ହୋମ / କୃଷି / କୃଷି ଉଦ୍ୟୋଗ / ଏ ମାସର କୃଷି ଉଦ୍ୟୋଗ ଓ ପ୍ରଣାଳୀ
ସେଆର କରନ୍ତୁ

ଏ ମାସର କୃଷି ଉଦ୍ୟୋଗ ଓ ପ୍ରଣାଳୀ

ପନିପରିବା, ମତ୍ସ୍ୟ ଚାଷ ଓ କୋଲିଅସ୍ ଚାଷ ପ୍ରଣାଳୀ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ପନିପରିବା

କୋବି: କୋବି ଜାତୀୟ ଫସଲରେ ବିନ୍ଧା ପୋକ, ଠିକିରିଆ ପୋକ, କରତିଆ ମାଛି, ଆଦି ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତ ୧ ଲଟର  ମାଲାଥିଅନ୍ ୫୦୦ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଶାଗ : ଶୀତଦିନିଆ ପୋଇ, ଧନିଆ, ମୋଥ, ପାଳଙ୍ଗ, କୋଶଳା, ସୋରିଷ ଆଦି ଶାଗ ଚାଷ କରନ୍ତୁ ।

ତରଭୁଜ : ବିହନ ବିଶୋଧନ କରି ତରଭୁଜ ଲଗାନ୍ତୁ । କିସମ ଅନୁସାରେ ଧାଡ଼ିକୁ ଧାଡ଼ି, ୨.୦ ରୁ ୩.୫ ମିଟର  ଏବଂ ମନ୍ଦାକୁ ମନ୍ଦା ୦.୬ ରୁ ୧.୨ ମିଟର ଦୂରତାରେ ଅନୁମୋଦିତ ପ୍ରଣାଳୀରେ ଲଗାନ୍ତୁ ।

ଉନ୍ନତ କିସମ - ସୁଗାର ବେବି, ଆର୍କାମାଣିକ, ଲାଲ୍‌ସେନା

ସଙ୍କର କିସମ -  ମାଧୁରୀ, ମାୟା, ସୁଗାର ବଏ, ସୁଇଟ୍ରୁବି, ମମତାଜ ।

ଲିଚୁ ଓ ସଚେପଟା: ଗଛରେ ଫୁଲ ଓ ଫଳ ଧରି ଆସିବାର ଦେଖାଲେ ଜଳସେଚନ ବନ୍ଦ କରନ୍ତୁ । ନଚେତ୍ ଫୁଲ ଓ କସି ଝଡ଼ି ଯାଇପାରେ । ଗୋପାଳନ: ଗାଈମାନଙ୍କଠାରେ ପ୍ରସୂତି ସମସ୍ୟା ତଥା ଭୂତାଣୁ ଜନିତ ଫାଟୁଆ ରୋଗ ଦେଖାଦେଲେ, ଏହାର ପ୍ରତିକାର ପାଇଁ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

ଛୋଳ ପାଳନ

  • ଥଣ୍ଡାଜନିତ ଅସୁବିଧାରୁ ରକ୍ଷା କରିବା ପାଇଁ ଯଥା ସାଧ ପଦକ୍ଷେପ ଗ୍ରହଣ କରନ୍ତୁ।
  • ଭୂତାଣୁ ଜନିତ ରୋଗ ଓ ନିମୋନିଆରୁ ରକ୍ଷା ଲାଗି ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

କୁକୁଡ଼ା ପାଳନ

  • ଥଣ୍ଡାଜନିତ ଅସୁବିଧାରୁ ରକ୍ଷା ପାଇବା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
  • ଭୂତାଣୁ ଜନିତ ରୋଗ ପ୍ରତିଷେଧକ ବ୍ୟବସ୍ଥା ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

ମତ୍ସ୍ୟ ଚାଷ

ଏକ ହେକ୍ଟର ବିଶିଷ୍ଟ ପୋଖରୀରେ ୧୨୫୦୦ e. ଜାଆଁଳ ସକାଶେ ପ୍ରତିଦିନ ୩ କି. । ଗ୍ରା., ୭୫୦ ଗ୍ରାମ୍ କାଣ୍ଡିଆ କୁଣ୍ଡା ସହିତ ୩ କି.ଗ୍ରା., ୭୫୦ ଗ୍ରାମ୍ ଚିନାବାଦାମ ପିଡ଼ିଆକୁ ମିଶାଇ ଖାଇବାକୁ ଦିଅନ୍ତୁ ।

କୋଲିଅସ୍

ଘରର ଅଭ୍ୟନ୍ତରରେ ଯେଉଁ ସ୍ଥାନ ପ୍ରତିଫଳିତ ସୂର୍ଯ୍ୟାଲୋକରେ ଆଲୋକିତ ହୋଇଥାଏ ସେପରି ସ୍ଥାନରେ କେତେକ ସୁନ୍ଦର ଗଛ କୁଣ୍ଡରେ ଲଗାଯାଇ ତାର ସୌନ୍ଦର୍ଯ୍ୟ ବଜା ଯାଇପାରେ । ଏପରି ଏକ ସୋ' ଗଛ ହେଉଛି 'କୋଲିଅସ୍" । ମୃତ୍ତିକା ନିଗିଡା ଦୋରସା ଅଧିକ ଜୈବିକ ପଦାର୍ଥ ଥିବା ମାଟି କୋଲିଅସ୍ ପାଇଁ ଭଲ ।

ସାଧାରଣ କ୍ଷେତ୍ରରେ ଭର୍ମି କୋମ୍ପାଷ୍ଟ ସହିତ ସମ ପରିମାଣର ଦୋରସା ମାଟି ମିଶାଇ ବ୍ୟବହାର କରାଯାଇପାରିବା କୋଲିଅସ୍ ଉଭୟ ମଞ୍ଜି ଓ ଡାଳ କଲମୀରୁ ପ୍ରସାରଣ ହୋଇଥାଏ ।

ମଞ୍ଜି ଦ୍ଵାରା ପ୍ରସାରଣ କଲେ ନୂଆ ନୂଆ ପ୍ରଜାତି ମିଳିଥାଏ । ବ୍ୟବସାୟିକ ପ୍ରଜାତିମାନଙ୍କର ପ୍ରସାରଣ ଡାଳକୁ କାଟି କରାଯାଏ ।

  • ଏଥିପାଇଁ ଗଛର ଅଗରୁ କଅଁଳିଆ ୨-୪ ଇଞ୍ଚ ପରିମିତ ଅଗ୍ର ଡାଳକୁ ଧାରୁଆ ବ୍ରେଡ଼ରେ କାଟି ଚେରକାରକ ଗୁଣ୍ଡରେ ଉପଚାର କରି ଓଦା ବାଲିରେ ପୋତି ଦିଆ ଯାଏ ପ୍ରାୟ ୨ ସପ୍ତାହ ମଧ୍ୟରେ ଏଥିରେ ଚେରା ଆସିଥାଏ ।
  • ଏହାକୁ ଆବଶ୍ୟକ ମୃତ୍ତିକା ମିଶ୍ରଣ ସହିତ କୁଣ୍ଡରେ ଲଗାଯାଇ ଆ’ଶିକ ସୂର୍ଯ୍ୟକିରଣରେ ରଖାଯାଏ ।
  • ଅଷ୍ଟ  ଆବଶ୍ୟକ ଅନୁସାରେ  ସପ୍ତାହକୁ ଥରେ ପାଣି ଦିଆଯାଏ । ଗଛ ବଢିଗଲେ ଭିତରକୁ ନିଆଯାଏ ।
  • ଆଭ୍ୟନ୍ତରୀଣ ଗଛକୁ ଆ°ଶିକ ଖରାକୁ ନେଲେ ଏହାର ରଙ୍ଗ ଭଲ ରହେ । ନର୍ସରୀ ମାନଙ୍କରେ ନୂଆ କିସମ ସବୁ କୁଣ୍ଡରେ ରଖୁ ପ୍ରାୟ ୨୦୦ ଟଙ୍କାରେ ବିକ୍ରି କରାଯାଏ ।

ଗେଣ୍ଡୁ ଫୁଲ

  • ଗେଣ୍ଡୁଗଛରେ ନାଲିବୁଢିଆଣୀ ଅଷ୍ଟପଦୀର ଦମନ ପାଇଁ ଏକର ପ୍ରତି ୧ କି. ଗ୍ରା ସଲଫର। ସେଚିତ ଗୁଣ୍ଡ କିମ୍ବା ୬୦୦ ମିଲି ଡାଇକୋଫଲ୍ ସିଞ୍ଚନ କରନ୍ତୁ । ସଁବାଳୁଆ ଜାତୀୟ କଢ଼ ଖିଆ ପୋକକୁ ଦମନ କରିବା ପାଇଁ ୪୦୦ମିଲି ଏଣ୍ଡୋସଲଫାନ୍  ସିଞ୍ଚନ କରନ୍ତୁ ।
  • ସିଞ୍ଚନ କରିବା ସମୟରେ ଯେପରି କାଣ୍ଡ, ଫୁଲ, ପତ୍ର ସମ୍ପର୍ଣ୍ଣ ଗଛ ଭିତି ଔଷଧ ମିଶ୍ରିତ ଜଳ ତଳକୁ ବୁନ୍ଦା ବୁନ୍ଦା ହୋଇ ଖସିବ ସେଥିପ୍ରତି ଲକ୍ଷ୍ୟ କରନ୍ତୁ ।
  • ପତ୍ରଦାଗ, ଫୁଲରେ କଳାକଳା ଦାଗ ତଥା କଢଶଢା ରୋଗ ଦେଖାଦେବା କ୍ଷଣି ପ୍ରତି ଲିଟର ପାଣିରେ ୪ ଗ୍ରାମ ହିସାବରେ ମାଙ୍କୋଜେବ୍ ୧୦ଦିନ ଅନ୍ତରରେ ସିଞ୍ଚନ କରନ୍ତୁ ।

ଆଧାର – କୃଷି ବୈଷୟିକ ସୂଚନା  କେନ୍ଦ୍ର, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁଏଟି, କୃଷି ବିଭାଗ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top