ହୋମ / କୃଷି / କୃଷି ଉଦ୍ୟୋଗ / କିପରି କରିବେ ଫେଶୀଚାଷ
ସେଆର କରନ୍ତୁ

କିପରି କରିବେ ଫେଶୀଚାଷ

ଫେଶୀଚାଷ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଉଭୟ ତୈଳବୀଜ ଓ ତନ୍ତୁ ଉତ୍ପାଦନକାରୀ ଫସଲ ଭାବେ ବିବେଚିତ ଫେଶୀ । ଏହାର ମଞ୍ଜିରେ ୪୩ ପ୍ରତିଶତ ପର୍ଯ୍ୟନ୍ତ ତେଲ ଥାଏ । ଏହି ତେଲ ରଙ୍ଗ, ବାର୍ନିସ, ସାବୁନ, ଅଏଲ କ୍ଲଥ, ଛାପାକାଳି ଓ ଜଳ ପ୍ରତିରୋଧକ ତନ୍ତୁ ଉତ୍ପାଦନ ନିମନ୍ତେ ବ୍ୟବହୃତ ହୋଇଥାଏ ।

ପିଡିଆରେ ୩୬% ପୁଷ୍ଟିସାର ଥବାରୁ ତାହା ସୁସ୍ଵାଦୁ ଗୋଖାଦ୍ୟ ହୋଇଥାଏ । ଫେଶୀର ଶୁଖୁଲା କାଣ୍ଡରୁ ପର୍ଦ୍ଦା, କାର୍ପେଟ, ସୋଫାଗଦି, ନରମ କମ୍ବଳ, ଇନ୍‌ସୁଲେଟର ଓ କାଗଜ ଇତ୍ୟାଦି ତିଆରି ହୋଇଥାଏ ।

ମୃତ୍ତିକା ଓ କିସମ

ସବୁ ପ୍ରକାର ମାଟି ବିଶେଷକରି ମଟାଳ ଦୋରସା ଓ ନିଗିଡା ଦୋରସା ମାଟିରେ ଭଲ ଚାଷ ହୋଇଥାଏ । ଆମ ରାଜ୍ୟରେ ଶୀତଦିନେ ଏହା ଚାଷ କରାଯାଏ । ଧାନ ଜମିରେ ବତର ଅବା ବେଳେ ଛଟା/ଅମୁହାଁ ଫସଲ କରାଯାଏ (ଏକର ପ୍ରତି ୨ କି.ଗ୍ରା. ବିହନ ଦରକାର) । ଅକ୍ଟୋବରରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ପେଶୀ ବୁଣାବୁଣି ସାରିବା ଦରକାର । ବୁଣିବା ଡେରି ହେଲେ ଅମଳ କମିଯାଏ । ଅଧିକ ଅମଳକ୍ଷମ କିସମ ହେଲା-କିରଣ, ନିଲମ, ଗୌରବ, ଜବାହର-୨୩, ପହିନୀ, ଟି-୩୯୬, ଗାରିମା (ଏସବୁ ୪ ମାସିଆ), ହିମାଳିନୀ (୫ ମାସିଆ) ଓ ମାଉ  ଆଜାଦ୍ ଅଲ୍‌ସି -୨ ଇତ୍ୟାଦି ।

ବିହନ, ବୁଣା ଓ ଖତ, ସାର

ଏକର ପ୍ରତି ୪-୫ କି.ଗ୍ରା. ବିହନକୁ ବିଶୋଧନ କରି ଧାଡିରେ ୩୦ ସେ.ମି.x ୫ ସେ.ମି. ବ୍ୟବଧାନରେ ବୁଣିଲେ ଭଲ ହୋଇଥାଏ। ଶେଷ ଓଡା ଚାଷ ବେଳେ ଏକର ପ୍ରତି  ୨୦ କୁଇଣ୍ଟାଲ, ଖତ ସହ ୧୬୮-୮ ଏନ.ପି.କେ. ପ୍ରୟୋଗ କରନ୍ତୁ (ଅର୍ଥାତ୍ ଡି.ଏ.ପି. ୧୭ କି.ଗ୍ରା., ୟୁରିଆ, ୩୦ କି. ଗ୍ରା. ଓ ଏମ.ଓ.ପି. ସାର ୧୬ କି.ଗ୍ରା.) । ସବୁ ଫସଫରସ ଓ ପଟାସ ସାର ସହ ଅଧା ଯବକ୍ଷାରଜାନ ମୂଳ ସାର ହିସାବରେ ଦେଇ ଅବଶିଷ୍ଟ ଅଧା ଯବକ୍ଷାରଜାନକୁ ବୁଣିବାର ୩ ସପ୍ତାହ ବେଳକୁ ଦିଅନ୍ତୁ ।

ଘାସବଛା, ଜଳସେଚନ ଓ ରୋଗ, ପୋକ ପରିଚାଳନା

ଗଛ ଉଠିବାର ୧୫ ଦିନ ବେଳକୁ ଘାସ ବାଛନ୍ତୁ । ନଚେତ୍ ଫ୍ଲୋକ୍ଲୋରାଲିନ ଅଥବା ପେଣ୍ଡିମେଥାଲିନ ତୃଣନାଶକର ୪୦୦ ଗ୍ରାମ ସକ୍ରିୟ ଉପାଦାନ ଏକର ପ୍ରତି ପ୍ରୟୋଗ କରନ୍ତୁ । ଫୁଲ ଓ ମଞ୍ଜି ହେବା ସମୟରେ ସଙ୍କଟକାଳୀନ ଜଳସେଚନ ଜରୁରୀ ।

  • କୀଟନାଶକ ଯଥା
  • ମିଥାଇଲ ଡିମେଟନ ବା ଡାଇମିସ୍ଟେଥୋଏଟ୍ ୨ ମି.ଲି. ଲିଟର ପ୍ରତି ପ୍ରୟୋଗ କରି ଜଉପୋକ, ପତ୍ର ଡିଆଁ, ସାଁବାଳୁଆ, କଢ ମାଛିକୁ ନିୟନ୍ତ୍ରଣ କରନ୍ତୁ । ପତ୍ରପୋଡା ଓ କଳଙ୍କି ରୋଗ ନିୟନ୍ତ୍ରଣ ପାଇଁ ଆଇଡ୍ରୋଡିନ ବା କାଟେର୍ବଣ୍ଡାଜିମ ୧.୫ ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ ।

  • ବିହନ ପ୍ରମାଣନ ଓ ଅମଳ
  • ସର୍ବନିମ୍ନ, ୨ଟି ପରିଦର୍ଶନ-ଫୁଲ ଫୁଟିବା ଓ ଅମଳ ପୂର୍ବାବସ୍ଥାରେ କରାଯାଏ । ବିଲଗନ ଦୂରତା ୫୦ ମିଟର (ପିଣ୍ଡ) ଓ ୨୫ ମିଟର (ପ୍ରାମାଣିକ) ରଖୁବା ଜରୁରୀ । ମିଶା କିସମର ସୀମା ହାର (ସର୍ବାଧକ) ୧୦,୦୦୦ ଗଛରେ ୫ଟି (ପିଣ୍ଡ ଓ ୧୦ଟି ପ୍ରାମାଣିକ) । ଗଜାଶକ୍ତି ୮୦%, ଶୁଦ୍ଧତା ୯୮ % (ସର୍ବନିମ୍ନ) ଏବଂ ଆର୍ଦ୍ଦତା ୯% (ସର୍ବାଧକ) । ଗଛର ଡାଳ ଓ ପତ୍ର ହଳଦିଆ ପଡିଆସିଲେ ଗଛକୁ କାଟି ଖରାରେ ଶୁଖାଇ ମଞ୍ଜିକୁ ଅଲଗା କରାଯାଏ । ଏକର ପ୍ରତି ୩-୪ କୁଇଣ୍ଟାଲ ମଞ୍ଜି ଅମଳ ହୋଇଥାଏ ।

ଆଧାର - ଡ. ପରେଶ କୁମାର ପଣ୍ଡା ସହକାରୀ ବିହନ ପ୍ରମାଣନ ଅଧ୍ୟକାରୀ,ଓସୋଫ୍କା,

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top