ସେଆର କରନ୍ତୁ

ଇସବଗୋଲ

ବିଶ୍ଵର ଉଷ୍ଣ ତଥା କ୍ରାନ୍ତୀୟ ଅଞ୍ଚଳରେ ପ୍ରାୟ ୨୦୦ ପ୍ରଜାତିର ଇସବଗୋଲ ଗୁଚ୍ଛ ଦେଖିବାକୁ ମିଳେ ।

ବୈଜ୍ଞାନିକ ନାମ : ପ୍ଲାଣ୍ଟାଗୋ ଓଭାଟା

ବଂଶ : ପ୍ଲାଣ୍ଟାଜିନାସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ଇସବଗୋଲଭୁସି, ଇସବଗୁଲ

ହିନ୍ଦୀ – ଇସବଗୋଲ ,

ସଂସ୍କୃତ : ଇସବଗୋଲ , ଶୀତବୀଜ

ଉପକ୍ରମ


ବିଶ୍ଵର ଉଷ୍ଣ ତଥା କ୍ରାନ୍ତୀୟ ଅଞ୍ଚଳରେ ପ୍ରାୟ ୨୦୦ ପ୍ରଜାତିର ଇସବଗୋଲ ଗୁଚ୍ଛ ଦେଖିବାକୁ ମିଳେ । ଭାରତରେ ୧୫ ଟି ପ୍ରଜାତିର ଇସବଗୋଲ ମୁଖ୍ୟତଃ ରାଜସ୍ଥାନ , ପଞ୍ଜାବ, ମହରାଷ୍ଟ୍ର, ଉତ୍ତରପ୍ରଦେଶରେ ଚାଷ କରାଯାଇଥାଏ  । ଓଡିଶାର ସ୍ୱଳ୍ପ ବୃଷ୍ଟି ଅଞ୍ଚଳରେ ମଧ୍ୟ ଏହାର ଚାଷ କରାଯାଇପାରିବ  । ଇସବଗୋଲ ସୀମିତ କାଣ୍ଡ ବା କାଣ୍ଡବିହୀନ ଏକ ଛୋଟ ତୃଣ । ଏହାର ଲମ୍ବ ୪୦ ସେମି ପତ୍ର କ୍ଷୀଣ, ଫୁଲ ଧଳା, ମଞ୍ଜି ଡଙ୍ଗା ବା ଘୋଡା କାନ ସଦୃଶ  । ଇସବଗୋଲ ମଞ୍ଜି ଟାଣ ବା ଗାଢ କଳା ରଙ୍ଗର । କିନ୍ତୁ ଉପର ଚୋପା ବା ଭୁସି ଧଳା । ଭୁସିର ଜଳଧାରଣ କ୍ଷମତା ୨୦ ଗୁଣ ଅଧିକ  । ପାଣିରେ ବତୁରିଲେ । ସ୍ୱ୍ଞ୍ଜ ପରି ହୋଇଯାଏ  ।

ଚାଷ ପ୍ରଣାଳୀ

ଇସବଗୋଲ ଥଣ୍ଡା ତଥା ଶୁଷ୍କ ଜଳବାୟୁ ଏବଂ ସ୍ୱଳ୍ପ ବୃଷ୍ଟି ଅଞ୍ଚଳରେ ରବି ଫସଲ ରୂପେ ଚାଷ କରାଯାଏ  ।  ବାଲିଆ , ଉର୍ବର, ପଟୁ ନିଗିଡା , ଆଦ୍ର ମାଟି ଏହାର ଚାଷ ପାଇଁ ଉପଯୁକ୍ତ  । ମାଟିର ଅମ୍ଳତା ବା କ୍ଷାରଗୁଣ ୬.୫ରୁ ୮.୫ ହେବ ଅବଶ୍ୟକ  । ମଞ୍ଜି ବୁଣିବା ସମୟରେ ତାପମାତ୍ରା ୨୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ୩୦  ରହିଲେ ଭଲ  ।  ଭଲ ଭାବରେ ୨/୪ ଥର ହଲକରି ଅନାବନା ଘାସ ଉପାଡି ଜମିକୁ ସମତଳ କରାଯାଏ  । ଏକର ପ୍ରତି ୨ ଗାଡି ଗୋବର ଖତ ମିଶାଇ ଚାଷ କାଲେ ଭଲ କାମଦିଏ । ଏହା ବିଶେଷ ପରିମାଣରେ କୃତ୍ରିମ ସାର ଆବଶ୍ୟକ କରେ ନାହିଁ  । ତେବେ ସାମାନ୍ୟ ଅଧିକ ଅମଳ ପାଇଁ ଏକର ପ୍ରତି ୨୦ କିଗ୍ରା ଯବକ୍ଷାରଯାନ, ୧୦ କିଗ୍ରା , ଫସଫରସ ୧୨ କିଗ୍ରା, ପଟାସ ସାର ପକାଯାଇପାରେ । ଚାଷ ଶେଷ  ବେଳକୁ ଏକର ପ୍ରତି ୫ ଟନ ଏଫ.ୱାଇ.ଏମ.ମଧ୍ୟ ପ୍ରୟୋଗ କରାଯାଇପାରେ  ।

ମଞ୍ଜିକୁ ୧୦-୧୦ ଇଞ୍ଚ ଦୂରତାରେ ଧାଡିକରି କିମ୍ବା ବିକ୍ଷିପ୍ତ ଭାବରେ ବୁଣାଯାଇପାରେ । ମଞ୍ଜିଗୁଡିକ ଅତି ହାଲୁକା ହୋଇଥିବା ହେତୁ ଏଥିରେ ସରୁ ବାଲି ମିଶାଇ ବୁଣିବା ଆବଶ୍ୟକ । ମଞ୍ଜି ବୁଣିସାରି ଆସ୍ତେ ଝାଡୁ ମାରିଦେଲେ ମାଟି ଘୋଡାଇ ହୋଇ ଏହି ସମସ୍ୟାର ସମାଧାନ ହୋଇଯାଏ । ମଞ୍ଜି ବୁଣିବା ପରେ ହାଲୁକା ପାଣି ସିଞ୍ଚନ କରିଦେବା ଉଚିତ  । ବୁଣିବା ପୂର୍ବରୁ ମଞ୍ଜିକୁ ୩ ଗ୍ରାମ ଥିରମ କିମ୍ବା ସେରେସାନ ଔଷଧ ମିଶାଇବା ଫଳରେ ପ୍ରାରମ୍ଭିକ ରୋଗ ଦାଉରୁ ରକ୍ଷା ମିଳେ । ଏହି ଫସଲ ଅଧିକ ଜଳ ଦରକାର କରେ ନାହିଁ  । ୮-୧୦ ଦିନ ବ୍ୟବଧାନରେ ଜଳସେଚନ କଲେ ଚଳିବ  । ମଞ୍ଜି ବୁଣିବାର ୧ ମାସ ପରେ ଥରେ ପୁଣି ୧୫ ଦିନ ପରେ ଆଉଥରେ ଘାସ ବାଛିଦେଲେ ଚଳିବ  ।

୧୧୦ ରୁ ୧୩୦ ଦିନ ଭିତରେ ଅମଳ ଉପଯୋଗୀ ହୁଏ  । ତେଣୁ ନଭେମ୍ବର ମାସରେ ମଞ୍ଜି ବୁଣାଯାଇ ମାର୍ଚ୍ଚ ମାସରେ ଫସଲ ଅମଳ କରାଯାଏ  । ଅତି କୁହୁଡି ଓ ଅଧିକ ବର୍ଷା ଏହି ଫସଲ ପାଇଁ କ୍ଷତିକାରକ ।

କିସମ

ନୂତନ କିସମ ଇସବଗୋଲ  ହେଉଛି ଗୁଜରାତ ଇସବଗୋଲ- ୧ ଏବଂ ଗୁଜରାତ ଇସବଗୋଲ -୨ ଅଧିକ ଅମଳକ୍ଷମ । ଅନ୍ୟ ଏକ ଅଧିକ ଅମଳକ୍ଷମ ପ୍ରଜାତି ହେଲା ନିହାରିକା  ।

ଅମଳ

ଗଛର ପତ୍ର ହଳଦିଆ ରଙ୍ଗ ହେବା , ଫଳ ଧରିଥିବା କେଣ୍ଡାଗୁଡିକ ମାଟିଆ ହୋଇଯିବା , କେଣ୍ଡାକୁ ଛୁଇଁଲେ ମଞ୍ଜିଲ ଝଡିଯିବା ପରିସ୍ଥିତି ଆସିଲେ ଏହାର ଅମଳ କରାଯାଏ  । ମାଟି ଉପରୁ ଗଛ କାଟିଦିଆଯାଏ କିମ୍ବା ପୁରା ଗଛକୁ ଉପଡି ଦିଆଯାଏ । ସେଗୁଡିକ ଖରାରେ ଶୁଖାଇବା ପରେ ଥ୍ରେସର ମେସିନ ସାହାଯ୍ୟରେ ଦିଆଯାଏ  ।  ଫଳରେ ଭୁସି ଓ ମଞ୍ଜିକୁ କଟାଯାଏ କିମ୍ବା ମେସିନ ଦ୍ଵାରା ଅଲଗା କରାଯାଏ  । ଏକରପ୍ରତି ୪ କ୍ଵିଣ୍ଟାଲ ଫଳ ଉତ୍ପାଦନ ହୁଏ ।  କ୍ଵିଣ୍ଟାଲ ପ୍ରତି ୨୫୦୦ ଟଙ୍କା ଦରରେ ଏକରପିଛା ୧୦,୦୦୦ ଟଙ୍କା ଆଦାୟ ହୋଇପାରେ । ଖର୍ଚ୍ଚ ୨୦୦୦ ଟଙ୍କା ଯାଇ ୮୦୦୦ ଟଙ୍କା ଲାଭ ମିଳିପାରିବ  ।

ରୋଗପୋକ

ପୋକମାଛିରୁ ଜାତ ଶୂକ ଉଈ ଓ ମାହୋ ପ୍ରାଥମିକ ସ୍ତରରେ ଗଛର ମୂଳକୁ କାଟି କ୍ଷତି କରେ । ତେଣୁ ଏହାର ନିରାକରଣ ପାଇଁ ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି ୨୦୦-୩୦୦ କିଗ୍ରା ନିମ ପିଡିଆ ମିଶାଯାଏ । ଏଥିପାଇଁ ଜମିରେ ଏଲଡ୍ରିନ ଗୁଣ୍ଡ କିମ୍ବା ୧୦ ଜି ଫୋରେନ ମଧ୍ୟ ସିଞ୍ଚନ କରାଯାଇପାରେ । ଗଛକୁ କେଣ୍ଡା ବାହାରିବା ସମୟରେ ଫସଲକୁ ଡାଉନୀ ମିଲଡିଭି ଫଙ୍ଗସ ରୋଗ ଧୀରେ  । ଏହି ରୋଗ ଧରିଲେ ପ୍ରଥମେ ପତ୍ରରେ ହାଲୁକା ଦାଗ ଦେଖାଯାଏ । ଧୀରେ ଧୀରେ ଏହି ରୋଗ ପୁରା ଗଛକୁ ବ୍ୟାପିଯାଏ । ଆଦ୍ର ପାଗରେ ଏହି ରୋଗର ପ୍ରକୋପ ବଢିଯାଏ । ଏହାର ନିୟନ୍ତ୍ରଣ ପାଇଁ ଜଳରେ ଗୋମୁତ୍ର, କିମ୍ବା ୨୦୦-୩୦୦ ମିଳି ଡାୟଥୋନ ମିଶାଇ ସିଞ୍ଚନ କରାଯାଏ । ଯେ କୌଣସି କବକ ନାମକ ଔଷଧ ଏଥିରେ ପକାଯାଇପାରେ । ଆଫିଡ ବା ସୂକ୍ଷ୍ମକୀଟ ମଧ୍ୟ ଏହି ଫସଲକୁ ଆକ୍ରମଣ କରେ ଯାହାକୁ ୦ ରୁ .୨ ଶତାଂଶ ଡାଇମିଥୋଏଟ ସିଞ୍ଚନ ଦ୍ଵାରା ନିୟନ୍ତ୍ରଣ କରିହେବ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

2.78571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top