ହୋମ / କୃଷି / କୃଷି ଉଦ୍ୟୋଗ / ଛତୁ ଚାଷ / ଛତୁ ଚାଷ ପ୍ରଣାଳୀ
ସେଆର କରନ୍ତୁ

ଛତୁ ଚାଷ ପ୍ରଣାଳୀ

ଛତୁ ଚାଷ ପ୍ରଣାଳୀ ସମ୍ବନ୍ଧରେ ସୂଚନା ।

ପୁଷ୍ଟିକର ଖାଦ୍ୟ  ଛତୁ

ଛତୁ ଚାଷ ପ୍ରଣାଳୀଜନସଂଖ୍ୟାର ବୃଦ୍ଧି ସହିତ ଖାଦ୍ୟାଭାବ ଦେଖାଯିବା ସ୍ଵାଭାବିକ ଉନ୍ନତ ବିହନ । ବ୍ୟବହାର ଓ ନୂଆ ପ୍ରଣାଳୀର ଚାଷ ବ୍ୟବସ୍ଥା ଦ୍ୱାରା ଖାଦ୍ୟାଭାବ କିଛି ପରିମାଣରେ ଦୂର ହୋଇଛି । କିନ୍ତୁ ପୁଷ୍ଟିସାର ଖାଦ୍ୟର ଅଭାବ ଯଥେଷ୍ଟ ଅନୁଭବ ହେଉଛି । ପୁଷ୍ଟିହୀନତା ଦୂର କରିବା ପାଇଁ ଡାଲି, ମାଛ, ମାଂସ ଓ ଦୁଗ୍ଧ ଖାଇବା ପାଇଁ ଜୋର ଦିଆଯାଉଛି । କିନ୍ତୁ ଛତୁ ଗୋଟିଏ ପୁଷ୍ଟିକର ଖାଦ୍ୟ ଏବଂ ଏହା ସହଜରେ ହଜମ ହୁଏ । ସହଜରେ, କମ୍ ପରିଶ୍ରମରେ, ଅଳ୍ପ ଖର୍ଚ୍ଚରେ, କମ୍ ସ୍ଥାନରେ କୃଷି ଓ ଜଙ୍ଗଲରୁ ମିଳୁଥିବା ଆବର୍ଜନାରୁ ଛତୁ ପ୍ରସ୍ତୁତ କରାଯାଇପାରିବ ।

ଛତୁରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାର, ଧାତବ ଲବଣ ଓ ଭିଟାମିନ୍ ଆଦି ଥିବାରୁ ବିଶ୍ୱ ଖାଦ୍ୟସଂସ୍ଥା ଛତୁକୁ ଉନ୍ନତ ପୁଷ୍ଟିକର ଖାଦ୍ୟ ବୋଲି ମତ ଦେଇଛନ୍ତି ।

ଆମ ଦେଶରେ ଉତ୍ପନ୍ନ ହେଉଥିବା ନଡ଼ାର ଅନେକ ଭାଗ ବଳକା ହେଉଛି । ତାହାକୁ ଜାଳେଣୀ କିମ୍ବା ଆବର୍ଜନା ଆକାରରେ ଫୋପାଡ଼ି ନ ଦେଇ ଛତୁ ଭଳି ସ୍ଵାଦୁକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ।

ଅନ୍ୟତମ ଛତୁ ବିଜ୍ଞାନୀ ଶ୍ରୀମତୀ ନିତା ବାହାଲ ମତ ଦିଅନ୍ତି ଯେ, ପୃଥିବୀରୁ ଉତ୍ପନ ହେଉଥିବା ନଡ଼ାର ଏକ ଚତୁର୍ଥାଂଶ ଛତୁ ଚାଷରେ ବ୍ୟବହାର କଲେ, ପ୍ରତ୍ୟେକ ନାଗରିକ ଦୈନିକ ୨୫୦ ଗ୍ରାମ୍ ଛତୁ ଖାଇବାକୁ ସମର୍ଥ ହେବେ ।

ଯୁଗେ ଯୁଗେ ଛତୁ

ଛତୁ ଉଭିଦ ବା ଜୀବ ନୁହେଁ । ଏହା କବକ ବା ଫିମ୍ପି ଅଟେ । ମଣିଷ, ଜୀବଜନ୍ତୁ ସୃଷ୍ଟିର ଅନେକ ବର୍ଷ ପୂର୍ବରୁ ଜୀବାଣୁଜାତ ହୋଇଛି । ଏହି କବକ ବା ଛତୁ ସେହି କାଳରୁ ସୃଷ୍ଟି ହୋଇଛି । ଛତୁର ଉତ୍ପତ୍ତି ବିଷୟରେ କେତେକ ଅନ୍ଧ ବିଶ୍ଵାସ ରହି ଆସୁଥିଲା । ଛତୁ ଗୋଟିଏ କବିକରୁ ସୃଷ୍ଟି, ଏହା ସେତେବେଳେ ଲୋକମାନଙ୍କୁ ଜଣା ନଥିଲା । ଆଦିମ ମଣିଷ ଭାବିଥିଲା, ବିଜୁଳି ଓ ପୃଥିବୀର ସଂଗମରୁ ଜନ୍ମ ନିଏ ଛତୁ । ଭାରତ, ରୋମାନ୍ ଓ ଗ୍ରୀର ସୁସଭ୍ୟ ମଣିଷ ଭାବିଥିଲା ବିଜୁଳିର ଝଲକରୁ ଯେଉଁ ଅଗ୍ନି କଣା ପୃଥିବୀରେ ପଡ଼େ, ତାହା ଛତୁ ଆକାରରେ ପ୍ରସ୍ତୁଟିତ ହୁଏ । ଏଥିପାଇଁ ମେକ୍ସିକୋର ଅଧିବାସୀମାନେ ଏହାକୁ ଅତ୍ୟନ୍ତ ପବିତ୍ର ବସ୍ତୁ ମନେ କରୁଥିଲେ । ଗ୍ରୀକ୍ ମାନେ ଛତୁକୁ ବୀର ଯୋଦ୍ଧାଙ୍କ ଖାଦ୍ୟ ହିସାବରେ ଗ୍ରହଣ କରିଥାଆନ୍ତି । ରୋମାନ ମାନେ ଏହାକୁ ଦେବ ଖାଦ୍ୟ ହିସାବରେ ସମ୍ମାନ ଦେଇଥାଆନ୍ତି, ଯାହାକୁ କୌଣସି ପର୍ବପର୍ବାଣୀରେ ରାନ୍ଧି ଥାଆନ୍ତି । ବେଦରେ ମଧ୍ୟ ସେହିଭଳି ବର୍ଣ୍ଣିତ ହୋଇଛି । ଚୀର ଲୋକମାନେ ଏହାକୁ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ବୋଲି ବିଚାର କରିଥାନ୍ତି।

ଆର୍ଯ୍ୟମାନେ ଜଙ୍ଗଲରୁ ଲାଲ୍ ରଙ୍ଗର ଛତୁ ‘ଅମାନିତା’ ସଂଗ୍ରହ କରି ସୋମରସ ତିଆରି କରୁଥିଲେ । ଏହା ଥିଲା ସେମାନଙ୍କର ଅତିପ୍ରିୟ ପାନୀୟ । ଛତୁ ପ୍ରାକ୍ ଐତିହାସିକ କାଳରୁ ମଣିଷର ପ୍ରିୟ ଖାଦ୍ୟରୂପେ ବ୍ୟବହୃତ ହୋଇଆସିଛି।

ଛତୁ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଦିଗରୁ ଆକୃଷ୍ଟ କରିଛି । ଛତୁର ଆକୃତିକୁ ନେଇ ମନ୍ଦିର, ମିନାର ଓ ପ୍ରାସାଦର ଅଗ୍ରଭାଗ ଗଢ଼ାଯାଇଛି । ପାହାଡ଼ ଗୁମ୍ପା ଦେହ ରେ ଛତୁର ରେଖାଚିତ୍ର ଦେଖିବାକୁ ମିଳେ । ଏହାର ପ୍ରମାଣ ମଧ୍ୟ ଆମେରିକା ଓ ଗୁଏଟମାଲାର ପାହାଡ଼ରେ ମିଳେ । ବିଭିନ୍ନ ଛତୁରୁ ଔଷଧ ପ୍ରସ୍ତୁତ କରିବା ପାଇଁ ପୁରାକାଳରୁ ବୈଦ୍ୟମାନେ ଉଦ୍ୟମ କରି ଆସିଛନ୍ତି।

ଛତୁ ଥିଲା ରାଜକୀୟ ଖାଦ୍ୟ । ରୋମର ବିଖ୍ୟାତ ପ୍ରକୃତିବାଦୀ ପ୍ଳିନଙ୍କ ମତରେ ରୋମ ରାଜକୀୟ ଓ ସମ୍ଭ୍ରାନ୍ତ ପରିବାରରେ ମୂଲ୍ୟବାନ୍ ପାତ୍ରରେ ଛତୁରୁ ବିଭିନ୍ନ ସ୍ଵାଦୁକର ଖାଦ୍ୟ ପ୍ରସ୍ତୁତ କରି ଅତିଥିମାନଙ୍କୁ ଅର୍ପଣ କରାଯାଉଥିଲା ।

ଛତୁକୁ ଭିତ୍ତିକରି ବହୁ ଲୋକଗାଥା ରହିଛି । ଗ୍ରୀକର “ମେରସିଆସ୍” ପ୍ରୋଟିଆସଂକ ଠାରୁ ରାଜ୍ୟ ଗ୍ରହଣ ପରେ ତୃଷାର୍ତ୍ତ ଅବସ୍ଥାରେ ଫୁଟିଥିବା ଛତୁରୁ ଜଳପାନ କଲେ । ଯେଉଁ ସ୍ଥାନରୁ ସେହି ଛତୁଟିକୁ ତୋଳିଥିଲେ ସେ ସ୍ଥାନକୁ “ମାଇସିନୋ’ କୁହାଯାଏ । ବିଭିନ୍ନ ଲୋକଗାଥାରୁ ସୂଚନା ମିଳେ ଯେ ରୋମ୍ଭ, ମିଶର, ଭାରତ, ଚୀନ୍ ଆଦିର ନଦୀ ସଭ୍ୟତା ସମୟରୁ ଛତୁର ବ୍ୟବହାର ହୋଇଆସୁଛି।

ବିଭିନ୍ନ କିସମର ଛତୁ

ଖାଦ୍ୟ ପାଇଁ ଉପଯୁକ୍ତ ୧୦୦୦ ଜାତୀୟ ଛତୁରୁ ୨୦୦ ଜାତିର ଛତୁ ଆମ ଦେଶରେ ଦେଖାଯାଇଥାଏ । ଏଥି ମଧ୍ୟରୁ ବ୍ୟବସାୟିକ ଭିତ୍ତିରେ ମୁଖ୍ୟତଃ ପାଞ୍ଚ ପ୍ରକାର ଛତୁଚାଷ କରାଯାଇଥାଏ ।

ଯଥା- ପାଳଛତୁ, ଧିଙ୍ଗିରି ଛତୁ, ଧଳା ବୋତାମ ଛତୁ ବା ଇଉରୋପୀୟ ଛତୁ, ସିଆଟାକେ ଓ କଳା ଅରଣ୍ୟ ଛତୁ । ଅନ୍ୟ କେତେକ ଛତୁକୁ ଅନ୍ୟ ଦେଶ ମାନଙ୍କରେ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ ଉଦ୍ୟମ କରାଯାଉଛି, ଯଥା-ଟ୍ରାଫଲ, କଳାକାନ ବା କାଠକାନ, ଧଳାକାନ, ନମେକୋ, ଫଳିଓଟା ଓ ମାଙ୍କଡ଼ ମୁଣ୍ଡି । ଆକାର ପ୍ରକାର, ରଙ୍ଗ, ଦୈହିକ ଅଂଶ ବିଶେଷ, ଉତ୍ପନ୍ନ ହେବାର ମାଧ୍ୟମ ଇତ୍ୟାଦି ଭେଦରେ ନାନା ପ୍ରକାରର ଛତୁ ଦେଖାଯାଇଥାଏ । ଛତୁର ଚାରୋଟି । ଅଂଶ ଥାଏ, ଯଥା- ଟୋପି, ଦଣ୍ଡ, ମୂଳ ଓ ଦଣ୍ଡର ମଧ୍ୟଭାଗରେ ଗାଲିସି ।

କେତେକ ଛତୁରେ ଟୋପି, ଗାଲିସି ଓ ଦଣ୍ଡ ଥାଏ, କିନ୍ତୁ ମୂଳ ପିଣ୍ଡ ନଥାଏ ବା । ମୂଳଟି ମୋଟା ନୁହେଁ । ଉଦାହରଣ ସ୍ଵରୂପ ଇଉରୋପୀୟ ଛତୁ ଅଟେ । କେତେକ ଛତୁରେ ଟୋପି, ଦଣ୍ଡ ସହିତ ମୂଳଦଣ୍ଡ ଯଥେଷ୍ଟ ମୋଟା ଥାଏ କିନ୍ତୁ ଗାଲିସି ନଥାଏ, ଯଥା- ପାଳଛତୁ । କେତେକ ଛତୁ ରେ ଦଣ୍ଡ କିମ୍ବା ମୂଳ ପିଣ୍ଡ ନ ଥାଏ । ଛତୁର ଟୋପି, କାନ ବା ଶାମୁକା ଭଳି ଥାଏ, ଯଥା- ଧିଙ୍ଗିରି ଛତୁ ବା ଶାମୁକା ଛତୁ ।

ଅମାନିତା ଆଦି ଜାତିର ବିଷାକ୍ତ ଜଙ୍ଗଲଜାତ ଛତୁରେ ଟୋପି, ଦଣ୍ଡ ଓ ମୂଳପିଣ୍ଡ ଥାଏ । ଦଣ୍ଡ ମଧ୍ୟ ଭାଗରେ ଗାଲିସି ଥାଏ ।

କେତେକ ଛତୁର ଦଣ୍ଡ ସମ୍ପୂର୍ଣ୍ଣ ଫର୍ମା । କେତେକ ଟୋପିଠାରେ ଲାଗିଥିବା ଦଣ୍ଡଟି ଫର୍ମା । କେତେକ ଛତୁର ଦଣ୍ଡ ସମଭାବରେ ବର୍ତ୍ତୁଳ । କେତେକର ଦଣ୍ଡ ମଭାଗ ମୋଟା ହୋଇ ଦୁଇ ବିପରୀତ ଦିଗକୁ ସରୁ ହୋଇ ଯାଇଥାଏ । କେତେକ ଛତୁ ର ଦଣ୍ଡ ଉପରୁ ତଳକୁ ସରୁ ହୋଇ ଯାଇଥାଏ ।

ଚାଷ ଉପଯୋଗୀ ଛତୁ ଭିତରୁ ପାଳଛତୁ ପ୍ରଥମ ଅବସ୍ଥାରେ ପାଉଁଶିଆ କିମ୍ବା ଇସତ୍ କଷରା ଓ ପରେ ଫିକା ଧଳା ହୋଇଥାଏ । ପାଳଛତୁରେ ଥିବା ବିଭିନ୍ନ ଉପଜାତିର ଛତୁ ଭିତରେ କଷରା ଓ ଧଳା ରଙ୍ଗର ବିଭିନ୍ନ ମାତ୍ରା ଦେଖାଯାଇଥାଏ ।

ଧିଙ୍ଗିରିଛତୁ ଭିତରୁ କେତେକ ଖୁବ୍ ଧଳା ଓ କେତେକ କଷରା ଅଟେ । ଇଉରୋପୀୟ ଛତୁ ବା ଧଳା ବୋତାମ ଛତୁର ରଙ୍ଗ ଖୁବ୍ ସଫା ଧଳା ।

କାଠକାନ ବା କଳାକାନ କିମ୍ବା ଜିଭକାନ ଛତୁ (କିଛି ଦିନ ପରେ ଧିଙ୍ଗିରି ଛତୁ ଭଳି ଆମ ରାଜ୍ୟରେ ଚାଷ କରିବା ପାଇଁ ଉଦ୍ୟମ କରାଯିବ)ର ରଙ୍ଗ ଧଳା । ଏହା ବ୍ୟତୀତ ଜଙ୍ଗଲରେ ଲାଲ୍, ନୀଳ, ହଳଦିଆ, ବାଇଗଣି, ଧଳା ଇତ୍ୟାଦି ରଙ୍ଗର ଖାଦ୍ୟୋପଯୋଗୀ ଏବଂ ବିଷାକ୍ତ ଛତୁ ମିଳିଥାଏ ।

କେତେକ ଛତୁର ଟୋପି ଛତା ଭଳି । କେତେକ କାହାଳି ଭଳି । କେତେକ ଶାମୁକା ବା କାନଭଳି ଦେଖାଯାଏ।

କେତେକ ଛତୁର ଟୋପି ମାଂସାଳ ଓ କେତେକ ଛତୁର ଟୋପି ଅତ୍ୟନ୍ତ ପତଳା ଅଟେ । କେତେକ ଛତୁ ମାଟି ଭିତରେ ହୁଏ, କେତେକ ମାଟି ଉପରେ ହୁଏ । କେତେକ ମାଟିରେ, କେତେକ କାଠରେ, କେତେକ ନଡ଼ା ଗଦାରେ ଏବଂ କେତେକ କମ୍ପାଷ୍ଟରେ ଫୁଟିଥାଏ ।

ଦେଶ ବିଦେଶରେ ଛତୁ

ପାଳଛତୁ

ଭାରତ, ହଂକଂ, ଇଣ୍ଡୋନେସିଆ, ମାଲୟେସିଆ, ଥାଇଲାଣ୍ଡ, ଚୀନ୍ ଆଦି ଦେଶରେ ବିଶେଷ ଭାବରେ ଚାଷ କରାଯାଏ । ହଂକଂସ୍ଥ ଚୀନ ବିଶ୍ଵବିଦ୍ୟାଳୟର ପ୍ରଫେସର ଏସ୍.ଟି.ଚାଗ୍ୟକ ଅଧ୍ୟବସାୟ ଫଳରେ ସାରା ବିଶ୍ୱରେ ପାଳଛତୁ ଚାଷର ପ୍ରସାର ଘଟି ପାରିଛି । ପାଳଛତୁ ଚାଷରେ ଚୀନ୍ ବର୍ତ୍ତମାନ ବିଶେଷ ଅଗ୍ରଣୀ । ଇତିହାସରୁ ଯାହା ଜଣାପଡ଼େ, ୧୭୦୦ ଶତାବ୍ଦୀରୁ ଚୀନ୍ ଦେଶରୁ ପାଳଛତୁ ଚାଷ ଆରମ୍ଭ ହୋଇଛି । ଯେଉଁଥିପାଇଁ ପାଳଛତୁର ଅନ୍ୟନାମ ହେଉଛି ଚୀଛତୁ । କେତେକଙ୍କ ମତରେ ପାଳଛତୁ ଚାଷ ଆରମ୍ଭ ହୋଇଥିଲା ଚୀନ୍ ଦେଶର ନାହୁଆ ମନ୍ଦିରରେ । ବୌଦ୍ଧ ସନ୍ନ୍ୟାସୀ ମାନଙ୍କ ଦ୍ଵାରା ଏହି ଚାଷ ଆରମ୍ଭ ହୋଇଥିଲା । ବୌଦ୍ଧମାନେ ନିରାମିଷାଶୀ ଥିଲେ ଏବଂ ଛତୁ ଥିଲା ସେମାନଙ୍କର ଅତି ପ୍ରିୟ ଖାଦ୍ୟ । ଫୁଜିଆନ୍ ପ୍ରଦେଶରେ ୩୦,୦୦୦ ଛତୁଚାଷୀ ଅଛନ୍ତି । ଏହି ଛତୁ ଉତ୍ପାଦନକାରୀମାନେ ଗୋଟିଏ ପଟିରୁ ୫ ରୁ ୭ କିଲୋଗ୍ରାମ୍ ପର୍ଯ୍ୟନ୍ତ ପାଳଛତୁ ଉତ୍ପାଦନ କରୁଛନ୍ତି । ସେହିଭଳି ହେବେଇ ପ୍ରଦେଶରେ ଛତୁଚାଷର  ଅଗ୍ରଗତି ଜଣାପଡ଼େ । ଗ୍ରୀନ୍ ପୋଲାର ଗ୍ରାମରେ ଥିବା ୧୪୦୦ ପରିବାରରୁ ୧୨୦୦ ପରିବାର ଛତୁଚାଷ କରନ୍ତି । ଦିନକୁ ସେମାନେ ୫୦ କିଲୋଗ୍ରାରୁ ୫୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଛତୁମଞ୍ଜି ଉତ୍ପାଦନ କରନ୍ତି । ସେମାନଙ୍କର ନିଜର ମଧ୍ୟ ଗୋଟିଏ ଗୋଟିଏ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଅଛି ।

ସିଆଟାକେ

ଜାପାନ ଦେଶରେ ସିଆଟାକେ ନାମକ ଛତୁଚାଷର ପ୍ରସାର ବିଶେଷ ଭାବରେ ଦେଖାଯାଇଥାଏ । ଚୀରେ ମଧ୍ୟ ଏହି ଛତୁର ଚାଷ ବିଶେଷ ଭାବରେ ହୁଏ । ଚୀନ୍ ଦେଶରେ ଏହାକୁ ସିଆଙ୍ଗ-ଗୁ କହନ୍ତି ।

ଇଉରୋପୀୟ ଛତୁ ବା ଧଳାବୋତାମ ଛତୁ

ଇଉରୋପୀୟ ମହାଦେଶରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପରେ ବିଭିନ୍ନ ଦେଶରେ ଛତୁ ଉତ୍ପାଦନ କାରୀ ସଂଘ ଗଢ଼ି ଇଉରୋପୀୟ ଛତୁଚାଷର ବ୍ୟାପକ ଉଦ୍ୟମ କରାଗଲା । ଇଂଲଣ୍ଡ, ଆମେରିକା, କାନାଡ଼ା, ଡଟ୍, ଫ୍ରାନ୍ସ, ପୂର୍ବ ଜର୍ମାନୀ, ଅଷ୍ଟ୍ରେଲିଆ, ଡେନ୍ ମାର୍କ ଆଦିର ଉତ୍ସାହୀ ଛତୁ ଉତ୍ପାଦନକାରୀ ମାନେ ସଂଘ ଗଢ଼ିଲେ । ତନ୍ମଧ୍ୟରୁ ଡେନ୍‌ମାର୍କ ଛତୁ ଉତ୍ପାଦନକାରୀ ସଂଘ ସବୁଠାରୁ ପୁରାତନ । ଏହା ୧୯୩୫ ମସିହାରୁ କାର୍ଯ୍ୟ କରିଆସୁଅଛି । ଏହି ସଂଘମାନଙ୍କ ଜରିଆରେ ଛତୁ ଚାଷ । ସମ୍ବନ୍ଧରେ ଗବେଷଣା ଓ ତାଲିମ୍ ବ୍ୟବସ୍ଥା କରି ପାଶ୍ଚାତ୍ୟ ଦେଶରେ ଛତୁ ଉତ୍ପାଦନ ଯଥେଷ୍ଟ ଅଗ୍ରଗତି କରିଛି । ଏଥିସହିତ ଆନ୍ତର୍ଜାତିକ ଛତୁ ବିଜ୍ଞାନୀ ସଂଘ ଗଢ଼ି ପ୍ରତି ୨– ୩ ବର୍ଷରେ ବିଶ୍ଵ ଛତୁ ବିଜ୍ଞାନ ସମ୍ଭୋଳନ ଆୟୋଜନ କରୁଛନ୍ତି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଗବେଷଣା ପତ୍ରିକା ପ୍ରକାଶନ କରି ବିଶ୍ୱରେ ଘଟୁଥିବା ଗବେଷଣାଲବ୍ଧ ତଥ୍ୟକୁ ପ୍ରଚାର କରୁଛନ୍ତି । ଇଉରୋପୀୟ ଛତୁ ଚାଷ ପ୍ରଥମେ ଫ୍ରାନ୍ସରୁ ଷୋଡ଼ଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ।

ଟ୍ରାଫରୁ

ଫ୍ରାନ୍ସରେ ଗୁମ୍ଫା ଓ ପାହାଡ଼ର ସୁଡ଼ଙ୍ଗମାନଙ୍କରେ ଟ୍ରାଫଲ୍ ନାମକ ଅନ୍ୟ ଏକ ପ୍ରକାରର ଛତୁ ମାଟି ଭିତରେ ହୋଇଥାଏ ।

ଧିଙ୍ଗିରି ଛତୁ

ଧିଙ୍ଗିରି ଛତୁ ଚାଷ ଇଟାଲୀ, ଜର୍ମାନୀ, ହଙ୍ଗେରୀ, ଜାପାନ, ଫିଲିପାଇନ୍ସରେ ବିଶେଷ ଭାବରେ କରାଯାଉଛି । ଏହା ପ୍ରଥମେ ଇଉରୋପୀୟ ମହାଦେଶରେ ପ୍ରାୟ ୧୯୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରାଯାଇଥିଲା । କିନ୍ତୁ ଧିଙ୍ଗିରି ବର୍ତ୍ତମାନ ଭାରତ ଓ ଚୀରେ ବିଶେଷ ଭାବରେ ପ୍ରସାରିତ ହେବାରେ ଲାଗିଛି । ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ଖାଦ୍ୟାଭାବକୁ ଦୂରକରିବା ପାଇଁ କବିକତତ୍ତ୍ୱବିତ୍ ମାନଙ୍କ ଦ୍ଵାରା ଜଙ୍ଗଲରେ ବ୍ୟାପକ ଭାବରେ ଧିଙ୍ଗିରି ଛତୁଚାଷ ପାଇଁ ଜର୍ମାନୀ ଦେଶରେ ଉଦ୍ୟମ କରାଗଲା । ବିଶେଷ କରି ହଙ୍ଗେରୀରେ ଲାଭଜନକ ଭାବରେ ଧିଙ୍ଗିରି ଚାଷ ପାଇଁ ପ୍ରଥମେ ଉଦ୍ୟମ କରାଯାଇଥିଲା ଏବଂ ପରେ ଏହା ବିଭିନ୍ନ ଦେଶରେ ପ୍ରସାର ଲାଭ କଲା।

ବର୍ତ୍ତମାନ ଛତୁ ରପ୍ତାନୀ କରୁଥିବା ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଚୀନ୍, ହଲାଣ୍ଡ, ଫ୍ରାନ୍ସ ଓ ତାଇୱାନ୍ ଅଗ୍ରଣୀ । ଛତୁ ଆମଦାନୀ କରୁଥିବା ଦେଶ ଭିତରେ ଜାପାନ୍, ଆମେରିକା, କାନାଡ଼ା, ଜର୍ମାନୀର ନାମ ବିଶେଷ ଉଲ୍ଲେଖଯୋଗ୍ୟ ।

ଆମ ଦେଶରେ ଛତୁର ପ୍ରସାର

ଆଜକୁ ୧୦୦ ବର୍ଷ ତଳେ ୧୮୮୬ ମସିହାରେ ଏନ୍.ଡବ୍ଲୁ.ନିୟୁଟନ୍ ନାମକ ଜଣେ ବୈଜ୍ଞାନିକ ପ୍ରଥମେ ନମୁନା ସ୍ଵରୁପ ଆମ ଦେଶରେ ଛତୁଚାଷ କରିଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମହାମାରୀ ଦୁଭିକ୍ଷରେ ସମ୍ମୁଖୀନ ହୋଇ ଭାରତର ଗରିବ ଲୋକମାନେ ଜଙ୍ଗଲରେ ଫୁଟିଥିବା ଛତୁ ଖାଇ ବଞ୍ଚୁଥିଲେ । ଏହା ସାମ୍ ଡାଭିଡ୍ ଟ୍ରେନ୍ ନାମକ ଜଣେ ବୈଜ୍ଞାନିକଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ୧୯୦୮ ମସିହାରେ ବଣ ଜଙ୍ଗଲ ବୁଲି ଖାଦ୍ୟ ଉପଯୋଗୀ ଛତୁର ସର୍ବେକ୍ଷଣ କଲେ । ଭାରତର ପ୍ରଖ୍ୟାତ ବୈଜ୍ଞାନିକ ସାର୍ ଜଗଦୀଶ୍ ଚନ୍ଦ୍ର ବୋଷ୍ଟ ୧୯୨୧ ରେ ଧଳା ବୋତାମ ଛତୁ ଚାଷ କରିବା ପ୍ରଣାଳୀ ଆବିଷ୍କାର କରିଥିଲେ । ତଥାପି ୧୯୪୧ ମସିହାରେ କବକ ବିଜ୍ଞାନୀ ପାଡ଼ଭିଙ୍କ ମତରେ ସାରା ବିଶ୍ଵରେ ଧଳା ବୋତାମ ଛତୁ ଚାଷର ପ୍ରସାର

ଘଟିଲେ ମଧ୍ୟ ଆମ ଦେଶରେ ଏତେଟା ସଫଳ ହୋଇ ନଥିଲା । ପୁଣି ୧୯୬୧ ମସିହାରେ ଭାରତୀୟ କୃଷି ଗବେଷଣା ପରିଷଦ ସହାୟତାରେ ହିମାଚଳ ପ୍ରଦେଶର କୃଷି ବିଭାଗ ଦ୍ଵାରା ଧଳା ବୋତାମ ଛତୁ ଚାଷର ଉଦ୍ୟମ ଆରମ୍ଭ କରାଗଲା । ଗୋରୁ ଗୋବର ଖତରେ ଇଉରୋପୀୟ ଛତୁଚାଷ ବିଫଳ ହେଲେ ହେଁ ୧୯୬୪ରେ ଘୋଡ଼ା ଗୋବର ଖତରେ ସଫଳତା ମିଳିଲା । ପରେ ସିଛେଟିକ୍ କମ୍ଫାଷ୍ଟ ଖତରେ ଇଉରୋପୀୟ ଛତୁଚାଷ ସଫଳତାର ସହିତ କରାଗଲା । ଏହି ଚାଷର ବ୍ୟାପକ ସଫଳତା ମିଳିଲା । ରୋଗ, ପୋକ ବିନାଶ ପାଇଁ ଔଷଧ ବ୍ୟବହାର ପରେ ସର୍ବ ପ୍ରଥମେ ଇଉରୋପୀୟ ଛତୁ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ସୋଲାନରେ ବ୍ୟବସାୟିକ ଭିତ୍ତିରେ କରାଗଲା । ପରେ ଜାମ୍ମୁ, ନୀଳଗିରି, ପଞ୍ଜାବ, ହରିଆନା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଆଦିରେ ପ୍ରସାରିତ ହେଲା ।

ସେହିଭଳି ପାଳଛତୁ ଚାଷ ଦିଗରେ ମାନ୍ଦ୍ରାଜ କୃଷି ବିଭାଗ ୧୯୩୯ ମସିହାରେ ଉଦ୍ୟମ ଆରମ୍ଭ କଲେ । ସେହ, ଥୋମାସ୍, ଅଥାନା ପ୍ରଭୃତି କବକ ବିଜ୍ଞାନୀମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇ ପାଳଛତୁ ଚାଷର ସହଜ ଉପାୟ ବାହାର କରି ଦେଶରେ ଏହାର ପ୍ରସାର ଘଟାଇଲେ । ଆମ ଦେଶର ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ପଞ୍ଜାବରେ ପାଳଛତୁ ଚାଷର ବିଶେଷ ପ୍ରସାର ଲାଭ ହୋଇଛି ।

ଆମ ରାଜ୍ୟରେ ଛତୁ ଚାଷର ପ୍ରସାର ୧୯୭୨ ମସିହାରୁ ଓଡ଼ିଶା କୃଷି ଓ । ବୈଷୟିକ ବିଶ୍ୱବିଦ୍ୟାଳୟର ମାଇକୋଲୋଜି ବିଭାଗ ଏବଂ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ଦ୍ଵାରା କରାଯାଉଛି । ୧୯୮୭ ଠାରୁ ମାଇକୋଲୋଜି ବିଭାଗ ତରଫରୁ ବ୍ୟବସାୟିକ । ଭିତ୍ତିରେ ଛତୁଚାଷ ପାଇଁ ବିଶେଷ ଭାବରେ ଅଭିଯାନ ଆରମ୍ଭ କରାଯାଇଛି । ଛତୁଚାଷ ଓ ଛତୁମଞ୍ଜି ତିଆରି କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ତିଆରି କରାଯାଇଛି । ଏହା ବ୍ୟତୀତ ସହର ମାନଙ୍କରେ ଉଦ୍ୟୋଗୀମାନେ ବଡ଼ ବଡ଼ ଛତୁ ଫାର୍ମ ଆରମ୍ଭ କଲେଣି । ଛତୁଚାଷ ସମ୍ବନ୍ଧରେ ତାଲିମ୍ ଦେବା ପାଇଁ କୃଷି ବିଶ୍ଵବିଦ୍ୟାଳୟର ମାଇକୋଲୋଜି ବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ପରିସର ଭିତରେ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଭିନ୍ନ ଜିଲ୍ଲାରେ କୃଷିବିଜ୍ଞାନ କେନ୍ଦ୍ରମାନଙ୍କ ସହାୟତାରେ ଛତୁ ଚାଷ ପାଇଁ ବିଶେଷ ଉଦ୍ୟମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଶ୍ଵବିଦ୍ୟାଳୟର ଉଦ୍ୟମକୁ ତ୍ଵରାନ୍ୱିତ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ସାହାଯ୍ୟ କରୁଛନ୍ତି । ଛତୁକୁ ବିକ୍ରୟ କରିବା ପାଇଁ ବିଶେଷ କରି ବାଲେଶ୍ୱର, କଟକ, ଭୁବନେଶ୍ୱର, ପୁରୀ, ଢ଼େଙ୍କାନାଳ ଓ ଅନୁଗୋଳ ସହ ରରେ ବିଭିନ୍ନ ସଂସ୍ଥାର ସହାୟତା ନିଆଯାଉଛି । ଛତୁର ବିକ୍ରି ବଟା ଅଧିକ ପରିମାଣରେ କରିବା ପାଇଁ ବମ୍ବେ, ଟାଟା ଓ କଲିକତା ସହର ସହିତ ଯୋଗାଯୋଗ କରାଯାଉଛି ।

ଛତୁ ଚାଷ ପ୍ରସାର ଦିଗରେ ଅନ୍ୟତମ ଅନ୍ତ ରାୟ ହେଉଛି ଛତୁ ମଞ୍ଜିର ଅଭାବ । ଏହି ସମସ୍ୟାର ସମାଧାନ ଦିଗରେ ଆମ ରାଜ୍ୟରେ ଏବେ ଉଭୟ ସରକାରୀ ଓ ବେସର କାରୀ ସ୍ତରରେ ପ୍ରାୟ ୧୧୦ଟି ମଞ୍ଜି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଭବିଷ୍ୟତରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ଅନ୍ୟୁନ ଗୋଟିଏ ମଞ୍ଜି ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଅଛି । ଏଥିପାଇଁ ଯେ କୌଣସି ଆଗ୍ରହୀ ବ୍ୟକ୍ତିଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରାଯାଉଛି ।

ଛତୁଚାଷର ଆବଶ୍ୟକତା

  1. ଛତୁରେ ୧୮ ପ୍ରକାର ଆମିନୋ ଏସିଡ଼ (ପୁଷ୍ଟିସାର) ସହିତ ଧାତବ ଲବଣ ଓ ଭିଟାମିନ୍ ଥିବାଯୋଗୁଁ ଏହା ଦେହରେ ପୁଷ୍ଟିସାର ହୀନତା ଦେଖାଯାଇଥିବା ସମସ୍ୟାକୁ ଦୂରୀଭୂତ କରେ ।
  2. ହୃଦରୋଗୀ, ବହୁମୂତ୍ର ରୋଗୀ, ଅମ୍ବରୋଗୀ, କୋଷ୍ଠକାଠିନ୍ୟ ରୋଗୀ, ରକ୍ତଚାପ ରୋଗୀ, ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଉତ୍କୃଷ୍ଟ ଖାଦ୍ୟ ।
  3. କୃଷି, ଜଙ୍ଗଲ ଓ ଗୃହର ପରିତ୍ୟକ୍ତ ଆବର୍ଜନା, ନଡ଼ା, ପତ୍ରଆଦିରୁ ଛତୁ ଉତ୍ପାଦନ କରାଯାଇପାରିବ । ଆବର୍ଜନାକୁ ଫୋପାଡ଼ି ପରିବେଶକୁ କଳୁଷିତ ନ କରି ପରିତ୍ୟକ୍ତ ପଦାର୍ଥରୁ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ।
  4. ପାଳଛତୁ ୧୦-୧୨ ଦିନ, ଧିଙ୍ଗିରି ଛତୁ ୨୦-୨୨ ଦିନରେ ଉତ୍ପନ୍ନ ହୋଇଥାଏ । କୃଷିଜାତ ପଦାର୍ଥ ଭିତରେ ଛତୁ ସବୁଠାରୁ ଶୀଘ୍ର ଉତ୍ପାଦନ କରାଯାଇ ପାରିବ ।
  5. ଖୁବ୍ କମ୍ ଖର୍ଚ୍ଚରେ ଉତ୍ପାଦନ କରାଯାଇ ଅଧିକ ଲାଭ ମିଳିପାରିବ । ଉଦାହରଣ ସ୍ଵରୁପ ଗୋଟିଏ ପାଳଛତୁ ଓ ଗୋଟିଏ ଧିଙ୍ଗିରି ଛତୁ ବେଡ୍ ପାଇଁ ଯଥାକ୍ରମେ ୩୦ ଟଙ୍କା ଓ ୨୦ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ୭୫ ଟଙ୍କା ଓ ୪୫ ଟଙ୍କା ମିଳିଥାଏ ।
  6. ଛତୁଚାଷ ପାଇଁ ଆବଶ୍ୟକୀୟ ଉପାଦାନ ଯଥା ନଡ଼ା, ଗହମ ଡାଲି ଗୁଣ୍ଡ ଆଦି ସହଜରେ ମିଳିଥାଏ ।
  7. ଏହା କଷ୍ଟକର କାର୍ଯ୍ୟ ନୁହେଁ କିମ୍ବା ଏହି କାର୍ଯ୍ୟ କରିବା ପାଇଁ ବିଶେଷ ଯନ୍ତ୍ରପାତି ଦରକାର ନାହିଁ । ଏଣୁ ଘରେ ଗୃହିଣୀମାନେ ଓ ପିଲାମାନେ ଛତୁଚାଷ କରି ପାରିବେ । ପୁରୁଷମାନେ ମଧ୍ୟ ଅବସର ସମୟକୁ ଛତୁଚାଷରେ ଲଗାଇ ପାରିବେ । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ଏହା ଏକ ପ୍ରମୁଖ ଅଙ୍ଗ ।
  8. ଛତୁଚାଷ ପାଇଁ ବିଶେଷ ଜମିର ଆବଶ୍ୟକତା ନାହିଁ । ଚାରି ବର୍ଗଫୁଟ ସ୍ଥାନରେ ଗୋଟିଏ ପାଳଛତୁ ପଟିରୁ ଆମେ ୧୫ ଦିନରେ ୭୫ ଟଙ୍କା ପାଇପାରିବୁ । ତିନି ବର୍ଗଫୁଟ ସ୍ଥାନରୁ ତିନୋଟି ଧିଙ୍ଗିରି ଛତୁ ବ୍ୟାଗରୁ ୧୩୫ ଟଙ୍କା ପାଇପାରିବୁ । ଏଣୁ କ୍ଷୁଦ୍ର ଚାଷୀ ଓ ଭୂମିହୀନ ବ୍ୟକ୍ତି ତାଙ୍କର ଘର ବାରି ଜମିରେ ଛତୁଚାଷ ଆରମ୍ଭ କରି ତାଙ୍କର ଗୁଜୁରାଣ ମେଣ୍ଟାଇବାରେ ସମର୍ଥ ହେବେ ।
  9. ଏହି ପ୍ରକଳ୍ପ ବ୍ୟାପକ ଆକାରରେ କରାଗଲେ, ଅନେକ ଲୋକ ଶ୍ରମିକ ହିସାବରେ ନିଯୁକ୍ତି ପାଇପାରିବେ ।
  10. ଛତୁ ଆମେରିକା, ଜାପାନ, ଫ୍ରାନ୍ସ, କାନାଡ଼ା, ପଶ୍ଚିମ ଜର୍ମାନୀ ଆଦି ଦେଶରେ ବିକ୍ରୟ କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଇପାରିବ ।

ଆଧାର – "ଓୟୁଏଟି

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top