ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଦରକାର ପଡିଥାଏ । ତେଣୁ ସମୟ ଅନୁଯାୟୀ କିସମ ଚୟନ୍ନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ । ଖରାଦିନିଆ କସମ ଚୟନ କରିବା ଆବଶ୍ୟକ ।
ବର୍ତ୍ତମାନ ଖରାଦିନିଆ ଲତା ଜାତୀୟ ପନିପରିବା ଚାଷ ମଧ୍ୟରେ କଲରା ଏକ ମୁଖ୍ୟ ପରିବା । ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ । ବାୟୁମଣ୍ଡଳରେ ଉତ୍ତାପ ଅଧିକ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ ।
ଯାହାଦ୍ଵାରା କି ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ କମିଯାଏ । ଏସବୁକୁ ଦୃଷ୍ଟିରେ ରଖା ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲରା ଚାଷ କଲେ ଭଲ । ମୁଖ୍ୟତଃ ନିଗିଡା, ବାଲିଆ (ନଦୀ ପଠା). ଦୋରସା ମାଟି ଯେଉଁଥରେ ଅମ୍ଳତା (ପି. ଏଚ୍)୬.୫ରୁ ୭.୦ ରେ ଥର୍ବ ସେଥିରେ କଲରା ଚାଷ ଭଲ ଭାବରେ ହୋଇପାରେ । ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧାନ ଦେବା ନିହାତି ଦରକାର ପଡିଥାଏ । । ତେଣୁ ସମୟ ଅନୁଯାୟୀ କିସମ ଚୟନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ ଖରାଦିନିଆ କିସମ ଚୟନ କରିବା ଆବଶ୍ୟକ । ଫଳର ଆକାର ଅନୁସାରେ କଲରାର ପ୍ରକାର ଯଥା -
କୁଜି (ଛୋଟ କଲରାର) ଆକାର ୧୦ ସେ.ମି. ଲମ୍ବା ହୋଇଥଲା ବେଳେ ଲସା କଲରାର ଆକାର ୧୫ରୁ ୧୮ ସେ.ମି. ହୋଇଥାଏ । ଖରାଦିନିଆ କଲରା ଚାଷ କରୁଥିଲେ କିସମ ଯଥା - ଅର୍କହରିତ, ଫୁଲେ ଗ୍ରୀନ ଲଙ୍ଗ, କାଶୀ, ଉର୍ବଶୀ ଏବଂ ସି.ଓ. -୧ କିସମ ଚୟନ କଲେ ଭଲ ଅମଳ ମିଳିଥାଏ ।
ସାଧାରଣତଃ ହେକ୍ଟର ପିଛା ୫ ରୁ ୬ କେ.ଜି. ଏବଂ ଏକରେ ଚାଷ କରୁଥିଲେ ୧.୫ରୁ ୨ କେ.ଜି. ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜିକୁ ମୁଖ୍ୟ ଜମିରେ ଲଗାଇବା ପୂର୍ବରୁ ବିଶୋଧନ କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଏକ କେ.ଜି. ମଞ୍ଜିକୁ ୨ ଗ୍ରାମର କାପଟାନ କିମ୍ବା ଅରାମ ସହ ବିଶୋଧନ କରନ୍ତୁ । ମଞ୍ଜିରୁ ଶୀଘ୍ର ଗଜା ବାହାର କରି ଲଗାଇବା ପାଇଁ ଚାହୁଁଥିଲେ ମଞ୍ଜିକୁ ୨୦-୨୪ ଘଣ୍ଟା ପାଣିରେ ବଡୁରାଇ ତାକୁ ଗୋଟେ ଓଦା କପଡାରେ ବାନ୍ଧି ରଖିବା ଦ୍ଵାରା ମଞ୍ଜି ବହୁତ ଶୀଘ୍ର ଅଙ୍କୁରୋଦଗମ ହୋଇଥାଏ । ଯେହେତୁ ଖରାଦିନେ ଚାଷ କରୁଛନ୍ତି ସେଥିପାଇଁ ଜାନୁୟାରୀ ଶେଷରୁ ମାର୍ଚ୍ଚର ଶେଷ ମଞ୍ଜି ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ ।
ମଞ୍ଜି ଲଗାଇବା ପୂର୍ବରୁ ଜମିକୁ ୨.୩ ଓଡ ଚାଷକରି ଏକର ପ୍ରତି ୮-୧୦ ଟନ ଶତ୍ରୀ ଗୋବର ଖତ ମାଟିରେ ମିଶାଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ସମତଳ କରିଦିଅନ୍ତୁ । ଯେହେତୁ କଲରା, ମଞ୍ଜିକୁ ମନ୍ଦା ମନ୍ଦା କରି ଲଗାନ୍ତୁ । ସେଥିପାଇଁ ପ୍ରତି ଗାତ, ମନ୍ଦା ପିଛା ୨୦-୨୫ ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ଦେଇ ମନ୍ଦା ପ୍ରତି ୪-୫ଟି ମଞ୍ଜି ପୋତନ୍ତୁ । କଲରା ଗଛକୁ ତଳେ ମଡାଇ ଚାଷ କରୁଥିଲେ ମନ୍ଦାକୁ ମନ୍ଦା ୫୦ ସେ.ମି. ଓ ଧାଡିକୁ ଧାଡି ୧.୨ ମି. ବ୍ୟବଧାନ ଏବଂ ଗଛକୁ ତାର ସାହାଯ୍ୟରେ ମଡାଉଥିଲେ ମନ୍ଦାକୁ ମନ୍ଦା ୪୮ ସେ.ମି. ଏବଂ ଧାଡିକୁ ଧାଡି ୧ମି. ବ୍ୟବଧାନ ରଖୁବା ଆବଶ୍ୟକ । ମଞ୍ଜି ଲଗାଇବା ସମୟରେ ୧୦ କେ.ଜି. ଯବକ୍ଷାରଜାନ, ୧୦ କେ.ଜି. ଫସଫରସ ଓ ୨୦ କେ.ଜି. ପଟାସ ସାର ପ୍ରୟୋଗ କରନ୍ତୁ ଏବଂ ଗଛ ଲଗାଇବାର ୪୦-୫୦ ଦିନ ପରେ ଆଉ ଅବଶିଷ୍ଟାବିଂଶ ୨୦ କେ.ଜି ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ମଞ୍ଜି ଲଗାଇବାର ୩୦-୩୫ ଦିନ ପରେ ଦୁଇଥର ମିଶ୍ରିତ ଅଶୁସାର (୩ ଗ୍ରାମ, ଲିଟର) ସିଞ୍ଚନ କରିବାକୁ ଭୁଲନ୍ତୁ ନାହିଁ ।
ମଞ୍ଜି ଲଗାଇବାର ୧୦ ଦିନ ମଧ୍ୟରେ ଖାଲି ଥିବା ସ୍ଥାନ ପୂରଣ କରନ୍ତୁ । ମନ୍ଦା ପିଛା ୨-୩ଟି ଗଛ ରଖ, ବାକି ସବୁ ଗଛ ଉପାଡି ଦିଅନ୍ତୁ । ଅଣ୍ଡିରା ଫୁଲର ପରିମାଣ ଅଧିକ ହେବା ଦ୍ଵାରା ଫଳର ପରିମାଣ କମିଯାଏ । ଏସବୁକୁ ଦୃଷ୍ଟିରେ ରଖୁ ଚାରା ୨-୩ ପତ୍ର ହୋଇଥିବା ବେଳେ ପ୍ରତି ୬ ଦିନ ବ୍ୟବଧାନରେ ୨ ଥର ମାଲିକ୍ ହାଇଡ୍ରାଜାଇଡ ୧ ଗ୍ରାମକୁ ୫ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ମାଈ ଫୁଲର ପରିମାଣ ଅଧିକ ହେବା ସଙ୍ଗେ ସଙ୍ଗେ ଫଳର ପରିମାଣ ମଧ୍ୟ ବଢିଥାଏ ।
ଯଦିଓ କଲରା ଗଛକୁ ବେଶି ପରିମାଣରେ ରୋଗ ଓ ପୋକ ଆକ୍ରାନ୍ତ କରନ୍ତିନି କିନ୍ତୁ ରୋଗ ହିସାବରେ ପାଉଁଶିଆ ରୋଗ ଏବଂ ପତ୍ର ମୋଡାର ପ୍ରାଦୁର୍ଭାବ ଦେଖାଦିଏ ।
ମଞ୍ଜି ଲଗାଇବାର ୫୦ରୁ ୬୦ ଦିନରେ କଲରା ଅମଳ ଉପଯୋଗୀ ହୋଇଥାଏ । କଞ୍ଚା ଅବସ୍ଥାରେ କଲରାକୁ ହାତରେ ନ ଛିଣ୍ଡାଇ ଉନ୍ନତମାନର ଦଆ ସାହାଯ୍ୟରେ କାଟନ୍ତୁ । ଏକର ପିଛା ୪୦-୫୦ କୁଇଣ୍ଟାଲ ମିଳିବା ସଙ୍ଗେ ସଙ୍ଗେ ହେକ୍ଟର ପିଛା ୮-୧୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ ।
ଆଧାର – ପ୍ରାର୍ଥନା ମହାନ୍ତି, କୃଷିବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡ଼ା
Last Modified : 7/3/2020