ସେଆର କରନ୍ତୁ

ଆଳୁ ଚାଷ

ଆଳୁ ଚାଷ କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ଆଳୁ ଆମ ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ପ୍ରଥମେ ଦକ୍ଷିଣ ଆମେରିକାରେ ଆଳୁ ଚାଷ ହେଉଥିଲା ବୋଲି ବିଶେଷଜ୍ଞ ମାନେ ମତ ଦେଇଥାନ୍ତି । ସେଠାରୁ ଏହା ଅନ୍ୟ ଦେଶମାନଙ୍କୁ ଯାଇଥିଲା ।

ଆମ ଭାରତବର୍ଷକୁ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ମାନଙ୍କ ଦ୍ଵାରା ଆଳୁ ଆସିଥିଲା । ଅବଶ୍ୟ ଆଜି କାଲି ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଆଳୁ ଚାଷ କରାଯାଉଅଛି ।

ଯଦିଓ ମୁଖ୍ୟତଃ ଏହା ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଆଳରୁ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ । ଅନେକ ସ୍ଥାନରେ ଆଳୁରୁ ଷ୍ଟାର୍ଚ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ଜଳବାୟୁ

ଆଳୁ ଏକ ଶୀତଦିନିଆ ଫସଲ । ଅଧିକ ଉତ୍ତାପ ହେଲେ ଫଳ ଭଲ ହୁଏ ନାହିଁ। ତେଣୁ ଶୀତଦିନେ ଏହା ଭଲ ଅମଳ ଦେଇଥାଏ ।

ଆଳୁର ଉନ୍ନତ କିସମ

ଆଳୁ ଚାଷର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ । ଆମ ରାଜ୍ୟ ପାଇଁ ଉପଯୋଗୀ ହେଉଥିବା କେତେକ ଉନ୍ନତ କିସମ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର, ଶିମିଳା ତରଫରୁ ବିକଶିତ ହୋଇଅଛି । ସେଗୁଡ଼ିକ ସାଧାରଣତଃ ଅଧିକ ଅମଳକ୍ଷମ ହେବା ସହ ରୋଗ ଓ ପୋକ ପ୍ରତିରୋଧକ ଗୁଣ ସମ୍ପନ୍ନ ।

ଅବଧି ଅନୁଯାୟୀ କିସମଗୁଡ଼ିକୁ ସାଧାରଣତଃ ତିନିଭାଗରେ ବିଭକ୍ତ କରାଯାଇଛି, ଯଥା  -

  1. ସଅଳ କିସମ (୭୦-୮୦ ଦିନ),
  2. ମମ କିସମ (୯୦- ୧୦୦ ଦିନ) ଓ
  3. ବିଳମ୍ବ କିସମ (୧୧୦-୧୨୦ ଦିନ)

ଆମ ରାଜ୍ୟରେ ଶୀତର ସ୍ୱଳ୍ପ ଅବଧ ଦୃଷ୍ଟିରୁ ସଅଳ ଓ ମଧ୍ୟମ କିସମ ଗୁଡ଼ିକ ଚାଷ ପାଇଁ ଅଧିକ ଉପଯୁକ୍ତ । ଆଳୁର ବିଭିନ୍ନ କିସମର ମୁଖ୍ୟ ଗୁଣଗୁଡ଼ିକ ନିମ୍ନରେ ବର୍ଣ୍ଣିତ ହୋଇଅଛି ।

ସଅଳ କିସମ

  • କୁଫ୍ରି ଚନ୍ଦ୍ରମୁଖୀ – ଏହା ୧୯୬୮ ମସିହାରେ ବିକଶିତ ହୋଇଥିଲା । ଏହାର ଫୁଲ ନାଲି-ବାଇଗଣୀ ରଙ୍ଗର । ଆଳୁଗୁଡ଼ିକ ଟିକିଏ ଲମ୍ବାଳିଆ ଓ ଧଳା କ୍ରିମ୍ ବା ସର ରଙ୍ଗର । ଆଖୁଗୁଡ଼ିକ ଅଗଭୀର ଏବଂ ଆଳର ଭିତର ରଙ୍ଗ ଧଳା । ଏହାର ଅବଧେ ୭୦-୮୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତ ହେକ୍ଟର ପ୍ରତି ୨୦୦- ୨୫୦ କ୍ଵିଣ୍ଟାଲ । ଏହାକୁ ଭଲରୂପେ ସାଇତି ହୁଏ । ଏହା ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ସମେତ ଅନେକ ରୋଗର ପ୍ରତିରୋଧ କରିପାରେ ନାହିଁ । ଏହା ରାନ୍ଧିବା ପାଇଁ ସହଜ ଏବଂ ସୁସ୍ଵାଦୁ । ତେଣୁ ଘରେ ଘରେ ଏହା ବିଶେଷ ଭାବରେ ଆଦୃତ ।
  • କୁଫ୍ରି ଅଶୋକ - ଏହାର ଫୁଲର ରଙ୍ଗ ନାଲି-ବାଇଗଣୀ । ଧଳା ସର ରଙ୍ଗର ଆଳୁଗୁଡ଼ିକ ଟିକିଏ ଲମ୍ବାଳିଆ । ଆଖିଗୁଡ଼ିକ ଅଗଭୀର ଏବଂ ଆଳୁ ଭିତରର ରଙ୍ଗ ଧଳା । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତ ହେକ୍ଟରପ୍ରତି ୨୫୦-୩୦୦ କ୍ଵିଣ୍ଟାଲ । ଏହା ବିଳମ୍ବ ପତ୍ର ପୋଡ଼ା ଓ ଭାଇରସ୍ ଜନିତ ରୋଗ ସମେତ ଅନେକ ରୋଗର ପ୍ରତିରୋଧ କରିପାରେ ନାହିଁ । ରାନ୍ଧିବା ପାଇଁ ଏହା ସହଜ ।
  • କୁଫ୍ରି ଜୱାହର ଫୁଲର ରଙ୍ଗ ଧଳା । ଆଳୁ ଗୁଡ଼ିକର ଉପର ରଙ୍ଗ ଧଳା କର ଓ ଭିତର ରଙ୍ଗ ଧଳା । ଆଳୁର ଆକୃତି ଇସତ୍ ଲମ୍ବାଳିଆ ଏବଂ ଆଖି ଗୁଡ଼ିକ ଅଗଭୀର । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ଵିଣ୍ଟାଲ । ବିଳମ୍ବ ପତ୍ର ପୋଡ଼ା ରୋଗ ପ୍ରତି ଏହାର ମଧ୍ୟମ ଧରଣର ଓ ଭାତୁଡ଼ି ରୋଗ ପ୍ରତି ସମ୍ପୂର୍ଣ୍ଣ ପ୍ରତିରୋଧକ ଶକ୍ତି ରହିଅଛି । ଅନ୍ତଃଫସଲ ପାଇଁ ଏହା ଅଧିକ ଉପଯୁକ୍ତ ।

ମଧ୍ୟମ କିସମ

  • କୁଫ୍ରି ପୁଖରାଜ ଏହାର ଫୁଲର ରଙ୍ଗ ଧଳା । ଆଳୁର ଉପର ରଙ୍ଗ ଧଳା ସର ଓ ଭିତର ରଙ୍ଗ ହଳଦିଆ । ଆଳୁଗୁଡ଼ିକ ଟିକିଏ ଲମ୍ବା ଓ ଆଖି ଗୁଡ଼ିକ ଅଗଭୀର । ଏହି କିସମର ଅବଧି ୮୦-୯୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେ କୃର ପ୍ରତି ୩୫ ୦-୪୦୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ । ଏହି କିସମ ଅଳ୍ପ ଦିନରେ ଏବଂ କମ୍ ସମ୍ବଳ ଉପଯୋଗ ହେଉଥିବା ଅବସ୍ଥାରେ ଅପେକ୍ଷାକୃତ ଅଧିକ ଅମଳ ଦେଇଥାଏ ।
  • କୁଫ୍ରି ସୂର୍ଯ୍ୟ ଆଳୁଗୁଡ଼ିକର ଉପର ଅଂଶର ରଙ୍ଗ ଧଳା ସର ହୋଇଥିବା ବେଳେ ଭିତରର ରଙ୍ଗ କ୍ରିମ୍ ବା ସର ପରି ହୋଇଥାଏ । ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦- ୩୫୦ ବିଲ୍ । ଏହି କିସମରେ ଛୋଟ ଆଳୁ ଅପେକ୍ଷା ବଡ଼ ଆଳୁ ଅଧିକ ସଂଖ୍ୟାରେ ହେଉଥିବାରୁ ଏହା ଫ୍ରେଞ୍ଚ ଫ୍ରାଇ ତିଆରି ପାଇଁ ଅଧିକ ଉପଯୁକ୍ତ । କମ୍ ଶୀତରେ ଭଲ ଆଳୁ ହେଉଥିବାରୁ ଏହି କିସମ ସଅଳ ଆଳୁ ଲଗାଇବା ପାଇଁ ଅଧିକ ଉପଯୁକ୍ତ ।
  • କୁଫ୍ରି ଜ୍ୟୋତି - ଏହା ଏକ ପୁରୁଣା କିସମ ହୋଇଥିବା ସତ୍ତ୍ୱେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଭାବେ ଆଦୃତ । ୧୯୬୮ ମସିହାରେ ଏହା ବିକଶିତ ହୋଇଥିଲା । ଏହାର ଫୁଲର ରଙ୍ଗ ଧଳା । ଆଳୁର ଉପର ଅଂଶର ରଙ୍ଗ ଧଳା ସର ଓ ଭିତରର ରଙ୍ଗ ଧଳା ଅଟେ । ଏହା ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଭଲ ଭାବରେ ଚାଷ କରାଯାଇପାରେ । ଆଖିଗୁଡ଼ିକ ଅଗଭୀର ଓ ଆଳୁର ଆକୃତି ସାମାନ୍ୟ ଲମ୍ବାଳିଆ। ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ ବିଲ୍ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧି ।
  • କୁଫ୍ରି ଲାଲିମା ଗଛର କାଣ୍ଡର ରଙ୍ଗ ପ୍ରାୟ ପାଟଳ । ଫୁଲର ରଙ୍ଗ ନାଲିବାଇଗଣୀ । ଆଳୁର ଉପର ଅଂଶ ଇସତ୍ ନାଲି କିନ୍ତୁ ଭିତରଟି ଧଳା । ଆଖୁଗୁଡ଼ିକ ମଧ୍ୟମ ଧରଣର ଗଭୀରିଆ । ଏହାର ଅବଧି ୯୦-୧୦୦ ଦିନ ଓ ହାରାହାରି ଉତ୍ପାଦନ କ୍ଷମତା ୨୦୦- ୨୫୦ କ୍ଵିଣ୍ଟାଲ। ଏହା ସଅଳ ପତ୍ରପୋଡ଼ା ରୋଗ ପ୍ରତିରୋଧ । ଆଳଗୁଡ଼ିକ ସିଝିବା ପାଇଁ ଅଧିକ ସମୟ ଦରକାର କରିଥାନ୍ତି ।
  • କୁଫ୍ରି ଅରୁଣ ଗଛର କାଣ୍ଡ ପାଟଳ ରଙ୍ଗର । ଆଳୁଗୁଡ଼ିକ ନାଲି, ସାମାନ୍ୟ ଲମ୍ବାଳିଆ ଓ ଆଖୁ ମଧ୍ୟମ ଧରଣର ଗଭୀରିଆ । ଆଳୁ ଭିତରଟି ସର ରଙ୍ଗର । କିସମର ଅବଧି ୯୦- ୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩ ୦୦– ୩୫୦ କ୍ଵିଣ୍ଟାଲ । ଏହା ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ । ଆଳୁଗୁଡ଼ିକ ଘରେ ସାଇତିଲେ ଜଦି ପଚି ଯାଉଥିବାରୁ ଦେଶୀ ଭଣ୍ଡାରରେ ରଖିବା ଏତେଟା ଉତ୍ସାହ ଜନକ ନୁହେଁ ।
  • କୁଫ୍ରି ବାଦଶାହ ଗଛର କାଣ୍ଡ ପାଟଳ ରଙ୍ଗର ଓ ଫୁଲ ଧଳା । ଆଳୁଗୁଡ଼ିକ ଧଳାସର ରଙ୍ଗର ଓ ଭିତରଟି ସଂପୂର୍ଣ୍ଣ ଧଳା । ଆଳୁର ଆକୃତି ଲମ୍ବାଳିଆ ଓ ଆଖି ଗୁଡ଼ିକ ଅଗଭୀର । ଏହାର ଅବଧି ୧୦୦-୧୧୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦- ୩୫୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ ।

ବିଳମ୍ବ କିସମ

  • କୁଫ୍ରି ସିନ୍ଦୁରି ଗଛର କାଣ୍ଡର ରଙ୍ଗ ମୁଖ୍ୟତଃ ନାଲି-ମାଟିଆ ଓ ଫୁଲର ରଙ୍ଗ ନାଲି-ବାଇଗଣୀ । ଆଳୁଗୁଡ଼ିକ ଗୋଲ ଓ ନାଲି ରଙ୍ଗର ଅଥଚ ଭିତରଟି ସର ରଙ୍ଗର । କିସମର ଅବଧି ୧୧୦-୧୨୦ ଦିନ ଓ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୩୦୦-୩୫୦ କ୍ଵିଣ୍ଟାଲ । ଏହା ଅଧିକ ଦିନ ସାଇତି ହୁଏ । ଏହା ସଅଳ ପତ୍ରପୋଡ଼ା ରୋଗ ପ୍ରତିରୋଧ । କମ୍ ସମ୍ବଳ ଉପଯୋଗ ପରିସ୍ଥିତି ପାଇଁ ଏହି କିସମ ଅତି ଅନୁକୂଳ ।

ମାଟି

ଆଳୁ ଚାଷ ପାଇଁ ଦୋରସା ପଟୁମାଟି ଖୁବ୍ ଉପଯୁକ୍ତ । କ୍ଷାରୀ ମାଟିରେ ଆଳୁର ଯାଦୁରା ରୋଗ ହେବାର ଆଶଙ୍କା ଥାଏ । କିନ୍ତୁ ମାଟି ସାମାନ୍ୟ ଅମ୍ଳ ରହିଲେ ଆଳୁ ଭଲ ହୁଏ । ଆମ ରାଜ୍ୟରେ ସାଧାରଣତଃ ଅକ୍ଟୋବର-ନଭେମ୍ବର ମାସରେ ଆଳୁ ଲଗାଯାଏ । ତେବେ କୋରାପୁଟ, ଫୁଲବାଣୀ ପ୍ରଭୃତି ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଆଳୁ ଚାଷ କରାଯାଇପାରିବ । ଆଳୁ ଗଛ ବଢ଼ିବା ପାଇଁ ପ୍ରଥମ ଅବସ୍ଥାରେ ଅଧିକ ଉତ୍ତାପ ଦରକାର ହୋଇଥାଏ । କିନ୍ତୁ ଫଳିବା ସମୟରେ କମ୍ ଉତ୍ତାପ ଦରକାର ।

ଚାଷ ପ୍ରଣାଳୀ

ଆଳୁ ପାଇଁ ଭଲ ଚାଷ ଦରକାର । ଲୁହା ଲଙ୍ଗଲରେ ୨– ୩ ଥର ଚାଷ କରି ଚକ୍ରବିଦା ଇତ୍ୟାଦି ଚଳାଇ ମାଟିକୁ ଗୁଣ୍ଡ କରିଦେବା ଉଚିତ୍ । ଚାଷ ସମୟରେ ଏକର ପିଛା ପ୍ରାୟ ୮-୧୦ ଗାଡ଼ି ଭଲ ଖତ ଦେଇ ମାଟିରେ ମିଶାଇ ଦେବା ଆବଶ୍ୟକ ।

ଆଳୁ ସାଧାରଣତଃ ଗୋଟା କିମ୍ବା କଟା ଭାବରେ ଲଗାଯାଏ । ଗୋଟା ଲଗାଇବାକୁ ହେଲେ ପ୍ରାୟ ୫୦ ଗ୍ରାମ୍ ଓଜନର ଆଳୁକୁ ବିହନ କରିବା ଉଚିତ୍ । କିନ୍ତୁ ଆଜି କାଲି ପ୍ରାୟ ବଡ଼ ବଡ଼ ଆଳୁ ବିହନକୁ କାଟି ଲଗାଯାଏ । କାଟିବା ବେଳେ ପ୍ରତି ଖଣ୍ଡରେ ୨ଟି ଆଖି ଥିବା ଦରକାର ଓ ପ୍ରତି ଖଣ୍ଡକର ଓଜନ ୫୦ ଗ୍ରାମରୁ କମ୍  ହେବା ଉଚିତ୍ ନୁହେଁ । ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଉଚିତ୍ । ପଚାଶ ଲିଟର ପାଣିରେ (ଗୋଟିଏ ବାତିରେ ପ୍ରାୟ ୧୦ ଲିଟର ପାଣି ଧରିଥାଏ) ୧୨୫ ରୁ ୨୫୦ ଗ୍ରାମ୍ ହିସାବରେ ଡିଥେନ୍ ଏମ୍-୪୫ କୁ ଗୋଳାଇ ଆଳୁ ଲଗାଇବା ପୂର୍ବରୁ ହିଁ ରେ ବୁଡ଼ାଇ ଲଗାଇବା ଉଚିତ୍ । ଆଜିକାଲି ଏମିଶାନ୍ - ୬ ନାମକ ଔଷଧ ଦ୍ଵାରା ମଧ୍ୟ ବିହନ ବିଶୋଧନ କରାଯାଇ ପାରିବ । ପ୍ରତି ୧ ଲିଟର ପାଣିରେ ୨-୩ ଗ୍ରାମ୍ ଏମିଶାନ୍ ଗୋଳାଇ ତହିଁରେ ଆଳୁ ବିହନକୁ ୧୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ବିଶୋଧନ କରାଯାଇପାରିବ ।

ବିଶୋଧନ କରିବା ପରେ ବିହନକୁ ଛାଇରେ ଶୁଖାଇ ଲଗାଇବା ଦରକାର । ଏକ ଏକର ପାଇଁ ୫ ରୁ ୬ କ୍ଵିଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ । କାରଣ ବଡ଼ ଆକାରର ବିହନ ଲଗାଇଲେ ଅଧିକ ଆଳୁ ଦରକାର ହୋଇଥାଏ ।

ଲଗାଇବା ପ୍ରଣାଳୀ

ଭଲ ଅମଳ ପାଇବା ପାଇଁ ଅକ୍ଟୋବର-ନଭେମ୍ବର ମାସରେ ଆଳୁ ଲଗାଇବା ଉଚିତ୍ । ଗଢା ହୋଇଥିବା ବିହନ ଲଗାଇବା ସବୁବେଳେ ଭଲ । କାରଣ ଗଜା ନ ହୋଇଥିଲେ ସବୁ ଆଖିରୁ ଏକ ସମୟରେ ଗଛ ବାହାରେ ନାହିଁ ।

ଆଳୁକୁ ସିଆରରେ ଲଗାଯାଏ । ଦୁଇ ସିଆର ଭିତରେ ବ୍ୟବଧାନ ପ୍ରାୟ ୨ ଫୁଟ ରଖନ୍ତୁ । ସିଆର ଭିତରେ ୮ ଇଞ୍ଚ ଛଡ଼ାରେ ବିହନ ଲଗାନ୍ତୁ । ପ୍ରଥମେ ସିଆର କରିସାରି ହେଁ ରେ ଖତ ଓ ଆବଶ୍ୟକ ପରିମାଣର ସାର ଦେଇ ମାଟିକୁ ଘୋଡ଼ାଇ ଦିଅନ୍ତୁ । ମାଟି ଉପରେ ବିହନ ରଖି ପୁନଶ୍ଚ ସେଗୁଡ଼ିକୁ ମାଟିରେ ଘୋଡ଼ାଇ ଦିଅନ୍ତୁ । ମନେରଖନ୍ତୁ, ଜମିରେ ପାଗ ଥିଲାବେଳେ ଆଳୁ ଲଗାଇବା ଉଚିତ୍ । ତା ନହେଲେ ଲଗାଇ ସାରିବା ପରେ ପାଣି ଦେଲେ ଉପର ମାଟି ଟାଣ ହୋଇଯାଏ, ଯାହା ଫଳରେ ଗଛ ବାହାରିବାକୁ ଡେରି ହୋଇଥାଏ ।

ସାର ପ୍ରୟୋଗ

ଭଲ ଚାଷୀ ହିସାବରେ ସବୁବେଳେ ମାଟି ପରୀକ୍ଷା କରି ସାର ଦେବା ଉଚିତ୍ । ତେବେ ମାଟି ପରୀକ୍ଷା ନ ହୋଇଥିଲେ ଆଳୁ ପାଇଁ ଏକର ପିଛା ୧୦୫ କିଲୋଗ୍ରାମ୍ ୟୁରିଆ ବା ୨୪୦ କିଲୋଗ୍ରାମ୍ ଆମୋନିଅମ ସଫେଟ୍, ୨୦୦ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍, ୮୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ । ଏହି ହିସାବରେ ଗୁଣ୍ଠ (୧ ଏକର = ୨୫ ଗୁଣ୍ଠ) ପିଛି। ପ୍ରାୟ ୪ କିଲେ। ୟୁରିଆ, ୮ କିଲୋ ସିଙ୍ଗଲ ସୁପର ଫସ୍ ଫେଟ୍ ଓ ୩ କିଲୋ। ୨୦୦ ଗ୍ରାମ୍ ମ୍ୟୁରେଟ  ଅଫ୍ ପଟାସ୍ ସାର ଆବଶ୍ୟକ ହେବ।

ଏହି ସାରରୁ ସବୁତକ ସିଙ୍ଗଲ ସୁପର ଫସ୍‌ଫେଟ୍, ଅଧେ ପଟାସ୍ ଓ ତିନିଭାଗରୁ ଏକ ଭାଗ ୟୁରିଆ ବା ଆମୋନିୟମ ସଫେଟ୍ ଆଳୁ ଲଗାଇଲା ବେଳେ ସିଆରରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଅବଶିଷ୍ଟ ୟୁରିଆ ବା ଆମୋନିୟମ୍ ସଫେଟ୍ ସାରକୁ ଦୁଇଭାଗ କରି ଏକ ଭାଗ ପ୍ରଥମ ହୁଡ଼ା ଟେକିବା ବେଳେ ଓ ଅନ୍ୟ ଭାଗଟି ଦ୍ଵିତୀୟ ଥର ହୁଡ଼ା ଟେକିବା ବେଳେ ପ୍ରୟୋଗ କରନ୍ତୁ । ଅବଶିଷ୍ଟ ପରିମାଣର ପଟାସ୍‌କୁ ଦ୍ଵିତୀୟ ଥର ହୁଡ଼ା ଟେକିବା ବେଳେ ପ୍ରୟୋଗ କରନ୍ତୁ ।

ଆଳୁ ଲଗାଇବାର ୨୫–୩୦ ଦିନ ପରେ ଘାସ ବାଛି ହୁଡ଼ା ଟେକି ଦିଅନ୍ତୁ । ଏହାର ୧୫ ରୁ ୨୦ ଦିନ ପରେ ଦ୍ଵିତୀୟ ଥର ହୁଡ଼ା ଟେକି ଦିଅନ୍ତୁ ।

ଜଳସେଚନ

ଆଳୁ ଲଗାଇବା ବେଳେ ସିଞ୍ଚା ପାଣିଦେଲେ ଗଛ ଶୀଘ୍ର ଉଠିଥାଏ । ପ୍ରଥମ ହୁଡ଼ା ଟେକିବା ପରେ ସିଆରରେ ଜଳସେଚନ କରିବା ଆବଶ୍ୟକ । କିନ୍ତୁ ଆବଶ୍ୟକ ପରିମାଣଠାରୁ ଅଧିକ ପାଣି ମଡ଼ାଇବା ଉଚିତ୍ ନୁହେଁ । ସିଆରରେ ପାଣି ଉଠିଲାବେଳେ ପାଣିସ୍ତର ହୁଡ଼ାର ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ରହିବା ଦରକାର । ଆଳୁ ଅମଳ କରିବାର ୧୫ ଦିନ ପୂର୍ବରୁ ପାଣି ବନ୍ଦ କରିଦେବା ଉଚିତ୍ ।

ଅମଳ

ଭଲ ଭାବରେ ଚାଷ କଲେ ଏକ ଏକର ବିଲରୁ ୧୦୦-୧୨୦ କ୍ରିୟା ଅମଳ ମିଳିପାରିବ । ଆଳୁ ଅମଳ ପରେ ଏହାକୁ ସାଇତି ରଖିବା ପାଇଁ ବିହୀତ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । ବିଭିନ୍ନ ଆକାରର ଆଳୁକୁ ଅଲଗା କରିବା ଉଚିତ୍ । ତେବେ ଅଧିକ ଦିନ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାରରେ ଆଳୁ ରଖିବା ଆବଶ୍ୟକ ।

ରୋଗ ଓ ପୋକ

ଆଳୁ ଫସଲରେ ହେଉଥିବା ରୋଗମାନଙ୍କ ମଧ୍ୟରେ ସଅଳ ବ୍ରାଇଟ ଓ ବିଳମ୍ବ ବ୍ରାଇଟ୍ ଅନ୍ୟତମ ।

ସଅଳ ବ୍ଲାଇଟ୍ (Early blight)

ଏହି ରୋଗ ଡିସେମ୍ବର ମାସରୁ ଜାନୁଆରୀ ମାସ ଭିତରେ ଦେଖାଯାଏ। ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଛୋଟ ଛୋଟ ଦାଗ ଦେଖାଯାଏ । ରୋଗ ବେଶି ହେଲେ ଗଛର ପତ୍ର ଝଡ଼ିପଡ଼େ, ଏଥିସହିତ ଡେମ୍ଫ, ଡାଳ ଓ ଆଳୁ ମଧ୍ୟ ଆକ୍ରାନ୍ତ ହୁଏ ।

ଏଥିରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧ ବିହନ ଲଗାଇବା ଆବଶ୍ୟକ । ତା’ ଛଡ଼ା ବିହନକୁ ରୋଗମୁକ୍ତ କରିବା ପାଇଁ ଲଗାଇବା ପୂର୍ବରୁ ଆଳୁକୁ ପ୍ରତି ଏକ । ଲିଟର ପାଣିରେ ୪ ଗ୍ରାମ୍ ହିସାବରେ ଡିଥେନ୍ ଏମ୍– ୪୫ ଦ୍ରବଣରେ ୨୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ଲଗାଇବା ଉଚିତ୍ । ଏହାଛଡ଼ା ଏକର ପିଛା ୧ କିଲୋଗ୍ରାମ୍ ଡିଥେନ୍ । ଜେଜ୍-୭୮ ବା ୭୫୦ ଗ୍ରାମ୍ ଡିଥେନ୍ ଏମ୍- ୪୫ କୁ ୨୦୦ ଲିଟର ପାଣିରେ ମିଶାଇ ପ୍ରତି ୧୦ ଦିନ ବ୍ୟବଧାନରେ ତିନିଥର ଆଳୁ କିଆରୀରେ ସ୍ପ୍ରେ କରିବା ଆବଶ୍ୟକ ।

ବିଳମ୍ବ ବ୍ଳାଇଟ (Late blight)

ଏହା ଡେରିରେ ହେଉଥିବାରୁ ଏପରି ନାମକରଣ ହୋଇଛି । ସାଧାରଣତଃ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଏହି ରୋଗ ଦେଖାଯାଏ । ଏହି ରୋଗ ହେଲେ ପତ୍ର ଧାରରେ ବାଦାମୀ ରଙ୍ଗର ଦାଗ ଦେଖାଯାଏ । ଥଣ୍ଡା ମେଘୁଆ ପାଗ ସହିତ ବର୍ଷା ହେଲେ ଏହି ଦାଗ ଗୁଡ଼ିକ ଦୃତ ଗତିରେ ବଢ଼ି ସମ୍ପୂର୍ଣ୍ଣ ପତ୍ର ଓ କାଣ୍ଡକୁ ଆକ୍ରାନ୍ତ କରିଥାଏ ।

ଏହି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଅକ୍ଟୋବର ପ୍ରଥମ ଭାଗରେ କିମ୍ବା ନଭେମ୍ବର ଶେଷ ବେଳକୁ ଆଳୁ ଲଗାଇବା ଦରକାର । ଏକର ପିଛା ୧ କିଲୋଗ୍ରାମ୍ ଡିଥେନ୍ ଜେଡ଼ି-୭୮ ବା ୭୫୦ ଗ୍ରାମ୍ ଡିଥେନ୍ ଏମ୍-୪୫କୁ ୨୦୦ ଲିଟର ପାଣିରେ ଗୋଳାଇ ପ୍ରତି ୧୦ ଦିନ ଅନ୍ତରରେ ତିନିଥର ଗ୍ରେ କଲେ ଏହି ରୋଗ ଦାଉରୁ ରକ୍ଷା ମିଳିପାରିବ ।

ଯାଦୁରା ରୋଗ

ତାପମାତ୍ରା ଅଧିକ ହେଲେ ଏହି ରୋଗ ଦେଖାଯାଏ । ରୋଗଟି କେବଳ ଅମଳ ସମୟରେ ଚିହ୍ନାପଡ଼େ । ଏହି ରୋଗ ହେଲେ ଆଳୁ ଉପରେ କଳା ବା ବାଦାମୀ ରଙ୍ଗର ଗୋଲାକାର କିମ୍ବା ତାରା ପରି ଚିହ୍ନ ସୃଷ୍ଟି ହୁଏ । ଏହି ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ଆଳୁ ଲଗାଇବା ପୂର୍ବରୁ ଶତକଡ଼ା ୦.୫ ଭାଗ ଏମିସାନ୍ ଦ୍ରବଣରେ ୨୦ ମିନିଟ୍ ପର୍ଯ୍ୟନ୍ତ ବିହନକୁ ବୁଡ଼ାଇ ଲଗାଇବା ଉଚିତ୍, ଏକର ପିଛା ୧୨ କିଲୋଗ୍ରାମ ହିସାବରେ ବ୍ରାସିକଲ ପ୍ରୟୋଗ କଲେ ମଧ୍ୟ ଏହି ରୋଗ ଦାଉରୁ ରକ୍ଷା ମିଳିଥାଏ ।

ପୋକ

ଆଳୁ ଫସଲରେ ଆଫିଡ଼, ଜଉପୋକ, କଟାପୋକ ଆଦି ଅନେକ ପ୍ରକାରର ପୋକ ଲାଗିଥାନ୍ତି, ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଏକର ପିଛା ୧୦ କିଲୋଗ୍ରାମ୍ ଫେନି ଟ୍ରୋଥିଅନ ଗଛ ମୂଳରେ ମାଟିରେ ପ୍ରୟୋଗ କରିବା ଆବଶ୍ୟକ । ଏହାଛଡ଼ା ଏକର ପିଛା ୩୦୦ ମିଲିଲିଟର ଏଣ୍ଡୋସଲ୍‌ଫାନ୍ କିମ୍ବା ୮୦୦ ଗ୍ରାମ୍ କାର୍ବାରିଲ୍ କିମ୍ବା ୪୦୦ ମିଲିଲିଟର କୁଇନାଫସ୍ କିମ୍ବା ୪୦୦ ମିଲିଲିଟର ଫାସାଲୋନ୍ କିମ୍ବା ୪୦୦ ମିଲିଲିଟର ଡାଇମିଥଏଟ୍ ପ୍ରୟୋଗ କଲେ ମଧ୍ୟ ଏସବୁ ପୋକ ଦାଉରୁ ରକ୍ଷା ମିଳିପାରିବ ।

ମନେରଖନ୍ତୁ

  • ଉନ୍ନତ କିସମର ଅଧିକ ଅମଳକ୍ଷମ ବିହନ ଚାଷ କରନ୍ତୁ ।
  • ଲଗାଇବା ପୂର୍ବରୁ ବିହନ ବିଶୋଧନ କରନ୍ତୁ ।
  • ଗଜା ହୋଇଥିବା ବିହନ ଲଗାଇଲେ ଅଧିକ ସଂଖ୍ୟାରେ ଗଛ ହୋଇଥାଏ ।
  • ବଡ଼ ଆକାରରେ ବିହନ ଲଗାଇଲେ ଗଛ ହୃଷ୍ଟପୁଷ୍ଟ ହୁଏ ।
  • ଅନୁମୋଦିତ ପରିମାଣରେ ରାସାୟନିକ ସାର ପ୍ରୟୋଗ କରନ୍ତୁ ।
  • ଫସଲକୁ ରୋଗ, ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ବିହିତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଆଧାର - "ଓୟୁଏଟି"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top