অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିହନ ଗଜା ପରୀକ୍ଷା

ବିହନ ଗଜା ପରୀକ୍ଷା

ବୀଜ  ମଧ୍ୟରେ  ଭ୍ରୁଣ  ପ୍ରସୁତି   ଅବସ୍ଥାରେ  ଥାଏ   । ଅନୁକୂଳ   ବାତାବରଣ  ପାଇ   ପ୍ରସୁତି  ଅବସ୍ଥାର   ଅବସାନ  ଘଟି  ଭ୍ରୁଣ  ସକ୍ରିୟ   ହୁଏ   । ପ୍ରସୁପ୍ତ  ଅବସ୍ଥାର  ଜାଗରଣ  ଓ  ବୃଦ୍ଧି   ପ୍ରଣାଳୀକୁ   ଅଙ୍କୁରଣ  ବା  ଗଜା   ହେବା   କୁହାଯାଏ   । ପ୍ରଥମେ   ବୀଜ, ଜଳ  ଆହରଣ  କରି  ଫୁଲିଯାଏ   । ତାହାପରେ   ଭ୍ରୁଣମୂଳ  ବୃଦ୍ଧିପାଇ  ବୀଜ  ରନ୍ଧ୍ର   ମଧ୍ୟ  ଦେଇ   ବାହାରି  ଆସେ   । ଭ୍ରୁଣମୂଳ  ତଳଆଡକୁ  ବଢେ   । ଭ୍ରୁଣକାଣ୍ଡଠାରୁ   ଭ୍ରୁଣମୂଳ  ଅଧିକ  ଦ୍ରୁତ  ବେଗରେ  ବୃଦ୍ଧିପାଏ   । ମଞ୍ଜି  ଫୁଲିଯିବା   ଦ୍ଵାରା ବୀଜାବରଣ  ଫଟି   ଭ୍ରୁଣ   ପତ୍ର  ବୀଜାବରଣଠାରୁ  ଆଂଶିକ   ବା  ପୂର୍ଣ୍ଣଭାବେ   ଅଲଗା   ହୋଇଯାଏ   । ତା’ପରେ   ଭ୍ରୁଣ  କାଣ୍ଡ  ପଦାକୁ   ବାହାରି  ଆସେ  ଏବଂ  ଉପରଆଡକୁ   ବଢେ   । ପରିଶେଷରେ   ଭ୍ରୁଣ  ମୂଳରେ  ଓ  କାଣ୍ଡ  ପ୍ରରୋହରେ  ପରିଣତ   ହୁଏ   ।  ବୀଜର  ବୀଜାବରଣ , ଭ୍ରୁଣପୋଷକ  ଏବଂ  ଭ୍ରୁଣ ଅକ୍ଷତ  ଅବସ୍ଥାରେ  ରହିବା   ଅତୀବ  ଗୁରୁତ୍ଵପୂର୍ଣ୍ଣ   । ବୀଜାବରଣ  ଭ୍ରୁଣକୁ  ଓ  ଭ୍ରୁଣ  ପୋଷକକୁ   ଆବୃତ୍ତ   କରି  ସୁରକ୍ଷିତ   ରଖେ   । ଏହା  ଜଳୀୟ  ଅଂଶ  ଏବଂ  ବାଷ୍ପ  ପଦାର୍ଥ  ଭିତରେ   ପ୍ରବେଶ  କରାଇ   ଅଙ୍କୁରଣ  କରିବାରେ  ସହାୟକ   ହୁଏ   । ଭ୍ରୁଣ   ପୋଷକରେ   ଗଚ୍ଛିତ   ଥିବା  ଖାଦ୍ୟ  ପଦାର୍ଥ  ଗଛର  ପ୍ରଥମାବସ୍ଥାରେ   ଖାଦ୍ୟ  ଯୋଗାଇ   ଭ୍ରୁଣରୁ   ଚେର  ଓ  କାଣ୍ଡର   ବୃଦ୍ଧି   ଓ  ବିକାଶ  ପାଇଁ   ସହାୟକ  ହୋଇଥାଏ   । ଫଳରେ   ଭ୍ରୁଣରୁ  ନୂତନ  ଗଛ  ଜନ୍ମ  ଲାଭ  କରେ   ।

କଥାରେ  ଅଛି  - “  ଯେପରି ବୁଣିବ – ସେପରି  ପାଇବ ।”

କେବଳ  ଗଜା   ପରୀକ୍ଷା  କରି  ହିଁ  ବିହନ   ବୁଣିବା   ଉଚିତ   । ଯେଉଁ  ବିହନର  ଗଜା   ହେବା  ଶକ୍ତି  ଅଛି – ସେହି   ବିହନ  ହିଁ  ବୁଣିବା  ଉଚିତ   । ନଚେତ୍  ସମୟ  ଓ  ଧନ ଅପଚୟ   ହୋଇଯିବ  । ଅତଏବ   ବିହନ   ଜମିରେ  ବୁଣିବା  ପୂର୍ବରୁ   ଏହାର  ଗଜା  ହେବା   ଦକ୍ଷତା   ପରୀକ୍ଷା  କରାଯିବା   ଉଚିତ   ।

ବିହନ   ଗଜା  ପରୀକ୍ଷା  କରିବା  ପାଇଁ   ଆବଶ୍ୟକ   ବିହନ   ପରିମାଣ

ଆଇ.ଏସ୍.ଟି.ଏ. ( I.S.T.A) ନିୟମାନୁସାରେ ଯଦୃଚ୍ଛା କ୍ରମେ ଗଜା ପରୀକ୍ଷା କରିବା ପାଇଁ  ୪୦୦ ବିହନ ମଞ୍ଜି ଗଣି ନେବା ଆବଶ୍ୟକ । ଜାତୀୟ ଆଇନାନୁସାରେ ଅତି  କମ୍ ରେ  ଏହା  ୨୦୦  ମଞ୍ଜିରୁ  କମ୍  ହେବା   ଉଚିତ   ନୁହେଁ   ।

ବିହନ ଗଜା ପରୀକ୍ଷା କରିବା ପଦ୍ଧତି

ଉପକରଣ  ସୁଲଭତା  ଓ  ଅନ୍ୟାନ୍ୟ  ସୁବିଧା  ସୁଯୋଗକୁ   ବିଚାର  କରି  ବିଭିନ୍ନ   ଉପାୟ   ଅବଲମ୍ବନପୂର୍ବକ  ବିହନର   ଗଜା  ପରୀକ୍ଷା   କରାଯାଇପାରେ   । ଯଥା –

  1. ପେଟ୍ରି – ଡିସ୍ – ପଦ୍ଧତି
  2. ଦୁଇଟି  ଶୋଷକ  କାଗଜ  ପେଟ୍ରି – ଡିସ୍ ର   ତଳ  ଦେଶରେ   ବିଛାଇ  ପାଣିରେ   ଭିଜାଇ   ଦିଆଯାଏ   ।୧୦ – ୨୦ଟି   ବିହନ   ମଞ୍ଜି  ପେଟ୍ରି – ଡିସ୍ ରେ   ଧରିବା   ସୁବିଧା  ଅନୁସାରେ  ଶୋଷକ   କାଗଜ   ଉପରେ   ରଖାଯାଏ   ।  ବିହନ   ପ୍ରକାର, ତାରିଖ  ଓ  ବିହନ  ଭିଜାଇବା   ସମୟ   ପେଟ୍ରି – ଡିସ୍ ର  କାଚ  ଘୋଡାଣି   ଉପରେ  ଗ୍ଲାସ ମାର୍କିଙ୍ଗ  ପେନ୍ ସିଲ୍  ଦ୍ଵାରା   ଲେଖି  ଦିଆଯାଏ   । ବିହନ  ପରିମାଣ  ଅନୁସାରେ  ଏକାଧିକ  ପେଟ୍ରିଡିସ୍   ନିଆଯାଇପାରେ   । ବିହନ  ଗଜା  ହେବା   ଶତକଡା   ସାଧାରଣତଃ  ୧୦୦ ବା  ୨୦୦ ବିହନ   ମଞ୍ଜିରୁ   କେତେ  ଗଜା   ହୋଇଛି   ସେଥିରୁ  ହିସାବ  କରାଯାଏ   । ଗଜା  ହେବା  ବିହନଗୁଡିକ   ସାଧାରଣତଃ  ଦୁଇଥର   ଗଣି  ଶତକଡା   କେତେ   ଭାଗ  ଗଜା   ହୋଇଛି  ଦେଖାଯାଏ   । କେଉଁ  ପଦ୍ଧତିଟି   କେଉଁ  ବିହନ  ଗଜା   ପରୀକ୍ଷା  ପାଇଁ   ଉପଯୁକ୍ତ , କେଉଁ  ବିହନ   ଗଜା   ହେବା  ପାଇଁ   କେତେ   ଦିନ  ଲାଗେ  ଏବଂ କେତେ  ଦିନ  ପରେ  ପ୍ରଥମ  ଓ  ଦ୍ଵିତୀୟ   ଥର  ଗଜା  ଗଣାଯିବ  ତାହା  ବିଭନ୍ନ  ପଦ୍ଧତି   ଶେଷରେ   ସାରଣୀରେ  ଉଲ୍ଲେଖ   କରାଯାଇଛି   ।

    ପେଟ୍ରିଡିସ୍  ପଦ୍ଧତି   ଛୋଟ  ଛୋଟ   ଗଜା  କରିବା  ପାଇଁ  ଉପଯୁକ୍ତ   । ଯଥା : - ଟବାକୋ, ଟମାଟୋ, ମୂଳା, ନଲଖଲ, ବନ୍ଧାକୋବି, ଫୁଲକୋବି, ସୋରିଷ, ଲେଟ୍ୟୁସ୍ , ବାଇଗଣ, ଲଙ୍କା  ଇତ୍ୟାଦି   ସମୟେ   ସମୟେ  ଶୋଷକ   କାଗଜ  ଉପରେ   ଅଳ୍ପ  ଅଳ୍ପ  ସରୁ   ବାଲି  ପକାଯାଏ   । ଏହାଦ୍ଵାରା  ଏହାର   ଜଳଧାରଣ  ଶକ୍ତି   ସାମାନ୍ୟ   ବୃଦ୍ଧିପାଏ   ।

  3. ଗୋଲଭାବେ  ଗୁଡା   ହୋଇଥିବା  ତଉଲିଆ   ଦ୍ଵାରା  ଗଜା  ପରୀକ୍ଷା
  4. ଗୋଟିଏ  ମସୃଣ  ଟେବୁଲ  ଉପରେ  ଦୁଇଟି   ଓଦା  ତଉଲିଆ  ରଖାଯାଏ   । ଆବଶ୍ୟକ   ପରିମାଣ  ବିହନ  ତଉଲିଆ   ଦୁଇଟି  ଉପରେ  ସଜାଇ  ରାଖୀ  ତା’ପରେ   ଦୁଇଟି   ଓଦା  ତଉଲିଆ   ଘୋଡାଇ   ଦିଆଯାଏ   । ବିହନ  ତଳେ  ପଡି  ନଯିବା  ପାଇଁ   ତଳ  ତଉଲିଆକୁ  ଚାରିପଟୁ  ଦୁଇଇଞ୍ଚ   ଉପର  ଆଡକୁ  ଭାଙ୍ଗି   ଦିଆଯାଏ   । ତାପରେ   ତଉଲିଆ   ଡାହାଣରୁ  ବାମକୁ  ଗୁଡାଇ  ଦିଆଯାଏ   । ବିହନ   ଗଜା  ପରୀକ୍ଷାର  ସମ୍ପୂର୍ଣ୍ଣ  ବିବରଣୀ   ଯଥା  - ବିହନ  କିସମ, ଲଟ୍  ନମ୍ବର   । ତାରିଖ  ଏବଂ  ବିହନ ଭିଜାଇବା   ସମୟ  ଏହି   ରୋଲ   ଉପରେ  ଇଣ୍ଡେଲେବୁଲ  ପେନ୍ ସିଲ୍  ଦ୍ଵାରା  ଲେଖି   ଦିଆଯାଏ   । ଏକ  ପ୍ରକାର  ବିହନର   ସମସ୍ତ  ରୋଲଗୁଡିକ   ଗୋଟିଏ   ରବର  ବ୍ୟାଣ୍ଡରେ   ଗୋଟିଏ  ଗ୍ରୁପରେ   ବାନ୍ଧି  ର୍ୟାକରେ   ରଖି  ଦିଆଯାଏ   । ଫିମ୍ପି  ନମାରିବା  ପାଇଁ   ଏହି   ରୋଲ୍ ଗୁଡିକ   ଗୋଟିକିଆ  ଧାଡି   କରି  ରଖାଯାଏ   । ମଞ୍ଜି   ବଡ  ଆକାର ହୋଇଥିଲେ   ରୋଲଡ୍  ଟାୱାଲ୍  ପଦ୍ଧତି   ଅବଲମ୍ବନ   କରାଯାଏ   । ଯଥା  - ମକା, ଗହମ, ପି,  ମଟର   ଏବଂ   ଗ୍ରାମ୍  ପରିବହନ   ପାଇଁ   ଏହି   ପଦ୍ଧତି   ଉପଯୁକ୍ତ   ।

  5. ଫୋଲଡ୍  ପେପର  ଟାୱାଲ୍  ପଦ୍ଧତି
  6. ଦୁଇଗୋଟି  ଓଦା  କାଗଜ  ବା  ତଉଲିଆ  ବିଶେଷ   କରି   ବିହନ  ଗଜା  କରିବା   ନିମିତ୍ତ  ନିର୍ମିତ  କାଗଜ  ଟେବୁଲ  ଉପରେ  ବିଛାଇ   ଦିଆଯାଏ   । କାଗଜ  ଟାୱାଲ୍ କୁ   ଦୁଇ   ସମାନ   ଭାଗରେ  ଭାଗ  କରି  ଚିହ୍ନଟ  କରାଯାଏ   । ଡାହାଣ  ପାଖ  ଅଧା  କାଗଜ  ଉପରେ   ବିହନ   ବିଛାଇ   ଦିଆଯାଏ   ।  ଏବଂ  ବାମ  ପାଖ   ଅଧା   କାଗଜ   ଟାୱାଲ  ମୋଡି  ଦକ୍ଷିଣ  ପାଖ  ବିହନ  ଥିବା  କାଗଜ   ଟାୱାଲ  ଉପରେ  ଘୋଡାଇ  ଦିଆଯାଏ   । ଇଣ୍ଡେଲେବୁଲ   ପେନ୍ ସିଲ୍ ରେ  କାଗଜ  ଉପରେ  ବିହନ   କିସମ, ନମୁନା, ତାରିଖ  ଏବଂ  ଭିଜାଇବା  ସମୟ   ଲେଖି  ଦିଆଯାଏ   । କାଗଜ  ଟାୱାଲଟିକୁ   ଓଦା  ରଖିବା   ପାଇଁ   ଆବଶ୍ୟକ  ମୁତାବକ  ପାଣି   ଛିଞ୍ଚାଯାଏ  । ଏହି  କାଗଜ   ଟାୱାଲଗୁଡିକ   ସେଲ୍ ଡ   କାଗଜ   ଟାୱାଲ   ପରି  ଗୁଡାଇ   ଏଗୁଡ଼ିକୁ  ମଧ୍ୟ  ର୍ୟାକରେ   ରଖି  ଦିଆଯାଏ   । ଗଜା  ହେବା  ପାଇଁ   ଆବଶ୍ୟକ  ଉତ୍ତାପ   ଦିଆଯାଏ   । ଏହି   ପ୍ରଣାଳୀଟିକୁ   ବଡ   ଆକାର   ବିହନ   ମଞ୍ଜି   ଗଜା   କରିବା  ପାଇଁ  ପ୍ରଯୁଜ୍ୟ   ।

  7. ବାଲିରେ  ଗଜା  କରିବା  ପଦ୍ଧତି
  8. ୨୩X ୨୩X ୮ ସେ.ମି. ର  ଆଲୁମିନିୟମ   ପାତ୍ରରେ   ସରୁ  ସଫା  ବାଲି   ଭର୍ତ୍ତି   କରାଯାଏ   । ୫୦୦ ଗ୍ରାମ  ସରୁ   ସଫାବାଲିରେ  ୭୫ ଏମ୍.ଏ . ପଣି   ଦେଇ   ଭଲ  ଭାବେ   ମିଶାଇ  ଦିଆଯାଏ   । ମାତ୍ର  ୩/୪ ଅଂଶ  ଏହି  ଓଦା   ବାଲି   ଦ୍ଵାରା  ପୂରଣ   କରାଯାଏ  । ବିହନଗୁଡିକ   ଏହି  ବାଲି  ଉପରେ   ରଖି  ତା  ଉପରେ   ଗୋଟିଏ   ପତଳା   ଆବରଣର  ସଫା ସରୁବାଲି   ଘୋଡାଇ  ଦିଆଯାଏ   । ତାପରେ   ପାତ୍ରଗୁଡିକରେ   ବିହନ   କିସମ   ଲଟ   ନମ୍ବର   ଗଜା   କରିବା   ତାରିଖ  ଓ  ସମୟର  ନାମପତ୍ର   ଲେଖି  ଦିଆଯାଏ   । ଆବଶ୍ୟକତା   ଅନୁସାରେ   ପାତ୍ରଗୁଡିକରେ  ପାଣି  ଛିଞ୍ଚି   ଓଦା  ରଖାଯାଏ   । ପ୍ରତିଦିନା   ଗଜା   ହେବା  ବିହନ  ସଂଖ୍ୟା   ଶତକଡା   କେତେ   ଭାଗ  କେତେ   ଦିନରେ  ଗଜା   ହେଲା   ଲେଖି   ରଖାଯାଏ   । ଏହି  ପଦ୍ଧତିରେ  ଛୋଟ ବଡ  ସବୁ   ଭାଗ  ଅନ୍ୟାନ୍ୟ  ପଦ୍ଧତି  ତୁଳନାରେ   କମିଯାଏ   । କିନ୍ତୁ   ଚାଷୀମାନଙ୍କ ପାଇଁ   ଏହି  ପଦ୍ଧତିରୁ  ଉପଲବ୍ଧ   ଗଜା  ପରୀକ୍ଷା   ଫଳାଫଳର  ଯଥେଷ୍ଟ   ମୂଲ୍ୟ   ରହିଛି   । କାରଣ   ଏହି   ପଦ୍ଧତିରେ   ଗଜା  କରାଯାଉଥିବା  ବିହନ  ଜମିରେ  ଚାଷୀଦ୍ଵାରା  ବୁଣାଯିବା   ବିହନ  ପ୍ରଣାଳୀ   ସହ  ଯଥେଷ୍ଟ   ସାମଞ୍ଜସ୍ୟ   ରହିଛି   ।

  9. ରାଗ୍  ଡଲ୍  ପଦ୍ଧତି
  10. ଏହି  ପଦ୍ଧତିରେ  ଛିଣ୍ଡାକନା  ଓ  ଅଖା  ବ୍ୟବହାର   କରାଯାଏ   । ଗଜା  ପରୀକ୍ଷା   ଅଖା  ଘୋଡାଇ   ତାପରେ   ତାହାକୁ   ପଟିପରି   ଗୁଡାଇ  ବିଡା   ଆନ୍ଧ୍ୟ  ଦିଆଯାଏ   । ଉପଯୁକ୍ତ   ଉତ୍ତାପରେ   ଗୋଟିଏ  ର୍ୟାକରେ   ଏହି  ବିଡାଗୁଡିକୁ   ରଖାଯାଏ   । ଗୋଟିଏ   ନିର୍ଦ୍ଧିଷ୍ଟ   ସମୟ  ପରେ  ଏହି  ବିଡାଗୁଡିକୁ   ଖୋଲାଯାଏ  ଏବଂ ବିହନଗୁଡିକ  ମଧ୍ୟରୁ   ଶତକଡା  କେତେ  ଭାଗ  ଗଜା  ହୋଇଛି   ଗଣି  ହିସାବ   ରଖାଯାଏ   । ଏହିପରି  ମୋଟ  ଦୁଇଥର   ହିସାବ  କରାଯାଏ   ।

  11. ଅଙ୍କୁରଣ  ଯନ୍ତ୍ର   ସାହାଯ୍ୟରେ   ଗଜା  ପରୀକ୍ଷା  ପଦ୍ଧତି
  12. ବିହନ  ଗଜା  ପରୀକ୍ଷା  କରିବା  ପାଇଁ   ବହୁ  ପ୍ରକାର  ଯନ୍ତ୍ର   ରହିଛି   । ଉଷ୍ମାୟିତ   ପେଟି   ସାହାଯ୍ୟରେ  ଉତ୍ତାପ   ନିୟନ୍ତ୍ରଣ   କୋଠରୀରେ   ବିହନ  ଗଜା  ପରୀକ୍ଷା   କରାଯାଏ   । ଫିଲଟର   କାଗଜକୁ  ଓଦାକରି   ତା’ଉପରେ  ବିହନ  ମଞ୍ଜିଗୁଡିକୁ   ପେଟ୍ରିଡିୟସରେ  ରଖାଯାଏ  ବା  ଓଦା  ଫିଲଟର   କାଗଜ  ମଧ୍ୟରେ  ରଖି  ଗୁଡାଇ   ଦିଆଯାଏ   । ବଡ  ଆକାର  ବିହନ  ମଞ୍ଜିକୁ   ଥଳିରେ   ଓଦାବାଲି   ବା   ଓଦା  ସୂକ୍ଷ୍ମ   ମୃତ୍ତିକା   ରଖି ସେଥିରେ  ବିହନ   ମଞ୍ଜି   ରଖି  ଆବଶ୍ୟକତା  ଅନୁସାରେ  ସିଞ୍ଚାପାଣି  ଦେଇ   ଗଜା   କରାଯାଏ   । କମ୍  ବିହନ  ମଞ୍ଜି  ଗଜା   କରିବାକୁ   ହେଲେ   ଅନେକ  ସମୟରେ   ଅଙ୍କୁରଣ  ଯନ୍ତ୍ର  ପେଟି  ସହାୟତା  ଛିଦ୍ରିତ  ପ୍ଳେଟ  ଗୁଡିଏ   ସଜାଇ  ହୋଇଥାଏ   । ଓଦା  ଏକ  ପ୍ରକାର  ସ୍ଵତନ୍ତ୍ର  ପାରଶ୍ରବଣ   କାଗଜ   ଏହା  ଉପରେ   ପକାଇ   ତାରି   ଉପରେ   ବିହନ  ମଞ୍ଜିଗୁଡିକୁ   ଖେଳାଇ  ଦିଆଯାଏ  । ଉଷ୍ମାୟିତ   ପ୍ରକ୍ରିୟା  ଦ୍ଵାରା  ଗରମ  ପବନ   ଛିଦ୍ରଯୁକ୍ତ   ପ୍ଳେଟ  ଦେଇ   ଛାଡି   ଦିଆଯାଏ  ଏବଂ  ଗଜା  ହେବା   ସମୟରେ   ଆବଶ୍ୟକ   ଉତ୍ତାପ  ରକ୍ଷା କରାଯାଏ   । କିଛି  ନିର୍ଦ୍ଧିଷ୍ଟ   ଦିନ  ଅନ୍ତରରେ   ଦୁଇଥର  ଗଜା  ହେବା  ବିହନକୁ   ଗଣି  ଦିଆଯାଏ  ଏବଂ   ଶତକଡା  ଭାଗ  ବାହାର   କରାଯାଏ   ।

ବିହନ ଗଜା କରିବା ପାଇଁ କେତେକ ଆବଶ୍ୟକ ନିୟମ

  1. ବିହନର  ଶୁଦ୍ଧତା  ପରୀକ୍ଷା  ପରେ  ଯେଉଁ  ସୁସ୍ଥ  ବିହନ  ମଞ୍ଜିଗୁଡିକ  ଅଲଗା   କରାଯାଏ  ସେଥିରୁ  ହିଁ  ଗଜା  ପରୀକ୍ଷା  କରିବା  ପାଇଁ   ବିହନ  ନେବା  ଉଚିତ   ।
  2. ଯେଉଁ  ଉପକରଣରେ  ଗଜା  ପରୀକ୍ଷା  କରିବେ  ତାହାକୁ   ପ୍ରଥମେ   ନିର୍ବୀଜିତ  କରିବା  ଉଚିତ   । ନଚେତ୍  କ୍ଷତିକାରକ  ରୋଗକାରୀ   ଅଣୁଜୀବ   ଦ୍ଵାରା   ଜୀବଗୁଡିକ  ଗଜା  କରିବା  ସମୟରେ   ଆକ୍ରାନ୍ତ   ହୋଇପାରେ    ।
  3. ଆଦର୍ଶ   ଗଜା  ପରୀକ୍ଷା  ଆବଶ୍ୟକ  ସାମଗ୍ରୀ   ଅର୍ଥାତ୍

ଗଜା   ଅକରିବା  ଯନ୍ତ୍ରପାତି   ବା  ଆଧାର, ଆର୍ଦ୍ରତା,  ଉତ୍ତାପ,  ଆଲୋକ, ବାୟୁ  ଆବଶ୍ୟକ   ଅନୁଯାୟୀ  ଯୋଗାଇଦେବା  ପାଇଁ   ବିଶେଷ   ଧ୍ୟାନ  ଦେବା  ସର୍ବାଦୌ   ଆବଶ୍ୟକ   ।

ଭାରତୀୟ   ବିହନ  ଆଇନ  ୧୯୬୬  ନିୟମାନୁସାରେ   ଶତକଡା  ଗଜା  କେତେ  ରହିଲେ   ବିହନ  ବିକ୍ରି   ହେବା  ପାଇଁ   ଉପଯୁକ୍ତ   ନିମ୍ନ  ସାରଣୀରେ   ତାହା  ଦର୍ଶାଯାଇଛି    ।

ବିହନ ପ୍ରକୃତ ଗୁଣାତ୍ମକ ମୂଲ୍ୟ

ବିଶୁଦ୍ଧତା  ଓ  ଶତକଡା   ଗଜା  ହେବା  ଭାଗ  ଉପରେ   ବିହନର  ଗୁଣାତ୍ମକ  ମୂଲ୍ୟ   ନିର୍ଦ୍ଧାରଣ   କରାଯାଏ   । ବିହନର  ବିଶୁଦ୍ଧତା  ଶତକଡା  ଭାଗ  ସହ   ବିହନ   ଗଜା  ହେବା   ଶତକଡା  ଗୁନି   ଏହାର  ଫଳକୁ  ୧୦୦ ଦ୍ଵାରା   ଭାଗ  କରି  ଗୁଣାତ୍ମକ  ମୂଲ୍ୟ  ବାହାର  କରାଯାଏ   । ଯେଉଁ  ବିହନ  ନମୁନାର  ପ୍ରକୃତ  ଗୁଣାତ୍ମକ   ମୂଲ୍ୟ  ଅଧିକ  ତାହା  ଭଲ  ବିହନ  ବୋଲି   ବିବେଚନା  କରାଯାଏ   ।

ଉଦାହରଣସ୍ୱରୂପ

ଗୋଟିଏ  ବିହନର ନମୁନାର   ନାମ – ‘କ’

ଏହାର   ବିଶୁଦ୍ଧତା  ଶତକଡା  ଭାଗ – ୮୫ ଏବଂ  ଗଜା  ହେବା  ଶତକଡା  ଭାଗ – ୯୫

ଅନ୍ୟ  ଗୋଟିଏ  ବିହନ  ନମୁନା – ‘ଖ’  ଏହାର  ବିଶୁଦ୍ଧତା   ଶତକଡା  ଭାଗ – ୯୫ ଏବଂ  ଗଜା  ହେବା  ଶତକଡା  ଭାଗ – ୮୦ ତେବେ  ଏହି  ଦୁଇଟି   ନମୁନା  ବିହନର   ପ୍ରକୃତ  ଗୁଣାତ୍ମକ  ମୂଲ୍ୟ   ହେଉଛି   ।

‘କ’ ନମୁନା  ବିହନ   = 80.75

‘ଖ’  ନମୁନା  ବିହନ   = 78.40

ଏଥିରୁ  ପ୍ରମାଣିତ  ହେଉଛି  ଯେ  ‘କ’  ନମୁନାଟି  ‘ଖ’  ନମୁନାଠାରୁ  ଭଲ   । ଯେଉଁ   ବିହନର   ପ୍ରକୃତ  ଗୁଣାତ୍ମକ  ମୂଲ୍ୟ  70% ରୁ  କମ୍  ତାହାକୁ   ବିହନ  ରୂପେ   ବ୍ୟବହାର  କରିବା  ଭଲ   । କାରଣ  ଏହାର  ବିଶୁଦ୍ଧତା  ଓ ଗଜା  ହେବା  ଶକ୍ତି   କମ୍  ।

ବିହନର  ନ୍ୟୁନତମ   ଗଜା  ହେବା   ଶତକଡା   ଭାଗ  ଭିନ୍ନ  ଭିନ୍ନ   ବିହନ  ପାଇଁ  ଭିନ୍ନ   ଭିନ୍ନ   । ଉପଯୁକ୍ତ   ବିହନ   ଗଜା  କରିବା  ପଦ୍ଧତି   ଏବଂ  ଭିନ୍ନ  ଭିନ୍ନ  ବିହନ  ଗଜା   ହେବାପାଇଁ  ଦ୍ଵିତୀୟ  ଗଣନା   ପାଇଁ   ସ୍ଥିରୀକୃତ   ସମୟ  ନିମ୍ନରେ  ପ୍ରଦତ୍ତ   କରାଗଲା    ।

ଫସଲ

ନ୍ୟୁନତମ  ଗଜା  ହେବା  ଶତକଡା   ଭାଗ

ସମୟ

ଫାଉଣ୍ଡେସନ ବିହନ

ପ୍ରାମାଣିକ  ବିହନ

ଲେଦର ବିହନ

ପ୍ରଥମ ଗଣନା

ଦ୍ଵିତୀୟ ଗଣନା

ବାର୍ଲି

୮୫

୮୫

୭୫

ବାଲି, କାଗଜ ଏବଂ ରୋଲଡ ଟାୱାଲ

ଗହମ

୮୫

୮୫

୮୦

,,

ଧାନ

୮୫

୮୫

----

,,

୧୪

ଓଟ୍

୮୫

୮୫

----

,,

୧୦

ବାଜରା

୭୫

୭୫

୭୦

,,

୧୦

ସୋରଘମ୍

୮୦

୮୦

୭୦

,,

୧୦

ମକା (ହାଇବ୍ରିଡ୍)

----

୯୦

୮୦

,,

ମକା(କମ୍ପୋଜିଟ୍)

୯୦

୯୦

୮୦

,,

କପା

୬୦

୬୦

୫୫

,,

୧୨

ଝୋଟ

୮୦

୮୦

----

----

----

----

ମେସ୍ତା

୮୦

୮୦

----

-----

-----

----

ଛଣ

୭୫

୭୫

----

-----

-----

----

ଚିନାବାଦାମ

୭୦

୭୦

୭୦

ବାଲି, କାଗଜ ଏବଂ ରୋଲଡ ଟାୱାଲ

୧୦

ସୋରିଷ

୮୫

୮୫

-----

ପେଟ୍ରିଡସ୍

୧୦

ସୂର୍ଯ୍ୟମୂଖୀ

୭୦

୭୦

-----

------

-----

-----

ରାଶି

୮୦

୮୦

-----

------

-----

-----

ଜଡା

୭୦

୭୦

୭୦

-----

-----

-----

ଦରସିମ

୮୦

୮୦

------

ବାଲି  ପଦ୍ଧତି

ଲୁସର୍ଣ୍ଣ

୮୦

୮୦

-----

 

ସୋୟାବିନ୍

୭୦

୭୦

୭୦

ପେପର  ଟାୱାଲ ଏବଂ  ବାଲି

ମୁଗ,ବିରି, ହରଡ

୭୫

୭୫

------

,,

ଲେଗୁଲ

୭୫

୭୫

-----

,,

୧୪

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate