ସେଆର କରନ୍ତୁ

ବାସଙ୍ଗ

ବାସଙ୍ଗ ଏକ ଚିରହରିତ, ବୃହତ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭାରତବର୍ଷର ସମସ୍ତ ପ୍ରାନ୍ତରେ ବିଶେଷତଃ ବିଭିନ୍ନ ସମତଳ ଉପପାର୍ବତ୍ୟ ଅଞ୍ଚଳ ଓ ସମୁଦ୍ର ପତନ ଠାରୁ ୧୩୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳେ ।

ବୈଜ୍ଞାନିକ ନାମ : ଅଧାତୋଡା ବାସିକା

ବଂଶ :ଆକାନ୍ଥେସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ବାସଙ୍ଗ

ସଂସ୍କୃତ – ବାସକ ସିଂହସ୍ୟ , ବାଜିଦନ୍ତା

ତେଲୁଗୁ – ଅଡୁସରମୁ

ଗୁଜୁରାତି – ଅରଡୁସୋ

ଇଂରାଜୀ – Malabar nut

ହିନ୍ଦୀ- ଅଡୁସା ,  ଅରୁସା

ବଙ୍ଗଳା- ବାସକ,  ବାକସ

ତାମିଲ- ଅଟତୋଟି

ମରାଠୀ -  ଅଡୁଲସା ।

ଉପକ୍ରମ

ବାସଙ୍ଗ ଏକ ଚିରହରିତ, ବୃହତ ଗୁଳ୍ମ ଜାତୀୟ ଉଦ୍ଭିଦ  ।  ଏହା ଭାରତବର୍ଷର ସମସ୍ତ ପ୍ରାନ୍ତରେ ବିଶେଷତଃ ବିଭିନ୍ନ ସମତଳ ଉପପାର୍ବତ୍ୟ ଅଞ୍ଚଳ ଓ ସମୁଦ୍ର ପତନ ଠାରୁ  ୧୩୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳେ  ।  ବାସଙ୍ଗ ପତ୍ର ଶ୍ଵାସ ରୋଗର ଚିକିତ୍ସା ନିମିତ୍ତ ଏକ ସର୍ବୋତ୍ତମ ବନୌଷଧି ଭାବରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଅଛି  । ମୁଖ୍ୟତଃ କାସ ଓ ଶ୍ଵାସ ପ୍ରଭୃତି ଶ୍ଵସନ ସଂସ୍ଥାନ ଗତ ରୋଗର ଚିକିତ୍ସା ନିମିତ୍ତ ଉଦ୍ଧିଷ୍ଟ ଆୟୁର୍ବେଦର ସୁପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ବାସାବଲେହ “ ର ମୁଖ୍ୟ ଘଟକ ଦ୍ରବ୍ୟ ହେଉଛି ବାସଙ୍ଗ ।  ସୁତରାଂ ଆୟୁର୍ବେଦ ଓ ୟୁନାନୀ ଚିକିତ୍ସା ପଦ୍ଧତିରେ ବାସଙ୍ଗର ବହୁଳ ଔଷଧୀୟ ପ୍ରତିଯୋଗୀତା କାରଣ ରୁ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି  । ଏହି କାରଣରୁ  ଏହାର କୃଷି କରଣ କରାଯାଇ ଉପରୋକ୍ତ ଔଷଧୀୟ ଚାହିଦାକୁ ପୂରଣ କରିବା ବ୍ୟତୀତ କୃଷକର ଆର୍ଥିକ ଲାଭଭଳି ଦୁଇଟି ଆଭିମୁଖ୍ୟକୁ ପୂରଣ କରାଯାଇପାରୁଛି  ।

ଆକୃତି ଓ ବର୍ଣ୍ଣନା

ବାସଙ୍ଗ ଏକ ଚିରହରିତ, ଦୁର୍ଗନ୍ଧଯୁକ୍ତ ଗୁଳ୍ମ ଅଟେ  ।  ଏହାର ଉଚ୍ଚତା ୩ରୁ ୮ ଫୁଟ  ଏବଂ ଏହା ସମୂହବଦ୍ଧ ହୋଇ ଉଠିଥାଏ  ।  ଶାଖାଗୁଡିକ ଧୁସର ରଙ୍ଗ ବିଶିଷ୍ଟ ଓ ଲୋମଶ ଏବଂ ପତ୍ର ଗୁଡିକ ସବୁଜ, ବିପରୀତମୁଖୀ, ବର୍ଚ୍ଛାକାର, ପତ୍ରବୃନ୍ତ ୧୫ ସେମି ଓ ମୁଖ୍ୟ ଶିରା ପ୍ରାୟତଃ ଆଠଯୋଡା  । ଫୁଲଗୁଡିକ ବୃନ୍ତର ଉପର ଅକ୍ଷଦଣ୍ଡରେ ଘଞ୍ଚ, କକ୍ଷୀୟସ୍ତବକରେ ସଜ୍ଜିତ ହୋଇରହିଥାନ୍ତି    । ଫୁଲର ପାଖୁଡାର ରଙ୍ଗ ଧଳା ଓ କଣ୍ଠଭାଗ ବାଇଗଣି ରଙ୍ଗ ସଦୃଶ୍ୟ ହୋଇଥାଏ  । ଏହାର ଫଳ କଠିନ ଓ ଆବରଣ ଯୁକ୍ତ , ମଞ୍ଜି କ୍ଵିଞ୍ଚିତ ଓ ବୃତ୍ତାକାର

ପ୍ରୟୋଗନୀୟ ଅଂଶ

ପତ୍ର , ମୂଳତ୍ଵକ ଓ ପୁଷ୍ପ

(ପତ୍ର ସ୍ଵରସ -୧୦-୨୦ ମିଲି, ମୂଳତ୍ଵକ ଚୂର୍ଣ୍ଣ -୩-୬ ଗ୍ରାମ ଓ ପୁଷ୍ପକ୍ଵାଥ -୧୦-୨୦ ମିଲି )

ରାସାୟନିକ ସଂଗଠନ

ବାସଙ୍ଗ ପତ୍ରରେ ଏକ ପ୍ରକାର କଟୁ ଉପକ୍ଷାର ବା ଆଲକାଲଏଡ ରହିଛି , ଯାହାକୁ ଭାସିସାଇନ କୁହାଯାଏ ।  ଏହାର ପରିମାଣ .୨୫ ପ୍ରତିଶତ । ଏହି ଆଲକାଲଏଡ ଏସିଡ , ଉଡନଶୀଳ ତୈଳ , ବସା, ରାଳ ଶର୍କରା ଏବଂ ନିର୍ଯ୍ୟାସ ମିଳିଥାଏ  । ମୂଳତତ୍ଵରେ ମଧ୍ୟ ଏହି ମାତ୍ରାରେ ଖାରଭ ଥାଉ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ବାସଙ୍ଗ ପତ୍ରର ରସ ଉତ୍ତେଜକ, କଫନିଃସାରକ, ଶୀତବୀର୍ଯ୍ୟ , ମୁତ୍ରଜନନ ଏବଂ ମୂଳତ୍ଵକ ଜ୍ଵରଘ୍ନ ମୁତ୍ରଜନନ ଓ କଫନିସାରକ ଅଟେ । ତେବେ ଏହାର ପତ୍ରଗୁଡିକ ମୁଖ୍ୟତଃ ଶ୍ଵାସନଳୀ ପ୍ରବାହ ରୋଗରେ ବ୍ୟବହାର କରାଯାଏ । ଏହାର ପତ୍ର ସହିତ ହରିଡା ଓ ଅଙ୍ଗୁରୁ ମିଶାଇ କ୍ଵାଥ ପ୍ରସ୍ତୁତ ସେହି କ୍ଵାଥ ସେହି କ୍ଵାଥ ମହୁ କିମ୍ବା ଶର୍କରା ସହ ମିଶାଇ ସେବନ କାଲେ କାସ, ଶ୍ଵାସ ଓ ରକ୍ତପିତ୍ତ ରୋଗ ଭଲ ହୋଇଥାଏ । ମ୍ୟାଲେରିଆ ଜ୍ଵରରେ ଏହାର ପତ୍ରର ଚୂର୍ଣ୍ଣ ଏବଂ ଆଧ୍ମନ , ଅତିସାର ଏବଂ ପ୍ରବାହିକା ରୋଗରେ ଏହାର ପତ୍ରର ସ୍ଵରସ ବହୁତ ଉପଯୋଗୀ ।

ଚାଷପ୍ରଣାଳୀ

ମୃତ୍ତିକା ଓ ଜଳବାୟୁ

ଉଷ୍ଣ ଓ ଆଦ୍ର ମିଶ୍ରିତ ଜଳବାୟୁ ବାସଙ୍ଗ ଚାଷ ପାଇଁ ଉପଯୋଗୀ  । ଅନ୍ୟ ମୃତ୍ତିକା ଅପେକ୍ଷା ବାଲିଆ ଦୋରସା ଉର୍ବର ମୃତ୍ତିକାରେ ଏହା ଭଲ ବଢିପାରେ  ।

ରୋପଣ

ମାର୍ଚ୍ଚ ମାସ ଏହାର ରୋପଣ ପାଇଁ ଉପଯୁକ୍ତ ସମୟ । ମଞ୍ଜିକୁ ପଲିଥିନ ବ୍ୟାଗ କିମ୍ବା ପଟାଳିରେ ରୋପଣ କରାଯାଏ । ଅଙ୍ଗୀୟ ଜନନ ପଦ୍ଧତି (ଛେଦନ ପ୍ରଣାଳୀ )

୮ରି ୧୦ ସେମି ଲମ୍ବ ବିଶିଷ୍ଟ ୩ରୁ ୪ ପଦ ଥିବା କଅଁଳିଆ କିମ୍ବା ଅଧା ପାଳକ କଟା ଅଙ୍ଗମାନଙ୍କୁ ପଲିଥିନ ମୁଣା କିମ୍ବା ପଟାଲିରେ ଏପ୍ରିଲ ଜୁନମାସ ମଧ୍ୟରେ ଲଗାଯାଏ । ପ୍ରାୟ ୧୫/୨୦ ଦିନ ମଧ୍ୟରେ କଟା ଅଙ୍ଗ ରହିବା ପରେ ଗଜା ଅଙ୍କୁରିତ ହୁଏ ଓ ପ୍ରାୟ ୩୦ ଦିନ ସୁଦ୍ଧା ଏଥିରୁ ଚେର ବାହାରିଥାଏ  । ଏହାକୁ ଜମିରେ ରୋପଣ କରାଯାଏ । ଏହି ପଦ୍ଧତିରେ ପ୍ରାୟ ୮୦ ଭାଗ ଗଛ ଉତୁରିଥାଏ  ।

ବାଣିଜ୍ୟକ ସୂଚନା

୧୯୯୯-୨୦୦୦        ଟ୮/-୧୨/- କିଗ୍ରା ପ୍ରତି ଚେନ୍ନାଇ

୧୯୯୯-୨୦୦୦         ଟ୨୦/-କିଗ୍ରା ପ୍ରତି ହାଇଦ୍ରାବାଦ

୧୯୯୯-୨୦୦୦        ଟ୧୪/-ରୁ ୨୫/- କିଗ୍ରା ପ୍ରତି ମୁମ୍ବାଇ

୧୯୯୯-୨୦୦୦         ଟ ୭/- ରୁ ୨୫/- କିଗ୍ରା ପ୍ରତି ବାଙ୍ଗାଲୋର

୧୯୯୯-୨୦୦୦         ଟ ୧୦/- କିଗ୍ରା ପ୍ରତି ନୂଆଦିଲ୍ଲୀ

୧୯୯୯-୨୦୦୦          ଟ ୧୫/- କିଗ୍ରା ପ୍ରତି ଟୁଟିକୋରିନ

ଏହାର ଶୁଖିଲା ପତ୍ର କଞ୍ଚାପତ୍ରଠାରୁ ଅଧିକ ମୁଲ୍ୟବାନ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.19230769231
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top