ହୋମ / କୃଷି / କୃଷି ଉଦ୍ୟୋଗ / ଚିନାବାଦାମ ଚାଷ
ସେଆର କରନ୍ତୁ

ଚିନାବାଦାମ ଚାଷ

ଚିନାବାଦାମ ଆର୍ଥିକ ଫସଲ ଅଟେ । ଏହାକୁ ଚାଷ କରି ଓଡ଼ିଶାରେ ଚାଷୀ ମାନେ ଉପକୃତ ହୁଅନ୍ତି ।

ଉପକ୍ରମ

ଚିନାବାଦାମ ଏକ ଅର୍ଥକାରୀ ଫସଲ । ଏହାକୁ ଚାଷ କରି ଓଡ଼ିଶାରେ ଚାଷୀ ମାନେ ଉପକୃତ ହୁଅନ୍ତି ।

ବିହନ

ପ୍ରମାଣିତ ବିହନ ହିସାବରେ ବିକ୍ରି କରିବା ନିମନ୍ତେ ବର୍ଷକରୁ ଅଧିକ କାଳ  ବାଦାମ  ରଖାଯାଏ ନାହିଁ । ୧-୫ ଡିଗ୍ରୀ ସେଲ୍ସିୟସ୍  ଉତ୍ତାପ ଓ ୭ ପ୍ରତିଶତ ବା କମ୍ ଆର୍ଦ୍ରତା ଥାଇ  ବିହାନକୁ ଅତିକମ୍ ରେ  ୧ ବର୍ଷ ନିମନ୍ତେ ରଖିଲେ ବିହନର ଗୁଣବତ୍ତାରେ ବିଶେଷ ହ୍ରାସ ହେବ ନାହିଁ । ୯ ପ୍ରତିଶତରୁ କମ୍ ଆର୍ଦ୍ରତା ଥିବା ବିହନରେ ହାନିକାରୀ ଅନୁଜୀବମାନେ ନିଷ୍କ୍ରିୟ ହୋଇଯାଆନ୍ତି । ୧୦ଟି ବସ୍ତାରୁ ଅଧିକ ଉପରକୁ ନ ରଖି ଏବଂ କାନ୍ଥକୁ ନ ଲଗାଇ ସାଇତିବା ଆବଶ୍ୟକ ।

ଚିନାବାଦାମ ଚାଷ

ଫିମ୍ପି ଆସ୍ପର୍ଜିଲସ୍ ଫ୍ଲାଭସ୍ ଓ ଆସ୍ପର୍ଜିଲସ୍ ପାରାସିଟିକସ୍ ଦ୍ଵାରା ମୃତ୍ତିକା ଏବଂ ବାୟୁବାହିତ ଭାବେ ବିହନ/ମିର ସୂକ୍ଷ୍ମ ଫାଟ ଦେଇ ଫଳ ତଥା ମଞ୍ଜିରେ ପ୍ରବେଶ କରିଥାଏ । ଏହି ଫାଟ ଅନ୍ତଃଚାଷ  ସମୟରେ ତଥା ଅମଳ ସମୟରେ ଅଥବା ପୋକ/ସୂତ୍ରକୀଟ ଦ୍ଵାରା ସଂକ୍ରମଣ ପରେ ପ୍ରବେଶ କରେ । ଏହି ସଂକ୍ରମଣ ମଞ୍ଜି ଖାଇଲେ ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ଦୁର୍ବଳ ହୋଇଯାଏ ଏବଂ ପିଲାମାନଙ୍କର ଶରୀର ବୃଦ୍ଧିରେ ବ୍ୟାଘାତ ଆସେ । ଫଳ ଓ ମଞ୍ଜିର ବୃଦ୍ଧି ଅବସ୍ଥାରେ ଜଳାଭାବ ଘଟିଲେ ଏହି ରୋଗର ମାତ୍ରା ଅଧିକ ହୋଇଥାଏ । ବୃଷ୍ଟିପୁଷ୍ଟ ଚିନାବାଦାମ ଫସଲରେ ମଧ୍ୟ ଏହାର ସଂକ୍ରମଣ ଅଧିକ ହୁଏ । ଅମଳ ପରିବର୍ତ୍ତୀ ଅବସ୍ଥାରେ ଦାନାରେ ଅଧିକ ଆର୍ଦ୍ରତା ରହିଲେ ବା ଆର୍ଦ୍ର ପରିବେଶରେ ବିହନକୁ ରଖାଗଲେ, ଏହାର ସଂକ୍ରମଣ ଅତ୍ୟଧିକ ହୋଇଥାଏ । ସହନଶୀଳ କିସମକୁ ନେଇ ଏହାର ସଂକ୍ରମଣ କମ୍ କରାଯାଇପାରିବ । କେତେକ ସତର୍କ ବ୍ୟବସ୍ଥା ହେଲା- ଫଳ ଓ ମଞ୍ଜିର ପରିପୁଷ୍ଟ ସମୟରେ ହାଲୁକା ଜଳସେଚନ ନିୟମିତ ଦିଆଯିବା ଆବଶ୍ୟକ । ଘାସବଛା, ଉପୁଡା, ଶୁଖାଇବା, ଅମଳ ଏବଂ ସାଇତା ସମୟରେ ଯାନ୍ତ୍ରିକ କ୍ଷତି ନ ହେବ ଜରୁରୀ । ଫଳ ପାକଳ ବା ଅମଳ ଅବସ୍ଥା ପ୍ରାପ୍ତ ହେବା ମାତ୍ରେ ଫସଲକୁ ତୁରନ୍ତ ଅମଳ କରିବା ପ୍ରୟୋଜନ । ମରୁଡି ଅବସ୍ଥାରେ ଫସଲକୁ ସଅଳ ଅମଳ କରାଯାଏ । ଫଳଗୁଡିକୁ ଶୁଖାଇ ୮-୯ ପ୍ରତିଶତ ଆର୍ଦ୍ରତା ବା ନିମ୍ନସ୍ତରକୁ ଆଣିବା ଆବଶ୍ୟକ । ଅମଳ ସମୟରେ ଫଳକୁ ମାଟିରେ ଛାଡି ଆସିବା ଉଚିତ ନୁହେଁ । କ୍ଷତଯୁକ୍ତ  ଓ ଅଣପାକଳଯୁକ୍ତ ଫଳକୁ ଅଲଗା କରିଦେବା ଦରକାର । ବାଦାମ ମଞ୍ଜିକୁ ନ ଛଡାଇ ଅଳ୍ପ ଉତ୍ତାପ, ଅଳ୍ପ ଆର୍ଦ୍ରତା  ଓ ଜଳୀୟବାଷ୍ପ ବିହାନ ଅବସ୍ଥାରେ ସାଇତି ରଖିବା ବିଧେୟ ।

ଚିନାବାଦାମ ମଞ୍ଜି ବୁଣା ଯନ୍ତ୍ର

ଚାଷ କାମ ପାଇଁ କୃଷି ଶ୍ରମିକମାନଙ୍କର ଉତ୍କଟ ଅଭାବ ତଥା ସେମାନଙ୍କର ବର୍ଦ୍ଧିତ ମଜୁରୀ ହାର କୃଷିକ୍ଷେତ୍ରରେ ପ୍ରମୁଖ ସମସ୍ୟା ପାଲଟିଛି । ତେଣୁ ଧାଡିରେ ମଞ୍ଜି ବୁଣିବା କାମ ବେଳେ ବ୍ୟୟ ଓ ସମୟ ସାପେକ୍ଷ ହୋଇଥାଏ । ଫଳରେ ଚିନାବାଦାମ ଚାଷର ଖର୍ଚ୍ଚ ଅଧିକ ହେବା ସାଙ୍ଗକୁ ବିଳମ୍ବରେ ବୁଣା ହେବା ପାଇଁ ଉତ୍ପାଦନ ପ୍ରଭାବିତ ହୋଇଥାଏ । ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଧାଡିରେ ମଞ୍ଜିବୁଣା ପାଇଁ ଚିନାବାଦାମ ମଞ୍ଜି ଓ ସାରବୁଣା ଯନ୍ତ୍ର ବ୍ୟବହାର କରିବା ଏକାନ୍ତ ଆବଶ୍ୟକ । ଏହି ଯନ୍ତ୍ରକୁ ବଳଦଟଣା ଦେଶୀ ଲଙ୍ଗଳ ସହ କିମ୍ବା ଟ୍ରାକ୍ଟର ସହ ଯୋଡି ବ୍ୟବହାର କରାଯାଇପାରିବା । ମାତ୍ର ମଞ୍ଜି ଓ ସାରକୁ ଆବଶ୍ୟକ ବ୍ୟବଧାନରେ ଓ ପରିମାଣରେ ସିଆରରେ ପକାଇବା ପାଇଁ ଏହି ଯନ୍ତ୍ରକୁ ବ୍ୟବହାର କରାଯାଏ । ଏହି ଯନ୍ତ୍ରର ଗୋଟିଏ ମଞ୍ଜି ବାକ୍ସ ଓ ତାହାର ବାମ ପାର୍ଶ୍ଵରେ ଏକ ସାର ବାକ୍ସ ଥାଏ । ମଞ୍ଜିବୁଣା ଯନ୍ତ୍ରର ପଛପାଖରେ ଏକ ଫ୍ଲେକ୍ସବଲ୍ ଲେଭଲର୍ ବା ସମତୁଲ କରିବା ବ୍ୟବସ୍ଥା ଅଛି ଯାହା ସିଆରରେ ମଞ୍ଜି ପଡିବା ପରେ ହାଲକ ଭାବରେ ସିଆରର ସୁଇ ପାଖରୁ ମାଟି ନେଇ ମଞ୍ଜିକୁ ଗୋଡାଇ ଦେଇଥାଏ । ବଳଦଟଣା ଏକଧାଡିଆ ମଞ୍ଜି ଓ ସାରବୁଣା ଯନ୍ତ୍ରର ମୂଲ୍ୟ ୪ ହଜାର ୫ ଶହ ଟଙ୍କା । ଏତଦ୍ ବ୍ୟତୀତ ବଳଦ ଟଣା ପାଞ୍ଚ ଧାଡିଆ ମଞ୍ଜି ଓ ସାର ବୁଣା ଯନ୍ତ୍ରରେ ମାତ୍ର ୨ ରୁ ଅଢେଇ ଘଣ୍ଟା ମଧ୍ୟରେ ଏକ ଏକାର ଜମିରେ ମଞ୍ଜି ଓ ସାର ବୁଣା ଯାଇପାରୁଛି । ଏହି ଯନ୍ତ୍ରଟିର ଆନୁମାନିକ ମୂଲ୍ୟ ୧୬,୬୦୦ ଓ ସରକାରୀ ରିହାତି ଶହ ରାଜ୍ୟର ଚାଷୀମାନେ ଏହି ଯନ୍ତ୍ରକୁ କିଣି ବ୍ୟବହାର କରିପାରିବେ ।

ସାଧାରଣତଃ ହାତରେ ଚିନାବାଦମର ଚୋପା ଛଡାଯାଏ ।  ଏହାଦ୍ୱାରା ମଞ୍ଜି ଫାଟିବା ବା ମଞ୍ଜିର କ୍ଷତି ଘଟି ନ ଥାଏ । କିନ୍ତୁ ଯାନ୍ତ୍ରିକ ପ୍ରଣାଳୀରେ ଛଡାଇବାରେ କ୍ଷୟକ୍ଷତିର ଆଶଙ୍କା ଅଧିକ । ମାତ୍ର ଛଡାଇବା ସମୟରେ ଯଦି କୌଣସି ମଞ୍ଜି ସଂକ୍ରମିତ, କ୍ଷୟଗ୍ରସ୍ତ, ଆକାର, ଆକୃତି ବା ରଙ୍ଗରେ ବିକୃତି ଦୃଶ୍ୟମାନ ହୁଏ, ତେବେ ସେସବୁ ମଞ୍ଜିକୁ ଅଲଗା କରିଦେବା ଆବଶ୍ୟକ । ଯେକୌଣସି ବିହନ ବୁଣିବା ପୂର୍ବରୁ କବକନାଶକ ଓ କୀଟନାଶକ ଦ୍ଵାରା  ଏହାର ଉପଚାର ହେବା ପ୍ରୟୋଜନ ।

ଅମଳ ଏକର ପ୍ରତି ୪-୧୦ କୁଇଣ୍ଟାଲ ମିଳିଥାଏ । ରବି ଋତୁରେ ବର୍ଷାଦିନେ ତୁଳନାରେ ଅମଳ ଅଧିକ ମିଳିଥାଏ ।

ଆଧାର:ଦୈନିକ ଧରିତ୍ରୀ

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top