ହୋମ / କୃଷି / କୃଷି ଉଦ୍ୟୋଗ / ଏପ୍ରିଲ ମାସର କୃଷି ସୂଚନା ଓ ନଳିତା ବୁଣିବା ପୂର୍ବରୁ କ’ଣ କରିବେ ?
ସେଆର କରନ୍ତୁ

ଏପ୍ରିଲ ମାସର କୃଷି ସୂଚନା ଓ ନଳିତା ବୁଣିବା ପୂର୍ବରୁ କ’ଣ କରିବେ ?

ଏପ୍ରିଲ ମାସର କୃଷି ସୂଚନା ଓ ନଳିତା ବୁଣିବା ପୂର୍ବରୁ କ’ଣ କରିବେ ? କଣ କରିବେ ସେ ସମ୍ବନ୍ଧିତ ତଥ୍ୟ ।

ଏପ୍ରିଲ ମାସର କୃଷି ସୂଚନା

ଡାଳୁଅ ଧାନ :

ସମୟୋପଯୋଗୀ ଜଳସେଚନ କରନ୍ତୁ ।

  • ସାର ପ୍ରୟୋଗର ଦିନକ ପୂର୍ବରୁ କ୍ଷେତରୁ ଜଳ ନିଷ୍କାସନ କରି ସାର ପ୍ରୟୋଗର ୪୮ ଘଣ୍ଟା ପରେ ୫ ସେ.ମି. ଜଳ ବାନ୍ଧି ରଖିନ୍ତୁ ।
  • ଧାନ ଫୁଲ ଉଡ଼ାଇବାର ୨୦ ଦିନ ଆଗରୁ ଓ ୧୦-୧୫ ଦିନ ପର୍ଯ୍ୟନ୍ତ କ୍ଷେତରେ ୩-୫ ସେ.ମି. ପାଣି ବାନ୍ଧି ରଖିନ୍ତୁ ।
  • ଧାନ କେଣ୍ଡାର ୮୫% ପାଚିଗଲେ ଅମଳ କରନ୍ତୁ ।

ଗହମ:

ଗହମ ଗଛ ଶୁଖ ହଳଦିଆ ପଡ଼ିଗଲେ ଓ କେଣ୍ଡାକୁ ବଙ୍କେଇ ଦେଲେ ଯଦି ସହଜରେ ଭାଙ୍ଗିଯାଏ, ତେବେ ଗହମ ଫସଲ ଅମଳ ପାଇଁ ଉପଯୁକ୍ତ ।

  • ଅମଳ ପରେ ୩-୪ଟି ଟାଣ ଖରାରେ ଶୁଖାଇ ସାଇତି ରଖିନ୍ତୁ ।

ଆଖୁ :

ପ୍ରଥମ ସାର ପ୍ରୟୋଗର ୩୦ ଦିନ ପରେ ଅର୍ଥାତ୍ ଆଖୁ ଲଗାଇବାର ୬୦ ଦିନ ପରେ ହେକ୍ଟର ପ୍ରତି ୧୨୫ କି.ଗ୍ରା. ଯବକ୍ଷାରଜାନ ଦ୍ଵିତୀୟ କିସ୍ତିରେ ପ୍ରୟୋଗ କରି ହୁଡ଼ା ଟେକନ୍ତୁ ଓ ଜଳସେଚନ କରନ୍ତୁ ।

  • ଆଖୁ ଲଗାଇବାର ୬୦ ଦିନରେ ହେକ୍ଟର ପ୍ରତି ୫ କି.ଗ୍ରା. ଆଜୋସ୍ପିରିଲମ୍ ଓ ୨୫୦ କି.ଗ୍ରା. ଶୁଖିଲା ଗୁଣ୍ଡ ଖତ ମିଶାଇ ପ୍ରୟୋଗ କରନ୍ତୁ ।
  • ଫସଲରେ ସହଳ କାଣ୍ଡବିନ୍ଧା ପୋକ ଦମନ ଲାଗି ହେକ୍ଟର ପ୍ରତି ୧ ଲିଟର ଫିପ୍ରୋନିଲ୍ କିମ୍ବା ଟ୍ରାୟାଜୋଫସ୍, ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଡାଲିଜାତୀୟ ଫସଲ:

ଖରାଟିଆ ମୁଗରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍କଟ କାଳରେ ଅର୍ଥାତ୍ ଫୁଲ, ଫଳ ବା ଛୁଇଁ ଧରିବା ଅବସ୍ଥା, ଦାନା ଗଠନ ଓ ଛୁଇଁର ଦାନା ପୂରଣ ଅବସ୍ଥାରେ ଜଳସେଚନ କରନ୍ତୁ ।

  • ଡାଲି ଫସଲରେ ପତ୍ର ଖୁଆ ପୋକ, ଧଳାମାଛି, ଜଉପୋକ, ପତ୍ର ଉକୁଣି, ଝାଉଁଳା ରୋଗ, ପତ୍ରଦାଗ ରୋଗ, ସାହେବୀ ରୋଗ ଆଦି ଲାଗିବାର ଆଶଙ୍କା ରହିଛି । ପୋକ ଓ ସାହେବୀ ରୋଗ ନିୟନ୍ତ୍ରଣ ସକାଶେ ହେକ୍ଟର ପ୍ରତି ୧୨୫ ଗ୍ରାମ୍ ଏସିଟାମିପ୍ରିଡ୍ କିମ୍ବା ଥାୟାମେଥୋକ୍‌ଜାମ୍ ୫୦୦ ଲିଟର ପାଣିରେ ସିଞ୍ଚନ କରନ୍ତୁ ।
  • ରୋଗ ନିୟନ୍ତ୍ରଣ କରିବା ଲାଗି ହେକ୍ଟର ପ୍ରତି ୭୫ ଗ୍ରାମ୍ ଷ୍ଟେପ୍ଟୋସାଇକ୍ଳିନ ଓ ୧୨୫୦ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • ଫୁଲ ଆସିବା ସମୟରେ ହେକ୍ଟର ପ୍ରତି ୨୫୦ ମି.ଲି. ଟ୍ରାଇକୋଣ୍ଟାନାଲ୍ ବା ୧୨୫ ମି.ଲି. ଫାଣ୍ଟାକ୍‌କୁ ୨୫୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେସଙ୍ଗେ ଛୁଇଁଗୁଡ଼ିକ ଲମ୍ବା ଓ ହୃଷ୍ଟପୁଷ୍ଟ ହୁଏ ।

ତୈଳବୀଜ ଫସଲ

ଚିନାବାଦାମ:

ଚିନାବାଦାମ ଅମଳ କରି ୨-୩ ଦିନ ଖରାରେ ଶୁଖାଇ ବସ୍ତ ରେ ସାଇତି ରଖିନ୍ତୁ । ଆର୍ଦ୍ଧତା କମାଇ ଏବଂ ପୋକ ନ ଲାଗିବା ଲାଗି ୩୦ କି. ଗ୍ରା. ବିହନରେ ୨୫୦ ଗ୍ରାମ୍ କ୍ୟାଲ୍‌ସିୟମ୍ କ୍ଲୋରାଇଡ୍ ବସ୍ତା ଭିତରେ ରଖିନ୍ତୁ ।

ସୂର୍ଯ୍ୟମୁଖୀ:

ଧଳାମାଛି ଦମନ କରିବା ସକାଶେ ହେକ୍ଟର ପ୍ରତି ୧୨୫ ଗ୍ରାମ୍ ଏସିଟାମିପ୍ରିଡ କିମ୍ବା ୫୦୦ ମି.ଲି. ବୁପ୍ରୋଫେଜିନ୍ ଔଷଧ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

  • ଝାଉଁଳା ରୋଗ ଦମନ ଲାଗି ହେକ୍ଟର ପ୍ରତି ୭୫୦ ଗ୍ରାମ୍ କାର୍କେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ ।
  • ପତ୍ର ଚିତା ରୋଗ ଦମନ ନିମନ୍ତେ ହେକ୍ଟର ପ୍ରତି ୧ କି.ଗ୍ରା. ୮୭୫ ଗ୍ରାମ୍ ଇଣେଣ୍ଡା ଫିଲ୍ ଏମ୍-୪୫ ବା ୭୫୦ ଗ୍ରାମ୍ ବା ଭିଷ୍ଟିନ୍ ବା ଟପ୍ସିନ୍ ଏମ୍ବକୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ ପଡ଼ିବ ।
  • କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ ୧ ଗ୍ରାମ୍ ଟାଇଡିଫର୍ମ କିମ୍ବା ବେନୋମିଲ୍ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
  • ଫୁଲଶଢ଼ା ରୋଗ ଦମନ ସକାଶେ ପ୍ରତି ଲିଟର ପାଣିରେ ୪ ଗ୍ରାମ୍ କପର ଅକ୍ଲିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ ।

ମାଛ ଚାଷ

୧ ହେକ୍ଟର ବିଶିଷ୍ଟ ମାଛ ପୋଖରୀରେ ପ୍ରତ୍ୟେକ ଦିନ ସମପରିମାଣର କୃତ୍ରିମ ଖାଦ୍ୟ ମିଶ୍ରଣ। (ଚିନାବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା), ପ୍ରତ୍ୟେକ ରୁ ୮ କିଲୋ ୭୫୦ ଗ୍ରାମ୍ ଲେଖାଏଁ ସମୁଦାୟ ୧୭ କିଲେ। ୫୦୦ ଗ୍ରାମ୍ ପ୍ରୟୋଗ କରନ୍ତୁ ।

ଛତୁଚାଷ : ପାଳଛତୁଚାଷ କରୁଥିଲେ ଖରାଦିନେ ଛତୁ ବେଡ୍‌ର ଉପଯୁକ୍ତ ଯତ୍ନ ନିଅନ୍ତୁ ।

ଗୋପାଳନ :

ଦୁଧିଆଳୀ ଗାଈ ଓ ବଳଦଙ୍କୁ ଫାଟୁଆ ରୋଗର ପ୍ରତିଷେଧକ ଟିକା ୬ ମାସ ଅନ୍ତରରେ ଥରେ ଦିଅନ୍ତୁ ।

  • ଦୁଧିଆଳୀ ଗାଈକୁ ଗ୍ରୀଷ୍ଟ ତାପରୁ ରକ୍ଷା କରିବା ଲାଗି ଛାଇ ଜାଗାରେ ବାନ୍ଧନ୍ତୁ ଓ ଯଥେଷ୍ଟ ପରିମାଣରେ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ।
  • ଅଧିକ, ଗରମରୁ ରକ୍ଷା ପାଇଁ ଗାଈଙ୍କୁ ଦିନ ୧୨ଟା ରେ ଥରେ ଓ ୪ଟା ବେଳକୁ ଆଉ ଥରେ ଥଣ୍ଡାପାଣିରେ ଗାଧୋଇ ଦିଅନ୍ତୁ ।

ଛେଳି ଓ ମେଣ୍ଢା ପାଳନ:

ଏଣ୍ଟାରୋଟାକ୍ସେମିଆ ଓ ପି.ପି.ଆର. ରୋଗର ଟିକା ଛେଳି ଓ ମେଣ୍ଢାଙ୍କୁ ପ୍ରାଣୀ ଚିକିତ୍ସକଙ୍କୁ ଯୋଗାଯୋଗ କରି ନିଶ୍ଚିତ ଭାବେ ଦିଅନ୍ତୁ ।

  • ଛେଳି ଓ ମେଣ୍ଢାଙ୍କୁ ସକାଳ ୬ରୁ ୧୦ଟା ଓ ଅପରାହ୍ନ ୪ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚରିବା ଲାଗି ବାହାରକୁ ଛାଡ଼ନ୍ତୁ ।
  • ଗୁହାଳରେ ଯଥେଷ୍ଟ ପରିମାଣରେ ଥଣ୍ଡା ପାଣି ରଖିନ୍ତୁ ।
  • ଛୋଳି ଓ ମେଣ୍ଢାଙ୍କୁ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ କୃମିନାଶକ ଔଷଧ ଦିଅନ୍ତୁ ।
  • ଏହି ମାସରେ ଛେଳି ଓ ମେଣ୍ଢା ଚରିଲେ ମଧ୍ୟ ଯଥେଷ୍ଟ ଘାସ ପାଇ ନ ଥାନ୍ତି । ତେଣୁ ଛେଳି ବା ମେଣ୍ଢା ପିଛା ୧୦୦ ଗ୍ରାମ୍ ଦାନା ଏବଂ ଡାଳପତ୍ର କାଟି ଖାଇବାକୁ ଦିଅନ୍ତୁ ।

କୁକୁଡ଼ା ଓ ବତକ ପାଳନ:

କୁକୁଡ଼ା ଓ ବତକଙ୍କ କକ୍‌ସିଡିଆ ବା ନାଳରକ୍ତ ଝାଡ଼ାର ପ୍ରତିକାର ଲାଗି କକ୍‌ସିଡିଆ ନିରୋଧୀ ଔଷଧ ଦାନା ବା ପାଣିରେ ନିୟମିତ ପ୍ରୟୋଗ କରନ୍ତୁ ।

  • ପ୍ରବଳ ଖରାତାପରୁ କୁକୁଡ଼ାଙ୍କୁ ରକ୍ଷା କରିବା ସକାଶେ କୁକୁଡ଼ା ଘରର ଟିଣଛାତ କିମ୍ବା ଆଜବେଷ୍ଟସ୍ ଛାତ ଉପରେ ନଡ଼ା ଛାଉଣି କରନ୍ତୁ ।
  • ମାଟିହାଣ୍ଡିରେ ପାଣି ରଖି ଥଣ୍ଡା ପାଣିକୁ କୁକୁଡ଼ାଙ୍କୁ ପିଇବାକୁ ଦିଅନ୍ତୁ ।
  • ଅଧିକ, ଗରମ ବେଳେ ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ କୁକୁଡ଼ାଙ୍କୁ ଦାନା ଖାଇବାକୁ ଦିଅନ୍ତୁ ନାହିଁ ।
  • ୨ ମାସରୁ ଅଧିକ ବୟସର କୁକୁଡ଼ାଙ୍କୁ ଘୁମା ରୋଗ ନ ହେବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଆର. ଟୁବି. ଟିକା ଦିଅନ୍ତୁ ।

ଅଦା ଚାଷ

ବର୍ତ୍ତମାନ ଅଦା ଲଗାଇବାର ପ୍ରକୃଷ୍ଟ ସମୟ । ସୁପ୍ରଭା, ସୁରୁଚି, ସୁରଭି ନାମରେ ତିନୋଟି ଅଦା, କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତା। ୧ ଏକର ଜମି ପାଇଁ ୬-୮ କୁଇଣ୍ଟାଲ ଅଦାଖଣ୍ଡ ଦରକାର ହୁଏ । ଏହି ଖଣ୍ଡଗୁଡିକୁ ୨-୩ଟି ଆଖ୍ ଥାଇ ୧୫ରୁ ୧୯ଗ୍ରାମ ଓଜନ ରଖା କାଟନ୍ତୁ । ଲଗାଇବା ପୂର୍ବରୁ ପ୍ରତି ୧୦ ଲିଟର ପାଣିରେ ୪୦ ଗ୍ରାମ ମାକେଙ୍କାଜେବ । ଔଷଧ ଗୁଣ୍ଡ, ୧୦ ଗ୍ରାମ କାର୍କେଣ୍ଡାଜିମ୍ ଓ ମାଲଥଅନ୍ ଔଷଧ ଗୋଳାଇ ଏଥିରେ, ପ୍ରାୟ ୫୦ କି. ଗ୍ରା.। ଅଦାଖଣ୍ଡ ବିଶୋଧନ କରନ୍ତୁ । ଏହାପରେ ଅଦାଖଣ୍ଡଗୁଡ଼ିକୁ ଛାଇରେ ଶୁଖାନ୍ତୁ । ଶେଷଓଡ଼ ଚାଷ ବେଳେ ଏକର ପ୍ରତି ୧୨ ଗାଡି (୬ଟନ୍) ଓ ଅଦାଖଣ୍ଡ ଲଗା ହେବା ପରେ ସିଆର ଓ ପଟାଳିରେ ୧୨ ଗାଡି ଗୋବର ଖତ ଦିଅନ୍ତୁ । ୧ ଏକର ପ୍ରତି ୫୦ କି.ଗ୍ରା ଯବକ୍ଷାରଜାନ, ୪୦ କି.ଗ୍ରା, ଫସଫରସ, ୪୦ କିଗ୍ରା ପଟାସ୍ ତିନିଥରରେ ଦିଅନ୍ତୁ । ପ୍ରଥମଥର ସମୁଦାୟ ୪୦ କିଗ୍ରା ସୁପରଫସଫୋଟ୍ ଓ ଅଧା ମ୍ୟୁରିଏଟ୍ ଅଫ୍ ପଟାସ୍ ଦିଆଯାଇ ଅଦା ଲଗାନ୍ତୁ । ପଟାଳିଗୁଡ଼ିକରେ ମୂଳସାର ଭଲ ଭାବେ ଉପର ମାଟିରେ ମିଶେଇବା ପରେ ଅଦାଖଣ୍ଡଗୁଡିକୁ ଧାଡି ଧାଡି କରି ୨୫ ସେମି ଦୂରତା ରଖ୍ ୫ ସେ.ମି.) ଗଭୀରରେ ପଟାଳିଗୁଡ଼ିକରେ ଲଗାନ୍ତୁ । ଲଗାହେବା ପରେ ପଟାଳିକୁ ଶୁଖିଲା ନଡା, ତାଳପତ୍ର ବା ଘାସ (ମଲ୍ଟି ) ଦ୍ଵାରା ୨ ଇଞ୍ଚ ବହଳରେ ଘୋଡ଼େଇ ଦିଅନ୍ତୁ । ଅଦା ଲଗାହେବା ପରେ ଏକର ପ୍ରତି ୧୦ ଟନ୍ ମଲ୍ଚିଂ ବା ଶୁଖିଲା ନଡ଼ା ଦିଅନ୍ତୁ ।

ନଳିତା

ନଳିତା ବୁଣିବା ପାଇଁ ମାଟିକୁ ଭଲ ଭାବରେ ଗୁଣ୍ଡ କରି ହେକ୍ଟର ପ୍ରତି ୧୨ ଗାଡ଼ି ଶଢ଼ା ଗୋବର ଖତ ବା କମୋଷ୍ଟ ପ୍ରୟୋଗ କରନ୍ତୁ ।

ଶେଷ ଓଡ଼ ଚାଷରେ ପିତା ନଳିତାରେ ହେକ୍ଟର ପ୍ରତି ୩୦ କି.ଗ୍ରା.। ଯବକ୍ଷାରଜାନ, ୩୦ କି.ଗ୍ରା, ଫସଫରସ୍ ଓ ୩୦ କି.ଗ୍ରା, ପଟାସ ସାର ଏବଂ ମଧୁର ନଳିତାରେ ୨୦ କି.ଗ୍ରା, ଯବକ୍ଷାରଜାନ, ୨୦ କି.ଗ୍ରା, ଫସଫରସ ଓ ୨୦ କି.ଗ୍ରା, ପଟାସ୍ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ ।

  • ଧାଡ଼ିରେ ବୁଣିଲେ ନିର୍ବାଚିତ କିସମରୁ ହେକ୍ଟର ପ୍ରତି ୭.୫ କି.ଗ୍ରା.। ପିତା ନଳିତା ବା ୫ କି.ଗ୍ରା, ମଧୁର ନଳିତା ବୁଣନ୍ତୁ ।
  • ଛଟାବୁଣା କରୁଥିଲେ ହେକ୍ଟର ପ୍ରତି ୧୦ କି.ଗ୍ରା.।
  • ପିତା ନଳିତା ବା ୭.୫ କି.ଗ୍ରା, ମଧୁର ନଳିତା ବୁଣନ୍ତୁ । ମଧୁର ନଳିତା ୨୫ ସେ.ମି. ଡା ୧୦ ସେ.ମି. ବ୍ୟବଧାନ ଓ ପିତା ନଳିତା ୩୦ ସେ.ମି. ଡ୧୦ ସେ.ମି. ବ୍ୟବଧାନରେ ବୁଣନ୍ତୁ ।
  • ବୁଣିବା ପୂର୍ବରୁ ୧ କି.ଗ୍ରା. ମଞ୍ଜି ପ୍ରତି ୩ ଗ୍ରାମ୍ ଥରାମ୍ କିମ୍ବା ୨ ଗ୍ରାମ୍ କାର୍କେଣ୍ଡାଜିମ୍ ଗୋଳାଇ ବିହନ ବିଶୋଧନ କରନ୍ତୁ ।

 

 

ଲେଖା ଓ ପ୍ରାପ୍ତ - କୃଷି ବୈଷୟିକ ସୂଚନା କେନ୍ଦ୍ର, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, ଭୁବନେଶ୍ଵର

2.5
ସରୋଜ ରାଉତ Jun 22, 2017 07:28 PM

ବାଇଗଣ ପତ୍ରପୋଡା ରୋଗ ପାଇଁ କଉ ଔଷଧ ପ୍ରୟଗ କରିବା ଦରକାର

ଦିପକ ସାହୁ Jun 15, 2017 09:22 AM

କାକୁଡି ଅଧିକ ଫଳ ପାଇ କଉ ଔଷଧ ପୟଗ କରିବା ଦରକାର

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top