অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟ୍ରେଞ୍ଚ ହୋ

ଉପକ୍ରମ

ଏହି  ଯନ୍ତ୍ରଟିର ଗୋଟିଏ ପଟ   ସରୁ   ନାଳ   ବା ସିଆର   କରିବା  ପାଇଁ   ଗୃହିତ   ପରି  ଏବଂ   ତାର  ଅନ୍ୟ  ପଟଟି   ହଣାହଣି  ଓ  ଖୁସାଖୁସି   କରିବା  ପାଇଁ   କୋଦାଳ   ପରି  ହୋଇଥାଏ । ଏଥିରେ   ଗୋଟିଏ  ଲାମ୍ବା  ବେଣ୍ଟ   ଲାଗିଥାଏ   । ବେଣ୍ଟକୁ  ଧରି   ଠିଆ  ହୋଇ  ବା  ଅଳ୍ପ   ନଇଁ  ପଡି   କୋଡା   ଖୁସା   କାମ   ସହଜରେ  କରିହୁଏ   ।  ଧାଡି   ଧାଡି   ହୋଇ   ଲଗାହୋଇଥିବା   ଫସଲରେ   କାମ  କରିବା  ପାଇଁ   ସୁବିଧା  ହୁଏ  । ବୁଣା  ଫସଲରେ  ମଧ୍ୟ  ଗଛ   ଉଠିବାର   20 – 25  ଦିନ   ଗଛ ଛୋଟଥିବା   ଅବସ୍ଥାରେ   ଏହା  ବ୍ୟବହାର   କରାଯାଇପାରେ   ।

ସାଧା ଖୁସୁଣି

ବଗିଚାରେ   ମାଟି   ଗୁଣ୍ଡ   କରିବା  ପାଇଁ , ଧାଡି  ବା  ସିଆର   ଟାଣି   ମଞ୍ଜି  ବୁଣିବା   ପାଇଁ   ଏହା  ଏକ  ଉପଯୁକ୍ତ  ଯନ୍ତ୍ର   । ଲୁହା   ଖଣ୍ଡେ – ପତଳା , ଚେପ୍ ଟା    । ଭିତର  ପଟକୁ  ସାମାନ୍ୟ  ବଙ୍କା   ।  ଏଥିରେ   ଗୋଟିଏ   ଲାମ୍ବା  ବେଣ୍ଟ   ଲାଗିଥାଏ  । ଏହି  ଛୋଟ  ଯନ୍ତ୍ରଟି   ଧରି   ଠିଆହୋଇ   ଧାଡି   ଟଣାଯାଇପାରେ   । ଅଳ୍ପ  ଖୁସାଖୁସି   କାମ  ମଧ୍ୟ  କରାଯାଇପାରେ   ।

ଚକ୍ର ଖୁସୁଣି ବିଦା

ଏହା   ଗୋଟିଏ  ଛୋଟ   ବିଦା   । ଗୋଟିଏ   ପତଳା  ଲୁହା  ଦସ୍ତାରେ  ୩ଟି   ଲୁହା   ଦାନ୍ତି ଲାଗିଥାଏ   । ଏହି  ଦଣ୍ଡାର   ଦୁଇ  ପଟୁ  ପଛକୁ   ଲମ୍ବ   ବେଣ୍ଟ   ୨ଟି   ଲାଗିଥାଏ   । ଲମ୍ବ  ବେଣ୍ଟ   ଦୁଇଟିକୁ   ଏକାଠି  ଯୋଡି   ଧରିବା   ପାଇଁ   ସିଡିରେ  କଇଁଆ   ଲାଗିଲା   ଭଳି   ଦୁଇବେଣ୍ଟ  ମଝିରେ  ଓ  ଶେଷ  ଆଡକୁ   ଦୁଇଟି   କଇଁଆ   ଲାଗିଥାଏ   । ବେଣ୍ଟର  ଶେଷରେ  ବଙ୍କୁଲି  ମୁଠା   । ଅଖ   ଦଣ୍ଡାର   ଆଗକୁ   ଗୋଟିଏ   ଚକ   ଲାଗିଥାଏ   । ବିଦାଟିକୁ   ଆଗକୁ   ଓ  ପଛକୁ   ସହଜରେ  ପେଲିବା   ପାଇଁ   ହକା  ସାହାଯ୍ୟ   କରେ   । ଲୁହା   ଦାନ୍ତି  ସାହାଯ୍ୟରେ   ମାଟି   ଖୋଳି  ହୋଇଯାଏ   । ଅନାବନା   ଘାସ   ଉପୁଡି   ପଡେ   । ଏହାର  ଓଜନ  ପ୍ରାୟ  ୪.୫  କି.ଗ୍ରା.  ଏହାକୁ  ଧରି  ୨ ହାତରେ  ଠିଆ   ହୋ   କାମ  କରିହୁଏ   ।

ରମ୍ପା ଖୁସୁଣି

ଧାଡି  ରୁଆ  ଫସଲରେ  ଧାଡିରୁ  ଘାସ  ବାଛିବା   ପାଇଁ   ଏହା  ଏକ  ସହଜ  ଓ ସରଳ  ଉପଯୋଗୀ  ଉପକରଣ   । ବିଆଳି  ଧାନ, ଗହମ, ସୋରିଷ, ଚିନାବାଦାମ ଇତ୍ୟାଦି  ଫସଲ  ଧାଡିରେ  ଲଗା  ହୋଇଥିଲେ  ଏ  ଉପକରଣ   ଦ୍ଵାରା   ଖୁସାଇବା  ସୁବିଧା  ହୋଇଥାଏ  ।

ଦାନ୍ତିଆ ରମ୍ପା ଖୁସୁଣି

ଏହି  ଉପକରଣ   ସାହାଯ୍ୟରେ  ପଟାଳିରୁ   ଘାସ, ପଥର, କୁଟା କାଠି  ଓ  ଅନ୍ୟାନ୍ୟ   ଅନାବନା  ପଦାର୍ଥ   ସହଜରେ  ଟାଣିଆଣି   ଏକାଠି   କରାଯାଇପାରେ   । ମଞ୍ଜି   ବୁଣିବା  ପୂର୍ବରୁ   ବୁଣା  ଫସଲର  ଗଜା  ଉଠିବା  ପରେ  ଏ  ଉପକରଣ   ସାହାଯ୍ୟରେ   ଅଳ୍ପଖୁସା  ଯାଇପାରେ   । ଏହାକୁ  ଟାଣି  ମଧ୍ୟ  ମାଟି   ଉପର  ସର  ବା  ବଳକା   ଭଙ୍ଗାଯାଇପାରେ ।

ଗୁଜୁରାଟ ହାତ ଖୁସୁଣି

ଏହି  ଉପକରଣଟି  ଭଲ  ଦସ୍ତା  ପତରରେ   ତିଆରି   । ଏହା  ସାହାଯ୍ୟରେ  ଛୋଟ   ଛୋଟ   ପହଣି   ମଧ୍ୟ  ଟଣାଯାଇପାରେ   । ଏହାକୁ  ଟାଣିଲା   ବେଳେ  ଦୁଇ  ପଟର  ଦନ୍ତୁରିତ   ଧାରା  ସାହାଯ୍ୟରେ   ମାଟି  ଖୋଳି   ହୋଇଯାଏ   ଏବଂ   ହୁଡା  ମଧ୍ୟ  ଦିଆ  ହୋଇଯାଏ   ।  ଓସାରିଆ   ଧାଡିରେ  ଲଗାଯାଇଥିବା  ଫସଲ  କପା, ଆଳୁ, କୋବି  ଇତ୍ୟାଦି   ଫସଲରେ  ଅନ୍ତଃଚାଷ  ପାଇଁ  ଏହା  ଉପଯୁକ୍ତ   । ଏହି  ଉପକରଣଟିର  ଓଜନ   ପ୍ରାୟ  ୧.୨୫ କି.ଗ୍ରା.   ।

ଏହିସବୁ   ଉପକରଣ  ବ୍ୟତୀତ  ଦା,ଦାଇଲି, ଖୁରୁପି, ନେଡେଣି, କଟୁରୀ  କୋଦାଳ  କାଙ୍କ, ଗଇନ୍ତି, କୋଡି  ଇତ୍ୟାଦି   ସବୁ  ଅପରିହାର୍ଯ୍ୟ   କୃଷି  ଉପକରଣ   ଅଟେ   । ଏଗୁଡିକ   ଛୋଟ  ହେଲେହେଁ   ଅତି  ଉପକାରୀ , ଦରକାରୀ  ଓ  ଅପରିହାର୍ଯ୍ୟ   ଉପକରଣ  ଅଟେ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate