অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କମ୍ ଖର୍ଚ୍ଚରେ ଲାଭ ଦେବ ରାଶି

କମ୍ ଖର୍ଚ୍ଚରେ ଲାଭ ଦେବ ରାଶି

ବର୍ଷାଦିନିଆ ରାଶି ଚାଷ

ରାଜ୍ୟରେ ପ୍ରାୟତଃ ସବୁ ଜିଲ୍ଲାରେ ରାଶି ଚାଷ କରାଯାଏ । ବିଶେଷ କରି ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ରାଶି ବହୁଳ ଭାବେ ଚାଷ କରାଯାଏ । ରାଶିରୁ ଶତକଡା ୪୬ ରୁ ୫୨ ପ୍ରତିଶତ ତେଲ ସଂଗ୍ରହ କରାଯାଇଥାଏ।

ଏହାକୁ ଖାଇବା ତେଲ, ରାଶିପିଡିଆ, ଗୋଖାଦ୍ୟ ଏବଂ ସାର, ସାବୁନ୍, ଅତର ଓ ଔଷଧ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ବୁଣିବା ସମୟ

ବର୍ଷାଦିନିଆ ରାଶି ମଟାଳିଆ ଓ ଖାଲ ଜିମରେ ମୋ ମାସରେ ବୁଣା ଯାଇଥାଏ । ଢିପ ଜମିରେ ରାଶି ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ବୁଣାଯାଏ ।

ଓୟୁଏଟିରୁ ଉଦ୍ଭାବିତ ରାଶି ବିହନ

ନିର୍ମଳା , ପ୍ରାଚୀ, ଅପ୍ରିତ, ସ୍ମାରକ, ଶୁଭ୍ରା ଭଳି ରାଶିକୁ ୬୫ ରୁ ୯ ୦ ଦିନ ମଧ୍ୟରେ ଅମଳ କରିପାରିବେ ।

ଚାଷ ପ୍ରଣାଳୀ

ବିହନ ପରିମାଣ ଓ ବିଶୋଧନ

ଏକ ଏକର ଜମି ପାଇଁ ୪ କିଗ୍ରା ମଞ୍ଜି ଦରକାର ହୁଏ । ପ୍ରତି କଲୋଗ୍ରାମ୍ ମଞ୍ଜି ସହିତ ୩ ଗ୍ରାମ୍ ହିସାବରେ ଶୁଷ୍କ ସେରେସାନ୍ ବା ଆଗ୍ଲୋସାନ୍ ଜିଏନ୍ ଗୁଣ୍ଡ ଗୋଳାଇ ବିଶୋଧନ କରାଯାଏ ।

ଖତସାର

ଏକ ଏକର ଜମି ପାଇଁ ନିମ୍ନଲିଖୁତ ପରିମାଣର ଖତ ସାର ଆବଶ୍ୟକ ପଡିଥାଏ । ଯବକ୍ଷାରଯାନ ସାର: ୧୨ କିଲୋଗ୍ରାମ, ଫସଫରସ୍ ସାର ୬ କିଗ୍ରା। ପଟାସ୍ ସାର ୬କିଗ୍ରା, ଗୋବର ଖତ ୪ ଗାଡି ।

ମୃତ୍ତିକା ଓ ଜମି ପ୍ରସ୍ତୁତି

ଅତି ଲୁଣି ଓ କ୍ଷାର ମାଟିକୁ ଛାଡି ଦେଲେ ଅନ୍ୟ ସବୁ ମାଟିରେ ରାଶି ଚାଷ କରାଯାଇପାରିବ । ବୁଣିବା ପୂର୍ବରୁ ଜମିକୁ ଭଲ ଭାବରେ ଦୁଇ ତିନି ଓଡ ଚାଷ କରିବା ପରେ ଅନାବନା ଘାସ ବାଛି ଦେଇ ମାଟିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ ।

ଯବକ୍ଷାରଯାନ ସାରର ଅଧା ଓ ସମୁଦାୟ ପରିମାଣର ଫସଫରସ, ପଟାସ୍ ଓ ଗୋବର ଖତକୁ ମାଟିରେ ଭଲ ଭାବରେ ମିଶାଇ ଦେବା ଆବଶ୍ୟକ । ତାପରେ ମାଟିକୁ  ସମତଳ କରି ଦେବାକୁ ହେବ ।

ମଞ୍ଜି ବୁଣିବା ପ୍ରଣାଳୀ

ରାଶି ମଞ୍ଜିକୁ ଧାଡିକୁ ଧାଡି ୨୦ ରୁ ୨୫ ସେଣ୍ଟିମିଟର (୮ରୁ ୧୦ ଇଞ୍ଚ) ବ୍ୟବଧାନରେ ବୁଣନ୍ତୁ । ଜମିରେ ଆବଶ୍ୟକ ବତର ଥିଲେ ମଞ୍ଜି ଶୀଘ୍ର ଗଜା ହୁଏ । ମଞ୍ଜି ବୁଣିବାର ୨ ରୁ ୩ ସପ୍ତାହ ପରେ ରୋଗିଣା ଓ ଦୁର୍ବଳ ଗଛଗୁଡିକୁ ଉପାଡି ଦିଅନ୍ତୁ ।

ଖାଦ୍ୟ ସଂରକ୍ଷଣ

କାଣ୍ଡ ଓ ଫଳ ବିନ୍ଧା ପୋକ ଏବଂ ଆଣ୍ଟପାଷ୍ଟ୍ର ପୋକର ଦମନ ପାଇଁ ଏକର ପିଛା ଇଉକାଲପଟାସ୍ ସୁମିଥିଆନ୍ ୪ ଶହ ମିଲିଲିଟର କିମ୍ବା ଆୟୋଡିନ୍, ୪୫୦ ମିଲିଲିଟର ଗଛ ୩ ସପ୍ତାହ ହେବା ପରେ ଥରେ ଏବଂ ଫୁଲ ଧରିବା ସମୟରେ ଆଉ ଥରେ ସ୍ପ୍ରେ କରନ୍ତୁ।

ଅମଳ

ଗଛ ଯେତେବେଳେ ହଳଦିଆ ପଢିଯାଏ, ସେତେବେଳେ ଶୁଖିବାକୁ ଆରମ୍ଭ କରେ । ମଞ୍ଜି ବୁଣିବାର ୮୫-୯୦ ଦିନ ପରେ ରାଶି ଫଳ ସମ୍ପୂର୍ଣ୍ଣ ଭାବରେ ଶୁଖିଯାଏ । ଏହି ସମୟରେ ଗଛ କାଢି ଆଣି ଖରାରେ ଦୁଇ ତିନି ଦିନ ଶୁଖାଇ ମଞ୍ଜି ଅମଳ କରାଯାଏ ।

ଆଧାର – କୃଷି ଡାଏରୀ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate