ହୋମ / କୃଷି / କୃଷି ଉଦ୍ୟୋଗ / କଲରା ଚାଷ ଓ ଆଖୁ ଚାଷ ପ୍ରଣାଳୀ
ସେଆର କରନ୍ତୁ

କଲରା ଚାଷ ଓ ଆଖୁ ଚାଷ ପ୍ରଣାଳୀ

କଲରା ଚାଷ ଓ ଆଖୁ ଚାଷ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

କଲରା ଚାଷ

କଲରାରେ ରହିଛି ଅନେକ ଔଷଧୀୟ ଗୁଣ । କେବଳ ଫଳ ନୁହେଁ ଏହାର ଫୁଲ ପତ୍ର ମଧ୍ୟ ବିଭିନ୍ନ କାମରେ ଆସିଥାଏ । ମଧୁମେହ  ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଏହା କୃମି ଓ ଚର୍ମରୋଗ ଦୂର କରିଥାଏ । କଲରା ଗୋଟିଏ ଏମିତିକି ପରିବା ଯାହାର ଚାହିଦା ସବୁବେଳେ ରହିଆସିଛି ।

ମୃତ୍ତିକା

ଉର୍ବର, ନିଗିଡ଼ା ଦୋରସାରୁ ବାଲି ଦୋରସା ଏବଂ ଅମ୍ଳତା ୬.୫-୭.୦ ଅଧୁବା ମାଟିରେ ଭଲ ହୋଇଥାଏ । ଜାନୁଆରୀ, ମାର୍ଚ୍ଚ ଏବଂ ସୁବିଧା ଥିଲେ ଅକ୍ଟୋବର ଓ ନଭେମ୍ବର ମାସରେ ଲଗାଇପାରିବେ ।

କିସମ

ଫଳର ଆକାର ଅନୁସାରେ କଲରା ଦୁଇ ପ୍ରକାରର । ଛୋଟ ବା ଟୁସି କଲରା ଏବଂ ବଡ଼ କଲରା ।

  • ଛୋଟ: ଉନ୍ନତ କିସମ: ଆର୍କ ହରିତ, ପ୍ରୀତି, ଗ୍ରୀନସୁଲ ନଖରା ଇମ୍ପୁ ଭଡ଼, ସମର ଗ୍ରୀନ୍, ଚମନ, ସୋନମ
  • ବଡ଼ : ସିଓ୧, ଏମ.ଡି.ୟୁ୧, ପୁଷା ଦୋ ମୌସୁମୀ, କିରଣ, ପ୍ରାଚୀ, ପ୍ରିୟା

ବିହନ

ଏକର ପ୍ରତି ୧.୫ରୁ ୨ କି.ଗ୍ରା ମଞ୍ଜି ଦରକାର । ୧ କି.ଗ୍ରାମଞ୍ଜିକୁ୨ ଗ୍ରାମ୍ ଥୁରାମ ଓ ୧ଗ୍ରାମ୍ କାଟେର୍ବାଣୋଜିମ୍ ମିଶାଇ ବୁଣିବାର ୬ ଘଣ୍ଟା ପୂର୍ବରୁ ବିଶୋଧନ କରାଯିବା ଉଚିତ । ଶୀଘ୍ର ଗଜା ବାହାରିବା ପାଇଁ ମଞ୍ଜିକୁ ୨୦-୨୪ ଘଣ୍ଟା ବତ୍ଵରାଇ ୪୮- ୭୨ ଘଣ୍ଟା ଯାଏଁ ଓଦା କନାରେ ଗୁଡ଼ାଇ ରଖାଯାଏ ।

ବିହନ ବୁଣିବା

ଜମିକୁ ୨-୩ ଓଡ଼ ଗୁଣ୍ଡ ଚାଷ କରି ସମସ୍ତ ଅନାବନା ଗଛ ନଷ୍ଟ କରି ଧାଡ଼ିକୁ ଧାଡ଼ି ୧ରୁ୨ ମିଟର ଏବଂ ମନ୍ଦାକୁ ମନ୍ଦା ୧ ମିଟର ବ୍ୟବଧାନରେ ୪୫ ସେ.ମି. ଲମ୍ବ, ପ୍ରସ୍ଥ ଓ ଗଭୀରର ଗାତ ଖୋଳାଯାଏ ।  ଗାଟ ଜୋର ଏକର ପ୍ରତି ୮-୧୦ ଟନ୍ କମେଷ୍ଟ, ମୂଳ ସାର, ଉପର ମାଟି ଏବଂ ଗାତ ପ୍ରତି ୨୦-୨୫ ଗ୍ରାମ୍ କ୍ନୋରାପାଇରିଫସ ଗୁଣ୍ଡ ଦେଇ ପୂରଣ କରାଯାଏ । ଗାତ ପ୍ରତି ଶୁଖୁଲା ମଞ୍ଜି ୪-୫ ଗୋଟି କିମ୍ବା ଗଜା ହୋଇଥିବା ୨-୩ ଗୋଟି ମଞ୍ଜି ଦିଆଯାଏ । ଜମି ପ୍ରସ୍ତୁତ ହେବାକୁ ସମୟ ଲାଗୁଥିଲେ ପଲିଥିନ ମୁଣାରେ ଚାରା କରି ଲଗାଇ ପ୍ରଥମେ ବଜାରକୁ ପଠାଇପାରିବେ । ମଞ୍ଜି ଲଗାଇବାର ୩୦-୩୫ ଦିନରେ ମିଶ୍ରିତ ଅଣୁ ସାର ଯବକ୍ଷାରଯାନ, ଫସଫରସ, ପଟାସିୟମ୍ ଭଳି ମିଶ୍ରିତ ଅଣୁସାର ପ୍ରୟୋଗ କଲେ ଅମଳ ବଢିଥାଏ । ମଞ୍ଜି ଲଗାଇବାର ୨୦-୨୫ ଏବଂ ୪୦-୪୫ ଦିନରେ କୋଡ଼ାଖୋସା କରି ଅନାବନା ଗଛ ବାଛି ନିଅନ୍ତୁ ।

ଆଖୁ ଚାଷ

ଆମ ରାଜ୍ୟର ଜଳବାୟୁ ଦୃଷ୍ଟିରୁ ନଭେମ୍ବରଠାରୁ ଫେବୃୟାରୀରେ ମାସ ଶେଷ ପର୍ଯ୍ୟନ୍ତ ଆଖୁ ଲଗାଯାଇ ପାରିବ । ଜମିକୁ ଭଲଭାବରେ ଗଭୀର ଚାଷକରି ମାଟିକୁ ଗୁଣ୍ଡ ଓ ସମତୁଲ କରନ୍ତୁ । ଜମିରେ ହାଲୁକା ଜଳସେଚନ କରି ୨-୩ ଦିନ ପରେ ଖାଇ ପ୍ରସ୍ତୁତ ଯନ୍ତ୍ର ସାହାଯ୍ୟରେ ଖାଇ ପ୍ରସ୍ତୁତି କଲେ ଜଳସେଚନର ଆବଶ୍ୟକତା ଏଡ଼ାଇ ଦିଆଯାଇପାରିବ । ଖାଇର ଗଭୀରତା ଅତିକମରେ ୧୫ ସେ.ମି. ରହିବା ଦରକାର । ଦୁଇଖାଇ ମଧ୍ୟରେ ୭୫ ସେ.ମି. ବ୍ୟବଧାନ ରଖନ୍ତୁ ।

ବିହନ ଚୟନ ସମୟରେ ଆଠମାସିଆ ରୋଗ ପୋକ ଲାଗି ନଥିବା ଆଖୁ, ବିହନ ସଂଗ୍ରହ କରନ୍ତୁ । ଯଦି ଆଖୁ ଫସଲ। ୮ ମାସରୁ ଅଧକ ହୋଇଥାଏ ତେବେ ଆଖୁ ଗଛର ଉପର ଦୁଇ ତୃତୀୟା’ଶକୁ ବିହନ ପାଇଁ ବ୍ୟବହାର କରନ୍ତୁ । ତିନି ଆଖୁଆ ଆଖୁ, ଖଣ୍ଡ ପ୍ରତି ମିଟରରେ ୪ଟି କରି ଲଗାନ୍ତୁ, ଯେପରିକି ଆଖୁଗୁଡିକ କଡ଼କୁ ରହିବ ଏବଂ ତା' ଉପରେ ୨.୫ ସେ.ମି. ମାଟି ଘୋଡାଇ ଦିଅନ୍ତୁ । ଜମିରେ ବତର ଥିବା ଅବସ୍ଥାରେ ଆଖୁ ଲଗାଇ ହାଲୁକା ଜଳସେଚନ କରନ୍ତୁ । ବିହନ ବିଶୋଧନ କରିବା ପାଇଁ ୧୦୦ ଲିଟର ପାଣିରେ ୧୫୦ ଗ୍ରାମ କାଟେର୍ବଣ୍ଡାଜିମା, ୨୦୦ମି.ଲି. କ୍ରୋରୋପାଇରିଫସ୍ ଓ ୧ କିଗ୍ରୀ ୟୁରିଆକୁ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ ।

ଏହି ମିଶ୍ରଣରେ ଆଖୁ, ବିହନକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଏବଂ ତା'ପରେ ବାହାର କରି ଜମିରେ ଲଗାନ୍ତୁ । ଏହାଦ୍ଵାରା ନାଲି ଶଢା ରୋଗକୁ ଅନେକାଂଶରେ ଦମନ କରାଯାଇଥାଏ ଓ ଆଖୁ, ବିହନ ଭଲ ଗଜା ହୋଇଥାଏ ।

ଆଧାର – କୃଷି ବିଭାଗ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top