অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗପୋକ ଦମନ ପାଇଁ ଔଷଧ

ଉପକ୍ରମ

ଫୁଲ, ଫଳ ରେ ବିଭିନ୍ନ ପ୍ରକାର ପୋକ ହୁଏ । ଏହି ପୋକ ଫୁଲ ଓ ଫଳ କୁ ନଷ୍ଟ କରିଥାଏ । ରୋଗପୋକ ନିୟନ୍ତ୍ରଣ ପାଇଁ କେତେ ପରିମାଣର ଓ କିପରି ବ୍ୟବହାର କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଗେଣ୍ଡୁ

  • ଗେଣ୍ଡୁ ଗଛରେ ଲାଲ ବୁଢିଆଣୀ (ଅଷ୍ଟପଦୀ) ର ଦମନ ପାଇଁ ଏକର ପ୍ରତି ଏକ କିଗ୍ରା ସଲଫର ଗୁଣ୍ଡ କିମ୍ବା ୬୦୦ମିଲି ଡାଇକୋଫଲ ସିଞ୍ଚନ କରନ୍ତୁ ।
  • ସମ୍ବାଲୁଆ ଜାତୀୟ କଢଖିଆ ପୋକର ଦମନ ପାଇଁ ଏକର ପ୍ରତି ୪୦୦ ମିଲି ଏଣ୍ଡୋସଲଫାନ ସିଞ୍ଚନ କରନ୍ତୁ; ଯେପରି କାଣ୍ଡ, ଫୁଲ, ପତ୍ର, ସଂପୂର୍ଣ୍ଣ ଭିଜି ଔଷଧ ମିଶ୍ରିତ ଜଳ ତଳକୁ ବୁନ୍ଦା ବୁନ୍ଦା ହୋଇ ଖସିବ ।
  • ଆଗରୁ ଖରାଟିଆ ଗେଣ୍ଡୁ ଗଛ ପାଇଁ ତଳି ପକାଇ ନ ଥିଲେ ତଳି ପକାନ୍ତୁ ।
  • ଅଧିକ ଅମଳକ୍ଷମ କମଳା ରଙ୍ଗର ସରାକୋଲା କିସମ ତଳି ବ୍ୟବହାର କରନ୍ତୁ ।
  • ତଳିଘରାରେ ଧାଡି ମଧ୍ୟରେ ପାଞ୍ଚ ସେମି ବ୍ୟବଧାନ ରଖି ବିହନ ଏକ ସେମି ଗଭୀରରେ ବୁଣନ୍ତୁ । ଅତ୍ୟଧିକ ତାପମାତ୍ରାରୁ ସୁରକ୍ଷା ଦେବା ପାଇଁ ତଳିଘେରାରେ ନଡା ଘୋଡାଇଦିଅନ୍ତୁ ।

ଭେଣ୍ଡି

  • ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସିଆ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। ଗ୍ରୀଷ୍ମ ପାଗରେ ଭେଣ୍ଡି ଲଗାଇପାରିବେ ।
    1. ଭେଣ୍ଡିର ଉନ୍ନତ କିସମ : ପର୍ବାଣିକ୍ରାନ୍ତି, ଅର୍କ ଅନାମିକା , ଉତ୍କଳ ଗୌରବ , ପଞ୍ଜାବ ପଦ୍ମିନୀ , ଏସଡ଼ିୟୁ -୧ ସାତଶିରା ଇମ୍ପ୍ରୁଭଡ ।
    2. ସଙ୍କର କିସମ : ଉପହାର , ମଖମଲି , ମାହିକେ -୧୦ , ବର୍ଷା, ବିଜୟ, ସାରଥି । ଏକର ପ୍ରତି ସାତରୁ ଆଠ କିଗ୍ରା ମଞ୍ଜି ବୁଣନ୍ତୁ ।
  • ବୁଣିବାର ଦଶ –ବାର ଘଣ୍ଟା ପୂର୍ବରୁ ଦୁଇ ଗ୍ରାମ କାର୍ବେଣ୍ଡାଜିମ ମିଶ୍ରିତ ଏକ ଲିଟର ପାଣିରେ ମଞ୍ଜି ଭିଜାନ୍ତୁ । ଶେଷ ଓଡ ଚାଷ ସମୟରେ ଏକର ପ୍ରତି ଆଠ –ଦଶ ଟନ ଶଢା ଗୋବର ଖତ , ଆଠରୁ ଦଶ କିଗ୍ରା ଫୁରାଡନ ମାଟିରେ ମିଶାନ୍ତୁ । ମାଟି ସାମାନ୍ୟ ବତର ଥିବା ଅବସ୍ଥାରେ ତିରିଶ ସେମି ବ୍ୟବଧାନରେ ମଞ୍ଜି ଲଗାନ୍ତୁ । ତିରିଶ ଦିନ ପରେ ସାତରୁ ଦଶ ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ ଏକର ପ୍ରତି ୨୫୦ ଗ୍ରାମ ହିସାବରେ ଦୁଇ ଥର ସିଞ୍ଚନ କରନ୍ତୁ । ଏହା ଦ୍ଵାରା ଅଧିକ ଅମଳ ହେବ ।

ଡାଲି ଫସଲରେ ରୋଗପୋକ ଦମନ

ବୁଟ ଓ ମଟରରେ ଫଳବିନ୍ଧା ପୋକ ଦେଖାଗଲେ ଏକର  ପ୍ରତି  ୨୫୦ ଶୂକ ସମତୁଲ ନ୍ୟୁକ୍ଲିୟର ପଲି ଭୂତାଣୁ ୨୦୦ ଲିଟର ପାଣିରେ ମିଶାଇ ଅପରାହଣରେ ସିଞ୍ଚନ କରନ୍ତୁ । ଏକର ପ୍ରତି ଏକ କିଗ୍ରା ବିଟି ବୀଜାଣୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ପ୍ରତି ଲିଟର ପାଣିରେ ଦୁଇ ମିଲି ହିସାବରେ ଏଣ୍ଡୋସଲଫାନ କିମ୍ବା ପ୍ରୋଫେନୋଫସ ମିଶାଇ ସିଞ୍ଚନ କରିପାରିବେ । ମଟର ଏକ ମାସର ହୋଇଯାଇଥିଲେ ଦୁଇ ପ୍ରତିଶତ ଡିଏପି ସିଞ୍ଚନ କରନ୍ତୁ । ମୁଗ, ବିରି ଆଦିରେ ଜଉପୋକ ଦମନ ପାଇଁ ଏକର ପ୍ରତି ୫୦ ମିଲି ଇମିଡାକ୍ଳୋଫ୍ରିଡ କିମ୍ବା ୪୦୦ ମିଲି ଡାଇମିଥୋଏଟ କିମ୍ବା ମିଥାଇଲ ଅକ୍ସିଡେମିଟନ ୨୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଆଳୁଚାଷରେ ବୋରିକ ଏସିଡର ବ୍ୟବହାର

ଆଳୁ ଭାରତୀୟମାନଙ୍କର ଏକ ଗ୍ରହଣୀୟ ସୁସ୍ଵାଦୁ ପରିବା । ଆଲୁରେ ଜୀବସାର ଭିଟାମିନ କ, ଖ,ଗ, କ୍ୟାଲସିୟମ, ପୁଷ୍ଟିସାର ଓ ଶ୍ଵେତସାର ଭରପୁର ରହିଛି । ଛୋଟ ପିଲାଙ୍କର ଆଲୁଚିପ୍ସ ପ୍ରିୟ ଖାଦ୍ୟ । ଓଡିଶାରେ ୨୨ ହଜାର ହେକ୍ଟର ଜମିରେ ଆଳୁଚାଷ ହେଉଛି । କିନ୍ତୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୪ଲକ୍ଷ ହେକ୍ଟର ଜମିରେ ଆଳୁଚାଷ ହେଉଛି । ଭାରତରେ ଶତକଡା ୮୬ ଭାଗ ଆଳୁ ଉତ୍ପାଦନ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର ଓ ପଞ୍ଜାବରେ ହୋଇଥାଏ । ଓଡିଶାରେ ବାର୍ଷିକ ୧୩ ଲକ୍ଷ ଟନ ଆଳୁ ଆବଶ୍ୟକ ହେଉଥିବା ବେଳେ ୨.୫ ଲକ୍ଷ ଟନ ଉତ୍ପାଦନ ହେଉଛି । ଶୀତଳଭଣ୍ଡାର ସ୍ଥାପନ , ବଜାର ବ୍ୟବସ୍ଥା ଓ ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କାଲେ ଆମେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ଆଳୁର ମୁଖ୍ୟ ରୋଗ ହେଉଛି ଝାଉଁଳା ରୋଗ । ରାଲଷ୍ଟୋନିଆ ସୋଲାନାସିଆରାମ ବୀଜାଣୁ ଏହି ରୋଗ ସୃଷ୍ଟି କରେ । ଉପକଳବର୍ତ୍ତୀ ଜିଲ୍ଲାରେ ଏହି ରୋଗ ସୃଷ୍ଟି କରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ରୋଗ ବେଶି ଦେଖାଯାଏ । ଉକ୍ତ ରୋଗକୁ ଠିକ ଭାବରେ ନିୟନ୍ତ୍ରଣ ନ କଲେ ଶତକଡା ୭୦ ଭାଗରୁ ଅଧିକ ଅମଳ କମିଯାଏ । ତେଣୁ ଆଳୁ ଲଗାଇବା ୧୫ ଦିନ ପୂର୍ବରୁ ମାଟିରେ ବ୍ଲିଚିଂ ପାଉଡର ପ୍ରୟୋଗ କରନ୍ତୁ । ବିହନ ଆଳୁକୁ ଶତକଡା ୩ଭାଗ ବୋରିକ ଏସିଡ ଦ୍ରବଣରେ ବୁଡାଇ ଛାଇରେ ଶୁଖାଇ ଗଜା କରି ଲଗାନ୍ତୁ । ଦେଖାଯାଇଛି ଏହା ଦ୍ଵାରା ଝାଉଁଳା ରୋଗ ଓ ପଚାରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି । ବଜାରରେ ଔଷଧ ଦୋକାନରେ ବୋରିକ ପାଉଡର ନାମରେ ଏହା ଉପଲବ୍ଧ ।

ଆଧାର - କୃଷି ବିଭାଗ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate