অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଟ୍ରୋନେଲା

ବୈଜ୍ଞାନିକ : ସାଇମ୍ବୋପୋଗନ ଉଈଣ୍ଟାରିଆନାସ

ବଂଶ : ପୁଆସି

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ  - ସିଟ୍ରୋନେଲା

ଇଂରାଜୀ-  sitronella

ହିନ୍ଦୀ- ଜାଭା ସିଟ୍ରୋନେଲା

ଉପକ୍ରମ

ସିଟ୍ରୋନେଲା ଏକ ତୃଣ ଜାତୀୟ ଉଦ୍ଭିଦ  । ବହୁ ଉପଯୋଗୀ ସିଟ୍ରୋନେଲା ତେଲ ଉତ୍ପାଦନ କରୁଥିବା ଏହି ଘାସଟି ବିଶ୍ଵର ଅନେକ ଦେଶରେ ଚାଷ କରାଯାଉଛି  । ଭାରତରେ ଏହାର ବହୁଳ ଚାଷ (8000 ହେକ୍ଟର ପର୍ଯ୍ୟନ୍ତ) କରାଯାଉଛି । ଏହା ବ୍ୟତୀତ ଭାରତ ବର୍ଷକୁ ଅନ୍ୟ ଦେଶରୁ ହାରାହାରି ୪୫ରୁ ୬୦ ଟନ ସିଟ୍ରୋନେଲା ତୈଳ ଆମଦାନୀ କରିଥାଏ  । ତେଣୁ ବିଶ୍ଵ ବଜାରରେ ଏହାର ଚାହିଦା ଅଧିକ ଥିବାରୁ ଏହାକୁ ବ୍ୟବସାୟିକ ଭିତ୍ତିର ବୈଜ୍ଞାନିକ ପଦ୍ଧତିରେ ଚାଷ କରାଗଲେ ଏହା ଆମ ଚାଷୀମାନଙ୍କୁ ଅନ୍ୟାନ୍ୟ ପାରମ୍ପରିକ ଚାଷ ତୁଳନାରେ ଅଧିକ ଆର୍ଥିକ ଲାଭ ପ୍ରଦାନ କରିପାରିବ  ।

ଉଦ୍ଭିଦ ପରିଚୟ : ଏହା ଏକ ପତ୍ରବହୁଳ ଘାସ  । ଉକ୍ତ ଗଛରେ ପତ୍ରରୁ ପାତନ ପ୍ରଣାଳୀରେ ସୁଗନ୍ଧିତ ତୈଳ ପ୍ରସ୍ତୁତ କରାଯାଏ । ଏହି ଘାସ ଉଦ୍ଭିଦର ବୁଦାଗୁଡିକ ଶକ୍ତ । ସିଟ୍ରୋନେଲା ଗଛ ଏହାର ସବୁଜ ରଙ୍ଗର ପତ୍ରରେ ୩୦-୫୦ଟି କୁଆଁଦେଇଥାଏ  । ସଂପୂର୍ଣ୍ଣ ବୁଦାଟି ଅର୍ଦ୍ଧ ଗୋଲାକାର ହୋଇ ଜମିକୁ ଝୁଲି ରହିଥାଏ  ।

ପରିବ୍ୟାପ୍ତ : ଏହି ଘାସ ଭାରତ , ଇଣ୍ଡୋନେସିଆ , ଚୀନ ଓ ଜାଭାରେ ପ୍ରଚୁର ଭାବରେ ଚାଷ କରାଯାଉଛି । ଆମେରିକା , ବ୍ରିଟେନ, ଫ୍ରାନସ , ଜର୍ମାନୀ ଏବଂ ଜାପାନ ପ୍ରଭୃତି ବିତ୍ତଶାଳୀ ଦେଶଗୁଡିକ ଏହି ତୈଳକୁ ଅନ୍ୟାନ୍ୟ ଦେଶରୁ ଆମଦାନି କରିଥାନ୍ତି  ।

ଔଷଧ ବିଶେଷ ଓ ରାସାୟନିକ ସଂଗଠନ : ଜାଭା ସିଟ୍ରୋନେଲାର ପତ୍ରରୁ ସିଟ୍ରୋନେଲାତେଲ ଉତ୍ପାଦନ କରାଯାଏ  । ଏହି ତେଲ ଉତ୍ପାଦନ କରାଯାଏ । ଏହି ତେଲରେ ୨୫ରୁ ୪୫% ସିଟ୍ରୋନେଲା, ୧୨ ରୁ ୧୪%ପର୍ଯ୍ୟନ୍ତ ବରେନିଅଲ , ୧୨ରୁ ୧୫% ସିଟ୍ରୋନେଲା ତଥା ୩.୮% ଜିରେନିଅଲ , ଏସିଟେଟ ମିଳିଥାଏ  । ଅଧିକ ଗୁଣାତ୍ମକ ତେଲରେ ୪୦% ଅଧିକ ଆଲଡିହାଇଡ ମିଳିଥାଏ  । ଏହା ବ୍ୟତୀତ, ଏହି ତେଲରେ ୧ରୁ ୬.୫% ସିଟ୍ରୋନେଲା ଏସିଟେଟ , ୨.୫ରୁ ୪%ଳିମୋନିନ ଏବଂ ନିରାଁଲ ଆଦି ତତ୍ତ୍ଵ ମିଳିଥାଏ  । ଏହା ବ୍ୟତୀତ ୩୫ପ୍ରକାରର ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ଥାଏ  ।

ପ୍ରୟୋଗନୀୟ ଅଂଶ : ପତ୍ର

ଉପଯୋଗିତା : ସିଟ୍ରୋନେଲା ତେଲ ମଶାମରା ଅଗରବତୀ , ସାବୁନ , ଏବଂ ବିଭିନ୍ନ ପ୍ରକାର ଅତର ପ୍ରସ୍ତୃତିରେ ବ୍ୟବହୃତ ହୁଏ  ।

ଚାଷ ପ୍ରଣାଳୀ

ଭାରତର ଉତ୍ତର ପୂର୍ବାଞ୍ଚଳରେ ପ୍ରାୟ ୮୦୦୦ ହେକ୍ଟର , ଜମିରେ ଏହି ଘାସ ଚାଷ କରାଯାଉଛି । ପୃଥିବୀରେ ସିଟ୍ରୋନେଲା ତେଲର ବାର୍ଷିକ ଉତ୍ପାଦନ ପ୍ରାୟ ୮୦୦୦ ଟନ  । ଭାରତରେ ବର୍ଷକୁ ହାରାହାରି ୪୫-୬୦ ଟନ ସିଟ୍ରୋନେଲା ତୈଳ ଆମଦାନୀ କରିଥାଏ  । ତେଣୁ ଏହି ଚାଷର ଆବଶ୍ୟକତା ରହିଛି  ।

ଜଳବାୟୁ : ମଧ୍ୟମ ଧରଣର ଆଦ୍ରତା ଓ ଅଧିକ ସୂର୍ଯ୍ୟାଲୋକ ପାଉଥିବା ଅଞ୍ଚଳରେ ଏହି ଘାସ ଭଲ ବଢିଥାଏ  । ଗବେଷଣାଭିତ୍ତିକ ତଥ୍ୟକୁ ଜାଣିବାକୁ ମିଳିଛି ଯେ ୭୦ରୁ ୮୦ ଭାଗ ଆଦ୍ରତା ଓ ୬.୫ ପ୍ରତିଶତରୁ ୩୫.୬ ପ୍ରତିଶତ ଉତ୍ତାପ ପାଉଥିବା ଅଞ୍ଚଳରେ ଏହି ଘାସ ଖୁବ ଭଲ ବଢିଥାଏ  । ଶୁଷ୍କ ଓ ନିୟମିତ ବର୍ଷା ହେଉନଥିବା ସ୍ଥାନରେ ଏହି ଚାଷ ବାଧାପ୍ରାପ୍ତ ହୋଇଥାଏ ଏବଂ ଏହାର ତୈଳ ଅଂଶ ମଧ୍ୟ କମିଯାଏ  ।

ମୃତ୍ତିକା : ବିଭିନ୍ନ ପ୍ରକାର ମୃତ୍ତିକା ଏହି ଘାସକୁ ଚାଷ କରାଯାଇପାରେ  । ସାଧାରତଃ ଦୋରସା ବାଲିଆ ମାଟି ଏହାର ଚାଷ ପାଇଁ ଉପଯୁକ୍ତ  । ଏଥିପାଇଁ ନିଗିଡା ମାଟିରେ ଅମ୍ଳ ଅଂଶ ୭.୫ ରହିଲେ ଭଲ  । ପାହାଡିଆ ଅଞ୍ଚଳରେ ଏହି ଚାଷ ଖୁବ ଲାଭଜନକ ହୋଇଥାଏ  । ଆମ ଭାରତବର୍ଷରେ ଆସାମ, ମିଜୋରମ, ପଶ୍ଚିମବଙ୍ଗ ରେ ଏହି ଚାଷ ଶହ ଶହ ଏକର ଜମିରେ କରାଯାଉଛି  । ଯଦିଓ ନିପାଣିଆ ଜମିରେ ସିଟ୍ରୋନେଲା ଲଗାଯାଇପାରିବ , ଅଧିକଢିପ ନିଗିଡା ଜଳସେଚିତ ଜମିରେ ଚାଷ କଲେ ଅଧିକ ଘାସ ଓ ସୁଗନ୍ଧିତ ତୈଳ ଉତ୍ପାଦନ ହୋଇଥାଏ  । ଏହି ଗଛ ୩୦ରୁ ୫୦ଟି କୁଆଁ ଦେଇଥାଏ । ବୁଦାଗୁଡିକ ଶକ୍ତ ଓ ସଂବୃଦ୍ଧ କରି ଧରିରଖିବା ପାଇଁ ଉନ୍ନତ ଓ ଶକ୍ତ ମୃତ୍ତିକା ଆବଶ୍ୟକତା ରହିଛି । ହାଲୁକା ମାଟିରେ ଏହି ଗଛର ମୂଳ ୨ବର୍ଷ ପରେ ଉପରକୁ ଉଠିଆସେ , ଫଳରେ ଚେରଗୁଡିକ ମାଟି ଉପରେ ଲମ୍ବିଥାଏ । ଏଣୁ କରି ପ୍ରତି ୩କିମ୍ବା ୪ବର୍ଷରେ ଥରେ ଜମିକୁ ପରିଷ୍କାର କରି ପୁନର୍ବାର ସିଟ୍ରୋନେଲା ଲଗାଇବାକୁ ପଡେ  ।

ରୋପଣ ପାଇଁ ଚାରା ପ୍ରସ୍ତୁତ କରିବା ସବୁଠାରୁ ବଡକାମ  । ପ୍ରଥମେ କେଉଁ ବିହନ ବ୍ୟବହାର କରିଯିବ ତାହା ନିର୍ଦ୍ଧାରଣ କରିବା ଆବଶ୍ୟକ  । ଯେହେତୁ ପୁରୁଣା ବୁଦାରୁ ନୂଆଚାରା ବାହାର କରିବାକୁ ପଡେ , ତେଣୁ ୨ରୁ ୩ବର୍ଷର ବୁଦାରୁ ଚାରା ବାହାର କରାଯାଏ । ମୂଳରେ ଥିବା ପୁରୁଣା ଚେରକୁ ମଧ୍ୟ କାଟି ଦିଆଯାଏ । ତାପରେ ଗଛର ଉପର ଅଂଶ ପତ୍ରକୁ “୧୦ରୁ ୧୨ “ ଉପରୁ କାଟି ଦିଆଯାଏ ଏବଂ ପ୍ରତି ଚାରାରେ ଗୋଟିଏ କିମ୍ବା ଦୁଇଟି ମୂଳ ଚାରା ରଖି ବର୍ଷା ଆରମ୍ଭ ରୋପଣ କରାଯାଏ  ।

ଜମି ପ୍ରସ୍ତୁତି : ଜମିକୁ ପ୍ରଥମେ ପରିଷ୍କାର କରାଯାଏ । ପ୍ରଥମ ବର୍ଷାହେଲେ ଜମିକୁ ଦୁଇଥର ଚାଷ କରି ସମତଳ କରାଯାଏ । ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତି ୨୫ ଗାଡି ଖତ , ୨୫କିଗ୍ରା ଯବକ୍ଷାରଜାନ , ୩୦କିଗ୍ରା, ଫସଫେଟ ୨୫ କିଗ୍ରା , ପଟାସ ସାର ସହିତ ୧୦ କିଗ୍ରା ,  ପ୍ରୟୋଗ କରାଯାଏ  । ବର୍ଷାଋତୁ ଶେଷ ହେବା , ପୂର୍ବରୁ ଆଉ ଥରେ ଫସଫେଟ ଓ ପଟାସ ସାର ପ୍ରୟୋଗ କରାଯାଏ  ।

ରୋପଣ ପଦ୍ଧତି : ପ୍ରସ୍ତୁତ ହୋଇଥିବା ଜମିରେ ୪୫ ସେଣ୍ଟିମିଟର ବ୍ୟବଧାନରେ ମାଟିରେ ରସି ଦେଇ ଚିହ୍ନ ଦିଆଯାଏ  । ପ୍ରତି ଧାଡିରେ ଗଛକୁ ଗଛ ୪୦ ସେମି ବ୍ୟବଧାନରେ ଲଗାଯାଏ  । ପ୍ରତି ବୁଦାରେ ୨ ଲେଖାଏଁ ପୁଆ ଲଗାଇବା ପରେ ମାଟିକୁ ଗଛ ମୂଳରେ ଚାପି ଦିଆଯାଏ । ଫଳରେ ଏହା ଗଛକୁ ଶକ୍ତ କରି ଧରିରଖେ । ବର୍ଷା ସମୟରେ ଚାରା ରୋପଣ କଲେ ଚାରା ନଷ୍ଟ ହୁଏ ନାହିଁ  । କିନ୍ତୁ ବର୍ଷା ଅପେକ୍ଷା ଶୀତ ଋତୁର ଶେଷ ଭାଗରେ ଜଳସେଚିତ ଜମିରେ ସିଟ୍ରୋନେଲା ଚାଷ କଲେ ଅଧିକ ଅମଳ ଦିଏ । ଏକ ଏକରରେ 12000 ଚାରା ରୋପଣ କରାଯାଇପାରିବ  ।

ରୋଗପୋକ ନିୟନ୍ତ୍ରଣ : ସିଟ୍ରୋନେଲା ଗଛରେ କେବଳ ବର୍ଷା ଦିନରେ ପତ୍ରପୋଡା ରୋଗ ଦେଖାଦେଇଥାନ୍ତି  । ଏହି ରୋଗ ବର୍ଷାଋତୁ ପରେ ପରେ ଆପେ ଆପେ ବନ୍ଦ ହୋଇଯାଏ  ।  ଅନ୍ୟାନ୍ୟ କୌଣସି ରୋଗ ଓ ପୋକ ଏହି ଗଛକୁ ଆକ୍ରମଣ କରିନଥାଏ  ।

ଅମଳ : ସିଟ୍ରୋନେଲା ଘାସକୁ କାଟିବା ପରେ ଏହାକୁ ୧୦-୧୫ ସେମି ବ୍ୟବଧାନରେ ଛୋଟ ଛୋଟ ଖଣ୍ଡ କରି ସିଝାଇଲେ ଅଧିକ ସୁରକ୍ଷିତ ତୈଳ ପ୍ରଦାନ କରେ । ଘାସକୁ କାଟି ପାତନ ଯନ୍ତ୍ରରେ ଅନ୍ୟାନ୍ୟ ଘାସ ପରି ତୈଳ ନିଷ୍କାସନ କରାଯାଏ । ଘାସରେ ୦.୭ ରୁ ୧.୨ ଅଂଶ ତୈଳ ମିଳିଥାଏ ଏବଂ ତାହା ହେକ୍ଟର ପିଛା ୧୮୦ କି – ୨୦୦ କି ସିଟ୍ରୋନେଲା ତେଲ ଦେଇଥାଏ  । ସୁଗନ୍ଧିତ ସିଟ୍ରୋନେଲା ତୈଳରୁ ପ୍ରାୟ ୩୮ ପ୍ରକାରର ରାସାୟନିକ ଦ୍ରବ୍ୟ ମିଳିଥାଏ  । ତୈଳର ମୁଖ୍ୟ ସୁଗନ୍ଧିତ ଦ୍ରବ୍ୟଗୁଡିକର ପରିମାଣ ହେଲା- ସିଟ୍ରୋନେଲା- ୪୫.୮% ସିଟ୍ରୋନେଲା= ୯.୧% ଥାଏ ସୁଗନ୍ଧିତ ସିଟ୍ରୋନେଲା ତୈଳ ମଶାମରା ଅଗରବତୀ ବ୍ୟତୀତ ବିଭିନ୍ନ ପ୍ରକାରର ସାବୁନ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟରେ ବ୍ୟବହାର କରାଯାଇଥାଏ  । ଏହି ତୈଳ ଶରୀର ପ୍ରତି କୌଣସି ପ୍ରକାରେ କ୍ଷତିକାରକ ନୁହେଁ  ।

ପ୍ରଥମ ବର୍ଷ ୩ଥର ଫସଲ ଅମଳରେ ଏକର ପ୍ରତି ୮୦ରୁ ୧୨୦ କ୍ଵିଣ୍ଟାଲ ପତ୍ର କିମ୍ବା ୬୦ରୁ ୧୦୦ କିଗ୍ରା ତେଲ ମିଳିଥାଏ । ପରବର୍ତ୍ତୀ ବର୍ଷଗୁଡିକରେ ଏକର ପ୍ରତି ୮୦-୧୨୦ କିଗ୍ରା ତୈଳ ମିଳିଥାଏ  ।

ଆର୍ଥିକ ଲାଭ

ପ୍ରଥମ ବର୍ଷ ହାରାହାରି ୬୦ରୁ ୧୦୦ କିଗ୍ରା ତେଲ ମିଳିଲେ ଏକର ପ୍ରତି ୧୮୦୦୦ ଟଙ୍କା ଏବଂ ପରବର୍ତ୍ତୀ ବର୍ଷରୁ ବର୍ଷକୁ ୩୦,000 ଟଙ୍କା ମିଳିପାରିବ  । ଏଥିରୁ ଫସଲ କରିବାର ଖର୍ଚ୍ଚ ବାଦଦେଲେ ପ୍ରଥମ ବର୍ଷ ଲାଭ ୫୦୦୦ ଟଙ୍କା ତଥା ପରବର୍ତ୍ତୀ ବର୍ଷଗୁଡିକରେ ୨୦,000 ଟଙ୍କାରୁ ୨୨,000 ଟଙ୍କା ଲାଭ ହେବ   । ସୁତରାଂ ଏକ ଏକରରୁ ୧ ବର୍ଷରୁ ୫ବର୍ଷ ପର୍ଯ୍ୟନ୍ତ ୧,୨୦,୦୦୦ ଟଙ୍କା ମିଳିପାରିବ   ।

ଜାଭା ସିଟ୍ରୋନେଲା ଫସଲର ଏକରପିଛା ଆୟବ୍ୟୟ

ବ୍ୟୟ

୧ ବର୍ଷ

୨ ବର୍ଷ

୩ ବର୍ଷ

୪ ବର୍ଷ

୫ ବର୍ଷ

ଜମି ପ୍ରସ୍ତୁତି

୧୦୦୦

----------

--------

-------

------

ଚାରା ରୋପଣ

୧୨,୦୦୦

----------

-------

--------

------

ସାର

୨୬୦୦

୨୫୦୦

୨୫୦୦

୨୫୦୦

୨୫୦୦

ଘାସବଛାବଛି

୧୦୦୦

୫୦୦

୫୦୦

୫୦୦

୫୦୦

ଜଳ ସେଚନ

୧୦୦୦

୧୦୦୦

୧୦୦୦

୧୦୦୦

୧୦୦୦

ଅମଳ

୪୦୦

୪୦୦

୪୦୦

୪୦୦

୪୦୦

ତେଲ ନିଷ୍କାସନ

୩୦୦୦

୫୦୦୦

୫୦୦୦

୫୦୦୦

୫୦୦୦

ତେଲରୁ ଆୟ

 

୧୮୦୦୦

 

୩୦,୦୦୦

 

୩୦,୦୦୦

୩୦,୦୦୦

୩୦, ୦୦୦










 

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 12/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate