অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାହିଦାରେ ଗ୍ଲାଡିଓଲସ୍

ଓଡ଼ିଶାରେ 'ଗୁଡିଓଲସ୍'ପୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁକେ, ଘରସାଜସଜା, ଉତ୍ସବଗୁଡିକରେ ଫୁଲର ବେଶ ଆଦର ରହିଛି ।

ମୃତ୍ତିକା ଓ ଜଳବାୟୁ

ନିଗିଡ଼ା ଦୋରସା ମାଟି ଗ୍ଲାଡିଓଲସ୍ ପାଇଁ ସର୍ବୋତ୍ତମ । ମାଟି ବାଳିଆ ଥିଲେ ଅଧିକ କମ୍ପୋଷ୍ଟ ଦେଇ ଚାଷ କରାଯାଏ । ସୂର୍ଯ୍ୟକିରଣର ଅଭାବ ହେଲେ ଫୁଲ ବଙ୍କା ଓ ବିକୃତ ହୁଏ।  ଏହା  ଶୀତଦିନିଆ ଫୁଲ ହେଲେ ମଧ୍ୟ କମ୍ ତାପମାତ୍ରାରେ ପାର୍ବତ୍ୟ ଅଞ୍ଚଳରେ ଖରାଦିନେ ବର୍ଷା ଦିନେ ଚାଷ କରି ହେଉଛି ।

ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଲଗାଯାଇଥୁବା ଫସଲରେ ଫୁଲ ଭଲ ହୁଏ । ଜାନୁଆରୀ ଶେଷ ପର୍ଯ୍ୟନ୍ତ ମଧ୍ୟ ଏହି ଫୁଲକୁ ଆପଣ ଘରେ କୁଣ୍ଡରେ ଲଗାଇପାରିବେ । ଗଛ ଲଗାଇବାର ଅଢେଇ ମାସ ପରେ ଫୁଲ ଆସିଥାଏ ।

କିସମ

ଏହି ଫୁଲ ଧଳା, ଲାଲ, ନାରଙ୍ଗି, ଗୋଲାପି, ବାଇଗଣୀ, ବାଦାମୀ ଆଦି ରଙ୍ଗର ଦେଖ୍ବାକୁ ମିଳିଥାଏ । ଏହି ଫୁଲର ୨୦୦ କିସମ ଉପଲବ୍ଧ ହେଉଥୁବା ବେଳେ ବ୍ୟବସାୟ ପାଇଁ ହାଇବ୍ରିଡ୍ କିସମକୁ ବ୍ୟବହାର କରାଯାଏ ।

ଡ୍ରିମଗାର୍ଲି, ଇଷ୍ଟର୍ଣ୍ଣଷ୍ଟାର, କ୍ଲାସ୍‌ମେଟ, ଡେରିକ୍ଵିନ, ଫତିମା, ଗୋଲଡେନ,  ଅଗ୍ନିରେଖା, ଜ୍ଵାଳା, ସେଟିଙ୍ଗସନ, ଜିପ୍ସି, ଆମେରିକା, ସୁଗାର ବେବି, ବ୍ଲୁବାର୍ଡ଼ , ଚାଇନାବ୍ଲୁ , ଏନେଲ୍ ଆଇଜ ଆଦି କସମ ଚାଷ ପାଇଁ ଉପଯୋଗୀ ହୋଇଥାଏ ।

ବିହନ

ଗୋଟିଏ ଏକରରେ ୮୦ ହଜାର ଗଛ ଲାଗିପାରେ । ବ୍ୟାବସାୟିକ କିସମ ନର୍ସରୀରେ ଉପଲବ୍ଧ ହୁଏ । କେତେକ କ୍ଷେତ୍ରର୍ରେ ରିହାତି ଦରରେ ସରକାର ମଧ୍ୟ ଯୋଗାଇ ପାରନ୍ତି । ବଜାରରେ ୩ଟଙ୍କାରୁ ୭ଟଙ୍କା ମଧ୍ୟରେ କନ୍ଦା ଉପଲବ୍ଧ ହୁଏ ।

ଲଗାଇବା ପ୍ରଣାଳୀ

ଗୁଣ୍ଡ ଚାଷ ପରେ ଗଛକୁ ଗଛ ୨୦ ସେମି ଧାଡ଼ିକୁ ଧାଡି ୩୦ ସେମି ଦୂରତାରେ ପଟାଳୀରେ ୫ ରୁ ପ୍ରତି ସପ୍ତାହରେ ଜଳସେଚନ କରାଯାଏ । ଏକର ପ୍ରତି ୧୦ ମେଟ୍ରିକ ଟନ୍ ଘର ସାଜସଜା, ଗୋବରଖତ ଜମି ପ୍ରସ୍ତୁତି ସମୟରେ ଦିଆଯାଏ ଯବକ୍ଷାରଜାନ, ଫସଫରସ୍ ଓ ପଟାସ ସାର ଏକର ପ୍ରତି ୩୦:୩୦:୩୦ - ମୃତ୍ତିକା ଓ ଜଳବାୟୁ ହିସାବରେ ଦିଆଯାଏ । ବାକି ଅଧା ପଟାସ୍ ଓ ଯବକ୍ଷାରଜାନ ଲଗାଇବାର ୨୫-୩୦ ଦିନ ମଧ୍ୟରେ କୋଡା ଖୁସା ବେଳେ ଦିଆଯାଏ ।

ଅମଳ ପରବର୍ତ୍ତି ଯତ୍ନ

ଗୋଟିଏ ସ୍ତବକରେ ୧୦ ରୁ ୧୬ ପର୍ଯ୍ୟନ୍ତ ଫୁଲ ରହିଥାଏ । ଫୁଲର ସଂଖ୍ୟା କନ୍ଦା ଆକାର ଓ ଗଛର ଯନ୍ ଉପରେ ନିର୍ଭର କରେ । ସକାଳୁ ତଳ ଦୁଇଟି  କଢ ଫୁଲ ଫୁଟ ଅବା ଅବସ୍ଥାରେ କାଟି, ପାଣି ବାଲଟିରେ ରଖାଯାଏ । ଲମ୍ବା ଅନୁସାରେ ବାଛି ବିଡ଼ା ବାନ୍ଧି ପ୍ୟାକିଙ୍ଗ୍ କରି କାର୍ଟୁନ୍ ରେ ରଖି ଦୂର ସ୍ଥାନକୁ ପଠାଯାଏ । ସବୁ ଖର୍ଚ୍ଚ ଯାଇ ଜଣେ ଚାଷୀ ଏକର ପ୍ରତି ବର୍ଷକୁ ଦେଢ ଲକ୍ଷ ଟଙ୍କା ଲାଭ ପାଇପାରିବ । ଏହି ଫୁଲ  ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ଗଞ୍ଜାମ ଉପ ଉଦ୍ୟାନ ନିର୍ଦ୍ଦେଶକ ଭଗବାନ ଦାଶଙ୍କ ସହ ଯୋଗାଯୋଗ କରିପାରିବେ ।

ଆଧାର - ଭଗବାନ ଦାଶ, ଗଞ୍ଜାମ ଉପ ଉଦ୍ୟାନ ନିର୍ଦ୍ଦେଶକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate