ହୋମ / କୃଷି / କୃଷି ଉଦ୍ୟୋଗ / ଚାହିଦାରେ ପାଳ ଛତୁ
ସେଆର କରନ୍ତୁ

ଚାହିଦାରେ ପାଳ ଛତୁ

ପାଳ ଛତୁ କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ।

ପାଳ ଛତୁ

ପାଳ ଛତୁର ସ୍ଵତନ୍ତ୍ର ସ୍ଵାଦ ପାଇଁ ଏହାର ବଜାର ଚାହିଦା ସବୁ ସମୟରେ ରହିଆସିଛି । ଏହି ଛତୁ ସାଧାରଣତଃ ଉଜ ତାପମାତ୍ରା ଆବଶ୍ୟକ କରୁଥିବାରୁ ଖରାଦିନେ ଏହାକୁ ଅଧିକ ଚାଷ କରାଯାଏ । ପାଳ ଛତୁ ଚାଷ ପାଇଁ ସମୟ ଓ ଖର୍ଜ ମଧ କମ୍ । ଏନେଇ ଚାଷୀ ଉନ୍ନତ ପ୍ରଣାଳୀରେ ଏହି ଛତୁ ଚାଷ କଲେ ଅଧିକ ଲାଭବାନ୍  ହୋଇପାରିବେ I

ଓଡିଶାର ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଞ୍ଜାମ ଓ ଆଭ୍ୟନ୍ତରୀଣ ଜିଲ୍ଲା ତଥା ବୌଦ୍ଧ, ନବରଙ୍ଗପୁର, ଦେବଗଡ, ମାଲାକାନଗିରି, ଫୁଲବାଣୀ ଗଜପତି ଆଦି ଜିଲ୍ଲାରେ ଉଭୟ ପାଳଛତୁ ଓ ଧୁଙ୍ଗିରି ଛତୁ ବହୁଳ ଭାବରେ ଚାଷ କରାଯାଉଛି ।

ଛତୁ ଚାଷର ଉପଯୋଗିତା

ଧାନ ନଡା ଭଳି କୃଷି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଛତୁଚାଷ କରାଯାଇଥାଏ । ଯାହା ଆମ ରାଜ୍ୟରେ ପ୍ରଚୁର ପରିମାଣରେ ମିଳିଥାଏ ଓ ଅନେକ ଗଦା ହୋଇ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହୋଇଯାଇଥାଏ । ତେଣୁ ନଷ୍ଟ ହୋଇଯାଇଥିବା ବର୍ଜ୍ୟବସ୍ତୁର ସୁବିନିଯୋଗ କରି ଅର୍ଥ ଉପାର୍ଜନ କରିପାରିବ ।

ଯେତେ ଫସଲ ଅଛି ସବୁଠାରୁ ସଅଳ ଅମଳ ପାଳଛତୁ ଚାଷ ରୁ ହିଁ ମିଳିଥାଏ । ୧୫ରୁ ୨୦ ଦିନ ଭିତରେ ଅମଳ ମିଳିପାରୁଥିବାରୁ କମ୍ ଦିନ ବ୍ୟବଧାନରେ ଚାଷୀ ତାର ମୂଳଧନ ଫେରସ୍ତ ପାଇଥାଏ । ଛତୁଚାଷ ପାଇଁ ଭୂମିର ଆବଶ୍ୟକ ନଥାଏ ।

ତେଣୁ କ୍ଷୁଦ୍ର ଭୂମିହୀନ ଓ ନାମମାତ୍ର ଚାଷୀ, ବେକାର ଯୁବକ, ଯୁବତୀମାନେ ଛତୁ । ଚାଷ କରି ସ୍ଵାବଲମ୍ବୀ ହୋଇପାରିବେ । ମାର୍ଚ୍ଚ୧୫ରୁ ନଭେମ୍ବର ପର୍ଯ୍ୟନ୍ତ ଏହି ଛତୁ ଭଲ ହୋଇଥାଏ ।

ପାଳଛତୁଚାଷ ପାଇଁ ଆବଶ୍ୟକୀୟ ସ୍ଥାୟୀ ଉପାଦାନ

ଛତୁଚାଷର ଗୃହ, ବାଉଁଶର ଥାକ, ନଡା ବଡ଼ୁରାଇବା କୁଣ୍ଡ, ନଡା ବିଶୋଧନ କୁଣ୍ଡ, ନଡା କାଟିବା ଯନ୍ତ୍ର, ପଲିଥିନ, ଛତୁ ଖାଦ୍ୟ ହିସାବରେ ଡାଲିଗୁଣ୍ଡ, ହରଡ, ମସୁର, କାନ୍ଦୁଲ, କୋଳଥ, ଥନୈର୍ମାହାଇଡ୍ରୋଗ୍ରାମିଟର ଆବଶ୍ୟକ  ହୋଇଥାଏ ।

ଛତୁ ଚାଷ ପାଇଁ ୧୦୦୯, ୧୦୧୯,୧୨୪୨, ୧୦୧୪ କିସମ ଉତ୍ତମ ଅଟେ । ଗୋଟିଏ ବେଉ ପ୍ରସ୍ତୁତ ପାଇଁ ୧୨-୧୫ କିଗ୍ରା ନଡା ଆବଶ୍ୟକ ପଡିଥାଏ । ପାଳ ଛତୁ ଗୋଟିଏ ବେଉ ପାଇଁ ୨୨୦-୨୫୦ ଗ୍ରାମ୍ ବିଶିଷ୍ଟ ଏକ ବୋତଲ ମଞ୍ଜି ଆବଶ୍ୟକ ।

ଚାଷ ପ୍ରଣାଳୀ

ନଡା ବିଡାଗୁଡିକୁ ୨ ଫୁଟ ଲମ୍ବରେ ସମାନ ଭାବରେ କାଟିଦିଅନ୍ତୁ । କୁଣ୍ଡରେ ବିଶୁଦ୍ଧ ପାଣି ନେଇ ନଡା ବିଡାଗୁଡିକୁ ୧୨ ରୁ ୧୪ ଘଣ୍ଟା ଯାଏ ବଢୁରାଇ ଦିଅନ୍ତୁ । ପାଣି କୁଣ୍ଡରେ ଇମରସନ୍ ହିଟର ଦ୍ଵାରା  ୭୦ରୁ ୯୦ ଡିଗ୍ରୀ ସେଲସିୟସ୍, ଉତ୍ତାପରେ ୧ ଘଣ୍ଟା ପର୍ଯ୍ୟନ୍ତ ବିଡାଗୁଡିକୁ ଗରମ କରି ବିଶୋଧନ କରନ୍ତୁ ଅଥବା ବଡ ଡେକ୍‌ଟି ହାଣ୍ଡିରେ ପାଣି ଭରି ଚୁଲିରେ ବସାଇ ଗରମ କରି ବାଷ୍ପରେ ପରିଣତ କରନ୍ତୁ । ବଡୁରି ଯାଇଥିବା ନଡା ଅଧିକ ନିଗିଡିବା ପାଇଁ ୨-୩ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଠିଆ କରାଇ ରଖନ୍ତୁ ଯେମିତିକି ସେଥିରୁ ପାଣି ନିଗିଡିଯିବ ଓ ଜଳୀୟ ଅଂଶ ୬୫ ଭାଗ ରହିବ । ଏବେ ଭାତି ଉପରେ ଭିଜା ହୋଇଥିବା ନଡାକୁ ୬ ଇଞ୍ଚ ବହଳର ପୂର୍ବ ପଶ୍ଚିମ ଦିଗରେ ବିଛାଇ ଦିଅନ୍ତୁ ଯେପରିକି ନଡାର ମୂଳ ବାହାରକୁ ଓ ଅଗ୍ର ଭାଗ ଭିତରକୁ ରହିବ । ଏକ ଭାଗ ମଞ୍ଜି ନେଇ ଚାରିକଡରୁ ୧.୫ ଇଞ୍ଚ ଛାଡି ମଞ୍ଜି ଖଣ୍ଡ ଗୁଡିକୁ ଧୋଇ ଦିଅନ୍ତୁ । ଏବେ ମଞ୍ଜି ଉପରେ ୧ ଭାଗ ଡାଲିଗୁଣ୍ଡ ବୁଣି ଦିଅନ୍ତୁ । ପ୍ରଥମ ସ୍ତର ଉପରେ ଆଉ ଥରେ ୬ ଇଞ୍ଚ ବହଳର ନଡା ଉତ୍ତରଦକ୍ଷିଣ କରି ବାଛନ୍ତୁ । ଦ୍ଵିତୀୟ ଭାଗ ମଞ୍ଜି ଓ ଡାଲିଗୁଣ୍ଡ ପ୍ରଥମ ସ୍ତର ପରି ଚାରିକଡରେ ବୁଣନ୍ତୁ । ଦ୍ଵିତୀୟ ସ୍ତର ଉପରେ ବିପରୀତ ଦିଗରେ ବା ପୂର୍ବ ପଶ୍ଚିମ ଦିଗରେ ୬ରୁ ୮ ଇଞ୍ଚ ବହଳ ନଡା ବାଛନ୍ତୁ । ଦୁଇ ଭାଗ ମଞ୍ଜି ଓ ଦୁଇ ଭାଗ ଡାଲି ଗୁଣ୍ଡ ସ୍ତରର ସବୁଆଡେ ବୁଣନ୍ତୁ । ଚତୁର୍ଥ ସ୍ତର ନଡା ୨/୩ ଇଞ୍ଚ ବହଳରେ ତୃତୀୟ ସ୍ତରରେ ବିପରୀତ  ଦିଗରେ ସମାନ ଭାବରେ ବିଛାଇ ଦିଅନ୍ତୁ । ହାତରେ ଚାପି ସମତୁଲ କରନ୍ତୁ । ଭାତିର ଚାରି କରେ ଓହଳିଥିବା ନଡାକୁ କଇଁଚି କିମ୍ବା ଦାଆ ସାହାଯ୍ୟରେ କାଟି ପରିସ୍କାର କରନ୍ତୁ ଏବଂ ପଲିଥିନ ଘୋଡାଇ ଦିଅନ୍ତୁ । ଯେପରିକି ବାହାର ପବନ ଭିତରକୁ ଯିବନି ।

ପରବର୍ତ୍ତୀ ଯତ୍ନ

ଛତୁ ବେଡ୍ ପକାଇବା ୫ / ୬ ଦିନ ପରେ ପଲିଥିନକ ଟେକି ନଡାର ଆର୍ଦ୍ଦତା ଦେଖନ୍ତୁ । ଯଦି କୌଣସି ସ୍ଥାନରେ ନଡା ଶୁଝାଯାଏ ତାହେଲେ ସ୍ନେୟର ସାହାଯ୍ୟରେ ପାଣି ସିଞ୍ଚନ୍ତୁ । ବେଡ଼୍ ପଡିବାର ୯/୧୦ ଦିନ ପରେ ଛତୁର ମାଲ ସେଲିୟମ୍ ନଡ଼ାରେ ମାଡିବାର ଦେଖାଯାଏ। ଓ ସାଗୁଦାନ ପରି ଧଳାଧଳା ଛତୁ କଢ ବାହାରିଥାଏ । ଏହି ସମୟରେ ପଲିଥିନକୁ କାଢି ଦିଅନ୍ତୁ ଓ ପଟାଳିର ଆର୍ଦ୍ରତା (୬୫%) ଦେଖୁ ପାଣି ସ୍ନେ କରନ୍ତୁ । ମଞ୍ଜି ବୁଣିବା ପରେ ତା ଉପରେ ପଲିଥିନ ଘୋଡାଇ ଦିଅନ୍ତୁ । ଛତୁ ବେଉ ପକାଇବା ୫/୬ ଦିନ ପରେ ପଲିଥିନ୍ ଟେକି ନଡାର ଆର୍ଦ୍ଦିତା ଦେଖନ୍ତୁ । ଯଦି କୌଣସି ସ୍ଥାନରେ ନଡା ଶୁଖୁଯାଏ ଓ ସାଗୁଦାନା ପରି ଧଳା ଧଳା ଛତୁ କଢ଼ ବାହାରିବାର ଦେଖାଯାଏ । ଏହି ସମୟରେ ପଲିଥିନ କାଢି ଦିଅନ୍ତୁ ।

ଅମଳ

୧୦/୧୧ ଦିନ ପରେ ପଟାଳିରେ ଅଣ୍ଡା ଆକରର ଛତୁ କଢ ଦେଖାଯାଏ । ଏହି ଅବସ୍ଥାରେ ଯତ୍ନର ସହ ଛତୁ କଢ ଅବସ୍ମାରୁ ତୋଳନ୍ତୁ । ଜଣେ ଚାଷୀ ଅତି କମ୍ରେ ମାସରେ ୧୦୦ଟି ବେଡ୍ ପାକଇଲେ ୫୭୦୦୦ ଟଙ୍କା ନେଟ୍ ଲାଭ ପାଇପାରିବ । ପାଳ ଛତୁ ବିଷୟରେ ଆଧୁକ ଜାଣିବା ପାଇଁ ଛତୁ ଚାଷର ଜନକ ତଥା ଅବସରପ୍ରାପ୍ତ ପ୍ରଫେସର ଡ. ଅର୍କେତ କୁମାର ପାତ୍ରଙ୍କ ସହ ୯୪୩୯୧୭୫୭୪୩ରେ ଯୋଗାଯୋଗ କରିପାରିବେ ।

ଆଧାର – କୃଷି ବିଭାଗ

3.5
Vikaspediaodisha Aug 08, 2017 03:16 PM

ସତ୍ୟ ନାରାୟଣ ମହାକୁଡ଼ ଆପଣ ଛତୁ ଚାଷ ଜାଣିବା ପାଇଁ ୯୪୩୭୩୨୪୮୫୩ - ଅରୁଣ ମହାନ୍ତି, ନୟାଗଡ଼ ସାଙ୍ଗେ ଯୋଗା ଯୋଗ କରନ୍ତୁ ।

ସତ୍ୟ ନାରାୟଣ ମହାକୁଡ଼} Aug 02, 2017 05:30 AM

ମୁଁ ଛତୁ ଚାଷ କରିବାକୁ ଚାହୁଛି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top