ସେଆର କରନ୍ତୁ

“ଆଜୋଲା”

ପ୍ରୋଟିନ ଭରା ଗୋଖାଦ୍ୟ

ଉପକ୍ରମ

 

ଆଜୋଲା

ଆଜୋଲା ଏକ ଅପୁଷ୍ପକ ଜାତୀୟ ଜଳଜ ଭାସମାନ ଉଦ୍ଭିଦ । ଏହାର ପାତ୍ର ତଳଭାଗରେ ଅନାବାଏନା ଆଜୋଲି ନାମକ ଏକ ନୀଳହରିତ ଶୈବାଳ ସହାବସ୍ଥାନ କରିଥାଏ । ଉପଯୁକ୍ତ ପରିବେଶରେ ଏକ ସପ୍ତାହ ସମୟ ମଧ୍ୟରେ ଏହା ଦୁଇରୁ ତିନିଗୁଣ ବୃଦ୍ଧି ପାଇଥାଏ । ଏହାର ଜଳୀୟ ଅଂସ ୯୦ ରୁ ୯୨ ଭାଗ ଥିଲାବେଳେ ଏଥିରେ କଠିନାଂଶ ଭିତ୍ତିରେ ପୃଷ୍ଟିସାର ୨୫ ୩୫ ଶତକଡା ଥାଏ । (୧ କିଗ୍ରା ଆଜୋଲା ପତ୍ରରେ ୨୦ ରୁ ୩୦ ଗ୍ରାମ ପୁଷ୍ଟିସାର ଥାଏ )।

ଆଜୋଲା ଉତ୍ପାଦନ

ଆଜୋଲା ଉତ୍ପାଦନ ନିମନ୍ତେ ଗଛ ଛାଇରେ ୨ମିଟର ଦୈର୍ଘ୍ୟ , ୨ମିଟର ପ୍ରସ୍ଥ ଓ ୦.୨ ମିଟର ଗଭୀରର ଏକ ଖାଲ ଖୋଳା ଯାଇଥାଏ । ମାଟିରୁ ଚେର ପ୍ଲାଷ୍ଟିକ ଖାଲକୁ ପଲିଥିନ ଦ୍ଵାରା ଆବୃତ କରାଯାଇଥାଏ । ପ୍ରାୟ ୧୦ ରୁ ୧୫ କିଗ୍ରା ଭଲ ଭାବେ ଚଲା ଉର୍ବର ମାଟି ପଲିଥିନ ଉପରେ ସମଭାବରେ ବିଛା ଯାଇଥାଏ । ଏହା ପରେ ୨କିଗ୍ରା ସଦ୍ୟ ଗୋବର, ୩୦ ଗ୍ରାମ ସୁପର ଫସଫେଟ ସାରକୁ ୧ଲିଟର ପାଣିରେ ଗୋଳାଇ ଖାଲରେ ସମାନ ଭାବେ ଢଳା ଯାଇଥାଏ । ଏଥିରେ ୧୦ଇଞ୍ଚ ସ୍ତର ପର୍ଯ୍ୟନ୍ତ ପାଣି ଭର୍ତ୍ତି କରାଯାଇଥାଏ । ଏହାପରେ ଅଧା କିଗ୍ରା ରୁ ଏକ କିଗ୍ରା ପର୍ଯ୍ୟନ୍ତ ଆଜୋଲା ବିହନ ସେଥିରେ ଦିଆଯାଇଥାଏ । ମାତ୍ର ୭ରୁ ୧୦ଦିନ ପରେ ସେଥିରୁ ପ୍ରତିଦିନ ଅଧାରୁ ଏକ କିଗ୍ରା ପର୍ଯ୍ୟନ୍ତ ଆଜୋଲା ଉତ୍ପାଦନ ହୋଇଥାଏ । ପ୍ରତି ୧୦ ଦିନ ଅନ୍ତରରେ ୧କିଗ୍ରା ଗୋବର ସହିତ ୨୦ଗ୍ରାମ ସୁପର ଫସଫେଟ ପ୍ରୟୋଗ କାଲେ ଅଧିକ ଅମଳ ମିଳିଥାଏ ଏବଂ ୧୫ଦିନରେ ଜଳ ବାହାର କରି ନୂତନ ଜଳ ଭର୍ତ୍ତି କରିବାକୁ ହେବ ।

• ଆଜୋଲାକୂ ଏକ ବର୍ଗ ସେମିତି ଜାଲି ବିଶିଷ୍ଟ ପ୍ଲାଷ୍ଟିକ ଟ୍ରେରେ ଛାଣି ଅମଳ କରାଯାଏ ।

• ଏହାକୁ ଭଲଭାବେ ଧୋଇ ସଫା କରି ଛାଇରେ ଶୁଖାଇ ଗୋବର ଗନ୍ଧ ବାହାରିଗଲା ପରେ ଖାଇବାକୁ ଦିଆଯାଏ । ଧୋଇବା ସମୟରେ ଏହାକୁ ଗୋଟିଏ କୁଣ୍ଡ ବା ବାଲଟି ଉପରେ ରଖି ଧୁଅନ୍ତୁ । ଧୋଇବା ସମୟରେ ଛୋଟ ଛୋଟ ଖଣ୍ଡ ଆଜୋଲା ପଡିଥାଏ । ଏହାକୁ ପୁଣି ମୂଳ ଆଜୋଲା କୁଣ୍ଡରେ ପକାଇଲେ ତାହା ବଢି ନୂଆ ଆଜୋଲାରେ ପରିଣତ ହୁଏ ।

• ସାଧାରଣତଃ ୧୪ ରୁ ୩୫ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପରେ ଆଜୋଲା ଭଲ ଉତ୍ପାଦନ ହୋଇଥାଏ ।

• ଅଧିକ ଉତ୍ତାପ ବଢିଲେ ଏହା ଉପରେ ଛାଇର ବ୍ୟବସ୍ଥା କରିବା ଦରକାର ।

• ୬ମାସ ଅନ୍ତରରେ କୁଣ୍ଡରୁ କିଛି କିଛି ମାଟି କାଢିଦେବ । ଆଜୋଲାର ଚେର ସର୍ବଦା ଭାସମାନ ଅବସ୍ଥାରେ ରହିବା ଦରକାର । ଏଥିପାଇଁ ପାଣି ଅନ୍ତତଃ ପକ୍ଷେ ୮ଇଞ୍ଚ ଉଚ୍ଚତା ରହିବା ଦରକାର । ଏହାର ଚେର ମାଟିରେ ବୁଡିଗଲେ ତା’ର ଶ୍ଵାସକ୍ରିୟା ହୋଇପାରେ ନାହିଁ ଓ ଆଜୋଲା ମରିଯାଏ ।

• ପ୍ରତି ୬ମାସରେ କୁଣ୍ଡକୁ ସୁଖେଇ ପୁଣି ପାଣି, ମାଟି ଓ ନୂଆ ନୂଆ ଆଜୋଲା ଦେବା ଉଚିତ ।

• ଏକ କିଗ୍ରା ଦାନା କମାଇ ପରିବର୍ତ୍ତିତ ୧କିଗ୍ରା ଆଜୋଲା ଦିଆଯାଇପାରିବ । ଏକା ଶତକଡା ୫୦ଭାଗ ଦାନା ପର୍ଯ୍ୟନ୍ତ କମାଯାଇପାରେ ।

• ଖାଲି ଗାଈଗୋରୁ ନୁହେଁ ଛେଳି, ମେଣ୍ଢା,ଘୁଷୁରୀ, ଠେକୁଆ ଓ କୁକୁଡା ପାଇଁ ମଧ୍ୟ ଏହା ଏକ ଉତ୍ତମ ଖାଦ୍ୟ ।

• ଆଜୋଲା ଚାଷ ହେଉଥିବା କୁଣ୍ଡରେ ପୋକ ନହେବା ପାଇଁ ନିମ୍ବଜାତୀୟ କୀଟନାଶକ ପ୍ରୟୋଗ କରାଯାଇଥାଏ ।

• ପଲିଥିନ ବ୍ୟତୀତ ପକ୍କା କୁଣ୍ଡରେ ମଧ୍ୟ ଆଜୋଲା ଚାଷ କରାଯାଇପାରିବ । ଆଜୋଲା କୁଣ୍ଡରେ ଥିବା ପାଣି ସାମାନ୍ୟ କ୍ଷାରୀୟ ରହିଲେ ଭଲ ଆଜୋଲା ଉତ୍ପାଦନ ହୋଇଥାଏ ।

• କୁଣ୍ଡରେ ପାଣିର ସ୍ତର କମିଲେ ମଝିରେ ମଝିରେ ପାଣି ଭର୍ତ୍ତି କରିବା ଉଚିତ ।

• ଜୁଆର ଓ ସଙ୍କର ହାତିଆ ଘାସ ଆଦି ଶ୍ଵେତସାର ଯୁକ୍ତ ଘାସ ସହିତ ଆଜୋଲା ମିଶାଇ ଦେଲେ ଗାଈର ପୁଷ୍ଟିସାରର ଆବଶ୍ୟକତା ପୂରଣ ହୋଇପାରିବ ।

• ଆଜୋଲାକୂ କଟା ନଡା ଓ ଦାନା ସହିତ ମଧ୍ୟ ମିଶାଇ ଖାଇବାକୁ ଦିଆଯାଇଥାଏ ।

• ଆଜୋଲା କୁଣ୍ଡରେ ଅଣୁସାର ପ୍ରୟୋଗ କଲେ ମଧ୍ୟ ଅଧିକ ଆଜୋଲା ଉତ୍ପାଦନ ହୋଇଥାଏ ।

• ଆଜୋଲା ଉତ୍ପାଦନ ବୃଦ୍ଧି ପାଇଁ ପ୍ରତ୍ୟେହ ୧/୩ ଅଂଶ ଆଜୋଲା କୁଣ୍ଡରୁ ଉତ୍ପାଦନ କରିବ ।

• ଅଧିକ ଓ ସବିଶେଷ ତଥ୍ୟ ପାଇଁ ସ୍ଥାନୀୟ ପ୍ରାଣୀପାଳନ କର୍ମଚାରୀଙ୍କ ସହ ଯୋଗାଯୋଗ କରିପାରନ୍ତି ।

ଆଧାର – ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ , କଟକ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top