ସେଆର କରନ୍ତୁ

କପାଚାଷ

କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । କପା ଚାଷ ସମ୍ବନ୍ଧରେ ସୂଚନା ।

ଆମ ରାଜ୍ୟ ଓଡ଼ିଶାର କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । ଖରିଫ୍ ରତରେ ପାଖାପାଖି ୭୪୩୭୦ ହେକର (୨୦୧୦-୧୧) ଜମିରେ ଏହି ଫସଲ ବ୍ୟବସାୟିକ ଭିତ୍ତିରେ ଚାଷୀଭାଇ ମାନେ ଚାଷ କରିଥାନ୍ତି । କିନ୍ତୁ ଆମ ରାଜ୍ୟର ହାରାହାରି ଅମଳ ହେକ୍ଟର ପ୍ରତି ମାତ୍ର ୫୫୦ କିଲୋଗ୍ରାମ୍ । ଜଳସେଚନ ସୁବିଧା ଥିବା ଜମିରୁ କପା ହେକ୍ଟର ପ୍ରତି ୫୦୦ ରୁ ୭୦୦ କିଲୋଗ୍ରାମ୍ ଅମଳ ମିଳୁଥିବା ବେଳେ ଅଣ ଜଳସେଚିତ ବର୍ଷାଧାର ଆଧାରିତ ଜମି ରୁ ୩୦ ୦ ରୁ ୩୫୦ କିଲୋଗ୍ରାମ୍ ଅମଳ ଚାଷୀଭାଇ ମାନେ ପାଇପାରୁଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ତରଫରୁ କପା ଗବେଷଣା କ୍ଷେତ୍ରରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଛି । ଉନ୍ନତ କୃଷି କୌଶଳର ବ୍ୟବହାର କରି ହାରାହାରି  ଅମଳ କୁ ଜଳସେଚିତ ଏବଂ ଅଣଜଳସେଚିତ ଜମିରୁ ଯଥାକ୍ରମେ ୧୦୦୦ କି.ଗ୍ରା. ଏବଂ ୫୦୦ ରୁ ୬୦୦ କି.ଗ୍ରା.କ ବଢ଼ାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୦୯-୧୦ ମସିହା ସୁଦ୍ଧା ଆମ ଦେଶର ହାରାହାରି ଅମଳ ୫୦୨ କି.ଗ୍ରା. ଥିବାବେଳେ ସମଗ୍ର ବିଶ୍ୱର ହାରାହାରି ଅମଳ ୭ ୨୫ କି.ଗ୍ରା. ରହିଛି ।

ଯଦିଓ ସମଗ୍ର କ୍ଷେତ୍ରଫଳରେ ଆମ ଭାରତ କପାଚାଷରେ ଏକ ଅଗ୍ରଣୀ ରାଷ୍ଟ୍ର, କିନ୍ତୁ ହେକ୍ଟର ପ୍ରତି ଉତ୍ପାଦନ ହାରରେ ଚୀନ୍ ରାଷ୍ଟ୍ର ସବା ଆଗରେ । ସେହି ସମୟରେ ଭାରତରେ ମଧ୍ୟ କପାର ଅମଳ ବଢ଼ିଛି କିନ୍ତୁ ଚୀନ୍ ଦେଶ ତୁଳନାରେ ଅଧାରୁ କମ୍ । ଆମ ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ରାଜ୍ୟରେ ଅଧିକ ଜମି ରେ କପା ଚାଷ କରାଯାଉଥିବା ବେଳେ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ପଞ୍ଜାବ ଓ ହରିୟାନାରେ ମଧ୍ୟ କପାଚାଷ ବ୍ୟବସାୟିକ ଭିତ୍ତିରେ କରାଯାଇଥାଏ । ଉନ୍ନତ କୃଷି କୌଶଳ ପ୍ରତି ଚାଷୀଭାଇମାନେ ଯବାନ ହେଲେ ଏହି ଅର୍ଥକାରୀ ଫସଲରୁ ଆମେ ବେଶ୍ ଲାଭ ପାଇପାରିବା ।

କପାଚାଷରେ ଆମ ରାଜ୍ୟ ଓଡ଼ିଶାର ସ୍ଥିତି

ଆମ ରାଜ୍ୟରେ ୩୦ଟି ଜିଲ୍ଲା ମଧ୍ୟରୁ ମୁଖ୍ୟତଃ ୪/୫ଟି ଜିଲ୍ଲାରେ କପାକୁ ବ୍ୟବସାୟିକ ଭିତ୍ତିରେ ଚାଷୀଭାଇମାନେ ଚାଷ କରିଥାନ୍ତି । କିନ୍ତୁ ଆମର ହାରାହାରି ଅମଳ ମାତ୍ର ୫୫୦ କିଲୋଗ୍ରାମ୍ ଯାହାକି  ସର୍ବଭାରତୀୟ ସ୍ତରର ଅମଳ ଠାରୁ ବହୁତ କମ୍ । ଏହି ଜିଲ୍ଲା ମାନଙ୍କରେ ସମୁଦାୟ କ୍ଷେତ୍ରଫଳ, ଉତ୍ପାଦନ ଓ ଉତ୍ପାଦିକତା ସାରଣୀରେ ପ୍ରଦାନ କରାଗଲା ।

ସାରଣୀ ୧: ଓଡ଼ିଶାରେ କପାଚାଷ ଜମିର କ୍ଷେତ୍ରଫଳ, ଉତ୍ପାଦନ ଓ ଉତ୍ପାଦନ ହାର (୨୦୧୦-୧୧)

ଜିଲ୍ଲାର ନାମ

ସମୁଦାୟ କ୍ଷେତ୍ରଫଳ (୦୦୦ ହେକ୍ଟର)

ସମୁଦାୟ ଉତ୍ପାଦନ (୦୦ବେଲ୍)

ଉତ୍ପାଦନ ହାର

(କି.ଗ୍ରା. / ହେକ୍ଟର)

ବଲାଙ୍ଗୀର

୨୯.୨୪

୧୦୭.୩୩

୬୨୪

କଳାହାଣ୍ଡି

୨୬.୩୧

୮୬.୨୦

୫୫୭

ରାୟଗଡ଼ା

୧୩.୨୯

୩୪.୦ ୧

୪୩୫

ନୂଆପଡ଼ା

୨.୪୩

୭.୨୫

୫୦୭

ଗଞ୍ଜାମ

୧.୩୧

୧.୦ ୨

୧୩୩

ଗଜପତି

୦.୬୩

୨.୨୫

୬୦୬

ଓଡ଼ିଶା ରାଜ୍ୟ

୭୪.୩୭

୨୪୦.୮୧

୫୫୦

 

ବଲାଙ୍ଗୀର ଜିଲ୍ଲାରେ କପାଚାଷ ଜମିର ପରିମୋଣ ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ ଏହି ଜିଲ୍ଲାର ହାରାହାରି ଅମଳ ହେକ୍ଟର ପ୍ରତି ୬୨୪ କିଲୋଗ୍ରାମ୍, ଯାହାକି ସର୍ବଭାରତୀୟ ସ୍ତରର ଅମଳ ଠାରୁ ଅଧିକ ।

କପାଚାଷରେ ଅମଳ କମିବାର କାରଣ

  • ପୋକ ଓ ରୋଗ ସଂକ୍ରମଣକୁ ସହିପାରୁଥିବା ଉନ୍ନତ କିସମର ଚାଷର ପ୍ରସାରରେ ଶିଥିଳତା ।
  • ଅଗଭୀର ମାଟି ଥିବା ଅଞ୍ଚଳ ମାନଙ୍କ ପାଇଁ ଉନ୍ନତ କିମ୍ବା ସଙ୍କର କିସମର ଅଭାବ ।
  • ମୌସୁମୀ ବର୍ଷାର ଅନିୟମିତତା ଯୋଗୁଁ ବିହନ ବୁଣା ସମୟରେ ବିଳମ୍ବ ।
  • ବିହନ ବିଶୋଧନ ପ୍ରକ୍ରିୟାର ଉପଯୋଗ ନ ହେବା ଦ୍ଵାରା ସଂକ୍ରମଣ ଅଧିକ ହେବା ।
  • ଅନୁମୋଦିତ ଗଛସଂଖ୍ୟା ନ ରହିବା ଦ୍ଵାରା ଅମଳ କମିବା ।
  • ଠିକ୍ ସମୟରେ ଅନ୍ତଃଚାଷନ କରିବା ଏବଂ ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ସମନ୍ଵିତ ରୋଗ ଓ ପୋକ ପରିଚାଳନା ବ୍ୟବସ୍ଥାର ବ୍ୟବହାର ଠିକ୍ ଭାବେ ନ ହେବା ।
  • ଏହି ବ୍ୟବସାୟିକ ଚାଷ ସମ୍ପର୍କରେ ଅଧିକରୁ ଅଧୂକ ତାଲିମ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପର ଅଭାବ ।

କିନ୍ତୁ ବର୍ତ୍ତମାନ କପାଚାଷ ପାଇଁ ଅନେକ ଉନ୍ନତ ମାନର କିସମ ଉପଲବ୍ଧ ହେଲାଣି ଏବଂ ନୂଆ ନୂଆ କୃଷି କୌଶଳ ମଧ୍ୟ ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁଛି । ଚାଷୀଭାଇ ସେଗୁଡ଼ିକର ସଦ୍‌ବ୍ୟବହାର କରିପାରିଲେ, କପାଚାଷ କ୍ଷେତ୍ରରେ ଅଧିକ ଅମଳ ଓ ଆଦାୟ ପାଇପାରିବେ ।

କ୍ଷେତ୍ରବିଜ୍ଞାନ କୃଷି କୌଶଳର ସମ୍ମୁଚିତ ବ୍ୟବହାର

କପା ଫସଲ ପାଇଁ ବିଶେଷ କରି ଉଷ୍ମ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ସ୍ୱଳ୍ପ ବୃଷ୍ଟିପାତ ଏବଂ ୨୦-୪୦ ଡିଗ୍ରୀ ସେଲ୍‌ସିୟସ୍ ଉତ୍ତାପ ଅନୁଭୂତ ହେଉଥିବା ଅଞ୍ଚଳ ଏହି ଫସଲ ପାଇଁ ସର୍ବୋକୃଷ୍ଟ । ଫଳ ଧରିବା ସମୟରେ ପରିଷ୍କାର ଆକାଶ ଏବଂ ଅଧିକ ସୂର୍ଯ୍ୟାଲୋକ ଏହି ଫସଲ ଦରକାର କରିଥାଏ । ଗଭୀର ପଟୁ, ପଟୁମଟାଳ, ଦୋରସା ଏବଂ କୃଷ୍ଣକାର୍ପାସ ମାଟିରେ କପା ଫସଲ ଭଲ ଭାବେ ବଢ଼ିଥାଏ । ଖାଲୁଆ ଏବଂ ପାଣି ଜମି ରହୁଥିବା ଅଞ୍ଚଳ କପାଚାଷ ପାଇଁ କ୍ଷତିକାରକ । ଯେହେତୁ ଫଳ ଫାଟିବା ସମୟ ରେ ମାଟିରେ ଜଳୀୟ ଅଂଶ ବା ମାଟି ବତର ରହିଥିବା ନିହାତି ଜରୁରୀ, ସେଥିପାଇଁ ବର୍ଷା କମ୍ ହେଉଥିବା ଅଞ୍ଚଳ ମାନଙ୍କରେ ମାଟି ଦୋରସା କିମ୍ବା ମଟାଳ ହୋଇଥିଲେ, ମାଟ ବତର ରହିବାରେ ଅସୁବିଧା ହୋଇ ନଥାଏ ଏବଂ ଅମଳ ତାଦ୍ଵାରା ବାଧାପ୍ରାପ୍ତ ହୋଇ ନଥାଏ । ବାଲିଆ ମାଟିରେ ମଧ୍ୟ କପାଚାଷ କରିହେବ କିନ୍ତୁ ତା ପାଇଁ ଜମି କୁ ବେଶ୍ ଅଧ୍ୟକ ପରିମାଣର ଗୋବର ଖତ ବା କମୋଷ୍ଟ ଅନୁମୋଦିତ ପରିମାଣରେ ପ୍ରୟୋଗ କରି ମାଟିର ଭୌତିକ ମାନ ଠିକ୍ ରଖୁବାକୁ ହେବ । ତା ସହିତ ଜଳସେଚନ ଥିବା ବାଲିଆ ମାଟି କପାଚାଷ ପାଇଁ ନିହାତି ଜରୁରୀ ।

ସାରଣୀ-୨ : ଜନ୍ନତ କିସମର ଅବଧ, ଅମଳ ଏବଂ ତନ୍ତୁର ହାରାହାରି ଦୈର୍ଘ୍ୟ

କିସମ

ଅବଧି(ଦିନ)

ଅମଳ (କି.ଗ୍ରା. / ହେକ୍ଟର)

ତନ୍ତୁର ହାରାହାରି ଦୈର୍ଘ୍ୟ (ମି.ମି.)

ଏମ୍.ସି.ୟୁ.-୫

୧୭୫-୧୮୦

୧୪୦୦

୩୬

ବନି

୧୬୦- ୧୬୫

୧୯୦୦

୩୨

ସବିତା

୧୬୫- ୧୭୦

୧୭୦୦

୩୧

 

ଏମ୍.ସି.ୟୁ.-୫ ଉନ୍ନତ କିସମ ହୋଇଥିଲା ବେଳେ ବନି ଏବଂ ସବିତା ସଙ୍କର ଜାତୀୟ କିସମ । ଏହି ୩ଟି ମୁଖ୍ୟ କିସମର କପା ଆମ ରାଜ୍ୟରେ ଚାଷୀମାନେ ବହୁଳଭାବେ ଚାଷ କରିଥାନ୍ତି ।

ଜମି ପ୍ରସ୍ତୁତି ଏବଂ ବୁଣା ସମୟ

କପା ଫସଲରେ ପୋକ ଏବଂ ରୋଗର ଆକ୍ରମଣ ସବୁ ଠାରୁ ଅଧିକ । ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଜମି ପ୍ରସ୍ତୁତିକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ପ୍ରାକମୌସୁମୀ ବର୍ଷାପାଣିକୁ ଉପଯୋଗ କରି ଗଭୀର ଖରାଟିଆ ଚାଷ କରାଯାଇଥିଲେ ହିଡ଼ କଡ଼ରେ ଏବଂ ମାଟି ଭିତରେ ଥିବା ରୋଗ ସୃଷ୍ଟିକାରୀ ଅଣୁଜୀବ ଓ ପୋକ ମାନଙ୍କରେ ଅଣ୍ଡାସବୁ ନଷ୍ଟ ହୋଇଯାଏ ଏବଂ ପରବର୍ତ୍ତୀ ସମୟରେ ଫସଲରେ ଘାହାର ପ୍ରାଦୁର୍ଭାବ ମଧ୍ୟ ବେଶି ଦେଖାଯାଇ ନଥାଏ । ମାଟି ଗୁଣ୍ଡ କରି ମଶ ଦେଇ ସମତୁଲ କରିବା ଆବଶ୍ୟକ । ମାଟିରେ ଉଈର ସଂକ୍ରମଣର ଆଶଙ୍କା ଥିଲେ, କ୍ଲୋରୋପାଇରିଫସ୍ ଜାତୀୟ ଗୁଣ୍ଡକୁ ଏକର ପ୍ରତି ୧୦ କିଲୋଗ୍ରାମ୍ ହିସାବରେ ମାଟିରେ ମିଶାଇ ଦିଆଯିବା ଜରୁରୀ ।

ଜୁନମାସ ହେଉଛି କପା ବୁଣିବାର ପ୍ରକୃଷ୍ଟ ସମୟ । ଯଦି ମୌସୁମୀ ବର୍ଷା ନ ହୋଇଥାଏ ତା’ ହେଲେ ପ୍ରାକ୍ ମୌସୁମୀ ବର୍ଷାକୁ ଆଧାର କରି ଜୁନ୍ ମାସ ମଧ୍ୟରେ କପା ବୁଣି ସାରିବା ଆବଶ୍ୟକ । ମୌସୁମୀ ବାୟୁ ପ୍ରବାହର ଠିକ୍ ପୂର୍ବରୁ ପ୍ରଥମ ମୌସୁମୀ ବର୍ଷାପରେ ଶୁଖିଲା ପାଗ ଦେଖି ବିହନ ବୁଣା ସାରିଦେବା ଉଚିତ୍ ।

ବିହନ ପରିମାଣ ଓ ଆବଶ୍ୟକୀୟ ଗଛ ସଂଖ୍ୟା

ଏକରକୁ ଉନ୍ନତ କିସମ ପାଇଁ ୨.୫ କିଲୋଗ୍ରାମ୍ ଏବଂ ସଙ୍କର ଜାତୀୟ କିସମ ପାଇଁ ୮୦୦ ଗ୍ରାମ୍ ମଞ୍ଜି ବିହନ ଆବଶ୍ୟକ ହୋଇଥାଏ । ବିହନକୁ କ୍ୟାପଟାନ୍ କିମ୍ବା ରାମ୍ (୩ ଗ୍ରାମ/କିଲୋଗ୍ରାମ୍ ବିହନ ପ୍ରତି) କିମ୍ବା ପ୍ଲାଣ୍ଟୋମାଇସିନ୍ (୧.୫ ଗ୍ରାମ କିଲୋଗ୍ରାମ୍ ବିହନ ପ୍ରତି) ପ୍ରୟୋଗ କରି ଦୁଇଘଣ୍ଟା ଛାଇରେ ଶୁଖାଇ ବୁଣାକାମ କରାଯିବା ଆବଶ୍ୟକ । ମନ୍ଦାକରି କପା ଲଗାଇଲେ ଭଲ । ଉନ୍ନତ କିସମ ପାଇଁ ଧାଡିକୁ ଧାଡ଼ି ୯୦ ସେ.ମି. ଓ ଗଛକୁ ଗଛ ୬୦ ସେ.ମି. ବ୍ୟବଧାନ ଏବଂ ସଙ୍କର ଜାତୀୟ କିସମ ପାଇଁ ଧାଡିକୁ ଧାଡ଼ି ଏବଂ ଗଛକୁ ଗଛ ଉଭୟ ୯୦ ସେ.ମି. ବ୍ୟବଧାନ ରଖି ଆବଶ୍ୟକୀୟ ପରିମାଣର ଖତ, ସାର ସହ ୨ଟି ମଞ୍ଜି ୫ ସେ.ମି. ଗଭୀରତାରେ ପୋତିବା ଉଚିତ୍ ।

ମଞ୍ଜି ଲଗାଇବାର ୨୧ ଦିନ ପରେ ପ୍ରତି ମନ୍ଦାରେ ଗୋଟିଏ ଲେଖାଏଁ ଭଲ ଗଛ ରଖି ଅନ୍ୟଟିକୁ ଉପାଡ଼ି ଦେବା ଦରକାର । ଏହା ଦ୍ଵାରା ଗଛକୁ ଦରକାର ମୁତାବକ ଖାଦ୍ୟ, ଆଲୋକ ଏବଂ ଶାଖା ବଢ଼ିବା ପାଇଁ ସୁବିଧା ହୋଇଥାଏ । ଅନ୍ୟପକ୍ଷରେ ହୁଡ଼ାଦେବା ଓ ଘାସ ବାଛିବା ବେଶ ସୁବିଧାଜନକ ଭାବରେ ଚାଷୀ କରିପାରିଥାନ୍ତି । ଜମି ରେ ମଞ୍ଜି ଲଗାଇବା ସମୟରେ ଅନ୍ୟ ଏକ ସ୍ଥାନରେ ପଲିଥିନ ଜରିରେ ଅଧିକ ଚାରା ଉତ୍ତାରି କରି ରଖିଥିଲେ, ଜମି ରେ ଯେଉଁଠି ଗଛ ଉଠି ନଥିବ, ସେଠାରେ ଖୁଞ୍ଚା (Gap filling) କରାଯାଇ ପାରିବ ।

ଧାଡ଼ିରେ ବୁଣା କରିବା, ବିହନର ପରିମାଣ ଠିକ୍ ରଖିବା, ବିହନକୁ ସଠିକ୍ ଗଭୀରତାରେ ପୋତିବା ଏବଂ ସର୍ବୋପରି ଠିକ୍ ସମୟରେ ବୁଣିବା ଦ୍ଵାରା ପ୍ରତି ବର୍ଗମିଟରରେ ଆମେ ଆବଶ୍ୟକୀୟ ଗଛ ସଂଖ୍ୟା ରଖ ପାରିଥାଉ । ବର୍ଗମିଟରରେ ଠିକ୍ ଗଛ ସଂଖ୍ୟା ରଖାଯାଇ ପାରିଲେ ଅମଳ ଅଧିକ ହୋଇଥାଏ ଅର୍ଥାତ୍ ଅଧିକ ଅମଳ ପାଇବାର ପ୍ରଥମ ଚାବିକାଠି ହେଉଛି ଆବଶ୍ୟକୀୟ ଗଛସଂଖ୍ୟା ।

ଅନ୍ତଚାଷ ଓ କୃଷି ଯନ୍ତ୍ରପାତିର ବ୍ୟବହାର

କପାଗଛ ଉଠିବାର ୧୦-୧୨ ଦିନପରେ ଗଛ ଉଠି ନଥିବା ମନ୍ଦା ମାନଙ୍କରେ ପୁଣି ଗଛ ଲଗାଯାଇଥାଏ ଏବଂ ଏହି ସମୟରେ ପ୍ରଥମ କୋଡ଼ାଖୋସା କରି ମାଟି ଟେକା ଯାଇଥାଏ । ଦ୍ଵିତୀୟ ଏବଂ ତୃତୀୟ କୋଡ଼ାଖୋସା ଯଥାକ୍ରମେ ତୃତୀୟ ଏବଂ ଷଷ୍ଠ ସପ୍ତାହରେ କରାଯିବା ଗବେଷଣା ସମ୍ମତ । କାରଣ ଆମେ ଫସଲକୁ ଯେତେ କୋଡ଼ାଖୋସା ଠିକ୍ ସମୟରେ କରି ସଫା ସୁତରା ରଖି ପାରିବା, ପରବର୍ତ୍ତୀ ଅବସ୍ଥାରେ ସେତେ ରୋଗ ଏବଂ ପୋକ ଆକ୍ରମଣର ଆଶଙ୍କା କମ୍ ହେବ । ଘାସ ମରିବା ସଙ୍ଗେ ସଙ୍ଗେ ଘାସ ମଧ୍ୟରେ ରୋଗ ସୃଷ୍ଟିକାରୀ ଅଣୁଜୀବ ଏବଂ ପୋକ ମାନଙ୍କରେ ଅଣ୍ଡା ମଧ୍ୟ ନଷ୍ଟ ହୋଇଯାଉଥାଏ ।

କପାଗଛର ଉଚ୍ଚତା ୧ ମିଟର ବା ଗଛ ୯୦ ଦିନର ହୋଇଗଲେ ଗଛର ଅଗକୁ ଛିଣ୍ଡାଇଦେଲେ ଅଧିକ ସଂଖ୍ୟାରେ ଫଳଯୁକ୍ତ ଶାଖାପ୍ରଶାଖା ହୁଏ ଏବଂ ସେହି ଅନୁପାତରେ ଅମଳ ମଧ୍ୟ ଅଧିକ ହୋଇଥାଏ ।

ଘାସ ମରା ଔଷଧ ଆବଶ୍ୟକ ହେଲେ ପ୍ରୟୋଗ କରାଯିବା ଉଚିତ୍ । ଯଦି ଚାଷୀଭାଇ ମାନେ ତାଙ୍କ ଜମିରେ ଘାସର ଆଧିକ୍ୟତା ବିଷୟରେ ଆଗରୁ ଅବଗତ ଥାଆନ୍ତି, ତାହେଲେ ବୁଣା ପରଦିନ କିମ୍ବା ଗଜା ହେବା ଆଗରୁ ମାଟିର ବତର ଦେଖି ବୁଟାକ୍ଲୋର (Butachlor) କିମ୍ବା ଆଲକୋର (Alchor) ହେକ୍ଟରକୁ ଏକ କିଲୋଗ୍ରାମ୍ ହିସାବରେ ପ୍ରୟୋଗ କଲେ ଘାସ ଦମନ ହୋଇପାରିଥାଏ । ଯଦି ଅନ୍ତଚାଷ ଏବଂ ଘାସମରା ଔଷଧ ପ୍ରଥମରୁ ପକାଇଲା ପରେ ମଧ୍ୟ ଜମିରେ ଘାସ ଦେଖାଯାଏ, ତାହେଲେ ପାରାକ୍ୟୁଟ (Paraquat) ଘାସମରା ବିଷକୁ ହେକ୍ଟର ପ୍ରତି ୪୦୦ ଗ୍ରାମ୍ ହାରରେ ସିଞ୍ଚନ କଲେ ଘାସ ଦମନ ଠିକ୍ ଭାବେ ହୋଇପାରିଥାଏ ।

ରାୟଗଡ଼ା ଜିଲ୍ଲାର ଚାଷୀ ଘାସ ନିୟନ୍ତ୍ରଣ ପାଇଁ ମଧ୍ୟ ଦୁଇଧାଡ଼ି ମଧ୍ୟରେ ଅନ୍ତଃଚାଷ କରିପାରୁଥିବା ବଳଦ ଚାଳିତ ଘାସମରା ଯନ୍ତ୍ର ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଘାସମରା ଔଷଧର ବ୍ୟବହାର କମିବା ସଙ୍ଗେ ସଙ୍ଗେ ଖର୍ଚ୍ଚ କାଟ ମଧ୍ୟ ହୋଇପାରୁଛି । କୃଷି ଯନ୍ତ୍ରପାତି ର ବ୍ୟବହାର ଖାଲି ଅନ୍ତଚାଷରେ ସିମୀତ ନ ରହି ଏବେ ଫଳ ପାଚିଲା ପରେ ତୋଳିବା ପାଇଁ ବ୍ୟବହାର କରାଗଲାଣି । ଏହାକୁ ଅଧିକ ବ୍ୟାପକ କରାଯିବାର ସମୟ ଏବେ ଆସିଛି ।

ଖତ ଓ ସାର ପ୍ରୟୋଗ

ଚାଷୀଭାଇମାନେ ମାଟି ପରୀକ୍ଷାକରି ଆବଶ୍ୟକ ମୁତାବକ ସାର ପ୍ରୟୋଗ କରିବା ଜରୁରୀ । କାରଣ ମାଟି ରେ କେଉଁ କେଉଁ ଖାଦ୍ୟ ଉପାଦାନ ଅଭାବ ଅଛି ଜାଣି ହେବ ଏବଂ କମ୍ ବା ବେଶୀ ଖାଦ୍ୟସାର ପ୍ରୟୋଗ ନ କରିବା ପାଇଁ ସୁଯୋଗ ମିଳିବ । ଅର୍ଥାତ୍ କମ୍ ଖର୍ଚ୍ଚ ରେ ମଧ୍ୟ ଫସଲ ରୁ ଅମଳ ପାଇପାରିବା । ମାଟି ପରୀକ୍ଷା ନ କରି ପାରିଲେ ଉନ୍ନତ କିସମ ପାଇଁ ହେକ୍ଟର ପ୍ରତି ୮୦:୪୦:୪୦ କି.ଗ୍ରା. ଯବକ୍ଷାରଜାନ : ଫସ୍‌ଫରସ୍ : ପଟାସ୍ ଏବଂ ତାର ଦେଢ଼ଗୁଣା ଅର୍ଥାତ୍ ୧୨୦:୬୦:୬୦ କି.ଗ୍ରା. ଯବକ୍ଷାରଜାନ : ଫସ୍‌ଫରସ୍ : ପଟାସ୍ ସଙ୍କର ଜାତୀୟ କିସମ ପାଇଁ ଅନୁମୋଦନ କରାଯାଇଥାଏ । ଶେଷ ଓଡ଼ ହଳ ସମୟରେ ହେକ୍ଟର ପ୍ରତି ୧୦ ଗାଡ଼ି ସଢ଼ା ଗୋବର ଖତ (୫ ଟନ୍) ମାଟିରେ ମିଶାଇ ଦିଆଯାଇଥାଏ ।

ମଞ୍ଜି ଲଗାଇବା ସମୟରେ ସବୁତକ ଫସଫରସ ସହ ଅଧା ପଟାସ୍ ଏବଂ ଏକ ଚତୁର୍ଥାଶ ଯବକ୍ଷାରଜାନ ସାର, ଗଜା ହେବାର ତୃତୀୟ ସପ୍ତାହରେ ୨୫% ଯବକ୍ଷାରଜାନ ସହ ବାକି ଅଧା ପଟାସ ସାର, ଗଜା ହେବାର ୬ଷ୍ଠ ଏବଂ ୯ମ ସପ୍ତାହରେ ୨୫% ଯବକ୍ଷାରଜାନ ସାର ପ୍ରୟୋଗ କରାଗଲେ ପ୍ରତ୍ୟେକ ଖାଦ୍ୟ ଉପାଦାନର ବ୍ୟବହାରିକ ଉପଯୋଗିତା ଅଧିକ ହୋଇଥାଏ ।

ମଟାଳ, ଦୋରସା ମାଟିରେ ଜୈବିକ ଅଗୀର ଅଂଶ ଅଧିକ ହେତୁ ମାଟି ଅପେକ୍ଷାକୃତ ଉର୍ବର । ସେହିସବୁ ଜମିରେ ଚାଷୀମାନେ ଲଗାଇବା ସମୟରେ ଯବକ୍ଷାରଜାନ ସାର ନଦେବା ଭଲ । ସେପରି କ୍ଷେତ୍ରରେ ୨୫% ଯବକ୍ଷାରଜାନ, ଗଜା ହେବାର ତୃତୀୟ ସପ୍ତାହରେ, ୫୦% ସାର ୬ଷ୍ଠ ସପ୍ତାହରେ ଏବଂ ବାକି ୨୫% ଯବକ୍ଷାରଜାନ ସାର ୯ମ ସପ୍ତାହ ମଧ୍ୟରେ ପ୍ରୟୋଗ କରାଯିବା ଆବଶ୍ୟକ ।

ନିଗିଡ଼ା, ବାଲିଆ ମାଟିରେ ଚାଷ କରାଯାଉଥିବା କପା ଫସଲରେ ଯବକ୍ଷାରଜାନ ସାରକୁ ୪ ଦଫାରେ ସମାନ ଭାବରେ ପ୍ରୟୋଗ କରାଯିବା ଆବଶ୍ୟକ (ବୁଣା ସମୟରେ, ଗଜା ହେବାର ୩ୟ, ୬ଷ୍ଠ ଏବଂ ୯ମ ସପ୍ତାହ ମଧ୍ୟରେ) । ସାର ପ୍ରୟୋଗ ସମୟକୁ କୋଡ଼ାଖୋସା ଏବଂ ହୁଡ଼ା କା କାମ ରଖିଲେ ସାରର ଉପଯୋଗିତା ଅଧିକ ହୋଇଥାଏ ।

ଖରଡି ବଣା କପାଚାଷ କ୍ଷେତରେ ସମ ଦାୟ ଫସଫରସ ଓ ଅଧା ପଟାସ ଦେଇ ବୁଣା କାମ କରି, ଗଜା ହେବାର ୩ୟ ସପ୍ତାହରେ ଅଧା ଯବକ୍ଷାରଜାନ ସାର ସହ ବାକି ଅଧା ପଟାସ ଦିଆଯାଇଥାଏ । ବଳକା ୫୦% ଯବକ୍ଷାରଜାନ ସାରକୁ ଅଧା ଅଧା କରି ୬ଷ୍ଠ ଏବଂ ୯ମ ସପ୍ତାହରେ ପ୍ରୟୋଗ କରାଯାଏ ।

ଖାଲି ଅନୁମୋଦିତ ପରିମାଣର ସାର ପ୍ରୟୋଗ କଲେ ଚଳିବ ନାହିଁ । ଚାଷୀଭାଇମାନଙ୍କୁ ପ୍ରତ୍ୟେକ ସାରର ବ୍ୟବହାରିକ ଉପଯୋଗିତା କେମିତି ଅଧିକ ହେବ, ତା ପ୍ରତି ମଧ୍ୟ ଯବାନ ହେବାକୁ ପଡ଼ିବ । ଏହି ଦିଗରେ ଜୀବାଣୁ ସାରର ବ୍ୟବହାର କରାଯିବା ଉପରେ ଗୁରୁତ୍ଵ ଦିଆଯିବା ନିହାତି ଜରୁରୀ । ଯବକ୍ଷାରଜାନ ସାର ଉପଯୋଗିତା ବଢ଼ାଇବା ପାଇଁ ଆଜୋଟୋବାକ୍ଟର (AZotobactor) ଏବଂ ଆଜୋସ୍ପିରିଲମ୍ (Azospirillum) ଜୈବସାର ପ୍ରତ୍ୟେକକୁ ୧ କି.ଗ୍ରା. ଲେଖାଁଏ, ଫସଫରସ ସାରକୁ ଅଧିକ ଦ୍ରବୀଭୂତ କରି ଗଛକୁ ଉପଲବ୍ଧ କରାଇବା ପାଇଁ ଫସଫରସ ଜୀବାଣୁସାର (PSB) ଏକରକୁ ୨ କି.ଗ୍ରା. ହିସାବରେ ଗଛ ଗଜା ହେବାର ୧୨ - ୧୫ ଦିନ ମଧ୍ୟରେ ୫୦ କି.ଗ୍ରା. ସଢ଼ା ଗୋବର ଖତ ସହିତ ମିଶାଇ ଛାଇରେ ଶୁଖାଇ ପ୍ରୟୋଗ କରାଯିବା ଆବଶ୍ୟକ । ଏହାଦ୍ଵାରା କପା ଫସଲରେ ଅମଳ ବଢ଼ିଥାଏ ଏବଂ ଉନ୍ନତ ମାନର କପା ଆମ ଚାଷୀଭାଇ ମାନେ ପାଇପାରିଥାନ୍ତି ।

ଫୁଲ କଢ଼ ନଝଡ଼ିବା ପାଇଁ ହରମୋନର ପ୍ରୟୋଗ

କପା ଫସଲରେ ଫୁଲ କଢ଼ ଝଡ଼ିବା ବେଶ ବହୁଳ ଭାବରେ ଦେଖାଯାଇଥାଏ । ଠିକ୍ ସମୟରେ ବୁଣାକାମ ନହେବା, କିମ୍ବା ଆବଶ୍ୟକୀୟ ପରିମାଣର ଖତ ଓ ସାର ଠିକ୍ ସମୟରେ ନଦେବା କିମ୍ବା ଉନ୍ନତମାନର କିସମ ଠିକ୍ ଭାବେ ବ୍ୟବହାର ନହେବା ଦ୍ୱାରା ଫୁଲକଢ଼ ଝଡ଼ିଯିବାର ଦେଖାଯାଇଥାଏ । ଏହାଦ୍ଵାରା ସ୍ଵାଭାବିକ ଭାବେ ଅମଳ କମି ଥାଏ । ସେପରି ସ୍ଥଳେ ଚାଷୀଭାଇମାନଙ୍କୁ ନାପଥାଲିନ୍ ଏସିଟିକ୍ ଏସିଡ଼ ହରମୋନ୍‌କୁ ୧୦ ନିୟୁତାଂଶ (ପ୍ରତି ଲିଟର ପାଣି ସହ ୧୦ ମିଲିଗ୍ରାମ୍ ହରମୋନ୍ ମିଶାଇ) ହାରରେ ଗଛର ୪୫ ଦିନ ଅବସ୍ଥାରେ ଏବଂ ୨୦ ନିୟୁତୀଶ (ପ୍ରତି ଲିଟର ପାଣି ସହ ୨୦ ମିଲିଗ୍ରାମ୍ ହରମୋନ୍ ମିଶାଇ) ହାରରେ ୬୦ ଦିନରେ କପାଗଛରେ ଛିଞ୍ଚନ କରାଗଲେ ଫୁଲ କଢ଼ ଝଡ଼ି ନ ଥାଏ । ନାଥାଲିନ୍ ଏସିଟିକ୍ ଏସିଡ଼୍ ବଦଳରେ ସାଇକୋସେଲ୍ କିମ୍ବା ସେଲମୋନ୍ କିମ୍ବା ପ୍ଲାନୋଫିକ୍ସ ହରମୋନ୍ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ଅନେକ ସ୍ଥଳରେ ହରମୋନ୍ ପ୍ରୟୋଗ ସହିତ ଡିଏପି ଏବଂ ଏମ୍.ଓ.ପି. ସାରର ମ ପତ୍ର ଛିଞ୍ଚନ କରାଯାଇଥାଏ । ସେଥିପାଇଁ ଫସଲ ବୁଣାର ୭୫ ଏବଂ ୯୦ ଦିନରେ ଶତକଡ଼ା ୧.୫% ଭାଗ ଡିଏପି ଛିଞ୍ଚନ ଏବଂ ଫସଲ ୧ ୦୫ ଦିନ ଅବସ୍ଥାରେ ଶତକଡ଼ା ୦.୭୫% ଭାଗ ଡିଏପି ସହ ୦.୭୫% ଭାଗ ଏମ୍ଓପି ମିଶାଇକରି ଛିଞ୍ଚନ କରାଗଲେ ଫୁଲ କଢ଼ ମଧ୍ୟ ଝଡ଼ି ନ ଯିବାର ଦେଖାଯାଇଥାଏ ।

କପାଚାଷ ପାଇଁ ଅଣୁସାରର ଆବଶ୍ୟକତା : ଯବକ୍ଷାରଜାନ, ଫସ୍ ଫରସ୍ ଓ ପଟାସ୍ କୁ ବାଦ ଦେଲେ ମାଗ୍ନେସିୟମ୍ ଓ ଗନ୍ଧକ, ସାରର ଆବଶ୍ୟକତା ଥିଲା ବେଳେ ଅଣୁ ସାର ହିସାବ ରେ ଦସ୍ତା ଓ ଟାଙ୍ଗଣା ମଧ୍ୟ ପ୍ର ୟୋଗ ସ୍ଥଳ ବି ଶେଷରେ ଆବଶ୍ୟକ ହୋଇଥାଏ । ସର୍ବ ଭାରତୀୟ କପା ଗବେଷଣା ପ୍ରକଳ୍ପ ଆନୁକୁଲ୍ୟରେ ଗବେଷଣା ଫଳାଫଳରୁ ଜଣାଯାଏ ଯେ, ମ୍ୟାଗ୍ନେସିୟମ ସଲଫେଟ ଶତକଡ଼ା ୧.୦% ଭାଗ ସହ ଜିକ୍‌ ସଲଫେଟ ୦.୫% ଭାଗ ମିଶାଇ ପ୍ରୟୋଗ କଲେ ଉଭୟ ମାଗ୍ନେସିୟମ୍, ଗନ୍ଧକ ଓ ଦସ୍ତାର ଆବଶ୍ୟକତା ପୂରଣ ହୋଇଥାଏ ଏବଂ ତାହା ଅମଳ ବଢ଼ାଇବାର ଠିକ୍ ସହାୟତା କରିପାରିଥାଏ ।

ସମ୍ମନ୍ଵିତ ସାରପ୍ରୟୋଗର ଆବଶ୍ୟକତା

ରାସାୟନିକ ସାରର ଉପାଦେୟତା ବଢ଼ାଇବାରେ ଜୈବିକ ସାର ଓ ଜୀବାଣୁସାରର ପ୍ରମୁଖ ଭୂମିକା ରହିଛି । ଗବେଷଣା ଲବଧ ଫଳାଫଳରୁ ଜଣାପଡ଼େ ଯେ, ଯଦି ଚାଷୀମାନେ ମାଟି ପରୀକ୍ଷା କରି ସେଇ ମୁତାବକ ସାର ପ୍ରୟୋଗ କରିବେ, ତାହେଲେ ସର୍ବାଧୂକ ଅମଳ ମିଳିବ । ମାଟି ପରୀକ୍ଷା ଫଳାଫଳ ନେଇ ସାର ପ୍ରୟୋଗ ସହିତ ଖଯୁକ୍ତ ଜୀବାଣୁସାର ଆଜାଟୋବ୍ୟାକୁର ଏବଂ ଆଜୋସ୍ପିରିଲମ୍ ଏବଂ ଫସ୍‌ଫରସ୍‌ ଜୀବାଣୁ ସାର (ପିଏସ୍‌ବି) ମିଶାଇ ପ୍ରୟୋଗ କଲେ ଅମଳ ଶତକଡ଼ା ୧୫– ୨୫% ପର୍ଯ୍ୟନ୍ତ ଅଧିକ ମିଳିଥାଏ । ଗନ୍ଧକ, ଦସ୍ତା ଏବଂ ଟାଙ୍ଗଣା ସାର ପ୍ରୟୋଗକୁ ସଫଳତାର ସହିତ ଏଡ଼ାଇ ଦିଆଯାଇପାରିବ, ଯଦି ଚାଷୀଭାଇ ମାନେ ଖତ ଏବଂ ଜୀବାଣୁସାରର ଅନୁମୋଦିତ ପ୍ରୟୋଗ କରି ପାରୁଥିବେ । ଖର୍ଚ୍ଚ କାଟ ହେବା ସଙ୍ଗେ ସଙ୍ଗେ ଭଲ ମାନର କପା ଆମେ ଅମଳ କରିପାରିବା ।

କପା ଫସଲରେ ଅନ୍ତଃଫସଲ ଚାଷ

କପା ଫସଲ ୬ ମାସରୁ ଊର୍ଦ୍ଧ୍ଵ ଜମିରେ ରହୁଥିବାରୁ ଏବଂ ପ୍ରଥମ ଅବସ୍ଥାରେ ଗଛର ଅଭିବୃଦ୍ଧି ହାର କମ୍ ରହୁଥିବାରୁ, ଅନ୍ତଃ ଫସଲ ଚାଷର ସୁବିଧା ରହିଥାଏ । ଗବେଷଣାରୁ ଜଣାଯାଏ ଯେ, କପା ଫସଲ ମଧ୍ୟରେ ମୁଗ, ବିରି, ବରଗୁଡ଼ି ଜାତୀୟ ଫସଲ ଚାଷ କରି, ମଞ୍ଜି ଅମଳ ପରେ ଫସଲର ଅବଶିଷ୍ଟାଶକୁ ମାଟିରେ ମିଶାଇ ଦିଆଗଲେ କପା ଫସଲ ବେଶ୍ ଉପକୃତ ହେଇଥାଏ । ଅଧିକ ଅମଳ ମିଳିବା ସଙ୍ଗେ ସଙ୍ଗେ ଅନେକ ଅନିଷ୍ଟକାରୀ ପୋକର ଆକ୍ରମଣ ମଧ୍ୟ କମ୍ । ହେବାର ଲକ୍ଷ୍ୟ କରାଯାଇଛି । ମୁଗ, ବିରିକୁ ବାଦ୍ ଦେଇ ମକା, ସୋୟାବିନ୍ ଏବଂ ଚିନାବାଦାମ ମଧ୍ୟ କପାରେ ଅନ୍ତଃଫସଲ ଭାବେ ଚାଷ କରି ସଫଳତା ଚାଷୀଭାଇମାନେ ପାଇଛନ୍ତି । ଏହାଦ୍ୱାରା ଖାଲି ଯେ ଅନ୍ତଃଫସଲରୁ କିଛି ଅଧିକ ଅମଳ ମିଳିଥାଏ, ତା ନୁହେଁ, ତା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ଅବସ୍ଥାର ମୁଖ୍ୟ ଫସଲକୁ ଘାସ ଦାଉରୁ ମଧ୍ୟ ରକ୍ଷା କରାଯାଇ ପାରିଥାଏ ।

କପାଚାଷରେ ଚୀନରେ ହୋଇଥିବା ଗବେଷଣାରୁ ଶିକ୍ଷା ଏବଂ ତା’ର ପ୍ରୟୋଗ ବ୍ୟବସ୍ଥା

ପୃଥିବୀର କପାଚାଷ କରୁଥିବା ଦେଶମାନଙ୍କ ମଧ୍ୟରୁ ଚାଇନାର ହେକ୍ଟର ପିଛା ଅମଳ ସର୍ବୋଧିକ । ୨୦୦୯-୧୦ ମସିହାର ବିଶ୍ଵ କପାର ହାରାହାରି ଅମଳ ହେକ୍ଟର ପ୍ରତି ୭୨୫ କିଲୋଗ୍ରାମ୍ ଥିବାବେଳେ ଚୀନ୍ ଦେଶର ଥିଲା ୧୨୬୦ କି.ଗ୍ରା. ଓ ଆମେରିକାର ୮୬୮ କିଲୋଗ୍ରାମ୍ । ସେମାନଙ୍କରେ ଗବେଷଣା ତଥ୍ୟ ଅନୁଯାୟୀ ଅନୁମୋଦିତ ଗଛକୁ ଗଛ ଓ ଧାଡିକୁ ଧାଡ଼ି ଦୂରତାରେ ପରିବର୍ତ୍ତନ ସହ ସାର ପ୍ରୟୋଗ ବଢ଼ାଇ ପାରିଲେ ଅମଳ ମଧ୍ୟ ବଢ଼ାଯାଇ ପାରିବ । ଭାରତର ବିଭିନ୍ନ କପାଚାଷ କରାଯାଉଥିବା ଅଞ୍ଚଳରେ ହୋଇଥିବା ଗବେଷଣାରୁ ଜଣାଯାଏ, ଅନୁମୋଦିତ ୯୦ x ୬୦ ସେ.ମି. ବ୍ୟବଧାନ ପରିବର୍ତ୍ତେ ୬୦ x ୬୦ ସେ.ମି. ଦୂରତା ଏବଂ ତା ସହ ୮୦/୪୦/୪୦ କି.ଗ୍ରା. ଏନ୍-ପି-କେ ସାର ବଦଳରେ । ଆଉ ଶତକଡ଼ା ୨୫ ଭାଗ ଏନ୍-ପି-କେ ସାର ଅଧିକ ଦେଇ ଚାଷ କରାଗଲେ, ଅମଳ ଶତକଡ଼ା ୨୦- ୨୫ ଭାଗ ଅଧିକ ହୋଇଥାଏ । ଏହାର ପ୍ରସାର ପାଇଁ ଆହୁରି ଗବେଷଣା ଏବଂ ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ ବ୍ୟବସ୍ଥା ଆବଶ୍ୟକ ।

କେବଳ ଉନ୍ନତମାନର କିସମ ବା ସଙ୍କର ଜାତୀୟ କିସମର ବ୍ୟବହାରିକ ଉପଯୋଗିତା ଉପରେ କ୍ଷେତ୍ର ପ୍ରଦର୍ଶନ ବ୍ୟବସ୍ଥା କଲେ ହେବ ନାହିଁ, ତା ସହିତ ସମନ୍ୱିତ ସାର ପ୍ରୟୋଗ (ଆଇଏନ୍ ଏମ୍), ସମନ୍ୱିତ ପ୍ରଣାଳୀରେ ରୋଗ ଓ ପୋକ ପରିଚାଳନା (ଆଇପିଏମ୍), ଜୋ ବସାର, ଜୈବ କୀଟନାଶକର ପ୍ରୟୋଗ ଉପରେ ତାଲିମ୍ ବ୍ୟବସ୍ଥା ଆବଶ୍ୟକ ।

୨୦୧୦ ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଅମଳ ବଢ଼ାଇବା ପାଇଁ କେତୋଟି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ :

  • କପା ଫସଲ ଚାଷ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଜଡ଼ିତ ସର୍ବଭାରତୀୟ  କପା ଗବେଷଣା ପ୍ରକଳ୍ପ, କପାଚାଷକୁ ପ୍ରୋତ୍ସାହନ ଦେଉଥିବା ବେହାରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ସଂସ୍ଥା ମାନଙ୍କରେ ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ ।
  • କପାଚାଷର ସୁଯୋଗ ଥିବା ଅଥଚ କପାଚାଷ କରାଯାଉ ନଥିବା ଅଞ୍ଚଳମାନଙ୍କ ପାଇଁ କପାଚାଷର ପ୍ରସାର କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବା । ଯେମିତିକି ଉତ୍ତର ପୂର୍ବ ଭାରତ, ଓଡ଼ିଶାର କେତେକ ଜିଲ୍ଲା, ଉପକୂଳବର୍ତ୍ତୀ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟମାନଙ୍କରେ ପାଖାପାଖୁ ୧୦ ଲକ୍ଷ ହେକ୍ଟର ଜମି ରେ ଚାଷର ସୁବିଧା ରହିଛି । ତାର ବ୍ୟବହାର ପାଇଁ ଉପଯୁକ୍ତ ଗବେଷଣା ସୃଷ୍ଟି କରିବା ।
  • ସ୍ଥାନୀୟ କୃଷି ବିଶ୍ଵବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ଗବେଷଣା । କେନ୍ଦ୍ର ସହିତ କପାଚାଷୀ ମାନଙ୍କର ପ୍ରତ୍ୟକ୍ଷଭାବେ ସଂପର୍କ ସ୍ଥାପନ ଓ ଯୋଗଦାନ ଦ୍ଵାରା ନୂଆ ନୂଆ କୃଷି କୌଶଳର ପ୍ରସାର ଠିକ୍ ଭାବେ ହୋଇପାରିବ ।
  • ନୂଆନୂଆ କପା କିସମର (ଯାହାରକି ପୋକ ଓ ରୋଗ ସହଣୀ ଶକ୍ତି ଥିବ)ର ବ୍ୟବହାର, ସମନ୍ୱିତ ସାର ପରିଚାଳନା ଓ ରୋଗ, ପୋକ ପରିଚାଳନା ଉପରେ ସମୁଚିତ ଗୁରୁତ୍ଵ ଦେବା ସହ, କୀଟନାଶକର ସଦ୍‌ବ୍ୟବହାର କରିବା ଉପରେ ଅନୁରୂପ ଗୁରୁତ୍ଵ ଦେବା ।
  • ମରୁଡ଼ି ସହଣୀ ଶକ୍ତି ଥିବା କିସମକୁ ଅଧିକ ପ୍ରୋତ୍ସାହନ କରିବା ।
  • କୃଷି ସଂପ୍ରସାରଣ ବ୍ୟବସ୍ଥାକୁ ଦୃଢ଼ୀଭୂତ କରି କପାଚାଷର ନୂଆନୂଆ କୌଶଳକୁ ଚାଷୀ ଅଭିମୁଖୀ କରିବା ।
  • ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମ ରେ ନୂଆ ନୂଆ ଗବେଷଣା ଲବ୍ଧ ଜ୍ଞାନକୁ ଚାଷୀଙ୍କ ଜମିରେ ପ୍ରଦର୍ଶନ କରାଇବା ଏବଂ ତାଲିମ୍ ବ୍ୟବସ୍ଥାକୁ ବେଶୀ ଗୁରୁତ୍ଵ ଦେବା ।

ଉପରୋକ୍ତ ବିଜ୍ଞାନ ସମ୍ମତ ବ୍ୟବସ୍ଥା ପ୍ରତି ଯବାନ ହେଲେ ବର୍ତ୍ତମାନର ୯୫ ଲକ୍ଷ ହେକ୍ଟର ଜମି ରୁ ୨୯୦ ଲକ୍ଷ ବେଲ୍ ଉତ୍ପାଦନ ଏବଂ ହେକ୍ଟର ପ୍ରତି ୫୨୫ କିଲୋଗ୍ରାମ୍ ଲିଶ୍ ଉତ୍ପାଦନ ପାଇ ପାରୁଥିବା ବେଳେ, ୨୦୧୩ ସୁଦ୍ଧା ୬୫୫ କି.ଗ୍ରା., ୨୦୧୫ ସୁଦ୍ଧା ୭୨୦ କି.ଗ୍ରା., ୨୦୧୭ ସୁଦ୍ଧା ୭୮୫ କି.ଗ୍ରା. ଏବଂ ୨୦୨୦ ସୁଦ୍ଧା ୧୧୦ ଲକ୍ଷ ହେକ୍ଟର ଜମିରେ ଚାଷ କରାଯିବାର ଯୋଜନାକୁ ସାକାର କରାଯାଇପାରିବ । ୨୦୨୦ ମସିହା ବେଳକୁ ଆମର କପା ଉତ୍ପାଦନ ୫୦୦ ଲକ୍ଷ ବେଲ୍ ଏବଂ ଉତ୍ପାଦନ ହାର ହେକ୍ଟର ପ୍ରତି ୮୦୦ କିଲୋଗ୍ରାମ୍ ଲିଣ୍ ହେବାର ସ୍ଵପ୍ନ ସାକାର ହୋଇପାରିବ ।

ଅମଳ ସମୟରେ ସାବଧାନତା :

ବକରା ଗୁଡ଼ିକ ଫାଟିବା ପରେ ଏହାକୁ ତୋଳିଦେବା ଆବଶ୍ୟକ । ୩-୪ ଥର କପା ତୋଳିଲା ସମୟରେ ଶୁଖିଲା ପତ୍ର, କାଠି ଆଦି ଅଲଗା ବାହାର କରିଦେବା ଦରକାର । କପା ତୋଳି ସାରିଲାପରେ ଏହାକୁ ଖରାରେ ୨୪ ଘଣ୍ଟା ଶୁଖାଇ ଗୋଦାମରେ ରଖିବା ଉଚିତ୍ ।

ଠିକ୍ ଭାବେ ଯତ୍ନ ନେଲେ ଏକର ପ୍ରତି ହାରାହାରି ୧୦ କୁଇଣ୍ଟାଲ୍ ମଞ୍ଜି ମିଶା ତୁଳା ମିଳିପାରିବ ।

ଆଧାର  - "ଓୟୁଏଟି"

3.05555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top