ସେଆର କରନ୍ତୁ

ଥାଲକୁଡି

ଥାଲକୁଡି ଏକ ଭୁଇଁ ପ୍ରସାରୀ କ୍ଷୁପ ଜାତୀୟ ଉଦ୍ଭିଦ । ବିଶେଷତଃ ସନ୍ତସନ୍ତିଆ ଓ ଓଦାଭୁଇଁରେ ଏହା ବିକଶିତ ହୁଏ । ଆୟୁର୍ବେଦର ମଣ୍ଡୁକପର୍ଣ୍ଣୀ ଓ ସରସ୍ଵତୀ ନାମରେ ଏହି ଉଦ୍ଭିଦଟି ପରିଚିତ ।

ବୈଜ୍ଞାନିକ ନାମ : ସେଣ୍ଟାଲା ଏସିଆଟିକା

ବଂଶ : ଆମ୍ବେଲିଫେରି

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ- ଥାଲକୁଡି

ସଂସ୍କୃତ : ମଣ୍ଡୁକପର୍ଣ୍ଣୀ , ସରସ୍ଵତୀ

ତେଲୁଗୁ – ମଣ୍ଡୁକ ବ୍ରାହ୍ମୀ

ଗୁଜୁରାଟୀ – ଖଣ୍ଡବ୍ରାହ୍ମୀ

ଇଂରାଜୀ – Indian pennywort

ହିନ୍ଦୀ – ବ୍ରାହ୍ମୀ ଓ କୁଲାକୁଡି

ବଙ୍ଗଳା- ଥୋଲକୁରୀ

ତାମିଲ – ଭଲ୍ଲାରାଇ ଓ ସିଲୁକି

ମରାଠୀ – କରିବଣା

ଉପକ୍ରମ

ଥାଲକୁଡି ଏକ ଭୁଇଁ ପ୍ରସାରୀ କ୍ଷୁପ ଜାତୀୟ ଉଦ୍ଭିଦ  । ବିଶେଷତଃ ସନ୍ତସନ୍ତିଆ ଓ ଓଦାଭୁଇଁରେ ଏହା ବିକଶିତ ହୁଏ  । ଆୟୁର୍ବେଦର ମଣ୍ଡୁକପର୍ଣ୍ଣୀ ଓ ସରସ୍ଵତୀ ନାମରେ ଏହି ଉଦ୍ଭିଦଟି ପରିଚିତ । ବୋଧହୁଏ ମଣ୍ଡୁକ ସଦୃଶ ଜଳାଚ୍ଛନ୍ନ ସ୍ଥାନମାନଙ୍କରେ ଏହା ବହୁଳଳ ପରିମାଣରେ ବୃଦ୍ଧି ପାଉଥିବାରୁ କିମ୍ବା ଏହାର ପତ୍ର ମଣ୍ଡୁକ ସଦୃଶ ଗୋଲାକୃତି ହୋଇଥିବାରୁ ଏହାର ନାମକରଣ ମଣ୍ଡୁକପର୍ଣ୍ଣୀ ହୋଇଛି  । ମେଧାବର୍ଦ୍ଧକ ଗୁଣ ଯୋଗୁଁ ଏହାକୁ ଅନ୍ୟ ନାମରେ ସରସ୍ଵତୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଉଛି । ବହୁ ପ୍ରାଚୀନ କାଳରୁ ଏହାର ଔଷଧୀୟ ଗୁଣ ସମ୍ବନ୍ଧରେ ଗ୍ରାମାଞ୍ଚଳର ଲୋକମାନେ ପରିଚିତ ଅଟନ୍ତି । ତେବେ ଏହାର ମୁଖ୍ୟ ପ୍ରଭାବ ମନୁଷ୍ୟର କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଉପରେ ପଡିଥାଏ । ଏହାର ଔଷଧୀୟ କ୍ରିୟା ଓ ପ୍ରଭାବ ଅନେକାଂଶରେ ବ୍ରାହ୍ମୀ ସହ ସମାନ ଅଟେ ।

ଉଦ୍ଭିଦ ପରିଚୟ

ମଣ୍ଡୁକପର୍ଣ୍ଣୀ ବା ଥାଲକୁଡି ଏକ ଭୁଇଁପ୍ରସାରୀ କ୍ଷୁପ ଅଟେ  ।  ଏହା ଭାରତସାରା ଆଦ୍ର ଭୁଇଁରେ ବିକଶିତ ହୋଇଥାଏ  । ଚେର ସବୁ କାଣ୍ଡର ପବ ବା ଗଣ୍ଠିରୁ ବାହାରିଥାଏ । ଚେରସବୁ ମାଟିକୁ ଜାବୁଡି ଧରିବାରେ ସାହାଯ୍ୟ କରେ । ଏହିପରିଭାବେ କାଣ୍ଡ ମାଟି ଉପରେ ମାଡିଯାଇଥାଏ । ପତ୍ରଗୁଡିକ ବୃକ୍କକାକାର ଓ ଗୋଲାକୃତି ପତ୍ର ଧାର ଦନ୍ତୁରିତ ଓ ପତ୍ରପୃଷ୍ଠରେ ସାତଗୋଟି ଶିରା ଥାଏ , ପତ୍ରରେ ଲମ୍ବା ଲମ୍ବା ଡେମ୍ଫ ଥାଏ । ଫୁଲ ଗୁଡିକ ଈଷତ ନାଲି ଛତାପରି ସ୍ତବକରେ ସଜ୍ଜିତ ଓ ତ୍ରିଭୁଜାକୃତି ହୋଇଥାଏ  ।  ଫଳଗୁଡିକ ୮ ମିମି ତଥା ଚେପଟା ହୋଇଥାଏ  ।  ଯେଉଁଥିରେ ଚେପଟା ବୀଜ ଥାଏ ଓ ପ୍ରତ୍ୟେକ ବୀଜରେ ସାତରୁ ନଅଟି କୁଞ୍ଚ ଥାଏ  ।

ପ୍ରୟୋଗନୀୟ ଅଂଶ : ପଞ୍ଚାଙ୍ଗ

ରସାୟନିକ ସଂଗଠନ

ଏହାର ପଞ୍ଚାଙ୍ଗରେ ଏକ ପ୍ରକାର ଆଲକାଳଏଡ ହାଇଡ୍ରୋକୋତିନ ଏକ ଗ୍ଲାଇକୋସାଇଡ ଏସିଆଟିକୋସାଇଡ ଅଳ୍ପ ଉଡ଼ନଶୀଳ ତୈଳ, ସ୍ଥିର ତୈଳ , ପେକ୍କ୍ଟିକ ଏସିଡ ତଥା ଭିଟାମିନ-ସି ଏବଂ ଆସକାରବିକ ଏସିଡ ମିଳିଥାଏ  ।  ଶୁଷ୍କ କ୍ଷୁପରେ ସେଣ୍ଟୋଇକ ଏସିଡ ତଥା ସେଣ୍ଟେଲିକ ଏସିଡ ମିଳିଥାଏ   ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଥାଲକୁଡି ରସାୟନ , ବଲ୍ୟ , ମୁତ୍ରଜନନ , ମେଧାବର୍ଦ୍ଧକ ,  ଏବଂ ବ୍ରଣସୋଧକ ଗୁଣଯୁକ୍ତ ଅଟେ  ।  ଅଧିକ ମାତ୍ରାରେ ଏହା ମାଦକ ଅଟେ । ଏହାଦ୍ଵାରା ମୁଣ୍ଡବିନ୍ଧା , ମୁଣ୍ଡ ବୁଲାଇବା ତଥା ବେଳେବେଳେ ସନ୍ୟାସ ଅବସ୍ଥା ମଧ୍ୟ ହୋଇଯାଇଥାଏ । ତେଣୁ ପୌଢମାନେ ଏହାର ସଦ୍ୟ ପତ୍ର ୮-୧୦ ଟି ଏବଂ ବାଳକମାନେ ୨-୪ଟିରୁ ଅଧିକ ସେବନ କରିବା ଅନୁଚିତ । ତେବେ ଏହା ବିଷାକ୍ତ ନୁହେଁ  ।

ଏହାର ମୁଖ୍ୟ ଔଷଧୀୟ ଗୁଣ ହେଉଛି ଏହା ମେଧାବୃଦ୍ଧି ପାଇଁ ଉତ୍ତମ ଫଳଦାୟକ ଅଟେ  । ମସ୍ତିସ୍କସ୍ଥିତ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନ ପାଇଁ ଏହା ପ୍ରଶାମକ ଅଟେ  । ଏହାକୁ ଉପରୋକ୍ତ ମାତ୍ରାରେ ଦୁଗ୍ଧ ସହ ସେବନ କଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ  ଓ ନିଦ୍ରାହୀନତା ତଥା ମାନସିକ ବିକାଶ ପ୍ରଭୃତି ମସ୍ତିଷ୍କଗତ ବିକାର ଦୂର ହୋଇଥାଏ  ।  ଆୟୁର୍ବେଦରେ ଅନେକ ଔଷଧ ଯାହାକି ମାନସିକ ରୋଗର ଉପଚାର ପାଇଁ ବ୍ୟବହୃତ ହୋଇଥାଏ  । ସେଥିରେ ଥାଲକୁଡିକୁ ଅନେକ ସମୟରେ ବ୍ରାହ୍ମୀର ବିକଳ୍ପ ଭାବରେ ବ୍ୟବହାର କରାଯାଏ  ।

ଚାଷ ପ୍ରଣାଳୀ

ଚାଷଉପଯୋଗୀ ଜଳବାୟୁ

ଏହା ଥଣ୍ଡା ଓ ଆଦ୍ର ଜଳବାୟୁରେ ଭଲ ବଢେ । ତେଣୁ ଯଥେଷ୍ଟ ପାଣି ଥିବା ଉର୍ବର ମୃତ୍ତିକାରେ ଏହାକୁ ଚାଷ କରାଯାଇଥାଏ   । ବାଲିଆ ଉର୍ବର ଓ କୃଷ୍ଣକର୍ପାସ ମୃତ୍ତିକା ଏଥିପାଇଁ ଉପାଦେୟ  ।

ରୋପଣ ପଦ୍ଧତି ଓ ପରବର୍ତ୍ତୀ ଯତ୍ନ

ଏହାର ସଦ୍ୟ ମଞ୍ଜିଗୁଡିକ ଫେବୃୟାରୀ ମାସରେ ସଂଗ୍ରହ କରାଯାଏ  । ମଞ୍ଜିର ଅଙ୍କୁରୋଦଗମ କ୍ଷମତା ପରିମାଣ ଶତକଡା ୬୦ ଭାଗ । ତିନି ଚାରୋଟି ଗଣ୍ଠିଥିବା ଡାଳଗୁଡିକ ମଧ୍ୟ ପୋତାଯାଏ ଗଣ୍ଠିଥିବା ଡାଳଗୁଡିକ ମଧ୍ୟ ପୋତାଯାଇଥାଏ  । ଜମି ଭଲ ଭାବରେ ଚାଷ କରାଯାଇ ବାଳୁଙ୍ଗା ବଛାଯାଏ । ଜମିରେ ପାଣି ନିଷ୍କାସନ ପାଇଁ ସୁବିଧା ଥିବା ଜରୁରୀ । ପ୍ରଥମେ ୨୫ ଦିନ ପ୍ପାରେ ଅନାବନା ଘାସ ବଛାଯାଏ ଓ ପୁଣି ମାସିକ ପରେ ବଛାବଛି ଦେବା ଦରକାର  । ଏହାର ଗଣ୍ଠି ଓ ଚେରରୁ ମଧ୍ୟ ବଂଶ ବିସ୍ତାର କରାଯାଇପାରିବ  ।

ବ୍ୟବସାୟିକ ସୂଚନା

୧୯୯୯-୨୦୦୦ ମସିହାରେ ଚେନ୍ନାଇ ରେ କିଗ୍ରା ପ୍ରତି ମୂଲ୍ୟ ୨୨ ଟଙ୍କାରୁ ୩୫ ଟଙ୍କା, ମୁମ୍ବାଇରେ ୧୫ ଟଙ୍କାରୁ ୩୦ ଟଙ୍କା ହାଇଦ୍ରାବାଦରେ ୩୦ ଟଙ୍କା । ଦକ୍ଷିଣ ଭାରତରେ ଓ ହାଇଦ୍ରାବାଦ ପାଇଁ ମୁଖ୍ୟତଃ ଅମୃତସରରୁ କଞ୍ଚାମାଲ ଯାଇଥାଏ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.23076923077
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top