ହୋମ / କୃଷି / କୃଷି ଉଦ୍ୟୋଗ / ଚାଷ ପାଇଁ ଉପାଦେୟ ‘ଅମୃତ ଜଳ'
ସେଆର କରନ୍ତୁ

ଚାଷ ପାଇଁ ଉପାଦେୟ ‘ଅମୃତ ଜଳ'

ଭାରତ ଏକ କୃଷି ପ୍ରଧାନ ଦେଶ । ଗୋ ଉତ୍ପାଦରୁ କିପରି ତରଳ ସାର ପ୍ରସ୍ତୁତ ହୋଇପାରିବ ସେ ସମ୍ପର୍କରେ ।

ଉପକ୍ରମ

ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାର ଚାଷୀମାନେ ଚାଷ କାର୍ଯ୍ୟ ସହିତ ଗୋପାଳନ ମଧ୍ୟ କରିଥାନ୍ତି । ଖତ ସଂଗ୍ରହ କ୍ଷେତ୍ରରେ ଗୋ ସମ୍ପଦର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଗୋବରଖତ ଜମିର ଉର୍ବରତା ବଢ଼ାଇବା ସହ ମାନବ ସମାଜର ସ୍ୱାସ୍ଥ୍ୟ ରକ୍ଷା ମଧ୍ୟ କରିଥାଏ । ଗୋ ଉତ୍ପାଦରୁ କିପରି ତରଳ ସାର ପ୍ରସ୍ତୁତ ହୋଇପାରିବ ସେ ସମ୍ପର୍କରେ ।

ଅମୃତଜଳ

ଏକ ଏକର ଜମି ପାଇଁ ଅମୃତ ଜଳ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ: କ୍ଷୀର ଦେଉଥିବା ଦେଶୀ ଗାଈର ୧୦ କି.ଗ୍ରା. ସଦ୍ୟ  ଗୋବର, ୨୫୦ ଗ୍ରାମ୍ ଘିଆ , ୫୦୦ ଗ୍ରାମ୍ ଗୁଡ଼, ୨୫୦ ଗ୍ରାମ୍ ଗୋ ଦୁଗ୍ଧ, ୨ କି.ଗ୍ରା ବରଗଛ ମୂଳର ମାଟି, ୨୦୦ ଲିଟର ପାଣି ।

ସମସ୍ତ ଦ୍ରବ୍ୟକୁ ଗୋଟିଏ ଡ୍ରାମ୍‌ରେ ଭରି ଭଲ ଭାବରେ ପ୍ରତିଦିନ ଥରେ ବା ଦୁଇଥର ଏକ ସପ୍ତାହ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହି ଦ୍ରବଣକୁ ଛାଣି ୨୫ ଦିନ ଅନ୍ତରରେ ଫସଲରେ ପ୍ରୟୋଗ କରନ୍ତୁ ।

ଏହା ଦ୍ଵାରା ଫସଲ ଅମଳ ବୃଦ୍ଧି ହୁଏ । ଏହି ପାଣିରେ ଆଖୁ, ଅଦା, ହଳଦୀ, ଆଦି ବିହନକୁ ବୁଡ଼ାଇ ଲଗାଇଲେ ଅଧୁକ ଅମଳ ହୋଇଥାଏ ।

ପଞ୍ଚଗବ୍ୟ ଖତ

ଗାଈ ଠାରୁ ମିଳୁଥିବା ପାଞ୍ଚଟି ଦ୍ରବ୍ୟର ମିଶ୍ରଣ ହେଉଛି ‘‘ପଞ୍ଚଗବ୍ୟ' । ତାମିଲନାଡୁରେ ଚାଷୀମାନେ ପଞ୍ଚଗବ୍ୟକୁ ତରଳ ସାର ଭାବରେ ଫସଲରେ ପ୍ରୟୋଗ କରନ୍ତି । ଏହି ‘ପଞ୍ଚଗବ୍ୟ' ଫସଲକୁ ସଠିକ୍ ମାତ୍ରାରେ ଖାଦ୍ୟ ସାର ଯୋଗାଇଥାଏ । ଚାଷୀମାନେ ଚାହିଁଲେ ମଧ୍ୟ ଏହାକୁ ନିଜେ ପ୍ରସ୍ତୁତ କରି ଫସଲରେ ବ୍ୟବହାର କରିପାରିବେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକର ଚାଷୀ ଅକୃର ସାମଲ ସ୍ୱହସ୍ତରେ ପ୍ରସ୍ତୁତ କରିଥିବା ଏହି ସବୁସାରର ଉପଯୋଗରେ ବହୁତ ସଫଳତା ମଧ୍ୟ ପାଇଛନ୍ତି ।

ପ୍ରସ୍ତୁତି ପ୍ରଣାଳୀ

ଦେଶୀ ଗାଈର ସଦ୍ୟ ଗୋବର ୭ କି.ଗ୍ରା, ଗୋ ମୁତ୍ର ୫ ଲିଟର, ଗାଇ ଘିଅ ୧କି.ଗ୍ରା, କ୍ଷୀର ୨ ଲିଟର, ଦହି ୩ ଲିଟର । ଗୋଟିଏ ମାଟି ହାଣ୍ଡିରେ ସଦ୍ୟ ସଂଗୃହିତ ୭ କି.ଗ୍ରା ଗୋବରରେ ୫ ଲିଟର ଗୋ ମୁତ୍ର ମିଶାନ୍ତୁ । ଏହି ହାଣ୍ଡିକୁ ଛାଇ ସ୍ନାନରେ ଖୋଲା ରଖନ୍ତୁ । ଯେପରି ଏଥିରୁ ବାହାରୁଥିବା ବାଷ୍ପ ଉଡ଼ିଯିବ । ଦିନକୁ ଦୁଇଥର କରି ୧୫ ଦିନ ପର୍ଯ୍ୟନ୍ତ ଘାଣ୍ଟନ୍ତୁ, ୧୬ ଦିନ ହୋଇଗଲେ । ଏଥିରେ ଅନ୍ୟ ଦ୍ରବ୍ୟ ଯଥା ଗାଈ କ୍ଷୀର ୨ ଲିଟର, ଘିଅ ୧ ଲିଟର ମିଶାଇ ପୂର୍ବରୁ ଦିନକୁ ଦୁଇଥର ଘାଣ୍ଟନ୍ତୁ । ୨୨ଦିନ ପରେ ପ୍ରସ୍ତୁତ ହୋଇଯିବ 'ପଞ୍ଚଗବ୍ୟ ଖତ' । ଏହାକୁ ଚାଷୀ ୬ ମାସ ପର୍ଯ୍ୟନ୍ତ ରଖି ବ୍ୟବହାର କରିପାରିବେ । ଶୁଖିଗଲେ ପାଣି ମିଶାଇ ଘାଣ୍ଟିବାକୁ ପଡ଼ିବ ।

ଅନୁମୋଦିତ ମାତ୍ରା: ୩ ଭାଗ ‘ପଞ୍ଚଗବ୍ୟ' ପ୍ରତ୍ୟେକ ଫସଲରେ  ପ୍ରୟୋଗ କରାଯାଇପାରିବ, ଏଥିପାଇଁ ଏକର ପ୍ରତି ୯୭ ଲିଟର ପାଣି ସହ ୩ ଲିଟର ‘ପଞ୍ଚଗବ୍ୟ' ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଏହାକୁ ଛାଣି ସ୍ରୋୟରରେ ବଡ଼ କଣା ଥିବା ନୋଜଲ ଲଗାଇ ଫସଲରେ ସିଞ୍ଚନ କରିବେ ।

ଜିବାମ୍ବତ ଖତ : ଗୋଟିଏ ବଡ଼ ଡ୍ରାମରେ କ୍ଷୀର ଦେଉଥିବା ଦେଶୀ ଗାଈର ୬୦ କି.ଗ୍ରା ସଜ ଗୋବର, ୧୦ ଲିଟର ଗୋ ମୁତ୍ର, ୨  କି.ଗ୍ରା ବେସନ ବା ଯେ କୌଣସି ଡ଼ାଲିର ଗୁଣ୍ଡ, ୨ କି.ଗ୍ରା ଦହିକୁ ଭଲ ଭାବରେ ମିଶାନ୍ତୁ । ଏହାକୁ ୨୦୦ ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ। ଏହାର ପ୍ରୟୋଗରେ ଜମିରେ ଅଣୁଜୀବୀଙ୍କ ସଂଖ୍ୟା ବୃଦ୍ଧି ହୁଏ, ଫୁଲ, ଫଳ ବୃଦ୍ଧି ହୁଏ । କେତେକ ଏଥିରେ ୨ କି.ଗ୍ରା ମାଟି (ସାଧାରଣତଃ ନିମ୍ବା, ବର ଅଶ୍ଵତ୍ଥଗଛ ମୂଳର ମାଟି, ଯେଉଁଥିରେ ରାସାୟନିକ ସାର ନଥିବ) ବ୍ୟବହାର କରନ୍ତି । ଗୋଟିଏ ଦେଶୀ ଗାଈ ଗୋବରରୁ ବର୍ଷରେ ପ୍ରାୟ ୧୨ ଏକର (୫. ହେକ୍ଟର) ଜମିରେ ଫସଲ ପାଇଁ ଜୀବମୃତ ତିଆରି ହୋଇପାରିବ ।

ଗୋ ମୁତ୍ର କୀଟ ନିୟନ୍ତ୍ରକ

ଆବଶ୍ୟକ ସାମଗ୍ରୀ: ଗୋ- ମୁତ୍ର- ୧୦ ଲିଟର, ନିମ ପତ୍ର,- ୧କି.ଗ୍ରା, ରସୁଣ-୫୦ଗ୍ରାମ୍ । ତମ୍ବା ପାତ୍ରରେ ଗୋ ମୁତ୍ର ଓ ନିମ ପତ୍ରକୁ ରଖୁ ଘୋଡ଼ଣି ଦେଇ ଚାରିପାଖରେ ମାଟି ଗୋବର ଲେପନ୍ତୁ । ଯେମିତି ବାୟୁ, ଭିତରକୁ ପ୍ରବେଶ ନ କରେ । ୧୫ ଦିନ ପରେ ୫୦ ଗ୍ରାମ୍ ରସୁଣ ବାଟି ସେଥିରେ ମିଶାଇ ଶିଝାନ୍ତୁ । ଅଧା ରହିଲା ପରେ ଥଣ୍ଡା କରି ଛାଣନ୍ତୁ । ବର୍ଭମାନ କୀଟ ନିୟନ୍ତ୍ରକ ପ୍ରସ୍ତୁତ । ପ୍ରସ୍ତୁତ ଏକ ଲିଟର କୀଟ ନିୟନ୍ତ୍ରକରେ। ୧୦୦ ଲିଟର ପାଣି ମିଶାଇ ଫସଲରେ ପ୍ରୟୋଗ କରନ୍ତୁ ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା, ଜୈବିକ କୃଷି ପରାମର୍ଶଦାତା

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top