ଏକଦା ଛତୁ ବଣରେ ଫୁଟୁଥିଲା ଏବଂ ବଣ ଜଙ୍ଗଲର ଆଦିବାସୀ ଓ ଗରିବ ଲୋକମାନଙ୍କର ଖାଦ୍ୟ ଥିଲା । କିନ୍ତୁ ସ୍ଵାଦ ଯୋଗୁଁ ଛତୁ ଆଜି ସମସ୍ତଙ୍କର ଆଦରଣୀୟ ହୋଇଛି । ଛତୁରେ ଯଥେଷ୍ଟ ପୁଷ୍ଟିସାର (ପ୍ରୋଟିନ୍), ଧାତବ ଲବଣ ଓ ଭିଟାମିନ୍ ଥିବାରୁ ଏହା ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇପାରିଛି ।
ଛତୁ ବିଜ୍ଞାନୀ ପ୍ରଫେସର ଏସ୍.ଡି.ଚାଙ୍ଗଙ୍କ ମତରେ ଯଦି ଖାଦ୍ୟପ୍ରାଣର ତାଲିକା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ବିଜ୍ଞାନୀମାନେ ଟାଙ୍ଗିବେ ତାହାହେଲେ ଲୋକେ ଛତୁକୁ ଆଗେ କିଣିବେ ।
ଆମ ଦେଶର ଲୋକଙ୍କ ଖାଦ୍ୟରେ ଅଧିକ ଭାଗ ଭାତ କିମ୍ବା ରୁଟି ଥିବାରୁ ଆମ ଦେଶର ଅଧିବାସୀ ମାନେ ଯଥେଷ୍ଟ ପ୍ରୋଟିନ୍ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରାଣ ଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଆମ ଦେଶର ଜନସଂଖ୍ୟାର ବିପୁଳ ଭାଗ ପୁଷ୍ଟିହୀନତା ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ବିଶେଷ କରି ଶିଶୁ ଓ ମହିଳାମାନଙ୍କ ଭିତରେ ପୁଷ୍ଟିସାର ହୀନତା ବିଶେଷ ଭାବରେ ଦେଖାଯାଉଛି । ଏହାର କାରଣ ଆମେ ଖାଦ୍ୟ ପ୍ରାଣ ସମ୍ବନ୍ଧରେ ବିଶେଷ ସଚେତନ ନୋହୁଁ । ସୀମିତ ଆର୍ଥିକ ଅବସ୍ଥା ଭିତରେ ଆମେ ପୁଷ୍ଟିକର ଖାଦ୍ୟ ଖାଇବାରେ ସମର୍ଥ ନୋହୁଁ । ଏଣୁ ପୁଷ୍ଟିକର ଖାଦ୍ୟ ଖାଇବା ଦିଗରେ ଆମେ ସମସ୍ତେ ସଚେତନ ହେବା ନିତାନ୍ତ ଆବଶ୍ୟକ ।
ଲିଣ୍ଟଜେଲଙ୍କ ବିଶ୍ଳେଷଣ ଅନୁଯାୟୀ ୭୦ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଜଣେ ଲୋକ ପକ୍ଷରେ ଖାଦ୍ୟର ଭାରସାମ୍ୟ ରକ୍ଷା କରିବା ପାଇଁ ୧୦୦ ରୁ ୨୦୦ ଗ୍ରାମ୍ ଛତୁ ଯଥେଷ୍ଟ । ପ୍ରୋଟିନ୍ ଅଭାବ ଥିବା, ବିଶେଷ କରି ଭାତ ଓ ରୁଟି ଆଦି ଶ୍ଵେତସାର ବହୁଳ ଖାଦ୍ୟ ପାଇଁ ଛତୁର ଆବଶ୍ୟକତା ବେଶୀ । ଏଥିପାଇଁ ଯଥାର୍ଥରେ କୁହାଯାଇଛି, ଛତୁ ହେଉଛି ‘‘ଗରିବଙ୍କ ମାଂସ” ବା “ନିରାମିଷାଶୀଙ୍କ ମାଂସ” ।
ଫୁଲକୋବିକୁ ଛାଡ଼ିଦେଲେ ଅନ୍ୟାନ୍ୟ ପରିବା ଠାରୁ ଛତୁରେ ଅଧିକ ପ୍ରୋଟିନ୍ ଥାଏ । ଏହା ବ୍ୟତୀତ ସମସ୍ତ ପରିବା ଅପେକ୍ଷା ଛତୁରେ ଅଧିକ ଭିଟାମିନ୍ ଓ ଧାତବ ଲବଣ ଥାଏ । ନିମ୍ନ ପ୍ରଦତ୍ତ ତାଲିକାରେ ଛତୁ ଓ ବିଭିନ୍ନ ପରିବାରେ ଥିବା ଖାଦ୍ୟପ୍ରାଣର ପରିମାଣ ସୂଚନା ଦିଆଯାଇଛି ।
ତାଲିକା - ୧ ଛତୁ ଓ ଅନ୍ୟାନ୍ୟ ପରିବାରେ ଥିବା ଖାଦ୍ୟସାର
ପରିବାର ନାମ |
ଶକ୍ତି |
ଜଳୀୟ ଅଂଶ |
ଚର୍ବି |
ଶ୍ଵେତସାର |
ପ୍ରୋଟିନ୍ (ଶୁଖିଲା ଓଜନ) |
ଛତୁ |
୧୬ |
୯୧.୧ |
୦.୩ |
୪.୪ |
୨୬.୯ |
ଆଳୁ |
୮୩ |
୭୩.୮ |
୦.୧ |
୧୯.୧ |
୭.୬ |
ବାଇଗଣ |
୨୪ |
୯୨.୭ |
୦.୨ |
୫.୫ |
୧୫.୧ |
ଫୁଲକୋବି |
୨୫ |
୯୧.୭ |
୦.୨ |
୪.୯ |
୨୮.୮ |
ବନ୍ଧା କୋବି |
୨୪ |
୯୨.୪ |
୦.୨ |
୫.୩ |
୧୮.୪ |
ସବୁଜ ମଟର |
୯୮ |
୭୪.୩ |
୦.୪ |
୧୭.୭ |
୨୬.୧ |
ଲିମା ବିନ୍ |
୧୨୮ |
୬୬.୫ |
୦.୮ |
୨୩.୫ |
୨୨.୨ |
ଆମ ଦେଶରେ ମୁଖ୍ୟତଃ ତିନି ପ୍ରକାରର ଛତୁଚାଷ କରାଯାଇ ଥାଏ, ଯଥା – ପାଳଛତୁ, ଧିଙ୍ଗିରି ଏବଂ ଇଉରୋପୀୟ ଛତୁ । ଏହି ତିନି ପ୍ରକାର ଛତୁରେ ବିଭିନ୍ନ ପରିମାଣର ଭିନ୍ନ ଭିନ୍ନ ଖାଦ୍ୟ ପ୍ରାଣ ଥାଏ । ଯାହାର ସୂଚନା ତାଲିକା - ୨ ରେ ଦିଆଯାଇଛି । ବିଶେଷ ଭାବରେ ଅନ୍ୟଛତୁ ଅପେକ୍ଷା ପାଳଛତୁ (କଷରା)ରେ ଧାତବ ଲବଣ ଓ ପ୍ରୋଟିନ୍ ଥାଏ ।
ତାଲିକା ନଂ -୨ ବିଭିନ୍ନ ଛତୁରେ ଥିବା ଖାଦ୍ୟସାର (କଞ୍ଚା ଓଜନ)
ଛତୁର ନାମ |
ଜଳୀୟ ଅଂଶ |
ଧାତବ ଲବଣ |
ପ୍ରୋଟିନ୍ |
ଚର୍ବି |
ତନ୍ତୁ |
ପାଳଛତୁ (କଷରା) |
୮୮.୪ |
୧.୪୬ |
୪.୯୮ |
୦.୭୪ |
୧.୩୮ |
ପାଳଛତୁ (ଧଳା) |
୯୦.୪ |
୧.୧୦ |
୩.୯୦ |
୦.୨୫ |
୧.୫୭ |
ଧିଙ୍ଗିରି |
୯୦.୦ |
୦.୯୭ |
୨.୭୮ |
୦.୬୫ |
୧.୦୮ |
ଇଉରୋପୀୟ ଛଡ଼ା |
୮୯.୫ |
୧.୨୫ |
୩.୯୪ |
୦.୧୯ |
୧.୦୯ |
ଛତୁରେ (ଶୁଖିଲା ଛତୁ) ଶତକଡ଼ା ୨୦ ରୁ ୩୫ ଭାଗ ପର୍ଯ୍ୟନ୍ତ ପ୍ରୋଟିନ୍ ଥାଏ, ଯାହାକି ଡାଲି ବା ପନିପରିବାରେ ଥିବା ପ୍ରୋଟିନ୍ ଠାରୁ ଅଧିକ ଏବଂ ମାଛ ଓ ମାଂସରେ ଥିବା ପ୍ରୋଟିନ୍ ପରିମାଣ ସହିତ ସମାନ । ଛତୁରେ ୧୮ ପ୍ରକାର ଆମିନୋଏସିଡ଼ ଥାଏ । ଏଣୁ ଗୁଣାତ୍ମକ ଦୃଷ୍ଟିରୁ ଏହା ଦ୍ଵିତୀୟ ଶ୍ରେଣୀର ପ୍ରୋଟିନ୍ ଖାଦ୍ୟ । ପ୍ରଥମ ଶ୍ରେଣୀର ପ୍ରୋଟିନ୍ ମାଛ ଓ ମାଂସରୁ ମିଳେ ଏବଂ ତୃତୀୟ ଶ୍ରେଣୀର ପ୍ରୋଟିନ୍ ପନିପରିବା ଓ ଡାଲିରୁ ମିଳିଥାଏ । ବର୍ଷକରେ ୧୦୦୦ ବର୍ଗମି. ଜାଗାରୁ ୩୦ ଟନ୍ ଛତୁ ଉତ୍ପନ୍ନ ହୁଏ ଏବଂ ଏଥିରୁ ୧୨୦୦- ୧୫୦୦ କି.ଗ୍ରା. ପର୍ଯ୍ୟନ୍ତ ପ୍ରୋଟିନ୍ ମିଳିଥାଏ । ବୈଜ୍ଞାନିକ କୁକ୍ (୧୯୭୭)ଙ୍କ ଗଣନା ଅନୁସାରେ ଗୋଟିଏ । ହେକ୍ଟର ଜମିରୁ ବର୍ଷକୁ ପ୍ରାଣୀଜ ଶୁଖିଲା ପ୍ରୋଟିନ୍ ୭୮ କି.ଗ୍ରା. ଓ ମାଛର ଶୁଖିଲା ପ୍ରୋଟିନ୍ ୬୭୫ କି.ଗ୍ରା. ମିକୁ ଥିବା ବେଳେ ଛତୁର ଶୁଖିଲା ପ୍ରୋଟିନ୍ ୬୫୦୦୦ କି.ଗ୍ରା. ମିଳିଥାଏ ।
ଇଂଲଣ୍ଡର ଛତୁବିଜ୍ଞାନୀ ହେୟଜ୍ଙ୍କ ମତରେ ଛତୁ ପ୍ରୋଟିନ୍ ସହଜରେ ହଜମ ହୁଏ । ଏଣୁ ଏହା ବୟସ୍କ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ । ଛତୁରେ ଥିବା ବିଭିନ୍ନ ପ୍ରକାର ଆମିନୋଏସିଡ଼ ତାଲିକା – ୩ରେ ଦିଆଗଲା । ଏଥିରୁ ସୂଚିତ ହୁଏ । ଯେ ଫିନାଇଲ ଆଲାନାଇନ୍, ଆଲାନାଇନ୍, ଥ୍ରେଓନାଇନ୍ ପ୍ରମୁଖ ଆମିନୋଏସିଡ଼୍ ଅଣ୍ଡାଠାରୁ ଛତୁରେ ଅଧିକ ଥାଏ । ଲିଓସିନ୍, ସିଷ୍ଟିନ୍, ଭାରିନ୍, ହିଷ୍ଟ୍ରିଡାଇନ୍, ଆସପାରଟିକ୍ ଏସିଡ୍ ପ୍ରମୁଖ ଆମିନୋ ଏସିଡ଼ ଅଣ୍ଡା ଓ ଛତୁରେ ସମପରିମାଣରେ ଥାଏ ।
ଭାତ ଓ ରୁଟି ସାଧାରଣତଃ ଭାରତୀୟଙ୍କ ର ମୁଖ୍ୟ ଖାଦ୍ୟ । ଏଥିରେ ଲାଇସିନ୍ ଓ ଟ୍ରିପଟୋଫାନ୍ ନ ଥାଏ । କିନ୍ତୁ ଏହି ଦୁଇଟି ଆମିନୋ ଏସିଡ଼ ଛତୁରେ ପ୍ରଚୁର ପରିମାଣରେ ଥାଏ । ଏଣୁ ଛତୁ ଭାରତୀୟମାନଙ୍କ ପାଇଁ ଅତି ଉତ୍ତମ ଖାଦ୍ୟ ହିସାବରେ ପୁଷ୍ଟିହୀନତା ଦୂରକରିବା ଦିଗରେ ସହାୟକ ।
ଚାଉଳରେ ଗହମ ଅପେକ୍ଷା ନିକୃଷ୍ଟ ଧରଣର ପ୍ରୋଟିନ୍ ଥାଏ । ଏଣୁ ଭାତ ଖାଉଥିବା ଲୋକଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ ଖାଦ୍ୟ ।
ଛତୁରେ ରକ୍ତକାରକ ଭିଟାମିନ୍ ଓ ଫଲିକ୍ ଏସିଡ଼ ପ୍ରଚୁର ଥାଏ । ଏହି ରକ୍ତକାରୀ ଭିଟାମିନ୍ ମେରୁଦଣ୍ଡ, ଯକୃତ ଓ ମୁତ୍ରାଶୟରେ ଅଧିକ ଥାଏ । ବର୍ତ୍ତମାନ ଛତୁରୁ ମିଳୁଥିବା ଫଲିକ୍ ଏସିଡ୍ର ପରିମାଣ ଦୃଷ୍ଟିରୁ ଛତୁକୁ ଉପରୋକ୍ତ ମାଂସ ସହିତ ସମାନ କରାଯାଇପାରେ । ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଉପଯୁକ୍ତ ଖାଦ୍ୟ ।
ବି-୧ ଭିଟାମିନ୍ ଛତୁରେ କଢ଼ ଅବସ୍ଥାରେ ବେଶୀଥାଏ ଏବଂ ବି-୨ ଭିଟାମିନ୍ ଛତୁର ପାକଳ ଅବସ୍ଥାରେ ବେଶୀଥାଏ ।
ଧିଙ୍ଗିରି (ଅଷ୍ଟ୍ରିଆଟିସ୍) ପ୍ରଭୃତି କେତେକ ଛତୁର ଏରଗୋ ଷ୍ଟେରଲ ପ୍ରଚୁର ଥାଏ । ଥାଏ ଯାହା ପରେ ଭିଟାମିନ୍ ଡି ରେ ପରିଣତ ହୁଏ ।
ଫଲିକ୍ ଏସିଡ଼୍ ଓ ଭିଟାମିନ୍ ବି-୧୨ କୌଣସି ପରିବାରେ ନ ଥାଏ । ମାତ୍ର ଛତୁରେ ପ୍ରଚୁର ପରିମାଣରେ ଥାଏ । ଏହି ଦୁଇଟି ଭିଟାମିନ୍ ଗର୍ଭବତୀ ମହିଳାଙ୍କ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ପ୍ରସୂତୀମାନଙ୍କ ପାଇଁ ଛତୁ ଉତ୍ତମ ଖାଦ୍ୟ ।
ତାଲିକା-୩ ବିଭିନ୍ନ ଛତୁରେ ଥିବା ବିଭିନ୍ନ କିସମର ଆମିନୋ ଏସିଡ଼୍ (୧୦୦ ଗ୍ରାମ୍ ଶୁଖିଲା ଛତ୍ରରେ ଥିବା ଆମିନୋଏସିଡ୍/ମିଲିଗ୍ରାମ୍)
କ୍ରମ ନଂ |
ବିଭିନ୍ନ ଆମିନୋ ଏସିଡ଼ର ନାମ |
ଅଣ୍ଡା |
ଇଉରୋପୀୟ ଛତୁ |
ପାଳଛତୁ
|
ଧିଙ୍ଗିରିଛତୁ (ଅଷ୍ଟ୍ରିଆଟିସ୍) |
ଧିଙ୍ଗିରିଛତୁ (ଫ୍ଲୋରିଡ଼ା) |
ଧିଙ୍ଗିରିଛତୁ (ସଜରକାଜୁ) |
ଧିଙ୍ଗିରିଛତୁ (ସେପିଡ଼ସ୍) |
୧ |
ଆଇସୋଲ୍ୟୁସିନ୍ |
୬.୩ |
୪.୧ |
୫.୫ |
୩.୦ |
୨.୪ |
୩.୬ |
୩.୧ |
୨ |
ଲିଓସିନ୍ |
୮.୯ |
୬.୫ |
୩.୫ |
୪.୮ |
୬.୬ |
୮.୭ |
୪.୨ |
୩ |
ଲାଇସିନ୍ |
୭.୦ |
୫.୯ |
୨.୭ |
୩.୨ |
୩.୨ |
୫.୪ |
୨.୨ |
୪ |
ଫିନାଇଲ୍ ଏଲାନାଇନ୍ |
୫.୭ |
୩.୩ |
୪.୯ |
୨.୬ |
୫.୮ |
୬.୦ |
୫.୩ |
୫ |
ଟାଇରୋସିନ୍ |
୪.୧ |
୩.୨ |
୧.୯ |
୨.୧ |
୧.୪ |
୨.୩ |
୧.୬ |
୬ |
ସିଷ୍ଟିନ |
୨.୪ |
୦.୩ |
୨.୯ |
୦.୩ |
୦.୬ |
୦.୭ |
୦.୮ |
୭ |
ମିଥ୍ୟାୟୋନାଇନ୍ |
୩.୪ |
୧.୪ |
୧.୯ |
୧.୧ |
୧.୯ |
୨.୦ |
୧.୪ |
୮ |
ଥ୍ରେଓନାଇନ୍ |
୫.୧ |
୪.୧ |
୪.୨ |
୩.୩ |
୫.୦ |
୨.୯ |
୩.୨ |
୯ |
ଟ୍ରିପ୍ଟୋଫାନ୍ |
୧.୫ |
୧.୬ |
୧.୫ |
୦.୯ |
୧.୩ |
୧.୨ |
୧.୨ |
୧୦ |
ଭାଲିନ୍ |
୬.୮ |
୪.୭ |
୬.୮ |
୩.୭ |
୩.୪ |
୬.୪ |
୪.୭ |
୧୧ |
ଆରିଜିନାଇନ |
୬.୧ |
୫.୦ |
୪.୧ |
୩.୮ |
୧.୫ |
୨.୫ |
୧.୭ |
୧୨ |
ହିଷ୍ଟିଡାଇନ |
୨.୪ |
୨.୦ |
୨.୧ |
୧.୧ |
୧.୧ |
୧.୦ |
୧.୧ |
୧୩ |
ଅଲାନାଇନ୍ |
୫.୯ |
୫.୩ |
- |
୪.୫ |
୬.୪ |
୧୦.୩ |
୯.୧ |
୧୪ |
ଆସପାଟିକ୍ ଏସିଡ୍ |
୯.୬ |
୯.୨ |
- |
୬.୪ |
୧.୫ |
୧.୨ |
୧.୦୩ |
୧୫ |
ପ୍ଲାଟାମିଜ ଏସିଡ |
୧୨.୭ |
୧୨.୪ |
- |
୧୧.୬ |
୪.୯ |
୮.୦ |
୩.୬ |
୧୬ |
ଗ୍ଲାଇସିନ |
୩.୩ |
୪.୧ |
- |
୩.୨ |
୪.୮ |
୪.୪ |
୩.୧ |
୧୭ |
ପୋଲାଇନ |
୪.୨ |
୪.୧ |
- |
୩.୩ |
୨.୯ |
୨.୪ |
୨.୨ |
୧୮ |
ସିରାଇନ୍ |
୭.୭ |
୪.୪ |
- |
୩.୫ |
୦.୫ |
୧୫ |
୦.୩ |
ଭିଟାମିନ୍ – ଛତୁରେ ଭିଟାମିନ୍ ବି-୧(ଥାୟାମିନ୍), ବି-୨ (ରିବୋଫ୍ଲୋବିନ୍), ନିଆସିନ୍, ବି-କମ୍ପେକସ (ପ୍ଲାଣ୍ଟୋଥେନିକ ଏସିଡ଼) ଓ ଭିଟାମିନ୍-ସି ରହିଛି । ତେବେ ଭିଟାମିନ୍-ଏ ଓ ଇ ଛତୁରେ ସ୍ଵଳ୍ପ ପରିମାଣରେ ରହିଛି ।
ଛତୁରେ ଥିବା ଏହି ଭିଟାମିନ୍ ବିଭିନ୍ନ ପ୍ରକାର ରନ୍ଧନ ପ୍ରଣାଳୀ ଦ୍ଵାରା ନଷ୍ଟ ହୋଇଯାଏନାହିଁ । ୧୦୦ ଗ୍ରାମ୍ ଛତୁରେ ୪ ରୁ ୮ ଗ୍ରାମ୍ ପର୍ଯ୍ୟନ୍ତ ଭିଟାମିନ୍ ସି ଥାଏ । ବିଭିନ୍ନ ଛତୁରେ ଥିବା ବିଭିନ୍ନ ପ୍ରକାର ଭିଟାମିନ୍ ତାଲିକା ନଂ-୪ ରେ ଦିଆଗଲା ।
ତାଲିକା-୪ (ବିଭିନ୍ନ ଛତୁରେ ଥିବା ଭିଟାମିନ୍)
(୧୦୦ ଗ୍ରାମ୍ ଶୁଖିଲା ଛତୁରେ – ମିଲିଗ୍ରାମ୍ ଭିଟାମିନ୍)
ବିଭିନ୍ନ ଛତୁର |
ଥାୟାମିନ୍ (ବି-୧) |
ରିବୋଫ୍ଲୋବିନ୍ (ବି-୨) |
ନିଆସିନ୍ |
ଆସକରବିକ୍ ଏସିଡ |
ପାଳଛତୁ (କଷରା) |
୧.୨ |
୩.୩ |
୯୧.୯ |
୨୦.୨ |
ଧିଙ୍ଗିରି (ଆଶ୍ଚିଆଟସ୍) |
୪.୮ |
୪.୭ |
୧୦୮.୭ |
- |
ଇଉରୋପୀୟ ଛତୁ |
୧.୧ |
୫.୦ |
୫୫.୭ |
୮୧.୯ |
ଇଷ୍ଟ ସହିତ ଛତୁରେ ଥିବା ଭିଟାମିନର ତୁଳନା କଲେ ଦେଖାଯାଏ ଯେ ଆକରବିଏସିଡ଼ ଛତୁରେ ବେଶୀ ଥାଏ । ଭିଟାମିନ୍ ବି - କମ୍ପ୍ଲେକ୍ସ, ବାୟୋଟିନ୍, ପାଇରିଡ଼ସିନ୍, ଫଲିକ୍ ଏସିଡ଼, ବି-୧୨ ପ୍ରଭୃତି ଇଷ୍ଟରେ ନଥିଲା ବେଳେ ଛତୁର ପ୍ରଚୁର ଥାଏ ।
ହୋଇଥାଏ । ଏଣୁ ରକ୍ତହୀନତା ଭୋଗୁଥିବା ରୋଗୀ ଓ ଗର୍ଭବତୀ ମହିଳା ଆଦିଙ୍କ ପାଇଁ ଛତୁ ଉତ୍ତମ ଖାଦ୍ୟ । ଛତୁରେ କମ୍ ପରିମାଣର ଚୂନ ଓ ମାଗ୍ନେସିୟମ୍ ଥାଏ । ଚୂନ, ଲୌହ ଏବଂ ଫସ୍ଫରସ ଯଥାକ୍ରମେ ଧିଙ୍ଗିରି ଛତୁ, ପାଳଛତୁ ଓ ଇଉରୋପୀୟ ଛତୁରେ ବେଶୀ ଥାଏ ।
ବିଭିନ୍ନ ପ୍ରକାର ଛତୁରେ ଭିନ୍ନ ଭିନ୍ନ ଧାତବ ଲବଣ ଥାଏ, ଯାହା ନିମ୍ନ ତାଲିକାରେ ଦିଆଗଲା ।
ତାଲିକା ନଂ-୫ ବିଭିନ୍ନ ଛତୁରେ ଥିବା ଧାତବ ଲବଣ (୧୦୦ ଗ୍ରାମ୍ ଶୁଖିଲା ଛତୁରେ – ମିଲିଗ୍ରାମ୍ ଧାତବ ଲବଣ)
ଛତୁର ନାମ |
କ୍ୟାଲସିୟମ୍ (ଚୂନ) |
ଫସ୍ ଫରସ୍ |
ଲୌହ |
ପୋଟାସିୟମ୍ |
ଲବଣ |
ପାଳଛତ୍ର (କଷରା) |
୭୧ |
୬୭୭ |
୧୭.୧ |
୩୪୫୫ |
୩୭୪ |
ଧିଙ୍ଗିରି (ଆଷ୍ଟ୍ରୀଆଟାସ୍) |
୯୮ |
୪୭୬ |
୮.୫ |
- |
୬୧ |
ଇଉରୋପୀୟ ଛତୁ |
୨୩ |
୧୪୨୯ |
୦.୨ |
୪୭୬୨ |
- |
ଛତୁରେ ଶ୍ଵେତସାର ଓ ଚର୍ବି ଜାତୀୟ ଖାଦ୍ୟ ଯଥେଷ୍ଟ କମ୍ ଥିବାରୁ ଏହା ମଧୁମେହ ରୋଗୀ ଓ ମୋଟା ଶରୀରରୁ ଚର୍ବି ଝଡ଼ାଉଥିବା ବ୍ୟକ୍ତିମାନଙ୍କ ପାଇଁ ଉତ୍ତମ ଖାଦ୍ୟ ।
ଛତୁରେ କୋଲେଷ୍ଟରଲ୍ ନଥିବା ଯୋଗୁଁ ଏହା ହୃଦ୍ରୋଗୀ ମାନଙ୍କ ପାଇଁ ଉତ୍ତମ ଖାଦ୍ୟ । ଏପରିକି ଛତୁରେ ଥିବା କେତେକ ପଦାର୍ଥ ରକ୍ତରେ ଥିବା କୋଲେଷ୍ଟରଲକୁ ହ୍ରାସ କରେ ।
ପଟାସ୍-ସୋଡ଼ିୟମ୍ ଅନୁପାତ ଅତ୍ୟକ ଥିବା ଯୋଗୁଁ ରକ୍ତଚାପ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ।
ଏଥିରେ କ୍ଷାରୀ ଜାତୀୟ ଲବଣ (ପଟାସ୍ ଓ ସୋଡିୟମ୍) ଅଧିକ ଥିବା ଯୋଗୁଁ ଅମ୍ଭ ରୋଗୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ।
ଯେଉଁମାନଙ୍କର ଝାଡ଼ା କଠିନ ହୁଏ ସେମାନଙ୍କ ପାଇଁ ଏହା ଉତ୍ତମ ଖାଦ୍ୟ, କାରଣ ଏଥିରେ ତନ୍ତୁ ଅଂଶ ଅଧ୍ୟକ ଅଛି । ଏହ। ଝାଡ଼ା ସରଳ କରିବାରେ ସାହାଯ୍ୟ କରେ ।
ଛତୁରେ ଲୌହ ଓ ଫଲିକ୍ ଏସିଡ୍ ଥିବା ଯୋଗୁଁ ଏହା ରକ୍ତହୀନ ରୋଗୀ ପାଇଁ ଉତ୍ତମ ଖାଦ୍ୟ ।
ଧିଙ୍ଗିରି (ଆଷ୍ଟିଆଟାସ୍) ଛତୁରେ କ୍ୟାନ୍ସର ପ୍ରତିରୋଧୀ ଗୁଣ ଥିବା ଯୋଗୁଁ କ୍ୟାନ୍ସର ରୋଗୀଙ୍କ ପାଇଁ ଉତ୍ତମ ।
ମାଛ, ମାଂସ ବା ଡାଲି ପ୍ରୋଟିନ୍ ତୁଳନାରେ ଛତୁ ପ୍ରୋଟିନ୍ ସହ ଜରେ ହଜମ ହୁଏ । ଏଣୁ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଉତ୍ତମ ଖାଦ୍ୟ ।
ରକ୍ତ ଜମାଟକ - ‘ଫୋମସ୍’ ଜାତୀୟ ଛତୁ ରକ୍ତ ଜମାଟ କରିବାରେ ବ୍ୟବହାର କରାଯାଇଥାଏ । ଫଳରେ ଶୀଘ୍ର ରକ୍ତସ୍ରାବ ବନ୍ଦ ହୁଏ । ଅସ୍ତ୍ରୋପଚାରରେ ସହାୟତା- ‘ଲଇକୋପାରୋଡନ୍’ ଜାତୀୟ ଛତୁ ଅସ୍ତ୍ରୋପଚାର ପରେ ଡ୍ରେସିଂ କରିବାରେ ବ୍ୟବହୃତ ହୋଇଥାଏ । ନିଶ୍ଚେତକ – ‘କ୍ଲାଭାଟିଆ’ ଜାତୀୟ ଛତୁ ନିଶ୍ଚିତକ ହିସାବରେ ବ୍ୟବହୃତ କରା ଯାଇଥାଏ ।
ଅପସ୍ମାର ଓ ଫୁଲିବା – ବୈଦିକ ଯୁଗରୁ ‘ଅମାନିତା’ ଜାତିର ଛତୁକୁ ଅପସ୍ମାର ଓ ଗ୍ରାଣ୍ଡ ଫୁଲିବା ଉପଶମ କରିବା ଦିଗରେ ବ୍ୟବହାର କରାଯାଇ ଆସୁଅଛି । ଅମାନିତା ଛତୁ ହୋମିଓପ୍ୟାଥିକ ଚିକିତ୍ସାରେ ବିଶେଷ ବ୍ୟବହାର କରାଯାଇଥାଏ ।
ପାଳଛତୁରୁ ଔଷଧ ପ୍ରସ୍ତୁତି କରାଯାଇ ହରୋଗ, ରକ୍ତଚାପ ଓ ମସ୍ତିସ୍କ ରୋଗ । ଆରୋଗ୍ୟ କରିବା ଦିଗରେ ଉଦ୍ୟମ କରାଯାଉଛି ।
ଅମାନି ତାରୁ ଔଷଧ ପ୍ରସ୍ତୁତ କରାଯାଇ ଗଣ୍ଠି ବାତ ଇତ୍ୟାଦି ଆରୋଗ୍ୟ କରାଯାଉଛି ।
ସିଆଟାକେ ଦ୍ଵାରା କ୍ୟାନ୍ସର ଓ ଏନଫ୍ଲୁଏଞ୍ଜା ଜ୍ଵର ଆଦି ଆରୋଗ୍ୟ କରାଯାଉଛି । ଏହା ବ୍ୟତୀତ ବିଭିନ୍ନ ଅରଣ୍ୟଜାତ ଛତୁ ବିଭିନ୍ନ ପ୍ରକାର ଶିଳ୍ପ ଓ ଗୃହ ଉପକରଣରେ ବ୍ୟବହୃତ ହେଉଛି ।
ଆଧାର -"ଓୟୁଏଟି"
Last Modified : 1/28/2020