ହୋମ / କୃଷି / କୃଷି ଉଦ୍ୟୋଗ / ଉତ୍କୃଷ୍ଟ ସାର କଦଳୀ ଚୋପା
ସେଆର କରନ୍ତୁ

ଉତ୍କୃଷ୍ଟ ସାର କଦଳୀ ଚୋପା

କଦଳୀ ଚୋପା ମଧ୍ୟ ଉପାଦେୟ । ଏହାର ଚୋପାକୁ ଗଛ ଲତା ନିମନ୍ତେ ଉତ୍କୃଷ୍ଟ ସାର ଭାବେ ବ୍ୟବହାର କରାଯାଇପାରିବ ।

ଉତ୍କୃଷ୍ଟ ସାର

କଦଳୀ ମଣିଷ ଶରୀରକୁ ଶକ୍ତି ଓ ଜଳୀୟ ଅଂଶ ଯୋଗାଣର ଏକ ପ୍ରମୁଖ  ଉତ୍ସ ଭାବେ ସୁପରିଚିତ । ତେବେ ଏହାର  ଚୋପା ମଧ୍ୟ ଉପାଦେୟ । ଏକଥା କିନ୍ତୁ  ଅନେକ ଜାଣିନାହାନ୍ତି ।

ଏହାର ଚୋପାକୁ ଗଛ ଲତା ନିମନ୍ତେ ଉତ୍କୃଷ୍ଟ ସାର ଭାବେ ବ୍ୟବହାର କରାଯାଇପାରିବ ।

କଦଳୀ ଆମ ଶରୀରକୁ ଯେଉଁଭଳି ପୁଷ୍ଟିସାଧନ ଯୋଗାଏ ତାହାର ଚୋପା ଠିକ୍ ସେହିଭଳି ଉଦ୍ଭିଦ ପାଇଁ ଅତି ଉତ୍ତମ କମ୍ପୋଷ୍ଟ ସାର ହୋଇପାରିବ ।

କଦଳୀ ଚୋପାରୁ କମ୍ପୋଷ୍ଟ

କଦଳୀ ଚୋପାରୁ କମ୍ପୋଷ୍ଟ ତିନିଟି ଉପାୟରେ ପ୍ରସ୍ତୁତ କରାଯାଇପାରିବ ।

  • କଦଳୀ ଚୋପାକୁ ଖଣ୍ଡଖଣ୍ଡ କରି କାଟି ତାହାକୁ ନିୟମିତ କମ୍ପୋଷ୍ଟରେ ମିଶାଇ ଗଛରେ ବ୍ୟବହାର କରାଯାଇପାରିବ ଅଥବା ସିଧାସଳଖ ମାଟିରେ ମିଶାଯାଇପାରିବ । ଅଳ୍ପ କିଛିଦିନ ମଧ୍ୟରେ ଏହା ଆପେ  ଆପେ କମ୍ପୋଷ୍ଟ ଖତରେ ପରିଣତ ହୋଇ ଗଛକୁ ବଢିବା ନିମନ୍ତେ ଶକ୍ତି ଯୋଗାଇବ ।
  • କଦଳୀ ଚୋପାକୁ ଛୋଟଛୋଟ ଆକାରରେ କାଟି ଏହାକୁ ଏକ ସ୍ପ୍ରେ କେନ୍ ରେ ରଖନ୍ତୁ । କେନ୍ ର ଅଧା ପର୍ଯ୍ୟନ୍ତ କିଛି ଉଷୁମ ପାଣି ଭର୍ତ୍ତି କରନ୍ତୁ । ତାହାକୁ ସେହିଭଳି ଏକ ସପ୍ତାହ ରଖିଦିଅନ୍ତୁ ।  କଦଳୀ ଚୋପା ସଢି ତାହା ପାଣିରେ ମିଶିଯିବା ପର୍ଯ୍ୟନ୍ତ ସେହିଭଳି ରଖାଯାଉ । ସେହି ମିଶ୍ରଣକୁ ଗଛରେ ସିଞ୍ଚନ କରାଯାଇପାରିବ ।
  • ଯଦି ତୁରନ୍ତ କଦଳୀ ଚୋପା କମ୍ପୋଷ୍ଟ ଦରକାର ତେବେ କଦଳୀ ଚୋପାକୁ କିଛି ଗରମ ପାଣିରେ ପକାଇ ତାହାକୁ ମାଟିରେ ମିଶାଇ ଦିଅନ୍ତୁ ।

ଆଧାର – ଦୈନିକ  ପ୍ରମେୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top