ଉପକ୍ରମ
ଚାଷୀମାନେ ଧାନ ଫସଲରେ ଅଧିକ ଅମଳ ପାଇଁ ଜମିରେ କେବଳ ରାସାୟନିକ ସାର ପ୍ରୟୋଗ କରିଥାନ୍ତି । ଏହା ଦ୍ଵାରା ଧାନର ଅମଳ ବଢିଥାଏ । କିନ୍ତୁ ମାଟିର ଉର୍ବରତା ପାଇଁ ଆବଶ୍ୟକୀୟ ପରିମାଣର ଜୈବିକ ଖତ, ସବୁଜ ସାର ଓ ବାୟୋସାର ବ୍ୟବହାର କଲେ ମାଟିର ଭୌତିକ, ରାସାୟନିକ ଗୁଣ ବଜାୟୀ ରହିବା ସହ ଅଧିକ ଅମଳ ମିଳେ ।
ସମନ୍ଵିତ ସାର ପ୍ରୟୋଗ
- ସବୁଜ ସାର
ଧନିଚା ଓ ବିଲାତି ଧନିଚାକୁ ବର୍ଷା ଦିନେ ମଧ୍ୟମ ଓ ଖାଲ କିସମ ଜମିରେ ଧାନ ରୋଇବାର ଠିକ୍ ୬ ସପ୍ତାହ ପୂର୍ବରୁ ଏକର ପ୍ରତି ୧୦କି.ଗ୍ରା ହିସାବରେ ବୁଣନ୍ତୁ । ଯେପରି ଧାନ ରୁଆର ୧୦-୧୫ ଦିନ ପୂର୍ବରୁ ଧନିଚାର ବୟସ ୫ ରୁ ୬ ସପ୍ତାହ ହୋଇଥିବ । ଧାନ ଫସଲ ପାଇଁ ଦରକାର ପଡୁଥିବା ସମସ୍ତ ଫସ୍ଫରସ ସାର ଧନିଚା ବୁଣିଲାବେଳେ ଦିଆଯାଏ । ଧନିଚା ଫସଲଟି ୬ ସପ୍ତାହ ହେଲା ପରେ ହଳ କରି ମାଟିରେ ମିଶାଇ ଦିଅନ୍ତୁ । ଫଳରେ ଏକରକୁ ୬-୭ ଟନ୍ ପର୍ଯ୍ୟନ୍ତ ସବୁଜ ପଦାର୍ଥ ପାଣିରେ ମିଶି ପ୍ରାୟ ୨୫-୩୦ କି.ଗ୍ରା ପର୍ଯ୍ୟନ୍ତ ଯବକ୍ଷାରଯାନ ପରବର୍ତ୍ତୀ ଫସଲରୁ ମିଳିଥାଏ ।
- ବୟୋସାର
ଧାନ ଫସଲରେ ବାୟୋସାର ହିସାବରେ ନୀଳହରିତ ଶୈବାଳ ବି.ଜି.ଏ, ଆଜୋଲା, ଆଜୋସ୍ପିରିଲିୟମ୍ ବ୍ୟବହାର କରନ୍ତୁ ।
- ଆଜୋଲା
ରୁଆଧାନରେ ୨-୩ ସପ୍ତାହ ଆଗରୁ ଜମିକୁ ସମତୁଲ କରି ୪-୬ ଇଞ୍ଚ ପାଣି ରଖନ୍ତୁ । ଏକର ପ୍ରତି ୪ କ୍ଵିଣ୍ଟାଲା ଆଜୋଲା ଆଣି ଜମିରେ ଛାଡି ଦିଅନ୍ତୁ । ୨୫ କି.ଗ୍ରା ସୁପର ଫସ୍ଫେଟ୍ ସାର ପ୍ରୟୋଗ କରନ୍ତୁ । ୩ସପ୍ତାହ ବେଳକୁ ଜମିରେ ଆଜୋଲାର ଏକ ଆସ୍ତରଣ ମାଡିଯିବାର ଦେଖିଲା ପରେ ପାଣି କାଟି ଦିଅନ୍ତୁ । ହଳ କରି କାଦୁଅ କରି ଆଜୋଲାକୁ ମାଟିରେ ମିଶାଇ ଦିଅନ୍ତୁ ।
- ନୀଳହରିତ୍ ଶୈବାଳ (ବି.ଜି.ଏ)
ଧାନ ରୁଆ ୭ଦିନ ପରେ ଏକରକୁ ୬ କି.ଗ୍ରା ହିସାବରେ ବି.ଜି.ଏ ପ୍ରୟୋଗ କରନ୍ତୁ । ୫୦ କି.ଗ୍ରା ସୁପର ଫସ୍ଫେଟ୍ ସାର ପ୍ରୟୋଗ କରନ୍ତୁ । ଜମିରୁ ପାଣି ଶୁଖିବା ପାଇଁ ଦିଅନ୍ତୁ ନାହିଁ । ବି.ଜି.ଏ ପଡିଥିବା ଜମିରେ ସାଧାରଣତଃ ଏକର ପ୍ରତି ୧୦ କି.ଗ୍ରା ହିସାବରେ ଯବକ୍ଷାରଯାନ ଫସଲକୁ ମିଳିଥାଏ ।
- ରାସାୟନିକ ସାର
ଅଧିକ ଅମଳକ୍ଷମ ଧାନ ଚାଷ କରିଥିଲେସଅଳ କିସମ ପାଇଁ ଏକର ପିଛା ୨୫:୧୨:୧୨ କି.ଗ୍ରା ଅନୁସାରେ ଏବଂ ବିଳମ୍ବ କିସମ ପାଇଁ ୩୨:୧୬:୧୬ କି.ଗ୍ରା ହିସାବରେ ଯବକ୍ଷାରଯାନ, ଫସ୍ଫରସ୍ ଏବଂ ପଟାସ ସାର ପ୍ରୟୋଗ କରାଯାଏ । ପିଲାସାର ହିସାବରେ ୨/୪ଅଂଶ ଯବକ୍ଷାରାଯାନ ସାର ପ୍ରୟୋଗ କରିବା ଦରକାର । ବାକି ୧/୪ ଅଂଶ ଯବକ୍ଷାରଜାନ ସାର ଧାନ ରୋଇବାର ୨୧ଦିନ ପରେ ପ୍ରୟୋଗ କରିବା ଦରକାର । ବାକି ୧/୪ ଅଂଶ ଯବକ୍ଷାରଜାନ ଧାନ ରୋଇବାର ୬ ସପ୍ତାହ ପରେ କିମ୍ବା ଧାନ ଥୋଡ଼ ଆସିବା ସମୟରେ ପ୍ରୟୋଗ କରିବା ଦରକାର ।
ଆଧାର – ଦୈନିକ ପ୍ରମେୟ
ଓଡିଆ ଭାଷାରେ ଏପରି ୱେବସାଇଟ ବହୁ ଉପଯୋଗୀ ଏଥିପାଇଁଁ ବହୁତ ବହୁତ ଧନ୍ୟବାଦ