অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖର୍ଚ୍ଚ କମ୍ ଲାଭ ଅଧିକ କନ୍ଦମୂଳ

ଓଡ଼ିଶାରେ କନ୍ଦମୂଳ ଚାଷ ଅତି ପୁରାତନ କାଳରୁ ହେଉଛନ୍ତି । ଏହା କେବଳ ସୁଆଦିଆ ନୁହେଁ ପୁଷ୍ଟିକାରକ ମଧ୍ୟ ।

ଓଡ଼ିଶାରେ ୪.୨,୦୦୦ ହେକ୍ଟର କ୍ଷେତ୍ରରେ ଏହା ଚାଷ ହେଉଛି । ଅମଳ ପାଖାପାଖି ୪ ଲକ୍ଷ ମେଟ୍ରିକ ଟନ ହେଉଥିବା ସୂଚନା ମିଳିଛି ।

ଅବିଭକ୍ତ କଟକ, ଢେଙ୍କାନାଳ, କୋରାପୁଟ, ମୟୁରଭଞ୍ଜ,  ଗଞ୍ଜାମ, ବରଗଡ଼ ଆଦି ଜିଲ୍ଲାରେ ଏହାର । ଚାଷ ସର୍ବାଧିକ  କନ୍ଦମୂଳ ଉତ୍ପାଦନରେ ଢେଙ୍କାନାଳ ଜିଲ୍ଲା ଆଗରେ ରହିଛି ।

ଜଳବାୟୁ ଓ ଲଗାଇବା ସମୟ

ଓଡ଼ିଶାରେ ଜଳବାୟୁ ଏହାର ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ । ସର୍ବନିମ୍ନ ବର୍ଷା ୫୦୦ ମିମି ହେଲେ ବି ଫସଲ ହୋଇଥାଏ । ନିଗିଡ଼ା ଦୋରସା ମାଟିରେ କନ୍ଦମୂଳ ଭଲ ହୁଏ ।

ଲଗାଇବା ସମୟ

ବର୍ଷା , ଶୀତ, ଖରା ସବୁ ଋତୁରେ କନ୍ଦମୂଳ ଚାଷ କରାଯାଇ ପାରେ । ମାତ୍ର ଓଡ଼ିଶାରେ ପାରମ୍ପରିକ ଫସଲ ଜୁନରୁ ଜୁଲାଇ ମାସରେ କରାଯାଏ ।

କିସମ ଓ ବିହନ

ଗୌରୀ, ଶଙ୍କର, ପୁଷା ସଫେଦ, ଶ୍ରୀଭଦ୍ରା, ଶ୍ରୀ ନନ୍ଦିନୀ, ସମ୍ରାଟ, କିଶାନ, କଳିଙ୍ଗ, ଏସ୍ଟି ୧୪ ଆଦି ଅନେକ ଅଧିକ ଅମଳକ୍ଷମ କିସମ ଏବେ ଚାଷୀମାନେ ଚାଷ କରୁଛନ୍ତି । ଫସଲ। ୧୦୦ରୁ ୧୨୦ ଦିନ ମଧ୍ୟରେ ଅମଳ ହୁଏ । ସାଧାରଣତଃ କନ୍ଦମୂଳ, ଡଙ୍କକୁ ବିହନ ରୂପେ ବ୍ୟବହାର କରାଯାଇଥାଏ । ଏଥିପାଇଁ ସୁସ୍ଥ ସବଳ ନିରୋଗୀ ପ୍ରାମାଣିକ ବିହନ ହିସାବରେ କନ୍ଦ ବା ଡଙ୍କ ସଂଗ୍ରହ କରନ୍ତୁ ।

ବିହନ

ପୁରୁଣା ଫସଲର ୪-୫ ଗଣ୍ଠି ଥିବା ୧୫-୨୦ ସେମି ଡଙ୍କ ଛାଡ଼ ପାଇଁ ଉପଯୁକ୍ତ । କନ୍ଦମୂଳକୁ ତଳି ଘରାରେ ଲଗାଇଲେ ସେଥିରୁ ଡଙ୍କ ବାହରେ ପ୍ରାୟ ୪୫ ଦିନ ପରେ ଏଥିରୁ ଡଙ୍କ ଅମଳ କରାଯାଇପାରେ । ପୁରୁଣା ଫସଲ ଡଙ୍କ ଅପେକ୍ଷା ଏହା ଅଧିକ ସୁସ୍ଥ ରହେ ଏକ ଏକର ପ୍ରତି ୩୫୦୦୦ ରୁ ୪୦,୦୦୦ ଡଙ୍କ ଦରକାର ବର୍ଷାଦିନ ଫସଲ ପାଇଁ ଖରା ଦିନେ ଜଳସେଚନ ସୁବିଧା ଥିବା ସ୍ଥାନରେ ତଳି ଘରା ପ୍ରସ୍ତୁତ କରାଯାଏ । ଏକ ଏକର ପାଇଁ ୨୦୦ ବର୍ଗ ମିଟର ତଳିଘରା ଆବଶ୍ୟକ ପଡେ ।

ଖତ ସାର ଓ ଚାଷ ପ୍ରଣାଳୀ

ଏକର ପ୍ରତି ୧୦୧୫ ଗାଡି ସଚ୍ଚା ଗୋବର ଖତ ମାଟିରେ ମିଶାଇ ସମତଳ କରାଯାଏ । ଲଗାଇବା ଆଗରୁ ୧୦ ଲିଟର ପାଣିରେ ୨୦ ମିଲି ମନୋ ମୋକ୍ରାକ୍ଟୋପସ୍ ମିଶିଥିବା ଦ୍ରବଣରେ ଡଙ୍କକୁ ୧୦ ମିନିଟ ବୁଡାଇ ରଖିଲେ ଶୁଣ୍ଡ ପୋକ ଆକ୍ରମଣ କମ ରହେ । ଏକର ପ୍ରତି ୩୦ କେଜି ଯବକ୍ଷାରଯାନ, ୨୦ କେଜି ଫସଫରସ୍ ୩୦କେଜି ପଟାସ୍ ଦିଆଯାଏ ।

ଅମଳ ଓ ଲାଭ କ୍ଷତି

୪ ମାସ ପରେ ଗଛ ସୁଖ୍ ଆସେ । ପତ୍ର ହଳଦିଆ ପଢିଲେ ଅମଳ କରାଯାଏ । ଏକର ପ୍ରତି ୧୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ଭଲ ଫସଲରୁ ୧୨ ଟନରୁ ଅଧିକ ଅମଳ ମିଳେ । ମାତ୍ର ଚାରି ମାସରେ ସମସ୍ତ ଖର୍ଚ୍ଚ ଯାଇ ଏକ ଏକରରୁ ୨୦ ହଜାର ଯାଏ ଲାଭ ମିଳେ । କନ୍ଦମୂଳରର ପ୍ରକ୍ରିୟାକରଣ କରାଯାଇ ଚିପସ, ସସ୍, ପାମ୍ପତ, ରୁଟି, ପରଡା, ସିମେଇ, କେକ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଇପାରିବ । କନ୍ଦମୂଳର ବଜାର ଚାହିଦା ଭଲ ରହିଥିବାରୁ କିଲୋ ପିଛା ମୂଲ୍ୟ ୩୦ ଟଙ୍କାରେ ବିକ୍ରି ହେଉଛି । ତେଣୁ କନ୍ଦମୂଳରୁ ଚାଷୀ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି ।

ସଂଗୃହିତ – ଗଞ୍ଜାମ ଉପଭଦ୍ୟାନ ନିର୍ଦେଶକ ଭଗବାନ ଦାଶ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate