ହୋମ / କୃଷି / କୃଷି ଉଦ୍ୟୋଗ / କୃଷିରୁ ଅଧିକ ଆୟର ସହଜ ଉପାୟ
ସେଆର କରନ୍ତୁ

କୃଷିରୁ ଅଧିକ ଆୟର ସହଜ ଉପାୟ

କୃଷିରୁ ଅଧିକ ଆୟର ସହଜ ଉପାୟ ର ସୂଚନା

ଉପକ୍ରମ

ଓଡିଶା ଏକ କୃଷିପ୍ରଧାନ ରାଜ୍ୟ  । ଏହାର ଅର୍ଥନୀତି ପ୍ରାୟତଃ କୃଷି ଉପରେ ଆଧାରିତ  । ତେଣୁ ରାଜ୍ୟର ବିକାଶ ଲାଗି କୃଦଧିର ବିକାଶ ଅପରିହାର୍ଯ୍ୟ  । ତେବେ ସନ୍ତୋଷଜନକ ତଥା ସୁସ୍ଥ ଏବଂ ସନ୍ତୁଳିତ ସାମଗ୍ରିକ ଆର୍ଥିକ ଅଭିବୃଦ୍ଧି ପାଇଁ ଚାଷୀର କୃଷି କ୍ଷେତ୍ରର ଆୟ ବୃଦ୍ଧି ହେବା ନିହାତି ଆବଶ୍ୟକ  । କୃଷି କ୍ଷେତ୍ରର ଆୟ ବୃଦ୍ଧି ସକାଶେ ଚାଷୀମାନଙ୍କୁ ବିଭିନ୍ନ ଫସଲର ଉତ୍ପାଦନ ବଢାଇବାକୁ ହେବ ଏବଂ ଉତ୍ପାଦନ ଖର୍ଚ୍ଚକୁ ଯଥାସାଧ୍ୟ କମାଇବାକୁ ପଡିବ  । କୃଷିର ବିକାଶ ତଥା ବିଭିନ୍ନ ଫସଲର ଉତ୍ପାଦନ ବୃଦ୍ଧି ଲାଗି ଆମ ରାଜ୍ୟରେ ରାଜ୍ୟ ଯୋଜନା, ଜାତୀୟ ତୈଳ ବୀଜ ମିଶନ, ଆତ୍ମା-କୃଷି ସମ୍ପ୍ରସାରଣ ସଂସ୍କାର ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ପୂର୍ବ ଭାରତରେ ଦ୍ଵିତୀୟ ସବୁଜ ବିପ୍ଲବ, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବିଜୁ କୃଶକ କଲ୍ୟାଣ ଯୋଜନା, ଜଳନିଧି ଯୋଜନା, କୃଷି ଯାନ୍ତ୍ରୀକରଣ ଯୋଜନା, କୃଷି ଉଦ୍ୟୋଗୀକରଣ ଯୋଜନା ପରି କେତେକ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଅଛି  ।

ଯୋଜନା

ଚାଷୀମାନେ ଏହି ଯୋଜନାଗୁଡିକୁ ନିଷ୍ଠାର ସହିତ କୃଷି କ୍ଷେତ୍ରରେ ପ୍ରୟୋଗ କରିବା ଦରକାର  । ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଚାଷୀମାନଙ୍କୁ ଚାଷୀମାନଙ୍କୁ କେତୋଟି ପ୍ରମୁଖ ବୈଜ୍ଞାନିକ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ  । ନିଜ ଜମିର ଭୌଗଳିକ ଅବସ୍ଥିତି, ଜଳସେଚନର ସୁବିଧା, ନିଜର ଆବଶ୍ୟକତା, ନିକଟସ୍ଥ ବଜାରର ଚାହିଦା, ନିଜର ସମ୍ବଳ (ମାନବ ସମ୍ବଳ / ଆର୍ଥିକ ସମ୍ବଳ / ପ୍ରାକୃତିକ ସମ୍ବଳ ଇତ୍ୟାଦି)କୁ ଆଧାର କରି ଚାଷୀ ନିଜର ଫସଲ ଖସଡା ପ୍ରସ୍ତୁତ କରିବା ଆବଶ୍ୟକ ଏବଂ କୃଷି ଉତ୍ପାଦନ ସହିତ ଜଡିତ ଆଠଗୋଟି କୃଷି ସାମଗ୍ରୀ ଯଥା – ବିହନ, ସାରା, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି, କୃଷି ଋଣ,  ଜଳସେଚନ, କୃଷି ବଜାର, କୃଷି ସମ୍ବନ୍ଧୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଠିକ୍  ବିନିଯୋଗ କରିବା ପ୍ରୟୋଜନ  । କୃଷି ଉତ୍ପାଦନ ବୃଦ୍ଧି ସହିତ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଗଭୀର ଖରାଟିଆ ଚାଷ, ଉନ୍ନତ ବିହନ ବ୍ୟବହାର, ମାଟି ଓ ବିହନ ବିଶୋଧନ, ଆବଶ୍ୟକ ସ୍ଥଳେ ତଳିଘେରା ଓ ତଳିଚେର ବିଶୋଧନ, ଶ୍ରୀପଦ୍ଧତି ଧାନ ଚାଷ, ଧାନ ଓ ଅଣଧାନ ଫସଲର ଧାଡିବୁଣା ଓ ଆବଶ୍ୟକ  ସ୍ଥଳେ ଧାଡି ରୁଆ ବିହନର ଶୁଦ୍ଧତା ଏବଂ ଗଜା ପରୀକ୍ଷା, ମାଟି ପରୀକ୍ଷା କରି ଏହାର ସ୍ୱାସ୍ଥ୍ୟ ବିବରଣୀ ଅନୁଯାୟୀ ଖାଦ୍ୟ ସାର ପ୍ରୟୋଗ, ଜୈବିକ ସାର ଏବଂ ସମନ୍ଵିତ ଖାଦ୍ୟସାର ପରିଚାଳନା ଉପରେ ଗୁରୁତ୍ଵ, ଜଳ ପରିଚାଳନା, ତୃଣ ବା ଅନାବନା, ଘାସ ପରିଚାଳନା, ଫସଲର ରୋଗ, ପୋକ ସର୍ବେକ୍ଷଣ, ସମନ୍ଵିତ ରୋଗ, ପୋକ ପରିଚାଳନା, କୃଷି ଯାନ୍ତ୍ରୀକରଣ, ଜୈବିକ କୀଟନାଶକ / ରୋଗ ନାଶକ ବ୍ୟବହାର ଉପରେ ଗୁରୁତ୍ଵ ଦେବା ଆବଶ୍ୟକ  । ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ଉତ୍ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ହୋଇ ଉଭାହୋଇଛି  । ଏହାର ମୁକାବିଲା ଲାଗି ଚାଷୀ ଜୈବିକ କୃଷି, ପରମ୍ପରାଗତ କୃଷି ଏବଂ ସମନ୍ଵିତ ରୋଗ, ପୋକ ପରିଚାଳନାକୁ ଆପଣେଇବା ଦରକାର  । ଜ୍ଞାନ ହିଁ ଶକ୍ତି  । ଚାଷୀ ନିଜ ଜ୍ଞାନର ପରିସର ବୃଦ୍ଧି ସକାଶେ  ନିକଟସ୍ଥ କୃଷିବିଜ୍ଞାନ କେନ୍ଦ୍ର କିମ୍ବା କୃଷି ବିଭାଗ ସହିତ ଯୋଗାଯୋଗ କରିବା ଦରକାର  । କମ୍ ସୁଧରେ କୃଷି ଋଣ ପାଇବା ପାଇଁ ନିକଟସ୍ଥ ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଏବଂ ଜାତୀୟକରଣ ବ୍ୟାଙ୍କ ସହିତ ଯୋଗାଯୋଗ କରାଯାଇପାରେ  । ଉତ୍ପାଦିତ ଖାଦ୍ୟଶସ୍ୟର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ବିକ୍ରିବଟା ଲାଗି ନିକଟସ୍ଥ ମଣ୍ଡି ଏବଂ କୃଷି ବଜାରର ସାହାଯ୍ୟ ନେବା ଦରକାର  । ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକକୁ ସାମନା କରିବା ପାଇଁ ଫସଲ ବୀମା କରିବା ଜରୁରୀ  । ଚିରାଚରିତ ଚାଷ ପରିବର୍ତ୍ତେ ବ୍ୟବସାୟିକ ବଜାରଭିତ୍ତିକ – ଲାଭଦାୟକ କୃଷିକୁ ଚାଷୀମାନେ ଆଦରିନେବା ଦରକାର  । ତେବେ ଖରିଫ ଫସଲ ହେଉ କିମ୍ବା ରବି ଫସଲ, ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଚାଷୀ ନିଷ୍ଠାବାନ ହୋଇ ବୈଜ୍ଞାନିକ ଉପାୟରେ ଚାଷ କଲେ କମ ଖର୍ଚ୍ଚରେ ଅଧିକ ଉତ୍ପାଦନ ହୋଇଥାଏ ଏବଂ ଚାଷୀର କୃଷି କ୍ଷେତ୍ରର ଆୟ ବୃଦ୍ଧି ହୋଇଥାଏ  ।

ସଂଗୃହୀତ – ଲକ୍ଷ୍ମୀନାରାୟଣ ଦାଶ

2.93333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top