

ସାରର  କାର୍ଯ୍ୟକାରିତା  ବୃଦ୍ଧି  କରିବା  ପାଇଁ  ଏହାକୁ  ଠିକ୍  ପ୍ରଣାଳୀରେ   ପ୍ରୟୋଗ   କରାଯିବା  ଆବଶ୍ୟକ   । ସାର  ପ୍ରୟୋଗ  ବେଳେ   ନିମ୍ନଲିଖିତ  ବିଷୟଗୁଡିକୁ   ବିଚାରକୁ   ନେବା  ଉଚିତ୍  ।

  1. ସାର  ଯଥାସମ୍ଭବ  ଚେରର  ପାଖାପାଖି  ମାଟିରେ   ପ୍ରୟୋଗ   କରାଯିବା  ଦରକାର   ଏହାଦ୍ଵାରା  ଚେର   ସହଜରେ   ଏହାକୁ  ଗ୍ରହଣ   କରିପାରିବ   ।
  2. ସାର  ଚେର  ବା ମଞ୍ଜିର  ସଂସ୍ପର୍ଶରେ  ଆସିବା   ଉଚିତ୍  ନୁହେଁ   ।
  3. ସାର   ଫସଲ  କିଆରିରେ   ସବୁଆଡେ   ସମାନ  ଭାବରେ   ପ୍ରୟୋଗ  ହେବା   ଆବଶ୍ୟକ ।
  4. ସାର  ମୃତ୍ତିକାରୁ   ନଷ୍ଟ  ନ ହୋଇ  ଅଧିକ   ମାତ୍ରାରେ   ଫସଲ   ଦ୍ଵାରା  ବ୍ୟବହୃତ   ହୋଇପାରିବା   ଆବଶ୍ୟକ ।
  5. ସାର  ପ୍ରୟୋଗ  ବାବଦ   ଖର୍ଚ୍ଚ   ଯଥାସମ୍ଭବ   କମ୍  ହେବ   ।

ଫସଲ   ଲଗାଇବା   ପ୍ରଣାଳୀ , ଧାଡି  ଓ  ଗଛ   ମଧ୍ୟରେ   ଦୂରତା, ଫସଲର  ନିର୍ଦ୍ଧିଷ୍ଟ   ଅବସ୍ଥା,  ମାଟି ଓ  ସାରର  ରାସାୟନିକ  ଗୁଣ ଏବଂ   ପ୍ରୟୋଗ  ପାଇଁ   କୃଷି   ଯନ୍ତ୍ରପାତିର   ସୁଲଭତା   ପ୍ରଭୃତି   ବିଷୟ  ବିଚାର  କରି  ସାର  ପ୍ରୟୋଗ   ପ୍ରଣାଳୀ   ସ୍ଥିର   କରାଯାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 6/18/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate