অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିହନ ପରୀକ୍ଷା

ସଠିକ୍ ମୂଲ୍ୟାଙ୍କନ କରିବା ପାଇଁ ବିହନ ପରୀକ୍ଷା ଅତି ଆବଶ୍ୟକ । ଉତ୍ପାଦନ ବୃଦ୍ଧି କରିବା ନିମିତ୍ତ ସର୍ବଦା ପରୀକ୍ଷିତ । ଉତ୍କୃଷ୍ଟ ବିହନ ଚାଷୀ ମାନେ ବ୍ୟବହାର କରିବା ଉଚିତ ।

ପରୀକ୍ଷା ପାଇଁ ବିହନ ନମୁନା ସଂଗ୍ରହ

ଜାଣି ରଖିବା ଉଚିତ ଯେ ବିହନ ପରୀକ୍ଷା ଫଳାଫଳ ମୁଖ୍ୟତଃ ବିହନ ନମୁନା ସଂଗ୍ରହ ଉପରେ ନିର୍ଭର କରେ । ନମୁନା ଏପରି ସଂଗ୍ରହ କରିବା ଉଚିତ ଯେପରି ଏହା ସମୁଦାୟ   ଗଚ୍ଛିତ ବିହନର ପ୍ରତିନିଧିତ୍ଵ କରୁଥିବ ।

ନମୁନା ସଂଗ୍ରହ ପ୍ରଣାଳୀ

ସମଜାତୀୟ ସମରୂପ ଅପ୍ରଭାବିତ ବିହନ ନମୁନା ବିଭିନ ପ୍ରକାର  ଉପାୟ ଅବଲମ୍ବନ କରି ସଂଗ୍ରହ କରାଯାଇପାରେ । ଗୋଦାମ  ନିଃସରଣ ମୁହଁ ଠାରୁ ବା ବିହନ ନଳୀ ଠାରୁ ବିହନ ସାଇତି  ରଖିବା ପାତ୍ରର ଶେଷ ପର୍ଯ୍ୟନ୍ତ ଟ୍ରାୟର ଦ୍ଵାରା ବିହନ ନମୁନା ସଂଗ୍ରହ   କରାଯାଇପାରିବ । କିନ୍ତୁ ବସ୍ତା ବା ଡୋଲିରୁ ଟ୍ରାୟର ଦ୍ଵାରା   ସଂଗ୍ରହ କରାଯାଏ ।

ଟ୍ରାୟରଟି ଆବଶ୍ୟକତା ଅନୁସାରେ ଲାମ୍ବା ହୋଇଥିଲେ ଏକ  ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରିହେବ।

ବ୍ୟାଗ ଟ୍ରାୟର ବ୍ୟବହାର କରି ଗନି ବ୍ୟାଗରୁ ବିହନ ନମୁନା  ସଂଗ୍ରହ କରାଯାଏ । ଗନି ବ୍ୟାଗକୁ ଶାୟିତ କରି ଟ୍ରାୟର ଦ୍ଵାରା  ନମୁନା ସଂଗ୍ରହ କରାଯାଏ । ବ୍ୟାଗ ଟ୍ରାୟର ମୁହଁ ପାର୍ଶ୍ଵରୁ ଶେଷ  ପର୍ଯ୍ୟନ୍ତ ପୁରାଇ ନମୁନା ସଂଗ୍ରହ କରାଯାଏ ।

ନମୁନା ପରିମାଣ

ବିହନ ମଞ୍ଜି ୬ଟି ବା ତାଠାରୁ କମ୍ ବସ୍ତା ଥିଲେ ପ୍ରତ୍ୟକ ବସ୍ତାରୁ ନମୁନା ସଂଗ୍ରହ କରିବା ଉଚିତ । କିନ୍ତୁ ଶତାଧିକ ବସ୍ତା ଥିଲେ ପ୍ରତି ୬ ବସ୍ତାରେ ଗୋଟିଏ ବସ୍ତାରୁ ନମୁନା ସଂଗ୍ରହ କରି ସମସ୍ତ ନମୁନାକୁ ଭଲ ଭାବେ ମିଶାଇ କାର୍ଯ୍ୟକାରି ନମୁନା ପରୀକ୍ଷାଗାରକୁ ପଠାଯାଏ । ସଂଗୃହିତ କରାଯିବା ସମସ୍ତ ନମୁନାକୁ ମିଶାଇ ଭାଗ ଭାଗ କରି କାର୍ଯ୍ୟକାରୀ  ନମୁନା ବାହାର କରିବା ପାଇଁ ନମୁନା ମିଶାଇ ଭାଗ ଭାଗ କରିବା ଯନ୍ତ୍ରର ସହାୟତା ନିଆଯାଏ । ଏହିପରି ନମୁନା ସଂଗ୍ରହ କରିବାର ମୂଳ ଲକ୍ଷ୍ୟ ଗୋଟିଏ ପ୍ରତିନିଧିତ୍ଵ ବିହନ   ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିବା । କାର୍ଯ୍ୟକାରୀ ବିହନ ନମୁନାରେ ପ୍ରାୟ ୨୭୦୦ ବିହନ ମଞ୍ଜିଦାନା ରହିବା ଆବଶ୍ୟକ ।

ବିହନ ନମୁନା ପ୍ରକାର

ଆବଶ୍ୟକତା ଓ ଉଦ୍ଦେଶ୍ୟ ଅନୁଯାୟୀ ନମୁନା ୩ ପ୍ରକାର ସଂଗ୍ରହ କରାଯାଏ   । ଯଥା  : -

  1. ସର୍ଭିସ ନମୁନା
  2. ଏହି ନମୁନା ଗୁଡିକ ଚାଷୀ ମାନଙ୍କ ଦ୍ଵାରା, ବିହନ ସଂଗ୍ରହକାରୀଙ୍କ ଦ୍ଵାରା, ସମବାୟ ସଂସ୍ଥା ଦ୍ଵାରା ବା ବିହନ ଉତ୍ପାଦନ ଫାର୍ମରୁ ସଂଗୃହିତ ହୋଇ ଆସିଥାଏ । ଏହି  ବିହନ ନମୁନା ଗୁଡିକ ସରକାରୀ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ସଂଗୃହିତ ହୋଇନଥାଏ । ସର୍ଭିସ ବିହନ ନମୁନା ଗୁଡିକୁ ଯଥାଶୀଘ୍ର ପରୀକ୍ଷା କରି  ବିହନର ଗୁଣାତ୍ମକ  ମାନ ବିଷୟରେ ପ୍ରେରକଙ୍କୁ ଜଣାଇ ଦିଆଯାଏ ।

  3. ପ୍ରାମାଣିକ ନମୁନା
  4. ବିହନ ପ୍ରାମାଣିକ ଅଧିକାରୀର ବିହନ ପ୍ରାମାଣିକ ନିରୀକ୍ଷଣ ଏହି ବିହନ ନମୁନା ଗୁଡିକ ସଂଗ୍ରହ କରି ବିହନ ପରୀକ୍ଷାଗାରକୁ ପଠାଇଥାନ୍ତି । ପରୀକ୍ଷାଗାରରୁ  ଫଳାଫଳ ପାଇବା ପରେ ବିହନର ଗଯାହେବା ଶତକଡା ଭାଗ ଓ ବିଶୁଦ୍ଧତା ଜାଣି ପ୍ରାମାଣିକ ପତ୍ର ସହ ଉପଯୁକ୍ତ ବିହନକୁ ବିକ୍ରି ପାଇଁ  ବଜାରକୁ  ଛଡାଯାଏ ନଚେତ୍ ବିହନ  ପାଇଁ ଅନୁପଯୁକ୍ତ ମଞ୍ଜି ନାକଚ କରି ଦିଆଯାଏ   ।

  5. ସରକାରୀ ବିହନ ନମୁନା
  6. ବିହନ ନିୟମ ଓ ଆଇନ ଲାଗୁ କରୁଥିବା ଅଧିକାରୀଙ୍କ ଦ୍ଵାରା ଏହି  ବିହନ ନମୁନା ଗୁଡିକ ପରୀକ୍ଷାଗାରରେ ପହଞ୍ଚିଥାଏ । ପରୀକ୍ଷା ଫଳାଫଳ  ପାଇବାପରେ ବିହନ  ପାଇଁ ଏହା ଉପଯୁକ୍ତ କି ନୁହେଁ ଯାନୀ ତଦନୁସାରେ କାର୍ଯ୍ୟବିଧି ଗ୍ରହଣ କରାଯାଏ ।

    ଅତି କମ୍ ରେ କେତେ ଓଜନର ବିହନ ମଞ୍ଜି ପରୀକ୍ଷାଗାରକୁ ପଠାଇବେ ତାହାର ବିବରଣୀ ନିମ୍ନରେ ଦିଆଗଲା  ।

ଶସ୍ୟ  ଜାତୀୟ  ଫସଲ

ଫସଲର  ନାମ

ସରକାରୀ  ବିହନ  ନମୁନା  ପରୀକ୍ଷା

ବିଶୁଦ୍ଧତା  ବିଶ୍ଳେଷଣ  ପାଇଁ

ମିଶିଥିବା  ଅନ୍ୟାନ୍ୟ  ବିହନ  ଗଣିବା   ପାଇଁ

ମକା

୧,୦୦୦

୯୦୦

୧,୦୦୦

ଧାନ

୪୦୦

୪୦

୪୦୦

ଜୱାର

୯୦୦

୯୦

୯୦୦

ମାଣ୍ଡିଆ

୧୦୦

୧୦

୧୦୦

ତନ୍ତୁ  ଜାତୀୟ   ଫସଲ

ଫସଲର  ନାମ

ସରକାରୀ  ବିହନ  ନମୁନା  ପରୀକ୍ଷା

ବିଶୁଦ୍ଧତା  ବିଶ୍ଳେଷଣ  ପାଇଁ

ମିଶିଥିବା  ଅନ୍ୟାନ୍ୟ  ବିହନ  ଗଣିବା   ପାଇଁ

କପା

୧୦୦

୩୫୦

୧୦୦୦

ଝୋଟ

୯୦

୯୦

ମେସ୍ତା

୭୦୦

୭୦

୭୦୦

ଛଣି

୬୦୦

୧୦୦

୭୦୦

ଚରା  ଫସଲ

ଫସଲର  ନାମ

ସରକାରୀ  ବିହନ  ନମୁନା  ପରୀକ୍ଷା

ବିଶୁଦ୍ଧତା  ବିଶ୍ଳେଷଣ  ପାଇଁ

ମିଶିଥିବା  ଅନ୍ୟାନ୍ୟ  ବିହନ  ଗଣିବା   ପାଇଁ

ଗୁଆଁର

୧୦୦୦

୫୦୦

୧୦୦୦

ସୁଦାନ  ଘାସ

୨୫୦

୨୫

୨୫୦

ଶଙ୍କର  ନାଗିୟର

୨୫

୦.୫

ତୈଳ  ଜାତୀୟ  ଫସଲ

ଫସଲର  ନାମ

ସରକାରୀ  ବିହନ  ନମୁନା  ପରୀକ୍ଷା

ବିଶୁଦ୍ଧତା  ବିଶ୍ଳେଷଣ  ପାଇଁ

ମିଶିଥିବା  ଅନ୍ୟାନ୍ୟ  ବିହନ  ଗଣିବା   ପାଇଁ

ଜଡା

୧୦୦୦

୧୦୦

୧୦୦୦

ରାଶି

୭୦

୭୦

ଚିନାବାଦାମ

୧୦୦୦

୧୦୦୦

୧୦୦୦

ନାଇଜର, ଲିନସିଡ୍  ସୋରିଷ

୧୫୦

୧୫

୧୫୦

ହଳଦିଆ  ସୋରିଷ

୧୦୦

୧୦

୧୦୦

ଭାରତୀୟ ସୋରିଷ, ରେପ୍ କଳା  ସୋରିଷ

୪୦

୪୦

ସୂର୍ଯ୍ୟମୁଖୀ

୧୦୦୦

୧୦୦

୧୦୦୦

କୁସୁମ

୯୦୦

୯୦

୯୦୦୦

ଡାଲି  ଜାତୀୟ

ଫସଲର  ନାମ

ସରକାରୀ  ବିହନ  ନମୁନା  ପରୀକ୍ଷା

ବିଶୁଦ୍ଧତା  ବିଶ୍ଳେଷଣ  ପାଇଁ

ମିଶିଥିବା  ଅନ୍ୟାନ୍ୟ  ବିହନ  ଗଣିବା   ପାଇଁ

ବିରି

୧୦୦୦

୭୦୦

୧୦୦୦

ବରଗୁଡି

୧୦୦୦

୪୦୦

୧୦୦୦

ଗ୍ରାମ୍

୧୦୦୦

୧୦୦୦

୧୦୦୦

ମୁଗ

୫୦୦

୨୦୦

୫୦୦

ମସୁର

୬୦୦

୬୦

୬୦୦

ହରଡ

୫୦୦

୨୦୦

୨୦୦

ସୋୟାବିନ

୧୦୦

୫୦୦

୧୦୦୦

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate