অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିହନ ପଦାର୍ଥ ନିର୍ବାଚନ ପ୍ରଣାଳୀ

ଅଙ୍ଗୀୟ  ପ୍ରସାରଣ  ଦ୍ଵାରା ଫସଲ ଉତ୍ପାଦନ  କରାଯାଉଥିବା   ବିହନ ପଦାର୍ଥ ନିର୍ବାଚନ ପ୍ରଣାଳୀ

ଆଖୁ , ଆଳୁ, ଇତ୍ୟାଦି  ଫସଲ   ପାଇଁ   ଅଙ୍ଗୀୟ   ପ୍ରସାରଣ  ପଦ୍ଧତିରେ   ବିହନ  ପଦାର୍ଥ  ଉତ୍ପାଦନ   କରାଯାଏ   । ଏହି  କ୍ଷେତ୍ରରେ  ଉପରୋକ୍ତ   ପ୍ରକୃତ   ବିହନର  ଗୁଣାତ୍ମକ  ମୂଲ୍ୟାୟନ   କରାଯାଏ  ନାହିଁ । ଏହି  କ୍ଷେତ୍ରରେ   ବିହନ  ନିର୍ବାଚନ   ବେଳେ   ନିମ୍ନଲିଖିତ   ବିଷୟ  ପ୍ରତି  ଧ୍ୟାନ   ଦେବା  ଉଚିତ  ।

ଆଖୁ

  1. ସମ୍ଭବତଃ   ଆଖୁର   ଉପର    ଅଂଶ  ଯେଉଁଥିରେ  ତରୁଣ  କଳିକା  ଥାଏ  ଜଳ ଓ  ଗ୍ଲୁକୋଜ   ଭରପୁର  ଥାଏ   ଏବଂ   କଳିକାଟି   ପର୍ଣ୍ଣଛଦ  ଦ୍ଵାରା   ସୁରକ୍ଷିତ   ଥାଏ   । ଏଣୁ  କଳିକାଟି   ଶୀଘ୍ର   ଗଜା  ହୁଏ   ।
  2. କଳିକାଟି   ସବୁଜ  ପ୍ରକ୍ଷେପକ ଏବଂ   ସେଥିରେ  ଶୁଖିଲା  ଶଳକ   ପତ୍ର  ନଥାଏ   ।
  3. ବିହନ  ପଦାର୍ଥ  ମରୁଡି – ତୁଷାର   ବା  ଜଳାକ୍ରାନ୍ତ   ହୋଇ  ନଥିବ   ।
  4. ବିହନ  କିସମର   ରୋଗ  ସହଣି  ଶକ୍ତି  ଥିବ   ।
  5. ମୂଳୀ  ଆଖୁକୁ   ବିହନ  ପଦାର୍ଥ  ରୂପେ   ନିର୍ବାଚନ   କରିବା  ଠିକ୍  ହେବ   ନାହିଁ   ।
  6. ଆଖୁ  ଗଣ୍ଠିରେ   ଚେର   ବାହାରି   ନଥିବ  ।
  7. ଆଖୁ  ଶୁଖିଯାଇ  ନଥିବ  ବା  ରୋଗ   ପୋକଦ୍ଵାରା  ଆକ୍ରାନ୍ତ  ହୋଇ  ନଥିବ   ।

ଆଳୁ

ଆଳୁ  ଖଣ୍ଡଟି  ଅତି  କମ୍ ରେ  ୩ ସେ.ମି. ବ୍ୟାସ   ଥିବା  ଦରକାର   । ଏହାର  ଓଜନ  ୨୫ – ୩୦ ଗ୍ରାମ୍  ରହିବା  ଦରକାର   । ଆଳୁ  ନିରୋଗା  ହେବା  ଉଚିତ    ।

  1. ପ୍ରତ୍ୟକ   କଟା   ଆଳୁରେ   ଅତି  କମ୍ ରେ   ୩ଟି  ଜୀବନ୍ତ  ଆଖି  ରହିବା  ଉଚିତ   ।
  2. ଖାଲୁଆ   ହୋଇଥିବା  ଆଖିଥିବା  ଖଣ୍ଡ  ଲଗାଇବା  ପାଇଁ  ସବୁଠାରୁ  ଭଲ   ।
  3. ବିହନର   ଅଧିକ  ଉତ୍ପାଦନ  କ୍ଷମତା   ଏବଂ  ରୋଗପୋକ  ସହିବା   କ୍ଷମତା   ରହିଥିବା   ବିହନ  ନିର୍ବାଚନ  କରିବା  ଉଚିତ   ।

ଚାରା  ମୂଲ୍ୟାଙ୍କନ

ଗଜା   ଗଣିବା   ସମୟରେ  ଯେଉଁ  ଗଜାଗୁଡିକ  ସ୍ଵାଭାବିକ  ଏବଂ  ଯେଉଁ   ଗଜାଗୁଡିକ  ଅସ୍ଵାଭାବିକ   ଅଲଗା  ଗଣିବା  ଉଚିତ   । ଅସ୍ଵାଭାବିକ   ଚାରାଗୁଡିକର  କୌଣସି   ମୂଲ୍ୟ  ନାହିଁ   ।  କାରଣ  ଏହି  ଚାରାରୁ  ସୁଫଳ  ମିଳେ  ନାହିଁ    । ଏଣୁ   ଗଜା  ହେବା  ଚାରାଗୁଡିକୁ  ମୁଖ୍ୟତଃ   ଦୁଇଭାଗରେ   ବିଭକ୍ତ   କରାଯାଇପାରେ    । ଯଥା  -

  1. ସ୍ଵାଭାବିକ  ଚାରା
  2. ଅସ୍ଵାଭାବିକ   ଚାରା    ।

ସ୍ଵାଭାବିକ  ଚାରା

ଯେଉଁ  ଚାରାଗୁଡିକର   ସମସ୍ତ  ଅଙ୍ଗପ୍ରତ୍ୟଙ୍ଗ   ସନ୍ତୁଳିତ  ଏବଂ  ପ୍ରତିସମ  ବୃଦ୍ଧି  ହୋଇଥାଏ  ଏବଂ  ଶକ୍ତ  ହୋଇ   ବିକଶିତ   ହୁଏ, ସେହିପରି   ଚାରାଗୁଡିକୁ   ସ୍ଵାଭାବିକ   ଚାରା  କୁହାଯାଏ   । ସ୍ଵାଭାବିକ   ଚାରାଗୁଡିକର   ନିମ୍ନଲିଖିତ   ଗୁଣାତ୍ମକ   ମୂଲ୍ୟ   ରହିବା   ଉଚିତ   ।

  1. ଚେର   ବୃଦ୍ଧି  ଓ  ବିକାଶ  ଭଲ  ରୂପେ  ହେବା  ଉଚିତ । ପ୍ରାଥମିକ   ଚେରର   ବୃଦ୍ଧି   ଠିକ୍  ଭାବେ   ହେବା  ଉଚିତ ।
  2. ଅଧୋବୀଜ   ପତ୍ରାକ୍ଷ   ଅକ୍ଷୁର୍ଣ୍ଣ  ଏବଂ  ଉତ୍ତମ   ବୃଦ୍ଧି ଓ  ବିକାଶ  ହେଉଥିବା   ଉଚିତ ।
  3. ଉପଭ୍ରୁଣ  ପତ୍ର  ଅକ୍ଷତ   ଏବଂ  ଏଥିରେ  ଭ୍ରୁଣକାଣ୍ଡ   କଳିକାଟି   ସ୍ଵାଭାବିକ  ଅବସ୍ଥାରେ  ଥିବା  ଉଚିତ  ।
  4. ଭ୍ରୁଣପତ୍ର   ଅକ୍ଷତ   ରହିଥିବା   ଉଚିତ ।

ଅସ୍ଵାଭାବିକ  ଚାରା

ଯେଉଁ  ଚାରାଗୁଡିକ   ଭାଙ୍ଗି  ଯାଇଥିବ, ଦୁର୍ବଳ   ଏବଂ  ଅସ୍ଵାଭାବିକ  ଭାବେ  ଗଠିତ  ବିକୃତ  ସେହିପରି   ଚାରାଗୁଡିକ  ଅସ୍ଵାଭାବିକ   ଚାରା   ।ଏହି   ଚାରାଗୁଡିକୁ  ଚାରା  ଗଣନା   ଶତକଡା  ଭାଗ  ବାହାର  କରିବା  ହିସାବରେ  ନ ଆଣିବା  ଉଚିତ   । ଆନ୍ତର୍ଜାତିକ  ବିହନ   ପରୀକ୍ଷା  ସମବାୟ  ନିୟମାନୁସାରେ  ନିମ୍ନଲିଖିତ   ଦୋଷ  ବା  ତ୍ରୁଟି   ଦେଖାଯିବା  ଅସ୍ଵାଭାବିକ  ଧରାଯାଏ   । ଯଥା –

  • କ୍ଷତ  ଚାରା
  • ଭ୍ରୁଣପତ୍ର   ନଥିବା  ଚାରା, ଖଣ୍ଡିଆ  ଚାରା, ଦାଗ   ହୋଇଯାଉଥିବା   ଚାରା  ବା  କ୍ଷତ  ହୋଇଯାଇଥିବା  ଚାରା, ପ୍ରାଥମିକ  ଚେର   ନଥିବା   ଚାରା  ଏହି  ଶ୍ରେଣୀ   ରୂପେ   ଗ୍ରହଣ  କରାଯାଏ ।

  • ବିକଳାଙ୍ଗ  ଚାରା
  • ଦୁର୍ବଳ  ବା  ଅସନ୍ତୁଳିତ  ଭାବେ   ବୃଦ୍ଧି   ହୋଇଥିବା   ଚାରାଗୁଡିକ  ଯଥା  - ବାଙ୍ଗରା  ଓ  ଫୁଲିଯାଇଥିବା  ଚେର । ଫାଟିଯାଇଥିବା   ଭ୍ରୁଣକାଣ୍ଡ   ବା  ଭ୍ରୁଣକାଣ୍ଡ   ଚେର   ସବୁଜପତ୍ର   ବିହୀନ   ହୋଇଥିବା  ଚାରାକୁ   ବିକଳାଙ୍ଗ   ଚାରା  ରୂପେ   ଗଣନା   କରାଯାଏ ।

  • କ୍ଷୟ  ହୋଇଯାଇଥିବା  ଚାରା
  • ଚାରାର   କୌଣସି  ମୁଖ୍ୟ   ଅଙ୍ଗ   ରୋଗଗ୍ରସ୍ତ   ହୋଇ  କ୍ଷୟ   ହୋଇଯାଇଥିଲେ   ଚାରାଟିର   ସ୍ଵାଭାବିକ  ବୃଦ୍ଧି  ବନ୍ଦ   ହୋଇଯାଏ । ଏହି  କ୍ଷେତ୍ରରେ   ବାହ୍ୟ  ରୋଗ  ଆକ୍ରମଣକୁ   ବାଦ୍  ଦିଆଯାଏ ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate