ହୋମ / କୃଷି / କୃଷି ଉଦ୍ୟୋଗ / ଅଧିକ ଉତ୍ପାଦନ ପାଇଁ ସମନ୍ଵିତ ଖାଦ୍ୟ ଉପାଦାନ ପରିଚାଳନା
ସେଆର କରନ୍ତୁ

ଅଧିକ ଉତ୍ପାଦନ ପାଇଁ ସମନ୍ଵିତ ଖାଦ୍ୟ ଉପାଦାନ ପରିଚାଳନା

ଗଛର ଚେର ମାଟିକୁ ବିଭିନ୍ନ ଉପାଦାନ ଓ ଜଳ ଆହରଣ କରି ସୌର ଶକ୍ତି ସାହାଯ୍ୟରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ ।

ମାଟିରୁ ଖାଦ୍ୟ

ଗଛର ଚେର ମାଟିକୁ ବିଭିନ୍ନ ଉପାଦାନ ଓ ଜଳ ଆହରଣ କରି ସୌର ଶକ୍ତି ସାହାଯ୍ୟରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ । ମାଟିରୁ ଗ୍ରହଣ କରୁଥିବା ଖାଦ୍ୟ ଉପାଦାନର ପରିମାଣ ଗଛକୁ ପ୍ରକୃତିକ ଉପାୟରେ ମିଳୁଥିବା ଖାଦ୍ୟ ଉପାଦାନ ଠାରୁ ବହୁତ ବେଶି । ତେଣୁ ଗଛ ବା ଫସଲର ଆବଶ୍ୟକତା ତୁଳନାରେ କମ ପରିମାଣର ଖାଦ୍ୟ ଉପାଦାନ ଜମିରେ ପ୍ରୟୋଗ କଲେ, ଏହା କ୍ରମଶଃ ମୃତ୍ତିକାର ଉର୍ବରତା କମାଇ ଥାଏ ଏବଂ ଫସଲ ଅମଳ ଧୀରେ ଧୀରେ କମହୁଏ ।

ଖାଦ୍ୟ ଉପାଦାନ

ଗଛ ସାଧାରଣତଃ ବୃଦ୍ଧି ଓ ବିକାଶ ପାଇଁ ୧୭ଟି ଖାଦ୍ୟ ଉପାଦାନ ଆବଶ୍ୟକ କରିଥାଏ । ତନ୍ମଧ୍ୟରୁ ଯବକ୍ଷାରଜାନ, ଫସଫରସ ଓ ପଟାସିୟମକୁ ପ୍ରାଥମିକ ବା ମୁଖ୍ୟ ଉପାଦାନ ବୋଲି ବିଚାର କରାଯାଏ ଏବଂ ଗଛ ଏଗୁଡ଼ିକୁ ବହୁଳ ପରିମାଣରେ ଗ୍ରହଣ କରିଥାଏ । କାଲସିୟମ, ମ୍ୟାଗ୍ନେସିୟମ ଓ ଗନ୍ଧକ ଇତ୍ୟାଦିକୁ ଗୌଣ ଉପାଦାନରେ ଶ୍ରେଣୀଭୂକ୍ତ କରାଯାଇଛି । ଲୁହା, ମାଙ୍ଗାନିଜ, ଦସ୍ତା, ତମ୍ବା, ବୋରନ ଓ ମଲିବଡେନମ ଓ କ୍ଳେରିନ ଇତ୍ୟାଦିକୁ ଅଣୁ ଉପାଦାନ ରୂପେ ବିଚାର କରାଯାଏ । ଗଛ ଗୌଣ ଓ ଅଣୁ ଉପାଦାନ ଗୁଡିକ ଖୁବ କମ୍ ପରିମାଣରେ ଗ୍ରହଣ କରିଥାଏ । କେତେକ ଗଛ ବା ଫସଲ ପାଇଁ ସୋଡିୟମ କୋବାଲ୍ଟ ଓ ସିଲିକନ ମଧ୍ୟ ଅତ୍ୟାବଶ୍ୟକ ଉପାଦାନ ବୋଲି ଗ୍ରହଣ କରାଯାଇଛି । ଉପୋରକ୍ତ ଉପାଦାନ ଗୁଡିକ ମଧ୍ୟରୁ ଯେ କୌଣସିଟିର ଅଭାବ ହେଲେ ଗଛର ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ ଏବଂ ଫସଲ ଅମଳ କମ ହୋଇଥାଏ । ଅଧିକ ଅମଳ ପାଇଁ ଆବଶ୍ୟକ ପରିମାଣର ଉପାଦାନ ଗୁଡିକୁ ରାସାୟନିକ ସାରରୂପେ ପ୍ରୟୋଗ କରାଯାଇ ଅଭାବ ପୂରଣ କରାଯାଇଥାଏ ।

ଫସଲ ଉତ୍ପାଦନ ପାଇଁ ମୋଟ ଖର୍ଚ୍ଚର ବେଶୀଭାଗ ସାର ପାଇଁ ଖର୍ଚ୍ଚ ହୋଇଥାଏ । ତେଣୁ ମୃତ୍ତିକା, ଫସଲ, ଉତ୍ପାଦନ ପନ୍ଥା ଏବଂ କୃଷି ସମ୍ବନ୍ଧୀୟ ସମ୍ବଳକୁ ଆଖିରେ ରଖି କେଉଁସାର କେତେ ଓ କିପରି ବ୍ୟବହାର କଲେ ଅମଳ ବୃଦ୍ଧି ହେବ ଓ ଜମିର ଉର୍ବରତା ଠିକ ରହିବ ଜାଣିବା ଦରକାର ।

ମାଟିରେ ପ୍ରୟୋଗ କରାଯାଉଥିବା ଖାଦ୍ୟ ଉପାଦାନର ମାତ୍ର କିଛି ଅଂଶ ଫସଲ ବ୍ୟବହାର କରିଥାଏ । ସାରର ଅବଶିଷ୍ଟ ଅଂଶ ମାଟିରୁ ବିଭିନ୍ନ ଉପାୟରେ ନଷ୍ଟ ହୋଇଯାଇଥାଏ । କିଛି ଅଂଶ ଚେର ଗ୍ରହଣ ନକରି ପାରିବା ସ୍ତରକୁ ଚାଲିଯାଏ ବା କେତେ ଅଂଶ ବାଷ୍ପୀଭୂତ ହୋଇ ନଷ୍ଟ ହୋଇଯାଏ । ଅଳ୍ପ କିଛି ଅଂଶ ଗଛ ଦ୍ଵାରା ବ୍ୟବହାର ନହୋଇ ପାରୁଥିବା ଆକାରରେ ମାଟିରେ ରାହିଜାଇ ବାନ୍ଧିହୋଇ ରହିଯାଏ । ଏଣୁ ଖାଦ୍ୟ ଉପାଦାନ ପରିଚାଳନା ଉତ୍ତମ ପଦ୍ଧତିରେ ନକଲେ ଅଧିକ ସାର ପ୍ରୟୋଗ କରି ମଧ୍ୟ ମୃତ୍ତିକାର ଉର୍ବରତା ଓ ଉତ୍ପାଦିକତା ରକ୍ଷା କରାଯାଇ ପରେ ନାହିଁ ।

ମୃତ୍ତିକାର ପ୍ରକାରଭେଦ

ମୃତ୍ତିକାର ପ୍ରକାରଭେଦ, ଉର୍ବରତା, ଚୟନ, ଗଠନ ଓ ପ୍ରତିକାର ଅମ୍ଳତା ବା କ୍ଷାରିଅଂଶ ଜମିରେ ପୂର୍ବରୁ ହୋଇଥିବା ଫସଲ ଓ ପରିଚାଳନା ପଦ୍ଧତି ଅନୁସାରେ ଗୋଟିଏ ଜମିଠାରୁ ଅନ୍ୟ ଜମିର ଗୁଣ ଠାରୁ ଭିନ୍ନ ହୋଇଥାଏ । ଜମିର ଉର୍ବରତା ଓ ଖାଦ୍ୟ ଉପାଦାନ ଗୁଡିକର ଅଭାବ ଜାଣିବା ପାଇଁ ମୃତ୍ତିକା ପରୀକ୍ଷା ଏବଂ ସର୍ବୋତ୍କୃଷ୍ଟ ପ୍ରଣାଳୀ । ଉପଯୁକ୍ତ ପରିମାଣର ସାର ପ୍ରୟୋଗ ଦ୍ଵାରା ମୃତ୍ତିକାର ଖାଦ୍ୟ ଉପାଦାନ ଅଭାବକୁ ଯଦି ଦୂର କରାନଯାଏ ତା’ ହେଲେ ଫସଲରେ ଖାଦ୍ୟ ଉପାଦାନ ଅଭାବ ଜନିତ ବିଭିନ୍ନ ଲକ୍ଷଣମାନ ଦେଖାଯାଏ । ଫସଲର ବୃଦ୍ଧି ଠିକ ହୁଏ ନାହିଁ ଏବଂ ଅମଳ କମିଯାଏ । ମୃତ୍ତିକାରେ ଥିବା ଉପାଦାନ ପରିମାଣ ନିରୂପଣ ପାଇଁ ମୃତ୍ତିକା ପରୀକ୍ଷା କରିବା ଆବଶ୍ୟକ ଏହି ପରୀକ୍ଷା ମୃତ୍ତିକା ପରୀକ୍ଷାଗାର ମାନଙ୍କରେ କରାଯାଇଥାଏ । ଏଥିପାଇଁ ରାଜ୍ୟରେ ୧୧ଟି ଓ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ଗୋଟିଏ ପରୀକ୍ଷାଗାର ରହିଛି । କିନ୍ତୁ ସମସ୍ତେ ଦୂର ଦୁରାନ୍ତରୁ ମାଟି ନମୁନା ଆଣି ଏହି ପରୀକ୍ଷାଗାର ମାନଙ୍କରେ ପରୀକ୍ଷା କରାଇବା ସହଜ ନୁହେଁ ବୋଲି ସମ୍ବଲପୁର ଠାରେ ଏକ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ବ୍ୟବସ୍ଥା ଅଛି । ବ୍ଲକ ଓ ଗ୍ରାମାଞ୍ଚଳ ସ୍ତରରେ କୃଷି ସଂପ୍ରସାରଣ କର୍ମୀମାନେ ନମୁନାମାଟି ସଂଗ୍ରହ କରିବା ପ୍ରଣାଳୀସହ ପରୀକ୍ଷାଗାରରେ ଏହାର ବିଶ୍ଳେଷଣ କରାଇ ଅନୁମୋଦିତ ପରିମାଣର ସାର ବ୍ୟବହାର ସମ୍ପର୍କରେ ପରାମର୍ଶ ଦିଅନ୍ତି ।

ତିନି ବର୍ଷରେ ଥରେ ମୃତ୍ତିକା ପରୀକ୍ଷା କରାଗଲେ ଏହା ଜମିର ଉର୍ବରତା ସମ୍ପର୍କରେ ସୂଚନା ଦେଇଥାଏ । କେଉଁ ଉପାଦାନ କେତେ ପରିମାଣର ଅଛି ଜଣା ପଡିଥାଏ ଓ ଏହି ଅନୁସାରେ ସାର ପ୍ରୟୋଗ କରିବା ପାଇଁ ସୂଚନା ମିଳିଥାଏ ।

ନିମ୍ନରେ ଏସମ୍ବନ୍ଧୀୟ କେତେକ କୌଶଳ ପ୍ରୟୋଗ ପାଇଁ ଉଲ୍ଲେଖ କରାଗଲା ।

ଆମ ରାଜ୍ୟରେ ଦେଖାଯାଉଥିବା ସବୁପ୍ରକାର ମୃତ୍ତିକାରେ ଯବକ୍ଷାରଜାନ ବିଶେଷ ଅଭାବ ଦେଖାଯାଇଥାଏ । ଡାଲି ଓ ଛୁଇଁ ଜାତୀୟ ଫସଲକୁ ଛାଡି ଦେଲେ ଅନ୍ୟାନ୍ୟ ସମସ୍ତ ଫସଲରେ ନିୟମିତ ଯବକ୍ଷାରଜାନ ସାର ପ୍ରୟୋଗ କରିବା ନିହାତି ଦରକାର । ଯବକ୍ଷାରଜାନ ଜାତୀୟ ସାର ମାନଙ୍କ ମଧ୍ୟରୁ ୟୁରିୟା ସାରରେ ସବୁଠାରୁ ବେଶି ଯବକ୍ଷାରଜାନ ଥାଏ । ଫସଲ ବଢିବା ସମୟରେ ଯବକ୍ଷାରଜାନ ସାରକୁ ଠିକ ସମୟରେ ବ୍ୟବହାର କରାଯିବା ଦରକାର । ଆବଶ୍ୟକ ପରିମାଣ ଯବକ୍ଷାରଜାନ ଏକାଥରକେ ଫସଲ ବୁଣିବା ବା ଲଗାଇବା ସମୟରେ ପ୍ରୟୋଗ ନକରି ୨-୩ କିସ୍ତିରେ ଦେବା ଦରକାର । ଯଥା- ଧାନ ଫସଲରେ ଧାନ ବୁଣିବା ବା ରୁଆ ବେଳେ ବେଉଷଣ ବା ପିଲଦେବା ବେଳେ ଓ ଫୁଲ ଉଡେଇବା ଆଗରୁ ଦେବା ଦରକାର । ବୁଣା ବେଳେ ସାର ଦେଲେ ଚେର ଭଲ ବଢେ । ଗଛ ବହୁତ ପିଲ ଦିଏ ।

ରବି ଋତୁରେ ଭଲ ଚାରା ଉତ୍ପାଦନ ଓ ନିରୋଗ ସବଳ ଏବଂ ଅଧିକ ପରିମାଣର ଗଛ ପାଇଁ ଯବକ୍ଷାରଜାନ ସାର ପ୍ରୟୋଗ ନିହାତି ଆବଶ୍ୟକ । ଜଳସେଚିତ ଅଞ୍ଚଳରେ ଧାନ ଜମିରେ ନୀଳହରିତ ଶୈବାଳ କିମ୍ବା ଆଜୋଲା ପ୍ରୟୋଗ କଲେ ଅନେକାଂଶରେ ଯବକ୍ଷାରଜାନ ସାର ପରିମାଣର ଆବଶ୍ୟକତା ମିଳିଯାଇଥାଏ । କାରଣ ଏକ ହେକ୍ଟର ଜମିରେ ନୀଳହରିତ ଶୈବାଳ ଉପଯୋଗ ଦ୍ଵାରା ୧୫-୨୦ କିଗ୍ରା ଯବକ୍ଷାରଜାନ ମିଳିପାରିଥାଏ ଏବଂ ଆଜୋଲାର ଅଭିବୃଦ୍ଧି ହେଲେ ହେକ୍ଟର ପ୍ରତି ୨୫ ରୁ ୩୦ କିଗ୍ରା ଯବକ୍ଷାରଜାନ ମିଳିଥାଏ ।

ଫସଫରସ ଫସଲ ପାଇଁ ଅନ୍ୟ ଏକ ମୁଖ୍ୟ ଉପାଦାନ । ଅମ୍ଳମାଟି ଓ ସଘନ ଚାଷ ହେଉଥିବା ଜମିରେ ଫସଫରସ ଅଭାବ ବହୁତ ଦେଖା ହୋଇଥାଏ । ଅମ୍ଳଯୁକ୍ତ ନାଲି କଙ୍କର ମୃତ୍ତିକା, କାଲସିୟମ ଯୁକ୍ତ ମାଟି ଏବଂ ଭାରି ମୃତ୍ତିକାରେ ପ୍ରୟୋଗ ଫସଫରସ ସାର ବାନ୍ଧିହୋଇ ଅଗ୍ରହଣିୟ ଅବସ୍ଥାରେ ରହିଯାଇଥାଏ । ଉପରୋକ୍ତ ମୃତ୍ତିକାରେ ଫସଫରସ ସାରକୁ ଜମିରେ ନବୁଣି ଧାଡିରେ ଓ ଗଛ ମୂଳରେ ପ୍ରୟୋଗ କରିବା ଉଚିତ । ଅମ୍ଳ ମାଟିରେ ରକ୍ ଫସଫେଟ ସାର ପ୍ରୟୋଗ କରିବା ସବୁଠୁ ଭଲ । ଏହା ଧୀରେ ଧୀରେ ଓ ଏକ ନିର୍ଦ୍ଧିଷ୍ଟ ପରିମାଣର ଫସଫରସ ଉପାଦାନ ଗଛକୁ ଯୋଗାଇଥାଏ । ଫସଫରସ ସାର ପ୍ରୟୋଗ ପୂର୍ବରୁ ମୃତ୍ତିକାପରୀକ୍ଷା କରିବା ଉଚିତ୍ । ସିଙ୍ଗଲସୁପର ଫସଫେଟ ଟ୍ରିପଲ ସୁପର ଫସଫେଟ ଡାଇଆମୋନିୟମ ଫସଫେଟ ଓ ଅନ୍ୟ କେତେକ ଯୌଗିକ ଫସଫରସ ସାରକୁ ମୂଳସାର ଭାବେ ବ୍ୟବହାର କରାଯାଏ ।

ପଟାସିୟମ ଗଛର ଅନ୍ୟ ଏକ ମୁଖ୍ୟ ଉପାଦାନ । ଏହା ଗୁଣ ବୃଦ୍ଧିକାରି ଉପାଦାନ ରୂପେ ପରିଚିତ । କାରଣ ଏହା ଅନେକ କୃଷିଜାତ ଓ ଉଦ୍ୟାନଜାତ ପଦାର୍ଥର ଗୁଣାତ୍ମକ ମାନର ବିକାଶ କରାଇଥାଏ । ପଟାସିୟମ ଗଛ ଚେରକୁ ଶକ୍ତ କରି ଧରି ରଖେ, ଗଛ କାଣ୍ଡ ଓ ଡାଳକୁ ଶକ୍ତ କରେ, ଶର୍କରା ଉତ୍ପାଦାନ ଦକ୍ଷତା ବୃଦ୍ଧିକରେ ଓ ଫଳକୁ ସ୍ଵାଦଯୁକ୍ତ କରେ । ମୃତ୍ତିକାର ଖାଦ୍ୟ ଉପାଦାନ ଛାଡିବା, ବାନ୍ଧିରଖିବା ଓ ଅନ୍ତରଣ ଗୁଣ ଉପରେ ପଟାସ ସାର ଗଛକୁ ମିଳିଥାଏ । ତେଣୁ ମୃତ୍ତିକା ପରୀକ୍ଷାଫଳ ଉପରେ ପଟାସସାର ବ୍ୟବହାର ନିର୍ଭର କରିଥାଏ । ମ୍ୟୁରିଏଟ ଅଫ ପଟାସ ଓ ଅନ୍ୟାନ୍ୟ ଯୌଗିକ ସାର ପଟାସିୟମ ଉପାଦାନ ଗଛକୁ ଯୋଗାଇଥାଏ ।

ବିଗତ ଦୁଇ ଦଶନ୍ଧିଧରି ସଘନ ଚାଷ ଓ ଉଚ୍ଚ ବିଶ୍ଳେଷଣ ଯୁକ୍ତ ସାରର ବ୍ୟବହାର ଯୋଗୁଁ ମୃତ୍ତିକାରେ ଗୌଣ ଉପାଦାନ ଓ ଅଣୁଉପାଦାନ ଗୁଡିକରେ କ୍ରମବର୍ଦ୍ଧିଷ୍ଣୁ ଅଭାବ ଦେଖା ଦେଉଛି, ଫଳରେ ଫସଲ ଉତ୍ପାଦନ କମିଯାଉଛି । ଉପଯୁକ୍ତ ପରିମାଣର ଯବକ୍ଷାରଜାନ,ଫସଫରସ ଓ ପଟାସ ସାର ପ୍ରୟୋଗ ପରେ ଫସଲ ଉତ୍ପାଦନ ବୃଦ୍ଧି ନହେଲେ ଗନ୍ଧକ, ଦସ୍ତା, ବୋରନ, ଇତ୍ୟାଦି ଅନ୍ୟାନ୍ୟ ଅଣୁ ଉପାଦାନର ଅଭାବ ଜାଣିବା ପାଇଁ ମୃତ୍ତିକା ପରୀକ୍ଷା କରାଇନେବା ଉଚିତ୍ । ଏହି ସବୁ ଉପାଦାନର ଅଭାବ ଥିଲେ ଦରକାର ମୁତାବକ ଗୌଣ ଓ ଅଣୁଉପାଦାନ ଗୁଡିକ ପ୍ରୟୋଗର ଭଲ ଫଳାଫଳ ମଧ୍ୟ ଫସଲକୁ ମିଳି ନଥାଏ ।

ତଳେ ବିଭିନ୍ନ ଫସଲ ଉତ୍ପାଦନ ପାଇଁ ମାଟିରୁ ଗ୍ରହଣ କରୁଥିବା ଖାଦ୍ୟ ଉପାଦାନର ତାଲିକା ଦିଆଗଲା ।

ଏକ କୁଇଣ୍ଟାଲ ଅମଳ ପାଇଁ ଫସଲ ମାଟିରୁ ଗ୍ରହଣ କରୁଥିବା ଖାଦ୍ୟ ଉପାଦାନ ପରିମାଣ

କ୍ର.ନଂ

ଫସଲ

ଅମଳ

ଖାଦ୍ୟ ଉପାଦାନ (କି.ଗ୍ରା)

ଯବକ୍ଷାର ଜାନ

ଫସଫରସ

ପଟାସ

ଧାନ

ଧାନ

ନଡା

୧.୩୪

୦.୬୧

୦.୫୪

୦.୩୬

୦.୨୭

୩.୭୦

ଗହମ

ଗହମ

ନଡା

୧.୭୫

୦.୫୦

୧.୦୦

୦.୨୦

୦.୫୦

୧.୩୦

ମାଣ୍ଡିଆ

ମାଣ୍ଡିଆ

ଖାଡି

୧.୩୦

୦.୬୭

୦.୫୮

୦.୭୭

୦.୩୩

୦.୫୬

ମକା

ମକାଦାନା

ଖାଡି

୧.୭୬

୧.୨୦

୦.୭୭

୦.୩୦

୦.୫୬

୧.୬୩

ଚିନାବାଦାମ

ଚିନାବାଦାମ

ଲଟା

୩.୦୨

୦.୪୧

୦.୭୪

୦.୧୪

୦.୫୨

୦.୭୦

ଆଖୁ

ଆଖୁ

୦.୧୪

୦.୦୮

୦.୪୦

ମୁଗ

ମୁଗ

କରଡା ବା ବୋତି

୪.୧୮

୦.୮୫

୧.୭୨

୦.୯୩

୩.୯୫

୧.୪୩

କୋଳଥ

ଦାନା

କରଡା ବା ବୋତି

୬.୦

୧.୦

୧.୦୦

୦.୩୧

-

-

ବୁଟ

ଦାନା

୫.୨୫

୧.୬୫

୪.୦୦

୧୦

ମଟର

କଞ୍ଚା ମଟର ଛୁଇଁ

୧.୨୫

୦.୪୫

୦.୯୦

୧୧

ଆଳୁ

ଆଳୁ

୦.୭୪

୦.୨୮

୧.୩୯

୧୨

ବିଲାତି ବାଇଗଣ

ବିଲାତି ବାଇଗଣ

୦.୩୩

୦.୧୧

୦.୪୪

୧୩

କଦଳୀ

କଦଳୀ

୦.୨୫

୦.୦୭

୦.୭୫

୧୪

ବନ୍ଧାକୋବି

ବନ୍ଧାକୋବି

୦.୩୧

୦.୦୬

୦.୨୫

 

ପୂର୍ବ ଅଭିଜ୍ଞତାରୁ ଜଣାଯାଇଛି ଯେ, ଉଚିତ ପରିମାଣର ରାସାୟନିକ ସାର ସହିତ ଜୈବିକ ସାର ପ୍ରୟୋଗ କଲେ ମୃତ୍ତିକାର ଉତ୍ପାଦିକା ଶକ୍ତି ବଢେ । ଯେତେଦୂର ସମ୍ଭବ ଜମିରେ ସବୁଜସାର ଚାଷ କଲେ, ଗୋବର ଗ୍ୟାସ ଛେଦେରା ଓ ଘୋଳ, ଗୋବର ଖତ ଓ ଫସଲର ଅବଶେଷ ଏବଂ ନଡାରୁ ତିଆରି କମ୍ପୋଷ୍ଟ ଇତ୍ୟାଦି ପ୍ରୟୋଗ ଦ୍ଵାରା ଫସଲକୁ ଖାଦ୍ୟ ଉପାଦାନ ଯୋଗାଇବା ସଙ୍ଗେ ସଙ୍ଗେ ମୃତ୍ତିକାର ଭୌତିକ ଓ ରାସାୟନିକ ଗୁଣର ଉନ୍ନତି ହୋଇଥାଏ । ରକଫସଫେଟ ଓ ଅଣୁଜୀବ ପ୍ରୟୋଗ କରି ଉନ୍ନତ ମାନର କମ୍ପୋଷ୍ଟ ତିଆରି କରାଯାଇପାରେ । ଜିଆ ଚାଷ କରି କମ୍ପୋଷ୍ଟ ତିଆରି କଲେ ଏହି କମ୍ପୋଷ୍ଟର ଗୁଣ, ବ୍ୟବହାର ଯୋଗ୍ୟତା ବୃଦ୍ଧି ପାଇଥାଏ ।

ଡାଲି ଓ ଛୁଇଁ ଫସଲର ବୃଦ୍ଧି

ଡାଲି ଜାତୀୟ ଫସଲରେ ଜୀବାଣୁ ପ୍ରୟୋଗ ଆବଶ୍ୟକ । ଉପଯୁକ୍ତ ରାଇଜୋବିୟମ ଜୀବାଣୁ ମଞ୍ଜି ସହିତ ଗୋଳାଇ ବୁଣିଲେ ଡାଲି ଓ ଛୁଇଁ ଜାତୀୟ ଫସଲର ବୃଦ୍ଧି ଅମଳ ବେଶୀ ହୋଇଥାଏ । ବୀଜାଣୁ କଲଚରରେ ବଢି ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ଗଛକୁ ସାହାଯ୍ୟ କରନ୍ତି । ଏହାଦ୍ୱାରା ଫସଲର ଯବକ୍ଷାରଜାନ ଉପାଦାନ ପାଇଁ ଆବଶ୍ୟକ ସାର ପରିମାଣ ହ୍ରାସ ପାଇଥାଏ । ଜୀବାଣୁ କଲଚର ବ୍ୟବହାରରେ ଅନ୍ୟୁନ ୩୦ କିଗ୍ରା ଯବକ୍ଷାରଜାନ ସଞ୍ଚିତ ହୋଇଥାଏ । ଫସଲ ପର୍ଯ୍ୟାୟରେ ଛୁଇଁ ଜାତୀୟ ଫସଲ ଓ କୃଷିଭିତ୍ତିକ ବନୀକରଣ ପର୍ଯ୍ୟାୟରେ ଯବକ୍ଷାରଜାନ ସଂଗ୍ରହ କରିପାରୁଥିବା ବହୁମୂଖୀ ଗଛ ଚାଷ ଅନ୍ତର୍ଭୁକ୍ତ କରିବା ଏକ ଉତ୍ତମ ବ୍ୟବସ୍ଥା । ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ, କୃଷିବିଭାଗ, ଭାରତ ସରକାରଙ୍କର କୃଷି ମନ୍ତ୍ରଣାଳୟ ଏବଂ ଘରୋଇ ସଂସ୍ଥା ମାନେ ଜୀବାଣୁ କଲଚର ତିଆରି ଓ ବଣ୍ଟନର ବ୍ୟବସ୍ଥା କରିଛନ୍ତି ।

ଏଣିକି ଭବିଷ୍ୟତରେ ଚାଷୀମାନେ ପ୍ରତ୍ୟେକ ଫସଲ ପାଇଁ ଅଲଗା ଅଲଗା ସାର ପ୍ରୟୋଗ ନକରି ବର୍ଷକୁ ଏକ ନିର୍ଦ୍ଧିଷ୍ଟ ଫସଲ ପର୍ଯ୍ୟାୟ ପାଇଁ ଏକ ସମନ୍ଵିତ ଖାଦ୍ୟ ଉପାଦାନ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବେ, ଯାହାଦ୍ୱାରା ସେମାନେ ରାସାୟନିକ ସାର ପ୍ରୟୋଗରୁ ଅଧିକ ଲାଭ ପାଇବା ସଙ୍ଗେ ସଙ୍ଗେ ମୃତ୍ତିକାର ଉର୍ବରତ୍ତା ଓ ଉତ୍ପାଦିକା ଶକ୍ତି ମଧ୍ୟ ବଜାୟ ରଖି ପାରିବେ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top