অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଔଷଧ ଦ୍ରବଣ ପ୍ରସ୍ତୁତି କରି ଫସଲରେ ସିଞ୍ଚନ

ରାସାୟନିକ ଔଷଧ ପ୍ରୟୋଗ

ଫସଲରେ ବିଭିନ୍ନ ପ୍ରକାରର ପୋକ, ରୋଗ, ସୂତ୍ରଜୀବ ଆକ୍ରମଣ ଯୋଗୁଁ ଅମଳ ବାଧାପ୍ରାପ୍ତ ହୋଇଥାଏ । ଏହି ଅନିଷ୍ଟକାରୀ ଜୀବ ମାନଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଆମେମାନେ ହଠାତ୍ ରାସାୟନିକ ଔଷଧ ପ୍ରୟୋଗ ପାଇଁ ଚିନ୍ତା କରୁଛେ । ଏହା ଦ୍ଵାରା ପ୍ରାକୃତିକ ପରିବେଶ, ଅନିଷ୍ଠକାରୀ ଜୀବଙ୍କ ସହ ଅନେକ ଉପକାରୀ ଜୀବ ନଷ୍ଟ ହେବା ସହ ଅନେକାଂଶରେ ଔଷଧର ବିଷଶକ୍ତି ଫସଲରେ ରହି ଜୀବଜନ୍ତୁ, ମନୁଷ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେଉଅଛି । ତେଣୁ ସମନ୍ଵିତ ରୋଗ ପୋକ ପରିଚାଳନା ମାଧ୍ୟମରେ ଅନିଷ୍ଟକାରୀ ଜୀବମାନଙ୍କୁ ଆର୍ଥିକ ନିୟନ୍ତ୍ରଣ ସୀମାରେଖା ତଳେ ରଖି ସୁରକ୍ଷିତ ପରିବେଶ ଭିତରେ ଉତ୍ପାଦନ ବୃଦ୍ଧି କରିବା ବିଷୟ ପୂର୍ବରୁ ଆଲୋଚନା କରାଯାଇଅଛି ।

କୌଣସି କାରଣବଶତଃ ଅନିଷ୍ଟକାରୀ ଓ ଉପକାରୀ ପୋକରୋଗଙ୍କ ସଂଖ୍ୟା ବୃଦ୍ଧି ହୋଇ ଆର୍ଥିକ ନିୟନ୍ତ୍ରଣ ସୀମାରେଖା ଉପରକୁ ଉଠିଲେ ସେମାନଙ୍କୁ ଦମନ କରିବା ପାଇଁ ରାସାୟନିକ ଔଷଧର ଆବଶ୍ୟକ ହୋଇଥାଏ । ରାସାୟନିକ ଔଷଧ ପ୍ରୟୋଗ ପାଇଁ ମୁଖ୍ୟତଃ ତିନୋଟି ଦିଗ ପ୍ରତି ସତର୍କ ରହିବା ଦରକାର ଯଥା ଠିକ ଔଷଧ ଓ ଠିକ ଅନୁପାତ ଅର୍ଥାତ କେଉଁ ଫସଲର କି ଅବସ୍ଥା ବେଳେ କେଉଁ ପୋକ ରୋଗ କେତେ ମାତ୍ରାରେ ଆକ୍ରାନ୍ତ ହୋଇଛି, ସେଥିପାଇଁ କେଉଁ ଉପଯୁକ୍ତ ଔଷଧ କେତେ ଅନୁପାତ ରେ ପ୍ରୟୋଗ କରାଯିବ ଏ ବିଷୟରେ ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଗ୍ରହଣ କରି ଫସଲରେ ରାସାୟନିକ ଔଷଧ ପ୍ରୟୋଗ କରିବା ଉଚିତ୍ ।

କିପରି ଔଷଧ ଦ୍ରବଣ ପ୍ରସ୍ତୁତି କରି ଫସଲରେ ସିଞ୍ଚନ କରିବେ

ବଜାରରେ ମିଳୁଥିବା ଅଧିକାଂଶ ପୋକ ଓ ରୋଗମରା ଔଷଧ ଗୁଡିକ ଉପଯୁକ୍ତ ଅନୁପାତରେ ଜଳ ସହିତ ମିଶ୍ରଣ କରି ସ୍ପ୍ରେୟାର ସାହାଯ୍ୟରେ ଫସଲରେ ସିଞ୍ଚନ କରିବାକୁ ହୁଏ । ଭିନ୍ନ ଭିନ୍ନ ସ୍ପ୍ରେୟର ବ୍ୟବହାର କଲେ ଆବଶ୍ୟକୀୟ ଜଳର ପରିମାଣ ଭିନ୍ନ ହୁଏ ଓ ଦ୍ରବଣର  ଅନୁପାତ ମଧ୍ୟ ଭିନ୍ନ ହୁଏ । ସାଧାରଣତଃ ହସ୍ତଚାଳିତ ସ୍ପ୍ରେୟର ର ବ୍ୟବହାର ବହୁଳ ଅଟେ । ତେବେ ଔଷଧ ଦ୍ରବଣ ପ୍ରସ୍ତୁତି କଲାବେଳେ ଦୁଇଟି ମୁଖ୍ୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ ।

  • କେତେ  ଔଷଧ କେତେ ପାଣିରେ ମିଶାଇବାକୁ ହେବ ।
  • ଏକର/ହେକ୍ଟର ପ୍ରତି କେତେ ଔଷଧ ଦ୍ରବଣ ଦରକାର ।

ଏଥିପାଇଁ ନିମ୍ନଲିଖିତ ସୂତ୍ର ବ୍ୟବହାର କରାଯାଏ ।

ଦରକାର ହେଉଥିବା ଔଷଧର ପରିମାଣ ଓ ଦରକାର ହେଉଥିବା ବଜାରରେ ମିଳୁଥିବା ଔଷଧରେ ଥିବା କ୍ରିୟାଶୀଳ ଉଦାହରଣ -

  • କ୍ଳୋରୋପାଇରିଫସ ୦.୪% ଏକର ପ୍ରତି ୨୦୦ ଲିଟର ଦ୍ରବଣ ସିଞ୍ଚନ ପାଇଁ କେତେ ଔଷଧ ଦରକାର ।
  • କ୍ଳୋରୋପାଇରିଫସ ଔଷଧ ସାଧାରଣତଃ ବଜାରରେ କୋରୋବାନ, ଧନୁସବାନ, ଡରମେଟ ଆଦି ନାମରେ EC ୨୦% କ୍ରିୟାଶୀଳ ବିଷ (A.I) ଥାଇ ମିଳୁଛି ।
  • ଦରକାର ହେଉଥିବା ସମୁଦାୟ ସ୍ପ୍ରେ ଦ୍ରବଣ = ୨୦୦ଲିଟର
  • ଦରକାର ହେଉଥିବା ଦ୍ରବଣରେ ଔଷଧର ହାର = ୦.୦୪%
  • ବଜାରରେ ମିଳୁଥିବା ଔଷଧରେ କ୍ରିୟାଶୀଳ ବିଷ ହାର(A.I%) = ୨୦%
  • ତେବେ ଦରକାର ହେଉଥିବା ଔଷଧର ପରିମାଣ = ୨୦୦x୦.୦୪/୨୦ = ୦.୪ ଲି. ବା ୪୦୦ ମିଲି
  • ଅର୍ଥାତ ୪୦୦ମିଲି ୨୦% EC ଧନୁସବାନ/ଡରମେଟ ୨୦୦ ଲିଟର ପାଣିରେ ମିଶାଇ ଏକ ଏକର ଫସଲରେ ସିଞ୍ଚନ କରନ୍ତୁ । ସାଧାରଣତଃ ୧୨ଲି ଧରୁଥିବା ହସ୍ତ ଚାଳିତ ସ୍ପ୍ରେ ମେସିନରେ ୧୦ଲିଟର ଦ୍ରବଣ ରାଖୀ ସ୍ପ୍ରେ କରାଯାଏ । ତେବେ ୧୦ ଲିଟର ଦ୍ରବଣ ପାଇଁ ୧୦ ଲିଟର ଜଳରେ ୨୦ମିଲି ଔଷଧ ମିଶ୍ରଣ କରି ୫ ଡିସିମିଲ ଫସଲରେ ସ୍ପ୍ରେ କରନ୍ତୁ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate