ହୋମ / କୃଷି / କୃଷି ଉଦ୍ୟୋଗ / ଉନ୍ନତ ପ୍ରଣାଳୀରେ କଦଳୀ ଚାଷ
ସେଆର କରନ୍ତୁ

ଉନ୍ନତ ପ୍ରଣାଳୀରେ କଦଳୀ ଚାଷ

ଭାରତୀୟ ଫଳମାନଙ୍କ ମଧ୍ୟରେ କଦଳୀର ସ୍ଥାନ ସ୍ଵତନ୍ତ୍ର ।

ଭାରତୀୟ ଫଳମାନଙ୍କ ମଧ୍ୟରେ କଦଳୀର ସ୍ଥାନ ସ୍ଵତନ୍ତ୍ର   । ଅନ୍ୟାନ୍ୟ ଫଳ ଓ ପନିପରିବା ତୁଳନାରେ ଏଥିରୁ ଅଧିକ ପରିମାଣରେ ଭିଟାମିନ , ପୃଷ୍ଟିସାର, ଫସଫରସ ଏବଂ ଲୌହଜାତୀୟା ଖାଦ୍ୟ ଶକ୍ତି ମିଳିଥାଏ   । କଞ୍ଚା ଫଳକୁ ତରକାରୀ ରୂପେ ଏବଂ ପାଚିଲା ଫଳକୁ ସିଧା ଖିଆଯାଏ   ।  ବିବାହ , ବ୍ରତ, ପୂଜାପର୍ବ ଆଦି ଶୁଭ କାର୍ଯ୍ୟଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ସବୁ କାମରେ କଳଦୀର ଅବଶ୍ୟକତା ଅପରିହାର୍ଯ୍ୟ   । କଦଳୀକୁ ରୂପାନ୍ତରିତ କରାଯାଇ ସେଥିରୁ ଜାମ, ବିସ୍କୁଟ, ଟିପ୍ସ, ମୃଦୁ ପାନୀଯ ଏବଂ ଅନ୍ୟାନ୍ୟ ବ୍ୟବହୃତ ଜିନିଷ ତିଆରି କରାଯାଏ  । କଦଳୀ ମଞ୍ଜା ଏବଂ କଦଳୀ ଭଣ୍ଡା ମଧ୍ୟ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ   । ଖାଇବା ପାଇଁ କଳଦୀ ପତ୍ର ଥଳି ରୂପେ ଅନେକ ସମୟରେ ବ୍ୟବହାର କରାଯାଏ  । କଦଳୀ ଗଛର କାଣ୍ଡକୁ ରୂପାନ୍ତରିତ କରି ସେଥିରୁ ଟିସୁ ପେପର , କାଗଜ ଇତ୍ୟାଦି ପ୍ରସ୍ତୁତ କରାଯାଏ   । କଦଳୀକୁ ଏକ ଅର୍ଥକାରୀ ଫସଲ ହିସାବରେ ଗ୍ରହଣ କରି ଏବଂ ବୈଜ୍ଞାନିକ  ପଦ୍ଧତିରେ ଏହି ଚାଷର ବହୁଳ ପ୍ରସାର କରିବା ଦ୍ଵାରା ଓଡିଶାର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲିଖିତ ହେବ   ।

ମୃତ୍ତିକା ଓ ଜଳବାୟୁ

କଦଳୀ ସବୁପ୍ରକାର ମୃତ୍ତିକାରେ ଚାଷ କରାଯାଇପରେ କିନ୍ତୁ ଜୈବିକ ପଦାର୍ଥଯୁକ୍ତ ଗଭୀର ପଟୁମାଟି , ଦୋରସା ନିଗିଡା ମାଟି ବ୍ୟବସାୟିକ ଭିତ୍ତିରେ କଦଳୀ ଚାଷ ପାଇଁ ଉତ୍କୃଷ୍ଟ  । ଏହି ଫସଲର ପାଇଁ ମୃତ୍ତିକାର ଅମ୍ଳତା ୫.୫-୭.୦ ଥିବା ଜରୁରୀ  । କଦଳୀ ଗଛର ଚେର ଭିତରକୁ ବେଶୀ ଯାଇପାରୁ ନ ଥିବାରୁ ମୂଳରେ ପାଣି ଜମିରହିଲେ ଫସଲ ଭଲ ହୁଏ ନାହିଁ  । ସାମୟିକ ଭାବରେ ପାଣି ଜମି ରହିଲେ କଦଳୀ ଗଛ ସଦ୍ୟ କରିପାରି କିନ୍ତୁ ଦୀର୍ଘଦିନ ଧରି ପାଣି ରହିଲେ ଗଛର ବୃଦ୍ଧି ଓ ଉତ୍ପାଦନ କ୍ଷମତା କମି ଥିବାରୁ ଦେଖାଯାଏ   ।

ଏହି ସବୁ ଉଷ୍ଣ ଓ ଆର୍ଦ୍ରଜଳବାୟୁରେ ଭଲ ଉତ୍ପାଦନ ହୋଇଥାଏ   । ଏଥିପାଇଁ ବର୍ଷସାର ଯଥେଷ୍ଟ ବର୍ଷା ଦରକାର  । ବାର୍ଷିକ ବୃଷ୍ଟି ପାଟ ୧୨୦୦ ମି ମି ରୁ ଅଧିକ ଏହି ଫସଲ ପାଇଁ ଉପଯୋଗୀ  । ଏହି ଚାଷ ୨୦ -୩୬ ସେ ଗ୍ରେ ତାପମାତ୍ରାରେ ଚାଷ କରାଯାଇ ପାରିବ   । ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ କେଏମ ଉତ୍ତପାରେ ଗଛର ବୃଦ୍ଧି ହୁଏ ନାହିଁ  । ଶୀତଋତୁରେ ପ୍ରବଳ ଶୀତ ଓ ଗ୍ରୀଷ୍ମ ଋତୁରେ ପ୍ରବଳ ବେଗରେ ପବନ ଏହି ଚାଷର ଶତ୍ରୁ ଅଟନ୍ତି  । ଏହାକୁ ସମୁଦ୍ର ପତ୍ତନ ଠାରୁ ୧୨୦୦ ମି ଉଚ୍ଚତା ପର୍ଯ୍ୟନ୍ତ ଜଳବାୟୁରେ ଚାଷ କରାଯାଇପାରିବ  । ଗଛରୁ ପବନ  ଦାଉ ରୁ ରକ୍ଷା କରିବା ପାଇଁ କୃତ୍ରିମ ବାଦରେ ମଧ୍ୟ ବ୍ୟବସ୍ଥା କରାଯାଇ ପାରିବ   ।

କିସମ

ମୁଖ୍ୟତଃ ଦୁଇ ପ୍ରକାରର କଦଳୀ ଚାଷ କରାଯାଇଥାଏ  , ପାଚିଲା କଦଳୀ ଏବଂ କଞ୍ଚା କଦଳୀ   । ହଳଦିଆ ରଙ୍ଗର ପାଚିଲା କଦଳୀ ବହୁତ ଲୋକପ୍ରିୟ ଏବଂ ତାହାର କିସମ ଗୁଡିକ ହେଲା ଚମ୍ଫା , ଚକ୍ରକେଳି, ପାଟକପୁରା ଇତ୍ୟାଦି  । ସବୁଜ ରଙ୍ଗର ପାଚିଲା କଦଳୀ ଧୀରେ ଧୀରେ ଲୋକପ୍ରିୟ ହୋଇ ଆସୁଛି ଯେହେତୁ ଏଗୁଡିକ ହେଉଛି ବାମନ ଜାତୀୟ । ଏହି କିସମ ଗୁଡିକରେ ଝାଉଁଳା ରୋଗ ଲାଗେ ନାହିଁ  କିନ୍ତୁ ପତ୍ରଦାଗ ରୋଗ ବେଶୀ ହୋଇଥାଏ  । ଏହି ଅନ୍ତର୍ଭୁକ୍ତ କିସମ ଗୁଡିକ ହେଲା , ରୋବଷ୍ଟା, କାଭେଣ୍ଡିସ  ।

ପାରିବା ଶ୍ରେଣୀରେ କଳଦୀର କିସମ ହେଲା ବନ୍ତଳ ଏବଂ ବତିଶା ଗଛ ଗୁଡିକ ଡେଙ୍ଗା ହୋଇଥାନ୍ତି   ।

ବଂଶ ବିସ୍ତାର

କଦଳୀ ଚାଷ ପାଇଁ ସାଧାରଣତଃ ଦୁଇ ପ୍ରକାରର ପୁଆ ବ୍ୟବହାର କରାଯାଏ  । ଶିଙ୍ଗାପୁଆ ଗୁଡିକ ଦେଖିବାକୁ ଖଣ୍ଡାପରି ଏବଂ ତଳଆଡୁ ମୋଟା ହୋଇ ଉପରଆଡକୁ ସରୁ ହୋଇଥାଏ   । ଏହି ପୁଆ ବଂଶ ବୃଦ୍ଧି ପାଇଁ ଏବଂ ବ୍ୟବସାୟିକ ଦୃଷ୍ଟିରୁ ବହୁତ ଭଲ ପାଣିପୁଆ ଗୁଡିକ ମୂଳତୁ ଅଗ ପର୍ଯ୍ୟନ୍ତ ସମାନ ମୋଟେଇ ଏବଂ ପତ୍ରଗୁଡିକ ଚଉଡା ହୋଇଥାଏ   । ବ୍ୟବ ସାୟିକ ଦୃଷ୍ଟିକୋଣରୁ ଏହି ପୁଆ ଗୁଡିକ ଭଲ ନୁହେଁ   ।

ବର୍ତ୍ତମାନ ଆଧୁନିକ ପେଶୀପୋଷଣ ପଦ୍ଧତିରେ ଅଳ୍ପସମୟରେ ରୋଗପୋକ ପ୍ରତିରୋଧ ଶକ୍ତିଥିବା ଉନ୍ନତ କଦଳୀ ଚାରା ଉତ୍ପାଦନ କରାଯାଇପାରୁଛି  । ଏଥିରେ ଏକ ସମୟରେ ସମସ୍ତ ଫଳ ଅମଳ ହୋଇପାରେ ଏବଂ ବଜାରକୁ ଏକସଙ୍ଗରେ ନିଆଯାଇପରେ ଯାହାଦ୍ଵାରା କି ସ୍ଥାନାନ୍ତରିଣ ଖର୍ଚ୍ଚ କମ ହୋଇଥାଏ  । ଏଥିରୁ ଯଥେଷ୍ଟ ଅଧିକ ଅମଳ ମ୍ଳେ ଏବଂ ଚାଷୀ ବହୁତ ଲାଭବାନ ହୋଇଥାନ୍ତି  ।

ଚାରା ରୋପଣ ସମୟ

ଡେଙ୍ଗା ଗଛକୁ ଜ୍ୟେଷ୍ଠ ମାସରେ ଏବଂ ବମନ ଗଛକୁ କାର୍ତ୍ତିକ – ମାର୍ଗମାସ ଭିତରେ ଲଗାଯାଇଥାଏ   । ଏପରି ଭାବେ ଲଗାଯାଏ ଯେ ଯେପରି ବୟସ ଅନୁସାରେ ବର୍ଷା ସମୟରେ କାନ୍ଦି ଆସେ   ।  ପେଶୀପୋଷଣ ପଦ୍ଧତିରେ ଉତ୍ପାଦିତ କଳଦୀଚାରା ଜଳସେଚନ ବ୍ୟବସ୍ଥା ଥିବା ଅଞ୍ଚଳରେ ଖରାଦିନକୁ ଛାଡି ବର୍ଷର ପ୍ରାୟ ସବୁ ସମୟରେ ଲଗାଯାଇପାରିବ   ।

ଜମି ପ୍ରସ୍ତୁତ ଓ ରୋପଣ ବିଧି

ଜମି ରୁ ଘସ୍ଫ ଏବଂ ଅନ୍ୟାନ୍ୟ ଗଛଲଟା ନଷ୍ଟ କରିଦେବା ପାଇଁ ପ୍ରଥମେ ୩/୪ ଓଡ ଚାଷ କରାଯିବା ଉଚିତ  । ଲଗାଇବା ପାଇଁ ୫୦ X୫୦ X୫୦  ସେମି ଆକାରର ଗାତ ଖୋଳି ଗୋଟିଏ ମାସ ଖରାରେ ଶୁଖିଲା ପାଇଁ ଛାଡିଦିଆଯାଏ  ଏବଂ ବାହାରେ ପଡିଥିବା ଟୋକେଇ  କିମ୍ବା ଦୁଇ ଟୋକେଇ ସଢାଗୋବର ଖତ ଦିଆଯାଏ   । ତାହା  ସହିତ ୨୦-୪୦ ଗ୍ରାମ ଡୁଡ଼ାଡନ ମିଶାଇ ଗାତକୁ ପୋତାଯାଏ ଯାହାଦ୍ଵାରା ଗଛ ସୁବିଧାରେ ପାଣି ପାଇପାରେ  ।  ଲଗାଇବା ଦୂରତା ରୋବୁଷ୍ଟା ଏବଂ କାବୁଲି ପାଇଁ ୨ମି X୨ ମି ଏବଂ ଚମ୍ଫ, ବନ୍ତଳ, ପାଟକପରା ପାଇଁ ୨.୧ମି  X ୧ ମି ରଖିବା ଅବଶ୍ୟକ  ।

ପୁଆ କ୍ଷେତ୍ରରେ ପ୍ରତ୍ୟେକ ପୁଆର ଓଜନ ୩୦୦- ୪୦୦ ଗ୍ରା ମଧ୍ୟରେ ହେବା ଆବଶ୍ୟକ   ।

ସାର ପ୍ରୟୋଗ

ସାଧାରଣତଃ କଦଳୀ ଗଛ ବେଶୀ ମାତ୍ରାରେ ଖାଦ୍ୟ ଗ୍ରହଣ କରିଥାଏ   । ପେଶୀପୋଷଣ କଦଳୀ ଗଛ ଯେହେତୁ ବହୁତ ଶୀଘ୍ର ବଢେ  , ଯଥେଷ୍ଟ ପରିମାଣର ଖତ ସାର ମଧ୍ୟ ଆବଶ୍ୟକ କରିଥାଏ  । ସାଧାରଣତଃ ଆମ ଓଡିଶାର ମାଟିରେ ପୋଷଣର ଅଭାବ ରହିଛି  । ଭଲ ଫସଲ ପାଇଁ ୩୦୦ ଗ୍ରା, ଯବକ୍ଷାରଯାନ ୧୦୦ ଗ୍ରା ଫସଫରସ ଏବଂ ୩୦୦ ଗ୍ରା । ପଟାସିୟମ ଦରକାର ହୁଏ  । ସାଧାରଣତଃ ଏହି ସାର ୬୫୦ ଗ୍ରା ୟୁରିଆ ୬୨୫ ସିଙ୍ଗଲ ସୁପର ଫସଫେଟ ଏବଂ ୫୦୦ ଗ୍ରା ମ୍ୟୁରେଟ ଅଫ ପଟାସରୁ ମିଳିଥାଏ  । ସମସ୍ତ ଫସଫରସ ସାର ଗଛ ଲଗାଇବା ପୂର୍ବରୁ ଗାତରେ ଦିଆଯାଏ  । ଯବକ୍ଷାରଯାନ ସାରକୁ ୩ ଭାଗ କରି ପ୍ରତ୍ୟେକ ଭାଗ ୨ ମାସ୪ ମାସ ,୬ ମାସରେ ଦିଆଯାଇଥାଏ  । ପଟାସ ୨ ଭାଗରେ ୨ ମାସ ଏବଂ ୬ ମାସରେ ଦିଆଯାଇଥାଏ  । ପ୍ରଥମ ଫସଲ ଅମଳ ପରେ ସିଙ୍ଗଲ ସୁପର ପରିମାଣର ୩୦୦ ଗ୍ରା କୁ କମାଇ ଦିଆଯାଇଥାଏ  । ୟୁରିଆ ଏବଂ ମ୍ୟୁରେଟ ଅଫ ପଟାସ ସମ ପରିମାଣରେ ଦିଆଜିଥାଏ  । ପେଶୀପୋଷଣ କଦଳୀ ପାଇଁ ଏହା ଅପେକ୍ଷା ୨୦ ଭାଗ ବେଶୀ ସାର ଦରକାର ହୁଏ  ।

ଅନ୍ତଃ ଚାଷ

କଦଳୀ ଗଛ ଲଗାଇବାର ପ୍ରଥମ ୩-୪ ମାସମଧ୍ୟରେ ଜମିରେ ଥିବା ଖାଲି ସ୍ଥାନ ଗୁଡିକରେ ଅଳ୍ପ ଦିନର ଅମଳକ୍ଷମ ପନିପରିବା ଏବଂ ଫୁଲଚାଷ କରାଯାଇଥାଏ  । ଧନିଆ, ମୂଳା, ଗାଜର, ଲଙ୍କା , ଓ ଗେଣ୍ଡୁ , ରଜନୀଗନ୍ଧା ଇତ୍ୟାଦି ଫସଲ ସଫଳ ଭାବେ ଚାଷ କରାଯାଇପାରିବ   ।  ଏହାଦ୍ଵାରା ଅନାବନା ଘାସ ଓ ଗଛ ରହିବାର କମ ସମ୍ଭାବନା ଥାଏ   । କଦଳୀକୁ ପୂରକ ଫସଲ ହିସାବରେ ମଧ୍ୟ ସପେଟା , ନଡିଆ ଗୁଆ , ପିଜୁଳି , ଲେମ୍ବୁ ବଗିଚାରେ ମଧ୍ୟ ସଫଳ ଭାବେ ଚାଷ କରାଯାଇଥାଏ   ।

ଗଛଲଗାଇବା ପରେ ଯତ୍ନ

ପ୍ରାଥମିକ ବୃଦ୍ଧି ସମୟରେ ବାରମ୍ବାର କୋଡାଖୁସା କରି ଘାସ ଏବଂ ବାଳୁଙ୍ଗା ଆଦିକୁ ସଫା କରାଯାଇଥାଏ  ଯାହାଦ୍ଵାରା କି ଘାସ ଏବଂ ବାଳୁଙ୍ଗା କଦଳୀରେ ଦିଆହୋଇଥିବା ସାର ଏବଂ ପାଣିକୁ ଖାଇସାରିବର ସମ୍ଭାବନା କମିଥାଏ   । ଆଉ ଗୋଟିଏ ମୁଖ୍ୟ ସମସ୍ୟା ହେଲା ଅନବରତ ଭାବରେ ପୁଆ ବାହାରିବ  । ଏହା ଅମଳ କମ କରିଥାଏ ଏହାକୁ ରୋକିବାକୁ ହେଲେ ପ୍ରଥମେ ଗୋଟିଏ ପୁଆ ରଖି ଅନ୍ୟ ସବୁ ପୁଆକୁ ମୂଳକୁ କାଟି ଦିଆଯାଇ ସାମାନ୍ୟ କିରାସିନି ଦିଆଯିବା ଅବଶ୍ୟକ  । ପ୍ରଥମ ଅମଳ ବେଳକୁ ନୂତନ ପୁଆତି ୩ ମାସର ହେବା ଆବଶ୍ୟକ  । ତାପରେ ଆବଶ୍ୟକୀୟ ପରିମାଣସ ସାର ଦେଇ ଗଛର ମୂଳକୁ ମାଟିରେ ଘୋଡାଇ ଦେବା ଉଚିତ   ।

ଗଛର ପତ୍ର ବୁଢା ହୋଇ ପାଚିଗଲେ ସେ ସବୁ କୁ ଯଥା ସମୟରେ କାଟି ସାଫା କରିଦେବା ଅବଶ୍ୟକ   । ଗଛକୁ ସିଧା ରଖିବା ପାଇଁ କାଠ କିମ୍ବା ବାଉଁଶସ ସାହାଯ୍ୟ ନିଆଯାଇପାରେ   । ଯେତେବେଳେ କଦଳୀକାନ୍ଦି ସଂପୂର୍ଣ୍ଣ ଭାବରେ ବାହାରି ଆସେ ,ତାକୁ ପୋକଓ ଖରାରୁ ରକ୍ଷା କରିବା ପାଇଁ ଝୋଟ ବ୍ୟାଗ କିମ୍ବା କଦଳୀ ପତ୍ର ଦ୍ଵାରା ଢାଙ୍କି ଦିଆଯାଏ   ।

ଜଳସେଚନ

ସପ୍ତାହକୁ ଠାରେ ବତର ଦେଖି ଜଳସେଚନ କରାଯାଏ   । ବର୍ଷାଦିନେ ପାଣି ଦେବାକୁ ଆବଶ୍ୟକତା ନ ଥାଏ   । ସାଧାରଣତଃ ଶୀତ ଦିନେ ୮-୧୦ ଦିନ ଏବଂ ଗ୍ରୀଷ୍ମଦିନେ ୪-୫ ଦିନ ବ୍ୟବଧାନରେ ପାଣି ଦେବା ଉଚିତ   । ବୁନ୍ଦା ଜଳସେଚନ ମାଧ୍ୟମରେ ପାଣି ଦେଲେ ଶତକଡା ୨୫ ଭାଗ ପାଣି କମ ଖର୍ଚ୍ଚ ହୋଇଥାଏ  ଏବଂ ୨୦ ପ୍ରତିଶତ ଅଧିକ ଅମଳ ମିଳିଥାଏ  । ଅଧିକ ପାଣି ଗଛମୂଳରେ ଜମିବାକୁ ଦିଆଯାଏ ନାହିଁ   ।

ଅମଳ

ବାଙ୍ଗରା କିସମ ୯-୧୦ ମାସ ମଧ୍ୟରେ କାନ୍ଦି ତଥା ଡେଙ୍ଗା କିସମ କଦଳୀ ୧୨-୧୪ ମାସ ମଧ୍ୟରେ କାନ୍ଦି ବା ଫଳ ଦେଇଥାଏ  । ପେଶୀପୋଷଣ କୃତ କଦଳୀଗଛ ୬ ମାସରେ ଫୁଲଧରେ ଏବଂ ପରତିନିଦିନ ପରେ ଫଳ ପାକଲ ହୁଏ  । କାନ୍ଦି ବାହାରିବା ଗଛର ବୟସ ,ଗଛର ରୋପଣ , ପୋଷଣ ତଥା ଜଳସେଚନ ଉପରେ ନିର୍ଭର କରିଥାଏ   ।

ପାରିବା ଜାତୀୟ କଦଳୀ ଆଦି ହେକ୍ଟର ପିଛା ୨୫-୩୦ ଟନ ଅମଳ ହେଇଥାନ୍ତି  । ଫଳଜାତୀୟ କଦଳୀ (ଚମ୍ପା , ପାଟକପରା ଇତ୍ୟାଦି ) ହେକ୍ଟର ପିଛା ୪୦-୫୦  ଟନ ଅମଳ ଦେଇଥାନ୍ତି   ।

ରୋଗ ଓ ପୋକ ନିୟନ୍ତ୍ରଣ

କାଣ୍ଡ ବିନ୍ଧା ପୋକ : ଏ ପ୍ରକାରର ପୋକ କଦଳୀ ଗଛର କାଣ୍ଡ ଭୀତରେ ପ୍ରବେଶ କରି ସଂପୂର୍ଣ୍ଣ ଗଛକୁ ନଷ୍ଟ କରିଦିଅନ୍ତି  । ଗଛ ପିଛା ୩ ଗ୍ରା କାର୍ବୋଫୁରାନ ଦାନା ମୂଳରେ ଦିଆଗଲେ ଏହାର ନିରାକରଣ ହୋଇଥାଏ   ।

କନ୍ଦା ପୋକ : ଏହା ଟିଏଲ ମୂଳ ଏବଂ କନ୍ଦାରେ ଦେଖାଯାଆନ୍ତି , ତାହାଦ୍ଵାରା ଗଛ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୁଏ  । ଏହାକୁ ଦମନ କରିବାକୁ ହେଲେ ଗଛ ପିଛା ୨୦ ଗ୍ରା ଫୋରେଟ ବ୍ୟବହାର କରାଯିବା ଆବଶ୍ୟକ   ।

ଝାଉଁଳା ରୋଗ

ପାଟକପୁରା ଗଛ ପାଇଁ ଏହା ସବୁଠାରୁ ମାରାତ୍ମକ ରୋଗ  । ସନ୍ତସନ୍ତିଆ ଜାଗାରେ ଏହି ରୋଗ ବେଶୀ ମାତ୍ରାରେ ବ୍ୟାପେ   । ଏହାଦ୍ଵାରା ସବୁ ପତ୍ର ଗୁଡିକ ତଳ ଆଡୁ ହଳଦିଆ ପଡି ତଳକୁ ନଇଁ ପଡେ  । ଏହା ଦ୍ଵାରା କାଣ୍ଡ ଫାଟିବା ଦେଖାଯାଏ ଓ ସଂପୂର୍ଣ୍ଣ ଗଛକୁ ନଷ୍ଟ କରିଦେବାକୁ ହୁଏ   । ଏହାର ନିରାକରଣ ସ୍ୱରୂପ , ଗଛ ଲଗାଇବା ପୂର୍ବରୁ ଗଛର ମୂଳକୁ ୦.୨% ବାଭିଷ୍ଟିନ ମିଶ୍ରଣରେ ୩୦ ମିନିଟ ବୁଡାଇ ରଖି ଗଛ ଲଗାଇବାକୁ ହୁଏ  । ଯେଉଁ ଅଞ୍ଚଳର ଏହି ରୋଗ ବେଶୀ ଦେଖାଜେ  । ସେ ସବୁ ଅଞ୍ଚଳର ରୋବଷ୍ଟା ଓ କାଭେଣ୍ଡିସ କିସମ କଦଳୀ ଚାଷ କରାଯିବା ଉଚିତ  । ଏହାକୁ ଦମନ କରିବା ପାଇଁ ଫସଲ ଚକ୍ର ନିହାତି ଜରୁରୀ   ।

ପତ୍ରଦାଗ ବା ସିଗାଟୋକା

ଏହି ରୋଗ ଡ୍ୱାଫାର୍କାଭେଣ୍ଡିସ ଏବଂ ରୋବଷ୍ଟା କିସମରେ ଅଧିକ ଦେଖାଜେ   । ଏହି ରୋଗ ଉଷ୍ଣ ଓ ଆର୍ଦ୍ରତା ଜଳବାୟୁରେ ଅଧିକ ଦେଖାଯାଏ   । ଏହି ରୋଗଦ୍ଵାରା ପତ୍ର ଉପରେ ଈଷତ ହଳଦିଆ ରଙ୍ଗର ଦାଗ ହୁଏ ଏବଂ ଏହା ଧୀରେ ଧୀରେ ବୃଦ୍ଧି ପାଇଁ ଅଣ୍ଡାକୃତି ଆକାର ଧାରଣ କରି ଘନବାଦାମି ରଙ୍ଗରେ ପରିଣତ ହୋଇଥାଏ  । ଏହା ରୋଗର ଦମନ ପାଇଁ ବାଭିଷ୍ଟିନ ୧ ଗ୍ରା + କାଲିକସିନ ୧ ଗ୍ରା ଏବଂ ୨ ମିଳି ଟିପଲ ପ୍ରତି ଲିଟର ପାଣିରେ ମିଶାଇ ୧ ମାସ ବ୍ୟବଧାନରେ ସିଞ୍ଚନ କରାଯିବା ଉଚିତ   ।

ବଞ୍ଚିଟପ ପତ୍ରମୋଡା ରୋଗ

ଏହା ଦ୍ଵାରା ପତ୍ର ଗୁଡିକ ଏକତ୍ର ମୋଦୀ ହୋଇଯାଆନ୍ତି  ଏବଂ ପରେ ଆସ୍ତେ ଆସ୍ତେ ଶୁଖି ଯାଆନ୍ତି  । ଏହା ଭୂତାଣୁ ଜନିତ ରୋଗ   । ଏହି ରୋଗକୁ ଦମନ କରିବାକୁ ହେଲେ ସଂକ୍ରମିତ ଗଛକୁ ମୂଳ ସହିତ ଉପାଡି ପୋତି ଦିଆଯାଏ ଏବଂ ରୋଗମୁକ୍ତ ଗଛ ଲଗାଇବାକୁ ହୁଏ  । ଏହି ରୋଗ ରୋବଷ୍ଟା  ଓ ଡ୍ୱାଫାର୍କାଭେଣ୍ଡିସ  କିସମରେ ବେଶୀ ହୁଏ   । ଏଥିପାଇଁ ମେଟାସିଷ୍ଟକସ ୦.୦୫%ବା ରୋଗର ୦.୦୫% ସିଞ୍ଚନ କଲେ କେତେକାଂଶରେ ରୋଗ କମିଥାଏ   ।

ଆଧାର:ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵର

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top