অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି

  • Agriculturesldr1

    ଅତ୍ୟାଧୁନିକ ପ୍ରଣାଳୀରେ ଚାଷ ଆଜିର ଆହ୍ଵାନ

    ପାରମ୍ପରିକ ଭାବରେ ଓଡିଶାରେ ଅକ୍ଷୟ ତୃତୀୟାରୁ କୃଷକ ଧାନବୁଣି ଚାଷକାମ ଆରମ୍ଭ କରେ । କୃଷିଭିତ୍ତିକ ପର୍ବ ରଜପରେ ମୌସୁମୀର ଆଗମନ ସହ ଚାଷ କାମ ଆଗେଇଯାଏ । ତେବେ ଜଳସେଚନର ସୁବିଧା ସହିତ ଆଜିକାଲି ଚାଷୀ ଜମିରୁ ବର୍ଷସାରା ଫସଲ ଅମଳ କରିପାରୁଛି । ଟ୍ରାକ୍ଟର, ପାୱାରଟିଲର ଭଳି ଆଧୁନିକ ଯନ୍ତ୍ରପାତି ର ବ୍ୟବହାର ଉନ୍ନତ କିସମର ବିହନ, ରୋଗପୋକ ନିୟନ୍ତ୍ରଣ ପାଇଁ ଔଷଧ ଓ କୀଟନାଶକର ବ୍ୟବହାର, ସମନ୍ଵିତ ଖାଦ୍ୟସାର ପରିଚାଳନା ଦ୍ଵାରା ଚାଷୀ ଆଜି ଉତ୍ପାଦନକୁ ବହୁତ ପରିମାଣରେ ବଢେଇ ନିଜେ ଲାଭବାନ ହେବାସହ ଦେଶର ଖାଦ୍ୟସମସ୍ୟା ଦୂର କରିବାରେ ସହାୟକ ହୋଇପାରିଛି । ତେବେ ଆଜିବି ଓଡିଶାର ଗାଁ ଗହଳିରେ ଚାଷୀ ହଳ ଲଙ୍ଗଳ ଧରି, ମନମତାନିଆ ଗୀତା ଗାଈ ଚାଷ କରୁଥିବାର ଦେଖିବାକୁ ମିଳେ ।

  • Agriculturesldr2.png

    ପନିପରିବା ଚାଷ – ଚାଷୀ ପାଇଁ ରୋଜଗାରର ବିକଳ୍ପ ପନ୍ଥା

    ଧାନ ଓଡିଶାର ମୁଖ୍ୟ ଖାଦ୍ୟଶସ୍ୟ । ଓଡିଶାର ଚାଷୀମାନେ ଧାନ ଉତ୍ପାଦନରେ ସ୍ଵାବଲମ୍ବୀ ହୋଇଛନ୍ତି ଓ ଆମ ରାଜ୍ୟ ଅନ୍ୟ ରାଜ୍ୟ ମାନଙ୍କୁ ବଳକା ଧାନ ଓ ଚାଉଳ ପଠାଉଛି । ତେବେ ଓଡିଶାର ଭୌଗଳିକ ପରିସ୍ଥିତି ଓ ଜଳ ସେଚନର ସୁବିଧା, ସବୁ ଜାଗାରେ ଧାନ ଚାଷ ପାଇଁ ଅନୁକୂଳ ନୁହେଁ । ଆଉ ମଧ୍ୟ ଓଡିଶାରେ ଏମିତି ଅନେକ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଅଛନ୍ତି, ଯେଉଁ ମାନେ ଧାନ ଚାଷ କରି ପରିବାର ଚଳେଇ ପାରିବେନି । ସେମାନଙ୍କ ପାଇଁ ପନିପରିବା ଚାଷ ଗୋଟିଏ ଲାଭକାରୀ ଓ ସ୍ଵାଗତ ଯୋଗ୍ୟ ବିକଳ୍ପ । ପୃଷ୍ଟି ହୀନତାର ଶିକାର ହୋଇଥିବା ଲୋକଙ୍କ ପାଇଁ ନିଜ ବାଡିରେ ଫଳୁ ଥିବା ତଟକା ସବୁଜ ପନିପରିବା ବରଦାନ ସଦୃଶ । ନିଜେ ବ୍ୟବହାର କରିବା ଛଡା, ବଳକା ପନିପରିବାକୁ ବଜାରରେ ବିକି ସେମାନେ ଦୁଇ ପଇସା ରୋଜଗାର ମଧ୍ୟ କରି ପାରୁଛନ୍ତି । କୃଷି ଓ ଉଦ୍ୟାନ ବିଭାଗ ତରଫରୁ ଏଥିପାଇଁ ପ୍ରୋତ୍ସାହନ ଦିଆଯାଉଛି ।

  • Agriculturesldr3.png

    ବ୍ୟକ୍ତିଗତ ବା ଦଳଗତ ଲାଭ ପାଇଁ ମାଛ ଚାଷ

    ଓଡିଶାର ଗାଁ ଗାଁ ରେ ପୋଖରୀ, ଗାଡିଆ, କଟା ଇତ୍ୟାଦି ଜଳଉତ୍ସ ରହିଆସିଛି, ଯାହାର ପାଣିକୁ ଲୋକେ ନିଜର ନୀତିଦିନିଆ ଆବଶ୍ୟକତା ପାଇଁ ବ୍ୟବହାର କରି ଆସୁଛନ୍ତି । ସେ ଗୁଡିକରେ ପ୍ରାକୃତିକ ଭାବରେ ମାଛ ମାନେ ବି ରହନ୍ତି ଓ ଲୋକେ ସେମାନଙ୍କୁ ଧରି ନିଜେ ଖାଇବା ସହ ବଜାରରେ ବିକ୍ରି କରନ୍ତି । ଗାଁ ପାଖ ନଦୀ, ନାଳରୁ ବି ମାଛ ଧରା ହୁଏ । ତେବେ ବ୍ୟବସାୟିକ ଭିତ୍ତିରେ ଗାଁ ରେ ଥିବା ଜଳଉତ୍ସ ଗୁଡିକରେ ମାଛଚାଷ କରିବା, ରୋଜଗାରର ଏକ ପ୍ରମୁଖ ଓ ବଳିଷ୍ଟ ବିକଳ୍ପ । ବ୍ୟକ୍ତିଗତ ଭାବରେ କିମ୍ବା ସାମୁୟିକ ଭାବରେ ମାଛ ଚାଷ କରାଯାଇ ପାରେ । ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଆଗ୍ରହୀ ବ୍ୟକ୍ତି ବା ଦଳ, ବିଭାଗୀୟ ଅଧିକାରୀଙ୍କ ଠାରୁ ଉନ୍ନତ ମାଛ ଜାଆଁଳ ଠାରୁ ସମସ୍ତ ପ୍ରକାର ବୈଷୟିକ ଞାନ ହାସଲ କରି ପାରିବେ ।

ବିକାଶପିଡ଼ିଆ ପୋର୍ଟାଲର କୃଷି ତଥା ଏହାସହ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ର ସମ୍ବନ୍ଧରେ ଆଲେଖ୍ୟ ପ୍ରଦାନ କରାଯାଏ । ଏହି କ୍ଷେତ୍ର ରେ ଜ୍ଞାନ ରହିଥିବା ସ୍ଵେଚ୍ଛାସେବୀ ମାନେ ନିଜର ଯୋଗଦାନ କରିଥାନ୍ତି । ଏହି ମଞ୍ଚର ଆପଣ ଜଣେ ସଦସ୍ୟ ହୋଇଥିବା କାରଣରୁ ନିଜର ମତ, ଅଭିଜ୍ଞତା ଆଦାନ ପ୍ରଦାନ କରିପାରିବେ । .

ବିକାସପିଡିଆ ପୋର୍ଟାଲର କୃଷି ବିଭାଗର ମୁଖ୍ୟ ଅଂଶ ନିମ୍ନ ଲିଖିତ କ୍ଷେତ୍ର ଉପରେ ରହିଥାଏ ।

କୃଷି ଆଧାର

ବିଭିନ୍ନ ଆଧାର ଯେପରି ବିହନ, ସାର ଓ କୀଟନାଶକ ସମ୍ବନ୍ଧରେ ଏଠାରେ ବର୍ଣନା କରାଯାଏ ।

ଶସ୍ୟ ଉତ୍ପାଦନ

ବିଭିନ୍ନ ଶସ୍ୟକୁ କିପରି ଭାବରେ ସଂରକ୍ଷିତ କରାଯିବ, ଆଇପିଏମ, ନୂତନ ବୈଷୟିକ ଜ୍ଞାନ କୌଶଳ, ପାଣିପାଗ, ବଜାର ସମ୍ପର୍କରେ ସୂଚନା ଦିଆଯାଏ ।

ଶସ୍ୟ ସଂରକ୍ଷଣ ବ୍ୟବସ୍ଥା

ନୂତନ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଶସ୍ୟକୁ ସଂରକ୍ଷଣ ତଥା ପ୍ରକ୍ରିୟାକରଣ ବ୍ୟବସ୍ଥା ଓ ନିରାପତ୍ତା ସମ୍ପର୍କରେ ଏଠାରେ ସୂଚନା ଦିଆଯାଏ ।

ପ୍ରାଣୀ ଧନ

ବିଭିନ୍ନ ପଶୁ ଉତ୍ପାଦନ ଓ ବ୍ୟବସାୟ ସମ୍ପର୍କରେ ଆଲୋଚନା କରାଯାଏ ।

କୁକୁଡା ପାଳନ

କୁକୁଡା ପାଳନ ଓ ବ୍ୟବସାୟିକ ଉତ୍ପାଦନ, ପରିଚାଳନା ସମ୍ପର୍କରେ ସୂଚନା ଦିଆଯାଏ ।

ମତ୍ସ୍ୟପାଳନ

ମତ୍ସ୍ୟପାଳନ ସମ୍ବନ୍ଧରେ ବିଭିନ୍ନ ସୂଚନା ଯଥା ମାଛଚାଷ, ଚିଙ୍ଗୁଡୀ ଚାଷ ଇତ୍ୟାଦି ବିଷୟରେ ସୂଚନା ଦିଆଯାଏ ।

କୃଷି ଉଦ୍ୟୋଗ

କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ ସୁଯୋଗ ଥିବା ଅନେକ କୃଷି ଆଧାରିତ ଉଦ୍ୟୋଗ ସମ୍ପର୍କରେ ଆଲୋଚନା କରାଯାଏ ।

ଉତ୍ତମ ଅଭ୍ୟାସ

ଦୀର୍ଘସ୍ଥାୟୀ କୃଷି, ପଶୁପାଳନ, ମତ୍ସ୍ୟଚାଷ, କୃଷି ଆଧାରିତ ଉଦ୍ୟୋଗ ର ବିସ୍ତାର ବିବରଣୀ ସହ ବିଭିନ୍ନ ଉତ୍ତମ ଅଭ୍ୟାସ ର ବିବରଣୀ ଓ ବିଶେଷଜ୍ଞ ବ୍ୟକ୍ତି ମାନଙ୍କର ମତାମତ ସମ୍ପର୍କରେ ସୂଚନା ଦିଆଯାଏ ।

ନୀତି ଓ ଯୋଜନା

କୃଷି, ପଶୁପାଳନ, ମତ୍ସ୍ୟଚାଷ, ଗ୍ରାମୀଣ ରୋଜଗାର ଆଦି ସହ ସମ୍ପର୍କିତ ସରକାରୀ ନୀତି ଓ ଯୋଜନା ସମ୍ପର୍କରେ ଏଠାରେ ସୂଚନା ଦିଆଯାଏ ।

କୃଷି ରୁଣ ଓ ବୀମା

କୃଷି ରୁଣ, ରୁଣ ପ୍ରଦାନକାରୀ ସଂସ୍ଥା ଏବଂ ଏ ସମ୍ପର୍କିତ ଯୋଜନା ସମ୍ପର୍କରେ ଏହି ବିଭାଗରେ ସୂଚନା ଦିଆଯାଏ ।

କୃଷି ନିର୍ଦେଶିକା

ଏହା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ସମ୍ପର୍କିତ ବିଭିନ୍ନ ୱେବସାଇଟ ଓ ପୋର୍ଟାଲର ଲିଙ୍କ ପ୍ରଦାନ କରିଥାଏ ।

ଆଲୋଚନା ବିଭାଗ

କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ସୁଯୋଗ ପ୍ରଦାନ କରେ ।

Last Modified : 12/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate