ଔଷଧ ତିଆରି ଶିଳ୍ପମାନେ ଅଧିକରୁ ଅଧିକ ଔଷଧୀୟ ଗୁଳ୍ମ, ଲତା, ବୃକ୍ଷ ଇତ୍ୟାଦିକୁ ବ୍ୟବହାର କରୁଥିବାରୁ ଏସବୁର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବହୁ ପ୍ରଜାତିର ଔଷଧୀୟ ବୃକ୍ଷଲତା ଉପଲ୍ଲବ୍ଧ ହୋଇଥିବା ଓଡିଶା ରାଜ୍ୟର ଜନସାଧାରଣଙ୍କ ପାଇଁ ଏକ ଆଶ୍ରିବାଦ ସଦୃଶ । ଔଷଧୀୟ ବୃକ୍ଷଲତାର ଚାହିଦାକୁ ଲକ୍ଷ୍ୟ କଲେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ବହୁଲୋକ ଏହାକୁ ନିଜର ରୋଜଗାର ପନ୍ଥା ଭାବରେ ଆପଣେଇପାରିବେ ଏବଂ ଅନ୍ୟାନ୍ୟ ଦୃଷ୍ଟିରୁ ବିଚାର କଲେ ଓଡିଶାର ଜଙ୍ଗଲରେ ଉପଲ୍ଲବ୍ଧ ହେଉଥିବା ଔଷଧୀୟ ଗୁଳ୍ମ ଲତାକୁ ଯଦି ଅବିଚାରିତ ଭାବରେ ବ୍ୟବହାର କରାଯାଏ ତାହେଲେ ହୁଏତ ଖୁବ କମ ଦିନରେ ଓଡିଶା ମାଟିରୁ ବହୁ ପ୍ରଜାତିର ଔଷଧୀୟ ବୃକ୍ଷଲତା ଲୋପ ପାଇଯିବ । ତେଣୁ କେବଳ ଔଷଧୀୟ ବୃକ୍ଷଲତା, ଗୁଳ୍ମ ଇତ୍ୟାଦିକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇ ବଜାର ଚାହିଦା ମେଣ୍ଟାଯାଇପାରେ । ଏପରି କରିବା ଫଳରେ ଓଡିଶା ମାଟିରେ ମିଳିଥିବା ଔଷଧୀୟ ବୃକ୍ଷରାଜିର ସୁରକ୍ଷା ହେବା ସହ ବଜାର ଚାହିଦା ମେଣ୍ଟାଯାଇପାରିବ ଏବଂ ତତସହିତ ଲୋକଙ୍କୁ ରୋଜଗାରର ମାଧ୍ୟମ ମଧ୍ୟ ମିଳିଯାଇପାରିବ ।
ଏହି ଦୃଷ୍ଟିରୁ ଓଡିଶାରେ ଔଷଧୀୟ ବୃକ୍ଷ କ୍ଷେତ୍ରଟିକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ଵ ପ୍ରଦାନ କରାଯିବା ନିହାତି ଜରୁରୀ । ଏହି କ୍ଷେତ୍ରଟିରେ ଉନ୍ନୟନ ପାଇଁ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ଯଥା- କୃଷି ବିଭାଗ, ଜଙ୍ଗଲ ବିଭାଗ, କୃଷି ବିଶ୍ଵବିଦ୍ୟାଳୟ, ବିଭିନ୍ନ ଗବେଷଣା ଅନୁଷ୍ଠାନ, ବେସରକାରୀ ସଂଗଠନ, ଔଷଧ ଉତ୍ପାଦନକାରୀ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ସହଯୋଗ ଓ ସମନ୍ଵୟ ରହିବା ଆବଶ୍ୟକ ଏମାନଙ୍କ ମଧ୍ୟରେ ସହତି ପାଇଁ ରାଜ୍ୟସ୍ତରରେ ଗୋଟିଏ ମୁଖ୍ୟ ସମନ୍ଵୟକାରୀ ସଂସ୍ଥା ସ୍ଥାପନ କରାଯିବାର ଆବଶ୍ୟକତା ରହିଛି । ଏହି ସମନ୍ଵୟକାରୀ ସଂସ୍ଥା ଔଷଧୀୟ ବୃକ୍ଷଲତାର ବନୀକରଣ , ସରଂକ୍ଷିତ ପରିପୋଷଣୀୟ, ଉତ୍ପାଦନ, ପରିଚାଳନା ପ୍ରକ୍ରିୟାକରଣ ତଥା ବଜାର ବ୍ୟବସ୍ଥା ସମ୍ବନ୍ଧିତ ସରକାରୀ ନୀତି ନିୟମ ଓ ଉଦ୍ୟମକ ସଂଯୋଜିତ କରି ଏହି କ୍ଷେତ୍ରର ଉନ୍ନୟନ ପାଇଁ ଚେଷ୍ଟା କରିବେ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଏହି ମର୍ମରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଔଷଧୀୟ ବୃକ୍ଷ ପରିଷଦ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଫଳସ୍ୱରୂପ ଓଡିଶା ସରକାର ତାଙ୍କର ସଂକଳ୍ପନାମା ନଂ ୪୩୨୮/ଏଫ.ଆଣ୍ଡ.ଆଇ. ତା ୦୮.୦୩.୨୦୦୨ ମାଧ୍ୟମରେ ଓଡିଶାରେ ଗୋଟିଏ ଲେଖାଏଁ ଔଷଧୀୟ ବୃକ୍ଷ ପରିଷଦ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି । ଏହି ପରାମର୍ଶଦାତା ପରିଷଦ ନିମ୍ନଲିଖିତ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ହେବ , ଯଥା –
ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା ପରିଷଦର ବୈଠକ ଅତି କମରେ ବର୍ଷକୁ ଥରେ ବସିବ । ଏହି ବୈଠକକୁ ପରିଷଦ ଯେ କୌଣସି ସଂଗଠନ ଗବେଷଣା କେନ୍ଦ୍ର ତଥା ବିଶ୍ୱବିଦ୍ୟାଳୟ ପ୍ରତିନିଧି ଏପରିକି ଏ ସମ୍ପର୍କିତ ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଏ ବୈଠକକୁ ଡାକିପାରିବ । ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପରିଷଦ ଏହାର ସମସ୍ୟାମାନଙ୍କୁ ନେଇ ଭିନ୍ନ ଭିନ୍ନ କମିଟି ଗଠନ କରିପାରିବ ଏବଂ ଏହି କମିଟିରେ ଯେ କୌଣସି ଲୋକଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ନେଇପାରିବେ ।
ଔଷଧୀୟ ବୃକ୍ଷଚାଷ ସମ୍ବନ୍ଧରେ ପରାମର୍ଶ, ସଂରକ୍ଷଣ, ବିକ୍ରିବଟା ପାଇଁ ଆମ ରାଜ୍ୟରେ ରାଜ୍ୟ ଔଷଧୀୟ ପରାମର୍ଶଦାତା ପରିଷଦ ଗଠନ କରାଯାଉଛି । ଏହା ବର୍ତ୍ତମାନ “ଜଙ୍ଗଲ ଓ ପରିବେଶ” ବିଭାଗ ରାଜ୍ୟ ସଚ୍ଚିବାଳୟ ଭୁବନେଶ୍ଵର – ୭୫୧୦୦୧ ଠାରେ କାର୍ଯ୍ୟ କରୁଛି , ଏଠାର ଗଠନ କାର୍ଯ୍ୟବଳୀ ସମ୍ବନ୍ଧରେ ଉପରେ ତଥ୍ୟ ପ୍ରଦାନ କରାଗଲା ।
ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/26/2020