অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛୁଇଁ ଜାତୀୟ ପନିପରିବା

ଆମ ରାଜ୍ୟରେ ସାଧାରଣତଃ ମଟର, ଶିମ୍ବ, ଝୁଡଙ୍ଗ, ଗୁଆଁର ଓ ବରଗୁଡ଼ି ଇତ୍ୟାଦି ଚାଷ କରାଯାଇଥାଏ । ଏହି ସବୁ ଫସଲରେ ଅଧ୍ୟକ ପରିମାଣରେ ପ୍ରୋଟିନ୍ ବା ପୁଷ୍ଟିସାର ଥିବାରୁ ସ୍ଵାସ୍ଥ୍ୟ ପକ୍ଷେ ଏହା ଖୁବ୍ ଉପଯୋଗୀ । ବିଶେଷ କରି ଯେଉଁମାନେ ମାଛ, ମାଂସ ଖାଆନ୍ତି ନାହିଁ ସେମାନଙ୍କ ପାଇଁ ଏହି ପ୍ରକାର ପନିପରିବାର ଆବଶ୍ୟକତା ଖୁବ୍ ବେଶି । ଏହାଛଡ଼ା ଏହି ଜାତୀୟ ଗଛ ମୂଳରେ ଏକ ପ୍ରକାରର ଜୀବାଣୁ ରହି ବାୟୁ ମଣ୍ଡଳରୁ ଯବକ୍ଷାର ସଂଗ୍ରହ କରି ମାଟିରେ ମିଶାଉ ଥିବାରୁ ମାଟିର ଉର୍ବରତା ବୃଦ୍ଧି କରିବା ଦିଗରେ ସାହାଯ୍ୟ କରିଥାନ୍ତି । ବରଗୁଡ଼ି ଓ ଗୁଆଁର ଗୋ-ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ବର୍ଷାଦିନେ ଓ ଖରାଦିନେ ବରଗୁଡ଼ି, ଝୁଡଙ୍ଗ ଓ ଗୁଆଁର ଚାଷ କରାଯାଏ । କିନ୍ତୁ ମଟର ଓ ଫ୍ରେଞ୍ଚବିନ୍ ଇତ୍ୟାଦି କେବଳ ଶୀତଦିନେ ହୋଇଥାଏ।

ମଟର

ପରିବା ହିସାବରେ ମଟରର ଚାହିଦା ଖୁବ୍ ବେଶି, ଏଥିରେ ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର, ଭିଟାମିନ୍ ଏ, ସି ଓ କାଲସିୟମ, ଫସ୍‌ଫରସ୍, ଲୌହ ପ୍ରଭୃତି ଧାତବ ଲବଣ ଥାଏ ।

ଶୀତ ଋତୁରେ ମଟର ଚାଷ କରାଯାଏ । ଅକ୍ଟୋବର ମାସଠାରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ମଟର ଲଗାଯାଇ ପାରିବ ।

ଲଗାଇବା ପୂର୍ବରୁ ମଞ୍ଜି ସହିତ ରାଇଜୋବିୟମ୍ କଲଚର ଗୋଳାଇ ବୁଣିଲେ ଭଲ ଅମଳ ମିଳିଥାଏ । ଦୋରସା ମାଟିରେ ଭଲ ହୁଏ । ଏକର ପିଛା ୩୨ କିଲୋ ମଞ୍ଜି ଦରକାର ହୋଇଥାଏ ।

ଉନ୍ନତ କିସମ

  • ସାଧାରଣତଃ ସଅଳ, ମଧ୍ୟମ ଓ ବିଳମ୍ବ କିସମର ମଟର ମଞ୍ଜି ମିଳିଥାଏ । ମଟର ଆସାଇଜି, ଆରକେଲ୍, ଜବାହାର ମଟର ୩ ଏବଂ ୪, ମେଟିଓର୍ ପ୍ରଭୃତି ସଅଳ କିସମର । ଏଗୁଡ଼ିକ ୬୫ ରୁ ୮୦ ଦିନରେ ଅମଳ ହୋଇଥାନ୍ତି ।
  • ବୋନେଭିଲେ, ଅର୍କ ଅଜିତ, ଜବାହାର ମଟର-୧ ଏବଂ ୨, ପନ୍ଥ ଉପହାର, ଆଜାଦ ପି.ଇ.-୧ ଏବଂ ୪, ୟୁ.ଏନ୍. ୫୩(୬), ଭଟି-୧ ମମ ଏବଂ ବିଳମ୍ବ କିସମର । ଏଗୁଡ଼ିକ ୯୦ ରୁ ୧୦୦ ଦିନରେ ଅମଳ ହୋଇଥାନ୍ତି ।

ଲଗାଇବା ପ୍ରଣାଳୀ

  • ବିଲକୁ ଭଲ ଭାବରେ ଚାଷ କରି ଧାଡ଼ିରେ ମଟର ଲଗାଯାଏ । ଦୁଇଧାଡ଼ି ଭିତରେ ବ୍ୟବଧାନ ପ୍ରାୟ ୨ ଫୁଟ ଓ ଧାଡ଼ି ଭିତରେ ଗଛକୁ ଗଛ ବ୍ୟବଧାନ ୪ ଇଞ୍ଚ ରଖାଯାଏ ।

ଖତ ଓ ସାର

  • ଏକ ଏକର ବିଲପାଇଁ ୨୦ ଗାଡ଼ି ଭଲ ଖତ ଦେଇ ହଳ କରି ମାଟିରେ ମିଶାଇ ଦିଅନ୍ତୁ । ଏହା ବ୍ୟତୀତ ୧୦୦ କେ.ଜି. କାଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍, ୧୫୦ କିଲୋ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୩୬ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଦିଅନ୍ତୁ । ଏହି ସାର ଗୁଡ଼ିକୁ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ମାଟି ଘୋଡ଼ାଇ ମଞ୍ଜି ଲଗାନ୍ତୁ ।
  • ଗଛ ଉଠିଲା ପରେ ବିଲର ପାଗ ଦେଖି ୮/୧୦ ଦିନ ବ୍ୟବଧାନରେ ହାଲକା ପାଣି ମଡ଼ାଇବା ଉଚିତ୍ । ବିଲରୁ ଘାସ ଇତ୍ୟାଦି ମଧ୍ୟ ବଛାବଛି କରିଦେବା ଆବଶ୍ୟକ । ଅନେକ ସ୍ଥାନରେ ଚାଷୀମାନେ ରଜ୍ଞା ଦେଇଥାନ୍ତି । ରଜ୍ଞା ଦେଲେ ଅମଳ ଭଲ ମିଳିଥାଏ ।
  • ସଅଳ କିସମ ମଟର ଚାଷ କଲେ ଏକର ପିଛା ୧୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ମାଧ୍ୟମ କିସମରୁ ୩୦ ବିଲ ଓ ବିଳମ୍ବ, କିସମର ୪୫ ବିଲ ପର୍ଯ୍ୟନ୍ତ ଅମଳ ମିଳେ ।

ଫ୍ରେଞ୍ଚବିନ୍ ବା ଫରାସୀ ଶିମ୍ବ

ଆଜିକାଲି ଫ୍ରେଞ୍ଚବିନର  ଚାହିଦା ଦିନକୁ ଦିନ ବଢୁଅଛି । ଏହା ଏକ ପୁଷ୍ଟିକର ଓ ରୁଚିକର ପରିବା ରୂପେ ବ୍ୟବହାର କରାଯାଇଥାଏ । ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଫ୍ରେଞ୍ଚବିନର  ଚାଷ କରାଯାଇପାରେ । କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଶୀତଦିନେ ଏହା ଲଗାଯାଏ ।

ଚାଷ ପ୍ରଣାଳୀ

ଯେ କୌଣସି ନିଗିଡ଼ା ଜମିରେ ଫ୍ରେଞ୍ଚବିନ୍ ଚାଷ କରାଯାଇପାରିବ । ଅମ୍ଳ ମାଟିରେ ଏହା ଭଲ ହୋଇଥାଏ । ଜମିକୁ ଭଲ ଭାବେ ଚାଷ କରି ମାଟି ଗୁଣ୍ଠ କରନ୍ତୁ । ଚାଷବେଳେ ଏକର ପିଛା ପ୍ରାୟ ୧୦-୧୨ ଗାଡ଼ି ଖତ ଦିଅନ୍ତୁ । ଏହା ବ୍ୟତୀତ ସିଆରରେ ୧୦୦ କିଲୋ କାଲସିଅମ ଆମୋନିଅମ ନାଇଟ୍ରେଟ୍, ୧୫୦ କିଲେ। ସିଙ୍ଗିଲ ସୁପର ଫସ୍‌ଫେଟ୍ ଓ ୩୬ କିଲୋ ମ୍ୟୁଟ୍ ଅଫ୍ ପଟାସ୍ ଦିଅନ୍ତୁ । ଧାଡିକୁ ଧାଡ଼ି ବ୍ୟବଧାନ ଦେଢ଼ଫୁଟ ଓ ଧାଡ଼ି ଭିତରେ ପ୍ରାୟ ୮ ଇଞ୍ଚ ବ୍ୟବଧାନ ରଖି ପୋତନ୍ତୁ । ଏକ ଏକରରୁ ପ୍ରାୟ ୨୫–୩୦ କିଲୋ ପର୍ଯ୍ୟନ୍ତ ମଞ୍ଜି ଦରକାର ହୋଇଥାଏ ।

ଉନ୍ନତ କିସମ

  • ବୁଦାଜାତୀୟ : ଫାଲଗୁନି, ଆର୍କାକୋମଳ, କଣ୍ଟେଣ୍ଡର, ପୁଷା ପାର୍ବତୀ, ପନ୍ଥ ଅନୁପମ ।
  • ଲଟା ଜାତୀୟ : କେକି ୱାଣ୍ଡର, ଫେନୋମିନା ଲଙ୍ଗ, ପୁଷା ହିମଲତା ।
  • ବୁଦା ଜାତୀୟ କିସମ : ଫୁଲ ସୁଆ କିସମ ବର୍ଷର ସବୁ ସମୟରେ ଚାଷ କରାଯାଇପାରେ । ଆମ ରାଜ୍ୟରେ ଫୁଲବାଣୀ ଲୋକାଲ ନାମରେ ଏକ ଲଟା ଜାତୀୟ କିସମ ଚାଷ କରାଯାଏ ।
  • ଫ୍ରେଞ୍ଚବିନର  ପାଇଁ ପାଣି ଆବଶ୍ୟକ ହୋଇଥାଏ । ଗଛ ଉଠିବା ପରେ ମାଟିର ପାଗ ଦେଖି ୭-୮ ଦିନ ଛଡ଼ାରେ ପାଣି ଦେବା ଦରକାର । ଗଛ ଉଠିବାର ପ୍ରାୟ ଦେଢ଼ ମାସ ପରେ ଛୁଇଁ ତୋଳାଯାଏ । ଏକ ଏକରରୁ ହାରାହାରି ୩୦-୪୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ବରଗୁଡ଼ି

ବରଗୁଡ଼ି ଫସଲ ଖରା ଓ ବର୍ଷା ଋତୁରେ ଚାଷ କରାଯାଇପାରେ । ତେବେ ବରଗୁଡ଼ିକୁ ମଧ୍ୟ ସବୁଜ ସାର ପାଇଁ ଚାଷ କରାଯାଇ ପାରିବ । ଖୁବ୍ ଅଳ୍ପ ସମୟ ଭିତରେ ଅମଳ ହେଉଥିବାରୁ ଏହି ଫସଲରୁ ଚାଷୀ ଶୀଘ୍ର ପଇସା ପାଇଥାଏ ।

ଯେ କୌଣସି ମାଟିରେ ବରଗୁଡ଼ି ଚାଷ କରାଯାଇ ପାରିବ । ତେବେ ଖାଲୁଆ ସନ୍ତ ସନ୍ତିଆ ରହୁଥିବା ମାଟିରେ ବରଗୁଡ଼ି ଚାଷ ହୋଇପାରିବ ନାହିଁ ।

ବିଲକୁ ୩-୪ ଥର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ । ଚାଷ ସମୟରେ ଏକର ପିଛା ୭-୮ ଗାଡ଼ି ଖତ ଦିଅନ୍ତୁ । ଧାଡ଼ିକୁ ଧାଡ଼ି ୨ ଫୁଟ ଓ ଗଛକୁ ଗଛ ୮ ଇଞ୍ଚ ବ୍ୟବଧାନରେ ମଞ୍ଜି ପୋତନ୍ତୁ । ଏକ ଏକରକୁ ପ୍ରାୟ ୧୨ କିଲୋ ମଞ୍ଜି ଦରକାର ହୋଇଥାଏ । ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଏକର ପିଛା ୧୦୦ କିଲୋ ସୁପର ଫସ୍‌ଫେଟ୍, ୧୦୦ କିଲୋ କାଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍ ଓ ୩୬ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ଦିଅନ୍ତୁ । ବର୍ଷାଦିନେ ପ୍ରାୟ ପାଣି ଦେବା ଦରକାର ପଡ଼େ ନାହିଁ । କିନ୍ତୁ ଖରାଦିନେ ବିଲର ପାଗ ଦେଖି ପାଣି ମଡ଼ାନ୍ତୁ ।

ଆମ ରାଜ୍ୟରେ ବର୍ଷାଋତୁରେ ପୁଷା ଦୋ ଫସଲି, ପୁଷା ଋତୁରାଜ, ଅକା ଗରିମା, ଆମେରିକାନ ଲଙ୍ଗ୍, ଗ୍ରୀନ୍ ସାଗର, ସୋନାଲି ଇତ୍ୟାଦି ଲଗାଯାଇ ପାରିବ । ସେହିପରି ଗ୍ରୀଷ୍ମଋତୁରେ ପୁଷା ଦୋ ଫସଲି, ପୁଷା କୋମଳ, ପୁଷା ଫାଲଗୁନି, ପୁଷା ଋତୁରାଜ, ବନାରସୀ ଲଗ୍ ଇତ୍ୟାଦି ଲଗାଯାଇପାରିବ ।

ପୁଷା ଫାଲ୍‌ଗୁନି ଓ ଅର୍କା ଗରିମା ଲଗାଇବାର ୫୦ ରୁ ୬୦ ଦିନ ପରେ ଅମଳ ହୁଏ ଓ ଏହା ମରୁଡ଼ି ସହି ପାରେ । ପୁଷା ବର୍ଷାତି କିସମ ବର୍ଷାଦିନେ ଖୁବ୍ ଭଲ ହୁଏ ।

ଅମଳ

ବରଗୁଡ଼ି ଫସଲରୁ ଏକର ପିଛା ପ୍ରାୟ ୧୫-୨୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

ଗୁଆଁର

  • ଗୁଆଁର ଉଭୟ ବର୍ଷା ଓ ଖରାଦିନେ ଚାଷ ହୋଇଥାଏ । ଖରାଦିନେ ଏହା ଶୀଘ୍ର ଫୁଲ ଧରେ । କିନ୍ତୁ ବର୍ଷାଦିନେ ପ୍ରାୟ ଡେରିରେ ଅମଳ ହୁଏ । ପରିବା ହିସାବରେ ବ୍ୟବହାର ବ୍ୟତୀତ ଏହାକୁ ମଧ୍ୟ ଗୋ-ଖାଦ୍ୟ ଓ ସବୁଜ ସାର ରୂପେ ବ୍ୟବହାର କରାଯାଇଥାଏ । ଖାଦ୍ୟ ହିସାବରେ ଏହା ଖୁବ୍ ପୁଷ୍ଟିକର ।
  • ସାଧାରଣତଃ ପୁଷା ସଦା ବାହାର, ପୁଷା ନୌବାହାର ଓ ପୁଷା ମୌସୁମୀ କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ । ସନ୍ତସନ୍ତିଆ ବିଲ ବ୍ୟତୀତ ଅନ୍ୟ ଯେ କୌଣସି ବିଲରେ ଗୁଆଁର ଚାଷ କରାଯାଇପାରିବ । ମଟର ବା ବରଗୁଡ଼ି ଚାଷ ପରି ଏଥିରେ ସାର ଓ ଖତ ଦେବା ଉଚିତ୍ । ଏକ ଏକର ପାଇଁ ପ୍ରାୟ ୧୦ କିଲୋ ମଞ୍ଜି ଦରକାର  ହୋଇଥାଏ ।
  • ଗୁଆଁରରୁ ଏକର ପିଛା ପ୍ରାୟ ୩୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ତେବେ ଖରାଦିନେ ପରିବା ହିସାବରେ ଏହାର ଚାହିଦା ବହୁତ ବେଶି ।

ଶିମ୍ବ

ସାଧାରଣତଃ ସହର ମଫସଲ ସବୁଠାରେ ଶିମ ପରିବା ହିସାବରେ ବ୍ୟବହାର କରାଯାଏ । ବର୍ଷାଦିନେ ଏହା ଚାଷ କରାଯାଏ । ଶିମ୍ବରେ ପ୍ରୋଟିନ୍ ବା ପୁଷ୍ଟିସାର ଅଧ୍ୟକ ପରିମାଣରେ ଥାଏ । ଏହାଛଡ଼ା ଭିଟାମିନ୍ ସି, ଡି, ଲୌହ, ଗନ୍ଧକ ଓ ପଟାସିଅମ ଥିବାରୁ ଏହା ଏକ ପୁଷ୍ଟିକର ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ କେତେ ଗୁଡ଼ିଏ ଉନ୍ନତ ଶିମ କିସମ ବାହାର କରିଛନ୍ତି । ଏମାନଙ୍କ ମଧ୍ୟରେ ପୁଷାୟାଲି ପ୍ରେଲିଭିକ୍ ଗୋଟିଏ ଭଲ କିସମ । ଏହି କିସମରୁ ଅଧ୍ୟକ ଅମଳ ମିଳେ । ଅନ୍ୟ କେତେକ ଉନ୍ନତ କିସମ ହେଲା – ଅର୍କ ଜୟ, ଅର୍କବିଜୟ ଏବଂ କୋଙ୍କଣ ଭୂଷଣ ।

ଶିମ୍ବ ପ୍ରାୟ ଜୁଲାଇ-ଅଗଷ୍ଟ ମାସରେ ଲଗାଯାଏ । କିନ୍ତୁ ନଭେମ୍ବର ଡିସେମ୍ବର ମାସରେ ହିଁରୁ ଫୁଲ ହୋଇଥାଏ । ଶିମ୍ବକୁ ଧାଡ଼ି ଧାଡ଼ି କରି ବୁଣାଯାଇପାରେ କିମ୍ବା ବାଜରା ବା ମକା ଫସଲ ସହିତ ମଧ୍ୟ ବୁଣାଯାଇପାରେ । ଏହାର ଚାଷ ଓ ସାର, ଖତ ପ୍ରୟୋଗ ବରଗୁଡ଼ି ଫସଲ ପରି ହୋଇଥାଏ ।

ଆମ ରାଜ୍ୟ ପାଇଁ ଡି.ଏଲ୍-୪୫୩ ଓ ଡି.ଏଲ୍.-୬୯୨, ୨୫୦, ୨୪୪ କିସମ ମଧ୍ୟ ଖୁବ୍ ଉପଯୁକ୍ତ । ଏଗୁଡ଼ିକ ପ୍ରାୟ ୧୦୦ ରୁ ୧୨୦ ଦିନ ଭିତରେ ଅମଳ ହୋଇଥାଏ । ଏହି ଶିମ୍ବକୁ ବିଲରେ ୬ ଫୁଟ ବ୍ୟବଧାନରେ ମନ୍ଦା କରି ଲଗାଯାଏ । ପ୍ରତି ମନ୍ଦାରେ ୨– ୩ ଟି ମଞ୍ଜି ପୋତିବା ଦରକାର । ପ୍ରତି ମନ୍ଦାରେ ୨– ୩ ଝୁଡ଼ି ଖତ, ୧୦୦ ଗ୍ରାମ୍ ଲେଖାଏଁ ସୁପର ଫସ୍‌ଫେଟ୍, ୧୦୦ ଗ୍ରାମ୍ କା ଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍, ୧୦୦ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ପ୍ରୟୋଗ କରିବା ଆବଶ୍ୟକ । ଗଛ ଲଗାଇବାକୁ ଆରମ୍ଭ କଲେ ରଜ୍ଞା ଦେବା ଦରକାର । ଏକ ଏକରରୁ ପ୍ରାୟ ୧୫ ବିଲ ପର୍ଯ୍ୟନ୍ତ ଶିମ୍ବ ମିଳିଥାଏ ।

ଛୁଇଁ ଜାତୀୟ ଫସଲର ରୋଗ ଓ ପୋକ

  1. ଜଉପୋକ – (ଏଫିଡ୍)
  2. ଛୋଟ ଛୋଟ ପୋକଗୁ ଡ଼ିକ କଅଁଳିଆ ପତ୍ର, ଡାଳ ଓ ଫଳକୁ ନଷ୍ଟ କରି ଦିଅନ୍ତି ଓ ଅମଳ କମାଇ ଦିଅନ୍ତି । ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି ୧ ଲିଟର ପାଣିରେ ୨ ମିଲିଲିଟର ହିସାବରେ ମେଟାସିଷ୍ଟସ ମିଶାଇ ସ୍ପ୍ରେ କରନ୍ତୁ । କିମ୍ବା ୧୦ ଲିଟର ପାଣିରେ ୫ ମି.ଲି. ଇମିଡାକ୍ଲୋପ୍ରିଡ ମିଶାଇ ସ୍ପ୍ରେ କରନ୍ତୁ ।

  3. ଗଣ୍ଡ ପୋକ
  4. ଗଛର କାଣ୍ଡକୁ କଣା କରି ଗଛକୁ ମାରି ଦିଅନ୍ତୁ । ପ୍ରତିକାର ପାଇଁ ଏକ ଲିଟର ପାଣିରେ ୨ ମିଲିଲିଟର ହିସାବରେ ନୁଭାକ୍ରନ୍ ମିଶାଇ ସ୍ପ୍ରେ କରନ୍ତୁ ।

  5. ଛୁଇଁବିନ୍ଧା ପୋକ
  6. ପୋକଗୁ ଡ଼ିକ ଫଳ କଣା କରି ମଞ୍ଜି ଖାଇଯାଆନ୍ତଜ୍ଜି । ପ୍ରତିକାର ପାଇଁ ୧ ଲିଟର ପାଣିରେ ୨ ମିଲି ଲିଟର ହିସାବରେ ହିଲଡେନ୍ ମିଶାଇ ସ୍ପ୍ରେ କରନ୍ତୁ ।

  7. ପାଉଡର ପିଇଡିଉ
  8. ଏହି ରୋଗ ହେଲେ ଗଛରେ ଧଳା ପାଉଡର ଗୁଣ୍ଡ ବୁଣି ହେଲା ପରି ଦେଖାଯାଏ । ପ୍ରତିକାର ପାଇଁ ଏକର ପିଛା ୧୦ କି ଲୋ ହିସାବରେ ଗନ୍ଧକ ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା ୱେଟବେଲ ସଲଫର (ସଲଫେ ବ) ୫ ଗ୍ରାମ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

  9. ଜାଉନ ମିଲଡିଉ
  10. ଏହି ରୋଗ ହେଲେ ପତ୍ରର ତଳ ଅଂଶରେ ଧଳା ତୁଳା ଜାଲ ପରି ଦେଖାଯାଏ। ଓ ପତ୍ରର ଉପର ଅଂଶ ହଳଦିଆ ପଡ଼ି ଶୁଖିଯାଏ । ବୋର୍ଡେକ୍ସ ଦ୍ରବଣ ୪ : ୪ : ୫୦ ମିଶାଇ ଗଛରେ ସ୍ପ୍ରେ କଲେ କିମ୍ବା କୌଣସି ଫିମ୍ପି ନାଶକ ଯଥା : ଇଷ୍ଟ୍ରୋଫି ଏଲ୍.ଏମ୍.- ୪୫ ଲିଟର ପିଛା ୨ ଗ୍ରାମ୍ ସ୍ପ୍ରେ କଲେ ଏହି ରୋଗ ଦାଉରୁ ରକ୍ଷା ମିଳେ । ଏହି ଦ୍ରବଣ ତିଆରି କରିବା ପାଇଁ ୪ କିଲୋ ତୁତିଆ (କପର ସଫେଟ) ଓ ୪ କିଲୋ ଚୂନକୁ ୫୦ ଲିଟର ପାଣିରେ ମିଶାଇ ଦେବାକୁ ହୁଏ ।

ଆଧାର - "ଓୟୁଏଟି"

Last Modified : 3/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate