অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବେଗୁନିଆ

ବୈଜ୍ଞାନିକ : ଭାଇଟେକ୍ସ ନିଗୁଣ୍ଡୋ

ବଂଶ : ଭର୍ବିନେସୀ

ଆଞ୍ଚଳିକ ଭାଷାଗତ ନାମ

ଓଡିଆ – ବେଗୁନିଆ

ସଂସ୍କୃତ – ନିର୍ଗୁଣ୍ଡି, ସିନ୍ଦୁବାର

ତେଲୁଗୁ- ତେଲ୍ଲାବାବିଌ , ବାବିଲୀ

ଗୁଜୁରାଟୀ – ନଗୋଡ , ନଗଡ

ଇଂରାଜୀ- five leaved chaste tree Indian privet .

ଉପକ୍ରମ

ବେଗୁନିଆ ଏକ ମଧ୍ୟମାକୃତି ବିଶିଷ୍ଟ ବୃକ୍ଷ । ଏହି ବୃକ୍ଷ ସାଧାରଣତଃ ଭାରତର ସମସ୍ତ ପ୍ରାନ୍ତରେ ବନ- ଉପବନ, ନଦୀକୂଳ ଗ୍ରାମାଞ୍ଚଳ ଏବଂ ସମତଳ ଭୂମିରେ ଦେଖାଯାଇଥାଏ  । ଏହା ଘଞ୍ଚ ବୁଦାମାନଙ୍କରେ ବିକ୍ଷୀପ୍ତ ଭାବରେ ବଢିଥାଏ । ଶୁଷ୍କଅଞ୍ଚଳମାନଙ୍କରେ ଏହା ଭଲ ଭାବରେ ବଢିଥାଏ  ।

ଉଦ୍ଭିଦ ପରିଚୟ

ବେଗୁନିଆ ବୃକ୍ଷ ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ  । ପୁଷ୍ପର ବର୍ଣ୍ଣଭେଦରେ ବେଗୁନିଆ ବୃକ୍ଷ ଦୁଇ ପ୍ରକାରର ,ଯଥା ଶ୍ଵେତଭେଦରେ ବେଗୁନିଆ ବୃକ୍ଷ ଦୁଇ ପ୍ରକାରର , ଯଥା ଶ୍ଵେତ ବେଗୁନିଆ ଗଛ ଗାଁ ବାଡମାନଙ୍କରେ ବହୁଳ ଭାବେ ଦେଖାଯାଏ । ଏହାକୁ ଦୂରରୁ ଦେଖିଲେ ହରଡଗଛ ବୋଲି ମନେହୁଏ । ପତ୍ରଗୁଡିକରେ ଲମ୍ବାଲମ୍ବା ଡେମ୍ଫଥାଏ ଏବଂ ଏଗୁଡିକ ସବୁଜ । ପତ୍ରକୁ ମକଚି ଦେଲେ ସେଥିରୁ ଏକ ପ୍ରକାର ଗନ୍ଧ ହୁଏ । ପତ୍ରଗୁଡିକ ପରସ୍ପର ବିପରୀତବୋଧ ହୋଇରହିଥାନ୍ତି । ପତ୍ରର ମଧ୍ୟଭାଗ ଲମ୍ବାଳିଆ  ।  ଫୁଲଗୁଡିକ ଗିସ୍ମ ଋତୁରେ ଫୁଟେ ଏବଂ ନୀଳରଙ୍ଗର ହୋଇଥାଏ । ଫଳ ବର୍ତ୍ତୁଳାକାର ଚାରି ମଞ୍ଜିବିଶିଷ୍ଟ ଓ କଠିନ ଆବରଣଯୁକ୍ତ । ଫଳ ପାଚିଲା ପରେ କଳା ରଙ୍ଗର ହୋଇଥାଏ ।

ପ୍ରୟୋଜନୀୟ ଅଂଶ

ଏହାର ପଞ୍ଚାଙ୍ଗ ବିଶେଷତଃ ପତ୍ରକୁ ଚିକିତ୍ସାରେ ବ୍ୟବହାର କରାଯାଏ  ।

ରାସାୟନିକ ସଂଗଠନ

ଏହାର ପତ୍ରରେ ଏକ ରଙ୍ଗହୀନ ଗନ୍ଧଯୁକ୍ତ ଉଡନଶୀଳ ତୈଳ ତଥା ଏକ ରାଳ ଦ୍ରବ୍ୟ ଥାଏ । ଏହାର ବୀଜରେ ଅମଳ , ରାଜ ଅର୍ଗାନିକ ଅମ୍ଳ, ଅତିଅଳ୍ପ ମାତ୍ରାରେ କ୍ଷାରାଭ ତଥା ରଞ୍ଜକ ଦ୍ରବ୍ୟ ଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ବେଗୁନିଆ ପତ୍ର କଟୁ , ତିକ୍ତ, କଷାୟ, ଉଷ୍ଣ ଲଘୁ, ଦୀପନ, ବିଷହର ବଲ୍ୟ ଏବଂ ରସାୟନ ଗୁଣଯୁକ୍ତ ଅଟେ  । ତେବେ ଏହାର ପ୍ରମୁଖ ଔଷଧୀୟ ଗୁଣ ହେଉଛି ଶୋଥହର ଏବଂ ବେଦନାସ୍ଥାପନ ତେଣୁ ଏହାକୁ ଆମବାତ, କାଶ, ଜ୍ଵର, ପ୍ରଦତ୍ତ, ଶୂଳ କୁଷ୍ଠରୋଗ ତଥା କୃମିରୋଗ ଚିକିତ୍ସାରେ ପ୍ରୟୋଗ କରାଯାଏ  । ଶୋଥଯୁକ୍ତ ସମସ୍ତ ବ୍ୟାଧିରେ ଏହା ବହୁତ ଲାଭଦାୟକ ଅଟେ । ଏହାଛଡା ବାତରୋଗ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଶାସ୍ତ୍ରୀୟ ଓ ପ୍ୟାଟେଣ୍ଟ ଔଷଧ ପ୍ରସ୍ତୁତି ପାଇଁ ବେଗୁନିଆ ପତ୍ର ବ୍ୟବହୃତ ହୋଇଥାଏ । ବେଗୁନିଆ ପତ୍ରର ଘରୋଇ ବ୍ୟବହାର ଆମ ଲୋକେ ବିଶେଷତଃ ଚାଷୀଭାଇମାନେ ଭଲ ଭାବରେ ଜାଣନ୍ତି । ଧାନପୁଡୁକା କିମ୍ବା ଚାଉଳ ବେଗୁଣା ବ୍ୟାକ୍ଟେରିଆ ଓ ଫିମ୍ଫିନାଶକ ଗୁଣ ବୈଜ୍ଞାନିକମାନେ ଅନେକାଂଶରେ ପ୍ରତିପାଦନ କଲେଣି  ।

ଚାଷପ୍ରଣାଳୀ

ପ୍ରାକୃତିକ ଭାବରେ ଉପଲ୍ଲବ୍ଧ ହେଉଥିବା ବେଗୁନିଆ ଗଛର ସଂଖ୍ୟା ଦିନକୁ ଦିନ କମ ହେଉଥିବାରୁ ଏହାର ଚାଷ କରାଗଲେ ଏକ ସୀମିତ ପରିସର ମଧ୍ୟରେ ଅଧିକ ସଂଖ୍ୟକ ଗଛ ଲଗାଯାଇପାରିବ । ଏହାଦ୍ଵାରା କୃଷକମାନେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିବେ  ।

ଅଙ୍ଗୀୟ ପ୍ରଜନନ ପ୍ରଣାଳୀ

ବର୍ଷକରୁ ଊର୍ଦ୍ଦ୍ଵ ବ ଆଂଶିକ ପାକଳ ହୋଇଥିବା ଡାଳକୁ କଲମୀକରଣ କରିବା କାର୍ଯ୍ୟରେ ଉପଯୋଗ କରାଯାଏ । ଶୀଘ୍ର ଚେର ଉତ୍ପନ୍ନ ହେବା ପାଇଁ ଯେତେଦୂରପାରେ , ଅଧିକ ପତ୍ର ଡାଳରେ ରଖାଯାଇଥାଏ । ଏହାର ପ୍ରଥମ ପଦକ୍ଷେପ ହେଲା ଏହାର କଟା ଡାଳର ବକ୍କଳକୁ ତୀର୍ଯ୍ୟକ ଭାବରେ ଉଭୟ ପଟେ ବା ଗୋଟିଏ ପଟକୁ ୩ ସେମି ଲମ୍ବରେ କଟାଯାଏ । ଦୁଇଆଞ୍ଜୁଳା ଆଦ୍ର ଏକ ପ୍ରକାରର ଶିଉଳି କଟାଯାଇଥିବା ସ୍ଥାନର ଚାରିକଡେ ରଖାଯାଏ । ଗୋଟିଏ ପତଳା ପଲିଥିନର ଆବରଣ ଏହି ଶୈବାଳ ଚାରିପଟେ ଯତ୍ନର ସହିତ ଆବୃତ୍ତ କରାଯାଏ ।  ଦୁଇ ତିନି ମାସ ପରେ ଏଥିରେ ଚେର ଉତ୍ପନ୍ନ ହେଲା ପରେ ପଲିଥିନ ଆବରଣକୁ ମୂଳ ଡାଳରୁ କାଢି ଦିଆଯାଏ । ଚେର ଲାଗିଥିବା ଡାଳକୁ ବର୍ଷାଋତୁ କିମ୍ବା ଫେବୃୟାରୀ ବା ମାର୍ଚ୍ଚ ମାସରେ ରୋପଣ କରାଯାଏ  ।

ପ୍ରତିରୋପଣ ଓ ପରବର୍ତ୍ତୀ ଯତ୍ନ

କଟା ଡାଳରୁ (କଲମୀ) ଚେର ହେବା ପରେ ତାହାକୁ ଗାତରେ ଭଲ ଭାବରେ ପୋତାଜାଏ । ପାଣି ନ ଜମା ହେବା ପାଇଁ ଏହାର ଚାରିପଟକୁ ୧୫ ସେମି ପର୍ଯ୍ୟନ୍ତ ମାଟି ପକାଯାଇ ରଖିବା ଦରକାର । ମାଟି ଖୁସାଇବା, ଅନାବନା ଗଛ ବାଛିବ ପ୍ରଭୁତି କାର୍ଯ୍ୟ ଚାରା ରୋପଣ କରିବାର ମାସକ ପରେ କରାଯାଏ  । ଖରାଦିନେ ମାଟିର ଅବସ୍ଥାକୁ ଦେଖି ପାଣି ଦିଆଯାଏ । ଏହି ପଦ୍ଧତିରେ ପ୍ରାୟ ୮୦ରୁ ୯୦ ପ୍ରତିଶତ ଉତୁରିଥାଏ  ।

ବାଣିଜ୍ୟକ ସୂଚନା

ଏହା ମୁଖ୍ୟତଃ  ଆୟୁର୍ବେଦ ଭେଷଜମାନଙ୍କୁ ଦ୍ଵାରା ଶ୍ରମିକ ଲଗାଇ ପାଖାପାଖି ଅଞ୍ଚଳରୁ ସଂଗ୍ରହ କରାଯାଏ । କଟକ ସହରରେ ଏହାର ଗୋଟିଏ କ୍ଵାଣ୍ଟାଲ ସଦ୍ୟ ଗୁଳ୍ମ ପ୍ରାୟ ୫୦୦ ଟଙ୍କାରେ ବିକ୍ରି ହେଉଥିବାର ଜଣାଯାଇଛି  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate