ହୋମ / କୃଷି / ଔଷଧୀୟ ବୃକ୍ଷ ଚାଷ / ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା
ସେଆର କରନ୍ତୁ

ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା

ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା ର ସୂଚନା

ବଜାର ଚାହିଦା

ଔଷଧ ତିଆରି ଶିଳ୍ପମାନେ ଅଧିକରୁ ଅଧିକ ଔଷଧୀୟ ଗୁଳ୍ମ, ଲତା, ବୃକ୍ଷ ଇତ୍ୟାଦିକୁ ବ୍ୟବହାର କରୁଥିବାରୁ ଏସବୁର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବହୁ ପ୍ରଜାତିର ଔଷଧୀୟ ବୃକ୍ଷଲତା ଉପଲ୍ଲବ୍ଧ ହୋଇଥିବା ଓଡିଶା ରାଜ୍ୟର ଜନସାଧାରଣଙ୍କ ପାଇଁ ଏକ ଆଶ୍ରିବାଦ ସଦୃଶ । ଔଷଧୀୟ ବୃକ୍ଷଲତାର ଚାହିଦାକୁ ଲକ୍ଷ୍ୟ କଲେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ବହୁଲୋକ ଏହାକୁ ନିଜର ରୋଜଗାର ପନ୍ଥା ଭାବରେ ଆପଣେଇପାରିବେ ଏବଂ ଅନ୍ୟାନ୍ୟ ଦୃଷ୍ଟିରୁ ବିଚାର କଲେ ଓଡିଶାର ଜଙ୍ଗଲରେ ଉପଲ୍ଲବ୍ଧ ହେଉଥିବା ଔଷଧୀୟ ଗୁଳ୍ମ ଲତାକୁ ଯଦି ଅବିଚାରିତ ଭାବରେ ବ୍ୟବହାର କରାଯାଏ ତାହେଲେ ହୁଏତ ଖୁବ କମ ଦିନରେ ଓଡିଶା ମାଟିରୁ ବହୁ ପ୍ରଜାତିର ଔଷଧୀୟ ବୃକ୍ଷଲତା ଲୋପ ପାଇଯିବ  । ତେଣୁ କେବଳ ଔଷଧୀୟ ବୃକ୍ଷଲତା, ଗୁଳ୍ମ ଇତ୍ୟାଦିକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇ ବଜାର ଚାହିଦା ମେଣ୍ଟାଯାଇପାରେ । ଏପରି କରିବା ଫଳରେ ଓଡିଶା ମାଟିରେ ମିଳିଥିବା ଔଷଧୀୟ ବୃକ୍ଷରାଜିର ସୁରକ୍ଷା ହେବା ସହ ବଜାର ଚାହିଦା ମେଣ୍ଟାଯାଇପାରିବ ଏବଂ ତତସହିତ ଲୋକଙ୍କୁ ରୋଜଗାରର ମାଧ୍ୟମ ମଧ୍ୟ ମିଳିଯାଇପାରିବ  ।

ଔଷଧୀୟ ବୃକ୍ଷଲତାର ବନୀକରଣ

ଏହି ଦୃଷ୍ଟିରୁ ଓଡିଶାରେ ଔଷଧୀୟ ବୃକ୍ଷ କ୍ଷେତ୍ରଟିକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ଵ ପ୍ରଦାନ କରାଯିବା ନିହାତି ଜରୁରୀ ।   ଏହି କ୍ଷେତ୍ରଟିରେ ଉନ୍ନୟନ ପାଇଁ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ଯଥା- କୃଷି ବିଭାଗ, ଜଙ୍ଗଲ ବିଭାଗ, କୃଷି ବିଶ୍ଵବିଦ୍ୟାଳୟ, ବିଭିନ୍ନ ଗବେଷଣା ଅନୁଷ୍ଠାନ, ବେସରକାରୀ ସଂଗଠନ, ଔଷଧ ଉତ୍ପାଦନକାରୀ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ସହଯୋଗ ଓ ସମନ୍ଵୟ ରହିବା ଆବଶ୍ୟକ ଏମାନଙ୍କ ମଧ୍ୟରେ ସହତି ପାଇଁ ରାଜ୍ୟସ୍ତରରେ ଗୋଟିଏ ମୁଖ୍ୟ ସମନ୍ଵୟକାରୀ ସଂସ୍ଥା ସ୍ଥାପନ କରାଯିବାର ଆବଶ୍ୟକତା ରହିଛି । ଏହି ସମନ୍ଵୟକାରୀ ସଂସ୍ଥା ଔଷଧୀୟ ବୃକ୍ଷଲତାର ବନୀକରଣ , ସରଂକ୍ଷିତ ପରିପୋଷଣୀୟ, ଉତ୍ପାଦନ, ପରିଚାଳନା ପ୍ରକ୍ରିୟାକରଣ ତଥା ବଜାର ବ୍ୟବସ୍ଥା ସମ୍ବନ୍ଧିତ ସରକାରୀ ନୀତି ନିୟମ ଓ ଉଦ୍ୟମକ ସଂଯୋଜିତ କରି ଏହି କ୍ଷେତ୍ରର ଉନ୍ନୟନ ପାଇଁ ଚେଷ୍ଟା କରିବେ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଏହି ମର୍ମରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଔଷଧୀୟ ବୃକ୍ଷ ପରିଷଦ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି  ।

ଓଡିଶା ସରକାରଙ୍କ ପଦକ୍ଷେପ

ଫଳସ୍ୱରୂପ ଓଡିଶା ସରକାର ତାଙ୍କର ସଂକଳ୍ପନାମା ନଂ ୪୩୨୮/ଏଫ.ଆଣ୍ଡ.ଆଇ. ତା ୦୮.୦୩.୨୦୦୨ ମାଧ୍ୟମରେ ଓଡିଶାରେ ଗୋଟିଏ ଲେଖାଏଁ ଔଷଧୀୟ ବୃକ୍ଷ ପରିଷଦ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି  । ଏହି ପରାମର୍ଶଦାତା ପରିଷଦ ନିମ୍ନଲିଖିତ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ହେବ , ଯଥା –

  1. ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ, ସଭାପତି ,
  2. ଜଙ୍ଗଲ ଓ ପରିବେଶ ବିଭାଗ ରାଷ୍ଟ୍ରମନ୍ତ୍ରୀ , ଉପସଭାପତି
  3. କୃଷି ଉନ୍ନୟନ କମିଶନର, ସଦସ୍ୟ
  4. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସଦସ୍ୟ  ,
  5. ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ସଦସ୍ୟ
  6. ହରିଜନ ଓ ଆଦିବାସୀକଲ୍ୟାଣ ସଚିବ , ସଦସ୍ୟ
  7. ପଞ୍ଚାୟତିରାଜ ବିଭାଗ ସଚିବ, ସଦସ୍ୟ
  8. କୃଷି ବିଭାଗ ସଚିବ, ସଦସ୍ୟ
  9. କୃଷି ବିଭାଗ ସଚିବ, ସଦସ୍ୟ
  10. ଓ.ଏଫ. ଡି. ସି.ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ, ସଦସ୍ୟ
  11. ଭାରତୀୟ ଭେଷଜ ଓ ହୋମିଓପ୍ୟାଥି ଚିକିତ୍ସା ବ୍ୟବହାର ଓଡିଶା ନିର୍ଦ୍ଦେଶକ, ସଦସ୍ୟ
  12. ଆଞ୍ଚଳିକ ଗବେଷଣାଗାର, ଭୁବନେଶ୍ବର,ନିର୍ଦ୍ଦେଶକ , ସଦସ୍ୟ
  13. ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଓଡିଶାର  ନିର୍ଦ୍ଦେଶକ , ସଦସ୍ୟ ।
  14. ଉଦ୍ୟାନ ବିଭାଗ, ଓଡିଶାର ନିର୍ଦ୍ଦେଶକ , ସଦସ୍ୟ ।
  15. ଜଙ୍ଗଲ ଓ ପରିବେଶ ବିଭାଗର ସ୍ଵତନ୍ତ୍ର ସଚିବ , ସଦସ୍ୟ ସମ୍ପାଦକ
  16. ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଅଧ୍ୟକ୍ଷ , ସଦସ୍ୟ
  17. ଟି.ଡି.ସି.ସି. ଲିଃର ନିର୍ଦ୍ଦେଶକ, ସଦସ୍ୟ
  18. ଶ୍ରୀ ଦେବ ପ୍ରକାଶ ଦାସ , ପରିଚାଳନା ନିର୍ଦ୍ଦେଶକ , ମେମର୍ସ ୱେଲଫେୟାର ପ୍ରା:ଲି , ଜଗତପୁର କଟକ, ସଦସ୍ୟ
  19. ଶ୍ରୀ ବି. ଏନ. ହୋତା ସଂଯୋଜକ, ହାର୍ବାଲିଷ୍ଟ ଆସୋସିଏସନ ଭବାନୀପାଟଣା, କଳାହାଣ୍ଡି, ସଦସ୍ୟ
  20. ନଦୀୟା ଚାନ୍ଦ କାନୁନଗୋ ଆବସରପ୍ରାପ୍ତ ଡି .ଏଫ. ଓ. ସଦସ୍ୟ . ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା ପରିଷଦ ନିମ୍ନଲିଖିତ କାର୍ଯ୍ୟମାନ କରିବ  ।

ଔଷଧୀୟ ବୃକ୍ଷ ପରାମର୍ଶଦାତାଙ୍କ କାର୍ଯ୍ୟ

  • ଏହି କ୍ଷେତ୍ରର ଉନ୍ନୟନ ପାଇଁ ପରିଷଦ ସମୁଚିତ ନୀତିନିୟମ ଓ ପନ୍ଥା ନିର୍ଦ୍ଧାରଣ କରିବ । କେନ୍ଦ୍ରୀୟ ଔଷଧୀୟ ବୃକ୍ଷ ପରିଷଦ , ବିଭିନ୍ନ ସରକାରୀ ବିଭାଗ, ଗବେଷଣା ଅନୁଷ୍ଠାନ ତଥା ଏ ସମ୍ବନ୍ଧିତ ଅନ୍ୟାନ୍ୟ ସଂଗଠନମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବ ।
  • ଔଷଧୀୟ ବୃକ୍ଷ ଚିହ୍ନଟ , ପୁନର୍ଜନନ , ସଂରକ୍ଷଣ, ଚାଷ,ଚାଷ , ଅମଳ , ବ୍ୟବସାୟ ଇତ୍ୟାଦି କାର୍ଯ୍ୟପାଇଁ ପରିଷଦ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଯୋଗାଇବ ।
  • ଔଷଧୀୟ ବୃକ୍ଷର ଗୁଣସୂତ୍ର ସଂରକ୍ଷଣ ନିମିତ୍ତ ବିଭିନ୍ନ ସରକାରୀ ବିଭାଗକୁ ଏଥିରେ ସଶ୍ଲିଷ୍ଟ କରିବାରେ ଅଧିକାର ରାଜ୍ୟ ପରିଷଦର ରହିବା ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା , ପରିବହନ, ଗୋଦାମ ସୁବିଧା, ସଂଗ୍ରହ, ଚାଷ ଇତ୍ୟାଦି ପାଇଁ ଭିତ୍ତିଭୂମି ଶ୍ରୂଷଠି କରିବା ନିମିତ୍ତ ପରିଷଦ ବିଭିନ୍ନ ସଂସ୍ଥାମାନଙ୍କୁ ନିର୍ଦ୍ଧିଷ୍ଟ ଦାୟିତ୍ଵ ମଧ୍ୟ ଦେଇପାରିବ ।
  • ଔଷଧୀୟ ବୃକ୍ଷଲତାର ମୂଲ୍ୟ ଓ ବ୍ୟବହାର ସମ୍ପର୍କରେ ପରିଷଦ ଜନସଚେତନତା ସୃଷ୍ଟି କରିବ ଏବଂ ବାଡି ବଗିଚାରେ ବୃକ୍ଷଲତା ଲଗାଇବା ପାଇଁ  ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବ । ପାରମ୍ପାରିକ ଢଙ୍ଗରେ ବଣ ଜଙ୍ଗଲରୁ ଔଷଧୀୟ ଚେତମୂଳ ଇତ୍ୟାଦି ସଂଗ୍ରହ କରୁଥିବା ଲୋକମାନଙ୍କୁ ଉତ୍ପାଦିତ ବିଜ୍ଞାନସମ୍ମତ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ହେବ  ।
  • ପରିଷଦ ଔଷଧୀୟ ବୃକ୍ଷ ସମ୍ପର୍କିତ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ କାମ କରୁଥିବା ଉପଯୁକ୍ତ ସରକାରୀ ବିଭାଗ/ଗବେଷଣା ସଂସ୍ଥା/ ବିଶ୍ଵବିଦ୍ୟାଳୟ, ବେସରକାରୀ ସଂଗଠନମାନଙ୍କୁ ଚିହ୍ନଟ କରି ସେମାନଙ୍କର ସ୍କିମ ପ୍ରୋଜେକ୍ଟସବୁକୁ ଅନୁଦାନ ପାଇଁ କେନ୍ଦ୍ରୀୟ ଔଷଧୀୟ ବୃକ୍ଷ ପରିଷଦକୁ ପଠାଇବ ।
  • ଔଷଧୀୟ ବୃକ୍ଷ ଉତ୍ପାଦନ, ସଂଗ୍ରହକାରୀଙ୍କୁ ପରିଷଦ ଆବଶ୍ୟକୀୟ ବଜାର ସୁଚନା ଦେବା ସହିତ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ କରିବା ପାଇଁ ବ୍ୟବସାୟିକ ଯୋଗାଯୋଗ ମଧ୍ୟ କରିବ ।
  • ରାଜ୍ୟ ଔଷଧୀୟ ପରାମର୍ଶ ଦାତାଙ୍କ କାର୍ଯ୍ୟକ୍ରମ

    ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା ପରିଷଦର ବୈଠକ ଅତି କମରେ ବର୍ଷକୁ ଥରେ ବସିବ । ଏହି ବୈଠକକୁ ପରିଷଦ ଯେ କୌଣସି ସଂଗଠନ ଗବେଷଣା କେନ୍ଦ୍ର ତଥା ବିଶ୍ୱବିଦ୍ୟାଳୟ ପ୍ରତିନିଧି ଏପରିକି ଏ ସମ୍ପର୍କିତ ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଏ ବୈଠକକୁ ଡାକିପାରିବ । ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପରିଷଦ ଏହାର ସମସ୍ୟାମାନଙ୍କୁ ନେଇ ଭିନ୍ନ ଭିନ୍ନ କମିଟି ଗଠନ କରିପାରିବ ଏବଂ ଏହି କମିଟିରେ ଯେ କୌଣସି ଲୋକଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ନେଇପାରିବେ ।

    ଔଷଧୀୟ ବୃକ୍ଷଚାଷ ସମ୍ବନ୍ଧରେ ପରାମର୍ଶ, ସଂରକ୍ଷଣ, ବିକ୍ରିବଟା ପାଇଁ ଆମ ରାଜ୍ୟରେ ରାଜ୍ୟ ଔଷଧୀୟ ପରାମର୍ଶଦାତା ପରିଷଦ ଗଠନ କରାଯାଉଛି । ଏହା ବର୍ତ୍ତମାନ “ଜଙ୍ଗଲ ଓ ପରିବେଶ” ବିଭାଗ ରାଜ୍ୟ ସଚ୍ଚିବାଳୟ ଭୁବନେଶ୍ଵର – ୭୫୧୦୦୧ ଠାରେ କାର୍ଯ୍ୟ କରୁଛି , ଏଠାର ଗଠନ କାର୍ଯ୍ୟବଳୀ ସମ୍ବନ୍ଧରେ ଉପରେ ତଥ୍ୟ ପ୍ରଦାନ କରାଗଲା  ।

    ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top