ବୈଜ୍ଞାନିକ ନାମ : ସେମେକାର୍ପସ ଆନାକାର୍ଡିଅମ
ବଂଶ : ଆନାକାର୍ଡିଏସୀ
ଆଞ୍ଚଳିକ ଭାଷାଗତ ନାମ :
ଓଡିଆ- ଭାଲିଆ
ସଂସ୍କୃତ – ଭଲ୍ଲାତକ
ତାମିଲ – ସେଙ୍କୋତ୍ତାଇ
ହିନ୍ଦୀ – ଭେଲ
ତେଲୁଗୁ- ଭଲ୍ଲାତମୁ
କନ୍ନଡ – ଭାଲ୍ଲିକା
ଇଂରାଜୀ- ଓରିଏଣ୍ଟାଲ କାସ୍ୟୁ(oriental cashew) ମାର୍କିଙ୍ଗ-ନଟ ଟ୍ରି (marking-nut-tree )
ଭଲ୍ଲାତକ (ଭାଲିଆ) ବୃକ୍ଷ ଭାରତବର୍ଷରେ ପ୍ରାୟ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳେ । ମାତ୍ର ଆଦ୍ର ଅପେକ୍ଷା ଶୁଷ୍କ ଅଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳେ । ଭାଲିଆକୁ ଉପଯୋଗ କରିବା ପୂର୍ବରୁ ଏହାକୁ ଏକ ନିର୍ଦ୍ଧିଷ୍ଟ ବିଧିରେ ଶୋଧନ କରିବାକୁ ପଡେ । ଏହା ବିଷପ୍ରଭାବଯୁକ୍ତ ବନୌଷଧି ହୋଇଥିବାରୁ ଏଥିରୁ ପ୍ରସ୍ତୃତ ସିଦ୍ଧ ତୈଳ , କ୍ଷୀରପାକ , ଓ ଅବଲେହକୁ ଉଚିତ ମାତ୍ରାରେ , ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକ , ବୈଦ୍ୟ ବା କବିରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉପଯୋଗ କରାଯାଇଥାଏ । ଏହାକୁ ବ୍ୟବହାର କରିବା ସମୟରେ ଗ୍ରହଣଯୋଗ୍ୟ , ବର୍ଜନୀୟ ଆହାର- ବିହାର ଏବଂ ସେବନ ପାଇଁ ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପ୍ରଭୃତି ସମ୍ବନ୍ଧରେ ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ସୁତରାଂ ଆଧୁନିକ ଯୁଗରେ ମଧ୍ୟ ଏହାର ଔଷଧୀୟ ଉପଯୋଗୀତା ଅଧିକ ରହିଥିବାରୁ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ ଚିନ୍ତା କରାଯାଉଛି ।
ଭାଲିଆ ବୃକ୍ଷ ଦେଖିବାକୁ ସୁନ୍ଦର ଏବଂ ୨୦ରୁ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ମଧ୍ୟମରୁ ବଡ ଧରଣର ବୃକ୍ଷ । ଏହାର ଚେଲୀ ୧ ଇଞ୍ଚ ମୋଟା, ଧୂସର ବର୍ଣ୍ଣଯୁକ୍ତ ଏବଂ ଏଥିରେ ଛେଦନ କଲେ ଏକ ପ୍ରକାର ଦାହଜନକ ଧୂସର ବର୍ଣ୍ଣର ଗାଢ ରସ ବାହାରି ଥାଏ ଯାହାକି ବାର୍ନିସ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ । ପତ୍ରଗୁଡିକ ଛୋଟ ଛୋଟ , ସରଳ ବିପରୀତମୁଖୀ , ଅଗ୍ରଭାଗ ମୁନିଆ, ଉପରିଭାଗ ଚେପଟା ଏବଂ ମୁଖ୍ୟ ପ୍ରଶିରା ୧୫ରୁ ୨୦ ଯୋଡା ବିଶିଷ୍ଟ ଅଟେ । ଫୁଲଗୁଡିକ ସବୁଜ ମିଶ୍ରିତ ଧଳା ଏବଂ ଫଳଗୁଡିକ ଏକ ଇଞ୍ଚ ଲମ୍ବା , ଚେପଟା ହୃଦୟାକୃତି ତଥା ଚିକ୍କଣିଆ କଳାରଙ୍ଗ ବିଶିଷ୍ଟ ହୋଇଥାଏ । କଞ୍ଚା ଫଳରେ ଦୁଗ୍ଧ ଭଳି ଧଳା ରସ ଥାଏ ଏବଂ ତାହା ପାଚିଲେ ଗାଢା ଏବଂ କଳା ରଙ୍ଗ ହୋଇଥାଏ ।
ପ୍ରୟୋଗନୀୟ ଅଂଶ : ଫଳ
ଶୋଧିତ ଭଲ୍ଲାତକ ଫଳ କଷାୟ ତଥା ମଧୁରରସଯୁକ୍ତ , ଉଷ୍ଣବୀର୍ଯ୍ୟ , ବୀର୍ଯ୍ୟବର୍ଦ୍ଧକ ଏବଂ ଲଘୁଗୁଣଯୁକ୍ତ ଅଟେ । ଏହା ବାତ, କଫ, ଉଦରରୋଗ, ଜ୍ଵର, କୃମିରୋଗ ତଥା ବ୍ରଣକୁ ଦୂର କରିବା ପାଇଁ ଉପଯୋଗୀ ଅଟେ । ଏହାର ଔଷଧୀୟ ଉପଯୋଗୀତା ଯୋଗୁଁ ଏହାର ଚାହିଦା ରହିଛି ।
ଜଳବାୟୁ ଓ ମୃତ୍ତିକା :
ଏହା ବିବିଧ ପ୍ରକାର ମୃତ୍ତିକା ଓ ବିଭିନ୍ନ ପ୍ରକାରର ପ୍ରସ୍ତରରେ ବଞ୍ଚିପାରେ । ସାଧାରଣତଃ, ଯେଉଁ ସ୍ଥାନରେ ହାରାହାରି ବୃଷ୍ଟିପାତ ୧୦୦୦-୨୫୦୦ ସେମି ସେସବୁ ସ୍ଥାନରେ ଏହାର ବୃଦ୍ଧି ପାଇଁ କୌଣସି ସ୍ଵତନ୍ତ୍ର ପ୍ରକାରର ମୃତ୍ତିକା ଆବଶ୍ୟକ ହୋଇନଥାଏ ।
ରୋପଣ ପଦ୍ଧତି :
ଈଷତ ହଳଦିଆ ବୃକ୍ଷଗୁଡିକ ନୂଆପତ୍ର ସହିତ ଜ୍ୟେଷ୍ଠ ଓ ଆଷାଢ ମାସରେ ଦେଖାଯାଏ । ଡାଳଗୁଡିକ ଡିସେମ୍ବର ଓ ମାର୍ଚ୍ଚ ମାସରେ ସଂଗ୍ରହ କରାଯାଏ । ଏକ କେଜି ଫଳରେ ପ୍ରାୟ ୪୬୦ରୁ ୮୮୦ ପର୍ଯ୍ୟନ୍ତ ମଞ୍ଜି ଥାଏ । ମଞ୍ଜିଗୁଡିକ ପ୍ରାୟ ୬ ମାସରୁ ୯ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥାଏ ଓ ପରେ କାର୍ଯ୍ୟ କ୍ଷମତା ହରାଇଥାଏ । ମଞ୍ଜିଗୁଡିକୁ ରୋପଣ ପୂର୍ବରୁ ପ୍ରଥମେ ସାନ୍ଧ୍ରତା ଥିବା ସଲଫ୍ୟୁରିକ ଅମ୍ଳରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ବୁଡାଯାଏ । । ତା ପରେ ପାଣିରେ ଏଗୁଡିକ ଧୁଆଯାଏ । ମଞ୍ଜିଗୁଡିକଉ ଛିଦ୍ରଯୁକ୍ତ ବ୍ୟାଗରେ ଡିସେମ୍ବର ମାସରେ ରଖାଯାଏ । ୨୦-୨୫ ଦିନ ମଧ୍ୟରେ ମଞ୍ଜିରୁ ଗଯା ଗଛ ହୁଏ । ଏହା ଉପରେ ଏକ ପରସ୍ପର ଘାସ ଘୋଡା ହୋଇ ରଖାଯାଏ । ଏକ ପ୍ରକାର ଉଷ୍ଣତାରେ ସଂପୂର୍ଣ୍ଣ ମଞ୍ଜିକୁ ରଖାଯାଇଥାଏ । ଶତକଡା ୨୦ ଭାଗରୁ ୫୭ ଭାଗ ଗଛ ହୁଏ । ଏହା ପ୍ରାୟ ୧ ବର୍ଷ ନର୍ସରୀରେ ରହିଥାଏ ।
ପ୍ରତିରୋପଣ ଓ ପରବର୍ତ୍ତୀ ଯତ୍ନ :
ଏକ ବର୍ଷର ପୁରୁଣା ଚାରାକୁ ୪୫x୪୫x ୪୫ ସେମି ଖାତାରେ ଓ ୮ ମିଟରରୁ ୮ ମିଟର ପରସ୍ପର ବ୍ୟବଧାନରେ ଲଗାଯାଏ । ୧୦ ରୁ ୩୦ ଦିନ ମଧ୍ୟରେ ଶତକଡା ୬୦ ଭାଗ ମଞ୍ଜିରୁ ଗଛ ବାହାରିଥାଏ । ଏହି ଗଛ ସ୍ତମ୍ଫରୁ ମଧ୍ୟ ବଂଶ ବିସ୍ତାର କରାଯାଇଥାଏ । ନିୟମିତ ଘାସ ବଛା ଓ ପାଣି ଦେବା ଦରକାର ।
ଏହାର ମୂଲ୍ୟ ୧୯୯୯-୨୦୦୦ ମସିହାରେ ବଜାର ଦର ଅନୁସାରେ ମୁମ୍ବାଇରେ କିଗ୍ରା ପ୍ରତି ୨୦ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ , ଉପରୋକ୍ତ ବର୍ଷ ବାଙ୍ଗାଲୋରରେ କିଗ୍ରା ପ୍ରତି ୨୫ ଟଙ୍କାରୁ ୪୦ ଟଙ୍କା , ନୂଆଦିଲ୍ଲୀରେ ୧୦ ଟଙ୍କା ,ଚେନ୍ନାଇରେ କିଗ୍ରା ପ୍ରତି ୧୨ ଟଙ୍କା, ଆର୍ଯ୍ୟ ବୈଦ୍ୟଶାଳା କୋଟାକଲରେ ଏହା ୩ ଟଙ୍କା ୮୫ ପଇସା ହିସାବରେ ଥିଲା ।
ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/26/2020