অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହରିଡା

ବୈଜ୍ଞାନିକ ନାମ

:

ଟର୍ମିନାଲିଆ ଚେବୁଲା

ବଂଶ

:

କମ୍ବ୍ରେଟାସି

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ହରିଡା

ସଂସ୍କୃତ

:

ହରୀତକୀ

ବଙ୍ଗଳା

:

ହରୀତକୀ

ହିନ୍ଦୀ

:

ହରଡ

ତେଲୁଗୁ

:

କରକଚେଟଟୁ

ଇଂରାଜୀ

:

Myrobalans cherubic myrobalans

ତାମିଲ

:

କରକୈୟା

ଗୁଜୁରାଟୀ

:

ହରଡେ

ମରାଠୀ

:

ହରଡା

ଉପକ୍ରମ

ହରିଡା ବୃକ୍ଷ ଭାରତର ସମସ୍ତ ପ୍ରାନ୍ତରେ ଦେଖିବାକୁ ମିଳେ । ମୁଖ୍ୟତଃ ଉତ୍ତର ଭାରତରେ ବହୁଳ ପରିମାଣରେ ଦେଖିବାକୁ ମିଳେ । ଏହାଛଡା, ଏହା ମିଶ୍ରିତ ଶୁଷ୍କ ପର୍ଣ୍ଣମୋଚି ଜଙ୍ଗଲରେ ପ୍ରାୟ ନଅ ସହ ମିଟର ଉଚ୍ଚତା ବିଶିଷ୍ଟ ଏବଂ ପଶ୍ଚିମବଙ୍ଗ , ତାମିଲନାଡୁ , ଓ ପୂର୍ବଘାଟ ଅଞ୍ଚଲରେ ଦେଖିବାକୁ ମିଳେ ।

ଉଦ୍ଭିଦ ପରିଚୟ

ହରିଡା ଏକ ମଧ୍ୟମାକାର ଉଚ୍ଚତା ବିଶିଷ୍ଟ ବୃକ୍ଷ । ଭାରତର କେତେକ ଅଞ୍ଚଳରେ ଏହି ବୃକ୍ଷ ୧୦୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବାର୍ଲ ମଧ୍ୟ ଦେଖାଯାଏ । ଏହାର ଶାଖାପ୍ରଶାଖା ବହୁଳ ବିସ୍ତାରିତ ହୋଇଥାଏ । ଏହାର ଛାଲ କଳା ଧୂସର ବର୍ଣ୍ଣଯୁକ୍ତ ହୋଇଥାଏ । ପତ୍ରଗୁଡିକ ଅଣ୍ଡାକୃତି ଓ ଫୁଲଗୁଡିକ ଈଷତ ହଳଦିଆ ରଙ୍ଗର ଅଗ୍ରସ୍ଥ ସୁକ୍ରୀ ସ୍ତବକରେ ସଜ୍ଜିତ ଥାଆନ୍ତି । ଫଳଗୁଡିକ ହଳଦୀ, କମଳା ଓ ଧୂସର ହୋଇଥାଏ ଓ ୩.୭୫ ସେମି ପର୍ଯ୍ୟନ୍ତ ହୋଇଥାଏ । ମଞ୍ଜିଗୁଡିକ ଈଷତ ହଳଦିଆ ।

ପ୍ରୟୋଗନୀୟ ଅଂଶ

ଫଳ

ରାସାୟନିକ ସଂଗଠନ

ପାଚିଲା ହରିଡା ଫଳରେ ପ୍ରାୟ ୩୦ ପ୍ରତିଶତ କଷାଳିଆ ଦ୍ରବ୍ୟ ଥାଏ ଯାହାକି ଚେବୁଲିନିକ ଏସିଡ କାରଣରୁ ଥାଏ । ଏହା ବ୍ୟତୀତ ଏଥିରେ ଟେନିକ ଏସିଡ୨୦-୪୦ ପ୍ରତିଶତ , ଗୌଲିକ ଏସିଡ ଓ ରାଳ ଆଦି ଦ୍ରବ୍ୟ ଥାଏ । ଏହାର ବିରେଚକ ଦ୍ରବ୍ୟ ଆନ୍ଥାକ୍ଵିନୋନ ସଦୃଶ ହୋଇଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ହରିଡା ଏକ ଶ୍ରେଷ୍ଟ ମୃଦୁ ବିରେଚକ ଦ୍ରବ୍ୟ ଅଟେ । ଏହାଦ୍ଵାରା କୌଣସି ପ୍ରକାରର ହାନି ହୋଇନଥାଏ । ଏହାର ସେବନ ଦ୍ଵାରା ଶରୀରର ସମସ୍ତ କ୍ରିୟାରେ ସନ୍ତୁଳନ ଆସିଥାଏ । ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରରେ ହରିଡା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହାର ଫଳ କାଟୁ ରାଗ , ତିକ୍ତ, କଷାୟ, ମଧୁର , ଉଷ୍ଣ, ଜୀର୍ଣ୍ଣକରକ, ଜୀବାଣୁ ଓ ସଂକ୍ରମଣ ନିରୋଧକ, ଅଟେ । ତେଣୁ ଏହାର ଉପଯୋଗ ଜୀର୍ଣ୍ଣ ଜ୍ଵର , ଅତିସାର ଓ ରକ୍ତହୀନତା ପ୍ରଭୃତି ରୋଗରେ ହିତକର ଅଟେ । ତେଣୁ ଉଭୟ ଶାସ୍ତ୍ରୀୟ ଓ ପ୍ୟାଟେଣ୍ଟ ଔଷଧ ପ୍ରସ୍ତୁତିରେ ଏହାର ଯଥେଷ୍ଟ ଚାହିଦା ରହିଛି ।

ଚାଷ ପ୍ରଣାଳୀ

ମୃତ୍ତିକା ଓ ଜଳବାୟୁ

ଏହି ବାଲିଆ, ଦୋରସା ବା କାଦୁଆ ଦୋରସା ନିଗିଡା ମାଟିରେ ଭଲ ହୁଏ । ଜମିର ଉଦଜାନ, ସାନ୍ଧ୍ରତା ୫ରୁ ୭.୫ ମଧ୍ୟରେ ରହିବା ଦରକାର । ସାମାନ୍ୟ ଲବଣାକ୍ତ ଜମିରେ ମଧ୍ୟ ଏହି ଗଛ ଭଲ ବଢିପାରେ ବାର୍ଷିକ ବୃଷ୍ଟିପାଟ ୭୫୦ ମିମୀ ରୁ ୩୩୦୦ ମିମି ଅଞ୍ଚଳରେ ଏହା ବଢିଥାଏ । ଏହା ଛଡା ଏହା ୪୭ ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ସହ୍ୟ କରିପାରେ ।

ରୋପଣ ପଦ୍ଧତି

ମଞ୍ଜି –ଫଳଗୁଡିକ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ପାଚେ । ମଞ୍ଜିଗୁଡିକୁ ସଂଗ୍ରହ କରାଯାଇ ସୁଖାଯାଇ ଅଖାମୁଣିରେ ପ୍ରାୟ ବର୍ଷକ ପର୍ଯ୍ୟନ୍ତ ସାଇତାଯାଇପାରେ । ଫଳର ଉପର ଆବରଣ ଛାଡିଯାଇ ମଞ୍ଜିକୁ ନଖ ଉଷୁମ ପାଣିରେ ୪ରୁ ୬ ଦିନ ପର୍ଯ୍ୟନ୍ତ ବତୁରାଯାଏ । ନର୍ସରୀରେ ପଟାଳି ପ୍ରସ୍ତୁତ କରି କିମ୍ବା ସିଧାସଳଖ ଜମିରେ ମଞ୍ଜି ବୁଣାଯାଏ । ନର୍ସରୀରେ ମାର୍ଚ୍ଚ – ମାସରୁ ଏପ୍ରିଲ ମାସ ମଞ୍ଜି ବୁଣିବାର ଉପଯୁକ୍ତ ସମୟ ଅଟେ ଏବଂ ଜୁନରୁ ଜୁଲାଇ ମାସରେ ମଞ୍ଜି ଜମିରେ ବୁଣାଯାଏ । ନର୍ସରୀ ରେ ଧାଡିଗୁଡିକ ୨୦ ସେମି ବ୍ୟବଧାନରେ ମଞ୍ଜି ପରସ୍ପର ଠାରୁ ୫ ସେମି ଦୂରତ୍ଵରେ ଲଗାଯାଏ । ଜମିରେ ମାଟିର ୧ରୁ ୧.୫ ସେମି ଗଭୀରରେ ପ୍ରାୟ ୧ ମି ବ୍ୟବଧାନରେ ମଞ୍ଜି ପୋତଯାଏ ।

 

ବାଣିଜ୍ୟକ ସୂଚନା

ହରିଡା ଏକ ଦୀର୍ଘକାଳୀନ ଅମଳକ୍ଷମ ବୃକ୍ଷ ହୋଇଥିବାରୁ ଏହାକୁ ପତିତ, ଜମି, ହୁଡା, ବା ବନ୍ଧକଡ ପ୍ରଭୃତି ବ୍ୟବହାରରେ ଆସୁନଥିବା ସ୍ଥାନମାନଙ୍କରେ ରୋପଣ କଲେ ଭଲ । ୧୯୯୯-୨୦୦୦ ମସିହାରେ ହରିଡା କେଜି ପ୍ରତି ୮ ଟଙ୍କାରୁ ୩୦ ଟଙ୍କା , ବାଙ୍ଗାଲୋରରେ କିଗ୍ରା ପ୍ରତି ୧୨ ଟଙ୍କା ,ଚେନ୍ନାଇରେ ୧୨ ଟଙ୍କାରୁ ୪୦ ଟଙ୍କା, କୋଟାକୋଲରେ ଏହା ୧୯୯୩-୯୪ ମସିହା ଦର ଅନୁସାରେ ଟ ୮-୭୦ ପଇସାରେ ବିକ୍ରି ହେଉଥିବାବେଳେ , କେନ୍ଦ୍ରୀୟ ଭେଷଜ ବାଙ୍ଗାଲୋରଠାରେ ଏହା କିଗ୍ରା ପ୍ରତି ୩୪ ଟଙ୍କା ୩୪ ପଇସାରେ ବିକ୍ରୟ କରାଯାଉଥିଲା ।

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate