ସେଆର କରନ୍ତୁ

ପାମରୋଜା

ଏହି ପୋର୍ଟାଲରେ ପାମରୋଜା ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ବୈଜ୍ଞାନିକ ନାମ

ସାଇମ୍ବୋପୋଗାନ ମାର୍ଟିନି

ବଂଶ

ପୋଆସି

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ

ରୋଜାଘାସ

ସଂସ୍କୃତ

ରୋହିଶ

ଗୁଜୁରାଟୀ

ରୋଣ୍ଡସୋ

ଇଂରାଜୀ

Rosha grass

ହିନ୍ଦୀ

ଈଶା ଘାସ

ବଙ୍ଗଳା

ଅଗମଘାସ

ଉପକ୍ରମ

ପାମରୋଜା ଆମ ଦେଶର ମଧ୍ୟ ଭାଗ, ଦକ୍ଷିଣ ଓ ପଶ୍ଚିମୋତ୍ତର ପ୍ରାନ୍ତ ତଥା ପଞ୍ଜାବରେ ପ୍ରାକୃତିକ ଭାବରେ ଉତ୍ପନ୍ନ ହେଉଥିବାରୁ ଦେଖିବାକୁ ମିଳେ  । ଆଜିକାଲି ପାରରୋଜା ତୈଳ ଏହି ଘାସଜାତୀୟ ଗଛରୁ ନିଷ୍କାସନ କରାଯାଉଥିବାରୁ ଏହାର ବ୍ୟବସାୟିକ ଚାହିଦା ବୃଦ୍ଧିପାଇଛି  । ବହୁଳ ଭାବରେ ବ୍ୟବହୃତ ହେଉଥିବା ଏହି ଅତ୍ୟାବଶ୍ୟକୀୟ ତୈଳ ଉତ୍ପାଦନ କରିବାରେ ଭାରତ ଏକମାତ୍ର ଦେଶ । ଚନ୍ଦନ ତେଲ ଧନ୍ଵନ୍ତରୀ ତେଲକୁ ପ୍ରସ୍ତୁତ କରିବା ଓ ରପ୍ତାନି କରିବା କ୍ଷେତ୍ରରେ ପାମରୋଜା ଭଳି ଅତ୍ୟାବଶ୍ୟକୀୟ ତୈଳର ସ୍ଥାନ ତୃତୀୟ  । ମୁଖ୍ୟତଃ ଏହା ଆମେରିକା, ଇଂଲଣ୍ଡ, ପଶ୍ଚିମ ଜର୍ମାନୀ ଇତ୍ୟାଦି ରପ୍ତାନି କରାଯାଇଥାଏ  । ତେଣୁ ଏହି ଘାସକୁ ବ୍ୟବସାୟିକ ଭିତ୍ତିରେ ବହୁଳ ପରିମାଣରେ ଚାଷ କରାଗଲେ ଅନ୍ୟାନ୍ୟ ପାରମ୍ଫରିକ ଚାଷ ତୁଳନାରେ ଏହା ଯଥେଷ୍ଟ ଅଧିକ ଲାଭ ଦେଇପାରିବ  ।

ଉଦ୍ଭିଦ ପରିଚୟ

ପାମରୋଜା ୫ରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଏକ ଶକ୍ତ, ସୁଗନ୍ଧିତ, ଦୀର୍ଘସ୍ଥାୟୀ ତୃଣ ଅଟେ  । ଏହାର ପତ୍ରଗୁଡିକ ଧାରୁଆ ଓ ଅଂଶଯୁକ୍ତ ଫୁଲ ଶୁଖି ଖୁବ ଶୀଘ୍ର ବାୟୁଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ  । ବର୍ଷା ଏବଂ ଶୀତ କାଳରେ ଏଥିରେ ଫୁଲ ଫଳ ଆସିଥାଏ  ।

ପ୍ରଜାତି

ଏହି ଘାସ ମୁଖ୍ୟତଃ ଦୁଇ କିସମର ଦେଖାଯାଏ । ଗୋଟିଏ ହେଲା ମୋତିଆ ଏବଂ ଅନ୍ୟଟି ସୋଫିଆ  । ମୋତିଆ ଗଛର ପତ୍ର ଡାଳ ସହିତ ୯୦ଡିଗ୍ରୀ ରୁ ଅଧିକ କୋଣ ସୃଷ୍ଟି କରିଥାଏ  । ସୋଫିଆ ୯୦ଡିଗ୍ରୀରୁ କମ କୋଣ ବା ସୂକ୍ଷ୍ମକୋଣ ତିଆରି କରି ବଢିବାରେ ଲାଗେ  ।  ମୋତିଆ ଘାସର ତେଲକୁ “ ଜଞ୍ଜିର “ ବ ଅଦା ତେଲ କୁହାଯାଏ  । ମୋତିଆ ପାମରୋଜା ନାମରେ ପରିଚିତ ଏବଂ ସୋଫିଆ ଜିଞ୍ଜର ଗ୍ରାସ ନାମରେ ନାମିତ  । ପାମରୋଜା ତେଲ ୭୫ ପ୍ରତିଶତ ପର୍ଯ୍ୟନ୍ତ ଜେରାନିଅଲ ଧାରଣ କରେ  । ଜଞ୍ଜିର ଗ୍ରାସ ତୈଳ ମାତ୍ର ୧୯ରୁ ୪୮ ଭାଗ ଜେରାନିଅଲ ଧାରଣ କରେ  । ବାଣିଜ୍ୟକ ଦୃଷ୍ଟିକୋଣରୁ ଏହାର ପରିମାଣ ବହୁତ ବେଶୀ ପ୍ରୟୋଜନ  । ତେଣୁ ମୋତିଆ କିସମର ଚାଷ କୃଷକମାନଙ୍କ ଦ୍ଵାରା ଆଦୃତ ହୋଇଛି  । ଏହା ସାଧାରଣତଃ ବିନା ଜଳସେଚନ ଅଞ୍ଚଳରେ ଚାଷ କରାଯାଇପାରେ ଓ ୭ରୁ ୮ ବର୍ଷ ରହି ଲାଭଜନକ ଅମଳ ହୋଇଥାଏ  ।

ଔଷଧୀୟ ପ୍ରୟୋଗ

ଏହି ତୈଳ ଆଣ୍ଠୁଗଣ୍ଠି ଦରଜ, କଫ- ବାତଜ ରୋଗ , ଆମବାତ, ଚର୍ମରୋଗ , ହୃତପିଣ୍ଡ ଦୁର୍ବଳତା , ରକ୍ତ ଦୋଷଜନିତ ରୋଗ, ଶ୍ଵାସକ୍ରିୟାଜନିତ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଥାଏ  ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ଏହା ବିଭିନ୍ନ ଜଳବାୟୁରେ ବଢିପାରେ  ।  ଏହା ସମୁଦ୍ରପତ୍ତନଠାରୁ  ୩୦୦ ମିଟର, ଉଚ୍ଚ ଜମିରେ ଚାଷ କରାଯାଇପାରିବ  । ଏହା ବଢିବା ସମୟରେ ତାନ ସୂର୍ଯ୍ୟକିରଣ , ବେଶୀ ମାତ୍ରାରେ ଉତ୍ତାପ ଏବଂ ମଧ୍ୟମ ଧରଣର ଆଦ୍ର ପାଗ ଦରକାର କରେ  । ବାର୍ଷିକ ବୃଷ୍ଟିପାତର ପରିମାଣ ୯୦ରୁ ୧୫୦ ସେମି ଏବଂ ଉତ୍ତାପ ୧୫ରୁ ୩୦ ସେଣ୍ଟିଗ୍ରେଡ ଏହି ଚାଷପାଇଁ ଉପଯୁକ୍ତ  । ଅଳ୍ପ ତାପମାତ୍ରା ଏବଂ କୁହୁଡି ଏହାର ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ  ।

ମୃତ୍ତିକାକୁ ବିଚାର କଲେ ଏହା ବିନା ଜଳସେଚିତ ନିଗାଡିଆ ଜମିରେ ଚାଷ କରାଯାଇପାରେଲ । ଏହା ସାଧାରଣତଃ ବାଲିଆ ଜମିଠାରୁ ଭାରୀ ମୃତିକା ଜମିରେ ଭଲ ହୁଏଜ   । ଉର୍ବର ଏବଂ ଅମ୍ଳଯୁକ୍ତ ୬ରୁ ୭ପି.ଏଚ ଥିବା ଜମିରେ ଚାଷ କରାଯାଇପାରେ  ।

ଉନ୍ନତ କିସମ

ଅଧିକ ଲାଭ ଦୃଷ୍ଟିରୁ ଉନ୍ନତ ଧରଣର ବୀଜ ଓ ଉନ୍ନତ ସୁଗନ୍ଧଯୁକ୍ତ ତୈଳର ଚାରା ରୋପଣ କରିବା ଉଚିତ  । ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇ ଉନ୍ନତ ବିହନଗୁଡିକ ହେଲା :ଆର.ଆର.ଏଲ(ବି)୭୭,ଟି.ସ୧,୨,୩, ଆଇ.ଡବଲିଉ ୩୧୨୪୫ ,ତ୍ରିଷ୍ଣା ଏବଂ ପି,ଆର,ସି ୧ । ଏହି ବୀଜଗୁଡିକରୁ ୧୨୦ ରୁ ୧୬୦ କେଜି ତୈଳ ପ୍ରତି ବର୍ଷ ପ୍ରତି ହେକ୍ଟର ଜମିରେ ଉତ୍ପାଦନ ହୋଇଥାଏ ଏବଂ ଏଥିରେ ସୁଗନ୍ଧଯୁକ୍ତ ତୈଳର ଭାଗ ୯୦ରୁ ୯୫ ଅଂଶ ଥାଏ । ମୌସୁମୀର ଆରମ୍ଭ ଶସ୍ୟ ରୋପଣର ଉପଯୁକ୍ତ ସମୟ  । ବର୍ଷାଋତୁର ଆରମ୍ଭରେ ତଳି ରୋପଣ କରେ ଅଧିକ ଚାରା ବଞ୍ଚି ରହେ । ଜଳସେଚିତ ଜମିରେ ବର୍ଷର ଯେକୌଣସି ସମୟରେ ଏହି ଶସ୍ୟ ରୋପଣ କରାଯାଇପାରିବ  ।

ଜମି ପ୍ରସ୍ତୁତି

ଚାରା ଗଛଗୁଡିକୁ ସ୍ଥାନାନ୍ତରିତ କରିବା ପୂର୍ବରୁ ଜମିକୁ ଭଲ ଭାବରେ ଚାଷ କରାଯିବା ଉଚିତ  । ସାଧାରଣତଃ ମୋଲଡ ବୋଲଡ ଲଙ୍ଗଳରେ ଜମି ଥରେ ଚାଷ କରି ଦୁଇଥର ପାୱାର ଟିଲରର ଚାଷ କରାଯାଏ  । ଏହି ମିଟରର ବନ୍ଧ ଏବଂ ଜଳସେଚନର ପାହି ତିଆରି କରାଯାଏ  ।

ଚାରା ରୋପଣ ପ୍ରଣାଳୀ

ଚାରାଗୁଡିକ ଧାଡି ଧାଡି କରି ଲଗେଇବା ଦ୍ଵାରା ଜମିରେ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ସହଜସାଧ୍ୟ ହୁଏ  । ପାମରୋଜା ଏକ ଦୀର୍ଘସ୍ଥାୟୀ ଉଦ୍ଭିଦ  , ଯେ କି ୭ରୁ ୮ ବର୍ଷ କିମ୍ବା ତା ଠାରୁ ମଧ୍ୟ ଅଧିକ ଜମିରେ ସ୍ଥାୟୀ ହୁଏ  । ଗଛର ବୃଦ୍ଧି ଓ ଦୀର୍ଘସ୍ଥାୟୀ ହେବା ପାଇଁ ଏହାକୁ ୫୦x ୫୦ ସେମି ଦୁରତ୍ଵରେ ରୋପଣ କରିବା ପାଇଁ ପରାମର୍ଶ ଦିଆଯାଇଥାଏ  ।

ସାର ପୟୋଗ

ଦଶଗାଡି ପୂର୍ଣ୍ଣ ଗୋ-ସାର ଏବଂ ୧୦୦ କେଜି ନାଇଟ୍ରୋଜେନ, ୧୦୦ କେଜି ଫସଫେଟ ଏବଂ ୫୦ କେଜି ପଟାସ ଏକ ହେକ୍ଟର ଜମି ପାଇଁ ଆବଶ୍ୟକ ହୁଏ  । ସୁପର ଓ ପଟାସ ସାରକୁ ଦୁଇ ସମାନ ଭାଗରେ ପ୍ରୟୋଗ କରାଯାଏ  । ପ୍ରଥମ ଭାଗ ଚାରା ରୋପଣ ପୂର୍ବରୁ କରାଯାଏ  । ପ୍ରଥମ ଭାଗ ଚାରା ରୋପଣ ପୂର୍ବରୁ ଏବଂ ଦ୍ଵିତୀୟ ଭାଗ ପ୍ରଥମ ଥର ଘାସ କାଟିବା ପରେ ପ୍ରୟୋଗ କରାଯାଏ  । ଯବକ୍ଷାରଯାନ ସାର ତିନି ସମାନ ଭାଗରେ ପ୍ରୟୋଗ କରାଯାଏ  । ପ୍ରଥମଟି ଚାରା ରୋପଣର ୧୫ ଦିନ ପରେ , ଦ୍ଵିତୀୟଟି ପ୍ରଥମ ଘାସକଟା ଓ ତୃତୀୟ ଘାସ ଅମଳ ପରେ ପ୍ରୟୋଗ କରାଯାଏ  । ରାସାୟନିକ ସାର ଜମିରେ ଆଦ୍ରତା ଥିବା ସମୟରେ ପ୍ରୟୋଗ କରିବା ଆବଶ୍ୟକ  ।

ଏହା ବ୍ୟତୀତ , ଚାରା ଲଗାଇବାରେ ୧୫ ଦିନ ପରେ ଜମି କୋଡାଯାଇ ଅନ୍ୟାନ୍ୟ ଘାସ ପରିଷ୍କାର କରାଯାଏ  । ତା ପରେ ପ୍ରତି ଦେଢମାସରେ ଜମି ଖୁସାଇ କରାଯାଏ  । ପାମରୋଜା ଚାଷକୁ ଜଳସେଚନ କରାଗଲେ ବାର୍ଷିକ ୪ରୁ ୫ ଥର ଆମଦାନୀ କରାଯାଇପାରିବ  । ଖରା ସମୟରେ ମାସକୁ ଥରେ ପାଣି ଦିଆଗଲେ ଅମଳ ଭଲ ହୋଇଥାଏ   ।

ରୋଗ ପୋକ ନିୟନ୍ତ୍ରଣ ବ୍ୟବସ୍ଥା  : କୌଣସି ବଡଧରଣର ରୋଗ ଏହି ଶସ୍ୟକୁ ଆକ୍ରମଣ କରିପାରେ ନାହିଁ  । ସମୟ ସମୟରେ ଏହାର ମୂଳ ଉଈ ଦ୍ଵାରା ନଷ୍ଟ ହୋଇଥାଏ   । ସେତେବେଳେ ହେକ୍ଟର ପିଛା ୨୦ କେଜି ଆଇଡ୍ରିନ ବ୍ୟବହାର କରାଯାଏ  । ପୋକ ଓ ରୋଗ ଦାଉରୁ ଗଛକୁ ରକ୍ଷା କରିବା ପାଇଁ ଫଲିଡର ଏବଂ ବ୍ଲାଇଟକ୍ସ ଗଛରେ ସିଞ୍ଚନ କରିବାକୁ ପଡେ ଏବଂ ପତ୍ରଗୁଡିକ ସମୟେ ସମୟେ ମୋଜାଇକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥିବା ଯୋଗୁଁ ଗଛଟିକୁ ଓପାଡି ଦେଇ ପୋଡିଦେବା ଆବଶ୍ୟକ  ,।

ଶସ୍ୟ ଅମଳ ଓ ତୈଳ ନିଷ୍କାସନ:

ଗଛର ବଢିବା ସଙ୍ଗେ ସଙ୍ଗେ ଏହାର ଫୁଲ ବଢେ ଓ ସମ୍ପୂର୍ଣ ଫୁଲ ଖୋଲିବା ପରେ ଅମଳ କରାଯାଏ  । ଫୁଲ ଏବଂ ପତ୍ରରୁ ସବୁଠାରୁ ବେଶୀ ତୈଳ , କିନ୍ତୁ ଡାଳରୁ ସବୁଠାରୁ କମ ତୈଳ ସଂଗୃହୀତ ହୋଇଥାଏ  । ଯେତେବେଳେ ଫୁଲଗୁଡିକ ମଳିନ ହୋଇଥାଏ  । ସେତେବେଳେ ଏହାର ତୈଳ ଅଂଶ କମିଯିବା ସଙ୍ଗେ ସଙ୍ଗେ ଏହର ମାନ ମଧ୍ୟ କମିଯାଏ  । ସେପ୍ଟେମ୍ବର- ଅକ୍ଟୋବର ମାସରେ ପ୍ରଥମ ଅମଳ କାର୍ଯ୍ୟ ଶେଷ କରାଯାଏ  । ଦ୍ଵିତୀୟ ଅମଳ ନଭେମ୍ବର- ଡିସେମ୍ବର ମାସରେ କରାଯାଏ  ଏବଂ ତୃତୀୟଟି ମାର୍ଚ୍ଚ- ଏପ୍ରିଲରେ କରାଯାଏ  । ଅମଳ କରାଯିବା ସମୟରେ ଦାଆ ସାହାଯ୍ୟରେ ତଳ ଠାରୁ ୮-୧୦ ସେମି ଛାଡି ଦିଆଯାଏ କଟାଯାଏ  ।

ଅମଳ କରଯାଇଥିବା ଘାସଗୁଡିକରୁ ତୈଳ ନିଷ୍କାସନ କରାଯାଇଥିବା ଅଥବା ଖରାରେ ୨-୩ ଘଣ୍ଟା ରଖାଯାଇ ପୁନଶ୍ଚ ଦିନେ ଦୁଇଦିନ ଛାଇରେ ରଖାଗଲା ପରେ ତେଲ ନିଷ୍କାସନ କରାଯାଏ । ସଦ୍ୟ ଘାସକୁ ପାତନ ପ୍ରଣାଳୀ ଦ୍ଵାରା ବାହାରୁଥିବା ତୈଳ ଉପଯୁକ୍ତ ମାନର ହୋଇଥାଏ ।

ବ୍ୟବସାୟିକ ସୂଚନା

ପାମରୋଜା ଫସଲରୁ ପ୍ରତିବର୍ଷ ଏକର ପ୍ରତି ୩୦-୫୦ କିଗ୍ରା ପର୍ଯ୍ୟନ୍ତ ତେଲ ମିଳିପାରିବ  । ଏହାର ବଜାର ମୂଲ୍ୟ ଏହାର ଗୁଣାତ୍ମକମାନ ଉପରେ ନିର୍ଭର କରିଥାଏ  । ପ୍ରାୟ ୪୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ କିଗ୍ରା ପ୍ରତି ଡରରେ ଏହାକୁ ବିକ୍ରି କରାଯାଇପାରିବ  । ଅତିକମରେ ତେଲ କିଗ୍ରା ୫୦୦ ଟଙ୍କା ପ୍ରତି ଦରରେ ଏହାକୁ ବିକ୍ରି କରାଗଲେ  । ଏକର ପତି ୧୯୦୦୦ ଟଙ୍କା ମୋଟ ଲାଭ ମିଳିପାରିବ  । ମୋଟ ୫ ବର୍ଷରେ ୧ ଲକ୍ଷ ଟଙ୍କାରୁ ଅଧିକ ଲାଭ ମିଳିପାରିବ  ।

ପାମରୋଜା ଘାସ ଚାଷର ଏକର ପିଛା ଆୟବ୍ୟୟ ବିବରଣୀ  :

ବ୍ୟୟ

୧ମ ବର୍ଷ

୨ ୟ ବର୍ଷ

୩ୟ ବର୍ଷ

୪ର୍ଥ ବର୍ଷ

୫ ମ ବର୍ଷ

ଜମି ପ୍ରସ୍ତୃତି

୯୦୦୦

-------

------

------------

--------

ସାର

୧୦୦୦

୧୦୦୦

୧୦୦୦

୧୦୦୦

୧୦୦୦

ଚାରାରୋପଣ

୪୦୦୦

----

-----

------

------

ଘାସ ବଛାବଛି

୮୦୦

୮୦୦

୮୦୦

୮୦୦

୮୦୦

ଜଳସେଚନ

୫୦୦

୫୦୦

୫୦୦

୫୦୦

୫୦୦

ଅମଳ

୮୦୦

୮୦୦

୮୦୦

୮୦୦

୮୦୦

ତେଲ ନିଷ୍କାସନ

୧୫୦୦

୨୫୦୦

୨୫୦୦

୨୫୦୦

୨୫୦୦

ଆୟ

୧୫୦୦୦

୨୫୦୦

୨୫୦୦

୨୫୦୦

୨୫୦୦

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

3.26923076923
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top