অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୁଳୁଚୀଲତା

ବୈଜ୍ଞାନିକ ନାମ

:

ଟିନୋସ୍ପୋରା , କୋର୍ଡିଫୋଲିଆ

ବଂଶ

:

ମେନିସ୍ପେର୍ମେସୀ

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ଗୁଳୁଚୀଲତା

ସଂସ୍କୃତ

:

ମଦୟନ୍ତିକା , ନଖରଞ୍ଜକ

ବଙ୍ଗଳା

:

ଗୁଲଞ୍ଚ

ହିନ୍ଦୀ

:

ଗିଲୋଏ , ଗୁଡୁଚ

ତେଲୁଗୁ

:

ତିପ୍ପତିଗେ

କନ୍ନଡ

:

ଅମୃତବଲ୍ଲୀ

ତାମିଲ

:

ଅମୃତବଲ୍ଲୀ

ମାଲାୟାଲମ

:

ଅମ୍ରିତୁ

ଉପକ୍ରମ

ଗୁଳୁଚୀ ଏକ ବର୍ଷିୟୁ ଚିକ୍କଣ ମାଂସାଳ ଲତା ଜାତୀୟ ଉଦ୍ଭିଦ । ଏହା ଭାରତର ସମସ୍ତ ପ୍ରାନ୍ତରେ ଥିବା ଜଙ୍ଗଲ ବିଶେଷତଃ ଉଷ୍ଣ ପ୍ରାନ୍ତମାନଙ୍କରେ ଅଧିକ ପରିମାଣରେ ଦେଖାଯାଏ । ଆୟୁର୍ବେଦୀୟ ଚିକିତ୍ସାରେ ଗୁଳୁଚୀର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇଆସୁଛି । ଆଜିକାଲି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର କଞ୍ଚାମାଲ ରୂପେ ଯଥେଷ୍ଟ ଚାହିଦା ରହିଛି । ତେଣୁ ଭବିଷ୍ୟତରେ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀଭାଇମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ ।

ଉଦ୍ଭିଦ ପରିଚୟ

ଗୁଳୁଚୀ ଏକ ବହୁବର୍ଷୀୟ , ଚିକ୍କଣିଆ, ମାଂସାଳ ଲତାଜାତୀୟ ଉଦ୍ଭିଦ । ଏହାର ପତ୍ର ପତ୍ର ସଦୃଶ ଚିକ୍କଣିଆ, ପତଳା ଏବଂ ୭ ରୁ ୯ ଶିରା ବିଶିଷ୍ଟ ହୋଇଥାଏ । ପ୍ରାୟ ବସନ୍ତ ଋତୁରେ ଏହାର ପୁରୁଣା ପତ୍ର ହଳଦିଆ ହୋଇ ଝଡିଯାଏ ଏବଂ ଜ୍ୟେଷ୍ଠ ମାସ ବେଳକୁ ନୂଆ ପତ୍ର କଅଁଳିଆଥାଏ ନବୀନ ପତ୍ର କଅଁଳିବା ସହିତ ସବୁଜ ହଳଦିଆ ମିଶ୍ରିତ ବର୍ଣ୍ଣଯୁକ୍ତ ଫୁଲ ଗୁଚ୍ଛରେ ଫୁଟିଥାଏ । ଏହାର ଫଳ ମଟର ସଦୃଶ ଅଟେ ଏବଂ ପାଚିଲା ଲାଲ ହୋଇଥାଏ । ଏହାର ମଞ୍ଜି ସାମାନ୍ୟ ବକ୍ର ତଥା ଚିକ୍କଣିଆ ଅଟେ । ସମୁଦାୟ ଲତାଟି ବକ୍ରାକାରରେ ଗୁଡାଇ ହୋଇ ଅନ୍ୟ ଗଛ ବିଶେଷତଃ ଆମ୍ବ ଓ ପଣସ ପ୍ରଭୃତି ଗଛରେ ଚଢିଥିବାରୁ ଦେଖାଯାଏ ।

ପ୍ରୟୋଜନୀୟ ଅଂଶ

କାଣ୍ଡ, ଚେର, ପତ୍ର

ରାସାୟନିକ ସଂଗଠନ

ଏହାର କଞ୍ଚା କାଣ୍ଡ ତ୍ଵକରେ ଗିଲୋଇନ ନାମକ ଗ୍ଲୁକୋସାଇଡ , ଗିଲୋଇନିନ ନାମକ ତିକ୍ତ ପ୍ରଦାର୍ଥ ତଥା ଗିରୋସ୍ଟେରଲ ମିଳିଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଗୁଳୁଚୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯେ ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ, ମୁତ୍ରଜନନ ଚର୍ମରୋଗ ଇତ୍ୟାଦି ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ବିଷମଜ୍ଵର ବା ମ୍ୟାଲେରିଆ ଏବଂ ଯେ କୌଣସି ପୁରୁଣା ଜ୍ଵରରେ ଏହାର କ୍ଵାଥ ସେବନ କରାଯାଏ । ଜୀର୍ଣ୍ଣଜ୍ଵରରେ ଏହାର କ୍ଵାଥରେ ଛୋଟ ପିପ୍ପଳୀ କିମ୍ବା ମହୁ ମିଶାଇ ସେବନ କରାଯାଏ । ଏହାଦ୍ଵାରା ଜ୍ଵର, କଫ ପ୍ଳୀହୀ ବୃଦ୍ଧି ଏବଂ ଅରୁଚି ଆଦି ବିକାର ଦୂର ହୋଇଥାଏ । ପ୍ରମେହ ଓ ମୁତ୍ର ରୋଗରେ ଏହାର ସ୍ବରାସ ପ୍ରୟୋଗ କରାଯାଏ ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ଭାରତୀୟ ଜଳବାୟୁ ଗୁଳୁଚିଲତା ଚାଷ କରିବା ପାଇଁ ଉପଯୁକ୍ତ ଅଟେ । ବିଶେଷତଃ ଉଷ୍ଣ ଓ ଆଦ୍ର ଜଳବାୟୁରେ ଏହି ଗଛ ଭଲ ବଢିଥାଏ । ଏହା ସମସ୍ତ ପ୍ରକାର ମାଟିରେ ହୋଇପାରିବ । ତେବେ ଲାଳ ତଥା ହାଲକା ମାଟି ଏହାର ଚାଷ ପାଇଁ ଅଧିକ ଉପଯୋଗୀ ଅଟେ ।

ଜମି ପ୍ରସ୍ତୁତି

ଗୁଳୁଚି ଲତା ଚାଷ ପାଇଁ ଏପ୍ରିଲ ମେ ମାସରେ ଜମିରେ ୨x୨ ମିଟର ବ୍ୟବଧାନରେ ୩୦x୩୦x ୩୦ ସେମି ଫୁଟର ଗାତ ଖୋଳାଯାଇ ସେଥିରୁ ୫ କିଗ୍ରା , ଗୋବର ଖତ ତଥା ୫୦୦ ଗ୍ରାମ ନିମ ପିଡିଆ ମିଶାଇ ଭର୍ତ୍ତି କରାଯାଏ । ଜୁଲାଇ ଅଗଷ୍ଟ ମାସରେ ପ୍ରସ୍ତୁତ ଚାରାଗୁଡିକ ରୋପଣ କରାଯାଏ । ଗୁଳୁଚୀ ଲତାର ବୃଦ୍ଧି ନିମନ୍ତେ ରଞ୍ଜା ଦେବା ବ୍ୟବସ୍ଥା କରିବା ଉଚିତ । ବର୍ଷାଋତୁ ପରେ ୨୫-୩୦ ଦିନ ବ୍ୟବଧାନରେ ପାଣି ଦେବା ଉଚିତ । ଏକ ଏକରରେ ୬୦୦ ଚାରା ରୋପଣ କରାଯାଇପାରିବ ।

ଉତ୍ପାଦନ

ବର୍ଷାଋତୁରେ ଗୁଳୁଚୀ ଲତାରେ ବହୁତ ପତ୍ର ହୁଏ । କିନ୍ତୁ ଶୀତ ଋତୁରେ ପତ୍ର ସବୁ ଝଡିଯାଏ , କେବଳ ପାକଳ ଡାଳଗୁଡିକ ଲାଗି ରହିଥାଏ । ଏହି ସମୟରେ ଗଛ ର ମୂଳକୁ ୩୦ ସେମି , ଉଚ୍ଚାରେ ଛାଡି ଦେଇ ଗଛଟିକୁ ସମ୍ପୂର୍ଣ ଭାବେ କାଟି ଛୋଟ ଛୋଟ ଖଣ୍ଡରେ ଶୁଖାଇ ଦିଆଯାଏ ।

ଜାନୁଆରୀ , ଫେବୃୟାରି , ମାର୍ଚ୍ଚରେ ଗୁଳୁଚୀ ଗଛର ପତ୍ରବିହୀନ ଡାଳ ସଂଗ୍ରହ କଲେ ଏହାର ଔଷଧୀୟ ଗୁଣାତ୍ମକମାନ ଅଧିକ ମିଳେ । ଗଛର ରହିଯାଇଥିବା ମୂଳରୁ ଆସନ୍ତା ବର୍ଷର ବର୍ଷାଋତୁରେ ନୂତନ ଡାଳ, ପତ୍ର ବାହାରିଥାଏ ଓ ଦ୍ୱିତୀୟ ବର୍ଷର ଫସଲ ସେଥିରୁ ଅମଳ କରାଯାଏ । ଏହିପରି ଗୋଟିଏ ଥର ଗଛ ରୋପଣ କରି ବହୁତ ବର୍ଷ ପର୍ଯ୍ୟନ୍ତ ଅମଳ କରାଯାଇପାରିବ ।

ଆର୍ଥିକ ଲାଭ

ବ୍ୟବସାୟିକ ଭିତ୍ତିରେ ମିଳିପାରିବ । ଏହାକୁ ୧୨ ଟଙ୍କାରୁ ୧୫ କିଗ୍ରା ପ୍ରତି ମୂଲ୍ୟରେ ବିକ୍ରି କରାଗଲା ୬୦୦୦ ଟଙ୍କା ମିଳିପାରିବ । ଏହାକୁ ଅନୁର୍ବର ପଡିଆ ଜମି କିମ୍ବା କୌଣସି ଫସଲ ସହିତ ବାଡ ପାଖରେ ଲଗାଇ ଚାଷ କରାଯାଇପାରିବ ।

ଗୁଳୁଚୀ ଚାଷ ଏକର ପ୍ରତି ଆୟବ୍ୟୟର ବିବରଣୀ

ଏକ ଏକରରେ ୮ ବର୍ଷପରେ ବା ୨୫ ବର୍ଷ ପର୍ଯ୍ୟନ୍ତ ୫.୦୫୦୦ ଟଙ୍କା ମିଳିପାରିବ ।

ବ୍ୟୟ :

1 ଚାରାରୋପଣ ୧୦,୦୦୦
2 କଲମୀ ଲଗାଇବା ୫,୦୦୦
3 ଜମି ପ୍ରସ୍ତୁତି ୨,୫୦୦
4 ସାର ପ୍ରୟୋଗ ୩,୦୦୦
5 ରୋପଣ ଖର୍ଚ୍ଚ ୨,୦୦୦
6 ଘାସ ବଛାବଛି ୫,୦୦୦
7 ୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ଦେଖାଶୁଣା ୧୭,୦୦୦
8 ୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ଅମଳ ଖର୍ଚ୍ଚ ୫୦,୦୦୦
9 ଅନ୍ୟାନ୍ୟ ଖର୍ଚ୍ଚ 
୧୦,୫୦୦
ଆୟ

୮ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ୧୦ ଥର ଫସଲ ଅମଳ କରି ୫ ହଜାର କିଗ୍ରା ଅଠାର ବିକ୍ରି ମୂଲ୍ୟ (କିଗ୍ରା ପ୍ରତି ୧୦୦ ଟଙ୍କା ) = ୫,୦୫୦୦୦ ଟଙ୍କା ।

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate