ସେଆର କରନ୍ତୁ

ପଳାଶ

ପଳାଶ ଏକ ମଧ୍ୟମ ଉଚ୍ଚତା ବିଶିଷ୍ଟ ପତ୍ରମୋଚୀ ବୃକ୍ଷ । ଅତ୍ୟନ୍ତ ଶୁଷ୍କ ଅଞ୍ଚଳକୁ ବାଦଦେଲେ ଏହା ଭାରତର ପ୍ରାୟ ସମସ୍ତ ଭାବରେ ବିଶେଷତଃ ପର୍ଣ୍ଣମୋଚୀ ଜଙ୍ଗଲରେ ଦେଖିବାକୁ ମିଳେ ।

ବୈଜ୍ଞାନିକ : ବୁଟିଆ ମୋନୋସ୍ପର୍ମା

ବଂଶ :ଲେଗୁମିନୋସାଏ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ପଳାଶ

ସଂସ୍କୃତ – ପଳାଶ, କିଂଶୁକ

ବଙ୍ଗଳା – ପଳାଶ ଗଛ

ଗୁଜୁରାଟୀ – ଖାଖରୋ

ତାମିଲ – ପଳାସୁ

ହିନ୍ଦୀ – ଢାକା , ପଳାଶ

ମରାଠୀ – ପଟ୍ଟସ

ତେଲୁଗୁ – ମୋଦୁଗୁ

ଇଂରାଜୀ – The forest flame

ଉପକ୍ରମ

ପଳାଶ ଏକ ମଧ୍ୟମ ଉଚ୍ଚତା ବିଶିଷ୍ଟ ପତ୍ରମୋଚୀ ବୃକ୍ଷ  । ଅତ୍ୟନ୍ତ ଶୁଷ୍କ ଅଞ୍ଚଳକୁ ବାଦଦେଲେ ଏହା ଭାରତର ପ୍ରାୟ ସମସ୍ତ ଭାବରେ ବିଶେଷତଃ ପର୍ଣ୍ଣମୋଚୀ ଜଙ୍ଗଲରେ ଦେଖିବାକୁ ମିଳେ । ଏହା ମଧ୍ୟ ବିଷୁବୀୟ ଅଞ୍ଚଳର ବୁଦାଳିଆ ଜଙ୍ଗଲରେ ଦେଖିବାକୁ ମିଳେ  । ଆମ ଦେଶଏ ଗ୍ରାମାଞ୍ଚଳମାନଙ୍କରେ ରହୁଥିବା ସାଧାରଣ ଲୋକ ଏହି ବୃକ୍ଷଟିର ଔଷଧୀୟ ଗୁଣ ସମ୍ବନ୍ଧରେ ବେଶ ପରିଚିତ । ସାଧାରଣତଃ ଚର୍ମରୋଗ , କୁଷ୍ଠ ଓ କୃମିରୋଗରେ ଏହାର ମଞ୍ଜି , ମୁତ୍ରରୋଗରେ ପୁଷ୍ପ ଏବଂ ନିର୍ଯ୍ୟାସ , ଅତିସାର (ଡାଇରିଆ) ଓ ପ୍ରବାହକ (କଲୋରା) ପ୍ରଭୁତି ରୋଗରେ ସେବନ କରିବାକୁ ବୈଦ୍ୟ ଓ କବିରାଜମାନେ ପରମର୍ଶଲ ଦେଇଥାନ୍ତି । ଆୟୁର୍ବେଦ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର ଯଥେଷ୍ଟ ଚାହିଦା ରହିଛି । ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଏହି ବୃକ୍ଷର ସଂଖ୍ୟା ସମ୍ପ୍ରତି ଅତି ନିଗଣ୍ୟ ହୋଇଯାଇଛି । ସୁତରାଂ ଉପରୋକ୍ତ ଚାହିଦା ପୂରଣ ପାଇଁ ଏହାର କୃଷିକରଣର ଅବଶ୍ୟକତାକୁ ଏବେ ସମସ୍ତେ ଉପଲ୍ଲବ୍ଧି କଲେଣି । ଏହାଦ୍ଵାରା ଚାଷୀଭାଇମାନେ ମଧ୍ୟ ବେଦ ଦୁଇପଇସା ଅନେକ ଦିନ ପର୍ଯ୍ୟନ୍ତ ପାଇପାରିବେ  ।

ଉଦ୍ଭିଦ ପରିଚୟ

ପଳାଶ ବୃକ୍ଷ ୧୨ରୁ ୧୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ । ଏହାର ବକ୍କଲ ଧୂସର ରଙ୍ଗର ଓ ଅଠାଳିଆ । ଗଛ ଗଣ୍ଡିରୁ ଖଣ୍ଡ ଖଣ୍ଡ ହୋଇ ଛେଲି ବାହାରିଥାଏ  । ଏହାର ପତ୍ର ତ୍ରିପତ୍ରକ ଅଟେ ଏବଂ ପତ୍ରକ ୧୦ରୁ ୨୦ ସେମି ଓସାର , କର୍କଶ ଉପରଭାଗଲ ସାମାନ୍ୟ ଚିକ୍କଣ କିନ୍ତୁ ନିମ୍ନଭାଗ ମୃଦୁ ରୋମଶ ତଥା ଶିରାଯୁକ୍ତ ହୋଇଥାଏ ।  ଫୁଲଗୁଡିକ ବଡ,  ସୁନ୍ଦର,  ନାରଙ୍ଗୀ, ରକ୍ତବର୍ଣ୍ଣର ଯାହା ପତ୍ରହୀନ ଶାଖା ଉପରେ ଗୁଚ୍ଛ ହୋଇ ରହିଥାଏ । ମଞ୍ଜିଗୁଡିକ ଚେପଟା , ବୃକ୍କାକାର ୨୫-୩୮ ମିମି ଲମ୍ବ ୧୬-୨୫ ମିମି ଓସାର , ୧.୫ -୨.୦ ମିମି ମୋଟା,  ରକ୍ତାଭ ଧୂସର ରକ୍ତ ବର୍ଣ୍ଣ ଶୁଷ୍କ ଅବସ୍ଥାରେ କୃଷ୍ଣାଭରକ୍ତ , ଭଙ୍ଗୁର ଏବଂ ଚିକ୍କଣ ଅଟେ  ।

ପ୍ରୟୋଗନିୟ ଅଂଶ

ଏହାର ମଞ୍ଜି , ପୁଷ୍ପ ଏବଂ ନିର୍ଯ୍ୟାସ ଉପଯୋଗ କରାଯାଇଥାଏ  ।

ରାସାୟନିକ ସଂଗଠନ

ମଞ୍ଜିରେ ୧୮ ପ୍ରତିଶତ ସ୍ଵାଦହୀନ ତୈଳ, ଆଲବ୍ୟୁମୀନ ଦ୍ରବ୍ୟ , ସରକରାଳ ତଥା ଫୁଲରୁ ଗ୍ଲୂକୋସାଇଡ ୧.୫ ପ୍ରତିଶତ ମିଳିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଏହାର ବୀଜ କୃମିଘ୍ନ , ଭେଦନ ତଥା କୁଷ୍ଠଘ୍ନ ଅଟେ । ପୁଷ୍ପ ମୁତ୍ରଜନନ ଅଟେ  ।  ନିର୍ଯ୍ୟାସ ଉତ୍ତମଗ୍ରାହୀ ଅଟେ  । ମଞ୍ଜି କୃମି ରୋଗରେ କୃଷ୍ଠକ ରୋଗରେ ପ୍ରୟୋଗ କରାଯାଏ । ମଞ୍ଜିକୁ ଲେମ୍ବୁରସ ସହିତ ଘଷି ଯାଦୁ ପ୍ରଭୁତି ଚର୍ମରୋଗରେ ଲେପ ଦିଆଯାଏ ।  କୃମି ରୋଗରେ ସଦ୍ୟ ମଞ୍ଜିକୁ ଗଣ୍ଡ କରି ସେବନ କରାଯାଏ  ।  ଏହାର ମଞ୍ଜି ତୀବ୍ରକାଟୁ , ତିକ୍ତ,  କଷାୟ,  ଉଷ୍ଣ , କ୍ଷରଣ ରୋଧକ,  କୃମିନାଶକ ଓ ଶକ୍ତିବର୍ଦ୍ଧକ ଅଟେ । ଏହାର ପତ୍ର ବେଦନାନାସକ , ଜ୍ଵଳନ ଉପଶମକାରୀ  କୃମିନାଶକ ଓ ହାଡଭଙ୍ଗା ତଥା ବ୍ରଣ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଫୁଲର ଉଲ୍ଲେଖନୀୟ ଔଷଧୀୟ ଗୁଣଗୁଡିକ ହେଲା ଜ୍ଵରନାଶକ , ବିଶୁଦ୍ଧକାରକ , ମୁତ୍ରବର୍ଦ୍ଧକ ଓ ଶକ୍ତିବର୍ଦ୍ଧକ  । ଏହା ମଧ୍ୟ କୃଷ୍ଠ , ଚର୍ମରୋଗ , ଅସ୍ଥି ଜଖମ ଉପଶମ ନିମିତ୍ତ ବ୍ୟବହୃତ ହୋଇଥାଏ  ।  ଏହାର ବୀଜ ଚୂର୍ଣ୍ଣ ୫-୧୦ ରତୀ ଏବଂ ନିର୍ଯ୍ୟାସ ୫-୧୫ ରତୀରୁ ଅଧିକ ସେବନ କରିବା ଅନୁଚିତ  ।

ଚାଷ ପ୍ରଣାଳୀ

ମୃତ୍ତିକା ଓ ଜଳବାୟୁ

ଏହା ବିଭିନ୍ନ ପ୍ରକାର ମୃତ୍ତିକା ଯଥା କୃଷ୍ଣ କର୍ପାସ , ଦୋରସା , କାଦୁଅ ମାଟି ଏପରିକି ଲୁଣିଆ ମୃତ୍ତିକାରେ ମଧ୍ୟ ବଢିଥାନ୍ତି । ସନ୍ତସନ୍ତିଆ ସ୍ଥାନରେ ମଧ୍ୟ ଏହା ବଢିଥାଏ । ଏହା ୪ ଡିଗ୍ରୀ ସେଲସିୟମ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିଥାଏ  ।  ଏହା ୪୫୦ ମିଳିମିଟରରୁ କମ ବୃଷ୍ଟିପାତ ଅଞ୍ଚଳ ବା ୪୫୦୦ ମିଲିଲିଟର ପର୍ଯ୍ୟନ୍ତ ବାର୍ଷିକ ବୃଷ୍ଟିପାଟ ହେଉଥିବା ଅଞ୍ଚଳରେ ଦେଖାଯାଏ  ।

ବଂଶବିସ୍ତାର  ପଦ୍ଧତି

ଏହାର ମଞ୍ଜି ମେ ମାସରେ ପାକଳ ହୁଏ ଓ ଏହି ମାସରେ ଗଛରୁ ସଂଗ୍ରହ କରାଯାଏ । ପ୍ରାୟ ପାଞ୍ଚ ଛଅ ବମାସ ପରେ ମଞ୍ଜିଗୁଡିକ ଗଜା ହେବା କ୍ଷମତା ହରାନ୍ତି । ପ୍ରାୟ ୭୫ରୁ ୧୦୦ ଭାଗ ମଞ୍ଜି ଗଜା ହୁଏ । ପ୍ରାୟ ପନ୍ଦର ଦିନ ମଧ୍ୟରେ ମଞ୍ଜିରୁ ଗଜା ବାହାରେ । ଜୁଲାଇ ଓ ଅଗଷ୍ଟ ମାସରେ ବୃକ୍ଷରୋପଣ କାର୍ଯ୍ୟ କରାଯାଏ  । ଏହି ବୃକ୍ଷ ଛାପଛାଇଆ ଅଞ୍ଚଳରେ ଉଧେଇପାରେ ନାହିଁ  । ମଞ୍ଜିକୁ ନର୍ସରୀ ଶଯ୍ୟାରେ ୧୫ ସେମି ବ୍ୟବଧାନରେ କିମ୍ବା ପଲିଥିନ ମୁଣାରେ ପୋତାଯାଏ  । ସାଧାରଣତଃ ୧୫ ଦିନ ମଞ୍ଜିରୁ ଅଙ୍କୁରୋଦଗମ ହୋଇ ଚାରା ହୁଏ । ବର୍ଷିକିଆ ଚାରାରୁ ମଧ୍ୟ “ ଷ୍ଟମ୍ପ” ପ୍ରସ୍ତୁତି କରଯାଇ ଲଗାଯାଏ  ।

ବ୍ୟବସାୟିକ ସୂଚନା

୧୯୯୯-୨୦୦୦ ମସିହାରେ ଏହାର ଫୁଲର ଦାମ ମୁମ୍ବାଇଲରେ କିଗ୍ରା ପ୍ରତି ୨୪ ଟଙ୍କା , କଲିକତାରେ ୧୪ ଟଙ୍କା ଓ ନୂଆଦିଲ୍ଲୀରେ ୧୫ଟଙ୍କା ଥିଲା । ଏହାର ଅଠା ସେହି ବର୍ଷ ବାଙ୍ଗାଲୋରରେ କିଗ୍ରା ପ୍ରତି୧୮୦ ଟଙ୍କାରୁ ୨୦୦ ଟଙ୍କା ଓ ନୂଆଦିଲ୍ଲୀରେ କିଗ୍ରା ପ୍ରତି ୬୦ ଟଙ୍କାଥିଲା । ଏହାର ବକ୍କଳ ୧୯୯୩ କୋଲିକତାରେ କିଗ୍ରା ପ୍ରତି ଟ ୨.୩୦ ପ ଓ ମଞ୍ଜି ୬.୮୫ ପଇସା ଥିଲା  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.19230769231
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top