অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗେଣ୍ଡୁଫୁଲ ଚାଷ

ଗେଣ୍ଡୁ ଫୁଲ ଚାହିଦା

ଯେକୌଣସି ପ୍ରକୃତିର ଏକ ନୈସଗିର୍କ ଅବଦାନ । ସୌନ୍ଦର୍ଯ୍ୟ ଓ ସୁଗନ୍ଧିତ ପ୍ରତୀକ ଭାବରେ ଏକ ସମସ୍ତଙ୍କ ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଦିଏ । କବିର କଳ୍ପନାରେ , ପ୍ରେମିକର ଭାବନାରେ ଏକ ସର୍ବଦା ଏକ ଉଚ୍ଚସ୍ଥାନ ଅଧିକାର କରିଛି । ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଏହିପରି ଏକ ଫୁଲ ହେଉଛି ଗେଣ୍ଡୁ ଯାହାର ଅନେକଗୁଡିଏ ଭଲ ଗୁଣ ଅଛି । ଏହା ଶୀଘ୍ର ନଷ୍ଟ ହୁଏ ନାହିଁ, ଅପେକ୍ଷାକୃତ ଭାବେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ମିଳିଥାଏ । ଆଜିକାଲି ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି ।

ପୂଜା ପର୍ବଠାରୁ ଆରମ୍ଭ କରି ଜନ୍ମଦିନରେ ଘର ଉପାସନା ପୀଠ ଓ ସଭା ସମିତି ମାନଙ୍କରେ ଏହି ଫୁଲର ଆଦର ସବୁଠି । ଶୀତଦିନରେ ଏହି ଫୁଲର ବ୍ୟବହାର ସମସ୍ତଏନକେ ଠାରୁ ଆଗରେ । ଶୀତଦିନେ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ବିଭିନ୍ନ ରଙ୍ଗର ଗେଣ୍ଡୁଫୁଲ ଶୋଭାବର୍ଦ୍ଧନ କରେ । ଏହା ଏକ ତୃଣ ଜାତୀୟ ଉଦ୍ଭିଦ ଓ ମୁଖ୍ୟତଃ ଶୀତଦିନେ ଫୁଟିଥାଏ । କିନ୍ତୁ ଏବେ ବୈଜ୍ଞାନିକ ପଦ୍ଧତିରେ ସବୁଦିନିଆ କିସମ ଉଭାବିତ ହେଲାଣି । ଏହାକୁ ବର୍ଷସାରା ଚାଷ କରାଯାଇପାରୁଛି ।

ସୁତରାଂ, ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ସେହି ତୁଳନାରେ ଉତ୍ପାଦନ ଖୁବ କମ । ତେଣୁ ପଡୋଶୀ ରାଜ୍ୟ ଉପରେ ୯୦ ଶତକଡା ନିର୍ଭର କରିବାକୁ ପଡୁଛି । ଆମର ରାଜ୍ୟରେ ଫୁଲର ବଜାର ରହିଛି । ତେଣୁ ଚାଷୀଭାଇମାନେ ଏହାକୁ ଉନ୍ନତ ପ୍ରଣାଳୀରେ ଚାଷକଲେ ଆର୍ଥିକ ଦୃଷ୍ଟିରୁ ନିଶ୍ଚିତ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଏହାର ଚାଷ ଓ ସାରା ପରିଚାଳନା ସମ୍ପର୍କରେ ଆଲୋଚନା କରିବା ।

ଜମିପ୍ରସ୍ତୁତି ଓ କିସମ

ନିଗିଡା, ଦୋରସା, ବାଲିଆ ଦୋରସା,ଓ ଅଧିକ ଜୈବ ଅଙ୍ଗାର ଥିବା ଏବଂ ନକ୍ଷାରାମ୍ଳ ମାଟିରେ ଭଲ ଗେଣ୍ଡୁ ଚାଷ କରିହୁଏ । ତଥାପି ଏହାକୁ ପ୍ରତିକୂଳ ପରିବେଶରେ ମଧ୍ୟ ଚାଷ କରାଯାଇପାରିବ । ଏଥିପାଇଁ ମାଟିକୁ ୨-୩ ଓଡ ହଲକରି ଭଲ ଭାବରେ ଗୁଣ୍ଡ କରନ୍ତୁ । ଅନାବନା ଘାସ, ଚେର , ମୂଳ ଇତ୍ୟାଦି ସଫାକରି ସମତଳ କରନ୍ତୁ । ଶେଷ ଓଡ ହଲ ସମୟରେ ହେକ୍ଟର ପ୍ରତି ୧୦-୨୦ ଗାଡି ଶଢା ଗୋବର ଖତ ମିଶାନ୍ତୁ । ଏହି ମାଟିକୁ ଫସଫସିଆ କରେ , ଜଳଧାରଣ ଶକ୍ତି ବୃଦ୍ଧି କରେ ଓ ସର୍ବୋପରି ଉତ୍ପାଦିକା ଶକ୍ତି ବଢାଏ ।

କିସମ

  • ଆଫ୍ରିକାନ କିସମ : ଜାଏଣ୍ଟ ଡବଲ, ଆଫ୍ରିକାନ ୟେଲୋ , ବେଙ୍ଗଲ ୟେଲୋ
  • ଫ୍ରେଞ୍ଚ କିସମ : ଆଫ୍ରିକାନ ଅରେଞ୍ଜ , ବଟରସ୍କଚ ଏଜେଣ୍ଟ ଡବଲ,
  • ଅନ୍ୟାନ୍ୟ କିସମ : ଇନକୋ

ଚାରା ରୋପଣ ପଦ୍ଧତି ଓ ଯତ୍ନ

ତ୍ୟେକ ଶାଖା ଆଗରୁ ୨-୩ ଗୁଣ୍ଠ ଛାଡି ଡାଳମାନ କାଟନ୍ତୁ । ବାଲିଆ ମାଟିରେ ଖତ ମିଶା ପଟାଳିରେ ଲଗାଇ ପାଣି ଦିଅନ୍ତୁ । ପ୍ରାୟ ଏକ ସପ୍ତାହ ମଧ୍ୟରେ ଚେର ବାହାରିଥାଏ । ଶୀଘ୍ର ଚେର ହେବା ପାଇଁ ସେରାଡେକ୍ସ ଇତ୍ୟାଦି ବଜାରରେ ମିଳୁଥିବା ହରମୋନ ବ୍ୟବହାର କରାଯାଇପାରେ । ମଞ୍ଜିକୁ ପଟାଳିରେ ବୁଣି ଚାରା ପ୍ରସ୍ତୁତ କରାଯାଇପାରେ । ପାକଳ ଫୁଲର ବହିସ୍ଥ ମଞ୍ଜିକୁ ଉତ୍ପନ୍ନ ଗଛରେ ଫୁଲର ଆକାର ବଡ ହୋଇଥାଏ ।

ପ୍ରସ୍ତୃତ ଜମିରେ ଧାଡିକୁ ଧାଡି ୪୦-୪୫ ସେମି ଓ ଗଛକୁ ଗଛ ୩୦-୪୦ ସେମି ବ୍ୟବଧାନରେ ଧାଡିରେ ଲଗାନ୍ତୁ । ସପ୍ତାହକୁ ଥରେ ବା ଦୁଇଥର ହାଲୁକା ଜଳସେଚନ କରନ୍ତୁ । ଚାରା ଲଗାଇବାର ୧୫-୨୦ ଦିନ ପରେ କୋଡାଖୁସା ଓ ଘାସ ବଛା ଅବଶ୍ୟକ । ଉଈ ଓ ଅନ୍ୟାନ୍ୟ ରୋଗପୋକ ଦମନ ପାଇଁ ଔଷଧ ସିଞ୍ଚନ କରନ୍ତୁ ।

ସାର ପରିଚାଳନା

ଅଧିକ ଅମଳ ଓ ବ୍ୟବସାୟ ଭିତ୍ତିରେ ଚାଷ କରିବା ପାଇଁ ସାର ପ୍ରୟୋଗର ଅବଶ୍ୟକତା ରହିଛି । ଏହାର ସୁଷମ ପ୍ରୟୋଗ ଓ ପରିଚାଳନା ଲାଭପ୍ରଦ ହୋଇଥାଏ । ହେକ୍ଟର ପ୍ରତି ୬୦-୩୦ କିଲୋ ଯବକ୍ଷାରଜାନ, ଫସଫରସ ଓ ପଟାସ ଆବଶ୍ୟକ କରେ । ଚାରା ଲଗାଇବା ସମୟରେ ଅର୍ଦ୍ଧେକ ଯବକ୍ଷାରଜାନ ଓ ପଟାସ ଏବଂ ସମସ୍ତ ଫସଫରସକୁ ଧାଡିରେ ପ୍ରୟୋଗ କରନ୍ତୁ । ଅବଶିଷ୍ଟ ସାରକୁ ଏହାର ୩୦-୪୦ ଦିନ ପରେ ଧାଡିରେ ପ୍ରୟୋଗ କରନ୍ତୁ । ବାଲିଆ କିମ୍ବା ଦୋରସା ମାଟିରେ ଯବକ୍ଷାରଜାନ ଓ ପଟାସ ସାରକୁ ୩ କିସ୍ତିରେ ଓ ଫସଫରସକୁ ୨ କିସ୍ତିରେ ପ୍ରୟୋଗ କଲେ ସୁଫଳ ମିଳେ ।

ଜୀବାଣୁ ସାର

ରାସାୟନିକ ସାର ସହିତ ଜୀବାଣୁ ସାର ପ୍ରୟୋଗ କରାଯାଇପାରେ । ଗବେଷଣାରୁ ଜଣାଯାଇଛି ଯେ ଜୀବାଣୁ ସାରର ପ୍ରୟୋଗ ପ୍ରାୟ ୨୫-୫୦ ଶତାଂଶ ରାସାୟନିକ ସାର ପରିମାଣ ହ୍ରାସ କରିଥାଏ । ଆଜୋଟ ବ୍ୟାକ୍ଟେରମ ଓ ଫସଫରସ ଦ୍ରାବକ ପ୍ରତ୍ୟେକକୁ ହେକ୍ଟର ପ୍ରତି ୨ କିଲୋ କଲଚର ଗୁଣ୍ଡ ମାଟିରେ ପକାଯାଏ । ଏହି କଲଚର ଗୁଣ୍ଡକୁ ୧ କ୍ଵିଣ୍ଟାଲ ପରିଷ୍କାର ଗୁଣ୍ଡଖତ ମିଶାଇ ପଣି ସିଞ୍ଚି ୭ ଦିନ ପର୍ଯ୍ୟନ୍ତ ପାତ୍ରରେ ଘୋଡାଇ ରଖି ଧାଡିରେ ପ୍ରୟୋଗ କରାଯାଇପାରେ । ଏହି ଫଳରେ ଜୀବାଣୁ ସାରର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ । ଜୀବାଣୁ ସାର ପ୍ରୟୋଗ ଦ୍ଵାରା ଅନେକ ଉପକାର ମିଳିଥାଏ ଯଥା ରାସାୟନିକ ସାର ବାବଦ ଖର୍ଚ୍ଚ କମ ହୁଏ , ଅଧିକ ଅମଳ ମିଳେ, ଗଛରେ ଅଧିକ ଦିନ ପର୍ଯ୍ୟନ୍ତ ନୂଆ ଫୁଲ ଫୁଟିଥାଏ । ଫଳରେ ଅଧିକ ଫୁଲ ଫୁଟେ ଓ ଫୁଲ ଧରିବା ଡାଳ ସଂଖ୍ୟା ଅଧିକ ହୁଏ । ଏହାଛଡା ଏ ପଦ୍ଧତିରେ ଚାଷ କରିବା ଦ୍ଵାରା ଅଧିକ ଦିନ ଧରି ଫୁଲ ସତେଜ ରହିପାରେ , ଫୁଲର ଆକାର, ରଙ୍ଗ, ଆକର୍ଷଣୀୟ ହୁଏ । ଏ ସମସ୍ତ ଉପକାର ବ୍ୟତୀତ ମାଟିର ଗୁଣବର୍ତ୍ତା ଓ ଉତ୍ପାଦନ କ୍ଷମତା ବଜାୟ ରହେ । ସୁତରାଂ, ଆମ ରାଜ୍ୟର ଚାଷୀଭାଇମାନେ ଉପରୋକ୍ତ ଉନ୍ନତ ପ୍ରଣାଳୀରେ ଗେଣ୍ଡୁ ଚାଷ କଲେ ନିଶ୍ଚିତଭାବେ ଲାଭବାନ ହୋଇପାରିବ ।

ଆଧାର  - ଓଡିଶା କୃଷି ବୈଷୟିକ ବିଶ୍ଵବିଶ୍ୱବିଦ୍ୟାଳୟ ଭୁବନେଶ୍ଵର

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate