ଭୃସଙ୍ଗ ଗଛ ବା ଭୁରୁସୁଙ୍ଗା ଗଛ (Murraya koenigii) ହେଉଛି ରୁଟାସିଆ(Rutaceae) ବର୍ଗର ଏକ କ୍ରାନ୍ତିୟ ବୃକ୍ଷ ଯାହାର ଉତ୍ପତ୍ତିସ୍ଥଳ ଭାରତ ଓ ଶ୍ରୀଲଙ୍କାବୋଲି କୁହାଯାଏ।
ଏହା ଏକ ଋତୁପାତୀ, ସୁବାସିତ କ୍ଷୁଦ୍ର ବୃକ୍ଷ । ଏହା ୪ରୁ ୬ ମିଟର ଯାଏ ବଢ଼ିଥାଏ, କାଣ୍ଡର ପୃଷ୍ଠଭାଗ କୃଷ୍ଣବର୍ଣ୍ଣ । ପତ୍ରଗୁଡ଼ିକ ଯୌଗିକ ।
ପତ୍ରର ଊର୍ଦ୍ଧ୍ବଭାଗ ମସୃଣ, ନିମ୍ନଭାଗ ଲୋମଶ ଓ ଗ୍ରନ୍ଥି ଯୁକ୍ତ । ଫୁଲ ଛୋଟ, ଧଳା । ପତ୍ର ସୁଗନ୍ଧଯୁକ୍ତ ଓ ବିଭିନ୍ନ ଭାବରେ ବ୍ୟବହୃତ ।
ବିଭିନ୍ନ ପ୍ରକାର ଖାଦ୍ୟପ୍ରସ୍ତୁତି କାଳରେ, ବାସନା ଓ ସୁଆଦିଆ କରିବା ପାଇଁ ବଘରା ବଘରୀରେ ଏହି ପତ୍ର ଛୁଙ୍କ ରୂପେ ବ୍ୟବହୃତ ହୋଇଥାଏ । ପତ୍ରଗୁଡ଼ିକ କେତେକାଂଶରେ ନିମ୍ବ ପତ୍ର ପରି ଦିଶୁଥିବାରୁ କେହି କେହି ଏହାକୁ ମିଠା ନିମ୍ବ ବୋଲି ମଧ୍ୟ କହିଥାନ୍ତି ।
ଓଡ଼ିଆ ତଥା ବିଭିନ୍ନ ଭାରତୀୟ ଭାଷାରେ ଏହାକୁ ଭୁରୁସୁଙ୍ଗ।, ଭେର୍ସୁଙ୍ଗା ମସଲା ପତ୍ର, କରୀ ପତା, କରିଆ ପତ୍ର, ସୁରଭି, ଗିରି ନିମ୍ବ, କାରିଆ ପେଲା, କାଟିନମ, ବୋବ଼ାଲା, କାରେପେକୁ, କାରି ଭେପାକୁ; ଇଂରାଜୀ - curry tree ।
ଏହାର ନାମ ଉଦ୍ଭିଦ ବିଜ୍ଞାନୀ ଜୋହାନ କୋନିଗଙ୍କୁ ମନେ ପକାଇଦିଏ।
ଆୟୁର୍ବେଦ ମତରେ ଏହାର ପତ୍ର ଏକ ପ୍ରକାରର ଔଷଧ। ଏଥିରେ ମଧୁମେହ ପ୍ରତିରୋଧକ ଶକ୍ତି ରହିଛି ବୋଲି କୁହାଯାଏ।
ଭାରତୀୟ ବିଶେଷ କରି ଦକ୍ଷିଣ ଭାରତୀୟ, ପଶ୍ଚିମ ଭାରତୀୟ ଓ ଶ୍ରୀଲଙ୍କାର ରାନ୍ଧଣାରେ ଏହାର ବହୁଳ ପ୍ରୟୋଗ ହୋଇଥାଏ। ତରକାରୀ, ସମ୍ବର,ରସମ, କଢ଼ି, ଚଟଣୀ, ବରା, ପକୁଡ଼ି, ଭାତ ଓ ବିଭିନ୍ନ ଭଜାରେ ଏହା କାମରେ ଲାଗିଥାଏ। ସାଧାରଣତଃ ଏହାର ତଟକା ପତ୍ରକୁ ବ୍ୟବହାର କରାଯାଏ। ଶୁଖିଲା ପତ୍ରର ବାସ୍ନା ନିମ୍ନକୋଟିର ହୋଇଥାଏ।
କାମ୍ପୁଚିଆରେ ଏହାର ପତ୍ରକୁ ଭାଜି ଗୁଣ୍ଡକରି ସୁପ୍ ରେ ପକାଇ ମାଜୁ କ୍ରୁଏଂଗ ନାମକ ବ୍ୟଂଜନ ପ୍ରସ୍ତୁତ କରାଯାଏ। ତୁଳସୀ ପତ୍ର ଅଭାବରେ ଏହାର ପତ୍ରକୁ ହିନ୍ଦୁମାନେ ପୂଜାରେ ବ୍ୟବହାର କରିଥାନ୍ତି।
ଭୁରୁସୁଙ୍ଗ। ପତ୍ରରେ ଲୌହ ଓ ଫେ।ଲିକ ଅମ୍ଳ (Folic Acid) ଉତ୍ତମ ପରିମାଣରେ ଥାଏ । ଶରୀର ପୁଷ୍ଟି ପାଇଁ ଏହା ହିତକାରୀ । ଆହୁରି ମଧ୍ୟ, ଏହି ପତ୍ର ଖାଦ୍ୟ ଜୀର୍ଣ୍ଣକାରକ ରୂପେ କାର୍ଯ୍ୟକରିଥାଏ । ଫେ।ଲିକ ଅମ୍ଳ ଗୋଟିଏ ଭିଟାମିନ "ବି" ( ଇ୯) ରହିଥାଏ। ଏହା ରକ୍ତରେ ଲୋହିତ ରକ୍ତ କଣିକା (red blood cells) ଗଠନରେ ସହାୟକ, କେତେକ ପ୍ରକାର କ୍ୟାନସର ରୋଗ ପ୍ରତିରୋଧକ, ଗର୍ଭଧାରଣ ପୂର୍ବରୁ ନାରୀର ଓ ମାତୃଗର୍ଭରେ ଭ୍ରୂଣର ଉତ୍ତମ ବୃଦ୍ଧିରେ ସହାୟକ ରୂପେ କାର୍ଯ୍ୟ କରିଥାଏ ।
ଆଧାର – କୃଷି ବିଭାଗ
Last Modified : 1/26/2020